ନନ୍ଦିଘୋଷ ବ୍ୟୁରୋ : ବଡ଼ଦାଣ୍ଡ ପାଲଟିଲା ଚିଲିକାର ନୀଳ ଜଳରାଶି। ଚିଲିକାର ନୀଳ ଜଳରାଶିରେ ଘୋଷଯାତ୍ରା । ଡଙ୍ଗାରେ ବସି ନୌ ବିହାର କଲେ ଚତୁର୍ଦ୍ଧା ବିଗ୍ରହ । ସାରା ବିଶ୍ବ ଦେଖିଲା ଖୋର୍ଦ୍ଧ ଜିଲ୍ଲା ଚିଲିକା ନଇରି ଗାଁ ନିକଟ ଚିଲିକା ହ୍ରଦ ନିକଟରେ ଥିବା ଏହି ନିଆରା ରଥଯାତ୍ରା । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଝାଞ୍ଜରେ କମ୍ପିଲା ଚିଲିକା ପାଦଦେଶ । ଆଗରେ ନୃତ୍ଯରତା କୁନି ନୃତ୍ୟଶିଳ୍ପୀ, ପଛକୁ ସଂକୀର୍ତ୍ତନ ମଣ୍ଡଳୀ, ଶେଷରେ ୩ ସେବାୟତଙ୍କ ହାତରେ ପହଣ୍ଡି ହୋଇ ଆସିଲେ ତିନି ଠାକୁର । ଡଙ୍ଗାରେ ବିଜେ ହେବା ପରେ ଆରମ୍ଭ ହୋଇଥିଲା ଯାତ୍ରା ।
ପୁରୀରେ ବଡ଼ଦାଣ୍ଡରେ ରଥରେ ବସି ଠାକୁର ନବଦିନାତ୍ମକ ଯାତ୍ରାରେ ଯାଉଥିବେଳେ କାଙ୍କଣ ଶିଖରୀରେ ଚିଲିକାରେ ପାଳିତ ଘୋଷଯାତ୍ରା । ଚିଲିକା ହ୍ରଦର ଅଥଳ ଜଳରାଶିରେ ନୌକା ରଥରେ ଯାତ୍ରା କରନ୍ତି ମହାପ୍ରଭୁ । ତିନି ଠାକୁର ନୌ ବିହାର କରି ପୁଣି ମନ୍ଦିରକୁ ଫେରି ଆସନ୍ତି । ସୁଚନା ମୁତାବକ, ମୋଗଲ ସମ୍ରାଟ ତକି ଖାଁ ଯେତେବେଳେ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଥିଲେ ସେତେବେଳେ ଦଇତାପତିମାନେ ପ୍ରଭୁ ଜଗନ୍ନାଥଙ୍କୁ ପାରିକୁଦର ଗୁରୁବାଇକୁ ନେଇଥିଲେ । ସେଠାରେ ଗୋଟିଏ ରାତି ରହିବା ପରେ ନଇରୀ ନିକଟ ଏହି କୁଦରେ ଆଣି ରଖିଥିଲେ । ସେଠାରେ ଭୋଗ ଲାଗି ପାଇଁ କେବଳ କାଙ୍କଡ଼ ଫଳ ବ୍ୟତୀତ ଅନ୍ୟ କିଛି ନଥିଲା । ମହାପ୍ରଭୁଙ୍କୁ କାଙ୍କଡ଼ ଭୋଗ ଲାଗି ହେଉଥିବାରୁ ଏହି ସ୍ଥାନ କାଙ୍କଣ ଶିଖରୀ ଭାବେ ପ୍ରଶିଦ୍ଧି ଲାଭ କରିଛି । ଜଣେ ସ୍ଥାନୀୟ ଭକ୍ତଙ୍କୁ ସ୍ବପ୍ନାଦେଶ ପରେ ଜଗନ୍ନାଥଙ୍କ ନିଟକରୁ ଏକ ରଥ ଚକ ଆଣି ଏଠାରେ ପୂଜାର୍ଚ୍ଚନା କରାଯାଉଛି । ଏଠାରେ ମଧ୍ୟ ପୁରୀ ଭଳି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ହୋଇଥାଏ । ଚଳିତବର୍ଷ ରଥଯାତ୍ରା ପାଇଁ ଏଠାରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଥିଲା ।
ସାରା ବିଶ୍ବରେ କାଙ୍କଣ ଶିଖରୀର ଏହି ଘୋଷଯାତ୍ରା ବେଶ ନିଆରା । ଏହାକୁ ଦେଖିବାକୁ ଡଙ୍ଗାରେ ବିଭିନ୍ନ ଗାଁରୁ ଆସିଥାନ୍ତି ଶହଶହ ଶ୍ରଦ୍ଧାଳୁ ।
ଚିଲିକାର ନୀଳ ଜଳରାଶିରେ ଘୋଷଯାତ୍ରା
ମହାଗଠବନ୍ଧନ ଜିତିଲେ କିଏ ହେବ ମୁଖ୍ୟମନ୍ତ୍ରୀ ? କନହୈୟା କୁମାର କହିଲେ ଆଗାମୀ ସିଏମ୍ ନାଁ
ନନ୍ଦିଘୋଷ ବ୍ୟୁରୋ : ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ବିହାରରେ ବଢିଲାଣି ରାଜନୈତିକ ତାତି । ନିର୍ବାଚନକୁ ନେଇ ସବୁ ଦଳ ମଧ୍ୟରେ କସରତ ଜୋରସୋର ଚାଲିଛି । ଏହାରି ଭିତରେ କଂଗ୍ରେସ ନେତା କନହୈୟା କୁମାର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ଯଦି ମହାଗଠବନ୍ଧନ ବିଧାନସଭା ନିର୍ବାଚନରେ ବହୁମତ ପାଏ, ତେବେ ମୁଖ୍ୟମନ୍ତ୍ରୀ ଆରଜେଡିରୁ ହେବେ। ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, ଏଥିରେ କୌଣସି ଦ୍ୱନ୍ଦ୍ୱ କିମ୍ବା ବିବାଦ ନାହିଁ। ତଥାପି, ନିର୍ବାଚନ ପ୍ରସଙ୍ଗ ଶୀର୍ଷରେ ରହିବ। ଆହୁରୀ ମଧ୍ୟ କହିଛନ୍ତି ଶାସକ ଦଳ ଗଠବନ୍ଧନର ସିଏମ୍ ଚେହେରାକୁ ପ୍ରସଙ୍ଗ କରି ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଛି।
କଂଗ୍ରେସ ନେତା କନହୈୟା କୁମାର ମଧ୍ୟ ବିଜେପି ବିଷୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଥିଲେ ଯେ, ବିଜେପିକୁ ସୁଯୋଗ ମିଳିବା ମାତ୍ରେ ସେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଥମେ ହଟାଇବେ। ତାଙ୍କ ସ୍ଥାନରେ ବିଜେପି ନିଜ ନେତାଙ୍କୁ ବସାଇବ। ବିଜେପି ତାର ପୁରୁଣା ରଣନୀତି ଉପରେ କାମ କରୁଛି, ଯେଉଁଥିରେ ସେ ପ୍ରଥମେ ଆଞ୍ଚଳିକ ଦଳର ସମର୍ଥନ ନେବ ଏବଂ ପରେ ତାଙ୍କୁ ହଟେଇବ ।
କନହୈୟା ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସେହି ଦଳର ହେବେ ଯାହାର ଅଧିକ ବିଧାୟକ ଥିବେ। ମହାଗଠବନ୍ଧନରେ ଆରଜେଡି ସବୁଠାରୁ ବଡ଼ ଦଳ ଏବଂ ଏହାର ଅଧିକ ବିଧାୟକ, ତେଣୁ ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କ ଦଳରୁ ହେବେ। ଏଥିରେ କୌଣସି ସନ୍ଦେହ ନାହିଁ।
ଇରାନ ପରେ ଏବେ ଏହି ସ୍ଥାନରେ ବୋମା ବର୍ଷା କରୁଛି ଇସ୍ରାଏଲ
ନନ୍ଦିଘୋଷ ବ୍ୟୁରୋ : ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ୧୨ ଦିନିଆ ଭୟଙ୍କର ଯୁଦ୍ଧରେ ଅସ୍ତ୍ରବିରତି। କୁହାଯାଉଥିଲା ଯେ, ଏବେ ମଧ୍ୟପ୍ରାଚ୍ୟର ପରିସ୍ଥିତି କିଛିଟା ସ୍ୱାଭାବିକ ହେବ । କିନ୍ତୁ ଇସ୍ରାଏଲ ହଠାତ୍ ଲେବାନନରେ ବଡ ଧରଣର ଆକ୍ରମଣ କରିଛି । ଶୁକ୍ରବାର ଦିନ ଇସ୍ରାଏଲ ଦକ୍ଷିଣ ଲେବାନନରେ ବୋମା ବର୍ଷା କରିଥିଲା । ସମଗ୍ର ଅଞ୍ଚଳ ଧୂଆଁ ଧୂଆଁ ହୋଇଯାଇଥିଲା ।
ରିପୋର୍ଟ ଅନୁୟାୟୀ, ଇସ୍ରାଏଲୀ ଯୁଦ୍ଧ ବିମାନରେ ବୋମା ପକାଇଥିଲା । ଏହା ବ୍ୟତୀତ ଦକ୍ଷିଣ ଲେବାନନର ଅନେକ ସ୍ଥାନରେ ନିରୀକ୍ଷଣ ଡ୍ରୋନ ମଧ୍ୟ ଉଡ଼ୁଥିବାର ଦେଖାଯାଇଥିଲା।
ଇସ୍ରାଏଲୀ ସେନା କହିଛି ଯେ ହିଜବୁଲାର କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ସେମାନେ ଏହି ଆକ୍ରମଣ କରିଥିଲେ। ଦକ୍ଷିଣ ଲେବାନନର ନାବାଟିଆହ ଅଲ-ଫୌକା ଏବଂ ଇକଲିମ ଅଲ-ତୁଫା ପାହାଡ଼ରେ ଅନେକ ସ୍ଥାନକୁ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣରେ ହିଜବୁଲାର ଭିତ୍ତିଭୂମି ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଟାର୍ଗେଟ କରାଯାଇଥିବା ଦାବି କରାଯାଇଛି।
ପୁଣି କୋଲକାତାରେ ଲଜ୍ଜା : ଲ’ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ପୁଣି କୋଲକାତାରେ ଲଜ୍ଜା । ପ୍ରତିଷ୍ଠିତ କୋଲକାତା ଲ’ କଲେଜରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜୁନ ୨୫ ତାରିଖରେ କଲେଜ ପରିସରେ ଜଣେ ଛାତ୍ରୀକୁ ଗଣ ଦୁଷ୍କର୍ମ କରାଯାଇଛି । ପୀଡିତାଙ୍କ ଅଭିଯୋଗ କ୍ରମେ, କସବା ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ଛାତ୍ର ଏବଂ ୨ଜଣ ବର୍ତ୍ତମାନର ଛାତ୍ର ସାମିଲ ଅଛନ୍ତି ।
ସୂଚନା ଅନୁଯାୟୀ, ୨୫ ଜୁନ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି । ପୀଡିତା ପୋଲିସକୁ ଦେଇଥବା ବୟାନରେ କହିଛନ୍ତି ଯେ, କଲେଜ କ୍ୟାମ୍ପସ ଭିତରେ ସନ୍ଧ୍ୟା ୭ଟା ୩୦ରୁ ୧୦ଟା ୫୦ ମଧ୍ୟରେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା । ଅଭିଯୋଗ କ୍ରମେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି କରିଛି ।

