spot_img
Home Blog Page 6125

ସ୍ମାର୍ଟ୍ ସିଟି ଭୁବନେଶ୍ୱରକୁ ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା

ଭୁବନେଶ୍ୱର: ତୃତୀୟ ପକ୍ଷ ସମୀକ୍ଷାରେ ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ଓଡିଏଫ୍‌ ପ୍ଲସ୍ ପ୍ଲସରେ ସଫଳତା । ସ୍ୱଚ୍ଛ ଭାରତ ମିଶନର ଏକ ପ୍ରମୁଖ ସୂଚକାଙ୍କ ହେଉଛି ଓଡିଏଫ୍‌ପ୍ଲସ୍ ପ୍ଲସ୍ ମାନ୍ୟତା । ୧୦ ଏବଂ ୧୧ ଡିସେମ୍ବର ୨୦୨୦ରେ କ୍ୟୁସି ଆଇ ଦ୍ୱାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଦେଖି, ଆଖି ଦେଖା ସ୍ଥିତିକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଏହି ମୂଲ୍ୟାୟନ କରାଯାଇଛି । କୌଣସି ଏକ ସହରର ଓଡିଏଫ ସ୍ଥିତି ଜାଣିବାକୁ ଯେଉଁ ସବୁ ସୂଚକାଙ୍କ ବା ପରିମଳ ଜନିତ ସ୍ଥିତି ଓ ସେବା ବ୍ୟବସ୍ଥା ଏବଂ ଆଚରଣଗତ ପରିବର୍ତ୍ତନ ଦରକାର, ସେଗୁଡିକ ପୂରଣ କରିଛି ଭୁବନେଶ୍ୱର ମହାନଗର ନିଗମ । କାରଣ, କେବଳ ପ୍ରଶାସନିକ ବା ପୌର ସଂସ୍ଥାର କାର୍ଯ୍ୟ ବା ଭିତ୍ତିଭୂମି ଏଥିପାଇଁ ସମ୍ପୂର୍ଣ୍ଣ ନୁହେଁ । ଏହ ସାଙ୍ଗକୁ ନାଗରିକ ମାନଙ୍କର ସହଯୋଗ ଏବଂ ପରିମଳ ଆଚରଣ ମଧ୍ୟ ମୂଖ୍ୟ ଭୁମିକା ଗ୍ରହଣ କରିଛି ବୋଲି କହିଛନ୍ତି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ODF++ Certification To Bhubaneswar Municipal Corporation BMC

ରାଜ୍ୟର ପ୍ରମୁଖ ପୌର ସଂସ୍ଥାଭାବେ ପରିମଳକୁ ଆମେ ଅଗ୍ରଣୀ ସେବା ଭାବେ ଗୁରୁତ୍ୱ ଦେଉଛୁ । ଏଥିପାଇଁ ‘ମୁଁ ସଫେଇବାଲା’ ଅଭିଯାନ ଏବଂ ଏହି ସମ୍ପର୍କିତ କାର୍ଯ୍ୟକ୍ରମ ଆମକୁ ନାଗରିକ ମାନଙ୍କର ସହଯୋଗ ଲାଭ କରାଇଛି । ଉଦାହରଣ ସ୍ୱରୁପ ଆଜିର ଦିନରେ ସ୍ମାର୍ଟ ସହର ଭୁବନେଶ୍ୱରକୁ ମିଳିଛି ଓଡିଏଫ୍ ପ୍ଲସ୍ ପ୍ଲସ୍‌ର ମାନ୍ୟତା । ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏହି ମାନ୍ୟତା ନିମନ୍ତେ ଗତ ମାର୍ଚ୍ଚ-ଅପ୍ରେଲ ୨୦ରେ ଆବେଦନ କରାଯାଇଥିବା ବେଳେ ସାମ୍ପ୍ରତିକ କୋଭିଡ-୧୯ ମହାମାରୀ ପ୍ରଭାବରେ ଏହି ପ୍ରକ୍ରିୟା କିଛି ମାସ ରହିଥିଲା ଏବଂ ବର୍ତ୍ତମାନର ଅନ୍‌ଲାଇନ୍ ସ୍ଥିତିରେ ଓଡିଏଫ୍ ପ୍ଲସ୍ ପ୍ଲସ୍‌ର ମୂଲ୍ୟାୟନ କରାଯାଇଛି । ଏଥିପାଇଁ ନିୟୋଜିତ ସଂସ୍ଥା ଗତ ମାସରେ ଆସି କ୍ଷେତ୍ର ମୂଲ୍ୟାୟନ କରିଥିଲେ ଏବଂ ଭାରତ ସରକାରଙ୍କ ସମ୍ପୃକ୍ତ ବିଭାଗକୁ ବିବରଣୀ ଦେଇଥିବାର କହିଛନ୍ତି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ।

ODF++ Certification To Bhubaneswar Municipal Corporation BMC

ନିୟମ ଅନୁସାରେ ଏହି ତୃତୀୟ ପକ୍ଷ ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥାର ଅଜ୍ଞାତରେ କ୍ଷେତ୍ର ବିଶେଷରେ ପରିମଳ ସ୍ଥିତି ଦେଖିଛନ୍ତି । ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଓଡିଏଫ୍ ପ୍ଲସ୍ ପ୍ଲସ୍‌ର ନିୟମାବଳୀ ଅନୁସାରେ ଶୌଚାଳୟ ସେବା ମିଳିବା, ସହର ବାହ୍ୟ ମଳ ତ୍ୟାଗ ମୁକ୍ତ ହେବା, ମଳ ପରିଚାଳନା ବିଜ୍ଞାନ ସମ୍ମତ ହେବା, ବ୍ୟକ୍ତିଗତ ଘରୋଇ ପାଇଖାନାର ବ୍ୟବହାର ଥିବା, ବ୍ୟକ୍ତିଗତ ପାଇଖାନା ଗୁଡ଼ିକର ସ୍ୱରେଜ ଲାଇନ୍ ସହିତ ସଂଯୋଗ ଏବଂ ପ୍ରତ୍ୟେକ ଘରୋଇ ପାଇଖାନାର ଦୁଇଟି ସେଫଟିକ୍ ଟାଙ୍କି ରହିବା, ସେଫ୍‌ଟିକ୍ ଟାଙ୍କିର ସଫା ନିୟମିତ ହେବା ଏବଂ ଏହି ସଂକ୍ରାନ୍ତୀୟ ସେବା ନିୟମିତ ମିଳିବା, ମଳ ପରିଚାଳନା ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥା ସହିତ ନିବନ୍ଧିତ ହେବା, ମଳ ପରିଚାଳନା ଊଲ୍ଲଘଂନ କରିଥିବା ସଂସ୍ଥାକୁ ଫାଇନ୍ କରାଯିବା, ପରିମଳ ସମ୍ବନ୍ଧୀୟ ବାଇଲ୍ ଥିବା ଏହି ଅନୁଯାୟୀ ପଦକ୍ଷେପ ନିଆଯିବା ଇତ୍ୟାଦି ସୂଚକାଙ୍କରୁ ଏହି ମାନ୍ୟତାର ବିଚାର କରାଇଥାଏ ।

ODF++ Certification To Bhubaneswar Municipal Corporation BMC

ସମସ୍ତ ଦିଗରେ ନିଜକୁ ପ୍ରସ୍ତୁତ କରିଛି ବିଏମ୍‌ସି । ଏଥିରେ ନାଗରିକ ମାନଙ୍କ ସହଯୋଗ ମଧ୍ୟ ଏକ ମୂଖ୍ୟ ଅଂଶ । ସହରର ବିଭିନ୍ନ ସ୍ଥାନ ଯଥା- ମୁଣ୍ଡାସାହି ବସ୍ତି, ପଟିଆ, ଚନ୍ଦ୍ରଶେଖରପୁର ସବର ସାହି, ହଂସପାଳ ଭୋଇ ସାହି, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଭି.ଏସ୍‌.ଏସ୍‌. ନଗର ହାଉସିଂ ବୋର୍ଡ ଏରିଆ, ନାଲ୍‌କୋ ଛକ, ଚନ୍ଦ୍ରଶେଖର ପୁର ହାଉସିଂ ବୋର୍ଡ କଲୋନି, ସିଲକନ୍ ସିଟି ଏରିଆ, ମହାଲକ୍ଷ୍ମୀ ବିହାର,କଳିଙ୍ଗ ନଗର ଏରିଆ, ଜଗନ୍ନାଥ ବିହାର, ବୁଦ୍ଧ ଜୟନ୍ତୀ ପାର୍କ, ହର୍ସ୍ ଆଇଲ୍ୟାଣ୍ଡ, କିଟ୍ କ୍ୟାମ୍ପସ୍‌, ଡାକ୍ତର ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କ, ସିଆରପି ଛକ, ରୁପାଲି ଛକ ଇତ୍ୟାଦି ସ୍ଥାନକୁ ଯାଇ ବୁଲି ଦେଖିଥିଲେ । ଏହା ସାଙ୍ଗକୁ ବାସୁଆ ଘାଇ ମଳ ପରିଚାଳନା ପ୍ଲାଣ୍ଟ ମଧ୍ୟ ଦେଖିଥିଲେ ।

ODF++ Certification To Bhubaneswar Municipal Corporation BMC

ଏଗୁଡିକୁ ନେଇ ରହିଥିବା ନିୟମ ମୁତାବକ ସମୀକ୍ଷା କରି ଏହି ରିର୍ପୋଟ ଦେଇଛନ୍ତି ଭାରତ ସରକାରଙ୍କ ସଂସ୍ଥା । କିଛି ଦିନ ପୂର୍ବରୁ ମଳ ଉପଚାର ପ୍ଲାଣ୍ଟ ପାଇଁ ଦେଶରେ ପ୍ରଥମେ ଭାବେ ବିଏମସିକୁ ସମ୍ମାନ ଜନକ ଆଇଏସ୍ଓ ପ୍ରଶଂସା ମିଳିଥିବା ବେଳେ ୧୪,୪୨୦ ସଫାଇ ମିତ୍ର ଟ୍ୟାଲେଞ୍ଜ ପାଇଁ ଅଗ୍ରଣୀ ଭୂମିକା ନେଇଥିବା ବିଏମସି ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାର ପଦକ୍ଷେପ ନେଇଛି । ସର୍ବାଦା ନାଗରିକଙ୍କ ସହଯୋଗରେ ବିଏମସିର ପରିମଳ ଉନ୍ନତରୁ ଉନ୍ନତ ତମ କରିବାରେ ସହାୟକ ହେଉ ବୋଲି ଆଶା କରିଛନ୍ତି ବିଏମସି କର୍ତ୍ତୃପକ୍ଷ ।

ଛାଡିଗଲା ରସିକ ବିଜେପି ନେତାଙ୍କ ରସିକପଣିଆ, ଗାଁ ଦାଣ୍ଡରେ କାନ-ନାକ ଧରି ହେଲେ ବସ ଉଠ

ବାରଣାସୀ: ପୂର୍ବତନ ବିଧାୟକଙ୍କ ପ୍ରଚୁର ଅଭଦ୍ରାମୀ । ପୂର୍ବରୁ ବିଧାୟକ ଥିଲେ ଆଉ ଏବେ ଏକ କଲେଜର ଚେୟାରମ୍ୟାନ । କିନ୍ତୁ ନିଜ କୁକାର୍ଯ୍ୟ ପାଇଁ ଲାଗିଛି କଳାଦାଗ । ନେତା ଥିଲେ ହେଲେ ଭୁଲିଗଲେ ନୈତିକତା । ଜଣେ ଛାତ୍ରୀଙ୍କୁ ନିଜ ଅଫିସ ଚାମ୍ବରକୁ ଡାକି କରିଛନ୍ତି ଅଶ୍ଲିଳ ଇଙ୍ଗିତ । ଯାହାର ପରିଣାମ ବି ପଛରେ ପଡିଯାଇନି । ଖୋଦ ଗାଁ ଦାଣ୍ଡରେ କାନ-ନାକ ଧରି ବସ ଉଠ ହେଉଛନ୍ତି ଏହି ବ୍ୟକ୍ତି ଜଣଙ୍କ ।

ସୂଚନା ମୁତାବକ ଘଟଣାଟି ଘଟିଛି ଉତ୍ତରପ୍ରଦେଶ ବାରଣାସୀର ଚୌବେପୁର ଥାନା ଅଞ୍ଚଳରେ । ପୀଡିତା ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବତନ ବିଜେପି ବିଧାୟକ ତଥା କଲେଜ ମୁଖ୍ୟ ମାୟା ଶଙ୍କର ପାଠକ ତାଙ୍କୁ ଅଫିସକୁ ଡକାଇଥିଲେ । ପରେ ଏକୁଟିଆ ଅଫିସରେ ଥିବା ଅବସ୍ଥାରେ ତାଙ୍କ ସହ ଅଶ୍ଲିଳ ବ୍ୟବହାର କରିଥିଲେ ।

ଖବର ଜାଣିବା ପରେ ଗ୍ରାମବାସୀ ମାୟା ଶଙ୍କରଙ୍କ ମାୟା ଛଡାଇଦେଇଛନ୍ତି । ରୋଡ ମଝିରେ ପୂର୍ବତନ ବିଜେପି ବିଧାୟକଙ୍କୁ କାନ-ନାକ ଧରି ବସ ଉଠ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ପୋଲିସ ମଧ୍ୟ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି ।

ଠିକାଦାରଙ୍କ ସହ ୨ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ନିର୍ଦ୍ଦେଶ ଦେଲେ ଉନ୍ନୟନ କମିଶନର

ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ତାଲାପଦର ଗାଁ ପାଖରେ ନିର୍ମାଣାଧିନ ପୋଲ ଭୁଶୁଡ଼ିବା ଘଟଣା । କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା । ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ ଏନେଇ ସେ ଆଲୋଚନା କରିଛନ୍ତି । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Under Construction Bridge Collapsed In Umerkote

ବ୍ରିଜ୍ କାମ ନେଇଥିବା ଠିକାଦାର ଆଶିଷ ବିଶ୍ୱାଳ ଏବଂ ଏସଡିଓ, ଜେଇଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ନିର୍ମାଣାଧୀନ ବ୍ରିଜ୍ ସ୍ଥାନକୁ ଯିବାକୁ ଏସ୍ଇ ସୁନାବେଡ଼ାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ଇଆଇସି ଆସନ୍ତାକାଲି ଘଟଣାସ୍ଥଳ ଯାଇ ପରିଦର୍ଶନ କରିବେ ।

Development Commissioner Asked EE To FIR Against Contractor On Bridge Collapse Case

ଠିକାଦାର ଓ ଦାୟିତ୍ୱରେ ଥିବା ୨ରୁ ୩ ଜଣ ଅଫିସରଙ୍କୁ ଗିରଫ କରାଯିବ । ଏନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ଉମରକୋଟର ତାଲାପଦର ଗାଁ ପାଖରେ ନିର୍ମାଣାଧୀନ ବ୍ରିଜ୍ ରବିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିଲା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଶ୍ରମିକ ଆହତ ହୋଇଥିଲେ । ଉମରକୋଟ ମେଡିକାଲରେ ଆହତ ଶ୍ରମିକଙ୍କ ଚିକିତ୍ସା ଚାଲିଛି ।

Under Construction Bridge Collapsed In Umerkote

ତୁରନ୍ତ ଏଫଆଇଆର୍ ଦେବାକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର । ଏଥିସହ ଏସଡିଓ, ଜେଇ ଓ ଠିକାଦାରଙ୍କୁ ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି ।

ଏଥିସହ ପଢ଼ନ୍ତୁ- ନିର୍ମାଣାଧୀନ ପୋଲ ଭୁଶୁଡ଼ି ଜଣେ ଶ୍ରମିକ ମୃତ, ୭ ଆହତ

ନିର୍ମାଣାଧୀନ ପୋଲ ଭୁଶୁଡ଼ି ଜଣେ ଶ୍ରମିକ ମୃତ, ୭ ଆହତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଅଘଟଣ । ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ । ନିର୍ମାଣାଧୀନ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ତାଲାପଦର ଗାଁ ପାଖରେ ପୋଲ କାମ ଚାଲିଥିବାବେଳେ ଅଘଟଣ ଘଟିଛି ।

Under Construction Bridge Collapsed In Umerkote

୭ ଆହତ ଶ୍ରମିକଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଉମରକୋଟ ପୋଲିସ । ନିମ୍ନମାନର କାମ ଯୋଗୁ ନିର୍ମାଣାଧୀନ ପୋଲ ଭୁଶୁଡ଼ିଥିବା ଅଭିଯୋଗ ହୋଇଛି ।

 

ଭାରତ ସୀମାରେ ଚାଇନା ସେନା, ଭୁଲରେ ପ୍ରବେଶ କରିଥିବା କହିଲା ଡ୍ରାଗନ

ନୂଆଦିଲ୍ଲୀ: ଲଦାଖରେ ପୁଣି ଚୀନ ଓ ଭାରତୀୟ ସେନା ମଧ୍ୟରେ ବିବାଦ । ଗତ ଶୁକ୍ରବାର ଜଣେ ଚାଇନା ସେନା ଭାରତ ସୀମାରେ ବୁଲୁଥିବା ବେଳେ ଗିରଫ କରାଯାଇଥିଲା । ତାଙ୍କୁ ସୁରକ୍ଷିତ ଫେରାଇ ଦେବାକୁ ଚୀନ ସେନା ଦାବି କରିଛି । ଭୁଲରେ ସେନା ଜଣକ ଭାରତ ଭିତରକୁ ପ୍ରବେଶ କରିଥିବା କହିଛି ଚୀନ ।

ସେହି ଅଞ୍ଚଳରେ ଭୌଗୋଳିକ ସ୍ଥିତି ସହ ଅନ୍ଧାର ଥିବା ଯୋଗୁ ଭାରତ ଓ ଚୀନର ସୀମା ସ୍ପଷ୍ଟ ଭାବେ ଦେଖି ହେଉନଥିଲା । ସେଥିପାଇଁ ଚୀନର ଯବାନ ଭାରତ ଭିତରକୁ ପଶି ଯାଇଥିଲେ । ଏପଟେ ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ ନିକଟରୁ ଚୀନ ସୈନକଙ୍କୁ ଗିରଫ କରିବା ପରେ ଆଲର୍ଟରେ ରହିଛି ସେନା ।

କାରଣ ଭାରତ ଓ ଚୀନ ସେନା ମଧ୍ୟରେ ଦୂରତା ଅଧିକ ଥିବା ବେଳେ ଏତେ ପାଖକୁ କେମିତି ସେନା ଜଣକ ଆସିଲେ ତାହା ସନ୍ଦେହ ସୃଷ୍ଟି କରିଛି । ଗିରଫ ହୋଇଥିବା ଚାଇନାର ଏହି ଯବାନ କେବଳ ଆସିଛନ୍ତି, ନା ଆହୁରି ଅନେକ ଅଛନ୍ତି । ତା’ର ତନାଘନା କରୁଛି ଭାରତୀୟ ସେନା । ସେପଟେ ଚୀନ ସୈନିକ ଏକାକୀ କେବେବି ସୀମା ଜଗନ୍ତି ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ । ଯାହା ବିଦେଶୀ ଯବାନ ଉପରେ ସନ୍ଦେହ ବଢାଉଛି ।

ସ୍କୁଲ୍ ଫି’ ହ୍ରାସ ପ୍ରସଙ୍ଗ, ନିଷ୍ପତ୍ତି ନେଇପାରିବେ ରାଜ୍ୟ ସରକାର

କଟକ: ସ୍କୁଲ ଫି’ ହ୍ରାସ ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଦାଏର କରାଯାଇଥିବା MOUକୁ ହାଇକୋର୍ଟ ଗ୍ରହଣ କରିଛନ୍ତି । ଏଥିସହ ସମସ୍ତ ମାମଲା ଓ ଏଣ୍ଟରଭେନିଙ୍ଗ ମାମଲାର ପରିସମାପ୍ତି ଘଟାଇଛନ୍ତି କୋର୍ଟ । ୧୪ଟି ସ୍କୁଲ କର୍ତ୍ତୃପକ୍ଷ ଅବିଭାବକ ସଂଘ MOU କରିଥିଲେ । ଏମଓୟୁକୁ ନେଇ ଅରାଜି ଥିବା ସ୍କୁଲ୍ ଆଇନଗତ ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିଛନ୍ତି ।

State Govt Can Take Decision On School Fee Reduction Says High Court

୧୯୯୬ ମସିହା ଏନଓସି ସର୍ତ୍ତାବଳୀକୁ ମାନୁ ନଥିବା ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି କୋର୍ଟ କହିଛନ୍ତି । ସ୍କୁଲ ଫି’ ହ୍ରାସ ପ୍ରସଙ୍ଗରେ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ମାନ୍ୟବର ହାଇକୋର୍ଟ ଏକଥା ସ୍ପଷ୍ଟ କରିଛନ୍ତି। ଅଭିବାବକ ମହାସଂଘର ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ଏହି ସୂଚନା ଦେଇଛନ୍ତି ।

State Govt Can Take Decision On School Fee Reduction Says High Court

ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ସରକାର କରିଥିବା ଏମଓୟୁ ଅନୁଯାୟୀ, ବାର୍ଷିକ ୬ ହଜାର ଫି ଦେଉଥିବା ଛାତ୍ର ଛାତ୍ରୀଙ୍କର କୌଣସି ଫି’ ଛାଡ଼ ହେବନାହିଁ।

କେତେ ଫିରେ କେତେ ଛାଡ ?

ବାର୍ଷିକ ସ୍କୁଲ ଦରମା ୬ ହଜାର ଟଙ୍କାରୁ କମ ହୋଇଥିଲେ କୌଣସି ରିହାତି ମିଳିବ ନାହିଁ

ବାର୍ଷିକ ଫି’ ୬ ହଜାର୧ରୁ  ୧୨ହଜାର୧ ହୋଇଥିଲେ ୭.୫ ପ୍ରତିଶତ ଛାଡ଼ ମିଳିବ

୧୨ହଜାର ୧ରୁ ୨୪ ହଜାର ହୋଇଥିଲେ ୧୨ ପ୍ରତିଶତ ରିହାତି

୨୪ ହଜାର ୧ଟଙ୍କାରୁ ୪୮ ହଜାର ହୋଇଥିଲେ ୧୫ ପ୍ରତିଶତ ରିହାତି

୪୮ ହଜାର ୧ରୁ ୭୨ ହଜାର ହୋଇଥିଲେ ୨୦ ପ୍ରତିଶତ

୭୨ ହଜାର ୧ରୁ ୧ ଲକ୍ଷ ହୋଇଥିଲେ ୨୫ ପ୍ରତିଶତ ରିହାତି

ଏକ ଲକ୍ଷରୁ ଅଧିକ ସ୍କୁଲ ଫି’ ହୋଇଥିଲେ ୨୬ ପ୍ରତିଶତ ରିହାତି ମିଳିବ

ହଷ୍ଟେଲ ଫି’ରେ ୫୦ ପ୍ରତିଶତ ରିହାତି

ଏଥିସହ ପଢ଼ନ୍ତୁ- ଉଚ୍ଚ ନ୍ୟାୟାଳୟର ଶୁଣାଣି : ସ୍କୁଲ ଫି’ରେ ମିଳିବ ରିହାତି, ୭ଟି ସ୍ଲାବରେ ରିହାତି ପାଇବେ ଛାତ୍ରଛାତ୍ରୀ

୧୬ରେ ବିତରଣ, ସୋମବାର ବୈଠକ

ନୂଆଦିଲ୍ଲୀ: ଟିକାକୁ ମିଳିଛି ମଞ୍ଜୁରୀ । ଟିକାକରଣ ନେଇ ଘୋଷଣା ହୋଇଛି ତାରିଖ । ଜାନୁଆରୀ ୧୬ରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଆଉ ଜାନୁଆରୀ ୧୧ ଅର୍ଥାତ ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ସୋମବାର ଅପରାହ୍ନ ୪ଟାରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦୁଇଟି କୋଭିଡ ଭ୍ୟାକ୍ସିନଙ୍କୁ ଜରୁରିକାଳୀନ ବ୍ୟବହାର ନେଇ ଅନୁମତି ଦେଇଛି DCGI। ସେପଟେ ଦେଶରେ ଟିକାକରଣ ତାରିଖ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏପରି ସ୍ଥଳେ ଭ୍ୟାକ୍ସିନ ବିତରଣର ୫ ଦିନ ପୂର୍ବରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଟିକା ସମ୍ପର୍କରେ ମୋଦି କରିବେ ଆଲୋଚନା । ତେଣୁ ଟିକା ବିତରଣ ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି ।

କିଭଳି ରାଜ୍ୟର ମୁଖ୍ୟ ସହରଠାରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳରେ ଟିକା ପହଞ୍ଚିପାରିବ ସେ ନେଇ ବୈଠକରେ ଆଲୋଚନା ହୋଇପାରେ । ଏଥି ସହ ରାଜ୍ୟ ମାନେ ମଧ୍ୟ ବୈଠକରେ ନିଜ ନିଜର ଦାବି ଉପସ୍ଥାପନା କରିପାରନ୍ତି । ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ମିଳିବା ନେଇ ସରକାର ଘୋଷଣା କରିଥିବାବେଳେ ଭ୍ୟାକ୍ସିନକୁ ବିତରଣ ନେଇ ଉତ୍ସୁକତା ଜାରି ରହିଛି ।

ସଟର ବନ୍ଦ ଥିବାବେଳେ ପାର୍ଟ୍ସ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ । ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ଏକ ପାର୍ଟ୍ସ ଦୋକାନରେ ନିଆଁ ଲାଗିଛି । ଦୋକାନର ସଟର ବନ୍ଦ ଥିବାବେଳେ ନିଆଁ ଲାଗିଯାଇଛି । ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି ।

Fire Broke Out In A Parts Shop Of Bhubaneswar

ସର୍ଟ ସର୍କିଟ ଯୋଗୁଁ ନିଆ ଲାଗିଯାଇଥିବା ଅନୁମାନ କରାଯାଉଛି । ମୁଖ୍ୟ ରାସ୍ତାକଡ଼ରେ ଥିବା ପାର୍ଟ୍ସ ଦୋକାନରେ ନିଆଁ ଲାଗିଛି । ଦୋକାନଟି ବନ୍ଦ ଥିବାରୁ କେହି ମୃତାହତ ହୋଇନାହାଁନ୍ତି ।

ବିସ୍ତୃତ ଖବର ପାଇଁ ଦେଖୁଥାନ୍ତୁ ଆମ ୱେବସାଇଟ୍ https://nandighoshatv.com/

ଏଥିସହ ପଢ଼ନ୍ତୁ- କୋରାପୁଟର ଯୁବକଙ୍କୁ ଉଠାଇନେଲା ମୁମ୍ବାଇ ATS

ବଣଭୋଜି କରିବାକୁ ଯାଇ ନଦୀରେ ୨ ଯୁବକ ନିଖୋଜ

ରାଉରକେଲା: ବଣଭୋଜି ବେଳେ ବଡ଼ ଅଘଟଣ । ସାଙ୍ଗସାଥୀ ହୋଇ ବଣଭୋଜି କରିବାକୁ ଯାଇଥିବା ବେଳେ ୨ ଜଣ ଯୁବକ ନଦୀରେ ଭାସିଯାଇ ନିଖୋଜ ହୋଇ ଯାଇଛନ୍ତି । ତେତେରକେଲା ନିକଟରେ କୋଏଲ ନଦୀରେ ଦୁଇ ଜଣ ଯୁବକ ଭାସି ଯାଇଥିଲେ ।

Two Youth Drowned In Koel River Rourkela
FILE

ବିଶ୍ରା ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ୍ ଦ୍ୱାରା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବକଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଛି । ନିଖୋଜ ଅନ୍ୟ ଜଣେ ଯୁବକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ।

ହ୍ୱାଟ୍ସଆପର ନୂଆ ପଲିସିକୁ ନେଇ ଚିନ୍ତିତ କି? ବ୍ୟବହାର କରନ୍ତୁ ବିକଳ୍ପ ଆପ୍ସ

ହ୍ୱାଟ୍ସଆପ ଏବେ ଆଣିଛି ଏକ ନୂଆ ଅପଡେଟ୍ । ଏହି ଅପଡେଟରେ ୟୁଜରଙ୍କୁ ନିଜର ଡାଟା ଫେସବୁକ୍ ସହ ଶେଆର କରିବାକୁ ବାଧ୍ୟତାମୁଳକ ହୋଇଯାଇଛି। ଯାହା ପରେ ୟୁଜର ନିଜର ବ୍ୟକ୍ତିଗତ ସୂଚନାକୁ ନେଇ ଚିନ୍ତିତ ଅଛନ୍ତି।  ଅନେକ ଲୋକ ଜାଣିନାହାଁନ୍ତି ଯେ ସେମାନେ ବ୍ୟବହାର କରୁଥିବା ଆପଗୁଡ଼ିକରେ ସେମାନଙ୍କର ବହୁ ବ୍ୟକ୍ତିଗତ ସୂଚନା ଲିକ୍ ହୋଇଥାଏ । ତେବେ ଚିନ୍ତା କରନ୍ତୁ ନି । ଆଜି ଆମେ ଆପଣଙ୍କୁ ଏମିତି କିଛି ଆପ ଓ ଫିଚର ବିଷୟରେ ବିଷୟରେ କହିବୁ ଯାହାକୁ ଆପଣ ବ୍ୟବହାର କରୁଥିବା ଆପ୍ସର ବିକଳ୍ପରେ ବ୍ୟବହାର କରିପାରିବେ ।

ଚାଟ୍ ଏବଂ ଯୋଗାଯୋଗ: ଦୁଇ ବିଲିୟନରୁ ଅଧିକ ଉପଭୋକ୍ତାଙ୍କ ସହ ହ୍ୱାଟସ୍ ଆପ୍ ଚାଟ୍ ଏବଂ ଅଡିଓ / ଭିଡିଓ କଲ୍ ପାଇଁ ସବୁଠାରୁ ଲୋକପ୍ରିୟ ଆପ । ହେଲେ ଏହା ଗୋପନୀୟତା ନାମରେ ଆପଣଙ୍କ ଚାଟ୍ ଉପରେ ନଜର ରଖିଥାଏ । ହ୍ୱାଟସ୍ ଆପ୍ ବଦଳରେ ଆପଣ ଟେଲିଗ୍ରାମ ଏବଂ ସିଗନାଲ୍ ଭଳି ବିକଳ୍ପ ଆପ୍ ବ୍ୟବହାର କରିପାରିବେ। ଏହି ଦୁଇଟି ଆପ୍ ଗୋପନୀୟତା ଦୃଷ୍ଟିରୁ ବେଶ୍ ନିରାପଦ । ଏଥିରେ ଆପଣଙ୍କୁ କୌଣସି ପ୍ରକାରର ତଥ୍ୟ ପ୍ରଦାନ କରିବାକୁ ପଡ଼ିବ ନାହିଁ।

ସୋଶଲ ନେଟୱର୍କ: ହ୍ୱାଟସଆପ ସିଧା ସଳଖ ୟୁଜରଙ୍କ ଡାଟାକୁ ଫେସବୁକରେ ଶେଆର କରୁଛି।  ଆଉ ଫେସବୁକ ହେଉଛି ସର୍ବାଧିକ ବ୍ୟବହୃତ ହେଉଥିବା ସୋଶାଲ ନେଟୱର୍କିଂ ସାଇଟ୍। ଯାହାକୁ ଫେସବୁକ ଷ୍ଟ୍ରିମ୍ ବି କରିପାରେ। ସେଥିପାଇଁ ୟୁଜର ନିଜର ଡାଟା ପ୍ରାଇଭେସିକୁ ନେି ଚିନ୍ତାରେ ଅଛନ୍ତି ।  ହେଲେ ଚିନ୍ତା କରନ୍ତୁ ନି  ଏହାର ବିକଳ୍ପ ସୋସିଆଲ ନେଟୱାର୍କିଂ ସାଇଟ ମଧ୍ୟ ଉପଲବ୍ଧ, ଯାହା ଆପଣଙ୍କର ପ୍ରାଇଭେସି ଉପରେ ଧ୍ୟାନ ଦେବ। ଯଦି ଆପଣ ଟ୍ୱିଟର ପରି ଇଣ୍ଟରଫେସ୍ ପସନ୍ଦ କରନ୍ତି, ତେବେ ଆପଣ ମାଷ୍ଟୋଡନ୍ ବ୍ୟବହାର କରିପାରିବେ, ଯାହା କି ସମ୍ପୂର୍ଣ୍ଣ ଆଡ୍ ଫ୍ରି ରହିବ। ଏହା ଆପଣଙ୍କର କୌଣସି ବ୍ୟକ୍ତିଗତ ସୂଚନା ରଖେ ନାହିଁ । ଏହାକୁ ବ୍ୟବହାର କରିବା ବେଶ୍ ସହଜ। ଏହା ବ୍ୟତୀତ, ଆପଣ ଡାଏସ୍ପୋରା କିମ୍ବା ସୋସିଆଲ୍ ଆପ୍ ମଧ୍ୟ ବ୍ୟବହାର କରିପାରିବେ।

ବ୍ରାଉଜର୍: ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ବ୍ରାଉଜର୍ ଏକ ଏଣ୍ଟ୍ରି ଗେଟ ଭଳି କାମ କରେ। କିନ୍ତୁ ଅସୁବିଧାଟି ହେଉଛି ପ୍ରାୟ ସମସ୍ତେ ବ୍ୟହାର କରୁଥିବା କ୍ରୋମ୍, ଏଜ୍, ସଫାରି ଇତ୍ୟାଦି ବ୍ରାଉଜର୍ ଉପଭୋକ୍ତାମାନଙ୍କୁ ଟ୍ରାକ୍ କରନ୍ତି ଏବଂ ସେମାନଙ୍କର ଡାଟାକୁ ନିଜ ମୂଳ କମ୍ପାନୀ ସହିତ ଶେଆର କରନ୍ତି। ଏସବୁକୁ ଏଡାଇବା ପାଇଁ ଆପଣ ବ୍ରେଭ୍ ବ୍ରାଉଜର୍ ବ୍ୟବହାର କରିପାରିବେ, ଯାହା ଉଭୟ ଡେସ୍କଟପ୍ ଏବଂ ମୋବାଇଲ୍ ଅପରେଟିଂ ସିଷ୍ଟମରେ ଉପଲବ୍ଧ। ଏହା ଉପଭୋକ୍ତାଙ୍କ କାର୍ଯ୍ୟକଳାପକୁ ଟ୍ରାକ୍ କରେ ନାହିଁ ଏବଂ ଏକ ଇନବିଲ୍ଟ ଆଡବ୍ଲକର୍ ସହିତ ମଧ୍ୟ ଆସେ। ଅନ୍ୟ ଏକ ବିକଳ୍ପ ହେଉଛି ଟୋର ବ୍ରାଉଜର୍, ଏଥିରେ ମଧ୍ୟ ଆପଣଙ୍କର ବ୍ୟବହାର ତଥ୍ୟକୁ କେହି ଟ୍ରାକ୍ କରିପାରିବେ ନାହିଁ।

ଇମେଲ୍: ଆପଣଙ୍କର ଇମେଲ୍ ଆପଣଙ୍କର ବ୍ୟକ୍ତିଗତ ସୂଚନାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ହେଲେ ଆପଣ ଜାଣନ୍ତି ପ୍ରାୟ ସମସ୍ତ ଇମେଲ ସେବାଗୁଡିକରେ ଡାଟା ପ୍ରାଇଭେସି ରିସ୍କ ରହିଥାଏ। ତେବେ ଏହି ବିପଦକୁ ଏଡ଼ାଇବା ପାଇଁ ଏକମାତ୍ର ଉପାୟ ହେଉଛି ଏକ ସୁରକ୍ଷିତ ଇମେଲ ସେବା ବ୍ୟବହାର କରିବା।  ଏଭଳି କ୍ଷେତ୍ରରେ ପ୍ରୋଟନ୍ ମେଲ୍ ହେଉଛି ସର୍ବୋତ୍ତମ ବିକଳ୍ପ। ଏହା ଇମେଲ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ପ୍ରଦାନ କରେ।

ସର୍ଚ୍ଚ ଇଞ୍ଜିନ୍: ସ୍ମାର୍ଟଫୋନ୍ ଏବଂ କମ୍ପ୍ୟୁଟରରେ ଗୁଗୁଲ ହେଉଛି ସର୍ବାଧିକ ବ୍ୟବହୃତ ହେଉଥିବା ସର୍ଚ୍ଚ ଇଞ୍ଜିନ୍। ଯଦି ଆପଣ ପ୍ରାଇଭେସିକୁ ଗୁରୁତ୍ୱ ଦିଅନ୍ତି, ତେବେ ଗୁଗୁଲର ବ୍ୟବହାର କରନ୍ତୁ ନାହିଁ। ଗୁଗୁଲ ଆପଣଙ୍କ ଆକ୍ଟିଭିଟି ବା କାର୍ଯ୍ୟକଳାପକୁ ଟ୍ରାକ୍ କରେ ଏବଂ ତାପରେ ସେହି ସୂଚନାକୁ ବ୍ୟବହାର କରି ବ୍ୟକ୍ତିଗତ ବିଜ୍ଞାପନ ଦେଖାଇଥାଏ । ଯାହାକି କାହାର ଗୋପନୀୟତା ବିରୁଦ୍ଧରେ ଅଟେ। ଯଦି ଆପଣ ନିଜର ସର୍ଚ ହିଷ୍ଟ୍ରିକୁ ଟ୍ରାକ୍ କରିବାକୁ ଚାହୁଁନାହଁ, ତେବେ ଡକ୍ ଡକ୍ ଗୋ ବ୍ୟବହାର କରନ୍ତୁ । DuckDuckGo କୌଣସି ଉପଭୋକ୍ତାଙ୍କ ସୂଚନା ସଂଗ୍ରହ କରେ ନାହିଁ, କାରଣ ଏହା ଉପଭୋକ୍ତାଙ୍କୁ ଟ୍ରାକ୍ କରେ ନାହିଁ ।


ଭିଡିଓ:  ଅଧିକାଂଶ ଲୋକ ଭିଡିଓ ଦେଖିବା ପାଇଁ you tube ବ୍ୟବହାର କରନ୍ତି। ହେଲେ ବହୁତ କମ ଲୋକ ଜାଣନ୍ତି ଯେ ଗୁଗଲ ଓ ଫେସବୁକ ଭଳି  ୟୁ ଟ୍ୟୁବ ମଧ୍ୟ ଆଣଙ୍କର ଏକ ପ୍ରୋଫାଇଲ ତିଆରି କରେ। ଏବଂ ଆପଣ ଭିଡିଓ ଦେଖିବା ସମୟରେ ଆପଣଙ୍କୁ ଆପଣଙ୍କ ସର୍ଚ୍ଚ ହିଷ୍ଟ୍ରି ଅନୁଯାୟୀ ବିଜ୍ଞାପନ ଦେଖାଏ । ତେଣଉ ଆପଣ ଏହା ବଦଳରେ Vimeo, Metacafe କିମ୍ବା DTube ବ୍ୟବହଗାର କରିବେ। ଅବଶ୍ୟ ଏହି ପ୍ଲାଟଫର୍ମ ଗୁଡ଼ିକରେ ୟୁଟ୍ୟୁବ ପରି ଏତେ ବଡ଼ ଲାଇବ୍ରେରି ନଥାଏ କିନ୍ତୁ ଏହା ଉପଭୋକ୍ତାଙ୍କ ପ୍ରାଇଭେସି ପ୍ରତି ଧ୍ୟାନ ଦେଇଥାଏ ।