spot_img
Home Blog Page 6035

ରାଜ୍ୟସଭାରେ କୃଷି ଆଇନ୍ ଝଡ଼: ଆସନ୍ତାକାଲି ଯାଏ ଗୃହ ମୁଲତବୀ ଘୋଷଣା

0

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷି ଆଇନ୍ ଝଡ଼। ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଗୃହରେ ଚାଷୀ ଆନ୍ଦୋଳନ ନେଇ ବିରୋଧୀ ଜୋର୍‌ଦାର ବର୍ଷିଛନ୍ତି। ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ହୋଇଛି। ଗୃହ ମୁଖ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରଥମେ ସାଢ଼େ ୧୦, ତା’ପରେ  ସାଢ଼େ ୧୧ ଓ ପରେ ସାଢ଼େ ୧୨ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ବି ସ୍ୱାଭାବିକ୍‌ ଭାବେ ଗୃହ ଚାଲି ନ ପାରିବାରୁ ଆସନ୍ତାକାଲି ଯାଏ ଏହାକୁ ମୁଲତବୀ ଘୋଷଣା କରାଯାଇଛି। ଆଜି ରାଜ୍ୟସଭା ଅଧିବେଶନ ଆରମ୍ଭରୁ ବିରୋଧୀ ହଙ୍ଗାମା କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭରୁ କୃଷି ଆଇନ ଉପରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ।

ହେଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ମନାକରିଦେଇଥିଲେ। ସେ କହିଥିଲେ ଯେ ଏନେଇ ଆଗରୁ ଆଲୋଚନା ହୋଇଛି, ତେଣୁ ଏବେ ଆଲୋଚନା ଆବଶ୍ୟକତା ନାହିଁ। ଏହାସହ  ପ୍ରଥମେ ଏ ସମ୍ପର୍କରେ ଲୋକସଭାରେ ଆଲୋଚନା ପରେ ରାଜ୍ୟସଭାରେ ଆଲୋଚନା କରାଯିବ ବୋଲି ଭେଙ୍କିୟା କହିଥିଲେ। ଏହାପରେ ସରକାର ବିରୋଧୀ ନାରାରେ କମ୍ପିଥିଲା ଗୃହ। ଗୃହ କାର୍ଯ୍ୟ ସୁରୁଖୁରୁରେ ହୋଇ ନ ପାରିବାରୁ ଗୃହର ମୁଖ୍ୟ ଏହାକୁ ମୁଲତବୀ କରିଦେଇଥିଲେ।

ମହଙ୍ଗା ପଡିଲା ମୋବାଇଲେ କଥା ହେବା, ରେଳଧାରଣା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରେନ୍

କଟକ: ସାମାନ୍ୟ ଅବହେଳା ଏବଂ ସତର୍କ ପାଇଁ ଅକାରଣରେ ଚାଲିଗଲା ଜୀବନ । ମୋବାଇଲ ଫୋନ ନେଇଗଲା ଜୀବନ। ମୋବାଇଲ୍‌ ଫୋନରେ କଥା ହୋଇ ରେଳଧାରଣା ଅତିକ୍ରମ କରିବା ସମୟରେ ଧକ୍କା ଦେଲା ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଛି ।

କଟକ ଶିଖରପୁରରେ ଘଟିଛି ଏହି ଦୁର୍ଘଟଣା । ଗୁଡ଼ସ୍‌ ସାଇଟ ପଛ ପାଖରେ ଥିବା ରେଳ ଧାରଣାରେ ଦୁର୍ଘଟଣା ଘଟିଥିବାବେଳେ ଯୁକଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

India vs England 2021: କୋଭିଡ ନେଗେଟିଭ୍ ଆସିବା ପରେ ଆରମ୍ଭ ହେଲା ଟିମ୍ ଇଣ୍ଡିଆର ନେଟ୍ ପ୍ରାକ୍ଟିସ୍

0

ଚେନ୍ନାଇ: ଇଂଲଣ୍ଡ ବିପକ୍ଷରେ ସିରିଜ୍‌ ଖେଳିବାକୁ ଭାରତୀୟ ଟିମ୍ ପ୍ରସ୍ତୁତି ଆରମ୍ଭ କରିଛି। ଆଜିଠାରୁ ଭାରତୀୟ ଖେଳାଳି ଚେନ୍ନାଇରେ ନେଟ୍‌ ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି। ୬ଦିନିଆ କ୍ୱାରେଣ୍ଟାଇନ ପିରିୟଡ୍ ଶେଷ କରିବା ପରେ ଭାରତୀୟ ଖେଳାଳି ନେଟ୍‌ ପ୍ରାକ୍ଟିସ୍ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଏହାପରେ ଟିମ୍ ୪ଟି ମ୍ୟଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କରୋନା ଯୋଗୁ ଭାରତରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଗୁଡ଼ିକ ବନ୍ଦ ରହିଥିଲା। ତେବେ ବର୍ତ୍ତମାନ ଇଂଲଣ୍ଡ ସହ ପ୍ରଥମ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିବାକୁ ଜୋର୍‌ଦାର୍‌ ଟିମ୍ ପ୍ରସ୍ତୁତି ଆରମ୍ଭ କରିଛି।

ଭାରତୀୟ ଖେଳାଳିଙ୍କ ପ୍ରାକ୍ଟିସ୍ ନେଇ ଆଜି ବିସିସିଆଇ ପକ୍ଷରୁ ଟ୍ୱିଟରରେ ଫଟୋ ସେୟାର କରାଯାଇଛି। ଫେବୃୟାରୀ ୫ ତାରିଖରେ ଚେନ୍ନାଇର ଚିଦାମ୍ବରମ୍‌ ଷ୍ଟାଡିୟମରେ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ପରେ ୧୩ ତାରିଖରେ ଏହି ଷ୍ଟାଡିୟମରେ ଦ୍ୱିତୀୟ ମ୍ୟାଚ୍‌ ବି ଖେଳାଯିବ। ଫେବୃୟାରୀ ୨୪ ଓ ମାର୍ଚ୍ଚ ୪ ତାରିଖରେ ହେବାକୁ ଥିବା ୩ୟ ଓ ୪ର୍ଥ ମ୍ୟାଚ୍ ଅହମ୍ମଦାବାଦ୍‌ର ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଖେଳାଯିବ।

୮ରୁ ଖୋଲିବ ହଷ୍ଟେଲ, ୧୦ରୁ ଖୋଲିବ+୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ କଲେଜ

ଭୁବନେଶ୍ୱର: ଫେବୃଆରୀ ୧୦ ରୁ ଖୋଲିବ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷ କଲେଜ । ଦୀର୍ଘ ଦିନ ଧରି ବନ୍ଦ ରହିଥିବା କଲେଜ ପୁଣି ଖୋଲିବା ସହ ପାଠପଢା ଆରମ୍ଭ ହେବ। ଏଥିପାଇଁ ଫେବ୍ରୁଆରୀ ୮ ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଶ୍ରେଣୀଗୃହ ଓ ହଷ୍ଟେଲରେ କୋଭିଡ ନିୟମାବଳୀ ବଳବତ୍ତର ରହିବ । ଗାଇଡଲାଇନ ଅନୁଯାୟୀ ଆରମ୍ଭ ହେବ ପାଠପଢା। ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଏବଂ ପରୀକ୍ଷାଗାରରେ ୬ଫୁଟ ର ସାମାଜିକ ଦୂରତା ରଖାଯିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସେହିପରି ହାତ ଧୋଇବା ଓ ସାନିଟାଇଜ ମଧ୍ୟ ବାଧ୍ୟତାମୂଳକ ରହିବ। ୟୁଜି କୋର୍ସର ତୃତୀୟ ସେମିଷ୍ଟର ଏବଂ ୪ବର୍ଷ ୟୁଜି କୋର୍ସର ପଞ୍ଚମ ସେମିଷ୍ଟର ପରୀକ୍ଷା ୧୯ ରୁ ୩୦ ଏପ୍ରିଲ ମଧ୍ୟରେ ହେବ। ସେହିପରି ୩୧ ମେ ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ପିଜି ପ୍ରଥମ ସେମିଷ୍ଟର ପରୀକ୍ଷା ୭ଜୁନ ରୁ ୧୯ ଜୁନ ପର୍ଯ୍ୟନ୍ତ ହେବ। ୨୦ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ପେଟ୍ରୋଲ ଦରକୁ ନେଇ ସ୍ୱାମୀଙ୍କ ଆକ୍ରମଣ, ରାମଙ୍କ ଭାରତରେ ପେଟ୍ରୋଲ ୯୩, ରାବଣ ଲଙ୍କାରେ ୫୧

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ଆସିବାର ଗୋଟିଏ ଦିନ ପରେ ବିଜେପି ନେତା ସୁବ୍ରମନିଅନ୍ ସ୍ୱାମୀ ନିଜ ଦଳକୁ ନିଶାନାକୁ ନେଇଛନ୍ତି । ଏକ ଟ୍ୱିଟ୍ କରି ସ୍ୱାମୀ କେନ୍ଦ୍ର ସରକାର ଉପରେ ଜୋରଦାର ହମଲା କରିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଗୋଟିଏ ଫଟୋ ଶେୟାର କରି ସ୍ୱାମୀ ଲେଖିଛନ୍ତି ଯେ, ରାମଙ୍କ ଭାରତରେ ପେଟ୍ରୋଲ ୯୩ ଟଙ୍କା, ସୀତାଙ୍କ ନେପାଳରେ ୫୩ ଟଙ୍କା ଓ ରାବଣର ଲଙ୍କାରେ ୫୧ ଟଙ୍କା।

ସ୍ୱାମୀଙ୍କ ଏହି ଟ୍ୱିଟରୁ ଜଣାପଡୁଛି ଯେ ପେଟ୍ରୋଲ ମୂଲ୍ୟବୃଦ୍ଧିକୁ ନେଇ ସେ ସନ୍ତୁଷ୍ଟ ନାହାନ୍ତି। ଅବଶ୍ୟ ତାଙ୍କୁ ଏହି ଟ୍ୱିଟ୍ ପାଇଁ ଅନେକ ଟ୍ରୋଲ୍ କରାଯାଇଥିଲା। ଅନେକ ଲୋକ ତାଙ୍କୁ ଭୂଲ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବା କହି ସମାଲୋଚନା କରିଥିଲେ।  ଜଣାଇଦେବାକୁ ଚାହୁଁ ଯେ ଶ୍ରୀଲଙ୍କାରେ ଜାନୁଆରୀ ୨୫ ସୁଦ୍ଧା ପେଟ୍ରୋଲର ମୂଲ୍ୟ ଲିଟର ପିଛା 161 LKR ରେକର୍ଡ଼ କରାଯାଇଥିଲା। ଯାହାକି ଭାରତରେ ପ୍ରାୟ ୬୦.୬୨ ଟଙ୍କା ହେବ। ସେହିପରି ନେପାଳରେ ଜାନୁଆରୀ ୨୫ ସୁଦ୍ଧା ପେଟ୍ରୋଲ ମୂଲ୍ୟ ଲିଟର ପିଛା 110 NPR ରେକର୍ଡ଼ କରାଯାଇଥିଲା। ଭାରତୀୟ ମୁଦ୍ରାରେ ଏହା  ପ୍ରାୟ ୬୮.୮୯ ଟଙ୍କା ହେବ।

ଅନ୍ୟପକ୍ଷରେ ଦେଶର ମେଟ୍ରୋ ସହରରେ ଲଗାତର ୬ ଦିନ ପାଇଁ ପେଟ୍ରୋଲ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀ ଓ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୮୬.୩୦ ପଇସା ଓ ୯୨.୮୬ ପଇସା ରହିଛି । ଅନ୍ୟପକ୍ଷରେ ଡିଜେଲ ଦର ୭୬ ଟଙ୍କା ୪୮ ପଇସା ରହିଛି।

ବିଜେପିରେ ରହି ମଧ୍ୟ ଆଗରୁ ସ୍ୱାମୀ ଅନେକ ଥର ସରକାରକୁ ସମାଲୋଚନା କରିଛନ୍ତି। ବିଶେଷ କରି ମୋଦି ସରକାରଙ୍କ ଅର୍ଥନୈତିକ ନୀତିକୁ ସେ କଟୁ ଭାଷାରେ ସମାଲୋଚନା କରିଥାନ୍ତି। ଆୟକରକୁ ନେଇ ମଧ୍ୟ ସ୍ୱାମୀ ନିଜସ୍ୱ ମତ ରଖନ୍ତି। ତେବେ ସୋମବାର ଦିନ ବଜେଟ୍ ଆସିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଥିଲା।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର କହିଥିଲେ ଯେ, ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପ୍ରକାର ବୃଦ୍ଧି ହେବ ନାହିଁ। ଲୋକଙ୍କ ଉପରେ ଅତିରିକ୍ତ ବୋଝ ଲଦା ହେବନି। କରକୁ ପୁନଃଗଠିତ କରିବାକୁ ସେସ୍ ଲାଗୁ କରାଯାଇଛି। ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରି ନୂଆ କୃଷି ସେସ୍ ଲାଗୁ କରିଛନ୍ତି। ତେବେ ସ୍ୱାମୀଙ୍କ ଭଳି ଅନେକ ଏହାକୁ ବିଶ୍ୱାସ କରିବା ମୁଡରେ ନାହାନ୍ତି । ସେସ୍ ବାବଦ ଅର୍ଥ ଗ୍ରାହକଙ୍କ ପକେଟରୁ ଯିବ ବୋଲି ଆଶଙ୍କା କରାଯାଉଛି ।

ରାଜ୍ୟରେ ଶୀତ ଲହରୀ, ୧୦ ଡିଗ୍ରୀ ତଳେ ରହିଛି ୧୦ ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ୧୦ ସହରରେ ୧୦ ଡିଗ୍ରୀ ତଳେ ରହିଛି ପାରଦ । ଜି ଉଦୟଗିରି ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଥିବାବେଳେ ଭୁବନେଶ୍ବରରେ ତାପମାତ୍ରା ରହିଛି ସର୍ବାଧିକ । ସେପଟେ ବଲାଙ୍ଗୀରରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଥିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଦିଆଯାଇଛି ସୂଚନା ।

ସେପଟେ ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର ରହିଛି । କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ଏବଂ ଜି. ଉଦୟଗିରିରେ ରାତିରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ସେହିପରି ଦାରିଙ୍ଗବାଡିରେ ୭.୫ ଡିଗ୍ରୀ, ବଲାଙ୍ଗୀରରେ ୭.୮ ଡିଗ୍ରୀ, ଝାରସୁଗୁଡା ଏବଂ କେନ୍ଦୁଝରରେ ୮.୨ ଡିଗ୍ରୀ, ଅନୁଗୁଳ ଏବଂ ବାରିପଦାରେ ୯.୬ ଡିଗ୍ରୀ ରହିଛି ପାରଦ ।

ସେହିପରି ଭବାନୀପାଟଣାରେ ପାରଦ ୮.୫ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୯.୫ ଡିଗ୍ରୀ ରହିଛି ପାରଦ । ଭୁବନେଶୱରରେ ୧୩ ଡିଗ୍ରୀ ଏବଂ କଟକରେ ୧୧.୮ ଡିଗ୍ରୀ ରହିଛି ରାତି ତାପମାତ୍ରା ।

କେନ୍ଦ୍ର ସରକାର ବଜେଟରେ ଦେଇଛନ୍ତି ୫ ଝଟକା, ଧିରେ ଧିରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା କାଳର ପ୍ରଥମ ବଜେଟ୍ ଉପସ୍ଥାପନ କରି ସାରିଛନ୍ତି । କରୋନା ପ୍ରଭାବରୁ ଏପର୍ଯ୍ୟନ୍ତ ଉବୁରିନଥିବା ଅର୍ଥନୀତିକୁ ପୁଣି ଟ୍ରାକକୁ ଆଣିବାକୁ ସେ କିଛି ପଦକ୍ଷେପ କଥା ଘୋଷଣା କରିଛନ୍ତି । ଯେଉଁଥିରେ ରାଷ୍ଟ୍ରାୟତ କମ୍ପାନୀ ବିକ୍ରୀ, କୃଷି ଉତ୍ପାଦ ବଜାରକୁ ଅଧିକ ମଜବୁତ କରିବା ପାଇଁ ବଜେଟରେ ପ୍ରାବଧାନ ରହିଛି। ଏସବୁ ସତ୍ୱେ କରୋନା ମାଡ଼ରେ ଅର୍ଥନୀତିର ଅବସ୍ଥା କ’ଣ ହୋଇଛି ତାହାର ଚିତ୍ର ସମସ୍ତଙ୍କ ଆଗରେ ରହିଛି ।
କରୋନା କାରଣରୁ ରାଜକୋଶ ଉପରେ ମଧ୍ୟ ପ୍ରଭାବ ପଡିଛି । ଏହାର ମୁକାବିଲା ପାଇଁ ସରକାର କିଛି ପଦକ୍ଷେପ ନେଇଛନ୍ତି । ଯାହା କଠୋର । ବିଶେଷଜ୍ଞଙ୍କ ଅନୁସାରେ ଏଥରର ବଜେଟ ଗତ କିଛି ବର୍ଷର ବଜେଟ ତୁଳନାର ଅଲଗା । ଯଦିଓ ଏଥର ସାଧାରଣ ଲୋକଙ୍କ ଉପରେ କୌଣସି ଟ୍ୟାକ୍ସ ଲାଗୁ କରାଯାଇ ନାହିଁ ତଥାପି କିଛି ଏଭଳି ନିଷ୍ପତି ସରକାର ନେଇଛନ୍ତି ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ।

ବଜେଟରେ କପା,ମକା ମଂଜି,ବଛା ବଛ ରତ୍ନ ଆଭୁଷଣ,ମୋଟର ପାର୍ଟସ ଉପରେ ସୀମା ଶୁଳ୍କ ବୃଦ୍ଧି ହୋଇଛି । ଇଲେକଟ୍ରୋନିକ ସେକ୍ଟରରେ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ,ତାର,କେବୁଲ ଓ ସୋଲାର ଇନଭର୍ଟର ଉପରେ ମଧ୍ୟ ସୀମା ଶୁଳ୍କ ବଢାଇ ଦିଆଯାଇଛି ।ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ମୋବାଇଲ ଚାର୍ଜର ଓ ସେଟ୍ ଆମାଦାନୀ ଉପରେ ଶୁଳ୍କ ବୃଦ୍ଧି ନିଷ୍ପତି ନେଇଛନ୍ତି । ଫଳରେ ଏହି ସବୁ ଜିନିଶର ମୂଲ୍ୟବୃଦ୍ଧି ହେବ । ସେହିଭଳି ମଦ ଉପରେ ୧୦୦ ପ୍ରତିଶତ କୃଷି ସେସ୍ ଲାଗୁ ହୋଇଛି ।
ପେଟ୍ରୋଲ ମୂଲ୍ୟ ବୃଦ୍ଧିକୁ ନେଇ ଚିନ୍ତିତ ଥିବା ଖାଉଟିଙ୍କ ଆଶା ଥିଲା ଏକ୍ସସାଇଜ୍ ଡ୍ୟୁଟି ସରକାର କମ କରିବ । ତେଲ ଦର କମିବ । ସରକାର ଏକ୍ସସାଇଜ୍ ଡ୍ୟୁଟି କମାଇଲେ ସତ କିନ୍ତୁ ତା’ ସ୍ଥାନରେ ଆସିଲା କୃଷି ସେସ । ପେଟ୍ରୋଲରେ ଲିଟର ପିଛା ୨.୫୦ ପଇସା ଓ ଡିଜେଲରେ ଲିଟର ପିଛା ୪ ଟଙ୍କା ସେସ୍ ପଡ଼ିବ। ମାନେ ତୈଳ ଦର ବୃଦ୍ଧି ହେବ।

୨୦୨୧ ବଜେଟରେ ପ୍ରୋଭିଡେଣ୍ଡ୍ ଫଣ୍ଡ୍ ନିବେଶକଙ୍କୁ ଝଟକା ଦେଇଛି । ନିଜ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବାର୍ଷିକ ୨ ଲକ୍ଷ ୫୦ ହଜାର ଟଙ୍କା ପିଏଫରେ ନିବେଶ କଲେ ଟ୍ୟାକ୍ସ ରିହାତି ମିଳିବ । ଏହାଠାରୁ ଅଧିକ ନିବେଶ ଉପରେ ଆୟକର ରିହାତି ମିଳିବ ନାହିଁ । ବର୍ତ୍ତମାନ ପିଏଫ ସୁଧହାର ରହିଛି ୮ ପ୍ରତିଶତ । ପିଏଫରୁ ମିଳୁଥିବା ସୁଧ ଉପରେ କୌଣସି କର ଲାଗେ ନାହିଁ।

ବଜେଟରେ ଏଲଆଇସିର ଆଇପିଓ ଜାରି କଥା କୁହାଯାଇଛି। ଏଲଆଇସି ଆଇପିଓ ବିକ୍ରୀ ଓ ଅନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗର ସେୟାର ବିକ୍ରୀ କରି ସରକାର ଆସନ୍ତା ଆର୍ଥିକ ବର୍ଷରେ ୧.୭ ଲକ୍ଷ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି । ଏହା ସହିତ ଦୁଇଟି ସାର୍ବଜନିକ ବ୍ୟାଙ୍କର ଘରୋଇ କରଣ କଥା ମଧ୍ୟ ବଜେଟରେ କୁହାଯାଇଛି ।କିଛି ରାଷ୍ଟ୍ରାୟତ କମ୍ପାନୀକୁ ବିକ୍ରୀ କରାଯିବ ଓ କିଛି କମ୍ପାନୀରେ ଥିବା ନିଜ ସେୟାରକୁ ବିକ୍ରୀ କରି ସରକାର ପାଣ୍ଠି ସଂଗ୍ରହ କରିବେ।

ଏୟାର ଇଣ୍ଡିଆ,ବିପିସିଏଲରେ ଥିବା ନିଜ ଅଂଶକୁ ସରକାର ବିକ୍ରୀ କରିବେ। ଏହା ସହ ବନ୍ଦର,ବିଦ୍ୟୁତ୍ ଭିତ୍ତିଭୂମୀ,ରେଳବାଇ,ଗେଲ୍,ଇଣ୍ଡିଆନ୍ ଅଏଲର ପାଇପ୍ ଲାଇନ୍,ଷ୍ଟାଡିୟମ,ଭେଲ,ବିଇଏମଏଲ,କୋନକୋର ଓ ସିଂପି କର୍ପୋରେସନରୁ ସରକାରୀ ପୁଂଜି ପ୍ରତ୍ୟାହାର ହେବ । ଅର୍ଥାତ ଏହି ସବୁ କମ୍ପାନୀରେ ଥିବା ନିଜ ଅଂଶଧନକୁ ସରକାର ଘରୋଇ କମ୍ପାନୀଙ୍କୁ ବିକ୍ରୀ କରିବେ। ବିରୋଧୀଙ୍କ ଅଭିଯୋଗ ହେଉଛି ଯେ, ରାଷ୍ଟ୍ରାୟତ ଉଦ୍ୟୋଗଙ୍କୁ ବିକ୍ରୀ କରି ସରକାର ପାଣ୍ଠି ଏକାଠି କରୁଛନ୍ତି ।
ଗୋଟିଏ ଜେନରାଲ ଇନସ୍ୟୁରାନ୍ସ କମ୍ପାନୀକୁ ବିକ୍ରୀ କରିବା ପାଇଁ ସରକାର ଘୋଷଣା କରିଛନ୍ତି । ଏହାସହ ଜୀବନ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଂଜିନିବେଶ (ଏଫଡିଆଇ)ସୀମାକୁ ୪୯ରୁ ୭୪ ପ୍ରତିଶତକୁ ସରକାର ବୃଦ୍ଧି କରିଛନ୍ତି । ଏହାଦ୍ୱାରା ବୀମାକ୍ଷେତ୍ରରେ ବିଦେଶୀ କମ୍ପାନୀଙ୍କ ପ୍ରତିପତି ବୃଦ୍ଧି ପାଇବ । ଏହା ସହ ବଜେଟରେ ଆୟକର ପୁନଃ ହିସାବର ସମୟସୀମାକୁ ୬ ବର୍ଷରୁ କମ କରି ୩ ବର୍ଷ କରିଦିଆଯାଇଛି । ଅର୍ଥାତ ଏପର୍ଯ୍ୟନ୍ତ ୬ ବର୍ଷର ପୁରୁଣା ମାମଲାକୁ ପୁଣିଥରେ ଖୋଲାଯାଇ ପାରୁଥିଲା । ଅର୍ଥାତ ଏବେ ଯଦି କୌଣସି ବର୍ଷ ୫୦ ଲକ୍ଷରୁ ଅଧିକ ଅଘୋଷିତ ଆୟର ପ୍ରମାଣ ମିଳିଲା ତେବେ ସେହି ମାମଲାରେ ୧୦ ବର୍ଷ ପର୍ଯ୍ୟନ୍ତ ଆୟକରର ଆକଳନ କରାଯିବ ।
ମୋଟାମୋଟି ଭାବେ ସାଧାରଣ ଲୋକ ଆୟକର କମିବ କିମ୍ବା ପେଟ୍ରୋଲ,ଡିଜେଲ ଦର କମିବ ବୋଲି ଭାବିବା ଠିକ୍ ହେବ ନାହିଁ । ବଜେଟରେ ଥିବା ବିଭିନ୍ନ ବିଷୟ ଆଗକୁ ଝଟକା ଦେବ ।

Myanmar Coup: ମହିଳା ଏରୋବିକ୍ସ ନାଚୁଥିଲେ, ପଛରେ ସଂସଦ ଉପରେ କବଜା କରିନେଲା ସେନା: ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ମିଆଁମାରରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା। ଏଥିସହ ଦେଶକୁ ପୁଣି ଫେରିଛି ସାମରିକ ଶାସନ। ଦେଶରେ ଏକ ବର୍ଷ ପାଇଁ ଏମରଜେନ୍ସି ଘୋଷଣା କରିଛି ମିଆଁମାର ସେନା। ଦେଶର ବାସ୍ତବିକ ନେତ୍ରୀ ଆଙ୍ଗ ସାନ ସୁ କି ଗୃହବନ୍ଦୀ ହୋଇଛନ୍ତି। ରାଷ୍ଟ୍ରପତି ୱିନ ମିଣ୍ଟ ମଧ୍ୟ ଏବେ ସେନା କବଜାରେ ରହିଛନ୍ତି। ଦେଶକୁ ସେନା ନିଜ କବଜାରେ ନେବା ସମୟର ଏକ ଲାଇଭ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବତୀ ଡ୍ୟାନ୍ସ କରି  ଭିଡିଓ କରୁଥିବାବେଳେ ପଛପଟେ ସେନା ଦେଶକୁ କବଜା କରୁଥିବାର ଦୃଶ୍ୟ ବି କ୍ୟାମେରାରେ କଏଦ ହୋଇଛି।

ଟ୍ୱିଟରରେ ଶେଆରି କରାୟାଇଥିବା ଏବି ଭିଡିଓକୁ ଏବେ ପର୍ଯ୍ୟନ୍ତ ପାଖାପାଖି ୮୦ ଲକ୍ଷରୁ ଅଧିକ ଥର ଦେଖାସରିଥିବାବେଳେ ୩୬ ହଜାରରୁ ଅଧିକଥର ରିଟ୍ୱିଟ୍ କରାଯାଇଛି। ଭିଡିଓକୁ ଦେଢ଼ କୋଟିରୁ ଅଧିକ ଲୋକ ଲାଇକ ମଧ୍ୟ କରିଛନ୍ତି। ଏହି ଭିଡିଓରେ ଜଣେ ମିଆଁମାରର ସଂସଦ ସମ୍ମୁଖରେ ଏରୋବିକ୍ସ ଡ୍ୟାନ୍ସ କରି  ଭିଡିଓ କରୁଛନ୍ତି । ତେବେ ତାଙ୍କ ପଛରେ ଏହି ସମୟରେ ମିଆଁମାର ସେନା ସଂସଦ ଉପରେ କବଜା କରିବାକୁ ଯାଉଛନ୍ତି। ଖିଙ୍ଗ ହନିନ୍ ମାନକ ଏହି ମହିଳା ଜଣକ ଜଣେ ଶାରୀରିକ ଶିକ୍ଷା ଗୁରୁ। ତାଙ୍କୁ ଆଦୌ ଜଣାପଡ଼ିଲାନି ଯେ ସେ ଡ୍ୟାନ୍ସ କ୍ଲାସ କରୁ କରୁ ତଚାଙ୍କ ପଛରେ ଦେଶରେ ସେନା ଜମାଇଦେଇଲା।

 

ସୂଚନାଯୋଗ୍ୟ, ମିଆଁମାରର ସରକାରର ସବୁ ପ୍ରମୁଖ ନେତାଙ୍କୁ ଗୃହବନ୍ଦୀ କରିବା ପରେ ଦେଶର ଶାସନ ଭାର ହାତକୁ ନେଇଛି ସେନା। ପ୍ରତିରକ୍ଷା ସେବା ମୁଖ୍ୟ ମିନ ଆଙ୍ଗ ହଳାଇଙ୍ଗଙ୍କ ହାତରେ ଏବେ ସବୁ କ୍ଷମତା ରହିଛି। ରାଷ୍ଟ୍ରପତି ୟୁ ମିଣ୍ଟଙ୍କୁ ଅସ୍ଥାୟୀ ରାଷ୍ଟ୍ରପତି ଘୋଷଣା କରାଯାଇଛି।  ୨୦୨୦ ନଭେମ୍ବର ନିର୍ବାଚନରେ ଏନଏଲଡି ପାର୍ଟି ଏକ ବଡ଼ ବିଜୟ ହାସଲ କରିଥିଲା। କିନ୍ତୁ ଏଥିରେ ବ୍ୟାପକ ଜାଲିଆତି ହୋଇଥିବା ସେନା ଅଭିଯୋଗ କରିଥିଲା। ତେଣୁ, ସେନା ସରକାରଙ୍କ ହାତରୁ କ୍ଷମତା ଛଡ଼ାଇ ନେବାର ଆଶଙ୍କା ବି ଥିଲା। ସୋମବାର ନବ ନିର୍ବାଚିତ ସଂସଦର ପ୍ରଥମ ବୈଠକ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବିତ ହୋଇଥିଲା। ହେଲେ ଏହାପୂର୍ବରୁ ସେନା ପାର୍ଟିର ବଡ଼ ନେତାମାନଙ୍କୁ ଗିରଫ କରିନେଇଛି। ମିଆଁମାରର ସାମ୍ପ୍ରତିକ ସ୍ଥିତିକୁ ନେଇ ଜାତିସଂଘ ସମେତ ଆମେରିକା, ଅଷ୍ଟ୍ରେଲିଆ ଓ ଅନ୍ୟ ବହୁ ରାଷ୍ଟ୍ର ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।

କୋଭିଡ ମୁକାବିଲେ ଓଡିଶା ସଫଳ, ପ୍ରଣବ ପ୍ରକାଶଙ୍କ ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: କୋଭିଡ ମୁକାବିଲେ ଓଡିଶା ସଫଳ । ରାଜ୍ୟର ସ୍ୱାସ୍ଥ୍ୟ ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ । ସପ୍ତାହେ ଧରି ରାଜ୍ୟରେ କୋଭିଡଜନିତ ମୃତ୍ୟୁ ହୋଇନାହିଁ । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା କରିଛନ୍ତି ବିଜେଡ଼ି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ।

ପ୍ରଥମରୁ କୋଭିଡ ବିରୋଧରେ ରାଜ୍ୟ ସରକାର ଲଢେଇ କରିଛନ୍ତି । ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରଖିଛନ୍ତି ମଧ୍ୟ । ଯାହାର ଫଳ ସ୍ୱରୂପ ଗତ ସପ୍ତାହରେ କୌଣସି କୋଭିଡ ଜନିତ ମୃତ୍ୟୁ ହୋଇନାହିଁ । ପୂର୍ବରୁ ସ୍ବାସ୍ଥ୍ୟ ସଂଗଠନ ଏବଂ ଭାରତ ସରକାର ମଧ୍ୟ ଓଡିଶାର କୋଭିଡ ପରିଚାଳନାକୁ କରିଛନ୍ତି ପ୍ରଶଂସା । ସେହିପରି ବିଜେଡ଼ି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ରାଜ୍ୟର ସ୍ବାସ୍ଥ୍ୟ ସେବାକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

ଅପରାଧୀକ ଅବହେଳା: ପୋଲିଓ ଟିକା ବଦଳରେ ଶିଶୁଙ୍କୁ ଦେଲେ ସାନିଟାଇଜର, ୧୨ ଶିଶୁ ଅସୁସ୍ଥ

0

ମୁମ୍ବାଇ: ପୋଲିଓ ଟିକାକରଣ ବେଳେ ସାଂଘାତିକ ତ୍ରୁଟି।  ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ସାନିଟାଇଜର ଦିଆଯାଇଛି। ଗତ ରବିବାର ମୁମ୍ବାଇରୁ ୭୦୦ କିଲୋମିଟର ଦୂରରେ ୟାଭାତ୍‌ମାଳ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଘଟଣାରେ ୧୨ ଜଣ ଶିଶୁ ଅସୁସ୍ଥ ହୋଇ ଡାକ୍ରଖାନାରେ ଭର୍ତ୍ତି ହୋଇଛନ୍ତି।

ସ୍ୱାସ୍ଥ୍ୟକେନ୍ଦ୍ରରେ ପଲ୍‌ସ ପୋଲିସ ଟିକାକରଣ ଚାଲିଥିବା ବେଳେ ୧୨ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ବଦଳରେ ସାନିଟାଇଜର ବୁନ୍ଦା ଦିଆଯାଇଛି। ଏହାପରେ ଶିଶୁମାନେ ଅସୁସ୍ଥ ହୋଇପଡ଼ିଥିଲେ। କେତେଜଣଙ୍କ ଦେହ ଥରିବା ସହ ବାନ୍ତି ହୋଇଥିଲା। ପରେ ଅସୁସ୍ଥ ଶିଶୁମାନଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅସୁସ୍ଥ ପିଲାମାନଙ୍କ ଉପରେ କଡ଼ା ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ । ସୂଚନା ମୁତାବକ ଏହି ଘଟଣା ଜଣେ ଡାକ୍ତର ଅଙ୍ଗନ ବାଡ଼ି ସେବିକା ଓ ଆଶା କର୍ମୀଙ୍କ ଉପସ୍ଥିତରେ ଘଟିଛି।

ସୂଚନାଯୋଗ୍ୟ, ୟାଭାତ୍‌ମାଲ୍‌ ଜିଲ୍ଲାପାଳ ଏମ୍‌. ଦେବେନ୍ଦର ସିଂ ମେଡିକାଲକୁ ଯାଇ ପିଲାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି । ଅବହେଳା ପାଇଁ ଜଣେ ସ୍ୱାସ୍ଥ୍ୟକର୍ମୀ, ଜଣେ ଡାକ୍ତର ଓ ଜଣେ ଆଶାକର୍ମୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶ୍ରୀକ୍ରିଷ୍ଣ ପଞ୍ଚଲ। ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯିବ।