ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀରେ ଚାଷୀଙ୍କ ଟ୍ରାକଟର ରାଲି ସମୟରେ ହୋଇଥିବା ହିଂସାକାଣ୍ଡ ପଛରେ ଅଭିନେତା ଦୀପ ସିଦ୍ଧୁଙ୍କ ଭୂମିକା ନେଇ ଚର୍ଚ୍ଚା ଜୋର୍ ଧରିଛି। ଚାଷୀଙ୍କୁ ହିଂସା ପାଇଁ ଦୀପ ସିଦ୍ଧୁ ଉସୁକାଇଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି। ଗତକାଲିର ହିଂସା ପରେ ଲାଲ କିଲ୍ଲାରେ ଝଣ୍ଡା ଉଡ଼ାଇଥିବା ଦୀପ ସିଦ୍ଧୁ ସୋସିଆଲ୍ ମିଡିଆରେ କହିଛନ୍ତି।
ଦୀପ ସିଦ୍ଧୁ ହେଉଛନ୍ତି ଜଣାଶୁଣା ପଞ୍ଜାବୀ ଅଭିନେତା। ୨୦୧୯ରେ ଅଭିନେତା ସନ୍ନି ଦେଓଲ ଗୁରୁଦାସପୁରରୁ ନିର୍ବାଚନ ଲଢୁଥିବା ବେଳେ ସେ ତାଙ୍କ ପାଇଁ ପ୍ରଚାର କରିଥିଲେ। ତେବେ ହିଂସା ପରେ ସନ୍ନି ଦେଓଲ ଟ୍ୱିଟ୍ କରି ଦିପ୍ ସିଦ୍ଧୁଙ୍କ ସହ କୌଣସି ସଂପର୍କ ନଥିବା କହିଛନ୍ତି।
आज लाल क़िले पर जो हुआ उसे देख कर मन बहुत दुखी हुआ है, मैं पहले भी, 6 December को ,Twitter के माध्यम से यह साफ कर चुका हूँ कि मेरा या मेरे परिवार का दीप सिद्धू के साथ कोई संबंध नही है।
जय हिन्द— Sunny Deol (@iamsunnydeol) January 26, 2021
ତେବେ ହିଂସାକାଣ୍ଡରେ ଦୀପ ସିଦ୍ଧୁଙ୍କ ସଂପୃକ୍ତି ନେଇ ତଦନ୍ତ କରିବାକୁ ଚାଷୀ ନେତା ଦାବି କରିଛନ୍ତି। ସେହିପରି ହିଂସା ଘଟଣାରେ ଗ୍ୟାଙ୍ଗଷ୍ଟର ଲଖା ସିଧାନର ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି। ଲଖା ସଧାନ ଓ ତା ସହଯୋଗୀମାନେ ଦିଲ୍ଲୀର କିଛି ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ପଞ୍ଜାବରେ ଲଖା ସିଧାନ ନାଁରେ ୨୦ରୁ ଅଧିକ ମାମଲା ଥିବାବେଳେ, କିଛି ଦିନ ହେଲା କୃଷକ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲା।





ଥାନାରେ କାର୍ଯ୍ୟ କରୁଥିବା ସମୟରେ ଏହି ମହିଳାଙ୍କ ସଂସ୍ପର୍ଷରେ ଆସିଥିଲେ । ମହିଳା ଜଣଙ୍କ ଭାଗିରଥି ଦାସଙ୍କ ଗାଁର ବୋଲି ଜଣାପଡ଼ିଛି । ଏହାସହ ମହିଳା ଜଣଙ୍କ ସ୍କୁଲ ବନ୍ଧୁ ମଧ୍ୟ ଥିଲେ । ମହିଳା ଜଣଙ୍କ ବିବାହିତା ଥିବା ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା ଏବଂ ପୋଲିସ ବାବୁ ତାଙ୍କୁ ବିବାହର ପ୍ରତିଶୃତି ଦେଇ ପରେ ମନା କରିଦେଇଥିଲେ । ତେଣୁ ବିବାହିତା ମହିଳା ଜଣଙ୍କ ଖୋର୍ଦ୍ଧା ଥାନାରେ ଅଭିଯୋଗ କରିଥିଲେ ।


