spot_img
Home Blog Page 6127

US Capitol Violence: ଡୋନାଲ୍ସ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ପ୍ରସ୍ତୁତ ହେଉଛି ଡେମୋକ୍ରେଟିକ୍ ପାର୍ଟି

ୱାଶିଂଟନ: ଆମେରିକା ସଂସଦ ଭବନରେ ହିଂସା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି । ବର୍ତ୍ତମାନ ଡେମୋକ୍ରେଟିକ୍ ପାର୍ଟି ତାଙ୍କୁ ଘେରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି । ସୂଚନା ଅନୁଯାୟୀ ସୋମବାର ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ (Impeachment) ଅଣାଯାଇପାରେ । ପୂର୍ବ ସପ୍ତାହ ବୁଧବାର ଦିନ ଟ୍ରମ୍ପଙ୍କ ସମର୍ଥକ ମାନେ ଆମେରିକା ସଂସଦ ଭବନ ଭିତରକୁ ଧସେଇ ପଶିଥିଲେ । ଟ୍ରମ୍ପଙ୍କ ସମର୍ଥକ ମାନେ ସଂସଦର ମିଳିତ ଅଧିବେଶନକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଯେଉଁ ସମର୍ଥକ ମାନେ କ୍ୟାପିଟାଲ ବିଲଡିଂ ଭିତରେ ଧସେଇ ପଶିଥିଲେ ସେମାନେଙ୍କୁ ଟ୍ରମ୍ପ ଟ୍ୱିଟରରେ ଦେଶଭକ୍ତ ବୋଲି କହିଥିଲେ ।

ସାଂସଦ ଟେଡ ଲିୟୁ ଟ୍ୱିଟ କରି କହିଛନ୍ତି ଯେ, ଟ୍ରମ୍ପଙ୍କ ବିରୋଧରେ ସୋମବାର ମହାଭିଯୋଗ ଆଣିବାପାଇଁ ପ୍ରସ୍ତୁତି ଚାଲିଛି । ସୂଚନା ଅନୁଯାୟୀ ଡିସେମ୍ବର ୨୦୧୯ ମସିହାରେ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଣିବାପାଇଁ ଲିୟୁ ଖୁବ ସକ୍ରିୟ ହୋଇଥିଲେ । ଆମେରିକା ସଂସଦର ସ୍ପିକର ନେନ୍ସି ପେଲୋସୀ ମଧ୍ୟ ଟ୍ରମ୍ପଙ୍କ ରାଷ୍ଟ୍ରପତି ପଦରୁ ତୁରନ୍ତ ହଟିବା ପାଇଁ ଦାବି କରିଥିଲେ । ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯାହାଙ୍କ କାର୍ଯ୍ୟକାଳ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମହାଭିଯୋଗ ଆସିପାରେ । ତାଙ୍କ ଉପରେ ରାଷ୍ଟ୍ରପତି ନିର୍ବାଚନ ବେଳେ ୟୁକ୍ରେନର ସାହାଯ୍ୟ ନେଇଥିବା ଅଭିଯୋଗ ରହିଛି ।

ମହାଭିଯୋଗ କ’ଣ ?

ଆମେରିକା ସମ୍ବିଧାନ ମୁତାବକ ରାଷ୍ଟ୍ରପତିଙ୍କ ବିରୋଧରେ ଦେଶଦ୍ରୋହ, ଲାଞ୍ଚ ନେବା ଏବଂ ଅନ୍ୟ ଗମ୍ଭୀର ଅପରାଧ ପାଇଁ ମହାଭିଯୋଗ ଅଣାଯାଇଥାଏ । ମହାଭିଯୋଗ ଅଧିନରେ ତଦନ୍ତ ପରେ ଅପରାଧର ପ୍ରମାଣ ପାଇବା ପରେ ସଂସଦର ନ୍ୟାୟ କମିଟି ନିକଟକୁ ପଠାଯାଇଥାଏ । ଏହି ସମିତି ତଦନ୍ତ, ଶୁଣାଣୀ, ଡ୍ରାଫ୍ଟ କରିବା ପରେ ସମସ୍ତ ତଥ୍ୟ ସିନେଟର ସଦସ୍ୟ ମାନଙ୍କୁ ହସ୍ତାନ୍ତର କରିଥାଏ । ଏହାପରେ ନିଷ୍ପତ୍ତି ନିଆଯାଇଥାଏ ଯେ ଦଣ୍ଡ ଦିଆଯିବ ନା ନାହିଁ । ଏହି ପ୍ରକ୍ରିୟାରେ ପ୍ରାୟ ୩ ମାସ ସମୟ ଲାଗିଥାଏ । ବର୍ତ୍ତମାନ ଯେହେତୁ କ୍ୟାପିଟାଲ ହିଲ ଉପରେ ଆକ୍ରମଣ ହୋଇଛି, ତେଣୁ ଡେମୋକ୍ରେଟିକର ସଦସ୍ୟ ମାନେ ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

ଜଙ୍ଗଲରେ ପଡ଼ିଛି ଗାଇ, ମଇଁଷିଙ୍କ ମୃତଦେହ: ବାଘ ମାରିଥିବା ସନ୍ଦେହ

0

ଆଠଗଡରେ ବାଘ ଆତଙ୍କ । ଖୁଣ୍ଟୁଣୀ ରେଞ୍ଜ ଗୋବରା ପଞ୍ଚାୟତ ଆଦିବାସୀ ଗାଁ ଭଗୁଆ ଓ ଓର୍ଦ୍ଦା ଗାଁରେ ବାଘ ଆତଙ୍କ । ଜଙ୍ଗଲକୁ ଚରିବାକୁ ଯାଉଥିବା ଗାଇ ଓ ମଇଁଷିକୁ ବାଘ ମାରିଦେଉଥିବା ଅଭିଯୋଗ ହୋଇଛି । ଘରକୁ ଗାଇ ନଫେରିବାରୁ ଖୋଜାଖୋଜି କରି ଜଙ୍ଗଲରେ ଗାଇର ମୃତଦେହ ଦେଖି ବାଘ ମାରିଥିବା ଅନୁମାନ କରିଛନ୍ତି ଗ୍ରାମବାସୀ ।  ମୃତଦେହ ପାଖରେ ବାଘର ପାଦ ଚିହ୍ନ ଦେଖି ପାଖଆଖ ଗାଁରେ ଏବେ ଆତଙ୍କ  ଖେଳିଯାଇଛି । ଜଙ୍ଗଲକୁ ଆଉ ଚରିବାକୁ ଛାଡୁନାହାନ୍ତି ଗାଇଗୋରୁ , ଛେଳିମେଣ୍ଢା । ଅନ୍ୟପଟେ ବନବିଭାଗ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ବାଘ ଆତଙ୍କ ନଥିବା ଖୁଣ୍ଟୁଣୀ ରେଞ୍ଜର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜୀବନ ଆଶାରେ ଶବ ସହ ୧୦ ଦିନ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଡମପଡ଼ା ଅଭୟାରଣ୍ୟକୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି

0

ଭୁବନେଶ୍ୱର: ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ବୃଦ୍ଧି ପାଇବାରେ ଲାଗିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା  । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ  ବିଦେଶୀ ପକ୍ଷୀଙ୍କ ସଂଖ୍ୟା ପ୍ରାୟ ୫ହଜାର ବୃଦ୍ଧି ପାଇଛି  । ଗତବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ୧୬,୦୧୩ ଥିବାବେଳେ ଚଳିତବର୍ଷ ୨୧,୯୪୮ରେ ପହଞ୍ଚିଛି  । ବିଦେଶୀ ପକ୍ଷୀମାନଙ୍କ ମାଧ୍ୟରେ ଅଛନ୍ତି ୱେଟଲ୍ୟାଣ୍ଡ ବାର୍ଡ଼, ମାଗ୍ରଟୋରୀ ବାର୍ଡ଼, ଏରୀଷ୍ଟାର ବାର୍ଡ଼, ନରଟେଲ ପ୍ରିନଟେଡ଼ ଭଳି ପକ୍ଷୀ  । ଚନ୍ଦକା ୱାଇଲଡ ଲାଇଫ ପକ୍ଷରୁ ଏକ ୧୨ଜଣିଆ ଟିମ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ  । ଏମାନଙ୍କ ବ୍ୟତୀତ ଚନ୍ଦକା ରେଞ୍ଜର ଏସିଏଫ, ରେଞ୍ଜ ଅଫିସର, ଫରେଷ୍ଟ ଗାର୍ଡ ଟିମ ଏଥିରେ ସାମିଲ ହୋଇଥିଲେ  ।

ଅପରପକ୍ଷରେ ପ୍ରତିବର୍ଷ ପରୀ ଚଳିତ ବର୍ଷ ମଧ୍ୟ ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ଏଣୁ ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ତରଫରୁ ଚିଲିକାରେ ପକ୍ଷୀ ଗଣନା କରାଯାଏ ।  ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀ ଗଣନା ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।  ୨୧ଟି ଟିମ୍ ସକାଳ ୫ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ରହିବ । ଆଜିର ପ୍ରଶିକ୍ଷଣ ଶିବିରରେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ଅଧିକାରୀ, କର୍ମକର୍ତ୍ତା, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ବନ୍ୟପ୍ରାଣୀ ଉପରେ କାମ କରୁଥିବା ସଂଗଠନର ଅଭିଜ୍ଞ କର୍ମକର୍ତ୍ତା ଯୋଗ ଦେଇଥିଲେ ।ଗତବର୍ଷ ଚିଲିକାକୁ ୧୧ ଲକ୍ଷ ୫ ହଜାର ୪୦ ପକ୍ଷୀଙ୍କ ସମାଗମ ହୋଇଥିଲା । ୨୦୧୯ ଅପେକ୍ଷା ୨୦୨୦ରେ ପକ୍ଷୀଙ୍କ ଆଗମନ ବଢ଼ିଥିଲା । ୨୦୧୯ରେ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିଲେ ।

ଏଥିସହିତ ପଢ଼ନ୍ତୁ:  ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ରାଉରକେଲାରେ ବିଜେଡିର ଯୁବ ଓ ଛାତ୍ର ସମ୍ମିଳନୀ

ରାଉରକେଲା: ଛାତ୍ର ଓ ଯୁବ ଵିଜେଡିର ସମ୍ମିଳନୀ । ଯୋଗ ଦେଇଛନ୍ତି ରାଜ୍ୟ ଛାତ୍ର ବିଜେଡି ସଭାପତି ଦେଵୀ ରଞ୍ଜନ ତ୍ରିପାଠୀ, ରାଜ୍ୟ  ଯୁଵ ଵିଜେଡି ସଭାପତି ବ୍ୟୋମକେଶ ରାୟ, ବିଧାୟକ ପ୍ରଣବ ବଳବନ୍ତ ରାୟ, ପ୍ରୀତିରଞ୍ଜନ ଘଡ଼ାଇ, ଵିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଏଲିନା ଦାସ, କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ ପ୍ରମୁଖ  । ସେହିଭଳି ସମ୍ମିଳନୀରେ ରାଉରକେଲା ସାଂଗଠନିକ ଜିଲ୍ଲାର ଯୁଵ ଓ ଛାତ୍ର ନେତା ଏବଂ କର୍ମୀମାନେ ସାମିଲ ହୋଇଛନ୍ତି   । ଯୁବ ପିଢୀମାନେ ପ୍ରଗତିଶୀଳ ଓଡ଼ିଶାରେ ସାମିଲ ହେବା ପାଇଁ ଆହ୍ବାନ ଦେଇଛନ୍ତି ଉପସ୍ଥିତ ନେତା । ସବୁ ଜିଲ୍ଲାରେ ଏହିଭଳି କାର୍ଯ୍ୟକ୍ରମ କରି ଛାତ୍ର ଓ ଯୁବକଙ୍କ ପ୍ରତି ଥିବା ମୁଖ୍ୟମନ୍ତ୍ରୀ ବାର୍ତ୍ତାକୁ ପହଞ୍ଚାଇବାକୁ ଲକ୍ଷ ରଖାଯାଇଥିବା କହିଛନ୍ତି ଉପସ୍ଥିତ ନେତୃବୃନ୍ଦ ।

ଏଥିସହିତ ପଢ଼ନ୍ତୁ: ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

 

ମାଲକାନଗିରି ହାଣ୍ଡିଶାଳ ଜଙ୍ଗଲରୁ ୫ କେ.ଜି ଲ୍ୟାଣ୍ଡମାଇନ୍ସ ଜବତ

ମାଲକାନଗିରି: ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ଧରଣର ସଫଳତା । ଚିତ୍ରକୋଣ୍ଡା ବ୍ଲକ ଗୋରାସେତୁ ନିକଟସ୍ଥ ହାଣ୍ଡିଖାଲ ଜଙ୍ଗଲରୁ ୫ କେଜି ଓଜନର ଲ୍ୟାଣ୍ଡମାଇନ୍ସ ଜବତ କରିଛନ୍ତି ବିଏସ୍‌ଏଫ୍‌ ଯବାନ । ଏଥିସହ ମାଓବାଦୀଙ୍କ ପୋଷାକ, ପଲିଥିନ, ମଲ୍ଟିମିଟର, ଓ୍ବାକିଟକି ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ ପଣସପୁଟ ପଞ୍ଚାୟତ ଓ ଗୋରାସେତୁ ନିକଟରେ ଥିବା ହାଣ୍ଡିଖାଲ ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ ବିଏସ୍‌ଏଫ୍‌ ଯବାନ । ଏହି ସମୟରେ ଏକ ଡ୍ରମ୍‌ରେ ପୋତା ହୋଇ ରଖାଯାଇଥିବା ୫ କେଜି ଓଜନର ଲ୍ୟାଣ୍ଡ ମାଇନର ସନ୍ଧାନ ମିଳିଥିଲା । ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ମାଓବାଦୀ ଲ୍ୟାଣ୍ଡ ମାଇନ୍ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚିବା ପରେ ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରାଯିବ ।

ୟୁପିରେ ନିୟମ ଭାଙ୍ଗି ପ୍ରମୋଶନ ପାଇଥିବା ୪ ଅଫିସରଙ୍କୁ ଯୋଗୀ ସରକାରଙ୍କ ‘ହଣ୍ଟର’, ପିଅନ ଏବଂ ଚୌକିଦାରକୁ ଅବନତି

ଉନାଉ: ଉତ୍ତର ପ୍ରଦେଶ ଯୋଗୀ ସରକାର ଦୁର୍ନୀତିଗ୍ରସ୍ତ ଏବଂ ନିୟମ ବିରୋଧରେ ପଦୋନ୍ନତି ପାଉଥିବା ଭ୍ରଷ୍ଟ ମାନଙ୍କ ବିରୋଧରେ କ୍ରମାଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀ ପଦରେ ପୋଷ୍ଟ କରାଯାଇଥିବା ଚାରି ଜଣ ଅଧିକାରୀଙ୍କୁ ପଦରୁ ହଟାଇ ଦିଆଯାଇଛି । ସରକାର ଏହି ଅଧିକାରୀମାନଙ୍କୁ ଚୌକିଦାର, ପିଅନ, ଅପରେଟର ଏବଂ ଆସିଷ୍ଟାଣ୍ଟ ପଦରେ ରଖିଛନ୍ତି । ଏହାପୂର୍ବରୁ ଜଣଙ୍କୁ ଏସଡିଏମ ପଦବୀରୁ ହଟାଇ ତହସିଲଦାର କରାଯାଇଥିଲା ।


ସୂଚନା ଏବଂ ଜନସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ପାସ୍ ହୋଇଥିବା ଆଦେଶରେ ଦର୍ଶାଯାଇଛି ଯେ ନଭେମ୍ବର ୩ ତାରିଖ ୨୦୧୪ ମସିହାରେ ଏହି ଅଧିକାରୀଙ୍କ ପଦୋନ୍ନତି ସମସ୍ତ ନିୟମ ବିରୁଦ୍ଧରେ କରାଯାଇଥିଲା । ବର୍ତ୍ତମାନ ସମସ୍ତେ ସେମାନଙ୍କର ମୂଳ ପୋଷ୍ଟକୁ ଅବନତି ପାଇଛନ୍ତି । ସରକାରଙ୍କ ଦ୍ୱାରା ଯେଉଁ ଅଧିକାରୀ ମାନେ ଅବନତି ପାଇଛନ୍ତି, ସେମାନେ ହେଉଛନ୍ତି ବରେଲୀର ଅପର ଜିଲ୍ଲା ସୂଚନା ଅଧିକାରୀ ନରସିଂହଙ୍କୁ ପିଅନ, ଫିରୋଜାବାରେ ପଦସ୍ତ ଅଧିକାରୀ ଦିନଶଙ୍କରଙ୍କୁ ଚୌକିଦାର, ମଥୁରାରେ ପୋଷ୍ଟ ହୋଇଥିବା ବିନୋଦ କୁମାର ଶର୍ମା ଏବଂ ଭଦୋହୀରେ ପୋଷ୍ଟିଂ ପାଇଥିବା ଅନିଲ କୁମାର ସିଂଙ୍କୁ ଅପରେଟରକୁ ଅବନତି କରାଯାଇଛି ।

ହାଇକୋର୍ଟରେ ଦାଖଲ ହୋଇଥିଲା ଯାଚିକା

ଉତ୍ତର ପ୍ରଦେଶର ସୂଚନା ବିଭାଗରେ ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀ ୪ ଜଣଙ୍କୁ ଏହି ନିୟମ ବିରୁଦ୍ଧରେ ପଦୋନ୍ନତି କରାଯାଇଥିଲା । ଏହି ମାମଲାରେ ହାଇକୋର୍ଟରେ ରିଟ୍ ଦାଖଲ କରାଯାଇଥିଲା । ଯାହା ପରେ ସରକାରଙ୍କ ତରଫରୁ ସମସ୍ତଙ୍କୁ ପଦରୁ ହଟାଇ ଦିଆଯାଇଛି । ବର୍ତ୍ତମାନ ଏହି ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀଙ୍କ ସ୍ଥାନରେ ଚୌକିଦାର, ପିଅନ, ସିନେମା ଅପରେଟର ଏବଂ ଆସିଷ୍ଟାଣ୍ଟ  ପୋଷ୍ଟରେ ରଖାଯାଇଛି । ଏହି ଚାରିଜଣଙ୍କୁ ସମାନ ପୋଷ୍ଟରେ ପଦୋନ୍ନତି ଦିଆଯାଇଥିଲା  ।

ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଣ୍ଡୋନେସିଆରୁ ଉଡ଼ାଣ ପରେ ଯାତ୍ରୀବାହୀ ବିମାନ ଧ୍ବଂସ । ଧ୍ୱଂସ ହୋଇଥିବା ବିମାନର ମିଳିଛି ଭଗ୍ନାବଶେଷ । ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ।

ତେବେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ସମୁଦ୍ରରୁ ମିଳିଛି  । ପ୍ରଥମେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ମୋଟ୍‌ ୬୨ ଜଣଙ୍କୁ ନେଇ ଜାକର୍ତ୍ତାରୁ ଉଡ଼ିଥିଲା ବିମାନ । ଜାକର୍ତ୍ତାରୁ କାଲିମନ୍ତାନ ଯାଉଥିଲା । ଏହି ବିମାନରେ ଥିବା  ଯାତ୍ରୀଙ୍କ ମଧ୍ୟରେ ୬ଜଣ ଶିଶୁ ଥିଲେ  । ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିଥିଲା ଇଣ୍ଡୋନେସିଆର ବୋଇଂ  ୭୩୭-୫୦୦ । ପ୍ରାୟ ୧୦ ହଜାର ଫୁଟ ଉପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା  । ଉଡ଼ାଣର ମାତ୍ର 5 ମିନିଟ୍‌ ଭିତରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଚୂରମାର ହୋଇଯାଇଛି ବିମାନ । ଇଣ୍ଡୋନେସିଆର ଏହି ବିମାନକୁ ସବୁଠୁ ଭଲ ବିମାନ ତାଲିକାରେ ରଖାଯାଇଥିଲା  । ବିମାନର ଦୁର୍ଘଟଣା ହେବାର ଆଶଙ୍କା ବହୁତ କମ୍‌ ଥିଲା ବୋଲି ଇଣ୍ଡୋନେସିଆ ସରକାର କହିଛନ୍ତି  । ଗତ ୨୬ ବର୍ଷ ହେଲା ଶ୍ରୀବିଜୟା ଏୟାର ଇଣ୍ଡୋନେସିଆରେ ସେବା ଯୋଗାଇ ଆସୁଛି  ।

ଏଥିସହିତ ପଢ଼ନ୍ତୁ: ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ପେଟ୍ରୋଲ ପମ୍ପ ମାଲିକଙ୍କ ଘରୁ ଲୁଟିଲେ ୧୦ ଲକ୍ଷଟଙ୍କାର ସୁନା ଗହଣା

କଳାହାଣ୍ଡି: ପୁଣି ଏକ ବଡ଼ ଧରଣର ଡକାୟତି ହୋଇଛି । ବୋର୍ଡା ପେଟ୍ରୋଲ ପମ୍ପ ମାଲିକଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଛି । ପେଟ୍ରୋଲ ପମ୍ପ ମାଲିକ ଅନିଲ ଜୈନଙ୍କ ଘରୁ ଡକାୟତି ହୋଇଥିବା ବେଶେ ମାରଣାସ୍ତ୍ର ସହ ୫ରୁ ଅଧିକ ଡକାୟତ ଘରେ ପଶିଥିଲେ । ବନ୍ଧୁକ ଦେଖାଇ ଘର ଲୋକଙ୍କୁ ଭୟଭୀତ କରାଇ ଲୁଟିନେଇଥିଲା ଲକ୍ଷାଧିକ ଟଙ୍କା । ୧୦ ଲକ୍ଷରୁ ଅଧିକ ଟଙ୍କା, ସୁନା ଗହଣା ଲୁଟିନେଇଛନ୍ତି ଲୁଟେରା । ଘଟଣାସ୍ଥଳରେ ବୋର୍ଡା ପୋଲିସର ଛାନବିନ ଜାରି ରହିଛି ।

କିଛି ଦିନ ହେଲା କଳାହାଣ୍ଡିରେ ଲୁଟତରାଜ ଘଟଣା ଦେଖିବାକୁ ମିଳୁଛି । ଗତ ୧ ମାସ ମଧ୍ୟରେ ୨ଟି ବଡ଼ ଧରଣର ଡକାୟତି ହୋଇଛି । ତେବେ ଏକ ନିର୍ଦ୍ଧିଷ୍ଟ ଗ୍ୟାଙ୍ଗ ଧନିକ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିବା ଅନୁମାନ କରାଯାଉଛି । ସଶସ୍ତ୍ର ଡକାୟତି ଗ୍ୟାଙ୍ଗ ଘରେ ପଶିବା ପରେ ସ୍ୱାମୀ-ସ୍ତ୍ରୀଙ୍କୁ ବାହାର ପଟୁ ଲକ୍ କରିଥିଲେ । ପରେ ସେମାନେ ଲୁଟ ଚଳାଇଥିବା ସୂଚନା ।

ଏଥିସହିତ ପଢ଼ନ୍ତୁ: ବେଆଇନ ବାଲିଘାଟ ଉପରେ ଚଢ଼ାଉ: ୭ ଟ୍ରାକ୍ଟର ଜବତ, ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ

ସାର୍ବଜନୀନ ହେଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର: ସାର୍ବଜନୀନ ହେଲା ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପତ୍ତି ତାଲିକା । ୨୦୨୦ ମାର୍ଚ୍ଚ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କର କେତେ ସମ୍ପତ୍ତି ଥିଲା, ତା’ର ତାଲିକା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରିମଣ୍ଡର ସବୁ ସଦସ୍ୟ ସେମାନଙ୍କ ସମ୍ପତ୍ତି ଦେଇଛନ୍ତି । ସମ୍ପତ୍ତି ତାଲିକା ପ୍ରକାଶ ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଘୋଷଣା ମୁତାବକ ସବୁ ମନ୍ତ୍ରୀ ସେମାନଙ୍କ ସମ୍ପତ୍ତି ତାଲିକା ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ୧୯୮୦ ମଡେଲର ଏକ ଆମ୍ବାସଡର କାର୍‌ ଅଛି । ଯାହାର ଆନୁମାନିକ ମୂଲ୍ୟ ୮ହଜାର ୯୦୫ଟଙ୍କା ହେବ । ୨ ଲକ୍ଷ ୮୯ହଜାର ଟଙ୍କାର ସୁନା ଗହଣା ଥିବା ସମ୍ପତ୍ତି ତାଲିକାରେ ପ୍ରକାଶ ପାଇଛି । ଜନପଥ ଓ ଦିଲ୍ଲୀ ବ୍ୟାଙ୍କ ଅଫ ଇଣ୍ଡିଆରେ ନବୀନଙ୍କ ରହିଛି ୨ଟି ଆକାଉଣ୍ଟ । ବ୍ୟାଙ୍କ ଅଫ ଇଣ୍ଡିଆର ସେଭିଙ୍ଗ୍ସ ଆକାଉଣ୍ଟରେ ଅଛି ୧୬ ଲକ୍ଷ ୭୬ ହଜାର ଟଙ୍କା । ବ୍ୟାଙ୍କ ଅଫ ଇଣ୍ଡିଆରେ ଅଛି ୧ କୋଟି ୩ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ । ରାଜ୍ୟର ବିଭିନ୍ନ ସ୍ଥାନରେ ଅଛି ୪ଟି ଷ୍ଟେଟବ୍ୟାଙ୍କ ଆକାଉଣ୍ଟ । ଭୁବନେଶ୍ୱର ସେଭିଙ୍ଗ୍ସ ଆକାଉଣ୍ଟରେ ୧୦ ଲକ୍ଷ ୫୬ ହଜାର ଟଙ୍କା ଥିବା ତାଲିକାରେ ପ୍ରକାଶ ପାଇଛି । ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ୨ଟି ଆକାଉଣ୍ଟ ରହିଛି ମୁଖ୍ୟମନ୍ତ୍ରୀଙ୍କର । ଦୁଇ ଆକାଉଣ୍ଟ ନିର୍ବାଚନ ପାଇଁ ଖୋଲାଯାଇଥିଲା । ୨୦୧୪ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୬ ହଜାର ୭୪୬ ଟଙ୍କା ଥିବା ତାଲିକାରେ ଉଲ୍ଲେଖ ହୋଇଛି । ୨୦୧୯ ନିର୍ବାଚନ ପାଇଁ ଖୋଲାଯାଇଥିବା ଆକାଉଣ୍ଟରେ ୧୩ ହଜାର ୮୧୮ ଟଙ୍କା ଅଛି । ବରଗଡ଼ ପଦ୍ମପୁର ଷ୍ଟେଟ୍‌ ବ୍ୟାଙ୍କ ଶାଖାରେ ଅଛି ୩୭ ହଜାର ୨୨୩ ଟଙ୍କା । ୨୦୧୯ ନିର୍ବାଚନ ବେଳେ ଖୋଲାଯାଇଥିଲା ଏହି ଏହି ଆକାଉଣ୍ଟ । ସ୍ଥାବର ସମ୍ପତ୍ତି ତାଲିକାରେ ଅଛି ଜମି ଓ ବାସଗୃହ । ଫରିଦାବାଦରେ ଅଛି ୨୨ ଦଶମିକ ୭ ଏକର ଜମି ଓ କୋଠା । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୭୫ଲକ୍ଷ ଟଙ୍କା ହେବ । ନବୀନ ନିବାସ ଭାଗର ଆନୁମାନିକ ମୂଲ୍ୟ ୯ କୋଟି ୫୨ଲକ୍ଷ ଟଙ୍କା । ଦିଲ୍ଲୀ ଅବଦୁଲ କଲାମ ମାର୍ଗରେ ରହିଛି ସମ୍ପତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ୍‌ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୪୩ କୋଟି ୩୬ଲକ୍ଷ ଟଙ୍କା ।

ରାଫେଲ ଜେଟ୍ ଏବଂ ପ୍ୟାନ୍ଥର ହେଲିକପ୍ଟର ଉପରେ ଭାରତକୁ ଫ୍ରାନ୍ସର ବଡ଼ ଅଫର

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପର ସହ ସହଯୋଗ କରିବାକୁ ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ପଦକ୍ଷେପ ନେଇଛନ୍ତି । ରାଫାଲ ଜେଟ ଏବଂ ପାନ୍ଥର୍ ହେଲିକପ୍ଟରରେ ଫ୍ରାନ୍ସ ଭାରତକୁ ଏକ ବଡ ଅଫର ଦେଇଛି । ବର୍ତ୍ତମାନ ଫ୍ରାନ୍ସର ପାନ୍ଥର୍ ମିଡିୟମ ୟୁଟିଲିଟି ହେଲିକପ୍ଟର ଗୁଡିକ ଭାରତରେ ଶତ ପ୍ରତିଶତ Assemble କରାଯିବ ।

ଏହା ବ୍ୟତୀତ ରାଫେଲ ଯୁଦ୍ଧ ବିମାନର Assembly Line କୁ କେବଳ ଭାରତରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ସ୍ଥାନାନ୍ତର କରାଯାଇପାରିବ । ଏହା ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ଆଗକୁ ନେବାରେ ସାହାଯ୍ୟ କରିବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟ ଦେଶରେ ଟେକ୍ନୋଲୋଜି ସ୍ଥାନାନ୍ତର ଉପରେ ଆଲୋଚନା ହୋଇଛି ।

ସୂଚନା ଅନୁଯାୟୀ ଗତ ସପ୍ତାହରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ କୂଟନୈତିକ ବ୍ୟାପାର ପରାମର୍ଶଦାତା ଇମାନୁଏଲ୍ ବୋନ୍ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବାର୍ଷିକ ରଣନୀତିକ କଥାବାର୍ତ୍ତା ପାଇଁ ଦିଲ୍ଲୀ ଆସିଥିଲେ । ଏହି ସମୟ ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ଉପରେ ଆଲୋଚନା ହୋଇଥିଲା ।

ଇଂରାଜୀ ଖବରକାଗଜ ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ ଭାରତ ଫ୍ରାନ୍ସରୁ ଅଧିକ ରାଫେଲ ଜେଟ କିଣିପାରେ । ବାସ୍ତବରେ, ଭାରତରେ ଏହାକୁ Assemble କରିବା ଦ୍ୱାରା ଏହାର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇବ ।