କଟକ: ରାଜ୍ୟ ପାଇଁ ଗୌରବ ଆଣିଲେ ୧୦ ଜଣ ଛାତ୍ରଛାତ୍ରୀ । ଓଡିଶାର ବଛାବଛା ୧୦ ଜଣ ଛାତ୍ରଛାତ୍ରୀ ଯିବେ ନ୍ୟାସନାଲ ଏରୋନେଟିକ୍ସ ସ୍ପେସ୍ ରିସର୍ଚ୍ଚ ଆଡମିନଷ୍ଟ୍ରେସନ୍ (ନାସା) । ନିଜ ହାତ ତିଆରି ରୋବର୍ଟକୁ ଉପସ୍ଥାପନା କରିବା ସହିତ ନାସାରେ ଦେଖାଇବେ କମାଲ । ସାରା ବିଶ୍ୱରେ ୮୭ଟି ଟିମ ଭାଗ ନେଉଥିବା ବେଳେ ପ୍ରଥମ କରି ଓଡିଶାରୁ ଏଭଳି ଏକ ଟିମ ନାସା ଯାଉଛନ୍ତି । ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜରେ ଭାଗ ନେଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଢେର ବଢିଛି । ସାଇକେଲ, ବାଇକ୍, ଅଟୋ ଓ କାରର ବିଭିନ୍ନ ଯନ୍ତ୍ରପାତିକୁ ନେଇ ୧୯ ବର୍ଷ ରୁ କମ ଟିମର ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ରୋବର୍ଟ । ଏହି ଟିମର ଡାଇରେକ୍ଟର ଭୂମିକାରେ ରହିଛନ୍ତି କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନୀଲ ପ୍ରଧାନ ।
ଦେଶବ୍ୟାପୀ ଚକାଜାମ୍: ବିଭିନ୍ନ କୋଣରେ ରାସ୍ତାରୋକ କଲେ ଚାଷୀ
ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ତୀବ୍ର ହେଉଛି ଆନ୍ଦୋଳନ। ପ୍ରତିବାଦରେ ଆଜି ସାରା ଦେଶରେ ଆରମ୍ଭ ହୋଇଯାଇଛି ଚକାଜାମ୍। କୃଷକ ସଙ୍ଗଠନ ଆଜି ଦିନ ୧୨ଟାରୁ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଯାହାର ପ୍ରଭାବ ସାରା ଦେଶର ବିଭିନ୍ନ କୋଣରେ ଦେଖିବାକୁ ମିଳିଛି, ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ ରହିଛି।
ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତୀତ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଚକା ଜାମକୁ ଡକାଯାଇଛି। ତେବେ ୧୨ଟାବେଳୁ ଏହାର ପ୍ରଭାବ ଦେଖିବାକୁମିଳିଛି। ଚାଷୀମାନେ ରାସ୍ତା ଅବରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଚକ୍କା ଜାମକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ଭିତରେ ଏବଂ ସୀମାନ୍ତରେ ପ୍ରାୟ ୫୦ ଯବାନ ନିୟୋଜିତ ହୋଇଛନ୍ତି।
ଯାହା ଦ୍ୱାରା ଜାନୁଆରୀ ୨୬ ପରି ପରିସ୍ଥିତି ଉପୁଜିବ ନାହିଁ।
ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ଆଜି ସାରା ଦେଶରେ ଚକାଜାମ୍ ଡାକରା ଦିଆଯାଇଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଚକା ଜାମ ଡକାଯାଇଛି। ଏହି ସମୟରେ ଲୋକଙ୍କୁ କୃଷି ଆଇନ ସମ୍ପର୍କରେ ଚାଷୀ ଅବଗତ କରାଇବେ। ଏହା ପରେ ଚାଷୀମାନେ ଜିଲ୍ଲା ଓ ବ୍ଲକ ସ୍ତରରେ ଅଧିକାରୀଙ୍କୁ ନିଜ ସମସ୍ୟା ଜଣାଇବେ। ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଚକାଜାମ୍ ହେବନି ବୋଲି ଚାଷୀ ସଂଗଠନ କହିଛନ୍ତି।
ଖୁବଶୀଘ୍ର ଖୋଲିବ ପ୍ରାଇମେରୀ ସ୍କୁଲ: ଏସ୍ଆରସି ମାର୍ଗଦର୍ଶିକା ଅନୁଯାୟୀ ପ୍ରସ୍ତୁତ ହେଉଛି SOP
ଭୁବନେଶ୍ୱର: ଖୋଲିବ ପ୍ରାଇମେରୀ ସ୍କୁଲ । ଖୁବଶୀଘ୍ର ସ୍କୁଲକୁ ଫେରିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ଟିକା ଆସିବା ପରେ ଆଶ୍ୱସ୍ତି ଆସିଛି । ତେଣୁ SRC ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ ହେଉଛି ଏସଓପି । ଅଙ୍ଗନଓ୍ୱାଡି ଖୋଲିଲାଣି, ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ଖୁବଶୀଘ୍ର ହେବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଆସନ୍ତା ୮ ତାରିଖରେ ଖୋଲିବ ନବମ ଓ ଏକାଦଶ କ୍ଲାସ୍ । ଏଥିପାଇଁ ସବୁ ବନ୍ଦୋବସ୍ତ କରାଯାଇଛି । ଶିକ୍ଷକ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ DEO ଓ BEOଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଆବଶ୍ୟକ ପଡ଼ିଲେ ଅବସରପ୍ରାପ୍ତ ଶିକ୍ଷକ ବି ନିୟୋଜିତ ହେବେ ବୋଲି କହିଛନ୍ତି ମନ୍ତ୍ରୀ ସୀମର ଦାସ । ଦଶମ ଶ୍ରେଣୀ ପରି ରବିବାର କିନ୍ତୁ କ୍ଲାସ ହେବନି।
ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ନେଇ ଅନୁମତି ଦିଆଯାଇସାରିଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବା ସହ ସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଜିଲ୍ଲାସ୍ତରୀୟ ନୋଡାଲ ଅଫିସରର ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣା ଭିତରେ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଚାଲିଛି । ସ୍କୁଲ ଖୋଲିବା ପୂର୍ବରୁ କ୍ଲାସରୁମ ସାନିଟାଇଜ କରାଯାଇଥିବାବେଳେ ସଫେଇ କାମ ମଧ୍ୟ ଶେଷ ହୋଇଛି । ସ୍କୁଲ ଖୋଲିବା ନେଇ ଉତ୍ସାହିତ ଅଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ।
କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ପୂର୍ବରୁ ଅନୁମତି ମିଳିସାରିଛି । ଏବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ । ଆସନ୍ତା ୧୧ ତାରିଖ ଅର୍ଥାତ୍ ସୋମବାର ଠାରୁ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଡିପ୍ଲୋମା କଲେଜ୍ ଖୋଲିବ ।
ପିଲାଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ
ଭଦ୍ରକ: ପିଲାଚୋର ସନ୍ଦେହରେ ବ୍ୟକ୍ତିଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ପୋଲିସ । ଭଦ୍ରକ ସହରର ଛପୋଲିଆ ନିକଟରେ ଜଣେ ବ୍ୟକ୍ତିକୁ ଚୋର ସନ୍ଦେହରେ ଅଟକାଇଥିଲେ ଗ୍ରାମବାସୀ । ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଗରୁ ଲୁହା ରଡ୍ ସହ ଅନେକ ମାରଣାସ୍ତ୍ର ଅସ୍ତ୍ର ମିଳିଥିଲା । ପରେ ଲୋକେ ଯୁବକଙ୍କୁ ମାଡ଼ ମାରିବା ସହ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାକୁ ନେଇଛନ୍ତି । ତେବେ ବ୍ୟକ୍ତିଟି ମାନସିକ ବିକାରଗ୍ରସ୍ତ ବୋଲି ପୋଲିସ କହିଛି ।
ଏଥିସହିତ ପଢ଼ନ୍ତୁ: ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ: ଟିକା ନେଲେ ପୋଲିସ ଡିଜି ଅଭୟ
ନାରାୟଣସ୍ୱାମୀଙ୍କ ଅଭିଯୋଗ, ମୋଦି ଓ ବେଦୀ ପୁଡୁଚେରୀକୁ ତାମିଲନାଡ଼ୁରେ ମିଶାଇବାକୁ ରଚୁଛନ୍ତି ଷଡ଼ଯନ୍ତ୍ର
ପୁଡୁଚେରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭି, ନାରାଣ ସ୍ୱାମୀ। ଶୁକ୍ରବାର ନାରାୟଣସ୍ୱାମୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଓ କିରଣ ବେଦୀ ମିଳିତ ଭାବେ ପୁଡୁଚେରୀକୁ ପଡ଼ୋଶା ରାଜ୍ୟ ତାମିଲନାଡ଼ୁରେ ମିଶାଇବାକୁ ଷଡ଼ଯନ୍ତ୍ର ରଚୁଛନ୍ତି ।
ନାରାଣ ସ୍ୱାମୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ଉପରାଜ୍ୟପାଳ ବିଜେପି ସହିତ ମିଶି ପୁଡୁଚେରୀ ସରକାରଙ୍କୁ ତାଙ୍କ ଅଧିକାରରୁ ଧୀରେ ଧୀରେ ବଞ୍ଚିତ କରୁଛନ୍ତି। ସେମାନେ ଲୋକମାନଙ୍କ ଦ୍ୱାରା ମନୋନୀତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ଅନେକ କଲ୍ୟାଣକାରୀ ଏବଂ ବିକାଶମୂଳକ ଯୋଜନାରେ ବାଧା ସୃଷ୍ଟି କରୁଛନ୍ତି।’ ଏଥିସହିତ ତାମିଲନାଡୁରେ ପୁଡୁଚେରୀ ମିଶ୍ରଣ ହେବାର ସମ୍ଭାବନା ରହିଛି ବୋଲି ନାରୟଣ ସ୍ୱାମୀ କହିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଉପରାଜ୍ୟପାଳ ଏବଂ ସରକାର ମଧ୍ୟରେ ବିବାଦ ପୁରୁଣା। ପୁଡୁଚେରୀରେ ଉପରାଜ୍ୟପାଳ କିରଣ ବେଦୀ ସରକାରୀ ଯୋଜନା ଲାଗୁ କରିବାରେ ବାଧା ଉପୁଜାଉଛନ୍ତି। ତେଣୁ ତାଙ୍କର ବହିଷ୍କାର ଦାବି କରି ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ ତାଙ୍କ ବହିଷ୍କାର ଦାବି କରିଛନ୍ତି।
ମାହାଙ୍ଗା ଡବଲ ମର୍ଡର ମାମଲା: ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ
କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା ଓ ୨୦୧୮ମସିହା ବିକାଶ ଜେନା ମର୍ଡର କେସ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସନ୍ଦେହ ଜନକ ମୃତ୍ୟୁ । କଣ୍ଟେନର ତଳୁ ମୃତଦେହ ଉଦ୍ଧାର କଲା କଟକ ଟାଙ୍ଗୀ ପୋଲିସ। ଘଟଣାସ୍ଥଳରୁ ତାଙ୍କ ବାଇକ, ମୋବାଇଲ ଫୋନ ଉଦ୍ଧାର ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇଲା ପୋଲିସ। ଟାଙ୍ଗୀ ଥାନା ଗୋବିନ୍ଦପୁର ଠାରେ ଘଟିଛି ଘଟଣା । ଏନେଇ ପୋଲିସ ପକ୍ଷରୁ ପ୍ରିତକ୍ରିୟା ମିଳିପାରିନି । ସେପଟେ ମାହାଙ୍ଗା ମର୍ଡର କେସରେ ମୋଟ ୧୩ଜଣଙ୍କ ନାମ ଥିବାବେଳେ ସେଥିମଧ୍ୟରୁ ୯ଜଣ ଗିରଫ ହୋଇଛନ୍ତି ।
ଗତ ୨ତାରିଖ ରାତିରେ କୁଳମଣି ଓ ଦିବ୍ୟସିଂହ ବାଇକ୍ରେ ଜଙ୍କୋଟି ଗାଁରୁ ମୃତାଙ୍ଗ ଫେରୁଥିବା ବେଳେ ୧୦- ୧୨ଜଣ ଦୁର୍ବୃତ୍ତ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥଲେ । କୁଳମଣି ଘଟଣାସ୍ଥଲରେ ଓ ଦିବ୍ୟସିଂହ କଟକ ବଡ଼ ମେଡିକାଲରେ ପ୍ରାଣ ହରାଇଥିଲେ । ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଅସ୍ତ୍ରଶସ୍ତ୍ର ସହ ଗିରଫ କରିଥିଲା ପୋଲିସ । ଏଯାବତ୍ ପୋଲିସ ସମ୍ପୃକ୍ତ ମାମଲାରେ ମୋଟ ୯ ଜଣଙ୍କୁ ଗିରଫ କରିସାରିଛି ।
ଏଥିସହିତ ପଢ଼ନ୍ତୁ: ‘ରାଜନୀତିକ ହିଂସା ଘଟଣାରେ ସବୁବେଳେ ଜିରୋ ଟଲେରାନ୍ସ ନୀତି ଆପଣାଇଛନ୍ତି ରାଜ୍ୟ ସରକାର’
ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ: ଟିକା ନେଲେ ପୋଲିସ ଡିଜି ଅଭୟ
ଭୁବନେଶ୍ୱର: ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୬ହଜାର ସମ୍ମୁଖ ଯୋଦ୍ଧା ଟିକା ନେବାକୁ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ କର୍ମଚାରୀ ଟିକା ନେବେ।
ଏହି ପରିପ୍ରେକ୍ଷୀରେ ଶନିବାର ପୋଲିସ ଡିଜି ଅଭୟ କଟକ ଇଣ୍ଡୋର ଷ୍ଟାଡିୟମରେ କରୋନା ଟିକା ନେଇଛନ୍ତି । ଏବଂ ଏହା ସୁରକ୍ଷିତ ବୋଲି ସେ କହିଛନ୍ତି । ତାଙ୍କ ସହିତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଟିକା ନେଇଛନ୍ତି । ଭୁବନେଶ୍ୱରରେ ପ୍ରଥମ ଦିନରେ ଆଜି ୬ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ୟୁନିଟ୮, କଟକ ରୋଡ଼ ସ୍ଥିତ ଯାତ୍ରୀ ନିବାସ ଓ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ସହିତ କମିଶନରେଟ ପୋଲିସ ମୁଖ୍ୟାଳୟ, ୭ମ ବାଟାଲିଅନ ଓ ରିଜର୍ଭ ପୋଲିସରେ ଟିକାକରଣ ହେବ। ପ୍ରତି କେନ୍ଦ୍ରରେ ୧୦୦ଜଣ ଲେଖାଏଁ ସମ୍ମୁଖ ଯୋଦ୍ଧା ଟିକା ଗ୍ରହଣ କରିବେ । ଏଥିପାଇଁ ପୂର୍ବାହ ୯ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋଭାକ୍ସିନ୍ ଟିକା ଦିଆଯିବ।

