spot_img
Home Blog Page 5885

ଏହି ଆପ୍‌ଗୁଡ଼ିକୁ ତୁରନ୍ତ ଅନ୍-‌ଇନ୍‌ଷ୍ଟଲ କରନ୍ତୁ, ନଚେତ୍‌ ଖାଲି ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଆମେ ସମସ୍ତେ ଏବେ ପ୍ରାୟ ଅନଲାଇନ ଠକେଇ ବିଷୟରେ ଜାଣିଥିବା । କେତେବେଳେ କାହାର ଫୋନ୍‌ ହ୍ୟାକ୍‌ ହେଉଛି ତ କେତେବେଳେ କାହାର ବ୍ୟଙ୍କ୍‌ ଆକାଉଣ୍ଟ ହ୍ୟାକ୍‌ ହେଉଛି । ଏହିଭଳି ମାମଲା ପ୍ରାୟତଃ ଆଣ୍ଡ୍ରଏଡ୍ ୟୁଜର୍ସ ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ତେବେ ଗୁଗୁଲ୍ ପ୍ଲେ ଷ୍ଟୋର ସୁରକ୍ଷା ଦୃଷ୍ଟିରୁ ଅନେକ ପଦକ୍ଷେପ ନେଇଛି ସତ ହେଲେ ଏହାବାଦ୍‌ ଏମିତି କିଛି ଆପ୍‌ସ ରହିଛି ଯାହାକି ଗୁଗୁଲର ସୁରକ୍ଷା କବଚ୍ଚକୁ ଭେଦ କରି ମୋବାଇଲ ଭିତରେ ପଶିଯାଉଛି । ଆଉ ମୋବାଇଲରୁ ଡାଟା ଚୋରି କରିବାରେ ସଫଳ ହେଉଛି । ନିକଟ ଅତୀତରେ ଗୁଗୁଲ ପ୍ଲେଷ୍ଟୋର ଏଭଳି ଅନେକ ଆପ୍‌ସକୁ ହଟାଇଦେଇଛି । କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ଏଭଳି ଆପ୍‌ ଆଣ୍ଡରଏଡ୍‌ରେ ଫାଇନାନ୍‌ସିଆଲ ଟ୍ରୋଜେନ୍‌ ଜରିଆରେ ପ୍ରବେଶ କରୁଛି । ଏହି ଆପ୍‌ ଳଗୁଡ଼ିକ ୟୁଜର୍ସମାନଙ୍କ ବ୍ୟାଙ୍କିଂ ସିକ୍ୟୁରିଟିକୁ ଦୁର୍ବଳ ମଧ୍ୟ କରୁଥିଲା ।  ଏହି ଆପ୍‌ଗୁଡ଼ିକ ସେହିମାନଙ୍କ ପାଇଁ ଅଧିକ କ୍ଷତିକାରକ ଯେଉଁମାନଙ୍କର ମୋବାଇଲରେ ବ୍ୟାଙ୍କିଂ ଆପ୍‌ଲିକେସନ୍‌ଗୁଡ଼ିକ ଇନ୍‌ଷ୍ଟଲ ରହିଛି ।

ଚେକ୍‌ ପଏଣ୍ଡ ରିସର୍ଚ୍ଚ (CPR) ଦ୍ୱାରା ଜାରି କରାଯାଇଥିବା ଏକ ପୋଷ୍ଟରୁ ଏନେଇ ସୂଚନା ମିଳିଛି । ସିପିଆର୍‌ ପକ୍ଷରୁ କୁହାଯାଇଛି ଯେ, କ୍ଲାସ୍‌ ୮୨ ଓ ଏଲିୟନ୍‌ ବୋଟ୍‌ ବ୍ୟାଙ୍କର ନାଁରେ ଦୁଇଟି ପ୍ରୋଗ୍ରାମ୍‌ ରହିଛି, ଯାହା ଦ୍ୱାରା ୮ଟି ହ୍ୟାକିଂ ଆପ୍‌ ସକ୍ରିୟ ହୋଇଥାଏ ବା ପରିଚାଳିତ ହୋଇଥାଏ । ଯାହାକି ୟୁଜର୍ସଙ୍କ ଆଣ୍ଡରଏଡ୍‌ରେ ଥିବା ବ୍ୟାଙ୍କିଂ ଆପ୍‌ର ସିକ୍ୟୁରିଟିକୁ ଦୁର୍ବଳ କରିଥାଏ ପରେ ସେହି ଆପ୍‌ ଦ୍ୱାରା ଟଙ୍କା ଚୋରି କରିବାର କାମ କରିଥାଏ ।

ପୋଷ୍ଟରେ ଆହୁରି ଲେଖାଯାଇଛି ଯେ, ଏହି ଆପ୍‌ ଗୁଡ଼ିକ ଡ୍ରପର ସହିତ ଆସୁଥିଲା । ଯିଏ କି ଏଲିୟନ୍‌ ବୋଟ ଏବଂ MRAT କୁ ଡାଉନ୍‌ଲୋଡ୍‌ ଓ ଇନ୍‌ଷ୍ଟଲ କରିବାରେଳ ସାହାଯ୍ୟ କରିଥାଏ । ୟେ ଡ୍ରପର କ୍ଲାସ୍‌ ୮୨ରେ ଡବ୍‌ କରାଯାଇଛି । ଏହାକୁ ଏମିତିକି ଭୋବେ ଡିଜାଇନ୍‌ କରାଯାଇଛି ଯେ, ଗୁଗୁଲ ପ୍ଲେ-ପ୍ରୋଟେକ୍ଟ ମଧ୍ୟ ଏହାକୁ ଧରିପାରିବ ନାହିଁ ।

ରିସର୍ଚ୍ଚ ଅନୁଯାୟୀ ଏଭଳି ଭାଇରସ୍‌ ବା ମାଲଓ୍ୱେର ଦ୍ୱାରା ହ୍ୟାକର୍ସମାନେ ମୋବାଇଲକୁ ଆସୁଥିବା ଭେରିଫିକେସନ୍‌ କୋଡ୍‌କୁ ହ୍ୟାକ୍‌ କରିଥାନ୍ତି । ଏହି କୋଡ୍‌ ଦ୍ୱାରା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର କରିଦିଅନ୍ତି । ଏହି ମାଲଓ୍ୱେର ୟୁଜରଙ୍କ ଫୋନ୍‌ରେ ଏମ୍‌ଆର୍‌ଟି ଇନ୍‌ଷ୍ଟଲ କରିଦେଇଥାଏ । ଏମ୍‌ଆର୍‌ଟି ଫୋନ୍‌କୁ ରିମୋର୍ଟ ଆକ୍ସେସର ଅନୁମତି ଦେଇଥାଏ । ଯାହାଦ୍ୱାରା ଅନ୍ୟସ୍ଥାନରେ ଥାଇ ହ୍ୟାକର ମୋବାଇଲକୁ ଚଲାଇଥାଏ ।

ଏହାମଧ୍ୟ କୁହାଯାଇଛି ଯେ, ଯେତେବେଳେ ଡିଭାଇସ୍‌ରେ ମାଲଓ୍ୱେର ଦ୍ୱାରା ପ୍ରଭାବିତ ପେଲୋଡ୍‌ ସଫଳତା ପୂର୍ବକ ଇନ୍‌ଷ୍ଟଲ ହୋଇଯାଏ ସେତେବେଳେ ଡ୍ରପର ଆପ୍‌ ଦ୍ୱାଂରା ଡାଉନ୍‌ଲୋଡ୍‌ ହୋଇଥିବା ପେଲୋଡ୍‌ ଲଞ୍ଚ ହୋଇଥାଏ । ତେଣୁ ୟୁଜର୍ସମାନଙ୍କୁ ଏହା ପରାମର୍ଶ ଦିଆଯାଉଛି ଯେ, ଯଦି ଆପଣଙ୍କ ମୋବାଇଲ୍‌ରେ କିଛି ଅଦରକାରୀ ଆପ୍‌ ବା ସନ୍ଦେହଜନକ ଆପ୍‌ ରହିଛି, ତେବେ ସେଗୁଡ଼ିକୁ ତୁରନ୍ତ ଅନ୍‌ଇନ୍‌ଷ୍ଟଲ କରନ୍ତୁ । ତେବେ ସେହିଭଳି କିଛି ଆପ୍‌ଗୁଡ଼ିକ ହେଲା:-

1.Cake VPN (com.lazycoder.cakevpns)
2. Pacific VPN (com.protectvpn.freeapp)
3. eVPN (com.abcd.evpnfree)
4. BeatPlayer (com.crrl.beatplayers)
5. QR/Barcode Scanner MAX (com.bezrukd.qrcodebarcode)
6. Music Player (com.revosleap.samplemusicplayers)
7. tooltipnatorlibrary (com.mistergrizzlys.docscanpro)
8. QRecorder (com.record.callvoicerecorder)

ଆଣ୍ଟିଲିଆ କେସରେ ବଡ଼ ଖୁଲାସା, ସନ୍ଦିଗ୍ଧ ଖସି ପଳାଇଥିବା ଇନୋଭା ବି ମୁମ୍ବାଇ ପୋଲିସର

ମୁମ୍ବାଇ: ଆଣ୍ଟିଲିଆ ମାମଲାରେ ଜଡ଼ିତ ଇନୋଭା କାହାର ? ଇନୋଭା ରହସ୍ୟ ଭେଦ କରିବାରେ ଲାଗିଛି ଏନଆଇଏ । କୁହାଯାଉଛି ମୁକେଶ ଅମ୍ବାନୀଙ୍କ ବାସଭବନ ଆଗରେ ଫେବ୍ରୁଆରୀ ୨୫ରେ ୨ଟି କାର୍ ପହଞ୍ଚିଥିଲା । ଗୋଟିଏ ଥିଲା ସ୍କର୍ପିଓ ଓ ଅନ୍ୟଟି ଇନୋଭା । ସ୍କର୍ପିଓ ଛାଡ଼ି ସନ୍ଦିଗ୍ଧ ଇନୋଭାରେ ଖସି ଫେରାର୍ ହୋଇଯାଇଥିଲା ।

Antilia Bomb Scare Case, Innova Car Mystery Solved

ମୁମ୍ବାଇର ମୁଲୁଣ୍ଡ ଟୋଲ୍ ନିକଟରେ ଇନୋଭାରେ ୨ ଜଣ ଥିବା ଦେଖା ଯାଇଥିଲା । କୁହାଯାଉଛି ଉକ୍ତ ଇନୋଭା କାର୍ ମୁମ୍ବାଇ କ୍ରାଇମବ୍ରାଞ୍ଚର । ସ୍କର୍ପିଓର ମାଲିକ ମନସୁଖ ହିରନ ହୋଇଥିବା ବେଳେ ଇନୋଭା କାହାର ସେନେଇ ଛାନଭିନ୍ ଚାଲିଥିଲା । ଯାଞ୍ଚରୁ ଜଣାପଡ଼ିଛି ଇନୋଭା କ୍ରାଇମବ୍ରାଞ୍ଚର । ଇନୋଭା ମୁମ୍ବାଇ ପୋଲିସର ଅପାରଧ ଶାଖା CIU ୟୁନିଟର । ମାମଲାରେ ଏନଆଇଏ ମୁମ୍ବାଇ ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ୍ ବାଜେଙ୍କୁ ଗିରଫ କରିଛି । ଅନ୍ୟଜଣେ ଅଧିକାରୀ ରିୟାଜ ଫାଜିକୁ ଜେରା ଚାଲିଛି ।

Antilia Bomb Scare Case, Innova Car Mystery Solved

ସଚିନ୍ ବାଜେ ସ୍ପେଶାଲ୍ ବ୍ରାଞ୍ଚକୁ ଆସିବା ପୂର୍ବରୁ କ୍ରାଇମବ୍ରାଞ୍ଚରେ ଥିଲେ । ଆରମ୍ଭରୁ ଏହି ମାମଲାର ଯାଞ୍ଚ କ୍ରାଇମବ୍ରାଞ୍ଚ କରୁଥିଲା । ସୂତ୍ର ଅନୁସାରେ, ଆଣ୍ଟିଲିଆ ମାମଲାରେ ୨ଟି କାର୍ ବ୍ୟବହାର ହୋଇଥିଲା । ସ୍କର୍ପିଓରେ ଜଲୋଟିନ୍ ଷ୍ଟିକ୍ ରଖାଯାଇଥିଲା । ଅନ୍ୟ ଇନୋଭା କାରଟି ସ୍କର୍ପିଓ ପଛେ ପଛେ ଚାଲିଥିଲା । ମୁମ୍ବାଇ ମୁଲୁଣ୍ଡ ଟୋଲରେ ଇନୋଭାକୁ ଦେଖାଯାଇଥିବା ବେଳେ ମୁମ୍ବାଇର ଚେମ୍ବୁରୁ ଅଞ୍ଚଳରୁ ଇନୋଭା ଓ ସ୍କର୍ପିଓ ଏକାଠି ହେବା ସହ ଆଣ୍ଟିଲିଆ ଅଭିମୁଖେ ଆସିଥିଲେ ।

Antilia Bomb Scare Case, Innova Car Mystery Solved

ଆଣ୍ଟିଲିଆ ବାହାରେ ଉଭୟ ଗାଡ଼ି ପହଞ୍ଚିବା ପରେ ସ୍କର୍ପିଓକୁ ବାହାରେ ରଖି ଦେଇ ତାର ଡ୍ରାଇଭର ଇନୋଭାରେ ବସି ଫେରାର୍ ହୋଇ ଯାଇଥିଲା । ଛାଡ଼ି ଯାଇଥିବା ସ୍କର୍ପିଓରେ ଜିଲୋଟିନ୍ ଷ୍ଟିକ୍ ଥିଲା । ଅନ୍ୟପଟେ ଇନୋଭା ମୁଲୁଣ୍ଡ ଟୋଲ୍ ଦେଇ ଥାନେ ପ୍ରବେଶ କରିଥିଲା । ତା’ପରେ ଇନୋଭା କୁଆଡ଼େ ଗଲା ତା’ ଏବେ ରହସ୍ୟ ଘରରେ । ତେବେ, ସବୁଠୁ ବଡ଼ କଥା ହେଉଛି ଗିରଫ ସଚିନ ବାଜେ ଓ ମୃତ ସ୍କର୍ପିଓ ମାଲିକ ମନସୁଖ ହିରନ ଉଭୟ ଥାନେର ।

Antilia Bomb Scare Case, Innova Car Mystery Solved

୧୭ ଫେବ୍ରୁଆରୀରେ ସଚିନଙ୍କ ପାଖରୁ ଚୋରି ହୋଇଥିଲା କି ଏହି ସ୍କର୍ପିଓ ? ଏବେ ଏନଆଇ ଏଧିକାରୀ ଏହାର ତଦନ୍ତ କରୁଛନ୍ତି । ସଚିନଙ୍କ ବାଜେଙ୍କ ଘର ବାହାରେ ଲାଗିଥିବା ସିସିଟଭି ଫୁଟେଜରୁ କାରକୁ ଖୋଜୁଛି ନ୍ୟାସନାଲ ତଦନ୍ତକାରୀ ସଂସ୍ଥା NIA ।

ମମତାଙ୍କୁ ଆକ୍ରମଣ ଘଟଣାର ପ୍ରମାଣ ନାହିଁ କହିଲେ ନିର୍ବାଚନ କମିଶନ

କୋଲକତା: ଖୋଲିଗଲା ମମତାଙ୍କ ପୋଲ । ପଦାରେ ପଡ଼ିଲା ମମତାଙ୍କ ମିଛ ଡ୍ରାମା । ଏଭଳି କିଛି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କାରଣ ନନ୍ଦିଗ୍ରାମରେ ନାମାଙ୍କନ ଦାଖଲ ପରେ ପ୍ରଚାର ସାରି ଫେରିବା ବେଳେ ମମତାଙ୍କ ଉପରେ ଆକ୍ରମଣ ହୋଇଥିବା ଯେଉଁ ଅଭିଯୋଗ ହୋଇଥିଲା । ସେନେଇ କୌଣସି ପ୍ରକାର ପ୍ରମାଣ ନାହିଁ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ବିଭିନ୍ନ ରିପୋର୍ଟକୁ ଆଧାର କରି ନିର୍ବାଚନ କମିଶନ କହିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନଙ୍କ ଏଭଳି ମନ୍ତବ୍ୟ ପରେ ପଶ୍ଚିମବଙ୍ଗ ରାଜନୀତି ଆହୁରି ସରଗରମ ହୋଇଯାଇଛି । ପୂର୍ବରୁ ମମତାଙ୍କୁ ଆକ୍ରମଣ ଘଟଣାକୁ ବିଜେପି ଡ୍ରାମା ବୋଲି କହିଆସୁଥିଲା । ଏବେ କେନ୍ଦ୍ର ନିର୍ବାଚନ କମିଶନଙ୍କ ବୟାନ୍‌, ବିଜେପିକୁ ଆହୁରି ସମାଲୋଚନାର ଖୋରାକ୍‌ ଯୋଗାଇଛି ।

ତେବେ ରବିବାର ଘଟଣାର ଦ୍ୱିତୀୟ ରିପୋର୍ଟ ପାଇବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଖୋଦ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ରିପୋର୍ଟ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଅଲ୍‌ପାନ୍‌ ବନ୍ଦୋପଧ୍ୟାୟ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଶନିବାର ଏକ ରିପୋର୍ଟ ଦାଖଲ କରାଯାଇଥିଲା କିନ୍ତୁ ପରେ ସେଥିରେ ନିର୍ବାଚନ କମିଶନ ସନ୍ତୁଷ୍ଟ ହୋଇନଥିଲେ । ତେଣୁ ରବିବାର ଆଉ ଏକ ରିପୋର୍ଟ ଦିଆଯାଇଥିଲା ।

ନିର୍ବାଚନ ଦାୟିତ୍ୱରେ ଥିବା ଦୁଇ ଜଣ ଅଧିକାରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ମମତାଙ୍କ ସହ ଘଟିଥିବା ଘଟଣା ଆକ୍ରମଣ ନୁହେଁ । କିମ୍ବା କୌଣସି ଉଦେଶ୍ୟ ପ୍ରଣୋଦିତ ନୁହେଁ । ଏହା ଏକ ଆକ୍ସିଡେଣ୍ଟ ।

ଅନ୍ୟପଟେ ନିର୍ବାଚନ ଯେତିକି ପାଖକୁ ଆସୁଛି ଉଷ୍ମତା ସେତିକି ବଢ଼ୁଛି । ମେଡିକାଲରୁ ବାହାରିବା ପରେ ପୁଣି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ । ଆଜିଠୁ ମମତା ପୁଣି ନିର୍ବଚନୀ ପ୍ରଚାର ଆରମ୍ଭ କରିଛନ୍ତି । ହାଜରା କ୍ରସିଂଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସହ ହ୍ୱିଲ୍ ଚେୟାରରେ ପ୍ରଚାର କରିବାକୁ ବାହାରିଛନ୍ତି ମମତା ।

ମାୟୋରୋଡ୍ ଠାରୁ ହାଜରା କ୍ରସିଂ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିବ। ଟିଏମ୍‌ସି ସାଂସଦ ଅଭିଶେକ୍ ବାନାର୍ଜୀ ଏହାର ନେତୃତ୍ୱ ନେବେ । ୧୫ ମାର୍ଚ୍ଚରେ ପୁରୁଲିଆଠାରେ ନିର୍ବାଚନୀ ପ୍ରଚାରରେ ସାମିଲ ହେବେ ମମତା । ସେହିପରି ୧୬ ମାର୍ଚ୍ଚରେ ବାଙ୍କୁରା ଓ ୧୭ ମାର୍ଚ୍ଚରେ ଝାରଗ୍ରାମରେ ମମତା ହ୍ୱିଲ୍ ଚେୟାରରେ ବସି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।

ଇତିହାସ ରଚିଲେ ମିତାଲି : ବିଶ୍ୱର ପ୍ରଥମ ମହିଳା ଭାବେ ODIରେ ହାସଲ କଲେ ୭ ହଜାର ରନ୍

ଲକ୍ଷ୍ନୌ: ଭାରତୀୟ ମହିଳା ଅନ୍ତର୍ଜାତୀୟ ଦିନିକିଆ ଟିମର ଅଧିନାୟକ ମିତାଲି ରାଜଙ୍କ ନୂଆ ରେକର୍ଡ଼ । ପ୍ରଥମ ଭାରତୀୟ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନର ରେକର୍ଡ଼ କରିବା ପରେ ଏବେ ODIରେ ୭ ହଜାର ରନ ପୂରା କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି ମିତାଲି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଦିନିକିଆରେ ମିତାଲି ୨୬ ରନ କରିବା କ୍ଷଣି ହିଁ ତାଙ୍କ ନାଁରେ ଏହି ଉପଲବ୍ଧି ଯୋଡ଼ି ହୋଇଯାଇଛି। ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଷ୍ଟାଡିୟମରେ ଚିଲିଥିବା ସିରିଜରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ରହିଛି ।

୩୮ ବର୍ଷୀୟ ମିତାଲି ପୂର୍ବରୁ ହିଁ ସବୁଠୁ ଅଧିକ ଦିନିକିଆ ଖେଳିଥିବା ମହିଳା ଖେଳାଳି ହୋଇସାରିଛନ୍ତି । ଏଥି ସହିତ ସିରିଜର ତୃତୀୟ ମ୍ୟାଚରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନର ରେକର୍ଡ଼ କରିଛନ୍ତି । ଏଥିସହିତ ଭାରତର ପ୍ରଥମ ଓ ବିଶ୍ୱର ଦ୍ୱିତୀୟ ମହିଳା କ୍ରିକେଟର ଭାବେ ଏହି ଉପଲବ୍ଧି ହାସ କରିଛନ୍ତି ମିତାଲି।

ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର ଚାର୍ଲେଟ୍ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିଥିଲେ। ଏବେ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍‌ରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହେବାକୁ ଏଡୱାର୍ଡସଙ୍କ ଠାରୁ ୨୯୯ ରନ୍‌ ପଛରେ ରହିଛନ୍ତି ମିତାଲି।

ଏତେ ବଡ଼ ରେକର୍ଡ଼ କରି ବି ମିତାଲି ଚତୁର୍ଥ ଦିନିକିଆରେ ହାଫ୍ ସେଞ୍ଚୁରୀରୁ ବି ବଞ୍ଚିତ ହୋଇଛଠନ୍ତି। ସେ ୪୫ ରନ କରି ଆଉଟ୍ ହୋଇଯାଇଥିଲେ।

ଏବେ ଜାଣିବା ମିତାଲିଙ୍କ କ୍ୟାରିୟର ବିଷୟରେ। ମିତାଲି ନିଜ କ୍ୟାରିୟରର ପ୍ରଥମ ଦିନିକିଆ ମ୍ୟାଚ୍ ୧୯୯୯ରେଖେଳିଥିଲେ ଏବଂ ସେଥିରେ ସେ ୧୧୪ ରନ କରି ନଟ ଆଉଟ୍ ରହିଥିଲେ । ଏହାପରେ ସେ ୨୦୦୩ରେ ୧ ହଜାର ରନ ହାସଲ କରିଥିଲେ । ଏହାର ମାତ୍ର ୩ ବର୍ଷ ଭିତରେ ହିଁ ୨୦୦୬ରେ ମିତାଲି ଦିନିକିଆରେ ୨ହଜାର ରନ୍ ହାସ କରିଥିଲେ । ସେହିପରି ୨୦୦୮ରେ ୩ ହଜାର ରନ୍ ଓ ୨୦୧୧ରେ ୪୦୦ ରନ୍ ପୂରା କରିଥିଲେ । ସେତେବେଳେ ସେ ବିଶ୍ୱର ୫ ନମ୍ବର ରାଙ୍କରେ ଥିଲେ। ଆଉ ଏହାର ୪ ବର୍ଷ ଭିତରେ ସେ  ୫ ହଜାର ରଣ ପୂରଣ କରିସାରିଥିଲେ । ଏଥିସହିତ ସେ ୫ ନମ୍ର ରାଙ୍କର ରୁ ସିଧା ୨ ନମ୍ବର ରାଙ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ନ୨୦୧୭ରେ ରେ ୬ହଜାର ଆଉ ଏବେ ସେ ୭ହଜାର ରନ କରି ଏକମାତ୍ର ମହିଳା କ୍ରିକେଟର ଭାବେ ହାସଲ କରିଛନ୍ତି ବିଶ୍ୱର ନମ୍ବର ୱାନ୍ ରାଙ୍କ।

 

 

ଯବାନଙ୍କ ପାଇଁ ଆଇଇଡି ଖଞ୍ଜିବା ବେଳେ ହେଲା ବିସ୍ଫୋରଣ, ଜଣେ ମାଓବାଦୀ ମୃତ

ମାଲକାନଗିରି: ନିଜ ଜାଲରେ ନିଜେ ଫସିଲା ଲାଲବାହିନୀ  । ଯବାନଙ୍କୁ ଟାର୍ଗେଟ କରି ଆଇଇଡି ଖଞ୍ଜିବା ବେଳେ ବିସ୍ଫୋରଣ । ବିସ୍ଫୋରଣରେ ନକ୍ସଲ ଲ୍ୟାଣ୍ଡମାଇନ୍‌ ଏକ୍ସପର୍ଟ ସୁନୀଲ ପଦମର ମୃତ୍ୟୁ ହୋଇଛି  । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ବେଚାପାଲ-ହେରିପାଲ୍ ରାସ୍ତା ନିର୍ମାଣ କାର୍ଯ୍ୟର ସୁରକ୍ଷା ଦାୟିତ୍ବରେ ଥିବା ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଆଇଇଡି ଖଞ୍ଜୁଥିଲେ  । ମୃତ ମାଓବାଦୀ ସୁନୀଲ ମିତରୁର ଅଞ୍ଚଳର ହୋଇଥିବା ବେଳେ, ଭେମଗଡ଼ ଏରିଆ କମିଟି ସଦସ୍ୟ ଥିଲା  ।

ସେପଟେ ନାରାୟଣପୁର ଜିଲ୍ଲାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ । ଅପରେସନ ବେଳେ ଠାବ ହୋଇଛି ୫ କିଲୋର ପ୍ରେସର୍ ଆଇଇଡି । ନାରାୟଣପୁର ଜିଲ୍ଲା ବୁରଗମ୍ ନାଳା ଅଞ୍ଚଳରେ ୪୫ ବାଟାଲିୟନର ଆଇଟିବିପି ଯବାନ କମ୍ବିଂ ଅପରେସନ କରୁଥିବା ବେଳେ ଠାବ କରିଥିଲେ ଆଇଇଡି । ପରେ ଯବାନମାନେ ଏହାକୁ ନିଷ୍କ୍ରିୟ କରିଛନ୍ତି । ଦୁଇ ଟି ଜିଲ୍ଲାରେ ଗୋଟେ ଦିନରେ ମାଓବାଦୀଙ୍କ ଦୁଇଟି ବିସ୍ଫୋରଣ ଯୋଜନା ପଣ୍ଡ କରିଛନ୍ତି ଯବାନମାନେ ।

ହତ୍ୟାକାଣ୍ଡର ୧୩ ବର୍ଷ ପରେ ଧରାପଡ଼ିଲା ପଞ୍ଚମ ଅଭିଯୁକ୍ତ

ଭୁବନେଶ୍ୱର: ମଞ୍ଚେଶ୍ୱର ଅଞ୍ଚଳରେ ସଂଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ମାମଲା । ୧୩ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତର ନାଁ ହେଉଛି ବିକ୍ରମାଦିତ୍ୟ ଜେନା । ଆଜି ପ୍ରେସମିଟରେ ହତ୍ୟାକାଣ୍ଡ ବାବଦରେ ଖୁଲାସା କରିଛି ପୋଲିସ । ୨୦୦୮ରେ ମଞ୍ଚେଶ୍ୱର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ୨୦୦୮ ଅକ୍ଟୋବର ୧୦ ତାରିଖରେ ହତ୍ୟା କରାଯାଇଥିଲା । ଚକେଇସିଆଣି ନିକଟ ରାସ୍ତାକଡ଼ରୁ କାର୍‌ ଭିତରୁ  ସୁମନ୍ତଙ୍କ ମୃତଦେହ ମିଳିଥିଲା ।

ତେବେ ଘଟଣାରେ ପୂର୍ବରୁ ମୁଖ୍ୟଅଭିଯୁକ୍ତ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ପଞ୍ଚମ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ପଞ୍ଚମ ଅଭିଯୁକ୍ତ ହେଉଛି ଲିଟୁଆ ଓରଫ ବିକ୍ରମାଦିତ୍ୟ ଜେନା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୁନୀଲକୁ ପୂର୍ବରୁ ଗିରଫ କରାଯାଇଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁମନ୍ତଙ୍କୁ ହତ୍ୟା କରିଥିଲା ସୁନୀଲ । ତେବେ ସୁନୀଲକୁ ସହଯୋଗ କରିଥିଲେ ବିକ୍ରମାଦିତ୍ୟ ଏବଂ ଅନ୍ୟମାନେ ।

ପୁରୁଣା ଅଭିଯୁକ୍ତଙ୍କୁ ଧରିବାକୁ କମିଶନରେଟ ପୋଲିସର ଅଭିଯାନରେ ବିକ୍ରାମାଦତ୍ୟ ଗିରଫ ହୋଇଛି । ପ୍ରେସମିଟରେ ପୋଲିସ କମିଶନର କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପରେ ବିକ୍ରମାଦିତ୍ୟ ପୁନେ ପଳାଇଥିଲା । ପୁନେରେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରିବା ସହ ମଞ୍ଚେଶ୍ୱରରେ ଥିବା ରୋଗାଗ୍ରସ୍ତ ମାଆଙ୍କ ସହ ଯୋଗାଯୋଗରେ ଥିଲା । ଏବିଷୟରେ ଜାଣିବା ପରେ ଭୁବନେଶ୍ୱର ସ୍ପେଶାଲ ସ୍କ୍ୱାର୍ଡ ତାଙ୍କୁ ମଞ୍ଚେଶ୍ୱର ଅଞ୍ଚଳରୁ ଗିରଫ କରିଥିଲା ।

ହତ୍ୟାକାଣ୍ଡର କାରଣ ?

୨୦୦୮ ମସିହାରେ ମୁଖ୍ୟଅଭିଯୁକ୍ତ ଯେଉଁ କଲେଜରେ ପଢୁଥିଲେ ଏବଂ ସୁମନ୍ତ ତାଙ୍କ ସିନିୟର ଥିଲେ । ସୁମନ୍ତ ଅଭିଯୋଗ କାରଣରୁ ସୁନୀଲ କଲେଜରୁ ବହିଷ୍କାର କରାଯାଇଥିଲା । ଏବଂ ଏହାର ପ୍ରତିଶୋଧ ନେବାକୁ ଯାଇ ସୁଚିନ୍ତିତ ଯୋଜନା କରି ତାଙ୍କୁ ସଂଗୀତ ନିର୍ଦ୍ଦେଶନା ଦେବାକୁ ଡାକି ଏକାଠି ହୋଇ ହତ୍ୟା କରିଥିଲେ ଏବଂ ସୁମନ୍ତଙ୍କ ମୃତ ଦେହକୁ ତାଙ୍କ କାରରେ ରଖି ପଳାଇଯାଇଥିଲେ ।

କାରରେ ଜୀବନ ବିତାଉ ଥିଲେ ସାର୍, ଛାତ୍ର ବଦଳାଇ ଦେଲେ ଭାଗ୍ୟ

ୱାଶିଂଟନ୍: ଗୁରୁ ଶିଷ୍ୟଙ୍କ ଭବିଷ୍ୟତ ତିଆରି କରନ୍ତି । ଏକଥା ପଢ଼ିଛେ, ଶୁଣିଛେ ଓ ଦେଖିଛେ ମଧ୍ୟ । କିନ୍ତୁ ଆମେରିକାରେ ଗୁରୁଙ୍କ ଭାଗ୍ୟକୁ ବଦଳାଇ ଦେଇଛନ୍ତି ତାଙ୍କ ଶିଷ୍ୟ । ହଁ… ଏମିତି ହିଁ ଘଟିଛି କାଲିଫର୍ଣ୍ଣିଆରେ ପେଶାରେ ଶିକ୍ଷକ ଥିବା ଜୋସ୍ ଭିଲ୍ଲାରୁଏଲଙ୍କ ସହ । ୨୦୧୩ ମସିହାରୁ ଜୋସ୍ କାରକୁ ଘର କରି ନେଇଥିଲେ । ଆର୍ଥିକ ଅନଟନ ଯୋଗୁଁ ନିଜର ୧୯୯୭ ମସିହାର ନୀଳ ରଙ୍ଗର କାରରେ ରହି ଆସୁଥିଲେ ଜୋସ୍ ।

Teacher Living In His Car Gets Surprise From Former Students

ତେବେ ମହାମାରୀ କରୋନା ପରେ ସ୍ଥିତି ସଙ୍ଗୀନ ହୋଇ ପଡ଼ିଥିଲା । ମହାମାରୀ କରୋନା ପାଇଁ ସ୍କୁଲ୍ ବନ୍ଦ ହୋଇଯିବା ପରେ ଜୋସ୍ ଘର ଖର୍ଚ୍ଚ ଲାଗି ଅସମର୍ଥ ହୋଇ ପଡ଼ିଥିଲେ । କାରଣ ଆୟର ଅଧିକାଂଶ ଟଙ୍କା ମେକ୍ସିକୋରେ ରହୁଥିବା ପରିବାରକୁ ପଠାଉଥିଲେ ଜୋସ୍ । ସାରଙ୍କ ଏମିତି ଅବସ୍ଥା ଦେଖି ଚିନ୍ତିତ ହୋଇ ପଡ଼ିଥିଲେ ଛାତ୍ର ଷ୍ଟିବନ ।

Teacher Living In His Car Gets Surprise From Former Students

ଭାବିଥିଲେ କିଛି ନୂଆ କରିବେ, ସାରଙ୍କ ଜୀବନ ବଦଳାଇବେ । ଆଉ ସେଇ ଲକ୍ଷ୍ୟରେ ଷ୍ଟିବନ ସାରଙ୍କ ଲାଗି ଫଣ୍ଡ ରେଜିଂ ଆକାଉଣ୍ଟ ତିଆରି କରିଥିଲେ । ଆଉ ଯେଉଁଥିରେ ଜମା ହେବାରେ ଲାଗିଥିଲା ଟଙ୍କା । ଷ୍ଟିବନଙ୍କ ପୋଷ୍ଟ ପରେ ଅନେକ ଜୋସଙ୍କୁ ଭେଟି ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି ।

Teacher Living In His Car Gets Surprise From Former Students

୫ ହଜାର ଡଲାର ଏକାଠି କରିବା ପାଇଁ ଷ୍ଟିବନ ଲକ୍ଷ୍ୟ ରଖିଥିଲେ । ଲକ୍ଷ୍ୟଠାରୁ ୬ ଗୁଣ ଅଧିକ ଟଙ୍କା ଏକାଠି ପରେ ସାରଙ୍କ ୭୭ତମ ଜନ୍ମଦିନରେ ତାଙ୍କୁ ସେହି ଟଙ୍କା ଉପହାର ଭାବେ ଦେଇଛନ୍ତି ଛାତ୍ର । ଜୀବନରେ ଏମିତି କିଛି ସ୍ୱପ୍ନରେ ଭାବିନଥିବା ଜୋସ୍ ସରପ୍ରାଇଜ୍ ପାଇ ବେଶ୍ ଖୁସି ଅଛନ୍ତି । ସାରଙ୍କୁ ଜନ୍ମଦିନରେ ୨୭ ହଜାର ଡଲାର ଚେକ୍ ଦେଇଛନ୍ତି ଛାତ୍ର ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଆତଙ୍କବାଦୀ, ଘେରାବନ୍ଦୀରେ ଫଶିଲା ଜୈସ୍‌ର ଟପ୍ କମାଣ୍ଡର

ଶ୍ରୀନଗର: ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ସଫଳତା । ଜମ୍ମୁ-କାଶ୍ମୀରର ସୋପିଆନ ଜିଲ୍ଲା ରାୱଲପୋରାଠାରେ ଏନକାଉଣ୍ଟର । ଜଣେ ଆତଙ୍କବାଦୀ ନିହତ । ଏହି ଅଞ୍ଚଳରେ କେତେଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିବା ପରେ ସୁରକ୍ଷାକର୍ମୀମାନେ ଘେରାବନ୍ଦୀ କରିଥିଲେ । ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

ଘେରାବନ୍ଦୀ ଅଞ୍ଚଳରେ ଜୈସ୍‌ ଆତଙ୍କବାଦୀ ସଂଗଠନର ଟପ୍ କମାଣ୍ଡର ସଜାଦ୍ ଆଫଗାନି ଲୁଚି ରହିଥିବା ଆଶଙ୍କା କରାଯାଉଛି । ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଅନ୍ୟପଟେ ରାଜ୍ୟରେ ପ୍ରାୟ ୨ଶହ ଆତଙ୍କବାଦୀ ସକ୍ରିୟ ଥିବା ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ।

ସେପଟେ ମୃତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ । ତା’ ନିକଟରୁ ଏମ୍-୪ କାର୍ବଇନ, ୩୬ଟି ଗୁଳି, ନଗଦ ୯,୬୦୦ଟଙ୍କା ଏବଂ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।

ଆମ କଲିଜା କ’ଣ ଏତେ ଶସ୍ତା ଯେ ଆତ୍ମହତ୍ୟା କରିବୁ: ସୁରେଶ ରାଉତରାୟ

ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମ ପ୍ରସଙ୍ଗ । ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ପ୍ରାର୍ଥନା କରିବାକୁ କହିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେହିପରି ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବାକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଦାବି କରିଛନ୍ତି  ।

ବିଜେପି ବିଧାୟକ ଦଳ ବୈଠକ କରି ଦୁଃଖ ପ୍ରକାଶ କରିବାକୁ ସେ ପରାମର୍ଶ ଦେଇଛନ୍ତି  । ତେବେ ବିଜେପି ବିଧାୟକ ଭୁଲ କରିଛନ୍ତି, ଏଣୁ କ୍ଷମାପ୍ରାର୍ଥନା କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବାଚସ୍ପତି । ସେପଟେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଏସବୁ ଡ୍ରାମା ଚାଲିଛି ।

କେବଳ ସେତିକି ନୁହେଁ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ଏସବୁ ହେଉଛି ଡ୍ରାମା, ଆମ ରାଜନୀତି ମଧ୍ୟ ଡ୍ରାମା । ଭୋଟ ପାଇଁ ଆମେ ଯେକୌଣସି ପ୍ରକାର ସୁବିଧା ହାତକୁ ନେଇ ପାରିବୁ । ଭୋଟ ପାଇଁ ବିଜେପି ବିଧାୟକ ଏମିତି କରିଛନ୍ତି । ଏମିତି କଲେ ତାଙ୍କ ନିର୍ବାଚନ ମଣ୍ଡଳିର ଲୋକ କହିବେ ଚାଷ ପାଇଁ ତାଙ୍କ ହୃଦୟ ଫାଟିଯାଉଛି ତେଣୁ ଦରଦ ଆସିବ । ମୁଁ ବି ଆତ୍ମହୂତୀ ନେଇ ଘୋଷଣା କରିଛି । ଏସବୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସତରେ କଣ ଆତ୍ମହୂତୀ କରି ଦେବି ନାଁ କଣ ?  ଆମ କଲିଜା କଣ ଶସ୍ତା କଲିଜା ନା କଣ ? ତେଣୁ ସେ ଯାହା କରିଛନ୍ତି ତା ପାଇଁ କ୍ଷମା ମାଗି ଦିଅନ୍ତୁ ।

ସତର୍କ ରହିବା ହିଁ ହେବ କରୋନା ସହିଦ ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ପୁଣି ଫେରିବା ଭୟ ରହିଥିବାରୁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ,  କରୋନାକୁ  ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ  ଓଡ଼ିଶା ଭଲ ସ୍ଥିତିରେ ଅଛି । ଯାହାକୁ  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଏବଂ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି  ।

କରୋନାକୁ ନିୟନ୍ତ୍ରିତ କରିବାରେ ରାଜ୍ୟ ସଫଳ ହୋଇଛି କିନ୍ତୁ ଆହୁରି ସତର୍କର ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ, ଜିରୋ ଇନଫେକସନ ଆମର ଲକ୍ଷ୍ୟ  ।

ରୋଗକ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ କାରଣ ବିପଦ ଏବେବି ଟଳିନାହିଁ । ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡରେ ସ୍ଥିତି ବିଗୁଡିଛି ଏହାସହ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକଡାଉନ ହୋଇଛି । ଲକଡାଉନ ସମୟର ସ୍ମୃତି ଏବେବି ଆମ ମନରେ  ତାଜା ।  ଆମର ଅର୍ଥନୀତି, ଆମର ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି । ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱଭାବିକ ଅବସ୍ଥା ଫେରିଛି । ଆମେ କେହି ଲକ୍‍ଡାଉନ୍‍କୁ ଫେରିବାକୁ ଚାହୁଁ ନାହୁଁ । ଏବଂ ଲକ୍‍ଡାଉନ୍‍କୁ ନ ଫେରିବାର ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା । ଆମେ ସତର୍କ ରହିଲେ ଲକ୍‍ଡାଉନ୍‍ ଭଳି ସ୍ଥିତି ଉପୁଜିବ ନାହିଁ । ତେଣୁ ପୂର୍ବଭଳି କରୋନା ଗାଇଡଲାଇନ ମାନି ଚଳିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବାହାରକୁ ଗଲେ ମାସ୍କ୍‍ ନିଶ୍ଚୟ ପିନ୍ଧିବା, ବେକରେ ଝୁଲାଇକରି ନୁହେଁ, ଠିକ୍‍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଘରକୁ ଫେରିଲେ ସାବୁନ୍‍ରେ ଭଲକରି ହାତ ଧୋଇବା ଏବଂ ମୁହଁ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବାକୁ ବାରଣ କରିଛନ୍ତି ।

ବର୍ତ୍ତମାନ କରୋନା ପାଇଁ ଟିକାକରଣ ଆମ ରାଜ୍ୟରେ ସଫଳ ଭାବେ ଚାଲିଛି । ଏ ଦିଗରେ ସହଯୋଗ କାମନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କରୋନା ବିରୁଦ୍ଧରେ ଆମର ଲଢ଼େଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ । ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହଁ । ସେହି ଯୋଦ୍ଧାମାନଙ୍କର ବଳିଦାନକୁ କେବେ ବି ବ୍ୟର୍ଥ ଯିବାକୁ ଦେବା ନାହିଁ । ସତର୍କ ରହିବା ହିଁ ସହିଦ୍‍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ିଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନ ଓ ପୋଲିସ୍‍ କୁ ନିର୍ଦ୍ଦେଶ ଦେଇଥିବା ସ୍ପଷ୍ଟ କରିଛନ୍ତି । ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ । ତାଙ୍କ ଅନୁରୋଧକୁ ରାଜ୍ୟବାସୀ ରକ୍ଷା କରିବେ ବୋଲି ପୂର୍ଣ୍ଣ ଭରସା ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆମେ ସମସ୍ତେ ମିଶି ଶୂନ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା ବୋଲି ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।