spot_img
Home Blog Page 6105

ଲଦାଖରେ ମୁତୟନ ଯବାନଙ୍କୁ ପ୍ରଥମେ ଦିଆଯିବ କୋଭିଡ୍ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜନା ଶାନ୍ତ ପଡ଼ିନି । ଏହାରି ଭିତରେ ଲଦାଖରେ କରୋନା ଭ୍ୟାକ୍ସିନର ୧୨ ହଜାର ଡୋଜ୍ ପହଞ୍ଚିଛି । ସେଥିରୁ ୪ ହଜାର ଡୋଜ୍ ଆର୍ମି କର୍ମଚାରୀଙ୍କୁ ଦିଆଯିବ  । ଆସନ୍ତାକାଲି ଠାରୁ ଦେଶରେ କରୋନା ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମେ ଲଦାଖରେ ମୁତୟନ ଯବାନଙ୍କୁ ଦିଆଯିବ ଟିକା ।

Ladakh soldiers among first set of army personnel to get Covid-19 vaccine

ମିଲିଟାରୀ ଡକ୍ଟର, ମେଡିକାଲ ଷ୍ଟାଫଙ୍କ ସହ ଆଗଧାଡ଼ିର ସୈନିକଙ୍କୁ ଟିକାକରଣ ଲାଗି ଚିହ୍ନଟ କରାଯାଇଛି । ଏଥିସହ ମିଲିଟାରୀରେ ଅଂଶ ହୋଇନଥିଲେ ମଧ୍ୟ ଏହାକୁ ସଞ୍ଚାଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବ୍ୟକ୍ତିଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯିବ ।

Ladakh soldiers among first set of army personnel to get Covid-19 vaccine

ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୋଭିଡ୍ ଟିକାକରଣର ଶୁଭାରମ୍ଭ କରିବେ । ଦେଶରେ ୩ ହଜାର ୬ଟି ଟିକାକରଣ କେନ୍ଦ୍ର ଏଥିପାଇଁ ପ୍ରସ୍ତୁତ ହୋଇ ରହିଛି । ଟିକାକରଣ ସକାଳ ୯ଟାରୁ ୫ଟା ଯାଏ ଚାଲିବ । ଦେଶରେ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟକର କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ବେଳେ ସବୁ ରାଜ୍ୟରେ ଟିକା ପହଞ୍ଚି ସାରିଛି ।

ନିଧି ରାଜଦାନଙ୍କୁ ହାର୍ଭାର୍ଡ ଝଟକା, ୨୧ ବର୍ଷର ଚାକିରି ନେଲା ସାଇବର ଫ୍ରଡ୍

ନୂଆଦିଲ୍ଲୀ: ଅନଲାଇନ୍ ଲୁଟ୍ କଥା ତ ଜାଣିଥିବେ, ଶୁଣିଥିବେ । ତେବେ, କେବେ ଭାବିଛନ୍ତି କି ଅନଲାଇନ୍ ଫ୍ରଡ୍ ଯୋଗୁଁ ଚାକିରି ଚାଲିଯିବା କଥା । ତାହା ପୁଣି ଅଭିଜ୍ଞ, ଜଣାଶୁଣା ସାମ୍ବାଦିକଙ୍କ । ହଁ ଏମିତି କିଛି ଘଟିଛି ଏନଡିଟିଭିର ପୂର୍ବତନ ବରିଷ୍ଠ ସାମ୍ବାଦିକା ନିଧି ରାଜଦାନଙ୍କ ସହିତ । ନିଧି ଏନଡିଟିଭି ସହ ବିଗତ ୨୧ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ । ଗତ ଜୁନ୍ ମାସରେ ତାଙ୍କୁ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଆସୋସିଏଟ୍ ପ୍ରଫେସର ଚାକିରି ମିଳିଥିବା ନେଇ ସେ ଟ୍ୱିଟ୍ କରିଥିଲେ । ଏଥିପାଇଁ ସେ ସାମ୍ବାଦିକତା ଛାଡ଼ୁଥିବା କହିଥିଲେ । ତେବେ, ୭ ମାସ ପରେ ସତ ଜଣାପଡ଼ିଛି । ନିଧି ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି- ତାଙ୍କୁ ଧୋକା ଦେଇଛନ୍ତି ସାଇବର ଠକ । ତାଙ୍କୁ ହାର୍ଭାର୍ଡ ପକ୍ଷରୁ କୌଣସି ଚାକିରି ଯଚା ଯାଇନଥିଲା ।

ନିଧି ଶୁକ୍ରବାର ଟ୍ୱିଟ୍ କରି ତାଙ୍କ ସହ ହୋଇଥିବା ସାଇବର ଫ୍ରଡ୍ ନେଇ ସୂଚନା ଦେଇଛନ୍ତି । ୨୦୨୦ ଜୁନରେ ସେ ୨୧ ବର୍ଷର ସାମ୍ବାଦିକତା ଜୀବନ ଛାଡ଼ି ଆଗାମୀ କିଛିଦିନ ମଧ୍ୟରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ (ଗଣମାଧ୍ୟମ) ବିଭାଗରେ ଆସୋସିଏଟ୍ ପ୍ରଫେସର ଭାବେ ଯୋଗଦେବେ କହିଥିଲେ । ୨୦୨୦ ସେପ୍ଟେମ୍ବରରେ ଯୋଗଦେବାକୁ ନିଧିଙ୍କୁ କୁହାଯାଇଥିଲା । ଏଥିପାଇଁ ସେ ପ୍ରସ୍ତୁତ ହୋଇଥିବା ବେଳେ ପୁଣି ତାଙ୍କୁ କୁହାଗଲା କରୋନା ପାଇଁ କ୍ଲାସ୍ ୨୦୨୧ ଜାନୁଆରୀରୁ ଆରମ୍ଭ ହେବ ।

Journalist Nidhi Razdan Becomes A Victim Of Phishing Attack Never Got An Offer From Harvard University

ଯୋଗାଯୋଗ ବେଳେ ନିଧି ପ୍ରଶାସନିତ ତ୍ରୁଟି ପ୍ରତି ଧ୍ୟାନ ଦେଇନଥିଲେ । ମହାମାରୀ ସବୁକିଛି କେମିତି ସାଧାରଣ ଚାଲିଛି ? ପରେ ନିଧି ସିଧା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ । ତାଙ୍କୁ ସମ୍ପୂର୍ଣ୍ଣ ଘଟଣା କହିଥିଲେ ନିଧି । କର୍ତ୍ତୃପକ୍ଷ କହିଥିଲେ ଆମ ପକ୍ଷରୁ ସେମିତି କିଛି ଚାକିରି ଅଫର୍ ଦିଆଯାଇନାହିଁ । ପରେ ନିଧି ସାଇବର ଫ୍ରଡର ଶିକାର ହୋଇଥିବା ଜାଣିବାକୁ ପାଇଲେ ।

ବଲାଙ୍ଗିରରେ ଗ୍ୟାଙ୍ଗୱାର, ୨ ଯୁବକ ଗୁରୁତର

ବଲାଙ୍ଗିର: ଅପରାଧୀଙ୍କ ଗଡ଼ ପାଲଟିଛି ବଲାଙ୍ଗିର । ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ସହରର ହାତୀଶାଳପଡ଼ାରେ ଗ୍ୟାଙ୍ଗୱାର ଘଟିଛି । ଦୁଇ ଜଣ ଯୁବକକୁ ଖଣ୍ଡା, ଟାଙ୍ଗିଆ, ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଏଥିରେ ନୀଳ କୁମ୍ଭାର ଓ ବିଶାଳ ଶର୍ମା ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତର ଯୁବକଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି ।

Group Clash In Bolangir City, 2 Critical Injured

ଉଭୟଙ୍କୁ ୧୪ ଜଣ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି । ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ୨ ଯୁବକଙ୍କୁ ସଂଘବଦ୍ଧ ଭାବେ ଏତେ ଯୁବକ ଆକ୍ରମଣ କଲେ ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।

ଷ୍ଟାର୍ଟଅପ୍ ପଲିସିରେ ଦେଶରେ ଓଡ଼ିଶା ସର୍ବଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଷ୍ଟାର୍ଟଅପ୍ ପଲିସି ଦେଶରେ ସର୍ବଶ୍ରେଷ୍ଠ । ଏଥିପାଇଁ କରୋନା ସମୟରେ ବି ରାଜ୍ୟରେ ପୁଞ୍ଜି ନିବେଶ କମିନାହିଁ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ଭଲ ରୋଜଗାର ଏବଂ ବ୍ରାଣ୍ଡ ପ୍ରସ୍ତୁତ ହୋଇପାରିବ । ଓଡ଼ିଶାରେ ବ୍ୟବସାୟ ପାଇଁ ରାଜ୍ୟ ସରକାର ନିବେଶକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ‘ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧’ର ପୁରସ୍କାର ବିତରଣ ସମାରୋହ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲେ ।

Odisha Best In Country In Startup Policy Says Naveen Patnaik

ଯୁବକମାନେ ରାଜ୍ୟରେ ଥିବା ଶିଳ୍ପ ସହଯୋଗୀ ପଲିସିର ସୁଯୋଗ ନେଇ ଆଗକୁ ବଢନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ’ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ନିଜର ବ୍ରାଣ୍ଡ ସୃଷ୍ଟି କରିହେବ । ‘ଓୟୋ’ର ପ୍ରତିଷ୍ଠାତା ରିତେଶଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରିତେଶ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ରାଜ୍ୟରେ ବ୍ୟବସାୟର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Odisha Best In Country In Startup Policy Says Naveen Patnaik

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶାର ବ୍ରାଣ୍ଡକୁ ବେଶ୍ ପ୍ରଶଂସା କରିଛନ୍ତି । ଓଡ଼ିଆ ଲୋକମାନେ କୁଶଳୀ, ବୁଦ୍ଧଜୀବୀ ଓ ସଚ୍ଚୋଟ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଓଡ଼ିଶା ଆଗାମୀ ଦିନରେ ପେଟ୍ରୋକେମିକାଲ ହବ୍ ହେବାକୁ ଯାଉଛି । ଏହାକୁ ନେଇ ଓଡ଼ିଶାରେ ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ବ୍ୟବସ୍ଥା ସହଯୋଗୀ ହେଲେ ଓଡ଼ିଶାରେ ଭଲ ବ୍ୟବସାୟିକ ବାତାବରଣ ସୃଷ୍ଟି ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Odisha Best In Country In Startup Policy Says Naveen Patnaik

‘ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧’ର ପୁରସ୍କାର ବିତରଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏଭଳି ଉତ୍ସାହ ପୂର୍ଣ୍ଣ ସମ୍ବୋଧନ ପୁରସ୍କୃତ ଉଦ୍ୟୋଗୀମାନଙ୍କ ଆତ୍ମବିଶ୍ୱାସ ବଢାଇଛି । ଏହି ଉତ୍ସବରେ ସମ୍ବାଦର ସମ୍ପାଦକ ତଥା ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ ତ୍ରିପାଠୀ ଯୋଗଦେଇ ବ୍ରାଣ୍ଡ ଅଫ ଓଡ଼ିଶା, ପ୍ରାଇଡ୍ ଅଫ ଇଣ୍ଡିଆର ବିଜେତାମାନଙ୍କୁ ପ୍ରଶଂସା କରିଥିଲେ ।

ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ: ସର୍ଭେ

ଭୁବନେଶ୍ୱର: ନବୀନ ପୁଣି ନମ୍ବର ୱାନ୍ । ଦେଶର ସବୁଠୁ ଭଲ ଆଉ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ସି-ଭୋଟର ଓ ଏବିପି ଦେଶ୍ କା ମୁଡ୍ ସର୍ଭରୁ ଏହା ଜଣାପଡ଼ିଛି । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ନବୀନ । ସବୁଠାରୁ ବଡ଼ କଥା ହେଉଛି ସବୁବେଳେ ନିଜକୁ ଭଲ କହି ଛପନ ଇଞ୍ଚର ଛାତି ଦେଖାଉଥିବା ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ୫ରେ ନାହାଁନ୍ତି ।

Naveen Patnaik Best Popular CM Of India Survey

ସର୍ଭେ ଅନୁସାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ନବୀନଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ତୃତୀୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଥିବାବେଳେ ଚତୁର୍ଥରେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରହିଛନ୍ତି । ଷଷ୍ଠ ସ୍ଥାନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଥିବାବେଳେ ଅଷ୍ଟମ ସ୍ଥାନରେ ଅଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ।

Naveen Patnaik Best Popular CM Of India Survey

ସର୍ଭେ ଅନୁସାରେ ଶ୍ରେଷ୍ଠ ୧୦ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ବିଜେପି ଶାସିତ ରାଜ୍ୟର ୩ ଜଣ ମୁଖ୍ୟମନ୍ତ୍ରୀ ତଳଆଡ଼ୁ ରହିଛନ୍ତି । ପୂର୍ବରୁ ଅନେକ ସର୍ଭେରେ ସମସ୍ତଙ୍କୁ ପଛରେ ପକାଇ ନବୀନ ଏକ ନମ୍ବର ହୋଇଥିବା ବେଳେ ଏବେବି ନବୀନଙ୍କ ଲୋକପ୍ରିୟତା ପୂର୍ବଭଳି ବଜାୟ ରହିଛି ।

ପ୍ଲେ ଷ୍ଟୋରରୁ ହଟିଲା ଲୋନ୍ ଆପ୍, ମନଲୋଭା ଅଫର୍ ଦେଇ ଖାଲି କରୁଥିଲେ ଆକାଉଣ୍ଟ

ନୂଆଦିଲ୍ଲୀ: ଋଣ ପାଇଁ ଯିବାକୁ ପଡ଼ିବନି ବ୍ୟାଙ୍କ । ମାତ୍ର ଗୋଟିଏ କ୍ଲିକରେ ମିଳିଯିବ ଋଣ । ସୋସିଆଲ ମିଡିଆରେ ଏଭଳି ମନଲୋଭା ଅଫର ଚିନ୍ତା ବଢ଼ାଇଛି । ମୋବାଇଲ୍ ଉପଭୋକ୍ତାଙ୍କ ଆକାଉଣ୍ଟ ଖାଲି କରିଦେଉଛି ଏଭଳି ଅଫର୍ । ଅଭିଯୋଗ ବଢ଼ିବାରୁ ପ୍ଲେ ଷ୍ଟୋରରୁ ଶତାଧିକ ଋଣ ଆପ୍ଲିକେସନକୁ ହଟାଇଛି ଗୁଗୁଲ୍ ।

Google Removed Personal Loan App From Play Store

ସୋସିଆଲ୍ ମିଡିଆ ବ୍ୟବହାର ବେଳେ ଆପଣ ଅନେକ ମେସେଜ ଦେଖିଥିବେ । ବିଜ୍ଞାପନରେ ଭରପୁର ଥାଏ ମନଲୋଭା ଅଫର୍ । ଏକ ନିର୍ଦ୍ଦିଷ୍ଟ ଆପ୍ଲିକେସନ୍ ଇନଷ୍ଟଲ କଲେ ମାତ୍ର କେଇ ମିନିଟରେ ଋଣ ମିଳିଯିବାର ପ୍ରତିଶ୍ରୁତି ଦେଇଥାଏ ଏଭଳି ବିଜ୍ଞାପନ । ପ୍ଲେ ଷ୍ଟୋରରେ ଅତି ସହଜରେ ମିଳିଯାଏ ଏହି ଆପ୍ଲିକେସନ୍ । ଯଦି ଆପଣ ଏଭଳି ବିଜ୍ଞାପନ ଦେଖି ଅନଲାଇନରେ ଋଣ ନେବା ପାଇଁ ମନ ବଳାଇଛନ୍ତି ତେବେ ଟିକେ ସାବଧାନ ହୋଇଯାଆନ୍ତୁ । କାରଣ ଋଣ ଦେବାର ପ୍ରତିଶ୍ରୁତି ଦେଉଥିବା ଏହି ଆପ୍ଲିକେସନ୍ ପଛରେ ରହିଛି ବଡ଼ ରାକେଟ । ଆପ୍ଲିକେସନ୍ ଇନଷ୍ଟଲ କରିବାର କେଇ ସମୟ ଭିତରେ ଆପଣଙ୍କ ଆକାଉଣ୍ଟକୁ ସଫା କରିଦେବେ ସାଇବର ଲୁଟେରା ।

Google Removed Personal Loan App From Play Store

ଏଭଳି ନକଲି ଆପ୍ ଲୋକଙ୍କୁ ଲୁଟୁଥିବାର ଅଭିଯୋଗ ବଢ଼ି ଚାଲିଛି । ଅଭିଯୋଗକୁ ଭିତ୍ତି କରି ପ୍ଲେ ଷ୍ଟୋରରୁ ଶତାଧିକ ଋଣ ଆପ୍ଲିକେସନକୁ ହଟାଇ ଦେଇଛି ଗୁଗୁଲ । ଆରବିଆଇ ଗାଇଡଲାଇନକୁ ପାଳନ କରାଯାଉଛି କି ନାହିଁ ସେନେଇ ରିପୋର୍ଟ ଦେବାକୁ ବି ଅନେକ ଆପ୍ଲିକେସନର ଡେଭଲପରଙ୍କୁ ସୂଚନା ଦେଇଛି ଗୁଗୁଲ । ଚାଇନାର ବହୁ ଆପ୍ଲିକେସନ ଡେଭଲପର ଏଭଳି ଆପ୍ଲିକେସନ କରି ମୋବାଇଲ ଉପଭୋକ୍ତାଙ୍କୁ ଠକୁଥିବା ଏକ୍ସପର୍ଟ କହିଛନ୍ତି ।

Google Removed Personal Loan App From Play Store

ଅତି ସହଜରେ ଋଣ ପାଇବା ଆଶାରେ ଅନେକ ମୋବାଇଲ ଉପଭୋକ୍ତା ଏଭଳି ଆପ୍ଲିକେସନ ଇନଷ୍ଟଲ କରିଦିଅନ୍ତି । ମାତ୍ର କିଛି ସମୟର ଅସାବଧାନତା ତାଙ୍କୁ ସମସ୍ୟାରେ ପକାଇବା ସହ ଆକାଉଣ୍ଟ ଖାଲି କରିଦିଏ ।

ହୀନ ରାଜନୀତି ପାଇଁ ବିଭ୍ରାନ୍ତ କରୁଛି ବିଜେପି, ଅଭିଯୋଗର ନାହିଁ ବାସ୍ତବତା: ବିଜେଡି

ଭୁବନେଶ୍ୱର: ନୟାଗଡ଼ ଯଦୁପୁରୁ ପରୀ ମୃତ୍ୟୁ ମାମଲାକୁ ନେଇ ବିଜେପି ରାଜନୀତି କରୁଥିବା ବେଳେ ବିଜେଡି ରଖିଛି ପ୍ରତିକ୍ରିୟା । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି- ଘଟଣାର ଅନୁଧ୍ୟାନ ପାଇଁ ବିଧାନସଭାରେ ରାଜ୍ୟ ସରକାର, କୋର୍ଟ ମନିଟରରେ SIT ପାଇଁ କହିଥିଲେ । ହାଇକୋର୍ଟଙ୍କୁ ଅବଗତ କରିବା ସହିତ ଏନେଇ ଚିଠି ପ୍ରଦାନ କରାଯାଇଛି । ମୁଖ୍ୟ କଥା ହେଲା SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ ଅଛନ୍ତି । ବାସ୍ତବରେ ପ୍ରସଙ୍ଗ ବିହୀନ ବିଜେପି ତଥ୍ୟ ନଥାଇ ଏଭଳି ହୀନ ରାଜନୀତି କରୁଛି । ରାଜ୍ୟର ଲୋକମାନେ ଏ ନେଇ ଅବଗତ ଅଛନ୍ତି ।

BJD SpokesPerson Countered BJP Over Pari Case SIT Investigation

ତେଣୁ ବିଜେପି ଅଭିଯୋଗର ବାସ୍ତବତା ନାହିଁ । ପରୀ ପ୍ରସଙ୍ଗରେ ବିଜେପି ନିକଟରେ କୌଣସି ତଥ୍ୟ ନାହିଁ । ତଦନ୍ତ ପ୍ରକ୍ରିୟାରେ ବିଜେପି ସମ୍ପୂର୍ଣ୍ଣ ଅଜ୍ଞ । ହୀନ ରାଜନୀତି ପାଇଁ ବିଜେପି ଏଭଳି ବିଭ୍ରାନ୍ତ କଲା ଭଳି କଥା କହୁଛି । ବିଜେପି ଏହି ପ୍ରସଙ୍ଗରେ ରାଜନୀତି କରିବାକୁ ପଛାଉ ନାହିଁ ବୋଲି ଲେନିନ୍ କହିଛନ୍ତି । ଏହି ମାମଲାରେ ଏସଆଇଟି ପରୀର ପଡ଼ୋଶୀ ସରୋଜ ସେଠୀଙ୍କୁ ଗିରଫ କରିଛି ।

ଚାଲିଛି ବେଧଡ଼କ ଅନ୍ତର୍ଜାତୀୟ ଗୋ-ଚାଲଣ, ରାଜ୍‌ ଖୋଲିବ CBI

ନୂଆଦିଲ୍ଲୀ:  ଚାଲିଛି ବେଆଇନ ଗୋରୁ କାରବାର । ଶତ ପ୍ରଚେଷ୍ଟା ପରେ ମଧ୍ୟ ବଳି ପଡ଼ି ଯାଉଛନ୍ତି ନିରୀହ ପଶୁ । ସରକାର ଏହାକୁ ରୋକିବାକୁ ଉଦ୍ୟମ କରୁଥିବା ବେଳେ ଅଣ୍ଟିଛୁରୀ ତଣ୍ଟି କାଟୁଛି । ଯାହାର ଖୁଲାସା କରିଛି ନିଜେ CBI ।

CBI ଗୋ-ଚାଲଣକୁ ନେଇ ଆଶ୍ଚର୍ଯ୍ୟ କରିବା ଭଳି ରିପୋର୍ଟ ଦେଇଛି । ସିବିଆଇର କହିବା ମୁତାବକ ଲଗାତାର ଦେଶରୁ ଗୋ ଚାଲାଣ ହେଉଛି । ତାହା ମଧ୍ୟ ହଜାର ହଜାର ସଂଖ୍ୟାରେ ପଶ୍ଚିମ ବଙ୍ଗ ଦେଇ ବାଂଲାଦେଶ କୁ ଗୋଚାଲଣ କରୁଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ତାହା ହେଉଛି ସୀମା ସୁରକ୍ଷା ବଳ ବା BSF ଏବଂ କଷ୍ଟମର କିଛି ଅଧିକାରୀ ଏଥିରେ ଗୋ ତଷ୍କରଙ୍କୁ ସହଯୋଗ କରୁଛନ୍ତି । ଏହା ସହିତ କେତେକ ବରିଷ୍ଠ ନେତା ମଧ୍ୟ ଏଜେନ୍ସିର ରାଡ଼ାରରେ ଅଛନ୍ତି ।

ପ୍ରାୟ ଏକ ବର୍ଷ ଧରି ଚର୍ଚ୍ଚାର ବିଷୟ ସାଜିଛି ଗୋରୁ ଚାଲାଣ । ଭାରତକୁ ଲାଗିଥିବା ବାଂଲାଦେଶର ଦୁଇ ହଜାର ଦୁଇ ଶହ ଷୋହଳ କିଲୋମିଟର ସୀମା ଦେଇ ପ୍ରତିବର୍ଷ ମହୁଳ ମାତ୍ରାରେ ଗୋ-ଚାଲଣ ହେଉଛି । ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳ ମାଲଦା-ମୁର୍ଶିଦାବାଦର କିଛି ରାସ୍ତା ଦେଇ ପ୍ରତିଦିନ ଗାଈ ମାନଙ୍କୁ ବାଂଲାଦେଶରେ ପହଞ୍ଚାଯାଏ । ସିବିଆଇ ରିପୋର୍ଟ କହୁଛି ଯେତେ ମାତ୍ରାରେ ଗୋ-ଚାଲଣ ହେଉଛି ତାହାର ମାତ୍ର ପାଞ୍ଚ ପ୍ରତିଶତ ଚାଲଣକୁ ଅଟକାଇବାରେ ସଫଳ ହୋଇପାରନ୍ତି BSF । ବାକି ବିଷୟରେ ହୁଏତ ସେମାନଙ୍କ ନିକଟରେ ପକ୍କା ଖବର ନଥାଏ, କିମ୍ବା ସେମାନଙ୍କ ମିଳିତ ସହଯୋଗରେ ଗୋ-ଚାଲଣ ଅତି ସହଜରେ ହୋଇଯାଏ । ଏବେ ଏହା ପଛର ରାଜ୍ ଖୋଲିବାକୁ ଚେଷ୍ଟା କରୁଛି CBI ।

ଗଣମାଧ୍ୟମ ରିପୋର୍ଟ କହୁଛି, ସିବିଆଇ କିଛି ଲୋକଙ୍କ ଉପରେ ସନ୍ଦେହ କରୁଛି । ଏଥିରେ କେତେକ ବଡ଼ ବଡ଼ ନାଁ ମଧ୍ୟ ସାମିଲ ରହିଛି । ଯେଉଁଥିରେ ଗୋଟିଏ ନାଁ ହେଉଛି ତୃଣମୂଳ ନେତା ବିନୟ ମିଶ୍ର । ସେପ୍ଟେମ୍ବର ୨୦୨୦ରେ ସିବିଆଇ ଗୋ-ଚାଲାଣର ସରଗନା ଏନାମୁଲ ହକ୍ ର କୋଲକାତା ସ୍ଥିତ ବାସଭବନ ତଥା ଅଫିସରେ ଛାନଭିନ କରି କେତେକ ପ୍ରମାଣ ହାସଲ କରିଥିଲା । ଏହା ଜରିଆରେ ବିନୟ ମିଶ୍ର ବିଷୟରେ ସୂଚନା ମିଳିଥିଲା । ପଶୁ ଚାଲାଣ କରି ଏହି ନେତା ଯଥେଷ୍ଟ ଧନ ଠୁଳ କରିଥିବା କୁହାଯାଏ । ଯଦିଓ ଏହାର ତଦନ୍ତ ଚାଲିଛି, ତଥାପି ଏହି ନେତା ଏବେ ଦେଶରୁ ଗାଏବ ।

ପ୍ରଜାତି ଏବଂ ଉଚ୍ଚତାକୁ ଆଧାର କରି ଗାଈ ମାନଙ୍କର ମୂଲ୍ୟ ଧାର୍ଯ୍ୟ ହୋଇଥାଏ । ଯେପରିକି ଉତ୍ତରପ୍ରଦେଶ ଏବଂ ହରିୟାଣାର ଗୋରୁ ମାନଙ୍କୁ ଅଧିକ ଦାମରେ ବିକ୍ରି କରାଯାଏ । ଇଦ୍ ସମୟରେ ଏହାର ଚାହିଦା ଏବଂ ମୂଲ୍ୟ ପୂର୍ବାପେକ୍ଷା ଯଥେଷ୍ଟ ବଢିଯାଏ । ବାଂଲାଦେଶରେ ମୁସଲିମଙ୍କ ସଂଖ୍ୟା ଅଧିକ ହୋଇଥିବାରୁ, ସେଠାରେ ଗୋ-ମାଂସ ଖାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ଅଧିକ । ତେଣୁ ଗୋ-ଚାଲଣ ବାଂଲାଦେଶକୁ ହିଁ ହୋଇଥାଏ ।

ବିଏସଏଫ ହାତରେ ଧରା ପଡ଼ିବା ମାତ୍ରେ ଜାଣିଶୁଣି ଗାଈର ମୂଲ୍ୟକୁ କମ୍ କରିଦିଆଯାଏ । ଏହା ସହିତ ମାତ୍ର କିଛି ବେପାରୀଙ୍କୁ କମ୍ ମୂଲ୍ୟରେ କିଣିବା ପାଇଁ ଅନୁମତି ଦିଆଯାଏ । କିନ୍ତୁ ପରେ ଗାଈର ମୂଲ୍ୟ ବଢାଇ ବେପାରୀମାନେ ବାଂଲାଦେଶରେ ବିକ୍ରି କରିଦିଅନ୍ତି । ଗୋ-ଚାଲଣ ପାଇଁ ଚୋରାଚାଲଣକାରୀମାନେ ପ୍ରତିଦିନ କିଛି ନା କିଛି ଉପାୟ ବାହାର କରନ୍ତି । ଏଥିପାଇଁ ପ୍ରତିଦିନ ସେମାନେ ନୂଆ ନକ୍ସା ପ୍ରସ୍ତୁତ କରନ୍ତି । ଏହା ସହିତ କ’ଣ ସମସ୍ୟା ଆସିପାରେ ଏବଂ କିଭଳି ତାହାର ସମାଧାନ ହୋଇପାରିବ ତାହାକୁ ନେଇ ମଧ୍ୟ ଯୋଜନା କରନ୍ତି ସେହି ଚୋରାଚାଲାଣକାରୀ । ଏହା ସହିତ ଏମାନେ ବାଡ଼ କାଟିବାରେ ଲିପ୍ତ ରୁହନ୍ତି । କେବେ କେବେ ସୀମା ପାର ହେବାପାଇଁ ମହିଳା ଏବଂ ଛୋଟ ପିଲାଙ୍କୁ ମଧ୍ୟ ବ୍ୟବହାର କରାଯାଏ । ଏହାର ମୁଖ୍ୟ କାରଣ ହେଉଛି ମହିଳା ଏବଂ ଛୋଟ ପିଲାଙ୍କ ଉପରେ ଏତେ ଶୀଘ୍ର ସନ୍ଦେହ କରାଯାଏ ନାହିଁ । ଏହାକୁ ବାଦ୍ ଦେଲେ ଝୁଲା ଟେକନିକ୍ ମାଧ୍ୟମରେ କ୍ଷୁଦ୍ର ଆକୃତିର ଗୋରୁ ମାନଙ୍କୁ ସୀମା ପାର କରାଯାଏ ।

ଗୋଟିଏ ପଟେ ଦେଶରେ ଗୋ-ଚାଲାଣ ଏବଂ ଗୋ-ମାଂସ ଭକ୍ଷଣ ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଅନ୍ୟପଟେ ଚାଲିଛି ବେଆଇନ କାରବାର । କିନ୍ତୁ କେରଳ ଓ ପଶ୍ଚିମବଙ୍ଗରେ ଗୋମାଂସ ଉପରେ ପ୍ରତିବନ୍ଧକ ନାହିଁ । କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ଆସାମରେ ମଧ୍ୟ ବେଧଡ଼କ ଭାବରେ ଚାଲିଛି ଗୋ-ଚାଲାଣ । ଆନ୍ତର୍ଜାତୀୟ ସୀମାକୁ ପାର କରି ବାଂଲାଦେଶର ଚୋରାଚାଲାଣକାରୀଙ୍କୁ ଗାଈ ମାନଙ୍କୁ ବିକ୍ରି କରିଦିଆଯାଉଛି ।

୨୦୧୪ରେ ଚାଲାଣ ହେଉଥିବା ପ୍ରାୟ ଏକ ଲକ୍ଷ ଦଶ ହଜାର ପଶୁଙ୍କୁ BSF ଜବାନ ଜବତ କରିଥିଲେ । ୨୦୧୬ ବେଳକୁ ଜବତ ହୋଇଥିବା ଗାଈଙ୍କ ସଂଖ୍ୟା ୧ ଲକ୍ଷ ୬୯ ହଜାରରେ ପହଞ୍ଚିଗଲା । କେତେ ମାତ୍ରାରେ ଗୋ-ଚାଲାଣ ହେଉଛି ତାହା ଜବତ ହୋଇଥିବା ପଶୁଙ୍କୁ ଦେଖି ଆକଳନ କରିବା କଷ୍ଟସାଧ୍ୟ ।
ଗୋ-ଚାଲାଣର ଏକ ପ୍ରମୁଖ କାରଣ ହେଉଛି ଦେଶର ଭୌଗଳିକ ସୀମାରେଖା । ଯାହାର ପ୍ରତ୍ୟେକ ସୀମାକୁ ବାଡ଼ଦ୍ୱାରା ଆବଦ୍ଧ କରିବା ସମ୍ଭବ ନୁହେଁ । ଯେଉଁଥିପାଇଁ ଏଭଳି ବେଆଇନ କାରବାର କରିପାରୁଛନ୍ତି ଚୋରାଚାଲାଣକାରୀ ।

କେବଳ ସେତିକି ନୁହେଁ, ଆମ ଦେଶର ଆଇନ କାନୁନ ପ୍ରକ୍ରିୟାର ଲମ୍ବା ଅବଧି ଏକ ପ୍ରମୁଖ କାରଣ । ଯାହାର ସିଧାସଳଖ ପ୍ରଭାବ ପଡ଼ୁଛି ଗାଈ ଏବଂ ଅନ୍ୟ ନିରୀହ ପଶୁ ମାନଙ୍କ ଉପରେ । ଆମ ଦେଶରେ ଗୋ-ଚାଲାଣ ବେଆଇନ ହୋଇଥିବା ବେଳେ ବାଂଲାଦେଶରେ ଏହା ସମ୍ପୂର୍ଣ୍ଣ ଓଲଟା । ବାଂଲାଦେଶ ସରକାରଙ୍କ ନଜରରେ ଏହା ତାଙ୍କ ପାଇଁ ରାଜସ୍ୱର ଜରିଆ । ଏହା ସହିତ ପଶୁ ମାନଙ୍କ ସହିତ ଜଡ଼ିତ ଚମଡ଼ା ଉଦ୍ୟୋଗ ସେଠାରେ ଖୁବ୍ ପ୍ରଚଳିତ । ମୋଟାମୋଟି କହିବାକୁ ଗଲେ ଆମ ଦେଶର ପଶୁ ପଡ଼ୋଶୀ ଦେଶର ଜିଡିପିରେ ଏକ ପ୍ରମୁଖ ଯୋଗଦାନ ଦେଉଛନ୍ତି ।

ପେଁକାଳି ନେଲା ୪ ବର୍ଷ ପୁଅର ଜୀବନ

ଆନନ୍ଦପୁର: ଖେଳଣା ହେଲା କାଳ। ଯେଉଁ ପେଁକାଳିର ଶବ୍ଦରେ ଘର ସବୁବେଳେ ଉଠୁଥିଲା ପଡ଼ୁଥିଲା ସେଇ ଶବ୍ଦ ଆଜି ସମସ୍ତଙ୍କୁ ନିସ୍ତବ୍ଦ କରିଦେଇଛି। ଯେଉଁଥିପାଇଁ ମାଆ ବାପାଙ୍କ ଗାଳିରେ ଘର ପୁରିଲା ପୁରିଲା ଲାଗୁଥିଲା ସେ ଗାଳି ବିନା ଆଜି ଘର ଶୂନସାନ ଲାଗୁଛି। ପ୍ଲାଷ୍ଟିକ ପେଁକାଳି ଗିଳି ଗେହ୍ଲାପୁଅ ଆରପାରିକୁ ଚାଲିଯାଇଛି। ଆନନ୍ଦପୁର ଉପଖଣ୍ଡ ଅର୍ଜୁନବଣିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ମନୁ ନାୟକଙ୍କ ୪ ବର୍ଷର ପୁଅ ହରାଇଛି ଜୀବନ। ଘରେ ପ୍ଲାଷ୍ଟିକ ପେଁକାଳି ଧରି ଖେଳୁଥିବା ସମୟରେ ଖାଇଦେବାରୁ ଏଭଳି ଘଟିଛି।

ପୁଅ ଆଉ ପେଁକାଳି ପାଇଁ ବାପାକୁ ପଇସା ମାଗିବନି। କି ଘରେ ଅହରହ ବେସୁରା ପୁଁ ପୁଁ ଶବ୍ଦ ବି ଶୁଭିବନି। କାରଣ ପେଙ୍କାଳି ଛଡ଼ାଇ ନେଇଛି ସୁନା ପୁଅକୁ। ଯେଉଁ ପୁଅର ଦୁଷ୍ଟାମି ଖୁସିର ବୃଷ୍ଟି କରାଏ, ଆଜି ତା ଦୁଷ୍ଟାମି ଟିକେ ଅଧି ବଢ଼ିଯାଇଛି। ମାଆ ରାଗବି ଆଉ ତା ପାଖରେ ପହଞ୍ଚି ପାରୁନି। ଦୋକନରୁ ପେଁକାଳି ଆସିବା ପରେ ବହୁ ଖୁସିରେ ଫୁଙ୍କିବାରେ ଲାଗିଥିଲା ପୁଅ। ହେଲେ କିଏବା ଯାଣିଥିଲା ଏ ଖୁସିରେ କାହାର ନଜର ଲାଗିଯିବ ବୋଲି। ଆଉ ତାପରେ ହଠାତ ସବୁକିଛି ବଦଳିଗଲା। କିଛି ସମୟ ପରେ ତାକୁ ଅଚେତ ଅବସ୍ଥାରେ ଦେଖି ପରିବାର ଲୋକେ ଆନନ୍ଦପୁର ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ପ୍ଲାଷ୍ଟିକ ପେଁକାଳିଟି ଗିଳି ଦେଇଥିବାରୁ ଶିଶୁଟିର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ହେଲେ ଏମିତି ଗୋଟିଏ ଘଟଣା ନୁହେଁ। ଖେଳନା ପାଇଁ ଘଟୁ ଅନେକ ଦୃଦୟ ବିଦାରକ ଘଟଣା। ତେବେ ଏଠି ଗୋଟିଏ ପ୍ରଶ୍ନ ଉଠୁଛି ଏମିତି କାହିଁ ? ଏହା ଛୁଆଙ୍କର ଦୋଷ ନା ପରିବାର ଲୋକଙ୍କର ? ଯଦି ଆମେ ଛୁଆଙ୍କ ଖୁସି ପାଇଁ ତାଙ୍କୁ ଖେଳନା ଦେଉଛେ ତାହାଲେ ଆମେ ସେଇ ଖେଳନା ଏବଂ ଛୁଆଙ୍କ ପ୍ରତି ସେତିକି ସାବଧାନ ଅବଲମ୍ବନ କରିବା ଉଚିନ। ନହେଲେ ଆସନ୍ତାକାଲି ଖେଳନା ପାଇଁ ଆଉ ଗୋଟିଏ କୋମଳ ଜୀବନ ଯିବା ଅସମ୍ଭବ ନୁହେଁ। କାରଣ ସେମାନେ ଅଜ୍ଞାନ ଶିଶୁ।

 

୧୯ରେ ପୁଣି କୃଷକ-ସରକାର ଆଲୋଚନା, ତୋମାର କହିଲେ କୋର୍ଟଙ୍କ ପ୍ରତି ଅଛି ପ୍ରତିବଦ୍ଧତା

ନୂଆଦିଲ୍ଲୀ: ଦିନ ଗଡ଼ୁଛି, ବୈଠକ ପରେ ବୈଠକ ବସୁଛି । ତଥାପି ସରକାର-କୃଷକଙ୍କ ମଧ୍ୟରେ ନୂଆ ଆଇନକୁ ନେଇ ବାହାରି ପାରୁନି ନିଷ୍କର୍ସ । ଆଜି ବସିଥିବା ନବମ ବୈଠକ ମଧ୍ୟ ବିଫଳ ହୋଇଛି । ବୈଠକରେ କୌଣସି ସମାଧାନର ବାଟ ବାହାରି ତିନି କୃଷି ଆଇନ୍ ଓ ଏମଏସପି ନେଇ ପାରିନାହିଁ । ଆସନ୍ତା ୧୯ ତାରିଖରେ ପୁଣି ଥରେ କୃଷକ ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ଦଶମ ବୈଠକ ବସିବ ।

ନୂଆ ତିନିଗୋଟି କୃଷି ଆଇନ୍ ପ୍ରତ୍ୟାହାର ଓ ଏମଏସପି ଗ୍ୟାରେଣ୍ଟି ଦାବି କରି କୃଷକ ସଂଗଠନ ଅଡ଼ି ବସିଛନ୍ତି । କୋର୍ଟଙ୍କ କମିଟି ନିକଟକୁ କୃଷକ ଯିବେନାହିଁ । ଆମେ ସରକାରଙ୍କ ସହ ହିଁ କଥା ହେବୁ ବୋଲି ଭାରତୀୟ କୃଷକ ସଂଗଠନର ମୁଖପାତ୍ର ରାକେଶ ଟୈକତ କହିଛନ୍ତି । ଆମ ପ୍ରାଥମିକତା ଏମଏସପି ଥିବାବେଳେ ସରକାର ଏଥିରୁ ଦୂରେଇ ରହୁଥିବା ସେ କହିଛନ୍ତି ।

ଅନ୍ୟପଟେ ନବମ ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରତିକ୍ରିୟା ରଖିଛନ୍ତି । ଆବଶ୍ୟକ ବସ୍ତୁ ଅଧିନିୟମ ଉପରେ ବିସ୍ତୃତ ଆଲୋଚନା ହୋଇଛି । ୟୁନିୟନ ଓ ସରକାରଙ୍କ ମଧ୍ୟରେ ଜାନୁଆରୀ ୧୯ ଦିନ ୧୨ଟାରେ ପୁଣି ବୈଠକ ବସିବ । ସୁପ୍ରିମକୋର୍ଟଙ୍କ ପ୍ରତି ସମସ୍ତଙ୍କ ପ୍ରତିବଦ୍ଧତା ରହିଛି । କୋର୍ଟଙ୍କ ନିଷ୍ପତ୍ତିକୁ ଭାରତ ସରକାର ସ୍ୱାଗତ କରୁଥିବା ତୋମାର କହିଛନ୍ତି । ସୁପ୍ରମିକୋର୍ଟଙ୍କ ଦ୍ୱାରା ଗଠିତ କମିଟି ସରକାରଙ୍କୁ ଯେବେ ଡାକିବେ ପକ୍ଷ ରଖାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।