spot_img
Home Blog Page 603

ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ : ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ସାନି ସତ୍ୟପାଠ ଦାଖଲ

ନନ୍ଦିଘୋଷ ବ୍ୟୁରୋ :  ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ। ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ସାନି ସତ୍ୟପାଠ ଦାଖଲ। ବ୍ୟକ୍ତିବିଶେଷଙ୍କୁ ନଜଣାଇ ଭୋଟର ତାଲିକାରୁ ତାଙ୍କ ନାମ ବାଦ୍ ପକାଯିବ ନାହିଁ ବୋଲି କହିଛନ୍ତି ଇସିଆଇ। ତାଲିକାରୁ ବାଦ୍ ପଡିବା ସମ୍ପର୍କରେ ଅବଗତ କରାଯିବ ଏବଂ ତାଙ୍କୁ ଯୁକ୍ତି ରଖିବାର ସୁଯୋଗ ଦିଆଯିବ ବୋଲି କହିଛନ୍ତି କମିଶନ। ନ୍ୟାୟିକ ମୂଲ୍ୟବୋଧକୁ ଗୁରୁତ୍ବ ଦେଇ ଏହି ପ୍ରକ୍ରିୟା ଅବଲମ୍ବନ କରାଯିବ ବୋଲି କହିଛନ୍ତି ଇସିଆଇ।

ଗତ ଅଗଷ୍ଟ ୧ ତାରିଖରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ବାଦ୍ ପଡିଥିବା ବ୍ୟକ୍ତିବିଶେଷଙ୍କୁ ଏସମ୍ପର୍କରେ ନୋଟିସ ଦିଆଯିବ। ତାଙ୍କୁ ଏସମ୍ପର୍କରେ ସମସ୍ତ ତଥ୍ୟାବଳୀ ଦାଖଲ କରିବାକୁ ସୁଯୋଗ ଦିଆଯିବ। ପରେ ଚୂଡ଼ାନ୍ତ ନିଷ୍ପତ୍ତି କର୍ତ୍ତୃପକ୍ଷ ନେବେ। ଏହି ପ୍ରସଙ୍ଗରେ ପାଟନାଠାରୁ ଆରମ୍ଭ କରି ସଂସଦ ଯାଏ ତୁମ୍ବି ତୋଫାନ ଚାଲିଥିବାବେଳେ ମାମଲା ସୁପ୍ରିମକୋର୍ଟ ଯାଇଥିଲା । ମହାରାଷ୍ଟ୍ର, କର୍ଣ୍ଣାଟକ ପରି ଭୋଟ ଚୋରି ହେଉଥିବା ଅଭିଯୋଗ କରିଆସୁଛନ୍ତି ବିରୋଧୀ। ଇସି କହିଛନ୍ତି ବିହାରର ୭ କୋଟି ୮୯ ଲକ୍ଷ ଭୋଟରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ କୋଟି ୨୪ ଲକ୍ଷ ଭୋଟର ସେମାନଙ୍କ ଉପଯୁକ୍ତ ଦସ୍ତାବିଜ ଦାଖଲ କରିସାରିଲେଣି। ଚିଠା ଭୋଟର ତାଲିକାର ନକଲ ସମସ୍ତ ରାଜନୈତିକ ଦଳଙ୍କୁ ଦିଆଯାଇଛି। ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ହେବା ଆଶା କରାଯାଉଛି।

ରୋହିତ ଓ ବିରାଟଙ୍କୁ ବାହାର କରିବା ପାଇଁ BCCI କରୁଛି ଷଡ଼ଯନ୍ତ୍ର ! ଏବେ ଆଣିଲା ନୂଆ ସର୍ତ୍ତ

ନନ୍ଦିଘୋଷ ବ୍ୟୁରୋ :  ରେହାିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଆଉ ନ ଖେଳେଇବା ପାଇଁ BCCI କରୁଛି ଷଡ଼ଯନ୍ତ୍ର ! ୨୦୨୭ରେ ହେବାକୁ ଥିବା ODI ବିଶ୍ୱକପ୍ ଖେଳିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସ୍ଥିର କରିଛି  ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ! BCCIର ବର୍ତ୍ତମାନର କାର୍ଯ୍ୟକଳାପ ଏହା ଆଡ଼କୁ ଇଙ୍ଗିତ କରୁଛି। ଗତ ଦେଢ଼ ଦଶନ୍ଧି ଧରି ଟିମ୍ ଇଣ୍ଡିଆର ଦାୟିତ୍ୱ ବୋହି ଆସୁଥିବା ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ବିଦାୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି।

ଅଷ୍ଟ୍ରେଲିଆ ଗସ୍ତ ହୋଇପାରେ ଶେଷ ସିରିଜ୍ !

ଦୁବାଇରେ ଅନୁଷ୍ଠିତ ODI ଚାମ୍ପିଅନ୍ସ ଟ୍ରଫି ଜିତିବାରେ ରୋହିତ ଏବଂ ବିରାଟ ଉଭୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେବେ ଠାରୁ ଭାରତ କୌଣସି ODI ସିରିଜ୍ ଖେଳିନାହିଁ। ଏକ ରିପୋର୍ଟ ଅନୁଯାୟୀ, BCCIର ଏକ ସୂତ୍ର କହିଛି ଯେ ଯଦି ଉଭୟେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିବାକୁ ଚାହାଁନ୍ତି, ତେବେ ଏହା ଏକ ସୁବର୍ଣ୍ଣ ସୁଯୋଗ ହେବ। ‘ରୋ-କୋ’ ନାମରେ ପ୍ରସିଦ୍ଧ ଏହି ଯୋଡ଼ି  ଟେଷ୍ଟ ଏବଂ T20 ଫର୍ମାଟରେ ମଧ୍ୟ ସେମାନଙ୍କର ଶେଷ ମ୍ୟାଚ୍ ଏକାଠି ଖେଳିଥିଲେ।

ବିସିସିଆଇ ରଖିଲା ଏମିତି ସର୍ତ୍ତ :

ସୂଚନା ଅନୁଯାୟୀ, ଯଦି ରୋହିତ ଏବଂ ବିରାଟ ଅଷ୍ଟ୍ରେଲିଆ ଗସ୍ତ ପରେ ମଧ୍ୟ ଖେଳିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଡିସେମ୍ବରରୁ ODI ଫର୍ମାଟରେ ଅନୁଷ୍ଠିତ ହେବାକୁ ଥିବା ଘରୋଇ ସିରିଜ ବିଜୟ ହଜାରେ ଟ୍ରଫିରେ ନିଜ ରାଜ୍ୟ ପାଇଁ ଖେଳିବାକୁ ପଡିବ। BCCIର କଠୋରତା ଏବଂ ନୂତନ ନିୟମ ଯୋଗୁଁ, ଉଭୟଙ୍କୁ ଗତ ସିଜନରେ ମଧ୍ୟ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବାକୁ ପଡିଥିଲା। ସମ୍ଭବତଃ ଏହି କଠୋର ସର୍ତ୍ତ ଯୋଗୁଁ, ରୋହିତ ଏବଂ ବିରାଟ ପୂର୍ବରୁ ଘୋଷଣା କରିପାରନ୍ତି ଯେ ଅଷ୍ଟ୍ରେଲିଆ ସେମାନଙ୍କର ଶେଷ ODI ସିରିଜ ହେବ।

ବିରାଟ ୪ଟି ଏବଂ ରୋହିତ ୩ଟି ବିଶ୍ୱକପ୍ ଖେଳିଥିଲେ

ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିରାଟ କୋହଲି ଏବଂ ରୋହିତ ଶର୍ମା ମିଶି ଭାରତୀୟ କ୍ରିକେଟକୁ ବହୁତ କିଛି ଦେଇଛନ୍ତି, କିନ୍ତୁ ଏବେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଯୋଡ଼ି ଦଳରୁ ଷ୍ଟାର ସଂସ୍କୃତିକୁ ସମାପ୍ତ କରିବାକୁ ଚାହୁଁଛନ୍ତି। ଦଳ ପରିଚାଳନା ଅନୁଯାୟୀ, ଉଭୟ ଅଭିଜ୍ଞ ଖେଳାଳି ୨୦୨୭ ODI ବିଶ୍ୱକପର ଯୋଜନାରେ ଫିଟ୍ ହେଉନାହାଁନ୍ତି। ବିରାଟ ୨୦୧୧ ପରଠାରୁ ଖେଳାଯାଇଥିବା ସମସ୍ତ ଚାରୋଟି ବିଶ୍ୱକପରେ ଖେଳିଛନ୍ତି, ଯେତେବେଳେ ରୋହିତ ଶର୍ମା ୨୦୧୫, ୨୦୧୯ ଏବଂ ୨୦୨୩ ବିଶ୍ୱକପ୍ ଦଳରେ ସାମିଲ ଥିଲେ। ସେ ଟେଷ୍ଟ ଏବଂ ଟି-୨୦ ଫର୍ମାଟରୁ ଅବସର ନେଇସାରିଛନ୍ତି।

୨୦୨୪ ମସିହାରେ ଟି-୨୦ ବିଶ୍ୱକପ୍ ଜିତିବା ପରେ, ଦୁହେଁ ଗୋଟିଏ ପରେ ଗୋଟିଏ ଅବସର ଘୋଷଣା କରିଥିଲେ। ଏହା ପରେ, ଦୁହେଁ ଇଂଲଣ୍ଡ ଗସ୍ତରେ ଟେଷ୍ଟ ସିରିଜ୍ ଖେଳିବାକୁ ଚାହୁଁଥିଲେ, କିନ୍ତୁ ବର୍ଡର-ଗାଭାସ୍କର ଟ୍ରଫିରେ ସେମାନଙ୍କର ପ୍ରଦର୍ଶନ ପରେ, ସେମାନଙ୍କୁ କୁହାଯାଇଥିଲା ଯେ ଟେଷ୍ଟ ଦଳରେ ସେମାନଙ୍କର ଚୟନ କଷ୍ଟକର। ଏହା ପରେ, ଦୁହେଁ ଚଳିତ ବର୍ଷ ଟେଷ୍ଟ ଫର୍ମାଟରୁ ମଧ୍ୟ ଅବସର ନେଇସାରିଛନ୍ତି। କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଦିନିକିଆରୁ ଅବସର ନେଇନାହାଁନ୍ତି।

 

ରାଜଧାନୀରେ ପୁଣି ବଧୂ ହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ପୁଣି ବଧୂ ହତ୍ୟା ଅଭିଯୋଗ । ମଞ୍ଚେଶ୍ୱର ଥାନା ଅଧୀନ ଧୀରୁକୁଟୀ ବସ୍ତିରେ ନବବଧୂକୁ ହତ୍ୟା । ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ  । ଅନ୍ଧାରୁଆ ଅଞ୍ଚଳର ତୃପ୍ତିମାଲା ନାୟକ ୭ ମାସ ତଳେ ଧୀରୁକୁଟୀ ବସ୍ତିର ବିକ୍ରମ ନାୟକଙ୍କୁ ବିବାହ କରିଥିଲେ । ବିବାହ ପରେ ତୃପ୍ତି ତାଙ୍କ ସ୍ୱାମୀଙ୍କ ସହିତ ଧୀରୁ କୁଟୀ ବସ୍ତିରେ ଶାଶୁ ଘରେ ରହୁଥିଲେ। ହଠାତ ଗତକାଲି ରାତିରେ ଝିଅ ରଶି ଲଗାଇ ଦେଇଥିବା ତୃପ୍ତିଙ୍କ ଘରକୁ ଜଣାଇଥିଲେ ଶାଶୁଘର ଲୋକେ । ତେବେ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତୃପ୍ତିଙ୍କ ପରିବାର  । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ଜମ୍ମୁ-କାଶ୍ମୀରର କିସ୍ତଓ୍ୱାଡ଼ରେ ଆତଙ୍କବାଦୀ- ସୁରକ୍ଷାବାହିନୀ ମଧ୍ୟରେ ଗୁଳିବିନିମୟ ; ୩ ଆତଙ୍କବାଦୀଙ୍କୁ ଘେରିଲେ ସେନା

ନନ୍ଦିଘୋଷ ବ୍ୟୁରୋ :  ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଭାରତୀୟ ସେନା ଅଧିକାରୀଙ୍କ ଅନୁଯାୟୀ, ଡୁଲ୍ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସେଠାରେ ୨ରୁ ୩ ଜଣ ଆତଙ୍କବାଦୀ  ଲୁଚି ରହିଥିବା ସୂଚନା ମିଳିଥିଲା ।  ଲୁଚି ରହିଥିବା ଆତଙ୍କବାଦୀମାନେ ହଠାତ୍ ଗୁଳିବର୍ଷା କରିବା ଆରମ୍ଭ କରିଥିଲେ। ଏହା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

କୁଲଗାମ ଜିଲ୍ଲାରେ ଅପରେସନ ଅଖଲ

ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଚାଲିଥିବା ଅପରେସନ ଅଖଲରେ ଶନିବାର ଗୁଳିଚାଳନା ଜାରି ରହିଥିଲା । ଯେଉଁଥିରେ ରାତିସାରା ଏନକାଉଣ୍ଟରରେ ଦୁଇ ଜଣ ସେନା ସୈନିକ ସହିଦ ହୋଇଥିଲେ ଏବଂ ଦୁଇଜଣ ଆହତ ହୋଇଥିଲେ। ଅଖଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁପ୍ତ ସୂଚନା ପାଇବା ପରେ, ସୁରକ୍ଷା ବାହିନୀ ଅଗଷ୍ଟ ୧ ରେ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ। ଏହି ଅପରେସନରେ ଏପର୍ଯ୍ୟନ୍ତ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି, ନିହତ ଆତଙ୍କବାଦୀ ଏବଂ ସେମାନଙ୍କ ଗୋଷ୍ଠୀର ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ।

କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ମାମଲା : ପୁରୁଷ ବନ୍ଧୁ ପଠାଇଥିବା ଭିଡିଓ ଓ ଫଟୋକୁ ନେଇ ତଦନ୍ତ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଛାତ୍ରୀ ମୃତ୍ୟୁ ଘଟଣା ଉପରୁ ହଟୁନି ରହସ୍ୟ। ମୃତ ଛାତ୍ରୀଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ। ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ମାମଲା ରୁଜୁ କରି ବିଏନଏସର ଧାରା 296, 75, 78, 108, 66e, 67a ପରି ସଂଗୀନ ଦଫା ପୁରୁଷ ବନ୍ଧୁଙ୍କ ଉପରେ ଲଗାଇଛି ପୋଲିସ। ଝିଅକୁ ପ୍ରେମିକ ମାନସିକ ନିର୍ଯାତନା ଦେଇଥିବା କାରଣରୁ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରୀଙ୍କ ବାପା। ସେପଟେ ଏସପିଙ୍କ ଅଫିସରେ ତନାଘନା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଏସ୍ ପ୍ରବୀଣ କୁମାର।

ପୀଡ଼ିତାଙ୍କ ଘରକୁ ଯାଇ ସରଜମିନ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାପଡ଼ା। ଛାତ୍ରୀଙ୍କ ଘରକୁ ଲାଗି ରହିଥିବା ପଡ଼ୋଶୀଙ୍କ ସିସିଟିଭି ଯାଞ୍ଚ କରିବା ସହ ହାର୍ଡଡିସ୍କ ଜବତ କରିଛନ୍ତି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ଘଟଣାର ସତ୍ୟାସତ୍ୟ। ଘଟଣାର ସମ୍ପୂର୍ଣ ସତ୍ୟାସତ୍ୟ କେବେ ଆସିବ ସେହି ପ୍ରଶ୍ନର ଉତ୍ତର ଦେଇ ଏସପି କହିଛନ୍ତି ଯେ, ତଦନ୍ତ ନେଇ ସମସ୍ତ ତଥ୍ୟ ଜଣାଇବେ। ପୋଲିସ କିଛି ଠୋସ୍ ପ୍ରମାଣ ପାଇଥିବା ଜଣାପଡୁଛି। ସେଥିପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ଏବେ ବି ରହସ୍ୟ ଉପରୁ ପରଦା ଉଠିପାରିନାହିଁ। କାଠିଆପଡାରେ ଗତ ବୁଧବାର ଦିନ ଛାତ୍ରୀ ଜଣକ ନିଜ ଦେହରେ କିରୋସିନି ଢ଼ାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ବାପା ପୋଲିସ ନିକଟରେ ସେହି ଦିନ ପ୍ରଥମ ଲିଖିତ ଏତଲା ଦେଇଥିଲେ।

ନିଜ ଜନ୍ମକଲା ମାକୁ ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଦନ୍ତାରି ବିଗଡ଼ ଗାଁରେ ଅଭାବନୀୟ ଘଟଣା। ନିଜ ଜନ୍ମକଲା ମାକୁ ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅର ବର୍ବର କାଣ୍ଡ । ମୃତକ ହେଲେ ୭୫ ବର୍ଷିୟା ଲକ୍ଷ୍ମୀ ବରାଡ଼ । ପୁଅ ବୋହୂ ମିଶି ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଝିଅ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲରେ ଭର୍ତ୍ତି କରିଥିବାବେଳେ ତଦନ୍ତ ଜାରି ରଖିଛି। ସେପଟେ ନିଜ ଜନ୍ମ କଲା ମାକୁ ପୁଅ ମାରିବା ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

କର୍ନାଟକରେ ଚାଞ୍ଚଲ୍ୟକର ଘଟଣା : ୧୦ ସ୍ଥାନରୁ ମିଳିଲା ମହିଳାଙ୍କ ଶରୀରର ଅଙ୍ଗ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକରେ ଘଟିଛି ଏକ ଅଭାବନୀୟ ଘଟଣା । ତୁମାକରୁ ଜିଲା ଅନ୍ତର୍ଗତ ୧୦ଟି ସ୍ଥାନରୁ ଜଣେ ମହିଳାଙ୍କ ଶରୀରର ବିଭିନ୍ନ ଅଙ୍ଗ ମିଳିଛି । ଯାହା ପରେ ପୂରା ଅଞ୍ଚଳରେ ଏହି ଘଟଣା ଆତଙ୍କ ଖେଳାଇ ଦେଇଛି। ଗତ ଗୁରୁବାର କୁକୁର ଏକ କଟା ହାତକୁ ରାସ୍ତାକୁ ଘୋଷାଡ଼ି ଆଣିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଏହାର ଗୋଟିଏ କିଲୋମିଟର ଦୂରରେ ଆଉ ଏକ ହାତ ମିଳିଥିଲା।

ଏହିପରି ୧୦ଟି ବିଭିନ୍ନ ସ୍ଥାନରୁ ମହିଳାଙ୍କ ମୁଣ୍ଡ ଓ ଶରୀରର ଅନ୍ୟାନ୍ୟ ଅଙ୍ଗ ମିଳିଥିଲା। ଏହ ଜଘନ୍ୟ ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ ଜଣାପଡ଼ି ନ ଥିବାବେଳେ ହତ୍ୟାକାରୀଙ୍କୁ ମଧ୍ୟ ଚିହ୍ନଟ କରାଯାଇ ନାହିଁ। ହାତର ଟାଟୁ ଓ ମୁହଁର ବିଶେଷତାକୁ ଆଧାର କରି ପୋଲିସ ମୃତକଙ୍କୁ ତୁମାକୁର ତାଲୁକ୍‌ ଅନ୍ତର୍ଗତ ବେଲ୍ଲାଭି ଗ୍ରାମର ୪୨ ବର୍ଷୀୟ ଲକ୍ଷ୍ମୀଦେବାମ୍ମା ବୋଲି ଚିହ୍ନଟ କରିଛି।

ସେ ଗତ ୪ ତାରିଖରୁ ନିଖୋଜ ଥିବାନେଇ ତାଙ୍କ ସ୍ବାମୀ ବାସବରାଜୁ ବେଲ୍ଲାଭି ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ୨୦୨୨ର ଶ୍ରଦ୍ଧା ଓ୍ବାଲ୍‌କର ମାମଲାକୁ ମନେ ପକାଇ ଦେଉଛି। ୨୭ ବର୍ଷୀୟ ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଦିଲ୍ଲୀର ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ।

 

ଅପରେସନ ସିନ୍ଦୂରରେ କାହାର ବିଜୟ ଏବଂ କାହାର ପରାଜୟ? ସେନା ମୁଖ୍ୟ କହିଲେ ପାକିସ୍ତାନୀଙ୍କ ଉତ୍ତର

ନନ୍ଦିଘୋଷ ବ୍ୟୁରୋ : ଭାରତ-ପାକିସ୍ତାନ ବିବାଦ ଏବଂ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ ମଧ୍ୟ, ପାକିସ୍ତାନ ସାରା ବିଶ୍ୱରେ ନିଜର ବିଜୟର ବିଗୁଲ ବଜାଇ ଚାଲିଥିଲା, ଯଦିଓ ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ଏକ ବଡ଼ ପରାଜୟର ସାମ୍ନା କରିବାକୁ କରିଥିଲା। ହେଲେ ଏହି ସତ୍ୟ କାହାଠାରୁ ଲୁଚି ନାହିଁ। ଏବେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହା ଉପରେ କଡ଼ା ସମାଲୋଚନା କରିଛନ୍ତି।

ଉପେନ୍ଦ୍ର ଦ୍ୱିବେଦୀ ଆଇଆଇଟି ମାଡ୍ରାସରେ ଅପରେସନ ସିନ୍ଦୂର ବିଷୟରେ କହିଥିଲେ। ଏହି ସମୟରେ ସେ ସଂଘର୍ଷ ସମୟରେ ପାକିସ୍ତାନର ଅବସ୍ଥା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଯଦି ଆପଣ କୌଣସି ପାକିସ୍ତାନୀଙ୍କୁ ପଚାରନ୍ତି ଯେ ଯୁଦ୍ଧ କିଏ ଜିତିଛି? ତେବେ ସେମାନେ କହିବେ; ଆମେ ଜିତିଥିଲୁ, ସେଥିପାଇଁ ଆମ ଚିଫ୍ ମାର୍ଶାଲ ହୋଇଥିଲେ।

ଏହି ମନ୍ତବ୍ୟ ମାଧ୍ୟମରେ ଜେନେରାଲ ଦ୍ୱିବେଦୀ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ଭାବେ ନିଯୁକ୍ତି ନେଇ କଟାକ୍ଷ କରିଛନ୍ତି। ଏହା ସହିତ, ଅପରେସନ ସିନ୍ଦୁର ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ କେନ୍ଦ୍ର ସରକାର ସଶସ୍ତ୍ର ବାହିନୀକୁ ମୁକ୍ତ ହାତ ଦେଇଥିଲେ। ଏହି କାରଣରୁ ଆମେ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାରେ ସଫଳ ହୋଇଛୁ।

ସେ ଆହୁରି କହିଥିଲେ କି, ପାକିସ୍ତାନ ସେନା ମୁଖ୍ୟ ଲୋକଙ୍କ ମଧ୍ୟରେ କାହାଣୀ ପରିଚାଳନା କରିଥିଲେ। ସେମାନେ ଯୁଦ୍ଧ ସଂଘର୍ଷ ବିଷୟରେ ସୋସିଆଲ ମିଡିଆରେ ଏକ କାହାଣୀ ସୃଷ୍ଟି କରିଥିଲେ। ଏହି କାରଣରୁ ସେଠାକାର ଲୋକମାନେ ଏବେ ବି ଅନୁଭବ କରନ୍ତି ଯେ ସେମାନେ ଜିତିଛନ୍ତି। ଏହା ମାଧ୍ୟମରେ ଯୁଦ୍ଧ ସମୟରେ ଏକ କାହାଣୀ ସୃଷ୍ଟି କରାଯାଏ ଏବଂ ଦର୍ଶାଯାଏ ଯେ ଆମେ ଜିତିଛୁ। ପାକିସ୍ତାନ ମଧ୍ୟ ସେହିପରି କରୁଥିଲା।

କିଛି ବଡ଼ କରିବାକୁ ମିଳିଥିଲା ଆଦେଶ

ଅପରେସନ ସିନ୍ଦୂର ପରେ ସାରା ଦେଶରେ କ୍ରୋଧର ପରିବେଶ ସୃଷ୍ଟି ହୋଇଥିଲା। ସମସ୍ତେ ପାକିସ୍ତାନଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ଆକ୍ରମଣର ୨୪ ଘଣ୍ଟା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ତିନି ସେନା ମୁଖ୍ୟଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକରେ ଏକ ସିଧାସଳଖ ଏବଂ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ କିଛି ବଡ଼ କାମ କରିବାକୁ ପଡିବ। ଏବେ ଯଥେଷ୍ଟ ହେଲା। ଆମ ସେନା ମୁଖ୍ୟମାନଙ୍କୁ, ପାକିସ୍ତାନଠାରୁ ପ୍ରତିଶୋଧ ନେବା ପାଇଁ ସମ୍ପୂର୍ଣ୍ଣ ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ଦିଆଯାଇଥିଲା। ଏହି ବିଶ୍ୱାସ ଯୋଗୁଁ ହିଁ ଅପରେସନ ସିନ୍ଦୂର ସଫଳ ହୋଇଛି।

ପ୍ରଥମ ଥର ପାଇଁ, ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ହୋଇଥିବା କ୍ଷତି ବିଷୟରେ ଜଣେ ବରିଷ୍ଠ ଅଧିକାରୀ ଏକ ବିବୃତ୍ତି ଦେଇଥିଲେ। ବାୟୁସେନା ମୁଖ୍ୟ ଗତକାଲି କହିଥିଲେ ଯେ ଅପରେସନ ସିନ୍ଦୂର ସମୟରେ, ଆମେ ପାକିସ୍ତାନର ୫ଟି ଯୁଦ୍ଧ ବିମାନକୁ ଖସାଇ ଦେଇଛୁ। ଆମେ ୩୦୦ କିଲୋମିଟର ଭିତରକୁ ପ୍ରବେଶ କରି ସେମାନଙ୍କୁ ଏକ ଶିକ୍ଷା ଦେଇଛୁ।

ପ୍ରତାରଣାରୁ ନର୍ସିଂ ଛାତ୍ରୀ ବିଷ ପିଇବା ଘଟଣା ; ଆଜି ଏମ୍ସରେ ହେବ ମୃତଦେହ ବ୍ୟବଚ୍ଛେଦ

ନନ୍ଦିଘୋଷ ବ୍ୟୁରୋ : ନବରଙ୍ଗପୁର ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା। ଆଜି ଭୁବନେଶ୍ଵର ଏମ୍ସରେ ହେବ ମୃତଦେହ ବ୍ୟବଚ୍ଛେଦ। ତା ପରେ ମୃତଦେହକୁ ତାଙ୍କ ଗାଁକୁ ନିଆଯିବ ଏବଂ ସେଠାରେ ଅନ୍ତିମ ସଂସ୍କାର ହେବ ବୋଲି ଜଣାପଡ଼ିଛି। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ଏମସରେ ନର୍ସିଂ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ ୧୫ ଦିନରୁ ଅଧିକ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ହାରି ଯାଇଛନ୍ତି। ଏ

କତରଫା ପ୍ରେମ କରୁଥିବା ଯୁବକ ବାରମ୍ଵାର ହଇରାଣ କରିବାରୁ ବିଷ ପିଇ ଦେଇଥିଲେ ନର୍ସିଂ ଛାତ୍ରୀ। ଯୁବକଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହି ନପାରି ସେ ଚରମ ନିଷ୍ପତ୍ତି ନେଇଥିଲେ। ଗତ ଜୁଲାଇ ୨୨ ତାରିଖରେ ରାଇଘର ଥାନାରେ ଏତଲା ଦେଇଥିଲେ ଛାତ୍ରୀଙ୍କ ପରିବାର ଲୋକେ ସଂପୃକ୍ତ ଯୁବକ ବିରୋଧରେ ଏତଲା ଦେଇଥିଲେ। ସେପଟେ ଘଟଣାକୁ ନେଇ ସରକାରକୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ। ଓଡ଼ିଶାରେ ସରକାର ନାରୀ ମାନଙ୍କୁ , ଛାତ୍ରୀ ମାନଙ୍କୁ ମହିଳା ମାନଙ୍କୁ ନାବାଳିକା ମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ। ଓଡ଼ିଶାରେ ଅପରାଧୀ ମାନେ ମୁକ୍ତ ଭାବରେ ବୁଲୁଛନ୍ତି। ଅପରାଧୀଙ୍କୁ କଢ଼। କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ପୀଡ଼ିତାଙ୍କ ପରିବାରେଵ ଆର୍ଥିକ ସାହାଯ୍ୟ ଦିଆଯାଉ ବୋଲି କହିଛନ୍ତି କଂଗ୍ରେସ ନେତା ସନରାଜ ଗଣ୍ଡ।

ଋଣ ଠକେଇ ମାମଲାରେ ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟ ଆଶ୍ଵସ୍ତି

ନନ୍ଦିଘୋଷ ବ୍ୟୁରୋ : ବ୍ୟାଙ୍କ ଋଣ ଅର୍ଥ ହେରଫେର ମାମଲା।  ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ଵସ୍ତି। ରିଲାଏନ୍ସ ଇନଫ୍ରାର ଦୁଇ ସହଯୋଗୀ କମ୍ପାନୀ ଯମୁନା ପାୱାର ଲିମିଟେଡ ଓ ରାଜଧାନୀ ପାୱାର ଲିମିଟେଡର ପଡିଥିବା ବକେୟା ଆଦାୟ କରିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ। ଏହି ଦୁଇ କମ୍ପାନୀର ବକେୟା ୨୮ ହଜାର ୪୮୩ କୋଟି ଆଦାୟ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବକେୟା ଆଦାୟ କରାଯିବ।

ରିଲାଏନ୍ସ ଇନଫ୍ରା କହିଛି ଯେ BSES ଯମୁନା ପାୱାର ଲିମିଟେଡ୍ ଏବଂ BSES ରାଜଧାନୀ ପାୱାର ଉପରେ ୩୧ ଜୁଲାଇ୨୦୨୫ ସୁଦ୍ଧା ମୋଟ ୨୮ ହଜାର ୪୮୩କୋଟି ଟଙ୍କା ବକେୟା ଅଛି। ନିୟାମକ ସମ୍ପତ୍ତିର ପୁନରୁଦ୍ଧାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରିଲାଏନ୍ସ ଇନଫ୍ରାର ସହାୟକ କମ୍ପାନୀଗୁଡ଼ିକ ୧ ଏପ୍ରିଲ, ୨୦୨୪ ପରଠାରୁ ୪ ବର୍ଷ ମଧ୍ୟରେ ୨୮ ହଜାର ୪୮୩ କୋଟି ଟଙ୍କାର ନିୟାମକ ସମ୍ପତ୍ତି ପୁନରୁଦ୍ଧାର କରିବେ।BSES ଯମୁନା ପାୱାର ଲିମିଟେଡ୍ ଏବଂ BSES ରାଜଧାନୀ ପାୱାରରେ ରିଲାଏନ୍ସ ଇନଫ୍ରାଷ୍ଟକ୍ଚରର ୫୧ପ୍ରତିଶତ ଅଂଶଧନ ଅଛି, ଯେତେବେଳେ ବାକି ୪୯ ପ୍ରତିଶତ ଅଂଶଧନ ଦିଲ୍ଲୀ ସରକାରଙ୍କ ପାଖରେ ଅଛି। ଏହି ଦୁଇଟି ବିଦ୍ୟୁତ ବଣ୍ଟନ କମ୍ପାନୀ DISCOMs ଦିଲ୍ଲୀର ପ୍ରାୟ ୫୩ ଲକ୍ଷ ଘରକୁ ବିଦ୍ୟୁତ୍ ଯୋଗାଣ କରନ୍ତି।