spot_img
Home Blog Page 6149

ସେଣ୍ଟ୍ରାଲ ଭିସ୍ତାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ମୋଦି ସରକାରର ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ ଭିସ୍ତାକୁ ସୁପ୍ରିମକୋର୍ଟଙ୍କ ଅନୁମତି । ଏନେଇ ଗ୍ରୀନ ସିଗନାଲ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ନୂତନ ସଂସଦ ଭବନ ନେଇ କେନ୍ଦ୍ର ସରକାର ଟାଟା କମ୍ପାନୀଙ୍କୁ ନିର୍ମାଣ କାର୍ଯ୍ୟ ଦେଇଥିବା ବେଳେ ଏହାକୁ ବିରୋଧ କରି ଅନେକ ଯାଚିକା ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା । ଆଜି ଏହା ଉପରେ ଶୁଣାଣୀ ରହିଥିଲା । ଶେଷରେ ସର୍ବୋଚ୍ଚ ଅଦାଲତ ସଂସଦ ଭବନ ନିର୍ମାଣ ନେଇ ଗ୍ରୀନ ସିଗନାଲ ପ୍ରଦାନ କରିଛନ୍ତି ।

ନୂତନ ସଂସଦ ଭବନ ନିର୍ମାଣ ହେବା ନିଷ୍ପତିକୁ ଅନେକ ସଂଗଠନ ବିରୋଧ କରିଥିଲେ  । ପର୍ଯ୍ୟାବରଣ ଉପରେ ଏହାର ପ୍ରଭାବ ପଡିବା ଦର୍ଶାଇ ସୁପ୍ରିମକୋର୍ଟରେ ମାମଲା ଦାଖଲ କରିଥିଲେ  । ଏନେଇ ସର୍ବୋଚ୍ଚ ନ୍ୟାୟାଳୟ ଏକ ତିନି ଜଣିଆ କମିଟି ଗଠନ କରିଥିଲେ  ।

ଯେଉଁଥିରେ ଜଷ୍ଟିସ ଏମ ଖାନବିଲ୍କର, ଜଷ୍ଟିସ ଦିନେଶ ମାହେଶ୍ୱରୀ, ଏବଂ ସଞ୍ଜୀବ ଖାନା ସଦସ୍ୟ ରହିଥିଲେ । ସମସ୍ତ ସଦସ୍ୟଙ୍କୁ ନେଇ ଆଜି ଶୁଣାଣୀ ହୋଇଛି । ପର୍ଯ୍ୟାବରଣ ବିଭାଗର ନିର୍ଦେଶକୁ ଅନୁପାଳନ କରାଯାଇଛି । ଏବଂ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ ସେଣ୍ଟ୍ରାଲ ଭିସ୍ତା କମ୍ପାନୀଙ୍କୁ ପ୍ରଦାନ କରିଯାଉଥିବା କହିଛନ୍ତି ସୁପ୍ରିମକୋର୍ଟ ।

୧୩ ହାତୀ ଚିଲିକାରେ ନେଉଥିଲେ ଥଣ୍ଡାର ମଜା, ପକ୍ଷୀ ଗଣନା ସମୟରେ ବନ୍ୟପ୍ରାଣୀ ବିଭାଗ ହାବୁଡ଼ରେ ପଡ଼ିଲେ

ଟାଙ୍ଗୀ: ଚିଲିକାରେ ପଶିଲେ ଜଙ୍ଗଲୀ ହାତୀ। ଭୁଷଣ୍ଡପୁର ଚିଲିକା କୂଳଠାରୁ ୮ କିଲୋମିଟର ଭିତରେ ଅଛନ୍ତି ୧୩ ଟିକିଆ ହାତୀପଲ। ନଳବଣ ନିକଟରେ ହାତୀପଲ ଦେଖିବାକୁ ମିଲିଛି। ହାତୀପଲ ମଧ୍ୟ୍ୟରେ ଗୋଟିଏ ଛୁଆହାତୀ ଥିବା ବେଳେ ୧୨ ଜଣ ବଡ଼ ହାତୀ ରହିଛନ୍ତି ଅଛି । ଚିଲିକାରେ ପକ୍ଷୀ ଗଣନା ଚାଲିଥିବା ବେଳେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଚିଲିକା ଭିତରେ ହାତୀକୁ ଠାବ କରିଛନ୍ତି। ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗ କର୍ମଚାରୀ ଯାଉଥିବା ସୂଚନା ମିଳିଛି। ତେବେ ଅଧିକ ଥଣ୍ଡା ପଡ଼ୁଥିବାରୁ ହାତୀ ପଦାକୁ ଚାଲିଆସୁଥିବା ଅନୁମାନ କରାଯାଉଛି । କାରଣ ଏହି ଶୀତ ସମୟରେ ଅଧିକ ଏଭଳି ଘଟଣା ସାମ୍ନାକୁ ଆସୁଛି। ବାରମ୍ଭାର ଜଙ୍ଗଲ ବାହାରକୁ ଚାଲିସୁଛନ୍ତି ହାତୀପଲ

ତେବେ ଏହାରି ଭିତରେ ଅନେକ ସ୍ଥାନରେ ଜଙ୍ଗଲ ଛାଡ଼ି ବାହାରକୁ ହାତୀପଲ ଚାଲିଆସୁଥିବା ଦେଖିବାକୁ ମିଳିଛି। ଫସଲ ନଷ୍ଟ କରିବା ସହ ଅନେକ ସମୟରେ ଲୋକେ ହାତୀ ଆକ୍ରମଣ ଦ୍ୱାରା ମୃତାହତ ମଧ୍ୟ ହେଉଛନ୍ତି। ଯଦି ଦେଖିବା ଗତକାଲି ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀ ଉପଦ୍ରବ କରିଥିଲେ। ସେହିଭଳି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ ବନଖଣ୍ଡ ଅଞ୍ଚଳରେ ୨୩ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି। ନିକଟରେ ଟାଙ୍ଗୀ ବନାଞ୍ଚଳରେ ମଧ୍ୟ ହତୀ ପଲଙ୍କ ଉପଦ୍ରବ ପାଇଁ ନିରାକାରପୁର ଡିଆ ଗାଁରେ ଧାନ କାଟି ଅମଳ ପାଇଁ ରଖାଯାଇଥିବା ୨ ହଜାରରୁ ଅଧିକ ଧାନ କଳେଇକୁ ଜଙ୍ଗଲୀ ହାତୀମାନେ ନଷ୍ଟ କରିଥିଲେ।

ତେବେ କିଛି ଦିନ ଭିତରେ ଅଧିକ ଚର୍ଚ୍ଚାକୁ ଆସିଥିଲା ଗଞ୍ଜାମରେ ହତୀପଲଙ୍କ କାରନାମା । ଗଞ୍ଜାମର ଚିକିଟି ସୋରଳ ବାହୁଦା ହ୍ରଦରେ ଫସି ଯାଇଥିଲେ ହାତୀ ପଲ।  ହାତୀ ପଲ ପାଣିରେ ଫସି ରହିଥିବା ନେଇ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ପରେ ସମାନଙ୍କୁ ବନବିଭାଗ ଉଦ୍ଧାର କରିଥିଲା ।

ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା, ପାଇଲା ପୋଲିସ

ସୁନ୍ଦରଗଡ଼: ନିଖୋଜ ବିରଜୁ କୁଲୁଙ୍କ ମିଳିଲା ପତ୍ତା, ପାଇଲା ପୋଲିସ । ପାକିସ୍ତାନରୁ ଫେରିଥିବା ସୁନ୍ଦରଗଡର ବିରୁଜୁ କୁଲୁ ଓଡିଶାରେ ହୋଇଯାଇଥିଲେ ନିଖୋଜ । ଥାନାରେ ବିରିଜୁଙ୍କ ଭଉଣୀଙ୍କ ଅଭିଯୋଗ ପରେ ଛାନଭିନ ଆରମ୍ଭ କରିଥିଲା ସୁନ୍ଦରଗଡ଼ ପୋଲିସ । ଆଜି ତାଳଚେରରୁ ତାଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ମିଳିଛି ।

ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଏସପି ସାଗରିକା ନାଥ  । ଏସପି କହିଛନ୍ତି, କୁତ୍ରା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ବିରୁଜୁଙ୍କୁ ଖୋଜିବାରେ ଲାଗିଥିଲା । ଆଜି ସକାଳେ ବିରୁଜୁ ତାଳଚେର ବସଷ୍ଟାଣ୍ଡ ନିକଟରେ ବୁଲୁଥିବା ବେଳେ ତାଙ୍କୁ ଉଦ୍ଧାର କରିଛି ପୋଲିସ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ମାନସିକ ଅସନ୍ତୁଳନ ଯୋଗୁଁ ବିରଜୁ ଘର ଛାଡି ଚାଲିଯାଇଥିବା କହିଛନ୍ତି ସାଗରିକା ନାଥ  ।

ଦୀର୍ଘ ୨୦ବର୍ଷ କାଳ ପାକିସ୍ତାନରେ ବନ୍ଦୀ ଜୀବନ କଟାଇବା ପରେ ଗତ ନଭେମ୍ବର ୧୩ ତାରିଖରେ ଜନ୍ମମାଟି କୁ ଫେରିଥିଲେ ବିରଜୁ  । ଜିଲ୍ଲା ପ୍ରଶାସନ ତାଙ୍କୁ ସ୍ୱାଗତ କରିବା ସହ ତାଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲେ ସ୍ଥାନୀୟ ବିଧାୟକ  । କିନ୍ତୁ ବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ ୨ ତାରିଖ ଶନିବାର କୁଆଡେ ଚାଲିଯାଇଥିଲେ ବିରଜୁ କୁଲୁ  । ବହୁ ଖୋଜାଖୋଜି କରିବା ପରେ ତାଙ୍କର କୈଣସି ପତ୍ତା ନମିଳିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ  ।

 

ବାର୍ଡ଼ ଫ୍ଲୁ ଆତଙ୍କ: ପକ୍ଷୀଠୁ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା

ନୂଆଦିଲ୍ଲୀ: ସାରା ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ଏବେ ବାର୍ଡ଼ ଫ୍ଲୁ ଆତଙ୍କ ଖେଳାଇଛି। କେରଳ, ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ବାର୍ଡ ଫ୍ଲୁ ବ୍ୟାପିବାର ଘଟଣା ସାମ୍ନାକୁ ଆସିଛି। ଏଥିପାଇଁ କୁକୁଡ଼ା ଓ ଅନ୍ୟ ପକ୍ଷୀଙ୍କୁ ମାରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

କେରଳର କୋଟାୟାମ ଓ ଅଲଫୁଜା ଜିଲ୍ଲାର କେତେକ ସ୍ଥାନରେ ବାର୍ଡ ଫ୍ଲୁର ଅଧିକ ପ୍ରଭାବ ଦେଖାଦେଇଛି। ଏହି ଦୁଇଟି ଯାକ ଅଞ୍ଚଳରୁ ୮ଟି ନମୁନାର ପରୀକ୍ଷା ପାଇଁ ଭୋପାଲ ସ୍ଥିତ ଲ୍ୟାବକୁ ପଠା ଯାଇଥିଲା। ଏମାନଙ୍କ ମଧ୍ୟରୁ ୫ଟି ନମୁନାରେ ଆଭିଆନ ଏନଫ୍ଲୁଏଞ୍ଜାର ଷ୍ଟ୍ରେନ  ‘H-5N-8’ ଭାଇରସ୍ ଠାବ ହୋଇଛି। ତେଣୁ ସେହି ଅଞ୍ଚଳ ଓ ଏକ କିଲୋମିଟର ବ୍ୟାସାର୍ଦ୍ଧରେ ଥିବା କୁକୁଡ଼ା ଏବଂ ଅନ୍ୟ ଗୃହପାଳିତ ପକ୍ଷୀମାନଙ୍କୁ ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଲୋକଙ୍କୁ କ୍ଷତିପୂରଣ ମିଳବ ବୋଲି ମନ୍ତ୍ରୀ କେ ରାଜୁ ସୂଚନା ଦେଇଛନ୍ତି ।

ରାଜସ୍ଥାନର ଜୟପୁର ସମେତ ଏକାଧିକ ସ୍ଥାନରେ ଶତାଧିକ କାଉଙ୍କର ମୃତଦେହ ମିଳିଛି । କୋଟାୟାମ ଓ ଅଲଫୁଜାରେ କଣ୍ଟ୍ରୋଲ ରୁମ ସହ କ୍ୱିକ୍ ରେସପନ୍ସ ଟିମ୍‌ ମଧ୍ୟ ମୁତୟନ ହୋଇଛନ୍ତି। ଏହି ଭାଇରସ୍ ପକ୍ଷୀଠୁ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଜିଲ୍ଲାଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି।

ଘନଉଛି ଓଡ଼ିଶା-ଆନ୍ଧ୍ର ସୀମା ବିବାଦ, ଓଡ଼ିଶା ପ୍ରଶାସନ ପୋତିଥିବା ପତାକାକୁ ପୋଡ଼ିଦେଲେ ଆନ୍ଧ୍ର ବାସିନ୍ଦା

ଜୟପୁର: ବଢୁଛି ଓଡିଶା-ଆନ୍ଧ୍ର ସୀମା ବିବାଦ। ସୀମାରେ ଓଡ଼ିଶା ପ୍ରଶାସନ ପୋତିଥିବା ପତାକାକୁ ପୋଡ଼ିଦେଲେ ଆନ୍ଧ୍ର ବାସିନ୍ଦା। ଫଳରେ ସୀମା ବିବାଦ ସମାଧାନ ବଦଳରେ ଅଧିକ ବଢ଼ିବାରେ ଲାଗିଛି। ସୀମାର ସ୍ଥିତି ପରଖିବାକୁ ଗତକାଲି ସୀମାରେ ପହଞ୍ଚିଥିଲେ କୋରାପୁଟ ଜିଲ୍ଲାର ଲୋକପ୍ରତିନିଧି। ସେମାନେ ଲୋକଙ୍କ ସହିତ ଆଲୋଚନା କରିଥିଲେ।

ସମାଧାନ ପାଇଁ ଲୋକଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ଵର ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିର୍ଷାନୀଙ୍କ ସମେତ ସମ୍ବାଇ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ପ୍ରମୁଖ ସୀମାରେ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଓ ଜାମୁଗୁଡ଼ା ଗାଁ ଲୋକଙ୍କ ସହିତ ଆଲୋଚନା ହୋଇଛି।

ସୀମା ବିବାଦର ସମାଧାନ ପୂର୍ବରୁ ସମ୍ବାଇ ପଞ୍ଚାୟତର 30 ଖଣ୍ଡ ଗାଁ ଲୋକ ମେଳି କରିଥିଲେ । ସୀମାରେ ଶାନ୍ତି ଓ ବିବାଦ ସମାଧାନ ପାଇଁ ସେମାନେ ଦାବି କରିଥିଲେ। ତେବେ ଲୋକପ୍ରତିନିଧିଙ୍କ ସୀମାଗସ୍ତ ପରେ ଆନ୍ଧ୍ର ଲୋକଙ୍କର ଦାଦାଗିରି ବିବାଦକୁ ଆହୁରି ବଢାଇ ଦେଇଛି।

ବଡ଼ ଭାଇର ତଣ୍ଟି ଉପରେ ଛିଡ଼ା ହୋଇ ନିର୍ଦ୍ଧୁମ ପିଟିଲା ସାନ ଭାଇ, ଭିଡିଓ ହେଲା ଭାଇରାଲ

ବାଲେଶ୍ୱର: ଦୋକାନ ଘରକୁ ନେଇ ମାରପିଟ୍‌ର ଭିଡିଓ ଭାଇରାଲ। ସ୍ପଷ୍ଟ ଦିବାଲୋକରେ ବିଚ ବଜାରରେ ଦୁଇ ଭାଇଙ୍କ ମଧ୍ୟରେ ଦୋକାନ ଘରକୁ ନେଇ ମାଡ଼ପିଟ ଓ ଆକ୍ରମଣର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭାଇ ବାହ୍ୟ ଶତ୍ରୁ ମାନଙ୍କ ଠାରୁ ନିଜ ଭାଇକୁ ବଞ୍ଚାଇବା କଥା ସେଇ ଭାଇ ଆଜି ନିଜ ଭାଇ ପାଇଁ ଶତ୍ରୁ ପାଲଟିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ସଜନାଗଡ଼ ବଜାରରେ ଘଟିଛି ଅଭାବନୀୟ ଘଟଣା।

ଦୋକାନ ଗୃହକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଏପରିକି ଜଣେ ବ୍ୟକ୍ତିକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସଜନାଗଡ଼ ବଜାରରେ ବିଶ୍ୱନାଥ ବେହେରାଙ୍କ ର ଏକ ଜଳଖିଆ ଦୋକାନ ରହିଛି। କିଛିଦିନ ପୂର୍ବରୁ ତାଙ୍କ ବଡ଼ଭାଇ ରଘୁନାଥଙ୍କ ସହ ଏହି ସ୍ଥାନକୁ ନେଇ ମାମଲା ଚାଲିଥିଲା। ଏପରିକି କୋର୍ଟଙ୍କ ନିର୍ଦେଶରେ ପଡିଥିଲା ତାଲା। ହେଲେ କୋର୍ଟଙ୍କ ନିର୍ଦେଶକୁ ଖାତିର ନକରି ରଘୁନାଥ ତାଙ୍କ ପରିବାରଙ୍କ ସହ ଜୋର କରି ତାଲା କୁ ଭାଙ୍ଗିବା ବେଳେ ବିଶ୍ୱନାଥ ପ୍ରତିବାଦ କରିଥିଲେ।

ଉତକ୍ଷିପ୍ତ ହୋଇ ବିଶ୍ୱନାଥଙ୍କୁ ମିଳିତ ଭାବେ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଛି। ତାଙ୍କୁ ପଥରରେ ଆକ୍ରମଣ କରାଯାଉଥିବା ବେଳେ ଅଞ୍ଚଳବାସୀ ସବୁ ଦେଖି ଚୁପ ରହିଥିଲେ। ଗୁରୁତର ଭାବେ ବିଶ୍ୱନାଥ ହସ୍ପିଟାଲରେ ଭର୍ତିହେବା ସହ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ଗୁରୁତର ବିଶ୍ୱନାଥଙ୍କ ନାମରେ ଏକ ପାଲଟା ଅଭିଯୋଗ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆରୁ ବାଦ ପଡିଲେ ରାହୁଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆରୁ ବାଦ ପଡିଲେ ବ୍ୟାଟ୍ସମ୍ୟାନ କେଏଲ ରାହୁଲ । ମେଲବର୍ଣ୍ଣରେ କେଏଲ ରାହୁଲ ନେଟପ୍ରାକ୍ଟିସ କରୁଥିବା ବେଳେ ଆହତ ହୋଇଛନ୍ତି । ବାମ ହାତରେ ଆଘାତ ହେବାରୁ ବର୍ତ୍ତମାନ ଖେଳିବା ସମ୍ଭବପର ନୁହେଁ । ତେଣୁ ତାଙ୍କୁ ଟେଷ୍ଟ ମ୍ୟାଚ ପୂର୍ବରୁ ଦଳରୁ ବାଦ ଦିଆଯାଇଥିବା ଜଣାପଡିଛି ।

ବର୍ଡର ଗାଭାସ୍କର ଟ୍ରଫି ଚାଲିଥିବାବେଳେ ଶେଷରେ ମ୍ୟାଟ ଖେଳିବାରୁ ବିରତ ରହିଛନ୍ତି ରାହୁଲ । ୨୮ ବର୍ଷୀୟ ଏହି ଯୁବ ଖେଳାଳୀ ଅନ୍ତିମ ଦୁଇଟି ମ୍ୟାଚ ଖେଳିବାରୁ ବାଦ ପଡିବେ । ଏନେଇ ସ୍ପଷ୍ଟ କରିଛି ବିସିସିଆଇ । ବର୍ତ୍ତମାନ ରାହୁଲ ଭାରତ ଫେରିବା ସହ ବେଙ୍ଗାଲୁର ରାଷ୍ଟ୍ରୀୟ କ୍ରିକେଟ ଏକାଡମୀରେ ରହିବା ନେଇ ନିଷ୍ପତି ହୋଇଛି ।

ଅଷ୍ଟ୍ରେଲିଆ ସହ ଭାରତର ତୃତୀୟ ସିରିଜ ୭ ଜାନୁଆରୀରେ ଖେଳାଯିବା ନେଇ ଦିନ ଧାର୍ଯ୍ୟ ହୋଇଛି । ସେହିପରି ଚତୁର୍ଥ ଅର୍ଥାତ ଅନ୍ତିମ ମ୍ୟାଚ ଜାନୁଆରୀ ୧୫ ତାରିଖରେ ଖେଳାଯିବ । ପୂର୍ବରୁ ଏଡିଲେଡ ଏବଂ ମେଲବର୍ଣ୍ଣ ମ୍ୟାଚ ଖେଳିବାରୁ ବାଦ ପଡିଥିଲେ ରାହୁଲ । କିନ୍ତୁ ହାତରେ ଆଘାତ ଯୋଗୁଁ ସୁସ୍ଥ ହେବାକୁ ତାଙ୍କୁ ୩ ସପ୍ତାହ ସମୟ ଲାଗିପାରେ । ତେଣୁ ଆସନ୍ତା ୭ ତାରିଖ ମ୍ୟାଚରୁ ମଧ୍ୟ ବାଦ ପଡିଛନ୍ତି ବ୍ୟାଟ୍ସମ୍ୟାନ ରାହୁଲ ।

ମାଲିକକୁ ନଜଣାଇ ମାଛ ବିକ୍ରି କରିବାରୁ ନାବାଳକଙ୍କୁ ନିର୍ଦ୍ଧୁମ ମାଡ଼

ଜଳେଶ୍ୱର: ବଢ଼ୁଛି ଶିକ୍ଷା ହେଲେ ବଦଳୁନି ମାନସିକତା। ମଣିଷ ଯେତେ ଆଗକୁ ଗଲେ ମଧ୍ୟ ଘୃଣ୍ୟ ମାନସିକତା ସହ ଛନ୍ଦି ହୋଇ ରହୁଛି। ଯାହାଉ ଉଦାହରଣ ବାଲେଶ୍ୱର ଜଳେଶ୍ୱର ଥାନା ପଶ୍ଚିମବାଡ଼ ଗାଁରେ ଦେଖିବାକୁ ମିଳିଛି। ନାବାଳକକୁ କାଙ୍ଗାରୁ କୋର୍ଟରେ ସଜା ଦେଇଥିବା ଅଭିଯୋଗ ହୋଇଛି। ନୃଶଂଶତାର ସବୁ ସୀମା ଟପିଛନ୍ତି ଲୋକେ। ମାଛ ଦୋକାନରେ ମାଲିକଙ୍କୁ ନଜଣାଇ ମାଛ ବିକ୍ରି କରିବାରୁ ନାବାଳକଙ୍କୁ ନିର୍ଦ୍ଧୁ ମାଡ଼ ମାରିଛନ୍ତି।

୧୩ ବର୍ଷର ନାବଳକକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାକରିବା ଜଳେଶ୍ୱର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ପଶ୍ଚିମବାଡ଼ ଗାଁର ସେକ ଅବୁଲ, ଲାଦ ଓ ମିନା ବିବି ବସ୍ତି ମଧ୍ୟରେ ଏକ ଗଛରେ ବାନ୍ଧି ନାବାଳକଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି। ଗୋଇଠା ବିଧା ମାରିବା ସହ ଚୁଟି କାଟି ଅଧା ଲଣ୍ଡା କରିଦେଇଥିଲେ।

ସଙ୍ଗେ ସଙ୍ଗେ ନାବାଳକଙ୍କ ମା ଓ ଗ୍ରାମବାସୀ ମିଶି ନାବାଳକଙ୍କୁ ମେଡିକାଲରେ ଭର୍ତ୍ତି କିରଛନ୍ତି। ଏ ନେଇ ନାବାଳକର ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଛି। ମାତ୍ର ଏପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ନାଁରେ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଥାନାରେ ନାବାଳକକୁ ଶାରୀରିକ ନିର୍ଯାତନା ଦେବା ଘଟଣା: ୧୫ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ରାଉରକେଲା ଏସ୍‌ପିଙ୍କୁ ନିର୍ଦ୍ଦେଶ

ରାଉରକେଲା: ମୋବାଇଲ ଚୋରି କରିଥିବା ଅଭିଯୋଗରେ ଥାନାରେ ଅଟକ ରଖିଲେ। ତାପରେ ପୋଲିସ ବାବୁ ଦେବାକୁ ଲାଗିଥିଲେ ନିର୍ଯାତନା ପରେ ନିର୍ଯାତନା। ନାବାଳକା ତାଙ୍କୁ ଛାଡ଼ିଦେବାକୁ ଗୁହାରି କରିଥିଲେ ମଧ୍ୟ କିଛି ଶୁଣି ନଥିଲେ ଏ ନର ରାକ୍ଷସ। ନିଜର ମୌଜ ପାଇଁ ନାବାଳକୁ ଦେଇଥିଲେ ନିର୍ଯାତନା। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ରାଉରକେଲା ସହର ଉଦିତ ନଗର ଥାନାରେ। ଦେହ ଅସୁସ୍ଥ ହେବା ପରେ ନାବାଳିକା ଜଣକ କହିଥିଲେ ସବୁ କଥା।

ତେବେ ରାଉରକେଲା ଉଦିତନଗର ଥାନାରେ ନାବାଳକଙ୍କୁ ପୋଲିସ ନିର୍ଯାତନା ଘଟଣାରେ କାର୍ଯ୍ୟାନୁଷ୍ଠାନ ସୁପାରିସ । ନିର୍ଯାତନା ଦେଇଥିବା ୩ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ CWC ପକ୍ଷରୁ ସୁପାରିସ କରାଯାଇଛି। ରାଉରକେଲା ଏସପି, ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଜୁଭେନାଇଲ ଜଷ୍ଟିସ ବୋର୍ଡ JJB କୁ CWC ଗତକାଲି ସୁପାରିସ କରିଛି ।

ରାଜ୍ୟ ମାନବାଧିକାର କମିଶନ ଏହି ଘଟଣାର ତଦନ୍ତ କରି ଆସନ୍ତା ମାସ ୧୫ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ରାଉରକେଲା ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଦିତନଗର ଥାନା ଭିତରେ ନାବାଳକଙ୍କୁ ବିଭିନ୍ନ ପ୍ରକାର ଶାରିରୀକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହେବା ପରେ ଚାଇଲଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ଵିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ CWCକୁ ଗତକାଲି ରିପୋର୍ଟ ପ୍ରଦାନ କରାଯାଇଥିଲା।

ମୋବାଇଲ ଚୋରୀ କରିଥିବା ସନ୍ଦେହରେ ଜଣେ ୧୪ ବର୍ଷର ନାବାଳକଙ୍କୁ ରାଉରକେଲା ସହରର ଉଦିତନଗର ଥାନାରେ ବିଭିନ୍ନ ପ୍ରକାର ଶାରିରୀକ ନିର୍ଯ୍ୟାତନା ଦିଆଯାଇଥିବା ସୁନ୍ଦରଗଡ଼ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଅଭିଯୋଗ ହୋଇଥିଲା। ଉଦିତନଗର ଥାନାର ତିନି ଜଣ ପୋଲିସ ଗତମାସ ୨୬ ତାରିଖ ରାତିରେ ନାବାଳକଙ୍କୁ ଥାନାରେ ବିଭିନ୍ନ ପ୍ରକାର ଶାରିରୀକ ନିର୍ଯ୍ୟାତନା ଦେଇଥିବା ଓ କାହାକୁ ନଜଣାଇବା ସହ ଡାକ୍ତରଖାନା ନଯିବାକୁ ତିନି ଜଣ ପୋଲିସ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।

ଡରାଉଛି ନୂଆ ଷ୍ଟ୍ରେନ, ଫେରିଛି ଲକଡାଉନ

ଲଣ୍ଡନ: ଡରାଉଛି କରୋନାର ନୂଆ ଷ୍ଟ୍ରେନ୍‌ । ବ୍ରିଟେନ୍‌କୁ ପୁଣି ଫେରିଲା ଲକ୍‌ଡାଉନ୍ । କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ରେ ସଂକଟ ଦେଖାଦେଇଛି । ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ପୁଣିଥରେ ବ୍ରିଟେନ୍‌ରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ ।

ଦେଶରେ ସ୍କୁଲ, କଲେଜ ଓ ୟୁନିଭରସିଟି ବନ୍ଦ ରହିବ । ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ବୋରିସ୍ କଟକଣା ଜାରି କରିଛନ୍ତି । ସେହିପରି ମଧ୍ୟ ଫେବ୍ରୁଆରୀ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଆସିବେନି । ଲକ୍‌ଡାଉନ ସମୟରେ ଅତି ଜରୁରୀ କାର୍ଯ୍ୟ ନ ଥିବା ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।

ଗତକାଲି ଅର୍ଥାତ ସୋମବାର ସୁଦ୍ଧା ବ୍ରିଟେନରେ ନୂଆ ଷ୍ଟ୍ରେନ୍‌ରେ 26 ହଜାର 626 ରୋଗୀ ଆଡମିଟ ହୋଇଥିଲେ । ତେବେ ପୂର୍ବ ସପ୍ତାହ ସୁଦ୍ଧା ଏ ସପ୍ତାହରେ ୩୦ ପ୍ରତିଶତ ଅଧିକ ମାମଲା ସାମନାକୁ ଆସିଛି । ଫଳରେ ଦେଶରେ କୋଭିଡ କଟକଣା ବଳବତ୍ତର କରିଛନ୍ତି ସରକାର ।