spot_img
Home Blog Page 6194

ଭୂତାଣୁର ଭୟ ମଧ୍ୟରେ ଫିକା ପଡ଼ିଛି ବଡ଼ଦିନ ପାଳନ: ଚର୍ଚ୍ଚ ନ ଆସି ଘରେ ପାଳୁଛନ୍ତି ଖ୍ରୀଷ୍ଟଧର୍ମାବଲମ୍ୱି

0

ଭୁବନେଶ୍ୱର: ଆଜି ବଡ ଦିନ । ଗତକାଲି ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। କରୋନା କଟକଣା ପାଇଁ ଚଳିତ ବର୍ଷ ଫିକା ପଡିଛି ବଡ଼ଦିନ । ଚର୍ଚ୍ଚରେ ନାହିଁ ଖଚାଖଚ୍ ଭିଡ଼ । କି ରାସ୍ତାଘାଟରେ ନାହିଁ ଗହଳି ।  କରୋନା ପାଇଁ ଏଥର ଚର୍ଚ୍ଚରେ ଏକାଠି ହେବେନି ଖ୍ରୀଷ୍ଟଧର୍ମାମ୍ବଲମ୍ବୀ  । ଘରେ ସାଜସଜ୍ଜା କରି ଉତ୍ସବ ପାଳନ କରୁଛନ୍ତି ଶ୍ରଦ୍ଧାଳୁ । ଘରେଘରେ ଶୋଭାପାଉଛି ଖ୍ରୀଷ୍ଟମସ ବୃକ୍ଷ  । କେକ୍ ପ୍ରସ୍ତୁତ ସହ  କ୍ରୀସ୍ ମାସ୍ ଟ୍ରି, ସାନ୍ତା କ୍ଲଜ, ଏବଂ ଅନ୍ୟାନ୍ୟ ସାମଗ୍ରୀରେ ଘରକୁ ସଜାଇଛନ୍ତି ଲୋକେ । ସୁସ୍ବାଦୁ କେକ୍ କାଟି ଉତ୍ସବ ମନାଉଛନ୍ତି ଲୋକେ  ।

 

ଆହୁରି ବଢ଼ିବ ଶୀତ: ୧୧ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

0

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କୋହଲା ପବନ ଯୋଗୁଁ ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଗାମୀ ୨୪ ଘଣ୍ଟାରେ ଅଧିକ ଶୀତ ହେବାନେଇ କେତେକ ଜିଲ୍ଲାକୁ ସତର୍କସୂଚନା ଜାରି କରିଛି ପାଣିପାଗ ବିଭାଗ । ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୁନ୍ଦରଗଡ, ନୂଆପଡା, ବରଗଡ, ନବରଙ୍ଗପୁର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାତିର ତାପମାତ୍ରାରେ ଆଗାମୀ ୩ ରୁ ୪ ଦିନ ଯାଏଁ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ରାତ୍ରୀର ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଭୁବନେଶ୍ୱରରେ କୁହୁଡ଼ି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏଥିସହିତ ପଢ଼ନ୍ତୁ: ପଦାରେ ପଡ଼ିଲା ଦଳୀୟ କଳି; ଅପରାଜିତାଙ୍କୁ ଗୋ’ ବ୍ୟାକ୍‌ କହିଲେ ବିଜେପି କର୍ମୀ

ସାମ୍ୱାଦିକଙ୍କ ଉପରକୁ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣା: ଦୃଢ଼ ନିନ୍ଦା କଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା

ଭୁବନେଶ୍ୱର: ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ। ବିଜେପିର ଏଭଳି ଗୁଣ୍ଡାଗିରିକୁ ସେ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ଦରକାର ବୋଲି କହିଛନ୍ତି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଯଦୁପୁରରେ ବିଜେପି କର୍ମୀଙ୍କ ଏଭଳି ଗୁଣ୍ଡାଗିରିକୁ ନାପସନ୍ଦ କରିଛନ୍ତି। ପରୀ ହତ୍ୟାର ସତ ପଦାକୁ ଆସିଥିବା ବେଳେ ବିଜେପିର ମିଛ ଏବେ ଧଡାପଡିଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଜୟନ୍ତ ମହାପାତ୍ର ମଧ୍ୟ ବିଜେପିର ଏଭଳି ଗୁଣ୍ଡାଗିରିକୁ ନାପସନ୍ଦ କରିଛନ୍ତି। ବିଜେପିର ଏଭଳି କାର୍ଯ୍ୟକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି। ଏଥିସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଟୁଇଟ କରି ଦଳର କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କରିଛନ୍ତି।

ଗଣମାଧ୍ୟମର କଣ୍ଠରୋଧ କରିବାକୁ ଅପପ୍ରୟାସ କରିଛି ବିଜେପି । ପରୀ ପଲିଟିକ୍ସରେ ବ୍ରେକ ଲାଗିବା ପରେ ହତାଶ ହୋଇପଡିଛି ବିଜେପି । ଯଦୁପୁରରେ ଗୁଣ୍ଡାଗର୍ଦ୍ଦିକୁ ଓହ୍ଲାଇ ଆସିଛନ୍ତି ବିଜେପି କର୍ମୀ । ନନ୍ଦିଘୋଷ ଟିଭିର କାର୍ଯ୍ୟରତ ସାମ୍ୱାଦିକଙ୍କୁ କରିଛନ୍ତି ଆକ୍ରମଣ । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ନନ୍ଦିଘୋଷ ଟିଭି ପ୍ରତିନିଧି ଅନୁଜ ଦାସ, ପ୍ରଦୀପ ପ୍ରଧାନ ଓ କ୍ୟାମେରା ପର୍ସନ ବିଷ୍ଣୁ ତରାସିଆ। ବିଜେପି ପଦଯାତ୍ରାରେ ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଓ ପୃଥ୍ବୀରାଜ ହରିଚନ୍ଦନ ଥିଲେ। ଏମାନଙ୍କ ସାମ୍ନାରେ ହିଁ ବିଜେପି କର୍ମୀ ଗୁଣ୍ଡାଗିରି କରିବାକୁ ସାହସ ପାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବିଜେପି ନିଜକୁ କଣ ଦର୍ଶେଇବାକୁ ଚାହୁଁଛି? ପରୀ ସତ ପଦାକୁ ଆସିବା ପରେ ବିଜେପି କାହିଁକି ରକ୍ତମୁଖା ହୋଇପଡିଛି? କ’ଣ ବିଜେପି ନିଜ ଇଚ୍ଛାରେ ତଦନ୍ତ ଚାହୁଁଥିଲା? ବିଜେପିର ଏଭଳି ହୀନ ମାନସିକତାକୁ ଚାରିଆଡୁ ନିନ୍ଦା କରାଯାଇଛି? ବିଜେପିର ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ବରିଷ୍ଠ ସାମ୍ବାଦିକ ମାନେ କହିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନା, ସାଂସଦ ମାନେ ମଧ୍ୟ ଏଭଳି ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ସତ କହିଲେ ବିଜେପିକୁ ବାଧୁଛି, ଯଦୁପୁରରେ ନନ୍ଦିଘୋଷ ଟିଭି ଟିମକୁ ବିଜେପି କର୍ମୀଙ୍କ ଆକ୍ରମଣ

 

ବାଲି ମାଫିଆଙ୍କ ଗୁଣ୍ଡାରାଜ; ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ, ଜୀବନରୁ ମାରିଦେବାକୁ ଧମକ

ବାଲେଶ୍ୱର: ବାଲେଶ୍ୱର ନୀଳଗିରି ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ । ଚୋରା ବାଲି ଚାଲାଣ ରୋକିବା ବେଳେ ମାଫିଆଙ୍କ ଆକ୍ରୋଶର ଶୀକାର ହୋଇଛନ୍ତି ତହସିଲଦାର ଅଶେଷ କୁମାର ନାୟକ । ତହସିଲଦାରଙ୍କୁ ଆକ୍ରମଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଲେ ବାଲି ମାଫିଆ । ଖବର ପାଇଁ ଘଟଣାସ୍ଥଳରେ ଅଧିକ ପୋଲିସ୍ ଫୋର୍ସ ପହଞ୍ଚି ତହସିଲଦାରଙ୍କୁ ଉଦ୍ଧାର କରିଥିଲେ । ଏହାସହ ଚୋରା ଚାଲାଣରେ ନିୟୋଜିତ ଏକ ଟ୍ରାକ୍ଟରକୁ ଜବତ କରିଥିଲା ପୋଲିସ ।

ସୂଚନାଯୋଗ୍ୟ, ବୁନ୍ଦାଳ ବାଲିଘାଟରେ ଚୋରା ବାଲି ଚାଲାଣ ହେଉଥିବା ଖବର ପାଇ ତହସିଲଦାର ଘଟଣାସ୍ଥଳକୁ ଯାଇଥିଲେ । ବାଲି ଟ୍ରାକ୍ଟରକୁ ଅଟକାଇବାରୁ ସେଠାରେ ଥିବା ବାଲି ମାଫିଆମାନେ ତହସିଲଦାରଙ୍କ ଗାଡ଼ି ଉପରକୁ ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ କରିଥିଲେ । ଆଗକୁ ବଢିଲେ ଗାଡ଼ି ଚଢାଇ ହତ୍ୟା କରିବାକୁ ଧମକ ଦେଇଥିଲେ ମାଫିଆ । ଏ ସମ୍ପର୍କରେ ତହସିଲଦାର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ମାମଲାର ତଦନ୍ତ ଜାରି ରଖିଛି ।

ତେବେ ଦିନକୁ ଦିନ ଏହି ଅଞ୍ଚଳରେ ବାଲି ମାଫିଆଙ୍କ ଆତଙ୍କରାଜ ବଢ଼ିବାରେ ଲାଗିଛି । ମାଫିଆଙ୍କ ଗୁଣ୍ଡାରାଜ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଅଛନ୍ତି । ଯଦି କୌଣସି ପ୍ରଶାସନିକ ଅଧିକାରୀ ମାଫିଆଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି ତେବେ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ମାଫିଆ, ଏହାସହ ଆକ୍ରମଣ ମଧ୍ୟ କରୁଛନ୍ତି । ପୂର୍ବରୁ ଏଭଳି ଘଟଣା ଅନେକ ଥର ଘଟିସାରିଛି ।

ଦେବାଶିଷ ମହାନ୍ତି, BCCI ଚୟନ କମିଟିର ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତ ତଥା ଓଡ଼ିଶାର ପୂର୍ବତନ ପେସ୍ ବୋଲର ଦେବାଶିଷ ମହାନ୍ତି ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଅହମ୍ମଦାବାଦରେ ଗୁରୁବାର ବିସିସିଆଇର ଏକ ବୈଠକରେ ବଡ଼ ଘୋଷଣା କରାଯାଇଛି ।

ସେହିପରି ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ଭାରତର ପୂର୍ବତନ ପେସ୍ ବୋଲର ଚେତନ ଶର୍ମା। ପୂର୍ବତନ ପେସର ଭାବେ କୁରୁଭିଲ୍ଲା ମଧ୍ୟ ଚୟନ କମିଟି ପ୍ୟାନେଲରେ ନିଯୁକ୍ତି ପାଇଛନ୍ତି । ବିସିସିଆଇର କ୍ରିକେଟ୍ ଆଡଭାଇଜରି କମିଟି ବା ସିଏସିର ଅନୁମୋଦନ ଅନୁସାରେ ଏହି ନିଯୁକ୍ତି ହୋଇଛି ।

ରାଜଧାନୀର ନନ୍ଦନ ବିହାରରେ ବ୍ରିଟେନ୍‌ ଫେରନ୍ତା କରୋନା ରୋଗୀ

ଭୁବନେଶ୍ୱର: ରାଜଧାନୀର ନନ୍ଦନ ବିହାରରେ ବ୍ରିଟେନ ଫେରନ୍ତା କରୋନା ରୋଗୀ । ବ୍ରିଟେନରୁ ପଜିଟିଭ ରୋଗୀ ଭୁବନେଶ୍ୱର ପହଂଚିବା ପରେ ଏବେ ଚିନ୍ତାରେ ପ୍ରଶାସନ । ତଥାପି ଲୋକଙ୍କୁ ଭୟଭିତ ନ ହେବାକୁ କୁହାଯାଇଛି । ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି ।

କୋଭିଡ ହସ୍ପିଟାଲରେ ବ୍ରିଟେନ ଫେରନ୍ତାଙ୍କୁ ଅନ୍ୟ କରୋନା ରୋଗୀଙ୍କଠାରୁ ଅଲଗା ରଖି ଚିକିତ୍ସା କରାଯାଉଛି । ଆଗକୁ ନୂଆ ଷ୍ଟ୍ରେନ୍‌ ଦ୍ଵାରା ଆକ୍ରାନ୍ତ ବିଷୟରେ ଜଣାପଡ଼ିଲେ କଣ୍ଟନମେଣ୍ଟ ଜୋନ୍ ଘୋଷଣା ନେଇ ପଦକ୍ଷେପ ନିଆଯାଇପାରେ । ବ୍ରିଟେନ ଫେରନ୍ତା ଯୁବକଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦେଶକ ଅଜୟ ପରିଡା । ସେ କହିଛନ୍ତି ବ୍ରିଟେନରୁ ଫେରି ଯିଏ ପଜିଟିଭ୍‌ ହୋଇଥିବେ, ତାଙ୍କର ଜିନ୍ ସିକ୍ୟୁଏନ୍ସିଙ୍ଗ କରାଯିବ । ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ନିଆଯିବ । ସରକାର ମଧ୍ୟ ଏସବୁ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତେକ ଦିନ ସମୀକ୍ଷା କରୁଛନ୍ତି ।

ସେପଟେ ବ୍ରିଟେନ ପରେ ସାଉଥଆଫ୍ରିକାରେ ଦ୍ୱିତୀୟ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ଇସ୍ରାଏଲରେ ଟିକାକରଣ ଆରମ୍ଭ ହୋଇଥିଲେ ବି ଭାଇରସକୁ ଆଇସୋଲେଟ୍‌ କରାଯାଇପାରିନାହିଁ । ନୂଆ ଷ୍ଟ୍ରେନ ମଧ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଆସନ୍ତା ସପ୍ତାହରୁ ଇସ୍ରାଏଲରେ ପୁଣିଥରେ ଲକଡାଉନ ଘୋଷଣା କରାଯାଇଛି ।

ଅନ୍ୟପଟେ ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗତ ୧୪ ଦିନ ଭିତରେ ୪୩ ଜଣ ବ୍ରିଟେନ୍‌ରୁ ଓଡ଼ିଶା ଫେରିଛନ୍ତି । ଜିଲ୍ଲାପାଳ ଓ ସିଡିଏମଓଙ୍କୁ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ରହିଛି ।

ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବିଭିନ୍ନ ମହଲରୁ ନିନ୍ଦା, ନୟାଗଡ଼ରେ ରାସ୍ତାରୋକ

ନୟାଗଡ଼: ନନ୍ଦିଘୋଷ ଟିଭିର ସାମ୍ବାଦିକ ଓ କ୍ୟାମେରା ପର୍ସନଙ୍କୁ ଯଦୁପୁରରେ ଆକ୍ରମଣ ଘଟଣା । ନୟାଗଡ଼ରେ ସାଧାରଣ ଲୋକଙ୍କ ପକ୍ଷରୁ ଆକ୍ରମଣର ପ୍ରତିବାଦ କରାଯାଇଛି । ନୟାଗ଼ଡ ଟ୍ରାଫିକ୍ ଛକରେ ରାସ୍ତାରୋକ କଲେ ସାଧାରଣ ଲୋକ । ବିଜେପି ବିରୋଧୀ ନାରା ଦେଲେ ପ୍ରତିବାଦକାରୀ । ଜିଲ୍ଲା ବାହାରୁ ଗୁଣ୍ଡା ଆଣି ବିଜେପି ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ହୋଇଛି । ଗୁଣ୍ଡାଗର୍ଦ୍ଦି କରିଥିବା ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ । ନୟାଗଡ଼ ଟ୍ରାଫିକ୍‌ ଛକଠାରେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ସାଧାରଣ ଜନତା ।

ସୂଚନାଯୋଗ୍ୟ, ଗଣମାଧ୍ୟମର କଣ୍ଠରୋଧ କରିବାକୁ ବିଜେପିର ଅପପ୍ରୟାସ । ପରୀ ପଲିଟିକ୍ସରେ ବ୍ରେକ ଲାଗିବା ପରେ ହତାଶ ହୋଇପଡିଛି ବିଜେପି । ଯଦୁପୁରରେ ବିଜେପି କର୍ମୀ କାର୍ଯ୍ୟରତ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି । ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ନନ୍ଦିଘୋଷ ଟିଭି ପ୍ରତିନିଧି ଅନୁଜ ଦାସ, ପ୍ରଦୀପ ପ୍ରଧାନ ଓ କ୍ୟାମେରା ପର୍ସନ ବିଷ୍ଣୁ ତରାସିଆ ।

ବିଜେପି ପଦଯାତ୍ରାରେ ଲେଖାଶ୍ରୀ, ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଓ ପୃଥ୍ୱୀରାଜ୍‌ ହରିଚନ୍ଦନ ସାମିଲଥିଲେ । ଏହି ସମସ୍ତଙ୍କ ଉପସ୍ଥିତିରେ ହିଁ ବିଜେପି କର୍ମୀ ଗୁଣ୍ଡାଗିରି କରିବାକୁ ସାହସ ପାଇଛନ୍ତି । ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବିଜେପି ନିଜକୁ କଣ ଦର୍ଶେଇବାକୁ ଚାହୁଁଛି ? ପରୀ ସତ ପଦାକୁ ଆସିବା ପରେ ବିଜେପି କାହିଁକି ରକ୍ତମୁଖା ହୋଇପଡିଛି ? କଣ ବିଜେପି ନିଜ ଇଚ୍ଛାରେ ତଦନ୍ତ ଚାହୁଁଥିଲା ? ବିଜେପିର ଏଭଳି ହୀନ ମାନସିକତାକୁ ଚାରିଆଡୁ ନିନ୍ଦା କରାଯାଇଛି । ବିଜେପିର ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ବରିଷ୍ଠ ସାମ୍ବାଦିକ ମାନେ ମତ ପ୍ରକାଶ କରିଛନ୍ତି ।

ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଅନେକ ସାଂସଦ ମାନେ ମଧ୍ୟ ଏଭଳି ଘଟଣାକୁ ତିବ୍ର ନିନ୍ଦା କରିଛନ୍ତି । ସେହିଭଳି ଓଡ଼ିଶା ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସମଙ୍ଗରାଜ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ନିଜ ଟ୍ୱିଟ୍‌ ଜରିଆରେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ଅନ୍ୟପଟେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । 

 

ଦାଗୀ ନେତାଙ୍କ ପାଇଁ ସତର୍କ ଘଣ୍ଟି, ଆଉ ଖସିପାରିବେନି ! ମାମଲାର ବିଚାର ପାଇଁ ହେବ ସ୍ୱତନ୍ତ୍ର କୋର୍ଟ

ଭୁବନେଶ୍ୱର: ଦାଗୀ ନେତାଙ୍କ ପାଇଁ ସତର୍କ ଘଣ୍ଟି । କୌଣସି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ଓ ଆଇନର ଗଳାବାଟ ଦେଇ ଖସିଯିବାକୁ ଚେଷ୍ଟା କରୁଥିଲେ ଆଉ ତାହା ହୋଇପାରିବନି । ନେତାଙ୍କ ବିରୋଧରେ ଥିବା ମକଦ୍ଦମାଗୁଡ଼ିକର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହେବାକୁ ଯାଉଛି । ଏନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏବଂ ଭିତ୍ତିଭୂମି ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି । ଏହାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚ ଜୋର ଧରିଛି ।

ନେତାଙ୍କ ନାଁରେ ଥିବା ଅପରାଧିକ ମାମଲାର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବାକୁ ସୁପ୍ରିମକୋର୍ଟ କହିବା ଓ ହାଇକୋର୍ଟ ଜଣାଇବା ପରେ ଭିତ୍ତିଭୂମି ଏବଂ ପ୍ରସ୍ତୁତି ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ରାଜନୈତିକ ମହଲରେ ଏହାକୁ ସ୍ୱାଗତ କରାଯାଇଛି । ରାଜନେତାଙ୍କୁ ଲୋକ ଆଦର୍ଶ ବୋଲି ଭାବୁଥିବା ବେଳେ ସେମାନେ ଅପରାଧରୁ ଦୂରେଇ ରହିବା ଆବଶ୍ୟକ । ଏପରିକି ରାଜନେତାଙ୍କ ବିରୋଧରେ ବିଭିନ୍ନ ସମୟରେ ମିଛ ମାମଲା ମଧ୍ୟ ରୁଜୁ ହେଉଥିବାରୁ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ତ୍ୱରିତ ବିଚାର ହେଲେ ସତ ପଦାକୁ ଆସିଯିବ ବୋଲି ବିରୋଧୀ କହିଛନ୍ତି ।

ଶାସକ ଦଳ ବିଜେଡି ମଧ୍ୟ ଏହାକୁ ସ୍ୱାଗତ କରିଛି । ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସ୍ୱଚ୍ଛତା ଏବଂ ଦୁର୍ନୀତିମୁକ୍ତ ଶାସନକୁ ଗୁରୁତ୍ୱ ଦେଇଆସିଛନ୍ତି । ଏପରିକି ରାଜନୀତିରେ ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପ୍ରଶ୍ରୟ ଦିଆଯାଇ ନାହିଁ । ତେଣୁ ଆବଶ୍ୟକ ଭିତ୍ତିଭୂମି ସହ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟ କିଭଳି ସଠିକ୍‌ ଭାବେ ଆରମ୍ଭ ହେବ ସେ ନେଇ ସରକାର ପଦକ୍ଷେପ ନେଉଥିବା ବିଜେଡି କହିଛି ।

ପଦାରେ ପଡ଼ିଲା ଦଳୀୟ କଳି; ଅପରାଜିତାଙ୍କୁ ଗୋ’ ବ୍ୟାକ୍‌ କହିଲେ ବିଜେପି କର୍ମୀ

ଭୁବନେଶ୍ୱର: ଜନସଂପର୍କ ପଦଯାତ୍ରା ସମୟରେ ପଦାରେ ପଡ଼ିଲ ବିଜେପିର ଦଳୀୟ କଳି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭରତପୁର ମଣ୍ଡଳ ବିଜେପି ପକ୍ଷରୁ ବିରୋଧ କରାଯାଇ କଳାପତାକା ପ୍ରଦର୍ଶନ କରାଯାଇଛି । ସେହିପରି ବୁଧବାର ପଦଯାତ୍ରା ସମୟରେ ବିଜେପି କର୍ମୀଙ୍କ ଭିତରେ ହିଂସାକାଣ୍ଡ ଘଟଣା ନୟାପଲ୍ଲୀ ଥାନାରେ ପହଞ୍ଚିଛି ।

ବିଜେପିର ଜନସଂପର୍କ ପଦଯାତ୍ରା ପହଞ୍ଚିଥିଲା ରାଜଧାନୀ ଭୁବନେଶ୍ୱରର ଭରତପୁର ବସ୍ତିରେ । ଫୁଲମାଳ ପକାଇ ସମର୍ଥକଙ୍କ ସହ ପଦଯାତ୍ରା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ହେଲେ ବସ୍ତିକୁ ପଶିବା ମାତ୍ରେ, ବିରୋଧର ସମ୍ମୁଖୀନ ହେଲେ ସାଂସଦ । ଭରତପୁର ବିଜେପି ମଣ୍ଡଳ ଅପରାଜିତା ବିରୋଧୀ ନାରା ଦେବା ଆରମ୍ଭ କଲା । ହାତରେ ଅପରାଜିତା ଗୋ’ ବ୍ୟାକ୍‌ର ପ୍ଲାକାର୍ଡ ଓ କଳାପତାକା ଦେଖାଇ ଅପରାଜିତା ଆଣ୍ଡ କୋ’ଙ୍କୁ ଫେରିଯିବାକୁ ସ୍ଥାନୀୟ ବିଜେପି କର୍ମୀ ଅଡ଼ି ବସିଲେ । ବେଶ୍ କିଛି ସମୟ ଯାଏଁ ବସ୍ତି ମଝିରେ ଅପରାଜିତା ବିଜେପି ଓ ଭରତପୁର ବିଜେପି କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଲା । ବାଧ୍ୟ ହୋଇ ନିର୍ଦ୍ଧାରିତ ସମୟ ପୂର୍ବରୁ ଫେରିଗଲେ ଅପରାଜିତା । ସାଧାରଣ ନିର୍ବାଚନ ପରଠାରୁ ଭରତପୁର ପାଇଁ ଅପରାଜିତା ବିକାଶ କାର୍ଯ୍ୟ କରିନଥିବା ସେମାନେ ଅଭିଯୋଗ କରିଥିଲେ । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସାଂସଦଙ୍କ ବସ୍ତି ବୁଲା ଚାଲିଛି ବୋଲି କଟାକ୍ଷ କରିଛି ଭରତପୁର ମଣ୍ଡଳ ବିଜେପି ।

ବୁଧବାର ମଧ୍ୟ ବିଜେପି ପଦଯାତ୍ରାରେ ହିଂସାକାଣ୍ଡ ଘଟିଥିଲା । ସେହି ସମୟରେ ଯେତେବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବେହେରା ସାହିରେ ପଦଯାତ୍ରା କରୁଥିଲେ । ତାଙ୍କ ସହ ଥିବା ଦଳୀୟ କର୍ମୀ ଉମେଶ ଖଣ୍ଡେଲଓ୍ୱାଲଙ୍କୁ ମଧ୍ୟ ଭୁବନେଶ୍ୱର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ତାଙ୍କ ସମର୍ଥକ ମାଡ଼ ମାରିଥିବା ନେଇ ସେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଭଲ କାମ କରିବା ଯୋଗୁଁ ଅପରାଜିତାଙ୍କ ନିକଟତର ହୋଇଥିବା କଥା ଜଗନ୍ନାଥ ସହି ପରୁନଥିବା ଉମେଶ କହିଛନ୍ତି । ଅନ୍ୟପଟେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଗନ୍ନାଥ । ତେବେ ଭୁବନେଶ୍ୱର ଜିଲ୍ଲା ସଭାପତି ଚୟନ ସମୟରୁ ହି ଅପରାଜିତା ଓ ଜଗନ୍ନାଥଙ୍କ ଭିତରେ କଳହର କଥା ଥମିନି । ହେଲେ ନିଜକୁ କେନ୍ଦ୍ରମନ୍ତ୍ରୀଙ୍କ ପାଖ ଲୋକ କହି ପୁଣି ଥରେ ପରୋକ୍ଷରେ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ଜଗନ୍ନାଥ ।

ପରୀ ହତ୍ୟାକାଣ୍ଡରେ ସୌମ୍ୟଙ୍କ ପଲିଟିକ୍ସ, ମାଇଲେଜ୍‌ ନେବାକୁ କରୁଥିଲେ ଗୁଜବ ପ୍ରଚାର

ନୟାଗଡ଼: ପରୀ ହତ୍ୟାକାଣ୍ଡର ସୌମ୍ୟ ପଲିଟିକ୍ସ । ହତ୍ୟାକାଣ୍ଡକୁ ନେଇ ଗଣମାଧ୍ୟମରେ ବାରମ୍ବାର ଭିନ୍ନ ଭିନ୍ନ ଗୁଜବ ଥିଓରୀ ଉପସ୍ଥାପନ କରିଥିବା ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ପ୍ରଧାନଙ୍କୁ ନେଇ ଏବେ ଚର୍ଚ୍ଚା କାହିଁରେ କଣ ? ପ୍ରଶ୍ନ ଉଠୁଛି, ଘଟଣାଟି ସମ୍ପୂର୍ଣ୍ଣ ସ୍ପର୍ଶକାତର ହୋଇଥିବା ସତ୍ତ୍ୱେ ଏହାକୁ ରାଜନୈତିକ ରଙ୍ଗ ବୋଳିବା ପାଇଁ ଉଦ୍ୟମ କାହିଁକି କରିଥିଲେ ମିଛୁଆ ସୌମ୍ୟ । ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବା ଆଇନଗତ ଅପରାଧ ନୁହେଁ କି ? ତେଣୁ ଯଦୁପୁର ନୁହେଁ, ଓଡ଼ିଶା ପଚାରୁଛି ସୌମ୍ୟ ତଦନ୍ତର ପରିସରଭୁକ୍ତ ହେବା ଉଚିତ ନୁହେଁ କି ? ଜରୁରୀ ନୁହେଁ କି ତାଙ୍କ ଗିରଫଦାରୀ ?

ପର୍ଦ୍ଦାଫାସ ହୋଇସାରିଛି ପରୀ ହତ୍ୟାକାଣ୍ଡର ପାପ । ଏସଆଇଟି ପଞ୍ଝାରେ ଫସି ସାରିଛି ପିଶାଚ ସରୋଜ । କିନ୍ତୁ ଏହା ଭିତରେ ଲୁଚି ଯିବାକୁ ବସିଛି ଆଉ ଏକ ଦିଗ । ମିଛ ଗୁଜବ ଏବଂ ତଦନ୍ତକୁ ବିଭ୍ରାନ୍ତ କରିବାର ଅପଚେଷ୍ଟା । ଘଟଣା ସମ୍ପର୍କରେ ଗୁଜବ ସୃଷ୍ଟି କରିବାର ମୁଖ୍ୟ ଓ ପ୍ରଥମ ଲୋକଟି ହେଲା ଯଦୁପୁରକୁ ଲାଗି ରହିଥିବା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟ ପ୍ରଧାନ ।

ପରୀ ମୃତ୍ୟୁ ପ୍ରସଙ୍ଗରେ ତଦନ୍ତ ଚାଲିଥିବାବେଳେ ସୌମ୍ୟ ଗୁଜବ ଖେଳାଇଥିଲେ ଅଙ୍ଗ ତସ୍କରୀର । ଏଥିରେ ଯଦୁପୁର ଗାଁର କିଛି ଲୋକ ସାମିଲ ଅଛନ୍ତି ବୋଲି କହିଥିଲେ । ସେହିଭଳି ଘଟଣାକୁ ଅଧିକ ଚର୍ଚ୍ଚିତ, ରୋଚକ ଆଉ ଚାଞ୍ଚଲ୍ୟକର କରିବା ପାଇଁ ମନ୍ତ୍ରୀ ଅରୁଣ ସାହୁଙ୍କ ବାର୍ତ୍ତାଳାପର ଏକ ଅଡିଓ ମଧ୍ୟ ଭାଇରାଲ କରିଥିଲେ ସୌମ୍ୟ । ନିଜକୁ ଅଧିକ ବିଜ୍ଞପିତ କରିବା ପାଇଁ ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ହାଇକୋର୍ଟଙ୍କ ମାଧ୍ୟମରେ ପୋଲିସଠାରୁ ସୁରକ୍ଷା ମାଗିଥିଲେ । ହେଲେ ପ୍ରଶ୍ନ ଉଠୁଛି ଜଣେ ଜନପ୍ରତିନିଧି ହୋଇ ଗୁଜବ ସୃଷ୍ଟି କରି ଏକ ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବା ଆଇନଗତ ଅପରାଧ ନୁହେଁ କି ?

ସେପଟେ ଆଇନ ବିଶେଷଜ୍ଞଙ୍କ ମତ ହେଲା ଗୁଜବ ପ୍ରଚାର ହେଉଛି ଏକ ଧର୍ତ୍ତବ୍ୟ ଅପରାଧ । କିଛି ଦିନ ତଳେ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ମଧ୍ୟ ଏହି ଗୁଜବ ସଂକ୍ରାନ୍ତରେ ଟୁଇଟ୍‌ ମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । କହିଥିଲେ, ଅପରାଧ ସହ ଲଢି ହେବ । କିନ୍ତୁ ଅପପ୍ରଚାର ଆଉ ଗୁଜବ ସହ ଲଢିବା କଷ୍ଟ । ମୁଖ୍ୟମନ୍ତ୍ରୀ ମଧ୍ୟ ଗୁଜବ ଓ ଅପପ୍ରଚାରକୁ ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ନିନ୍ଦା କରିଥିଲେ ।

ପ୍ରଶ୍ନ ଉଠୁଛି, ପରୀ ହତ୍ୟାକାଣ୍ଡ ପରି ଏକ ସମ୍ବେଦନଶୀଳ ଘଟଣାରେ ସୌମ୍ୟଙ୍କ ପଲିଟିକାଲ ମାଇଲେଜ ଡ୍ରାମା କାହିଁକି ? କୁନି ଝିଅ ପରୀର ବୀଭତ୍ସ ମୃତ୍ୟୁକୁ ନେଇ ସତ ଖୋଜିବା ବଦଳରେ ଗୁଜବ କାହିଁକି ? କେବଳ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ମଧ୍ୟ ସେ ଏପରି ବହୁ ମିଛ କେସ୍‌ କରି ଜେଲ୍‌ ଯାଇସାରିଛନ୍ତି । ୨୦୧୬ ମସିହାରେ ନୟାଗଡ ଥାନାରେ ୨୯୪, ୩୪୧, ୩୫୪-କ, ୩୨୩, ୩୪ ଭଳି ଦଫାରେ ମାମଲା ହୋଇ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି । ୨୦୧୮ରେ ପୁଣି ଥରେ ଏକ ମାମଲାରେ ତାଙ୍କ ବିରୋଧରେ ୩୪୧, ୩୨୩, ୩୭୯, ୨୯୪, ୫୦୬ ଦଫାରେ ନୟାଗଡ଼ ଥାନାରେ ମାମଲା ହୋଇଥିଲା ।

ସେହିଭଳି ୨୦୧୯ ଓ ୨୦୨୦ରେ ମଧ୍ୟ ସଦର ଥାନା ଓ ନୟାଗଡ ଥାନାରେ ବିଭିନ୍ନ ଦଫାରେ ମାମଲା ହୋଇଛି । ସୌମ୍ୟ ରଂଜନ ୨୦୧୯ରେ ଥାନାରେ ମିଛ ଅଭିଯୋଗ କରିଥିଲେ ଯେ, ତାଙ୍କ ପ୍ରତିପକ୍ଷ ତାଙ୍କ ଘର ଉପରକୁ ବୋମା ପକାଇଥିଲେ । କିନ୍ତୁ ତଦନ୍ତ ବେଳେ ଏହା ମିଛ ଅଭିଯୋଗ ଥିଲା ବୋଲି ଧରା ପଡିଥିଲା ।

ପରୀ ମାମଲାରେ ଯଦି ଅଭିଯୁକ୍ତ ସରୋଜ ନୁହେଁ, ତେବେ ସୌମ୍ୟରଂଜନ ଯଦି ପ୍ରକୃତ ଅଭିଯୁକ୍ତକୁ ଜାଣିଛନ୍ତି ତେବେ ଏସ୍‌ଆଇଟିକୁ କିଛି ସୂଚନା ଦେଉନାହାନ୍ତି କାହିଁକି ? ଏଘଟଣାରେ ସୌମ୍ୟଙ୍କୁ ପଚରାଉଚରା କରାଯିବାର ଆବଶ୍ୟକତା ନାହିଁ କି ? ଗୁଜବ ରଟିବା ଅଭିଯୋଗରେ ତାଙ୍କୁ କାହିଁକି ଗିରଫ କରାଯିବନି ?