ଭୁବନେଶ୍ୱର: ବ୍ରିଟେନ୍ ଫେରନ୍ତାଙ୍କୁ ନେଇ ରାଜଧାନୀବାସୀ ଭୟଭୀତ ହେବାର ଆବଶ୍ୟକତା ନାହିଁ। ସମସ୍ତ ଫେରନ୍ତାଙ୍କୁ ଚିହ୍ନଟ କରାଯାଇଛି । ଅଧିକାଂଶଙ୍କ ଟେଷ୍ଟ ବି ସରିଛି । ଅପେକ୍ଷା କେବଳ ରିପୋର୍ଟକୁ । ସେପଟେ ସ୍ମାର୍ଟସିଟିରେ ଟିକାକରଣ ପାଇଁ ବିଏମ୍ସି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେଇଛି । ଅନୁମତି ମିଳିଲେ ୩ଟି ପର୍ଯ୍ୟାରେ ହେବ ଟିକାକରଣ । ବ୍ରିଟେନ୍ର ନୂଆ ଷ୍ଟ୍ରେନ୍କୁ ନେଇ ସବୁଆଡେ ଚିନ୍ତା । ଦେଶରେ ଚିହ୍ନଟ ହେଲେଣି ଏକାଧିକ ଆକ୍ରାନ୍ତ । ଏଭଳି ପରିସ୍ଥିତିରେ ଓଡିଶାକୁ ଫେରିଛନ୍ତି ୮୦ରୁ ଅଧିକ । ସେଥିମଧ୍ୟରୁ ୬୨ଜଣ ଭୁବନେଶ୍ବର ତଥା ଆଖପାଖର ଥିବା ବେଳେ ଅବଶିଷ୍ଟ ବିଭିନ୍ନ ଜିଲ୍ଲାର । ଭୁବନେଶ୍ବରର ମୋଟ ୬୨ଜଣଙ୍କ ମଧ୍ୟରୁ ୫୮ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ଟେଷ୍ଟିଂ ସରିଛି । ଅବଶିଷ୍ଟ ୪ଜଣଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ ବୋଲି କହିଛନ୍ତି ବିଏମ୍ସି କମିଶନର । ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ପୁଣେରୁ ରିପୋର୍ଟ ଆସିନାହିଁ । ସମସ୍ତ ବ୍ରିଟେନ୍ ଫେରନ୍ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ସେପଟେ କରୋନା ଭ୍ୟାକ୍ସିନ ପାଇଁ ସ୍ମାର୍ଟସିଟିରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ୩ଟି ପର୍ଯ୍ୟାୟରେ କରାଯିବ ଟୀକାକରଣ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।
ଜୟପୁରରେ ଭଟ୍ଟ ଓ କପୁର ପରିବାର: ହେବ କି ନିର୍ବନ୍ଧ !
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦୀର୍ଘଦିନ ହେଲା ଲିଭଇନରେ ରହୁଥିବା ଏହି କପଲଙ୍କ ବିବାହ ଖବରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ପୂରା ପରିବାର ଏକାଠି ଜୟପୁରରେ ପହଞ୍ଚିଛନ୍ତି । ଲାଗୁଛି ନୂଆ ବର୍ଷ ପୂର୍ବରୁ ଏହି ପ୍ରେମୀ ଯୁଗଳ ବିବାହ କରିପାରନ୍ତି।
ସୂଚନା ମୁତାବକ ଖୁବଶୀଘ୍ର ଜୟପୁରରେ ରଣବୀର-ଆଲିଆଙ୍କ ନିର୍ବନ୍ଧ ହୋଇପାରେ। ଏଥିପାଇଁ ପୁରା କପୁର ପରିବାର ଏବଂ ଭଟ୍ଟ ପରିବାର ଜୟପୁରର ରଣଥାମ୍ଭୋରରେ ଡେରା ପକାଇଛନ୍ତି। ଗତକାଲି ସକାଳେ ଆଲିଆ-ରଣବୀର ମଧ୍ୟ ଜୟପୁରରେ ପହଞ୍ଚିଛନ୍ତି। ତାଙ୍କ ସହ ନୀତୁ କପୁର ଏବଂ ମହେଶ ଭଟ୍ଟ ମଧ୍ୟ ଥିବା ଦେଖିବାକୁ ମିଳିଥିଲା। ରଣବୀର-ଆଲିଆଙ୍କ ପରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ମଧ୍ୟ ଜୟପୁର ଗସ୍ତରେ ଯାଇଛନ୍ତି।
View this post on Instagram
ପୂର୍ବରୁ ଫିଲ୍ମ ଶୁଟିଂ ପାଇଁ ଆଲିଆ-ରଣବୀର ଜୟପୁର ଯାଉଥିବା ଶୁଣିବାକୁ ମିଳୁଥିଲ। ଏବେ କିନ୍ତୁ ଦୁହିଁଙ୍କ ନିର୍ବନ୍ଧ ନେଇ ଚର୍ଚ୍ଚା ହେଉଛି । ସୂଚନା ମୁତାବକ ଫିଲ୍ମ ନିର୍ମାତା କରଣ ଜୋହରଓ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ମଧ୍ୟ ଆଜି ଗୋଅରୁ ଜୟପୁରର ରଣଥାମ୍ଭୋରରେ ପହଞ୍ଚିଛନ୍ତି। ରଣଥାମ୍ଭୋରରେ ପୁରା କପୁର ପରିବାର ଏବଂ ବଲିଉଡ ସେଲିବ୍ରିଟିମାନେ ଏକାଠି ହେବା ଖବର ଏବେ ସମସ୍ତଙ୍କୁ ଚକିତ କରିଛି। ସେଠାରେ କିଛି ନା କିଛି ପାରିବାରିକ ଫଙ୍କସନ ହୋଇପାରେ ବୋଲି ଅନୁମାନ କରାଯାଉଛି।
View this post on Instagram
ଅନ୍ୟପଟେ ରଣବୀରଙ୍କ ବଡ଼ବାପା ରନ୍ଧୀର କପୁର ଏହି ରିପୋର୍ଟକୁ ଖଣ୍ଡନ କରି କହିଛନ୍ତି, “ଏହା ସତ୍ୟ ନୁହେଁ। ଯଦି ରଣବୀର ଏବଂ ଆଲିଆ ଆଜି ବିବାହ କରୁଥାନ୍ତେ, ତେବେ ମୋ ପରିବାର ଏବଂ ମୁଁ ମଧ୍ୟ ସେମାନଙ୍କ ସହିତ ଥାନ୍ତୁ । ରଣବୀର, ଆଲିଆ ଏବଂ ନୀତୁ ଛୁଟି କଟାଇବାକୁ ଏବଂ ନୂଆ ବର୍ଷ ସେଲେବ୍ରେଟ କରିବାକୁ ସେଠାକୁ ଯାଇଛନ୍ତି। ସେମାନଙ୍କ ଯୋଗଦାନର ଖବର ଭୁଲ ନୁହେଁ। ”
ଭାରତରେ ବଢ଼ୁଛି ବ୍ରିଟେନ୍ ଷ୍ଟ୍ରେନ୍ ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲେଣି ବ୍ରିଟେନ୍ ଫେରନ୍ତା। ଦିନକୁ ଦିନ ଭାରତରେ ବ୍ରିଟେନ୍ ଷ୍ଟ୍ରେନ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ୨ ଦିନରେ ପାଖାପାଖି ୨୦ ଜଣ ପଜିଟି ଚିହ୍ନଟ ହେଲେଣି । କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ଯାଞ୍ଚ, କଣ୍ଟେନମେଣ୍ଟ ଓ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ କୋଲକାତାରେ ବ୍ରିଟେନରୁ ଫେରିଥିବା ବ୍ୟକ୍ତିଙ୍କ ନିକଟରେ ଷ୍ଟ୍ରେନ୍ ଲକ୍ଷଣ ଦେଖିବାକୁ ମିଳିଛି, ଜିନୋମ ସିକ୍ୱେସିଂ ଟେଷ୍ଟ ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣକ ଗତ ସପ୍ତାହରେ ବ୍ରିଟେନରୁ ଫେରିଥିଲେ ।
କର୍ଣ୍ଣାଟକରେ ମଧ୍ୟ କିଛି ଜଣଙ୍କ ଠାରେ ଷ୍ଟ୍ରେନର ଲକ୍ଷଣ ଦେଖିବାକୁ ମିଳିଛି ବୋଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି .ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁୟାରୀ ୭ ତାରିଖ ଯାଏ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ନିଷ୍ପତ୍ତି. ଡିସେମ୍ବର ୩୧ ଯାଏ ବିମାନ ଚଳାଚଳ ବନ୍ଦ ହୋଇଥିଲା.
ଅନ୍ୟପଟେ ବ୍ରିଟେନ ଫେରନ୍ତା ବହୁ ଯାତ୍ରୀଙ୍କ ପତ୍ତା ପାଉନି ପ୍ରଶାସନ । ପୁନେର ୧୦୯ ଯାତ୍ରୀଙ୍କ ପତ୍ତା ମିଳୁ ନ ଥିବା ବେଳେ ଓଡ଼ିଶାରେ ୬୨ ଜଣଙ୍କ ଖବର ମିଳୁନି ।
ଅନ୍ୟ କେତେକ ରାଜ୍ୟରେ ବି ସମାନ ସମସ୍ୟା ଦେଖାଦେଇଛି । ବ୍ରିଟେନ ଫେରନ୍ତାମାନେ ନିଜ ଆଡୁ ତଥ୍ୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ସରକାର ।
ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଗାଁ ଦାଣ୍ଡରେ ନିର୍ଧୁମ ମାଡ଼ ମାରିଲେ ଯୁବକ
ଢ଼େଙ୍କାନାଳ: ମରିଗଲା ମାନବିକତା । ଢେ଼ଙ୍କାନାଳରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ ଗାଁ ଦାଣ୍ଡରେ ଉଲଗ୍ନ କରି ନିର୍ଧୁମ ଛେଚିଲେ ଯୁବକ । ଢେଙ୍କାନାଳ ଇନ୍ଦୁପୁର ଗାଁ ତଳ ନୂଆସାହିର ଘଟଣା । ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ହେଉଛନ୍ତି ଅର୍ଜୁନ ସାହୁ । ମାଡ଼ ମାରିଥିବା ଯୁବକ ରଜତ କୁମାର ନାଥଙ୍କ ଏପରି କାମକୁ ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକ । ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ନିର୍ଧୁମ ମାଡ଼ ମାରୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଯୁବକ ଜଣକ ଗାଁ ଦାଣ୍ଡରେ ଲୋକଙ୍କ ଆଗରେ ଉଲଗ୍ନ କରି ମାଡ଼ କାରିଚାଲିଥିବା ଦେଖିବାକୁ ମିଳିଛି । ଆଉ ସମସ୍ତେ ଯେପରି ନିଦା ବିଷ୍ଣୁ ସାଜିଛନ୍ତି । ଏପରିକି ମାଡ଼ରୁ ରକ୍ଷା ପାଇବା ପାଇଁ ପୋଲିସ ପୋଲିସ ଡାକୁଛି ବ୍ୟକ୍ତି ଜଣଙ୍କ । ଭାବୁଛି ପୋଲିସ ନା ଶୁଣିଲେ ମାରୁଥିବା ବ୍ୟକ୍ତି ଡରିଯିବ ଆଉ ତାକୁ ଛାଡି ଦେବ । ହେଲେ ନିଷ୍ଠୁର ବ୍ୟକ୍ତିଙ୍କ ମନରେ ଟିକେ ହେଲେ ଦୟା ମାୟା ନାହିଁ । ଆଖିବୁଜା ପିଟି ଚାଲିଛି ନିରୀହ ଲୋକଟିକୁ ।
ଏଥିସହିତ ପଢ଼ନ୍ତୁ: ସରକାରୀ ଅଫିସରେ ନୂଆବର୍ଷ କଟକଣା
କାନଫୁଲ ଦେଖିବାକୁ ମାଗି ଲୁଟିନେଲେ ଦୁର୍ବୃତ୍ତ
ବୁର୍ଲା ସହରର ଉପରୁ ଦିନ ଦ୍ଵିପ୍ରହରରେ ଲୁଟ୍ । ଇନ୍ଦିରା ଛକସ୍ଥିତ ଉତ୍କଳ ଜବେଲେରିରୁ ଲୁଟ ଅଭିଯୋଗ । ଦୋକାନୀଙ୍କୁ ନାକଫୁଲ ଦେଖିବାକୁ ମାଗି ଲୁଟେନେଲେ ୨ ଯୁବକ । ଅଭିଯୋଗ ଅନୁସାରେ ଦୁଇଜଣ ଯୁବକ ଦୋକାନୀଙ୍କୁ ନାକ ଫୁଲ ଦେଖିବାକୁ ମାଗିଥିଲେ । ଦୋକାନୀ ନାକଫୁଲ ଦେଖାଉଥିବା ବେଳେ ଯୁବକ ଦୁଇଜଣ ନାକଫୁଲ ଲୁଟ୍ କରି ନେଇଥିଲେ ।
ଏଥିସହିତ ପଢ଼ନ୍ତୁ: ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର: ଖର୍ଚ୍ଚ ହେବ ୩ ହଜାର କୋଟି
ଭୁବନେଶ୍ୱର: ପାରାଦୀପ ବନ୍ଦରର ହେବ ବିଶ୍ୱସ୍ତରୀୟ । ବନ୍ଦରରେ ଓ୍ୱେଷ୍ଟର୍ଣ୍ଣ ଡକ୍ ନିର୍ମାଣ ହେବ । ଯାହା ଫଳରେ ବନ୍ଦରକୁ କେପ୍ ସାଇଜ୍ ଭେସେଲ ଆସିପାରିବ । କମ୍ ସମୟ ମଧ୍ୟରେ ଅଧିକ ମାଲ ପରିବହନ ନେଇ ବଡ଼ ଜାହାଜ ନିର୍ମାଣ ଚାଲିଛି । ହେଲେ ସେ ସବୁ ଡକ୍ ମଧ୍ୟକୁ ଆସିପାରୁନଥିବାରୁ ନୂଆ ଡକ୍ ନିର୍ମାଣ କରାଯିବ । ଏହି ନୂଆ ଡକ୍ ନିର୍ମାଣ ପରେ ବନ୍ଦରକୁ ଆସିପାରିବ ବୃହତକାୟ ଜାହଜ । ଏହି ନବୀକରଣ ଓ ବିଶ୍ୱସ୍ତରୀୟ ବନ୍ଦର ନିର୍ମାଣ ପାଇଁ ଖର୍ଚ୍ଚ ହେବ ୩୦୦୪.୬୩ କୋଟି ଟଙ୍କା । ଏ ସମ୍ପର୍କିତ ପ୍ରସ୍ତାବକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ପରାଦୀପ ବନ୍ଦର ବିକାଶିତ ହେଲେ ପୂର୍ବ ଭାରତର ଉନ୍ନତି ସମ୍ଭବ ବୋଲି କହିଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ମଣ୍ଡିଭିୟ ।
ଏଥିସହିତ ପଢ଼ନ୍ତୁ: କୋଭିଡ ଭ୍ୟାକ୍ସିନ୍ ଡ୍ରାଏ ରନ୍ ଲାଗି ଓଡ଼ିଶା ପ୍ରସ୍ତୁତ
ଶ୍ରୀନଗରରେ ପୋଲିସ-ଆତଙ୍କବାଦୀ ମୁହାଁମୁହି: ଟଳିଲେ ୩ ଆତଙ୍କବାଦୀ
ନୂଆଦିଲ୍ଲୀ: ଶ୍ରୀନଗରରେ କାଶ୍ମୀର ଜୋନ୍ ପୋଲିସକୁ ବଡ଼ ସଫଳତା। ସର୍ଚ୍ଚ ଅପରେସନ ବେଳେ ୩ ଆତଙ୍କବାଦୀ ନିହତ କରିଛି କାଶ୍ମୀର ପୋଲିସ୍।
ଶ୍ରୀନଗରର ଲାଓପୋରା ଅଞ୍ଚଳରେ ଚାଲିଥିବା ଅପରେସନରେ ପୋଲିସ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ପୋଲିସ ଗୁଳିରେ ତିନି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଏବେ ବି ସର୍ଚ୍ଚ ଅପରେଶନ ଜାରି ରହିଛି ।
ଅନ୍ୟପଟେ ବାଲାକୋଟ୍ ସେକ୍ଟରରୁ ଗତ ରବିବାର ଗିରଫ ହୋଇଥିବା ୩ ମାଓବାଦୀ ଲୁଚାଇ ରଖିଥିବା ଦୁଇଟି ବନ୍ଧୁକ, ୭୦ ରାଉଣ୍ଡ ଗୁଳି ଓ ଦୁଇଟି ଗ୍ରେନେଡ୍ ଉଦ୍ଧାର କରାଯାଇଛି। ଏହି ମାଓବାଦୀମାନେ ପାକିସ୍ତାନରୁ ଆସିଥିବା ବେଳେ ସେମାନେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରଯାଇଛି ବୋଲି ସେଠାକାର ପୋଲିସ କହିଛି ।



