spot_img
Home Blog Page 6209

ବାନ୍ଧୁଥିଲେ ଏବେ ନିଜେ ବନ୍ଧା ହେଲେ ଜିଏସଟି ଅଫିସର

ରାଉରକେଲା: ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ରାଉରକେଲାର ଜଣେ ଜିଏସଟି ଅଫିସର।

ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ରାଉରକେଲା ଜିଏସଟି ଅଫିସର ଅଲେଖ ମହାନନ୍ଦ ।

ସୂଚନା ଅନୁସାରେ ଛେଣ୍ଡ କଲୋନୀ ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଛି । ମଙ୍ଗସପୁର, ଚକ୍ରପୁର, ହେମଗିରି ଓ ଅଫିସ ସମେତ ଭିଜିଲାନ୍ସ ବିଭାଗର ୪ଟି ଟିମ ଏକ ସମୟରେ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି।

ପୋଲିସ୍ ଇନଫର୍ମର ସନ୍ଦେହରେ ୩ ଜଣଙ୍କୁ ଗାଁରୁ ବାସନ୍ଦ କଲେ ମାଓବାଦୀ

ଚିତ୍ରକୋଣ୍ଡା: ସ୍ୱାଭିମାନ ଇଲାକାରେ ପୁଣି ମାତିଛନ୍ତି ଲାଲ୍ ବାହିନୀ। ପୋଲିସ୍ ଇନଫର୍ମର ସନ୍ଦେହରେ ଗୋଟିଏ ପରିବାରର ୩ଜଣଙ୍କୁ ଗାଁରୁ ବାହାର କରିଦେଇଛନ୍ତି ମାଓବାଦୀ ।

ଯନ୍ତ୍ରୀ ପଞ୍ଚାୟତ ସନ୍ୟାସିଗୁଡା ଗାଁର ମନୁ ଗୋଲରୀ ଏବଂ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ମାଓବାଦୀ ମାନେ ବାହାର କରି ଦେଇଥିବା ଜଣାପଡିଛି।

ସୂଚନା ଅନୁସାରେ ଗତ ୨୬ ତାରିଖରେ ତୋଟାଗୁଡ଼ା ଏନକାଉଣ୍ଟର ପାଇଁ ମନୁ ଗୋଲରିଙ୍କୁ ମାଓ ସଂଗଠନ ଦାୟୀ କରି ଏଭଳି କରିଛି । ପ୍ରଜା କୋର୍ଟରେ ବିଚାର ପରେ ମନୁଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ସେ ଏବେ ନିଜ ପରିବାର ସହିତ ନାକାମାମୁଡ଼ି ପଞ୍ଚାୟତରେ ଆଶ୍ରୟ ନେଇଛନ୍ତି ।

ତେବେ ପରିବାରର ପ୍ରତିପୋଷଣ ପାଇଁ ପ୍ରଶାସନର ସହଯୋଗ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ମନୁ ଗୋଲରୀ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଅଙ୍ଗନୱାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ଅଙ୍ଗନୱାଡି କର୍ମୀ। ସମ୍ପୃକ୍ତ କର୍ମୀଙ୍କ ନାମ ନମିତା ଦଳାଇ ବୋଲି ଜଣାପଡିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ନମ୍ବର ୱାଡର ଅଙ୍ଗନୱାଡି କର୍ମୀ ନମିତା ଦଳାଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ତାଙ୍କର ୭ଟି ସ୍ଥାନରେ ଭିଜିଲାନ୍ସର ୭ଟି ଟିମ ଚଢ଼ଉ କରୁଥିବା ସୂଚନା ମିଳିଛି ।

ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ପ୍ରଥମ ଗଳିରେ ଥିବା ବାସଭବନ, ଗଣେଶ ନଗରର ୪ ନମ୍ବର ଗଳିରେ ଥିବା କୋଠା, ଭୁବନେଶ୍ୱର ସୁନ୍ଦରପଦା ସମେତ ଦୁଇଟି ସ୍ଥାନରେ ଥିବା ବଡ ବଡ ଅଟ୍ଟାଳିକା ଓ ଅଫିସ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି ।

ଏହାବ୍ୟତୀତ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଏକ କାଳୀନ ଚଢ଼ଉ ଚାଲିଥିବା ନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।

ବଙ୍ଗୋମୁଣ୍ଡାରୁ ୨୯ ଦାଦନ ଉଦ୍ଧାର

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ଅଞ୍ଚଳରୁ ପୋଲିସ ପକ୍ଷରୁ ପାଖାପାଖି ୨୯ ଜଣ ଦାଦନ ଶ୍ରମିକ ଉଦ୍ଧାର କରାଯାଇଛି। ଦାଦନ ଲାଗି ହାଇଦ୍ରାବାଦ ଯାଉଥିବା ବେଳେ ଛତରଙ୍ଗ ଗାଁରୁ ସମସ୍ତଙ୍କୁ ଉଦ୍ଧାର କରିଛି ପୋଲିସ ।

ସେମାନଙ୍କ ମଧ୍ୟରେ ୧୧ ମହିଳା, ୧୮ ପରୁଷ ଓ ୮ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ସମସ୍ତ ଦାଦନ ମାନେ ଛତରଙ୍ଗ ଗାଁର ହୋଇଥିବା ନେଇ ସୂଚନା ମିଳିଛି । ଆହୁରି ମଧ୍ୟ ସେମାନେ ମୁଣ୍ଡପିଛା ୩୦ରୁ ୩୬ ହଜାର ଟଙ୍କା ଅଗ୍ରୀମ ନେଇ ହାଇଦ୍ରାବାଦ ଯାଉଥିଲେ ବୋଲି ଜଣାପଡିଛି।

ଅପରପକ୍ଷେ ୩ଟି ବୋଲେରୋ  ଓ ୨ଟି ଅଟୋରେ କଣ୍ଟାବାଞ୍ଜି ରେଳ ଷ୍ଟେସନ ଯାଉଥିବା ବେଳେ ଖବର ପାଇ ପୋଲିସ ସେମାନଙ୍କୁ ଗିରଫ କରିଛି । ଏହାପରେ ସମ୍ପୃକ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯିବା ସହ ସମସ୍ତଙ୍କୁ ଘରେ ଛାଡିଛି ପୋଲିସ ।

ଉଲ୍ଲେଖଯୋଗ୍ୟ, ଏହି ଶ୍ରମିକମାନେ ସେଠାରୁ ଟ୍ରେନ ଯୋଗେ ହାଇଦ୍ରାବାଦ ଏକ ଇଟା ଭାଟିକୁ ଯିବାର ଥିଲା । ତେବେ ପୋଲିସ ସେମାନଙ୍କୁ ଅଟକ ରଖୀ ପଚରାଉଚରା କଲା ପରେ ସେମାନଙ୍କ ପାଖରେ କୋୖଣସି କାଗଜପତ୍ର ନଥିବା ଜାଣିବାକୁ ପାଇଛି । ବିନା ରେଜିଷ୍ଟ୍ରେସନରେ ଶ୍ରମିକମାନେ ରାଜ୍ୟବାହାରକୁ ଯାଉଥିଲେ ।

ଜାନୁଆରୀ ୩ରୁ ଖୋଲିବ ଶାରଳା ମନ୍ଦିର ଓ ଗୋରଖନାଥ ପୀଠ

ଜଗତସିଂହପୁର: ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲିବାକୁ ଯାଉଛି ଜଗତସିଂହପୁରର ମା ଶାରଳା ମନ୍ଦିର ଓ ବିଭୁତି କ୍ଷେତ୍ର ଗୋରଖନାଥ ପୀଠ। ଏନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ସୂଚନା ମୁତାବକ, ପ୍ରତେକ ଦିନ ସକାଳ ୮ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ପ୍ରତ୍ୟେକ ଦିନ ୫୦୦ ଅଧିକ ଭକ୍ତ ଦର୍ଶନ କରି ପାରିବେ ନାହିଁ ବୋଲି କୁହାଯାଇଛି । ଏହାବ୍ୟତୀତ ମକର ସଂକ୍ରାନ୍ତି ଦିନ ଉଭୟ ମନ୍ଦିର ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସେହିପରି ଭଦ୍ରକର ସମସ୍ତ ଧର୍ମାନୁଷ୍ଠାନ ଜାନୁୟାରୀ ୩ରୁ ଖୋଲିବ। ଯେଉଁଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି । ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠରେ ସାଧାରଣ ଦର୍ଶନ ପାଇଁ ଜିଲ୍ଲାପାଳ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ଡିସେମ୍ବର ୨୮ ଓ ୨୯ ତାରିଖରେ ସେବାୟତଙ୍କ ସମେତ ତାଙ୍କ ପରିବାର ଦର୍ଶନ କରିପାରିବେ ।

ସେହିପରି ଡିସେମ୍ବର ୩୦ ଓ ୩୧ ତାରିଖରେ ଆଖପାଖ ପଞ୍ଚାୟତ ଆରଡି, ଓଳଗ, ସୁନ୍ଦରପୁର , ନାନ୍ଦପୁର ଓ ସ୍ଥାନୀୟ ଲୋକଙ୍କୁ ଦର୍ଶନ କରିବାରୁ ଅନୁମତି ଦିଆଯାଇଛି । ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ କରାଯାଉଥିବା ବେଳେ ଜାନୁଆରୀ ୩ରୁ କୋଭିଡ କଟକଣା ମଧ୍ୟରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ଜାନୁଆରୀ ୫ ଯାଏଁ ମହାରାଷ୍ଟ୍ରରେ ରାତ୍ରୀକାଳୀନ କର୍ଫ୍ୟୁ

ମୁମ୍ବାଇ: ଡିସେମ୍ବର ୨୨ରୁ ଆସନ୍ତା ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି। ବ୍ରିଟେନରେ କରୋନା ସଂକ୍ରମଣକୁ ନଜରରେ ରଖି ଏଭଳି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ।

ସୂଚନା ମୁତାବକ, ମହାରାଷ୍ଟ୍ରର ସମସ୍ତ ସହରାଞ୍ଚଳରେ ରାତ୍ରି ୧୧ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ରହିବ । ବ୍ରିଟେନରେ ନୂଆ ରୂପରେ କରୋନା ସଂକ୍ରମଣର ଭୟାବହତା ଦେଖା ଦେଇଛି । ଏଥିପାଇଁ ବ୍ରିଟେନରୁ ଆସିବାକୁ ଥିବା ସମସ୍ତ ବିମାନ ଉଡାଣ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଭାରତ ସରକାର। ଏହାସହ ୧୫ରୁ ଅଧିକ ୟୁରୋପୀ ୟ ରାଷ୍ଟ୍ର ମଧ୍ୟ ବ୍ରିଟେନକୁ ବିମାନ ଉଡାଣ ରଦ୍ଦ କରିଛନ୍ତି ।

ବ୍ରିଟେନ୍ ସମେତ ନେଦରଲ୍ୟାଣ୍ଡ, ଡେନମାର୍କ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ କରୋନାର ନୂଆ ଭୂତାଣୁ ସଂକ୍ରମଣ ସନ୍ଧାନ ମିଳିଛି । ସ୍ଥିତି ଅଣାୟାତ୍ତ ହେଉଥିବାରୁ ପଡ଼ୋଶୀ ଦେଶଗୁଡ଼ିକ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ କରିଦେଇଛନ୍ତି । ପୂର୍ବରୁ ଖ୍ରୀଷ୍ଟମାସ ପାଳନ ପାଇଁ ବ୍ରିଟେନରେ ସମସ୍ତ କଟକଣା ହଟାଇ ଦିଆଯାଇଥିଲା । ହେଲେ ନୂଆ ଲହର ଯୋଗୁ ହଟସ୍ପଟ୍‌ରେ ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ରୋକ ଲଗାଇଛନ୍ତି ବ୍ରିଟେନ୍ ସରକାର ।

ସ୍କାଏକିଙ୍ଗ ଠକେଇ ମାମଲା, ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ

ଭୁବନେଶ୍ୱର: ସ୍କାଏକିଙ୍ଗ ଠକେଇ ମାମଲାରେ ପୁଅ ପରେ ବାପା ଅଭୟକାନ୍ତ ପାଠକକୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଜେରା ବେଳେ ଠକେଇରେ ଆକାଶଙ୍କୁ  ତାଙ୍କ ବାପା ସହଯୋଗ କରିଥିବା ପୋଲିସ ପ୍ରମାଣ ପାଇଛି ।

ତଦନ୍ତ ପାଇଁ ଅଭୟକାନ୍ତଙ୍କୁ ୨ ଦିନ ରିମାଣ୍ଡରେ ନେବାକୁ ଭୁବନେଶ୍ୱରର ଏସ୍‌ଡିଜେଏମ କୋର୍ଟରେ ଆବେଦନ କରିଛି ଖାରବେଳନଗର ଥାନା ପୋଲିସ । ଆକାଶ ଦେଇଥିବା ତଥ୍ୟକୁ ତନାଘନା କରିବ ପୋଲିସ ।

ସୂଚନା ମୁତାବକ ସ୍କାଏକିଙ୍ଗ ମ୍ୟାନେଜିଙ୍ଗ ପାର୍ଟନରଙ୍କୁ ଆକାଶ କ’ଣ କହି ଭେଟାଇଥିଲେ ଅଭୟକାନ୍ତଙ୍କୁ ? ବିଜନେସ ଡିଲ୍ ବାବାଦକୁ ୨କୋଟି ୧୩ ଲକ୍ଷ ଟଙ୍କାର କାହାର ? ଠକେଇ ଟଙ୍କାରେ ଚାର୍ଟର ପ୍ଳେନରେ ଉଡ଼ିଥିଲେ କି ? ଏଭଳି କେତେ ଜଣଙ୍କ ଠାରୁ ଠକେଇ କରିଛନ୍ତି ? ସେବୁର ତଥ୍ୟ ବାହାର କରିବ ପୋଲିସ ।

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍, ପାଳନ ହେବନି ଖ୍ରୀଷ୍ଟମାସ

ଲଣ୍ଡନ: ବ୍ରିଟେନରେ ନୂଆ ରୂପରେ ପୁଣି କାୟା ବିସ୍ତାର କରୁଛି କରୋନା । ଏହାର ନାଁ VUI-202012/01। ଏହାର ବ୍ୟାପିବା କ୍ଷମତା sars cov- 2ଠୁ ୭୦ ପ୍ରତିଶତ ଅଧିକା ।

ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କଟକଣା ବ୍ୟତୀତ ଏହି ଭାଇରସକୁ ମାତ୍ ଦେବା ପାଇଁ ଆଉ କୌଣସି ଉପାୟ ନାହିଁ । ଏଥିପାଇଁ ବ୍ରିଟେନରେ ଲକ୍‌ଡାଉନ କଟକଣାକୁ ଆହୁରି ଶକ୍ତ କରାଯାଇଛି । ପାଳନ ହେବନି ନୂଆବର୍ଷ ଓ ଖ୍ରୀଷ୍ଟମାସ ।

ବ୍ରିଟେନରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଗାମୀ ଯୋଜନା ସ୍ଥିର କରାଯାଇଛି । ବିଶ୍ୱ ସ୍ୱଶସ୍ଥ୍ୟ ସଂଗଠନକୁ ମଧ୍ୟ ସ୍ଥିତି ନେଇ ସଚେତନ କରାଯାଇଛି । ପୂର୍ବରୁ ଚିହ୍ନଟ ଭୂତାଣୁ ଅପେକ୍ଷା ଏହା ଅଧିକ ଭୟଙ୍କର ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ବ୍ରିଟେନରେ କରୋନା ନୂଆରୂପରେ ବ୍ୟାପିବା ପରେ ଭାରତ ପକ୍ଷରୁ ପ୍ରଥମ ପଦକ୍ଷେପ ନିଆଯାଇଛି ।

ଡିସେମ୍ବର ୩୧ ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ବିମାନ ଚଳାଚଳ କରିବ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ କହିଛନ୍ତି, ବ୍ରିଟେନର ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି । ଭାରତରେ ନୂଆ ଭାଇରସ ଚିହ୍ନଟ ହେଲେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ଏହି ରାଶିର ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ, ନଚେତ୍ ଘଟିପାରେ ଦୁର୍ଘଟଣା

ରାଶିଫଳ- ମଙ୍ଗଳବାର-୨୨-୧୧-୨୧

୨୨ ଡିସେମ୍ବର , ୨୦୨୦, ମଙ୍ଗଳବାର
ମାର୍ଗଶିର ଶୁକ୍ଳପକ୍ଷ,ଅଷ୍ଟମୀ ତିଥୀ
ଉତ୍ତରଭାଦ୍ର ନକ୍ଷତ୍ର
ସୂର୍ଯ୍ୟ ଧନୁ ରାଶିରେ ଏବଂଚନ୍ଦ୍ର ମୀନ ରାଶିରେ ଅବସ୍ଥିତ
ଯୋଗିନୀ ଐଶାନ୍ୟରେ ସନ୍ଧ୍ୟା ୬ଟା ୧୭ ପର୍ଯ୍ୟନ୍ତ ରହିବେ
ଏହା ପରେ ଯୋଗିନୀ ପୂର୍ବେକୁ ଯିବେ

ଶୁଭ ସମୟ- ସକାଳ ୯ଟା ୫୮ ରୁ ଦିନ ୧୦ଟା ୪୧ ପର୍ଯ୍ୟନ୍ତ
ସନ୍ଧ୍ୟା ୭ଟା ୫୧ ରୁ ରାତି ୧୧ଟା ୨୦ମଧ୍ୟରେ
ଅଶୁଭ ସମୟ- ଦିନ ୨ଟା ୨୯ ରୁ ଦିନ ୩ଟା ୫୦ ମଧ୍ୟରେ

ଘାତଚନ୍ଦ୍ର- ଧନୁ ରାଶି ପୁରୁଷ,ତୁଳା ରାଶି ମହିଳାଙ୍କର
ଆଜି ମୃତେ ୧ ପାଦ ପୁଷ୍କର ଦୋଷ ଲାଗୁଛି

ମେଷ-
ଅଶ୍ୱିନୀ- ରିଏଲ ଇଷ୍ଟେଟ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲ ରହିବ
ଦ୍ୱିଜା-ପରିବାର ଓ କର୍ମକ୍ଷେତ୍ରରେ ଦିନଟି ଭଲ ରହିବ
କୃତ୍ତିକା- ବଡ ଭାଇ ସହିତ ମତାନ୍ତର ହେବାର ସମ୍ଭାବନା
ବାଦାମ ପାଣିରେ ଭିଜାଇ ମାଙ୍କଡକୁ ଖାଇବାକୁ ଦିଅନ୍ତୁ

ବୃଷ-
କୃତ୍ତିକା- ଯେତେ ପରିଶ୍ରମ କରିଲେ ଆଶାନୁଯାୟୀ ଫଳ ପାଇବେ ନାହିଁ
ରୋହିଣୀ- ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ରହିବ
ମୃଗଶିରା- ନିଜ ପିଲାମାନଙ୍କର କ୍ୟାରିୟରକୁ ନେଇ ବାପା, ମା ମାନେ ଚିନ୍ତାରେ ରହିବେ
କଳା ତୁଳସୀ ଗଛ ମୂଳରେ ଝୁଣା ଆଳତୀ କରନ୍ତୁ

ମିଥୁନ-
ମୃଗଶିରା- ନିଜ ଭାଇଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ
ଆର୍ଦ୍ରା- ଆର୍ଥିକ କ୍ଷେତ୍ରରେ ସୁଧାର ଆସିପାରେ
ପୁନର୍ବସୁ-ବନ୍ଧୁ ମିଳନ, ପାରିବାରିକ ଖୁସି ବଜାୟ ରହିବ
ବିରି ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ

କର୍କଟ-
ପୁନର୍ବସୁ- ପ୍ରମୋସନ ପାଇଁ ବହୁ ଦିନରୁ ଅପେକ୍ଷା କରିଥିଲେ ସେଥିରେ ସଫଳ ପାଇବେ
ପୁଷ୍ୟା- ଦିନଟି ମଧ୍ୟମ ଧରଣର ରହିବ
ଅଶ୍ଲେଷା-ନିଜର କ୍ୟାରିୟର କ୍ଷେତ୍ରରେ ପରିବର୍ତ୍ତନ ପାଇଁ ନୂଆ ସୁଯୋଗ ଆସିପାରେ
କୌଣସି କୁକୁରକୁ ଗୁଡ, ରୁଟି ଖାଇବାକୁ ଦିଅନ୍ତୁ

ସିଂହ-
ମଘା- ନିଜ ପିଲାମାନଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ
ପୂର୍ବାଫାଲଗୁନି- ସବୁ କାମରେ ସଫଳତା ପାଇବେ
ଉତ୍ତରାଫାଲଗୁନି- ଶରୀର ଅସୁସ୍ଥ ରହିପାରେ
କୋଳଥ ଡାଲି ନିଜେ ଖାଇବା ସହ ଗାଈକୁ ଖାଇବାକୁ ଦିଅନ୍ତୁ

କନ୍ୟା-
ଉତ୍ତରାଫାଲଗୁନି- କୌଣସି ଜାଗାରେ ପୁଞ୍ଜି ନିବେଶ କରିଥିଲେ ତାହାକୁ ନେଇ ଚିନ୍ତାରେ ରହିବେ
ହସ୍ତା- ପୁରୁଣା ବକେୟା ଆଦାୟ କରିବେ, ପାରିବାରିକ ଶାନ୍ତି ମଧ୍ୟ ରହିବ
ଚିତ୍ରା- ଦିନଟି ମଧ୍ୟମ ଧରଣର ରହିବ
ଘର ପାଖରେ ଖିବା କୂଅରେ କିଛି କଞ୍ଚା କ୍ଷୀର,ଗୁଡ ମିଶାଇ ଢାଳି ଦିଅନ୍ତୁ

ତୁଳା-
ଚିତ୍ରା- ସାମାନ୍ୟ ଦୁର୍ଘଟଣା ହୋଇପାରେ
ସ୍ୱାତୀ- ନିଜ ବନ୍ଧୁଙ୍କର ସାହାଯ୍ୟ ପାଇଁ ବଡ ସମସ୍ୟାରୁ ମୁକ୍ତି ପାଇବେ
ବିଶାଖା- ଦାମ୍ପତ୍ୟ ଜୀବନରେ ରହିଥିବା ଅଶାନ୍ତି ଦୁର ହୋଇଯିବ
କୌଣସି ରୋଗୀ ଲୋକଙ୍କୁ ନାଲି ରଙ୍ଗର ଫଳ ଦିଅନ୍ତୁ

ବିଛା-
ବିଶାଖା-ପରିବାରର କୌଣସି ଗୁରୁ ଦାୟିତ୍ୱ ମିଳିପାରେ
ଅନୁରାଧା- ଶରୀରକୁ ନେଇ ଚିନ୍ତାରେ ରହିବେ
ଜ୍ୟୋଷ୍ଠା- କ୍ୟାରିୟରକୁ ନେଇ କିଛି ନୂଆ ସୁଯୋଗ ପାଇପାରନ୍ତି
ବୁଧକାରକ ଗଛରେ କଞ୍ଚା କ୍ଷୀର ଅର୍ପଣ କରି ପ୍ରଣାମ କରନ୍ତୁ

ଧନୁ-
ମୂଳା- ଘରେ ଛୋଟ ପିଲାଙ୍କର ସ୍ବାସ୍ଥ୍ୟ ସମସ୍ୟା ବଢିପାରେ
ପୂର୍ବାଷାଢା-ଘରେ ବୃଦ୍ଧ ପିତା,ମାତାଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ
ଉତ୍ତରାଷାଢା- ଦିନଟି ମଧ୍ୟମ ଧରଣ ରହିବ, ସତର୍କ ରୁହନ୍ତୁ
ଦେବୀ ମନ୍ଦିରରେ ସୁଜି ଜାତୀୟ ଦ୍ରବ୍ୟ ଭୋଗ ଲଗାନ୍ତୁ

ମକର-
ଉତ୍ତରାଷାଢା- ନିଜ କଥା ଉପରେ ଧ୍ୟାନ ଦିଅନ୍ତୁ
ଶ୍ରବଣା- ବିବାହକୁ ନେଇ ଚିନନ୍ତିତ ଥିଲେ ତାହାର ସମାଧାନ ହୋଇଯିବ
ଧନିଷ୍ଠା- କୌଣସି ଜାଗାରେ ନିଜର ସଂପତ୍ତିକୁ ନେଇ ମତାନ୍ତର ଦେଖାଦେଇପାରେ
ହନୁମାନଙ୍କୁ ଲଡୁ , ନାଲି ସିନ୍ଦୁର ଅର୍ପଣ କରନ୍ତୁ

କୁମ୍ଭ ରାଶି-
ଧନିଷ୍ଠା- କୌଣସି ଚିନ୍ତାକୁ ନେଇ ଚିଡ୍‌ଚିଡା ଭାବ ରହିବ
ଶତଭିଷା- କର୍ମକ୍ଷେତ୍ର ସହିତ, ପରିବାରରେ ମଧ୍ୟ ଦିନଟି ଭଲରେ କଟିବ
ପୂର୍ବଭାଦ୍ର- ନୂଆ ଗାଡି କିଣିବାକୁ ଚାହୁଁଥିଲେ ଶୁଭ ଦିନ ରହିବ
କୁଶରେ ସନ୍ଧ୍ୟା ସମୟରେ ନିଜେ ଝୋଟି ପକାନ୍ତୁ

ମୀନ-
ପୂର୍ବଭାଦ୍ର- ଦିନଟି ଭଲରେ କଟିବ
ଉତ୍ତରଭାଦ୍ର- ଗୁରୁଜନଙ୍କ ସହ ସାମାନ୍ୟ କଥାରେ ମତାନ୍ତର ହୋଇପାରେ
ରେବତୀ- ପରିବାରରେ ଶାନ୍ତି ରହିବ
ଚଣା ଡାଲି ଦାନ କରନ୍ତୁ

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର
ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭

ଭାରତ-ଋଷ ର ମିଳିତ ଉଦ୍ୟମରେ ଆସିବ ଭ୍ୟାକ୍ସିନ

ନୂଆଦିଲ୍ଲୀ: ବ୍ରିଟେନରେ ଏବେ ନୂଆ ଭାଇରସ । କୋଭିଡ ଭୟ ଭିତରେ ପୁନର୍ବାର ଭୟ ସଞ୍ଚାର କରିଛି ଏହି ନୂଆ ଭୁତାଣୁ । ଏପରି ସମୟରେ ଭାରତ ସହ ହାତ ମିଳାଇ ଭ୍ୟାକ୍ସିନ ପ୍ରସ୍ତୁତ କରିବ ଋଷ । ନୂତନ ଭାଇରସ ପାଇଁ କୋଭିଡ୍‌-୧୯ ଟିକା ସ୍ପୁଟନିକ-ଭି ସଫଳ ମୁକାବିଲା କରିବ ବୋଲି ଆଶା କରାଯାଉଛି। ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଜଣାଇଛନ୍ତ ଆର୍‌ଡିଆଇଏଫ୍‌ ମୁଖ୍ୟ ।

କୋଭିଡ-୧୯ ଭାଇରସର ମୁକାବିଲା କରିବାକୁ ଅର୍ଥାତ ଭ୍ୟାକ୍ସିନ ପ୍ରସ୍ତୁତିକୁ  ବର୍ଷେ ସମୟ ଲାଗିଯାଇଥିବା ବେଳେ ପୁଣି ଏବେ ଚିନ୍ତା ବଢାଇଛି ବ୍ରିଟେନର ନୂତନ ଭାଇରସ । ଇଂଲଣ୍ଡ ପରେ ଏବେ ଇଟାଲୀକୁ ନୂତନ ଗୁଣସୂତ୍ରଧାରୀ କରୋନା ଭାଇରସ୍‌ ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ଏ ନେଇ ଇଟାଲୀର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଭଳି ସ୍ଥିତିରେ ଭାରତ ଏବଂ ଋଷ ମିଳିତ ଭାବେ ଟିକା ପ୍ରସ୍ତୁତ କରିବା ନେଇ ଜଣାପଡିଛି ।