spot_img
Home Blog Page 6121

ମଦ ଦୋକନୀ ମାଗିଲେ MRPଠୁ ଅଧିକ ଟଙ୍କା, ତା’ପରେ…

ପଟ୍ଟାମୁଣ୍ଡାଇ: ସ୍ୱାସ୍ଥ୍ୟପକ୍ଷେ ହାନିକାରକ ମଦ । ସମସ୍ତେ ଏକଥା ତ ବୁଝନ୍ତି କିନ୍ତୁ ଟିକିଏ ମଦ ପିଇବା ପାଇଁ ଯେ କୌଣସି ସ୍ତରକୁ ଚାଲିଯାଆନ୍ତି । ଆଉ ମଦ ଦୋକାନୀଙ୍କ ଭାଉ କାହିଁରେ କଣ ? ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ପଟ୍ଟାମୁଣ୍ଡାଇର ଚୁଡ଼ିକୁଲାଟ ନିକଟସ୍ଥ ଠିପି ବନ୍ଦ ମଦ ଦୋକାନରେ ମଦର ଏମଆରପିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଗ୍ରାହକ ଓ ଦୋକାନୀ । ଗଣ୍ଡଗୋଳରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

Faceoff For Wine MRP In Pattamundai Kendrapada

ମଦ ଦୋକାନୀ ମଦର ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ମାଗୁଥିବା ଗ୍ରାହକ କହୁଥିବା ବେଳେ ସେମାନେ ଦାଦାବଟି ମାଗିବାକୁ ଆସିଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ଦୋକାନୀ । କିଏ ସତ କହୁଛି ଆଉ କିଏ ମିଛ ପୋଲିସ ତ ଏହାର ତଦନ୍ତ କରୁଛି । ତେବେ, ସିସିଟିଭିରେ ରେକର୍ଡ ହୋଇଛି ହାତାହାତିର ପୂରା ଦୃଶ୍ୟ । ୨ ଯୁବକଙ୍କୁ ମାଡ଼ ମାରିବାକୁ ମାଡ଼ି ଆସୁଛନ୍ତି ୩ରୁ ୪ ଜଣ । ଆଉ ରାସ୍ତା ଉପରେ ସମସ୍ତଙ୍କ ଉପସ୍ଥିତିରେ ବିଧା ଗୋଇଠା ସହ ବାଡ଼ିରେ ପିଟୁଛନ୍ତି ।

Faceoff For Wine MRP In Pattamundai Kendrapada

ମାଡ଼ରେ ଆହତ ହୋଇଥିବା ୩ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କୁ କେନ୍ଦ୍ରାପଡ଼ା ପରେ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣଙ୍କ ହାତ ମଧ୍ୟ ଭାଙ୍ଗିଯାଇଛି । ଉଭୟ ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ ହୋଇଥିବା ଏତଲାକୁ ଭିତ୍ତିକରି ତଦନ୍ତ କରୁଛି ପୋଲିସ ।

ରାଜ୍ୟର ଭୂମିକାକୁ ମୋଦିଙ୍କ ପ୍ରଶଂସା, କହିଲେ ପ୍ରଚାର ନହେଉ ଗୁଜବ

ନୂଆଦିଲ୍ଲୀ: ୧୬ରୁ ସାରା ଦେଶରେ ଟିକାକରଣ । ଟିକାକରଣ ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ ପରିଚାଳନାରେ ସମସ୍ତ ରାଜ୍ୟର ଭୂମିକାକୁ ପ୍ରଶଂସା କରିଛନ୍ତି । ୪ଟି ଭ୍ୟାକ୍ସିନ ବ୍ୟବହାର ନେଇ କାର୍ଯ୍ୟ ଚାଲୁଥିବାରୁ ମୁଁ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ନିର୍ମାଣ ହେଉଥିବା ଭ୍ୟାକ୍ସିନ ପ୍ରଭାବଶାଳୀ ରହିଛି  । କୋଭିଡକୁ ପ୍ରତିହତ କରିବାରେ ଏହା ସଠିକ କାର୍ଯ୍ୟ କରିବ ବୋଲି କହିଛନ୍ତି ମୋଦି  ।

ବର୍ତ୍ତମାନ ଜରୁରୀକାଳୀନ ବ୍ୟବହାର ପାଇଁ ଭାରତ ସରକାର ଦୁଇଟି କୋଭିଡ-୧୯ ଟିକା ସ୍ୱଦେଶୀ ଭାରତ ବାୟୋଟେକର କୋଭାକ୍ସିନ କିମ୍ବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏବଂ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍‌ଡକୁ ଅନୁମତି ଦେଇଛନ୍ତି। ସେହିପରି ଜାନୁଆରି ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ତଥା ସ୍ୱାସ୍ଥ୍ୟ ସେବା କର୍ମଚାରୀ, ଫ୍ରଣ୍ଟଲାଇନ କର୍ମଚାରୀ ଏବଂ ବୃଦ୍ଧମାନଙ୍କୁ ଟିକା ପ୍ରଦାନ କରାଯିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ମଧ୍ୟ ବିଶ୍ବର ୫୦ଟି ଦେଶରେ ଭ୍ୟାକ୍ସିନ ପ୍ରସ୍ତୁତି ନେଇ କାର୍ଯ୍ୟ ଜାରି ରହିଛି । ଏବଂ ପାଖାପାଖି ୨.୫ କୋଟି ଭ୍ୟାକ୍ସିନ ନିର୍ମାଣ କରିଛନ୍ତି । କିନ୍ତୁ ସେମାନଙ୍କ ଠାରୁ ଢେର ଆଗରେ ରହିଛି ଭାରତ । ଆଗାମୀ କିଛି ମାସ ମଧ୍ୟରେ ଭାରତରେ ୩୦ କୋଟି କୋଭିଡ ଭ୍ୟାକ୍ସିନ ପ୍ରଦାନ କରାଯିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବୈଠକରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସମନ୍ଵୟର ସମୀକ୍ଷା କରିଛନ୍ତି ମୋଦି । ଟିକାର ବିତରଣ ଓ ପରିଚାଳନାକୁ କିପରି ସୁନିଶ୍ଚିତ କରିଯାଇପାରିବ, ସେନେଇ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆରେ ଟିକାକୁ ନେଇ କୌଣସି ଗୁଜବ ପ୍ରଚାର ଉପରେ ରାଜ୍ୟ ମାନେ ଦୃଷ୍ଟି ଦେବାକୁ ବୈଠକରେ ଯୋଗଦେଇ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ତୁ ନମିଳିଲେ ଆତ୍ମହତ୍ୟା କରିବି କହୁଥିବା ସ୍ୱାମୀ ଗହଣା ନେଇ ଫେରାର

କୋଲକାତା: ଫେସବୁକରେ ବନ୍ଧୁ ହେବା ପରେ ଯୁବତୀଙ୍କୁ ବିବାହ କଲା ଯୁବକ, ଆଉ ବିବାହ ପରେ ଧୋକାଦେଇ ଲୁଟି ନେଲା ଗହଣା ଓ ନଦଗ ଟଙ୍କା । ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣଆ ସାମ୍ନାକୁ ଆସିଛି କୋଲକାତାର ସହରରୁ । ଯୁବତୀଙ୍କୁ ବିବାହ କରିବା ପରେ ୩ ଲକ୍ଷ ଟଙ୍କାର ଗହଣା ଏବଂ ୧ ଲକ୍ଷ ନଗଦ ଟଙ୍କା ନେଇ ଫେରାର ହୋଇଗଲା ସ୍ୱାମୀ । ଘଟଣା ଘଟିବା ପରେ ଯୁବତୀ ଜଣଙ୍କ ନିଜ ଶାଶୁ ଘର ସାମ୍ନାରେ ଖୁବ ହଙ୍ଗାମା କରିଛନ୍ତି ଏବଂ ୟୁପିର ଫତେହପୁର ପୋଲିସକୁ ନ୍ୟାୟ ପାଇଁ ବାଦି କରିଛନ୍ତି ।

ଯୁବତୀଙ୍କ କହିବା ଅନୁଯାୟୀ ବିବାହ ପୂର୍ବରୁ ଯୁବକ ଜଣଙ୍କ ତାଙ୍କୁ ଆତ୍ମହତ୍ୟାର ଧମକ ଦେଇଥିଲେ । ବିବାହ ନକଲେ ବ୍ଲେଡରେ ବେକ କାଟିଦେବି ବୋଲି ମହିଳା ଜଣଙ୍କୁ ସେ ଧମକ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବିବାହ ପାଇଁ ଆତ୍ମହତ୍ୟା କରିଦେବା କଥା କହୁଥିବା ଯୁବକ ସ୍ତ୍ରୀର ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛି ।

ଏଭଳି ଠକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଯୁବତୀ ଜଣଙ୍କ ଦାବି କରିଛନ୍ତି । ସେ କୋଲକାତା ପୋଲିସ ସହାୟତାରେ ସ୍ୱାମୀଙ୍କୁ ଖୋଜିବା ପାଇଁ ୟୁପି ପୋଲିସଙ୍କୁ ନିବେଦନ କରିଛନ୍ତି ।

ମହିଳାଙ୍କ କହିବା ଅନୁଯାୟୀ, ଫେସବୁକରେ ଅଭିଷେକ ଆର୍ଯ୍ୟ ନାମକ ଜଣେ ଯୁବକଙ୍କ ସହ ତାଙ୍କ ବନ୍ଧୁତ୍ୱ ଆଗକୁ ବଢ଼ିଥିଲା । ପରିଚୟ ପାଇବା ପରେ ସେ ତାଙ୍କର ଦୂର ସମ୍ପର୍କୀୟବୋଲି ଜାଣିବାକୁ ପାଇଥିଲେ । ଏହାର କିଛି ଦିନ ପରେ ଅଭିଷେକ ଯୁବତୀ ଜଣଙ୍କୁ ବିବାହ କରିବା ପାଇଁ ବାଧ୍ୟ କରିଥିଲେ । ଏମିତିକି ବିବାହ ନକଲେ ବ୍ଲେଡରେ ତଣ୍ଟିକାଟି ଆତ୍ମହତ୍ୟା କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଯୁବତୀ ଜଣଙ୍କ ଆତ୍ମହତ୍ୟା କଥାକୁ ଗୁରୁତର ସହ ନନେବାରୁ ଅଭିଷେକ ଫ୍ଲାଇଟରେ ଦିଲ୍ଲୀରୁ କୋଲକାତା ପଞ୍ଚିଯାଇଥିଲେ ।

କୋଲକାତା ପହଞ୍ଚିବା ପରେ ଅଭିଷେକ ଯୁବତୀ ଜଣଙ୍କୁ ବୁଝାଇ ସୁଝାଇ ବିବାହ ପାଇଁ ରାଜି କରାଇଲେ । ଏହାପରେ ଦୁହେଁ କୋର୍ଟରେ ବିବାହ କରି ହୋଟେଲରେ ରହିଥିଲେ । ତେବେ ପିଡ଼ିତାଙ୍କ ମାଆ ଦାବି କରିଛନ୍ତି ଯେ ଏଭଳି ଠକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ । ତେବେ ଏହି ମାମଲାର ବିଧିବଦ୍ଧ ତଦନ୍ତ ହୋଇ ପିଡ଼ିତାଙ୍କୁ ନ୍ୟାୟ ଦିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

୨ ଟନରୁ ଅଧିକ ପ୍ଲାଷ୍ଟିକ୍ ଓ ପଲିଥିନ ରାଜଧାନୀରୁ ଜବତ

ଭୁବନେଶ୍ୱର: ପଲିଥିନ ନିଷେଧ ପରେ ବି ବେଧଡ଼କ ଚାଲିଛି ବ୍ୟବହାର । ରାଜଧାନୀର ଆଇଗିଣିଆ ମାର୍କେଟରେ ବିଏମସିର ଅତର୍କିତ ଚଢାଉ ବେଳେ ୨ଟନରୁ ଅଧିକ ପ୍ଲାଷ୍ଟିକ ଓ ପଲିଥିନ୍ ଜବତ ହୋଇଛି । ୨୦୧୯ ଗାନ୍ଧି ଜୟନ୍ତୀରୁ ପଲିଥିନ ଓ ପ୍ଲାଷ୍ଟିକ ନିଷେଧ କରାଯାଇଛି । ବର୍ଷେ ପରେ ପୁଣି ନିୟମକୁ ବେଖାତିର କରୁଥିବା ଘଟଣା ସାମ୍ନାକୁ ଆସିଛି ।

BMC Seized 2 Ton Polythene And Plastic

ଆଇଗିଣିଆ ମାର୍କେଟରେ ଥିବା ସାହୁ ଟ୍ରେଡ଼ର୍ସରେ ଚଢ଼ାଉ ବେଳେ ବିପୁଳ ପରିମାଣର ପ୍ଲାଷ୍ଟିକ ସାମଗ୍ରୀ ଓ ପଲିଥିନ ମିଳିଛି । ନିଷିଦ୍ଧ ହୋଇଥିବା ସାମଗ୍ରୀ ଗଚ୍ଛିତ ଓ ବିକ୍ରିବଟା କରୁଥିବା ଅଭିଯୋଗରେ ୫୦ ହଜାର ଟଙ୍କା ଜରିମାନା ଆଦାୟ କରିଛି ବିଏମସି । ଆଗକୁ ଚଢ଼ାଉ ଜାରି ରହିବ ଓ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି ।

ମିକ୍ସର ଖାଉଛନ୍ତି କି ? ଦେଖନ୍ତୁ କିଭଳି ପରିବେଶରେ ହେଉଛି ତିଆରି…

କଣ୍ଟାବାଞ୍ଜି: ରାଜ୍ୟ ସାରା ବ୍ୟାପିଗଲାଣି ନକଲି ଖାଦ୍ୟ ସାମଗ୍ରୀ କାରବାର । ଖାଲି କଟକ କିମ୍ବା ଯାଜପୁର ନୁହେଁ ଉପକୂଳରୁ ଉପାନ୍ତ ଏବେ ପଶ୍ଚିମ ଓଡ଼ିଶା । ସବୁଠି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି । ଏକଥା ଆମେ କହୁନୁ ବରଂ ପ୍ରଶାସନର ରାତିଅଧିଆ ରେଡରୁ ଜଣାପଡ଼ିଛି । କଟକରେ ନକଲି ଅପମିଶ୍ରିତ ତେଲ, ଘିଅ, ମସଲା ସୋୟା ବଡ଼ି ଠାବ ହେବା ପରେ ଯାଜପୁରରୁ ମିଳିଥିଲା ଅପମିଶ୍ରିତ ସସ୍ । ଅଚାନକ ରେଡ୍ ବେଳେ ଆଜି ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିରୁ ଅପମିଶ୍ରିତ ଖାଇବା ତେଲ ସହ ମିକ୍ସଚର ମିଳିଛି ।

See How Mixture And Edible Oil Prepared In Kantabanji Of Bolangir

ସବୁଠୁ ବଡ଼ କଥା ହେଉଛି ଖାଦ୍ୟସାମଗ୍ରୀ ପ୍ରସ୍ତୁତ ହେଉଥିବା ସ୍ଥାନର ପରିବେଶ ସଫାସୁତୁରା ରହିବା । କିନ୍ତୁ, କଣ୍ଟାବାଞ୍ଜି ପୋଲିସ ଓ ଜିଲ୍ଲା ଖାଉଟି ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ଓଜନ ମାପଦଣ୍ଡ ବିଭାଗର ମିଳିତ ରେଡ୍ ପରେ ଅସଲ ଚିତ୍ର ସାମନାକୁ ଆସିଛି । ଲୋକଙ୍କ ସ୍ୱାସ୍ଥ୍ୟକୁ ଧୋକା ଦେଇ ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଚାଲିଛି ମିକ୍ସଚର ପ୍ୟାକେଜିଂ ।

See How Mixture And Edible Oil Prepared In Kantabanji Of Bolangir

ଛାଣୁଥିବା କର୍ମଚାରୀ କିମ୍ବା ପ୍ୟାକେଜିଂ କରୁଥିବା ବ୍ୟକ୍ତି କାହାରି ପାଖରେ ନାହିଁ ସୁରକ୍ଷା ଉପକରଣ । ମୁହଁରେ ନା ମାସ୍କ ଅଛି ନା ମୁଣ୍ଡରେ କ୍ୟାପ୍ (Chefs Hat)। ହାତରେ ବି ଗ୍ଲୋଭସ୍ ନାହିଁ । ଏଭଳି ସ୍ଥିତିରେ ଚାଲିଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ମିକ୍ସଚର ପ୍ୟାକେଜିଂ । ଯାହାକୁ ପିଲାଠୁ ବୁଢ଼ା ସମସ୍ତେ ରାତି ପାଇଲେ ଖାଆନ୍ତି ।

See How Mixture And Edible Oil Prepared In Kantabanji Of Bolangir

କଣ୍ଟାବାଞ୍ଜି ସହରରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଲି ମିକ୍ସଚର ପ୍ୟାକେଜିଂ ହେଉଛି ତାହା ନୁହେଁ । ଗ୍ରାହକଙ୍କ ଖାଇବା ଥାଳିରେ ବିଷ ଭରୁଛନ୍ତି ଅସାଧୁ ବ୍ୟବସାୟୀ । ବାହାରୁ ତେଲ ଆମଦାନୀ କରିବା ପରେ ୪ରୁ ୫ଟି ସ୍ଥାନୀୟ କମ୍ପାନୀର ଲେବଲ ଲଗାଇ ବିକ୍ରି କରୁଛନ୍ତି । ରେଡ୍ ବେଳେ ପ୍ରଶାସନ ହାତରେ ଏନେଇ ପ୍ରମାଣ ଲାଗିଛି ।

See How Mixture And Edible Oil Prepared In Kantabanji Of Bolangir

କଣ୍ଟାବାଞ୍ଜିର ଲକ୍ଷ୍ମୀ ଷ୍ଟୋର, ଭାରତ ସେଲକ ଗୋଦାମରେ ଚାଲିଛି ଏଭଳି ଦୋ ନମ୍ବରି କାରବାର । ବ୍ରାଣ୍ଡ ଗୋଟିଏ କିନ୍ତୁ ଖୋଲି ପ୍ୟାକିଂ ପରେ ବଦଳି ଯାଉଛି ନାଁ । ଅପମିଶ୍ରିତ ତେଲକୁ ବଜାରରେ ରାନି ଗୋଲ୍ଡ, ପାୟଲ, ଭବାନୀ, ମହାରାଜା ଆଦି ନାଁରେ ବିକ୍ରି କରାଯାଉଛି । ସବୁଠୁ ଗ୍ରାହକଙ୍କ ବିଶ୍ୱାସର ଖାଦ୍ୟରେ ଦିଆଯାଉଛି ବିଷ ।

ଗୋଟେ ବାଇକରେ ୭, ପୋଲିସ ମାରିଲା ମୁଣ୍ଡିଆ

ବିହାର: ଏକ ସାଧାରଣ କାରରେ ୫ ଜଣ ଲୋକ ବସିବା ପାଇଁ ସ୍ଥାନ ରହିଥାଏ ।  ସାମାନ୍ୟ ଆଡଜଷ୍ଟ କରିବା ଦ୍ୱାରା ୫ ପରିବର୍ତ୍ତେ ୬ ଜଣ ଆରାମରେ ବସିପାରିବେ । କିନ୍ତୁ ମୋଟରସାଇକେଲରେ କେତେ ଆଡଜଷ୍ଟ କରନ୍ତୁ ପଛେ ୫ ଜଣଙ୍କୁ ବସାଇବା ଅସମ୍ଭବ ମନେହୁଏ । କିନ୍ତୁ ଭାରତରେ କିଛି ଅସମ୍ଭବ ନୁହେଁ ! ଏଠାରେ ଜଣେ ବ୍ୟକ୍ତି ଗୋଟିଏ ବାଇକରେ କାରଠାରୁ ଅଧିକ ଲୋକ ବସାଇ ଯାଉଥିବା କଥା ଆଶ୍ଚର୍ଯ୍ୟ କରିଛି । ବିଶ୍ୱାସ ହେଉନଥିଲେ ଏହି ଭାଇରାଲ୍ ଫଟୋକୁ ଭଲଭାବେ ଦେଖନ୍ତୁ । ଏହା ଏକ ଚମତ୍କାରଠାରୁ କମ୍ ନୁହେଁ ଯେ ୭ ଜଣ ବ୍ୟକ୍ତି ଏକ ବାଇକରେ ଯାତ୍ରା କରୁଛନ୍ତି ।

କ’ଣ ରହିଛି ପୂରା ମାମଲା:

ଏ ଚିତ୍ର ହେଉଛି ବିହାରର ପୂର୍ବ ଚମ୍ପାରଣ ଜିଲ୍ଲା ଢ଼ାକା ଅଞ୍ଚଳର । ଗୋଟିଏ ବାଇକରେ ସାତ ଜଣ ବସିଥିବା ଆପଣ ଦେଖିପାରୁଥିବେ । ଏଥିରେ ଜଣେ ପୁରୁଷ ଓ ମହିଳା ସହ ପାଞ୍ଚ ଜଣ ଶିଶୁ ଅଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଥିବା ବାଇକରେ ସାତ ଜଣ ବସିବା ସହ ଜିନିଷ ମଧ୍ୟ ଲଗାହୋଇଛି । ତେବେ ବାଇକ ଲଗାଉଥିବା ବ୍ୟକ୍ତିଙ୍କୁ ମାନିବାକୁ ପଡ଼ିବ, କାରଣ ସେ ସାବ୍ୟସ୍ତ କରିଦେଲେ ଯେ, କମ ଜିନିଷରେ ମଧ୍ୟ ପୁରା ପରିବାର ଆଡଜଷ୍ଟ ହୋଇପାରିବ !

ହାଥ ଯୋଡ଼ିଲେ ପୋଲିସ ବାବୁ !

ଯେତେବେଳେ ଜଣେ ପୋଲିସ କର୍ମା ଏ ଦୃଶ୍ୟ ଦେଖିଲେ, ସେ ଗାଡ଼ି ଅଟକାଇବା ସହ ଚାଳକଙ୍କ ଅଦମ୍ୟ ସାହସକୁ ଦେଖି ହାଥ ଯୋଡ଼ି ନମସ୍କାର କଲେ । ଅବଶ୍ୟ ପରବର୍ତ୍ତୀ ସମୟରେ ପୋଲିସ କର୍ମା ଜଣଙ୍କ ଚାଳକଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଠିକ ସେତିକି ବେଳେ କେହି ଜଣେ ଏହି ଦୁର୍ଲଭ ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ, ଯାହାକି ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ।

କରୋନା ଭ୍ୟାକସିନର ଦର ନିର୍ଦ୍ଧାରିତ, ୨୦୦ ଟଙ୍କାରେ ମିଳିବ କୋଭିସିଲ୍ଡ

ନୂଆଦିଲ୍ଲୀ: ୨୦୦ ଟଙ୍କାରେ ମିଳିବ କରୋନା ଟିକା ।  ୪ଦିନ ପରେ ଦେଶବ୍ୟାପୀ ଆରମ୍ଭ ହେବ ଟିକାକରଣ । ଏ ନେଇ ଆଜି ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ବାହାରିବ କରୋନା ଟିକା । କୋଭିସିଲ୍ଡର ପ୍ରତି ଡୋଜ୍ ମୂଲ୍ୟ ୨୦୦ ଟଙ୍କା । ପ୍ରଥମ ଦଫାରେ ୧୦ ମିଲିୟନ ଡୋଜ ବାହାରିବ । ସିରମକୁ ମିଳିଲା ପରଚେଜ ଅର୍ଡର । ଆସନ୍ତା ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ ।

କୋଭିଡ୍‌ ଟିକା ପ୍ରସ୍ତୁତକାରୀ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ସହ କେନ୍ଦ୍ର ସରକାରଙ୍କ ଆଲୋଚନା କରିଛି । ଆଷ୍ଟ୍ରେଜେନିକାର କୋଭିଡ୍‌-୧୯ ଭ୍ୟାକ୍ସିନ୍ କୋଭିସିଲ୍ଡର ଦର କମ୍‌ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍‌ ଟିକା, ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶବାସୀଙ୍କୁ ଇମ୍ୟୁନିଟି ବଢ଼ାଇବା ସହ କରୋନା ଭ୍ୟାକ୍ସିନ ମଧ୍ୟ ଜରୁରୀ । ତେଣୁ ପ୍ରାୟ ସମସ୍ତଙ୍କୁ ଏହି ଭ୍ୟାକ୍ସିନ୍‌ ଆବଶ୍ୟକ ହୋଇପାରେ ।

ତେଣୁ ଆଷ୍ଟ୍ରେଜେନିକାର ଦର କମ୍‌ କରିବାରକୁ କେନ୍ଦ୍ର ସରକାର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ସହ ଆଲୋଚନା କରିଛନ୍ତି । ବରିଷ୍ଠ ଅଧିକାରୀମାନେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ସହ ଗତ କିଛି ସପ୍ତାହ ହେବ ଲଗାତର ଆଲୋଚନା କରିଥିଲେ । ସେମାନେ ଆଶା ରଖିଛନ୍ତି ପ୍ରତ୍ୟେକ ଡୋଜ୍‌ର ଦାମ୍ ୩ ଡଲାରରୁ କମ୍‌ ରହିବ । ଆର୍ଥାତ୍ ଭାରତରେ ଏହାର ଦାମ୍‌ ଦୁଇ ଶହ ତଳକୁ ରହିବ । ସୂଚନାଯୋଗ୍ୟ ଗତ ନଭେମ୍ବରରେ ଆଦାର ପୁନାଓ୍ୱାଲା କହିଥିଲେ ପ୍ରତ୍ୟେକ ଡୋଜ୍ ମୂଲ୍ୟ ୧୦୦୦ ଟଙ୍କା ରହିବ ।

ଅନ୍ୟପଟେ ଭାରତ ସରକାରଙ୍କ ପକ୍ଷରୁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ୧୧ ମିଲିୟନ୍ କୋଭିସିଲ୍ଡ ଟିକା ପ୍ରସ୍ତୁତ କରିବା ପାଇଁ ଅର୍ଡର ଦିଆଯାଇଛି । ଏହାର ପ୍ରତ୍ୟେକ ଡୋଜ୍‌ ୨୦୦ ଟଙ୍କା ରହିବ ବୋଲି କୁହାଯାଉଛି ।

ମହିଳାଙ୍କୁ ହତ୍ୟା ପରେ ୨୦୦ କିଲୋମିଟର ଦୂରରେ ଫୋପାଡ଼ି ଦେଇଥିଲେ ଦମ୍ପତି

ଭଞ୍ଜନଗର: ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ଜଗନ୍ନାଥପ୍ରସାଦ ଥାନା ଭୂଷଣ୍ଡପାଳ ଗାଁ ନିକଟ ଜମିରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୋଲିସ ଦମ୍ପତିକୁ ଗିରଫ କରିଛି । ଏଥିସହ ହତ୍ୟାରେ ବ୍ୟବହୃତ କାରକୁ ଜବତ କରିଛି ଜଗନ୍ନାଥପ୍ରସାଦ ପୋଲିସ । ୨୦୧୦ ଡିସେମ୍ବର ୨ ତାରିଖରେ ଭୂଷଣ୍ଡପାଳ ଗାଁ ନିକଟ ଜମିରୁ ଅଜଣା ଯୁବତୀଙ୍କ ମୃତଦେହ ମିଳିଥିଲା । ଏହି ଘଟଣାର ମାସେ ୧୦ ଦିନ ପରେ ପୋଲିସ ହାତରେ ଧରାପଡ଼ିଛନ୍ତି ଅପରାଧୀ । ପ୍ରେସମିଟ୍ କରି ଗଞ୍ଜାମ ଏସପି ବ୍ରିଜେଶ ରାୟ ମର୍ଡର ଉପରୁ ପରଦା ଉଠାଇଛନ୍ତି ।

Ganjam Police Arrested Couple On Women murder Case

ମୃତକ ଜଣଙ୍କ ଭୁବନେଶ୍ୱରର ଜଣକ ଘରେ କାମ କରୁଥିଲେ । ଅଭିଯୁକ୍ତ ଦମ୍ପତି ମହିଳା ଜଣଙ୍କୁ କାମ ପଡ଼ିଲେ କଲ୍ କରିବେ କହି ମୋବାଇଲ୍ ନମ୍ବର ଦେଇଥିଲେ । ପରେ ଘରକୁ କାମ କରିବାକୁ ଡାକି ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ ଦମ୍ପତି । ଏମିତି ନିର୍ଯାତନା ଦେବାବେଳେ ମହିଳା ଜଣଙ୍କ ମୃତ୍ୟୁ ଘଟିଥିଲା । ହତ୍ୟାକୁ ଲୁଚାଇବାକୁ ଯାଇ ସ୍ୱାମୀ, ସ୍ତ୍ରୀ ଏକ ଓଲା କାର ଭଡ଼ା କରି ମୃତଦେହକୁ ଜଗନ୍ନାଥପ୍ରସାଦର ଭୂଷଣ୍ଡପାଳ ଗାଁ ନିକଟରେ ଫୋପାଡ଼ି ଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛି । ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି ତାର ତଦନ୍ତ କରୁଛି ପୋଲିସ ।

ମାତାପିତା ହେଲେ ଭିରୁଷ୍କା: କନ୍ୟା ସନ୍ତାନକୁ ଜନ୍ମ ଦେଲେ ଅନୁଷ୍କା

ନୂଆଦିଲ୍ଲୀ: ବାପା ହେଲେ ବିରାଟ କୋହଲି । କନ୍ୟା ସନ୍ତାନର ଜନକ ହୋଇଥିବା ନେଇ ନିଜେ ଟ୍ୱିଟ୍‌ କରି ସୂଚନା ଦେଲେ ବିରାଟ । ଉଭୟ ଝିଅ ପତ୍ନୀ ଅନୁଷ୍କା ଶର୍ମା ସୁସ୍ଥ ଥିବା କହିଲେ । ଶୁଭେଚ୍ଛେ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ବିରାଟ । ଅଗଷ୍ଟ ୨୦୨୦ ମସିହାରେ ଅନୁଷ୍କା ନିଜ ଗର୍ଭବତୀ ହେବାର ସୂଚନା ଦେଇଥିଲେ ।

 

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଶିଶୁକୁ କରୋନିଆଲ୍ ଶିଶୁ କୁହାଯିବ । ଏହାର କାରଣ ହେଉଛି ନୋଭେଲ କରୋନାଭାଇରସ୍ କ୍ୱାରାଣ୍ଟିନ୍ ସମୟରେ ଅନୁଷ୍କା ଗର୍ଭଧାରଣ କରିଥିଲେ । ଏହି ଅବଧିରେ ଗର୍ଭଧାରଣ କରିଥିବା ପିଢ଼ିଙ୍କୁ କରୋନିଅଲ୍ ଶବ୍ଦ ଦିଆଯାଇଛି । ଜନ୍ମ ହୋଇଥିବା ଶିଶୁମାନଙ୍କୁ କୋଭିଡ୍-ଶିଶୁ ବୋଲି ମଧ୍ୟ କୁହାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ଆରମ୍ଭ

ନୂଆଦିଲ୍ଲୀ: ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ଆରମ୍ଭ । ଜାନୁଆରୀ ୧୬ରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଥିବାବେଳେ ଅପରାହ୍ନ ୪ଟାରେ ମୋଦିଙ୍କ ସହ ଆରମ୍ଭ ହୋଇଛି ବୈଠକ । ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦୁଇଟି କୋଭିଡ ଭ୍ୟାକ୍ସିନଙ୍କୁ ଜରୁରିକାଳୀନ ବ୍ୟବହାର ନେଇ ଅନୁମତି ଦେଇଛି DCGI। ସେପଟେ ଦେଶରେ ଟିକାକରଣ ତାରିଖ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପରି ସ୍ଥଳେ ଭ୍ୟାକ୍ସିନ ବିତରଣର ୫ ଦିନ ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଟିକା ସମ୍ପର୍କରେ ଆଜି ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ ।