spot_img
Home Blog Page 6191

ଡରାଉଛି ବ୍ରିଟେନ ଷ୍ଟ୍ରେନ; ଆଲର୍ଟ ତେଲେଙ୍ଗାନା

ହାଇଦ୍ରାବାଦ: ବ୍ରିଟେନରେ ବ୍ୟାପିଛି କରୋନା ଷ୍ଚ୍ରେନ । କରୋନାର ନୂଆ ଲକ୍ଷଣ ବା ଷ୍ଟ୍ରେନକୁ ନେଇ ଏବେ ସାରା ବିଶ୍ୱ  ଆତଙ୍କିତ । ଏହି ସମୟରେ ଭାରତକୁ ଫେରିଛନ୍ତି ବିର୍ଟେନ ଫେରନ୍ତା  । ଯାହା ମଧ୍ୟରେ କେବଳ ତେଲେଙ୍ଗାନା ଫେରିଛନ୍ତି ୧୨୦୦ ଯାତ୍ରୀ  । ଫଳରେ ଆଲର୍ଟ ହୋଇଛନ୍ତି ତେଲେଙ୍ଗାନା ସରକାର  । ଯେଉଁମାନେ ବ୍ରିଟେନରୁ ଫେରିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ଯାଞ୍ଚ ହେଉଛି। ଏବଂ ବ୍ରିଟେନରୁ ତେଲେଙ୍ଗାନା ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୧୬ ଜଣ କରୋନା ପଜିଟିଭ୍ ଜଣାପଡିଥିବା କହିଛନ୍ତି ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀ  ।

ଗୋଟେପଟେ ବ୍ରିଟେନରେ କୋଭିଡର ନୂଆ ଷ୍ଟ୍ରେନ ବ୍ୟାପିବାରେ ଲାଗିଛି  । ସମଗ୍ର ବିଶ୍ୱ ଏବେ ଭୟଭୀତ  । ତେଲେଙ୍ଗାନା ଫେରୁଥିବା ଯାତ୍ରୀଙ୍କ  ରିପୋର୍ଟ ନେଗେଟିଭ୍ ରହିଲେ ଗାଇଡ୍ ଲାଇନ୍ ଅନୁଯାୟୀ ସେମାନଙ୍କୁ ଘରେ ରହିବାକୁ ହେବ। ନଚେତ ନିୟମ ଅନୁଯାୟୀ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି କହିଛନ୍ତି ତେଲେଙ୍ଗାନା ସରକାର ।  ବ୍ରିଟେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଭାରତ ସରକାର ଡିସେମ୍ୱର ୩୧ ଯାଏ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମସ୍ତ ବିମାନ ସେବା ବାତିଲ କରିଛନ୍ତି। ଯେଉଁମାନେ ବ୍ରିଟେନରୁ ଆସିବେ ସେମାନଙ୍କର ଆରଟି-ପିସିଆର ଟେଷ୍ଟ ହେବ  ।

ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଯୁବ ଛାତ୍ର ଓ ଜନତା ଦଳର କର୍ମଶାଳା

ଯାଜପୁର: ଯାଜପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଯୁବ ଛାତ୍ର ଓ ଜନତା ଦଳର ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ଅବସରରେ ଦଳର ଯୁବଗୋଷ୍ଠୀଙ୍କୁ ଦଳୀୟ ଉଦେଶ୍ୟ ଏବଂ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ସର୍ବଦା ରାଜ୍ୟକୁ ଆଗେଇ ନେବାକୁ ସବୁ ପ୍ରକାର ପ୍ରୟାସ କରିଛନ୍ତି । ୨୪ ବର୍ଷ ପରେ ଏତେ ସଂଖ୍ୟାରେ ଯୁବକମାନେ ଆଜି ବିଜେଡିକୁ ଭଲ ପାଉଛନ୍ତି ତାହାହିଁ ନବୀନଙ୍କ ଲୋକପ୍ରିୟତାକୁ ବୟାନ କରୁଛି । ଯାଜପୁର ଜିଲ୍ଲା ଏକ ବିକଶିତ ଜିଲ୍ଲା । ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ପ୍ରଥମଥର ପାଇଁ ଯାଜପୁର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଛି କର୍ମଶାଳା । ଯାହା ଓଡ଼ିଶାକୁ ବାର୍ତ୍ତା ଦେବ ।

ଯୁବ ଓ ଛାତ୍ର ମାନେ ସମାଜର ମାଇଲ ଖୁଣ୍ଟ । ଯୁବଗୋଷ୍ଠୀଙ୍କ ଉନ୍ନତିରେ ରାଜ୍ୟର ଉନ୍ନତି ନିହିତ । ଯେଉଁମାନେ ରାଜ୍ୟ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଖରେ କିପରି ଯୋଜନା ସବୁ ପହଞ୍ଚିବ ସେଥିପାଇଁ ଏହି କର୍ମଶାଳା ଆୟୋଜନ କରାଯାଇଛି । ଏଥିରେ ବିଜୁ ଯୁବ ଛାତ୍ର ଓ ଜନତା ଦଳର ଯୁବକ ମାନେ ପ୍ରତ୍ୟେକ ଲୋକଙ୍କ ଘରକୁ ଯିବେ ଏବଂ ସେମାନଙ୍କ ନିକଟରେ ରାଜ୍ୟ ସରକାରଙ୍କ ଯୋଜନା କିପରି ପହଞ୍ଚି ପାରିବ ସେଥିପାଇଁ ଉଦ୍ୟମ ମଧ୍ୟ କରିବେ ବୋଲି କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ।

କୃଷି ଆନ୍ଦୋଳନ, ୨୪୦୦ କୋଟିର କ୍ଷତି ସହିଛି ରେଳ ବିଭାଗ

0

ନୂଆଦିଲ୍ଲୀ: ବ୍ୟାପକ ହେଉଛି କୃଷକ ଆନ୍ଦୋଳନ । ପ୍ରତିବାଦ ଯୋଗୁଁ ଭାରତୀୟ ରେଳକୁ ପଡିଛି ବ୍ୟାପକ କ୍ଷତି । ପ୍ରାୟ ୨୪୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । କୃଷକ ଆନ୍ଦୋଳନ ଯୋଗୁଁ ପଞ୍ଜାବର ସମେତ ତମାମ ରାଜ୍ୟରେ ପ୍ରଭାବିତ ହୋଇଛି ରେଳ ଚଳାଚଳ । ବର୍ତ୍ତମାନ ପଞ୍ଜାବର କେତେକ ସ୍ଥାନରେ ରେଳ ଚଳାଚଳ ସମ୍ଭବ ହୋଇପାରୁ ନଥିବା ମଧ୍ୟ କହିଛନ୍ତି ଉତ୍ତର ରେଳପଥର ମହାପ୍ରବନ୍ଧକ ଆଶୁତୋଷ ଗଙ୍ଗାଲ ।

ସେହିପରି ବର୍ତ୍ତମାନ ମଧ୍ୟ ବ୍ୟାସ ଓ ଅମୃତସର ମଧ୍ୟରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହି ବ୍ୟସ୍ତ ବହୁଳ ରୁଟ ବନ୍ଦ ଥିବାରୁ ତରନ ତାରନ ଜିଲ୍ଲା ଦେଇ ରେଳଚଳାଚଳ କରାଯାଉଛି । କିନ୍ତୁ ଏହି ବିକଳ୍ପ ରାସ୍ତାର କ୍ଷମତା କମ ଥିବାରୁ ତାହା ଚାହିଦା ମେଣ୍ଟାଇ ପାରୁନଥିବା କହିଛନ୍ତି ଅଧିକାରୀ । ବର୍ତ୍ତମାନ ରେଳ ବିଭାଗ ୨୪୦୦ କୋଟିର କ୍ଷତି ସହିଥିବାବେଳେ ଆଗକୁ ଆହୁରି କ୍ଷତି ହେବା ନେଇ ଅନୁମାନ କରାଯାଉଛି ।

ଜାତୀୟ ସ୍ତରରେ ଚମକିଲା ଯାଜପୁର, ଶତାଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ବିରଜାକ୍ଷେତ୍ରର ପୁଅ, ଝିଅ

ଯାଜପୁର: ଯାଜପୁର ଯୁବକ, ଯୁବତୀଙ୍କୁ ଜାତୀୟ ସ୍ତରର ସଫଳତା । ବିରଜା କ୍ଷେତ୍ରର ନାଁ ଉଚ୍ଚା କଲେ ନିରୁପମା ଓ ଅମରେଶ । ପୁନେରେ ଆୟୋଜିତ ଏକ ଫିଟନେସ ପ୍ରତିଯୋଗୀତାରେ ଶତାଧିକ ଅଂଶଗ୍ରହଣକାରୀଙ୍କୁ ପଛରେ ପକାଇଲେ ଏହି ଦୁଇ ଯୁବ ପ୍ରତୀଭା  । ଏହି ବିଜୟ ପାଇଁ ଏବେ ଦୁହିଁଙ୍କୁ ଛୁଟୁଛି ପ୍ରଶଂସାର ସୁଅ ।

ମହାରାଷ୍ଟ୍ର ପୁନେରେ ଆୟୋଜିତ ହୋଇଥିଲା ଇନଫ୍ଲୋଲେନ୍ସ ଫିଟନେସ ୨୦୨୦ ପ୍ରତିଯୋଗୀତା । ଏଥିରେ ଅଂଶଗ୍ରହଣ କରିଥିଲେ ଶତାଧିକ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଯୋଗୀ । ହେଲେ ସମସ୍ତଙ୍କୁ ପଛରେ ପକାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଯାଜପୁରବାସୀ ଅଚ୍ୟୁତାନନ୍ଦ ପତିଙ୍କ ଝିଅ ନିରୁପମା ମହାନ୍ତି । ସେହିଭଳି ପୁରୁଷ ବିଭାଗରେ ପାଟପୁର ଗାଁର ବିମ୍ବାଧର ମହାନ୍ତିଙ୍କ ପୁଅ ଅମରେଶ ମଧ୍ୟ ଏହି ପ୍ରତିଯୋଗୀତାରେ ଶୀମାନ ଇଣ୍ଡିଆ ଭାବେ ବିଜୟୀ ହୋଇଛନ୍ତି  ।

ପୂର୍ବରୁ ନିରୁପମା ପୁଣେରେ ଆୟୋଜିତ ହୋଇସାରିଥିବା ମିସେସ ମହାରାଷ୍ଟ୍ର  ଓ ମିସେସ କନଫିଡେଣ୍ଟ ମୁକୁଟ ପିନ୍ଧି ସାରିଛନ୍ତି । ନିଜ ବୃତ୍ତିଗତ ଜୀବନ ସହ ନିରୁପମାଙ୍କ ଫ୍ୟାସନ ପ୍ରତି ଦୁର୍ବଳତା ରହିଛି  । ସେ ଏବେ ଅନେକ ଆଲବମ ଗୀତ ପାଇଁ ଅଫର ପାଇବା ସହ ସର୍ବଭାରତୀୟ ସ୍ତରରେ ବିଜ୍ଞାପନ ସୁଟିଂ ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସେହିଭଳି ଅମରେଶ ମଧ୍ୟ ନିଜ ପରିବାର ଦାୟିତ୍ୱ ସୂଚାରୁରୂପେ ତୁଳାଇବା ସହ ପ୍ରତିଯୋଗୀତା ପାଇଁ ଉପଯୁକ୍ତ ସମୟ ଦେଇ ଆସୁଥିଲେ । ଏଥିରେ ପରିବାର ମଧ୍ୟ ସମସ୍ତ ସହଯୋଗ ଯୋଗାଇ ଆସୁଥିଲେ । ତେବେ ଉଭୟଙ୍କ ସଫଳତା ପାଇଁ ପରିବାର ଠାରୁ ଜିଲ୍ଲାବାସୀ ନିଜକୁ ଗୌରବନ୍ୱିତ ମନେକରିଛନ୍ତି  ।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କହିଲେ ନିଷ୍ଠାପର ସହ କାମ କରିବି

0

ପୁରୀ: ମୁଖ୍ୟ ଶାସନ ସଚିବ ପଦକୁ ପଦୋନ୍ନତି ପରେ ବରିଷ୍ଠ ଆଇଏଏସ୍‌ ଅଫିସର ସୁରେଶ ମହାପାତ୍ର ଆଜି ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଛନ୍ତି  । ତାଙ୍କୁ ପୁରୀ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା  । ଶ୍ରୀମନ୍ଦିର ପ୍ରଶାସନର ପ୍ରଥମ ମୁଖ୍ୟ ପ୍ରସଶାକ ଥିଲେ ସୁରେଶ  । ସୁରେଶ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର ପ୍ରଥମ ମୁଖ୍ୟ ପ୍ରଶାସକ ଭାବେ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ ।

୧୯୯୬ ନବକଳେବର ସମୟରେ ସେ ପୁରୀ ଜିଲ୍ଲାପାଳ ଭାବେ ଅବସ୍ଥପାତି ହୋଇଥିଲେ  । ସେ ସମୟରେ ମେଘନାଦ ପାଟେରୀ ଚାରିପଟୁ ବେଆଇନ ଜବରଦଖଲକୁ ହଟାଇ ଚର୍ଚ୍ଚାକୁ ଆସିଥିଲେ  । ପୁରୀ ବାସିନ୍ଦା ନ ହେଲେ ବି ପୁରୀ ସହ ତାଙ୍କର ରହିଛି ଭାବାବେଗର ସମ୍ପର୍କ । ଏବେ ସୁରେଶ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ମଧ୍ୟ ଅଛନ୍ତି  ।

ପଦ୍ମଶ୍ରୀ ତଥା ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ ଅସୁସ୍ଥ

0

କଟକ: ପଦ୍ମଶ୍ରୀ ତଥା ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ ଅସୁସ୍ଥ । କଟକ ଏସସିବି ମେଡିକାଲରେ ଚାଲିଛି ପ୍ରକାଶଙ୍କ ଚିକତ୍ସା । ଜିଲ୍ଲା ପ୍ରଶାସନ ପକ୍ଷରୁ ଚିକିତ୍ସା ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ଚିକିତ୍ସା ବାବଦକୁ ରେଡକ୍ରସ ପକ୍ଷରୁ ଜିଲ୍ଲାପାଳଙ୍କ ସହାୟତାରେ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଅଧିକ ଚିକତ୍ସା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ  ।

କଟକ ବକ୍ସିବଜାରରେ ଚା’ ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ପ୍ରକାଶ ରାଓ। ଏହାପରେ ନିଜ ଉଦ୍ୟମରେ ସ୍କୁଲଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ସେବା ପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି।

ତେବେ ‘ମନକି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡି. ପ୍ରକାଶ ରାଓଙ୍କ ଭୁୟସୀ ପ୍ରଶଂସା କରିଥିଲେ।

ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଇଁ ଜିଲ୍ଲାରୁ ମୁଖ୍ୟାଳୟ ଯାଏଁ ବ୍ୟାପକ ପ୍ରସ୍ତୁତି, ନେତା ଓ କର୍ମୀଙ୍କୁ ଭର୍ଚୁଆଲରେ ଟିପସ୍‌ ଦେବେ ସୁପ୍ରିମୋ

ଭୁବନେଶ୍ୱର: ଆସନ୍ତାକାଲି ୨୪ବର୍ଷରେ ପାଦ ଦେବ ବିଜୁ ଜନତା ଦଳ । ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାରେ ଥିବା ଏହି ଆଞ୍ଚଳିକ ଦଳର ପ୍ରତିଷ୍ଠା ଦିବସ ରାଜ୍ୟ ଓ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ସମୃଦ୍ଧ ଓଡ଼ିଶା ଗଠନ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି, ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ପ୍ରତିଷ୍ଠା ଦିବସରେ ଖସଡ଼ା ପ୍ରସ୍ତୁତ କରାଯିବ । କରୋନା କଟକଣା ଭିତରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ ।

ଯୁବ ବିଜେଡି କାର୍ଯ୍ୟକାରିଣୀ: କେନ୍ଦ୍ରର ଅବହେଳା ବିରୋଧରେ ରଣହୁଙ୍କାର ଦେଲେ ନବୀନ । ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ: ଦୁର୍ନୀତି ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବାକୁ ବାଟ ଦେଖାଇଲେ ମୁଖ୍ୟମନ୍ତ୍ରୀ । ଛାତ୍ର ବିଜେଡି କାର୍ଯ୍ୟକାରିଣୀ: ଅପପ୍ରଚାରରୁ ଦୂରରେ ରହି ସଶକ୍ତ ଓଡ଼ିଶା ଗଠନ କରିବାକୁ ଆହ୍ୱାନ ଦେଲେ ଦଳର ସଭାପତି । ଏହାଛଡ଼ା କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ ଓଡ଼ିଶାକୁ ସମୃଦ୍ଧ କରିବାର ଭିଜନକୁ ଲୋକଙ୍କ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୨୪ତମ ପ୍ରତିଷ୍ଠା ଦିବସରେ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନର ରୋଡ୍‌ମ୍ୟାପ୍‌ ଦଳୀୟ କର୍ମୀଙ୍କ ଆଗରେ ରଖିପାରନ୍ତି ନବୀନ ପଟ୍ଟନାୟକ ।

ଦୁର୍ନୀତି ବିରୋଧୀ ଲଢ଼େଇ ବା ଜିରୋ ଟଲରାନସ୍ ଏଗେନଷ୍ଟ କରପ୍‌ସନ୍ ଅଭିଯାନକୁ ଆହୁରି ବ୍ୟାପକ କରି ସ୍ୱଚ୍ଛ ପ୍ରଦେଶ ଗଠନ ପାଇଁ ମାର୍ଗ ଦେଖାଇବେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ । ଗତ ବର୍ଷକ ଭିତରେ ୯୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ଚାକିରିରୁ ବରଖାସ୍ତ ହୋଇଛନ୍ତି । ୬୦ରୁ ଅଧିକ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି । ଜନବିରୋଧୀ  କାର୍ଯ୍ୟ ପାଇଁ ନିଜ ଦଳର ବିଧାୟକଙ୍କୁ ବହିଷ୍କାର କରିବାର ସାହସ ଦେଖାଇଥିବା ମୁଖ୍ୟମନ୍ତ୍ରୀ ଭିଜନ- ୨୦୩୬ର ବିକାଶିତ ଓଡ଼ିଶାର ରୋଡ୍‌ମ୍ୟାପ୍‌ ରଖିବାର କାର୍ଯ୍ୟକ୍ରମ ସୂଚନା ମିଳିଛି ।

ଭୁବନେଶ୍ୱର ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଭର୍ଚୁଆଲରେ ରହି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି । ଗାଁ ଗାଁରେ ବିଜେଡି ସରକାରର ୨୦ ବର୍ଷର ସଫଳତା ବାର୍ତ୍ତା ପହଞ୍ଚାଇବା ନେଇ କାମ କରିବାର ମାର୍ଗ ଦେଖାଇବେ ନବୀନ । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତ୍ତି ଓ ରୂପରେଖ ନେଇ ପ୍ରତିଷ୍ଠା ଦିବସରେ କାର୍ମୀଙ୍କୁ ଅବଗତ କରାଯିବ ।

ବିଜେଡି କାର୍ଯ୍ୟକାରିଣୀରେ ଦଳୀୟ ସଦସ୍ୟଙ୍କଠାରୁ ଦୁଇଟି ପ୍ରସ୍ତାବ ମାଗିଥିଲେ ନବୀନ । ଗୋଟାଏ ଦଳ ପାଇଁ,  ଅନ୍ୟଟି ସରକାରଙ୍କ ପାଇଁ । ଏପରି କରି କର୍ମୀ ଓ ସେମାନଙ୍କ ମତକୁ ସମ୍ମାନ ଜଣାଇ ଗଣତାନ୍ତ୍ରରେ ଅନନ୍ୟ ପରମ୍ପରା ସୃଷ୍ଟି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ପ୍ରତିଷ୍ଠା ଦିବସରେ ମଧ୍ୟ ସେପରି କିଛି ଦୃଷ୍ଟାନ୍ତ ରଖିବାର ଆଶା ଅଛି  ।

ଆସନ୍ତାକାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ସିଂହଦ୍ୱାର, ତିନି ସିଫ୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

ପୁରୀ: ଆସନ୍ତାକାଲିଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀ ବାସୀ । SOP ଅନୁଯାୟୀ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୀମନ୍ଦିର ଓ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରାଞ୍ଚଳ ଡିଆଇଜି ସମୀକ୍ଷା କରିଛନ୍ତି । ମାର୍କେଟ ଛକଠାରୁ ବ୍ୟାରିକେଡ୍‌ ଦେଇ ଭକ୍ତମାନେ ଶୀମନ୍ଦିରରେ ପ୍ରବେଶ କରିବେ । ପ୍ରବେଶ ପୂର୍ବରୁ ସାନିଟାଇଜ ହେବା ସହ ପରିଚୟ ପତ୍ର ଓ ଟୋକନ ଚେକିଂ କରାଯିବ ।

ଗତ ୨୩ ତାରିଖରୁ ଖୋଲିଛି ଶୀମନ୍ଦିର । ତିନିଦିନ ଧରି ସେବାୟତ ଓ ସେବାୟତ ପରିବାର ବର୍ଗ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି  । ହେଲେ କାଲିଠୁ ପୁରୀବାସୀଙ୍କୁ ମିଳିବ ମହାବାହୁଙ୍କ ଦର୍ଶନ କରିବାର ସୁଯୋଗ । ତିନଟି ସିଫ୍ଟରେ ପହୁଡ଼ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାର୍କେଟ ଛକ ବ୍ୟାରିକେଡ ଦେଇ କରିବେ ଶ୍ରୀମନ୍ଦିରରେ ପ୍ରବେଶ । ପ୍ରବେଶ ପୂର୍ବରୁ ଭକ୍ତଙ୍କ ପରିଚୟପତ୍ର ଓ ଟୋକନ ଚେକିଂ କରାଯିବା ପରେ ଫଟୋ ଉଠାଯିବ । ଏହାପରେ ଭକ୍ତଙ୍କୁ ମୁଖ୍ୟଦ୍ୱାର ନିକଟରେ ସାନିଟାଇଜ୍ ବ୍ୟବସ୍ଥା କରିଛି ପ୍ରଶାସନ । ଶୃଙ୍ଖଳିତ ଦର୍ଶନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଆସନ୍ତାକାଲି ୭ଟି ୱାର୍ଡର ଅଧିବାସୀ ମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ । ୩୧ ତାରିଖ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ୱାର୍ଡ ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ଶୃଙ୍ଖଳିତ ଦର୍ଶନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ଟୋକନ ପ୍ରଦାନ କରାଯାଇଥିବା ବେଳେ ସକାଳ ୭:୩୦ରୁ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ାଯିବ । ପରୀକ୍ଷାମୂଳକ ଭାବେ ଏହି ଦର୍ଶନ ବ୍ୟବସ୍ଥା କରାଯାଉଥିବା ବେଳେ ଭକ୍ତ ମାନଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯାଉଛି ।

ଆସନ୍ତା ୩ତାରିଖରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଥିବା ବେଳେ ଏଥିପାଇଁ ୯୬ ଘଣ୍ଟା ମଧ୍ୟରେ କୋଭିଡ ନେଗେଟିଭ ସାର୍ଟିଫିକେଟର ଆବଶ୍ୟକତା ରହିଛି ।

 

 

ଡି-ବ୍ରଦର୍ସଙ୍କ ଘରୁ ପୁଣି ବିପୁଳ ପରିମାଣରେ ଗୁଳି ଓ ବନ୍ଧୁକ ଜବତ, ଘରେ ସିକ୍ରେଟ ଚ୍ୟାମ୍ବର କରି ରଖିଥିଲେ ଟଙ୍କା ଓ ବନ୍ଧୁକ ଗୁଳି

କଟକ: ଡି-ବ୍ରଦର୍ସଙ୍କ ଘରୁ ପୁଣି ବିପୁଳ ପରିମାଣରେ ଗୁଳି ଓ ବନ୍ଧୁକ ଜବତ । ଆଜିର ରେଡ଼ ସରିଲା ପରେ ମିଳିଛି ବନ୍ଧୁକ ସହ ପ୍ରଚୁର ଟଙ୍କା । ପୁଣି କାଲି ହେବ ସର୍ଚ୍ଚ ଅପରେସନ । ଉଭୟ ଭାଇଙ୍କ କଥା ମୁତାବକ ଘରର ବିଭିନ୍ନ ଜାଗାରେ ସିକ୍ରେଟ ଚ୍ୟାମ୍ବର କରି ଟଙ୍କା ଓ ବନ୍ଧୁକ ଗୁଳି ରଖିଥିଲେ । ସୂଚନା ଦେଲେ ଡିସିପି ପ୍ରତୀକ ସିଂ । ଆସନ୍ତା କାଲି ସାମ୍ବାଦିକ ସମିଳିନୀରେ ବିସ୍ତୃତ ସୂଚନା ଦେବେ ଡିସିପି ।

ଡିସେମ୍ବର ୧୦ ତାରିଖରେ କମିଶନରେଟ୍‌ ପୁଲିସ ଡି-ବ୍ରଦର୍ସଙ୍କ ସିଡିଏ ସ୍ଥିତ ଘରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ୮ଟି ଚୋରା ବନ୍ଧୁକ, ୧୦୫୫ ଗୁଳି ଜୀବନ୍ତ ଗୁଳି, ମୋବାଇଲ୍‌ ବନ୍ଧୁକ ଜବତ କରିଥିଲା। ମାରଣାସ୍ତ୍ର ଗୁଡ଼ିକୁ ଘର ଭିତରେ ଇଣ୍ଟରିୟର ଡିଜାଇନ କରି ରଖାଯାଇଥିଲା। ବନ୍ଧୁକ ଗୁଡ଼ିକ ବିହାରର ମୁଙ୍ଗେରରୁ ଚୋରା ଆସୁଥିବା ଜଣାପଡ଼ିଛି।

୨୦୧୬ ମସିହାରେ ଡି ବ୍ରଦର୍ସଙ୍କ ସହ ପ୍ରକାଶ ବେହେରା ନାମକ ଜଣେ ଅପରୋଧୀ ଗିରଫ ହୋଇଥିଲା । ପରେ ସେ ଜାମିନରେ ମଧ୍ୟ ଆସିଥିଲା । ତାଙ୍କୁ ଗତ କିଛି ଦିନ ତଳେ ୨ ବନ୍ଧୁକ ସହ ଗିରଫ କରାଯାଇଥିଲା । ଏବଂ ସେ ଚୋରା ବନ୍ଧୁକ କାରବାରରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ପ୍ରକାଶଙ୍କୁ ପଚରାଉଚରା ବେଳେ ଚୋରା ବନ୍ଧୁକ ଓ ଗୁଳି ଡି-ବ୍ରଦର୍ସଙ୍କ ପାଖରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ ପକ୍ଷରୁ ରେଡ୍ କରାଯାଇଥିଲା । ପୋଲିସ ଚଢ଼ାଉ ବେଳେ ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ ହୋଇଲା । ଚୋରା ବନ୍ଧୁକ ଓ ଗୁଳି ଧଳସାମନ୍ତଙ୍କ ସିଡିଏସ୍ଥିତ ବାସଭବନରେ ଇଣ୍ଟେରିୟର ଡିଜାଇନ୍‌ ଭିତରେ ଲୁଚାଇ ରଖାଯାଇଥିଲା ।

 

ଶନିବାର ବିଶ୍ୱ ଓଡ଼ିଆ ମହୋତ୍ସବ 2020

ଭୁବନେଶ୍ୱର: ଶନିବାର ଆରମ୍ଭ ହେବ ବିଶ୍ୱ ଓଡ଼ିଆ ମହୋତ୍ସବ 2020 । ପ୍ରଥମ ଥର ପାଇଁ ବିଶ୍ୱର ୩୦ରୁ ଅଧିକ ଦେଶର ପ୍ରବାସୀ ଓଡ଼ିଆଙ୍କ ମିଳିତ ଆନୁକୁଲ୍ୟରେ ହେବାକୁ ଥିବା ଏହି ମହୋତ୍ସବ ଦୁଇଦିନ ଧରି ଚାଲିବ । କାର୍ଯ୍ୟକ୍ରମକୁ ଓଡ଼ିଶା ସୋସାଇଟି ଅଫ ଆମେରିକା ହୋଷ୍ଟ କରୁଥିବା ବେଳେ ବିଭିନ୍ନ ଦେଶର ଓଡ଼ିଆ ସମାଜ ସହଯୋଗ କରିଛନ୍ତି ।

ଶନିବାର ଭାରତୀୟ ସମୟ ସନ୍ଧ୍ୟା 6.30ରେ କାର୍ଯ୍ୟକ୍ରମ ଉଦଘାଟନ ହେବ । କାର୍ଯ୍ୟକ୍ରମକୁ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିବେ । କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କୃଷି ମନ୍ତ୍ରୀ ଅରୁଣ ସାହୁ, ପ୍ରାକ୍ତନ ପୋଲିସ ଅଧିକାରୀ ତଥା ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, କେନ୍ଦ୍ରୀୟ ଡେପୁଟେସନରେ ଥିବା ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢ଼ୀ, ପଲିସି ମେକର ଶ୍ୟାମ ପିଟ୍ରୋଡା, କନ୍ଧମାଳ ସଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗ ଦେବେ ।

ଓଡ଼ିଶାର ଉନ୍ନତି ପାଇଁ ବିଶ୍ଵ ଦରବାରରେ ଏକ ପୃଷ୍ଠଭୂମି ସ୍ଥାପନ କରିବା କାର୍ଯ୍ୟକ୍ରମର ଉଦେଶ୍ୟ । କାର୍ଯ୍ୟକ୍ରମର ବିଭିନ୍ନ ସେସନରେ ରାଜ୍ୟର କଳା ଏବଂ ସଂସ୍କୃତି, ଯୁବ ବ୍ୟାପାର, ମହିଳା ସଶକ୍ତିକରଣ, ସାମ୍ପ୍ରତିକ ସମୟରେ ଦେଶ ଓ ବିଦେଶରେ ବସବାସ କରୁଥିବା ଓଡ଼ିଆଙ୍କ ମଧ୍ୟରେ ସମନ୍ୱୟ ନେଇ ଗଣମାଧ୍ୟମର ଭୂମିକା ବାବଦରେ ଆଲୋଚନା ହେବ । ଏହା ସହିତ ବିଭିନ୍ନ ସଂସ୍କୃତିକ ଗୋଷ୍ଠୀ, ଥିଏଟର ଆର୍ଟିଷ୍ଟଙ୍କୁ ନେଇ ୱେବନାରରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।