ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ବିଭ୍ରାଟ ପରେ ସେହି ଧରଣର ସ୍ଥିତି ବାହୁଡ଼ାରେ ନଘଟୁ। ବାହୁଡ଼ାରେ ଭିଆଇପି ଓ ଭିଭିଆଇପି ସଂସ୍କୃତି ବନ୍ଦ ହେଉ ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି- ପ୍ରଭୁ ଜଗନ୍ନାଥଙ୍କ ପାଖରେ ସବୁ ସମାନ। ଯେଉଁମାନେ ଅଧିକୃତ ସେମାନଙ୍କୁ ଡ୍ୟୁଟି ପାସ ଦେଇ କର୍ଡନ ଭିତରକୁ ଛଡ଼ା ଯାଉ। ସରକାରୀ ଦଳର କାହାକୁ କର୍ଡନ ଭିତରକୁ ଛଡ଼ା ନଯାଉ। ସେ ଆଇନ୍ ମନ୍ତ୍ରୀ ଥିବାବେଳେ ଗୋଟିଏ ହେଲେ ବି କର୍ଡନ ପାସ୍ ଦିଆଯାଇ ନଥିଲା। କର୍ଡନ ପାସ ନିଷିଦ୍ଧ ହେଉ ବୋଲି ସେ ଦାବି କରିଛନ୍ତି।
ସୁବର୍ଣ୍ଣରେଖାରେ କମୁଛି ପାଣି : ରାଜ୍ୟରେ ନାହିଁ ବନ୍ୟା ସ୍ଥିତି
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ସୁବର୍ଣ୍ଣରେଖାରେ ପାଣି କମିଛି। କେଉଁ ବେସିନରେ ପାଣି ଅଧିକ ନାହିଁ। ସତର୍କ ସୂଚନା କେଉଁଠି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସେ କହିଛନ୍ତି ଛତିଶଗଡରେ ବର୍ଷା ହେଉଛି। ଛତିଶଗଡ଼ ପାଣି ଛାଡିବାକୁ ଆମେ ଅପେକ୍ଷା କରିଛୁ। ସ୍ୱାଭାବିକ ପ୍ରକ୍ରିୟାରେ SOP ଅନୁସାରେ ହୀରାକୁଦର ୬ ଗେଟ ଖୋଲା ହେବ। ହେଲେ ସତର୍କ ସ୍ଥିତି ନାହିଁ। ୬୩୦ ଫୁଟ ହୀରାକୁତ ଜଳ ଧାରଣ କ୍ଷମତା ରହିଛି। ଏବେ ୬୦୫ ଫୁଟ ପାଣି ଅଛି। ମହାନଦୀ ଉପରମୁଣ୍ଡ ସୁନ୍ଦରଗଡ଼ ଓ ଛତିଶଗଡ ଛଡା ଆଉ କେଉଁଠି ବର୍ଷା ନାହିଁ। ରାସ୍ତା ସମ୍ପ୍ରସାରଣ ଯୋଗୁଁ ଭୁବନେଶ୍ୱରରେ ୬ ନମ୍ବର ଡ୍ରେନରେ ସ୍ଲାବ ଦବିଛି. ତେଣୁ ଜଳ ନିଷ୍କାସନ ହେବାରେ ସମସ୍ୟା ହେଉଛି। ସକାଳେ ଘଟଣା ସ୍ଥଳ ପରିଦର୍ଶନ କରାଯାଇଛି। ଜଳ ସମ୍ପଦ ବିଭାଗ ଅସ୍ଥାୟୀ ବିକଳ୍ପ ଭାବେ ତାକୁ ଖୋଳିକି ପାଣି ବାହାର କରାଯିବ।
ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି
ନନ୍ଦିଘୋଷ ବ୍ୟୁରୋ: ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି। ଆଜି ନବମୀ ସନ୍ଧ୍ୟା ଦର୍ଶନ। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର କରିଛନ୍ତି ଅନୁଧ୍ୟାନ। ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ସେନେଇ ମଧ୍ୟ ଅନୁଧ୍ୟାନ କରିଛନ୍ତି। ଗୁଣ୍ଡିଚା ମନ୍ଦିର ଭିତରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଏବଂ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥାର କରିଛନ୍ତି ଅନୁଧ୍ୟାନ। ପୋଲିସ ଡିଜିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।
ସେପଟେ ସନ୍ଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିରହିଛି । ମହାପ୍ରଭୁଙ୍କ ଦର୍ଶନ ଶୃଙ୍ଖଳିତ ଭାବେ ଚାଲିଛି । ସବୁ ଯାଗାରେ ପୋଲିସ ମୁତୟନ ରହିଛନ୍ତି । ବାହୁଡା଼ ପାଇଁ ପ୍ରସ୍ତୁତି ସରିଛି । ବାହୁଡା଼ ଓ ସୁନାବେଶ ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି । ପୋଲିସ ର କଟକଣା ମାନିବା ପାଇଁ ଭକ୍ତ ଶ୍ରଦ୍ଧାଳୁକୁ ନିବେଦନ କରିଛନ୍ତି ଡିଜିପି ୱାଇ ବି ଖୁରନୀୟା ।
ଆଫଗାନିସ୍ତାନର ତାଲିବାନ ଶାସନକୁ ସରକାରୀ ସ୍ବୀକୃତି ଦେଲା ରୁଷ
ନନ୍ଦିଘୋଷ ବ୍ୟୁରୋ: ଆଫଗାନିସ୍ତାନର ତାଲିବାନ ଶାସନକୁ ସରକାରୀ ଭାବେ ସ୍ବୀକୃତି ଦେଇଛି ରୁଷ। ତାଲିବାନ ସରକାରକୁ ସ୍ବୀକୃତି ଦେବାରେ ରୁଷ ହେଉଛି ପ୍ରଥମ ରାଷ୍ଟ୍ର। ଏହା ଏକ ସାହସିକ ନିଷ୍ପତ୍ତି ବୋଲି କହିଛନ୍ତି ତାଲିବା ସରକାର। ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମରି ଖାଁ ମୁତ୍ତାକି ଓ ରୁଷର ରାଷ୍ଟ୍ରଦୂତ ଦିମିତ୍ରି ଝିରନୋଙ୍କ ମଧ୍ୟରେ ଆଲୋଚନା ପରେ ତାଲିବାନ ସରକାରକୁ ରୁଷ ସ୍ବୀକୃତି ଦେଇଛି। ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବା ପରଠାରୁ ବିଭିନ୍ନ ପ୍ରସଙ୍ଗରେ ଏହି ସରକାରକୁ ବିଶ୍ବସ୍ତରରେ ସମାଲୋଚନା କରାଯାଇଥିଲା। ବିଶେଷ କରି ତାଲିବାନୀ ନୀତିକୁ ସମାଲୋଚନା କରାଯାଉଥିଲା। ଆଫଗାନିସ୍ତାନରେ ଚୀନ ଓ ପାକିସ୍ତାନ ସମେତ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତ ଥିଲେ ବି ତାଲିବାନ ସରକାରକୁ ସେହି ଦେଶମାନେ ସ୍ବୀକୃତି ଦେଇନାହାନ୍ତି। ଆଫଗାନିସ୍ତାନରେ ୧୯୯୬ରୁ ୨୦୦୧ ଯାଏ ତାଲିବାନ ଶାସନ ଚାଲିଥିଲା। ପରେ ୨୦୨୧ରେ ସେମାନେ ପୁଣି ଶାସନକୁ ଆସିଥିଲେ ।
ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ: ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ଅଭିଯୋଗ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଦ୍ୟାଧରପୁର ଗାଁରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ବାଲିବରେଇ ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ର ମଣ୍ଟୁ ଜେନାଙ୍କ ମୃତ୍ୟୁ ହୋଇଛି। ଶିକ୍ଷକ ପ୍ରମୋଦ ସାରଙ୍କ ମାଡ଼ରେ ପୁଅର ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ମାଆ ଅପର୍ଣ୍ଣା ଜେନା। ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହେବାପରେ ସ୍କୁଲକୁ ପୁଅକୁ ପଠାଇଥିଲେ। ପୁଅକୁ ମାରପିଟ ନକରିବା, ଚାପ ନଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ପାଠ କରିନଥିବାରୁ ୨ ଦିନ ତଳେ ପ୍ରମୋଦ ସାର ମାଡ଼ ମାରିଥିଲେ । ଫଳରେ ଘରକୁ ଆସି ଅସୁସ୍ତ ହୋଇପଡିଥିଲା ପୁଅ। ତୁରନ୍ତ ତାକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ପୁଅର ମୃତ୍ୟୁ ହୋଇଥିବାବେଳେ ପୋଷ୍ଟମର୍ଟମ ନ କରି ଛାଡ଼ି ଦେଇଥିଲେ ଡାକ୍ତର। ଅନ୍ୟପଟେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି ଯେ ରୋଗ ପାଇଁ ଛାତ୍ରର ମୃତ୍ୟୁ ହୋଇଛି। ଦଣ୍ଡ ମୁକ୍ତ ଅଞ୍ଚଳରେ ଆମେ କୌଣସି ଛାତ୍ର ଛାତ୍ରୀଙ୍କୁ ଦଣ୍ଡ ଦେଉନୁ ବୋଲି କହିଛନ୍ତି।
ପାଣିଟାଙ୍କି ଉପରେ ଚଢ଼ି ମହିଳାଙ୍କ ହାଇଡ୍ରାମା
ନନ୍ଦିଘୋଷ ବ୍ୟୁରୋ: ଓଭରହେଡ ପାଣି ଟାଙ୍କି ଉପରେ ଚଢି ଜଣେ ମାନସିକ ବିକୃତ ମହିଳାଙ୍କ ହାଇଡ୍ରାମା। କେନ୍ଦୁଝର ଜିଲ୍ଲା ଘଟଗାଁ ବଜାର ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଓଭରହେଡ ପାଣି ଟାଙ୍କି ଉପରେ ଚଢ଼ି ଓହ୍ଲାଇବାର ନାଁ ଧରୁନି । ଦୀର୍ଘ ଘଣ୍ଟା ହେବ ମହିଳା ଜଣଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛି ଅଗ୍ନିଶମ ବାହିନୀ। ଉଦ୍ଧାର କରିବାକୁ ପାଖକୁ ଗଲେ ମହିଳା ଜଣଙ୍କ ବାଡି ଦେଖାଇବା ସହ ଏପଟେ ସେପଟେ ଦୌଡୁଛି । ଯାହାଫଳରେ ଉଦ୍ଧାର କରିବା କଷ୍ଟକର ହୋଇପଡିଛି । ମହିଳାଙ୍କୁ ଉଦ୍ଧାର ପାଇଁ ନୟାନ୍ତ ହେଲେଣି ଅଗ୍ନିଶମ କର୍ମଚାରୀ ।
ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର
ନନ୍ଦିଘୋଷ ବ୍ୟୁରୋ: ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଜି ସକାଳ ୬ଟା ୩୦ ସୁଦ୍ଧା ୬୦୪ .୪୩ ଫୁଟ ଜଳସ୍ତର ରହିଥିବାବେଳେ ଏହି ସ୍ତର ଅଧିକ ବଢ଼ିବା ସମ୍ଭାବନା ରହିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୧ଲକ୍ଷ ୪୨ ହଜାର ଘନଫୁଟ ଜଳା। ସେପଟେ ବିଭିନ୍ନ କେନାଲ ଦେଇ ନିଷ୍କାସନ ହେଉଛି ୩୪ ହଜାର ଘନଫୁଟ ଜଳ। ତେଣେ ଆସନ୍ତା ୬ରେ ହୀରାକୁଦ ଛାଡ଼ିବ ବର୍ଷର ପ୍ରଥମ ବନ୍ୟାଜଳ। ପୂଜାର୍ଚ୍ଚନା ପରେ ଖୋଲିବ ଗେଟ। ତଳିଆ ଅଞ୍ଚଳ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି।
ଆଜି ଆଡ଼ପ ମଣ୍ଡପରେ ସରିବ କାଳିଆର ଲୀଳାଖେଳା
ନନ୍ଦିଘୋଷ ବ୍ୟୁରୋ: ଆଜି ଆଡ଼ପ ମଣ୍ଡପରେ ସରିବ କାଳିଆର ଲୀଳାଖେଳା । ଚଳିତବର୍ଷର ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ଦେବେ ଶ୍ରୀଜୀଉ । ନବମୀ ଦିନରେ ରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କ ଦର୍ଶନ କରିବେ । ଆଜିର ଦର୍ଶନରେ ବିଶେଷ ମହତ୍ୱ ରହିଛି । ତେଣୁ ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କୁ ସନ୍ଧ୍ୟାଦର୍ଶନ କରିବ ଲକ୍ଷାଧିକ ଶ୍ରଦ୍ଧାଳୁ । ବାହୁଡ଼ା ପାଇଁ ସନ୍ଧ୍ୟା ୬ ଟା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ। ସିଂହାସନକୁ ଚାରମାଳ ବାନ୍ଧିବାକୁ କୋଠ ସୁଆସିଆଙ୍କୁ ପ୍ରାୟ ୯ ଘଣ୍ଟା ଲାଗେ । ଏହାସହ ଅନ୍ୟାନ୍ୟ ନୀତି ବଢେ । ତେଣୁ ଦର୍ଶନକୁ ଆଗୁଆ ବନ୍ଦ ରଖାଯିବ । କାଲି ମାଉସୀମା ହାତରୁ ପୋଡ଼ପିଠା ଖାଇ ବାହୁଡିବେ କଳାଠାକୁର । ସେଥିପାଇଁ ବଳଗଣ୍ଡି ମାଉସୀମା ମନ୍ଦିର ତରଫରୁ ସରିଛି ପ୍ରସ୍ତୁତି । ସେପଟେ ବାହୁଡା ଯାତ୍ରା ପାଇଁ ପୋଲିସ ଛାଉଣୀରେ ରହିଛି ପୁରୀ ସହର । ସିସିଟିଭି ବଳୟ ଭିତରେ ରହିଛି ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ରାସ୍ତା ।
ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ବର୍ଷିବ
ନନ୍ଦିଘୋଷ ବ୍ୟୁରୋ: ଆହୁରି ୩ ଦିନ ରାଜ୍ୟରେ ବର୍ଷା । ଉତ୍ତର-ପୂର୍ବ ଆରବ ସାଗରରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଗତି କରୁଥିବା ଟ୍ରପଲାଇନ୍ ପ୍ରଭାବରେ ବର୍ଷା ଜାରି ରହିଛି । ପଶ୍ଚିମବଙ୍ଗ ପାଖାପାଖି ଥିବା ଲଘୁଚାପ କ୍ଷେତ୍ର କାଲି ସୁଦ୍ଧା ଉତ୍ତର ଓଡ଼ିଶା ଦେଇ ଝାଡ଼ଖଣ୍ଡକୁ ଗତି କରିବା ନେଇ ସମ୍ଭାବନା ରହିଛି । ତେଣୁ ଆଗାମୀ ୨୪ ଘଣ୍ଟାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୬ ତାରିଖ ଯାଏଁ ଅତିରୁ ଅତି ପ୍ରବଳ ବର୍ଷା ଲାଗିକି ରହିବ। ଆଶଙ୍କା କରାଯାଇଛି । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି 30-40 କିଲୋମିଟର ରହିପାରେ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
ବିଜେଡି ନେତ୍ରୀଙ୍କ ପ୍ରତି ନୀଳଗିରି ବିଧାୟକଙ୍କ ଅପମାନଜନକ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ନୀଳଗିରି: ବିଜେଡି ନେତ୍ରୀଙ୍କ ପ୍ରତି ନୀଳଗିରି ବିଧାୟକଙ୍କ ଅପମାନଜନକ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜନୈତିକ ପ୍ରତିଉତ୍ତର ଭାବରେ ସର୍ବସାଧାରଣରେ ଜଣେ ମହିଳାଙ୍କ ଚରିତ୍ର ସଂହାର କରିବା ରୁଗଣ ମାନସିକତାର ପରିଚୟ ଏବଂ ମହିଳାଙ୍କ ସ୍ୱର ଚପାଇ ଦେବାକୁ ଏହା ଉଦ୍ଦିଷ୍ଟ। ଏଭଳି ମନ୍ତବ୍ୟ ଦର୍ଶାଉଛି ଯେ, ସବୁ ମହିଳା ଚୁପ୍ ହୋଇ ରୁହନ୍ତୁ। ସବୁଠୁ ଅଧିକ ଦୁଃଖର ବିଷୟ ହେଉଛି ବିଜେପି ନେତାମାନଙ୍କର ଗଭୀର ନୀରବତା। ଜଣେ କେହି ବି ନେତା ଏପରି ଘୃଣ୍ୟ ମନ୍ତବ୍ୟକୁ ନିନ୍ଦା କରୁନାହାନ୍ତି। ଏପରିକି ବିଧାୟକଙ୍କୁ ଉତ୍ତରଦାୟୀ କରିବାକୁ ମଧ୍ୟ ଆଗକୁ ଆସୁନାହାନ୍ତି ବୋଲି କହିଛନ୍ତି ନବୀନ । ଏପରି ବ୍ୟବହାର ନେଇ ସଭିଁଙ୍କ ନୀରବତା ସରକାରୀ ଦଳର ଆଭିମୁଖ୍ୟ ସ୍ପଷ୍ଟ ଭାବେ ସର୍ବସାଧାରଣରେ ଦର୍ଶାଉଛି। ନବୀନ କହିଛନ୍ତି, ମହିଳାଙ୍କ ସଶକ୍ତିକରଣ ବିଷୟରେ ଉପଦେଶ ଦେବା ପୂର୍ବରୁ, ରାଜନେତାମାନେ ପ୍ରଥମେ ମହିଳାଙ୍କୁ ସମ୍ମାନ ଜଣାଇବାର ମୌଳିକ ନୀତି ଶିଖିବା ଦରକାର। ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କ ମୁହଁରୁ ଏପରି ଅପମାନଜନକ କଥା ଶୁଣିବା ଅତ୍ୟନ୍ତ ଅସହ୍ୟ ଓ ଅମାନବିକ। ଦଳମତ ନିର୍ବିଶେଷରେ ଏହାକୁ ବିରୋଧ କରିବା ସହ ଉତ୍ତରଦାୟିତ୍ୱ ବଜାୟ ରଖିବାକୁ ଆହ୍ନା ଦେଇଛନ୍ତି ନବୀନ । ନଚେତ ଏକ ରାଜ୍ୟ ଭାବେ ଆମେ ଆମ ଝିଅ ତଥା ମା’ମାନଙ୍କ ଆଗରେ ବିଫଳ ହେବା ବୋଲି କହିଛନ୍ତି ନବୀନ।

