spot_img
Home Blog Page 6216

ହ୍ୱାଟ୍ସଆପ୍ ଓ୍ୱେବରେ ଆସୁଛି ନୂଆ ଫିଚର, କରିପାରିବେ ଭଏସ୍ ଓ ଭିଡିଓ କଲ୍

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍ ଓ୍ୱେବରେ ଆସନ୍ତା ବର୍ଷ ଭଏସ୍ ଏବଂ ଭିଡିଓ କଲିଂ ସୁବିଧା ଉପଲବ୍ଧ ହେବ । ଏନେଇ କମ୍ପାନୀର ଜଣେ ମୁଖପାତ୍ର ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ ସୂଚନା ଦେଇଛନ୍ତି। ଅନେକ ଦିନରୁ ହ୍ୱାଟ୍ସଆପ୍ ଓ୍ୱେବ ତଥା ହ୍ୱାଟ୍ସଆପର ଡେସ୍କଟପ୍ ଭର୍ସନରେ ଭଏସ୍ ଏବଂ ଭିଡିଓ କଲିଂ ସୁବିଧା ମିଳିବ ବୋଲି ଚର୍ଚ୍ଚା ହେଉଥିଲା ।

ହ୍ୱାଟ୍ସଆପ୍ ଓ୍ୱେବରେ ଭଏସ୍ ଓ ଭିଡିଓ କଲିଂ ଫିଚର ଆସିବା ପରେ ଭିଡିଓ କନଫରେନ୍ସିଂ ଆପ୍ ଜୁମ୍ ଓ ଗୁଗୁଲ୍ ମିଟକୁ କଡା ଟକ୍କର ଦେବ ।

ସାରା ଦୁନିଆରେ ୨ ବିଲିୟନରୁ ଅଧିକ ଲୋକ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି। ହ୍ୱାଟ୍ସଆପ୍ ପକ୍ଷରୁ ଜାରି ସୂଚନାନୁଯାୟୀ ଟ୍ରାଏଲ୍ ଭିତ୍ତିରେ ଛୁଟିଦିନରେ କିଛି ଡେସ୍କଟପ୍ ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର ଜାରି କରାଯାଇଥିଲା । ଏହି ସୂଚନା ପ୍ରଥମେ ଟେକ୍ ବ୍ଲଗ୍ WABetaInfo ଦ୍ୱାରା ଦିଆଯାଇଥିଲା

 

ବିଜେଡି ହେଉଛି ଲୋକଙ୍କ ଦଳ, ଲୋକଙ୍କ ସେବାରେ ସମର୍ପିତ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବ ପାରିତ ହୋଇଛି । ବୈଠକରେ ୮୦ କାର୍ଯ୍ୟକାରିଣୀ ସଦସ୍ୟ, ନିମନ୍ତ୍ରିତ ଉପସଭାପତି ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବୈଠକ ଆରମ୍ଭ ହୋଇଥିଲା । ଦିବଙ୍ଗତ ନେତାଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା ହୋଇଥିଲା । ବିଜେଡି ହେଉଛି ଲୋକଙ୍କ ଦଳ, ଲୋକଙ୍କ ସେବାରେ ସମର୍ପିତ । ପ୍ରତିଦିନ ଲୋକଙ୍କ କାମ କରିବାକୁ କାର୍ଯ୍ୟକାରିଣୀରେ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

BJD Is People’s Party, Committed For People’s Service Said Naveen Patnaik

ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ୱାରା ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତୃଣମୂଳସ୍ତରରେ ବିଜେଡିକୁ ଅଧିକ ସଂଗଠିତ କରାଯିବା ସହ ଦଳର ସଦସ୍ୟଙ୍କ ସଂଖ୍ୟା ୧ କୋଟିରୁ ଅଧିକରେ ପହଞ୍ଚିଛି । ଦଳ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପ୍ରତିଦିନ ସାଧାରଣ ଲୋକଙ୍କ ଆସ୍ଥା ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳ ଆଜି ମୁଣ୍ଡ ଟେକି ଠିଆ ହୋଇଛି । କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ଛବିକୁ କଦାପି ମଳିନ କରିବାକୁ ଦିଆଯିବ ନାହିଁ ଏବଂ ସାରା ରାଜ୍ୟରେ ବିଜେଡି ତଥା ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଘରେ ଘରେ ପହଞ୍ଚାଇବାକୁ ପ୍ରଣବ ପ୍ରକାଶ ଦାସ କହିଥିଲେ ।

BJD Is People’s Party, Committed For People’s Service Said Naveen Patnaik

ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ୯ଟି ପ୍ରସ୍ତାବ ଆଗତ କରିଥିଲେ । କେନ୍ଦ୍ରର ଅବହେଳା ଓ ନକରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ବୋଲି ବରିଷ୍ଠ ନେତାମାନେ ମତ ଦେଇଥିଲେ । ଏସବୁ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ଦିଗଦର୍ଶନ ପାଇଁ ରାଜ୍ୟର ସମସ୍ତ ଲୋକାଭିମୁଖୀ କାର୍ଯ୍ୟ ଜାରି ରହିଛି ଏବଂ ଆଗକୁ ମଧ୍ୟ ଜାରି ରହିବ । କେବଳ ଏତିକି ନୁହେଁ ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ରାଜ୍ୟକୁ ବାରମ୍ବାର ଆଘାତ ଦେଇଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏହାକୁ ସଠିକ୍ ଭାବେ ମୁକାବିଲା କରିପାରିଛନ୍ତି । ସେହିପରି କୃଷି ଓ କୃଷକଙ୍କୁ ଅଗ୍ରାଧିକାର ତଥା ସାମଗ୍ରିକ ବିକାଶ ପାଇଁ ବିଜେଡି ସଦାସର୍ବଦା କାର୍ଯ୍ୟ କରିଆସିଛି । ସ୍ୱାମୀନାଥନ କମିଟି ସୁପାରିସ ଅନୁସାରେ ଏମ୍‌ଏସ୍‌ପି ପାଇଁ ଲଢେଇ ଜାରି ରହିବ । ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାଇଁ ସମ୍ପୂର୍ଣ୍ଣ ହକଦାର । କିନ୍ତୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ସତ୍ତ୍ୱେ ବାରମ୍ବାର ପ୍ରତାରଣା କରୁଛି । ତେଣୁ ଆଗକୁ କିଭଳି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବ ସେଥିପାଇଁ ଦଳ ଦାବି ଉପସ୍ଥାପନ ଜାରି ରଖିବ ।

BJD Is People’s Party, Committed For People’s Service Said Naveen Patnaik

ମହିଳା ସଶକ୍ତିକରଣ ପାଇଁ ରାଜନୈତିକ ପ୍ରସ୍ତାବ ମଧ୍ୟ ଅନୁମୋଦିତ ହୋଇଛି । ରାଜ୍ୟରେ ପଞ୍ଚାୟତ ବ୍ୟବସ୍ଥାରେ ମହିଳାମାନଙ୍କୁ ସଂରକ୍ଷଣ ଦିଆଯାଇଛି । ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦାବି ହୋଇଛି । ଏହି ବୈଠକରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ପ୍ରସ୍ତାବ ଅନୁମୋଦିତ ହୋଇଛି । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଁ ଦାବି ହୋଇଛି । କେବଳ ସେତିକି ନୁହେଁ ଓଡ଼ିଶାର ବରପୁତ୍ରଙ୍କ ଗାଁକୁ ଆଦର୍ଶ ଗ୍ରାମ ହିସାବରେ ଗ୍ରହଣ କରାଯିବାକୁ ପ୍ରସ୍ତାବ କରାଯାଇଛି । ବରପୁତ୍ର ମାନଙ୍କର ଜୀବନୀକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ପ୍ରସ୍ତାବ ଦିଆଯାଇଛି ।

BJD Is People’s Party, Committed For People’s Service Said Naveen Patnaik

ରାଜ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପୂର୍ଣ୍ଣ ସଶକ୍ତିକରଣ ପାଇଁ ପ୍ରସ୍ତାବ ହୋଇଛି । ଦଳର ବିଭିନ୍ନ ସାମୁଖ୍ୟ ତରଫରୁ ମଧ୍ୟ ସେମାନଙ୍କୁ ସଶକ୍ତ କରିବା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟରେ କିଭଳି ପଛୁଆ ବର୍ଗଙ୍କ ବିକାଶ ହୋଇପାରିବ ସେଥିପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରି ସଭାକୁ ଆନୁଷ୍ଠାନିକ ଭାବେ ସମାପନ କରିଥିଲେ ପ୍ରଣବ ପ୍ରକାଶ ଦାସ ।

BJD Is People’s Party, Committed For People’s Service Said Naveen Patnaik

ଏହି କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ପ୍ରମିଳା ମଲ୍ଲିକ, କିଶୋର କୁମାର ମହାନ୍ତି, କଳିକେଶ ନାରାୟଣ ସିଂହଦେଓ, ରମେଶ ଚନ୍ଦ୍ର ମାଝୀ, ଚନ୍ଦ୍ରଶେଖର ସାହୁ ସାଧାରଣ ସମ୍ପାଦକ(ଗଣମାଧ୍ୟମ ଓ ଯୋଗାଯୋଗ) ମାନସ ରଞ୍ଜନ ମଙ୍ଗରାଜ ଓ ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

ନକଲି କଲ୍ ସେଣ୍ଟରରୁ ଆମେରିକୀୟଙ୍କ ଠାରୁ ଲୁଟିଲେ ୧ ବିଲିୟନ୍, ୪୨ ଗିରଫ

ନୂଆଦିଲ୍ଲୀ: ନକଲି କଲ୍ ସେଣ୍ଟରରୁ କଲ୍ କରି ଜନସାଧାରଣଙ୍କୁ ଲୁଟିବା ଭଳି ଘଟଣା ନଜରକୁ ଆସୁଛି । ନୂଆଦିଲ୍ଲୀର ମୋତି ନଗର ପରେ ପିରାଗଡି ଅଞ୍ଚଳରୁ ଏଭଳି ଏକ ନକଲି କଲ୍ ସେଣ୍ଟରକୁ ଧରିଛି ସାଇବର ସେଲ ୟୁନିଟର ସ୍ପେଶାଲ୍ ସେଲ୍ । ଏହି ମାମଲାରେ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।

ଏହି କଲ୍ ସେଣ୍ଟର ପ୍ରାୟ ୩ ବର୍ଷ ଧରି ଚାଲୁଥିଲା । ଏହି କଲ୍ ସେଣ୍ଟର ମାଧ୍ୟମରେ ଖାସ୍ କରି ଆମେରିକୀୟ ବାସୀଙ୍କୁ ଟାର୍ଗେଟ୍ କରାଯାଉଥିଲା ।

ପୋଲିସର ସୂଚନା ଅନୁଯାୟୀ ଏହି ଲୋକମାନେ ସାଢେ ୪ ହଜାରରୁ ଅଧିକ ଆମେରିକୀୟଙ୍କୁ ନିଜ ଶୀକାର ବନାଇଥିଲେ । ଏହାବ୍ୟତୀତ ଗତ ଦୁଇ ବର୍ଷ ମଧ୍ୟରେ  ସେମାନଙ୍କ ଠାରୁ  ୧୪ ମିଲିୟନ୍ ଡଲାର ଠକି ନେଇଛନ୍ତି।

କୗେଣସି ସୁତ୍ରରୁ ଖବର ପାଇ ସାଇବର ସେଲ୍ ଟିମ୍ ଗୁରୁବାର ରାତିରେ ପିରାଗଡି ଅଞ୍ଚଳରେ ଚଢାଉ କରିଥିଲା । ରେଡ୍ ପରେ କଲ୍ ଓ କମ୍ପ୍ୟୁଟର ଗୁଡିକୁ ଯାଞ୍ଚ କରାଯାଇଥିଲା । ଉକ୍ତ କଲ୍ ସେଣ୍ଟରକୁ ଚଳାଇବା ଲାଗି ଲାଇସେନ୍ସ ନଥିବା ଜଣାପଡିଛି ।

ତେବେ କଲ୍ ସେଣ୍ଟରର ସମସ୍ତ କର୍ମଚାରୀଙ୍କୁ ଏ ସମ୍ପର୍କରେ ଜଣାଥିବା ଯୋଗୁଁ ମାଷ୍ଟରମାଇଣ୍ଡ ସମେତ ସମସ୍ତ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।

ଚାର୍ଜ ବସାଇଥିବା ବେଳେ ମୋବାଇଲ୍ ବ୍ୟାଟେରୀ ବିସ୍ଫୋରଣ, ଜଳିଗଲା ଘରର ଆସବାବପତ୍ର

କାଲିମେଳା: ମାଲକାନଗିରି ଏମପିଭି-୭୯ ଇରିଗେସନ କଲୋନୀରେ ମୋବାଇଲ୍ ଚାର୍ଜିଂ ବେଳେ ବିସ୍ଫୋରଣ ଘଟିଛି । ବ୍ୟାଟେରୀ ଫାଟିବା ପରେ ଥିବା କିରୋସିନ୍ ଡବା ଉପରକୁ ଛିଟିକି ପଡ଼ିଥିଲା । ଫଳରେ ଖଟର ଗଦିରେ ନିଆଁ ଲାଗିବା ସହ ଲୁଟାପଟା ସହ କିଛି ଟଙ୍କା ଓ ଶୁଖିଲା ଖାଦ୍ୟ ଜଳି ଯାଇଥିଲା । ତେବେ, ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାଁନ୍ତି ।

Why Mobile Battery explodes

ମୋବାଇଲ୍ ବ୍ୟାଟେରୀ ବିସ୍ଫୋରଣ ଖବର ପ୍ରାୟତଃ ଆସିଥାଏ । ତେବେ, କାହିଁକି ଫାଟେ ମୋବାଇଲ୍ ବ୍ୟାଟେରୀ । ଆସନ୍ତୁ ଜାଣିବା…

ନିର୍ମାଣଗତ ତ୍ରୁଟି: ମୋବାଇଲ୍ ଫାଟିବାର ପ୍ରଥମ କାରଣ ହୋଇପାରେ ମାନ୍ୟୁଫାକଚରିଂ ଡିଫେକ୍ଟ ବା ନିର୍ମାଣଗତ ତ୍ରୁଟି । ମୋବାଇଲରେ ବ୍ୟବହୃତ ଲିଥିୟମ୍-ଆଇଅନ୍ ବ୍ୟାଟେରୀ ଯୋଗାଣ ପୂର୍ବରୁ ଟେଷ୍ଟ କରାଯାଇଥାଏ । ବ୍ୟାଟେରୀ ନିର୍ମାଣରେ ଗୋଟିଏ ତ୍ରୁଟି ବିସ୍ଫୋରଣ କରିଦିଏ । ଅତ୍ୟଧିକ ତାପମାତ୍ରା, ଅତ୍ୟଧିକ ଚାର୍ଜ ଓ ନିମ୍ନମାନର ବ୍ୟାଟେରୀ ବିସ୍ଫୋରଣ ହେବାର ଅଧିକ ଆଶଙ୍କା ଥାଏ ।

ବ୍ୟାଟେରୀକୁ କ୍ଷତି ପହଞ୍ଚିଲେ: ବ୍ୟାଟେରୀ ବିସ୍ଫୋରଣ ଦ୍ୱିତୀୟ କାରଣ ହେଉଛି ବ୍ୟାଟେରୀକୁ କ୍ଷତି ପହଞ୍ଚିବ । ପ୍ରାୟତଃ ହାତରୁ ମୋବାଇଲ୍ ଖସି ପଡ଼ିଥାଏ । ଏହାଦ୍ୱାରା ବ୍ୟାଟେରୀକୁ କ୍ଷତି ପହଞ୍ଚିପାରେ । ଏହାଦ୍ୱାରା ବ୍ୟାଟେରୀର ଯାନ୍ତ୍ରିକ କିମ୍ବା ରାସାୟନକି ଗଠନ ବଦଳିଯିବା ଫଳରେ ସର୍ଟସର୍କିଟ, ଓଭରହିଟିଂ ହୋଇ ବିସ୍ଫୋରଣ ଘଟିଥାଏ ।

ଅନ୍ୟ ଚାର୍ଜରର ବ୍ୟବହାର: ଆମେ ପ୍ରାୟତଃ ଯେ କୌଣସି ଚାର୍ଜରରେ ମୋବାଇଲ୍ ଚାର୍ଜିଂ କରି ଦେଉ । ତେବେ, ଅନ୍ୟ ଚାର୍ଜରରେ ଚାର୍ଜିଂ କରିବା ବ୍ୟାଟେରୀ ପାଇଁ ବିପଦ । ହ୍ୟାଣ୍ଡସେଟର ଆବଶ୍ୟକତା ଅନୁସାରେ ଚାର୍ଜରରେ ଚାର୍ଜ ନକଲେ ବ୍ୟାଟେରୀ ଗରମ ହୋଇଯାଏ । ଏହାଦ୍ୱାରା ବ୍ୟାଟେରୀରେ ଥିବା ଉପାଦାନ ନଷ୍ଟ ହୋଇଯାଇ ଥାଏ ।

ରାତିସାରା ଚାର୍ଜ: ବ୍ୟାଟେରୀ ବିସ୍ଫୋରଣର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି- ସାରା ରାତି ମୋବାଇଲକୁ ଚାର୍ଜରେ ବସାଇବା । ଏମିତି ଅନେକ ଲୋକ ଯେଉଁମାନେ ସକାଳେ ଅଫିସ୍ କିମ୍ବା କୌଣସି କାମ ବାହାନାରେ ରାତି ସାରା ମୋବାଇଲକୁ ଚାର୍ଜରେ ବସାଇ ଶୋଇପଡ଼ନ୍ତି । ଫଳରେ ବ୍ୟାଟେରୀ ଆବଶ୍ୟକତା ଠାରୁ ଅଧିକ ଚାର୍ଜ ହୋଇ ଗରମ ହୋଇଯାଏ । ଓଭର ଚାର୍ଜିଂ ଫଳରେ ସର୍ଟ ସର୍କିଟ୍ ହୋଇ ବିସ୍ଫୋରଣ ଘଟେ ।

ପ୍ରୋସେସର ଓଭରଲୋଡ୍: ପ୍ରାୟତଃ ଆମେ ଫୋନରେ ଏକ ସମୟରେ ଏକାଧିକ ଆପ୍ଲିକେସନ୍ ବ୍ୟବହାର କରୁ । ଫଳରେ ବ୍ୟାଟେରୀ ଗରମ ହୋଇଯାଏ । ଏଥିପାଇଁ ପ୍ରାୟ ମୋବାଇଲରେ ଥର୍ମାଲ ଲକ୍ ରହିଛି । ତେବେ, ଏହା ବେଳେବେଳେ କାମ କରେନାହିଁ । ଫଳରେ ମୋବାଇଲ୍ ବ୍ୟାଟେରୀ ଫାଟି ଯାଏ ।

କାରରେ ଫୋନ୍ ଛାଡ଼ିଦେବା: ଅତ୍ୟଧିକ ଉତ୍ତାପ ବ୍ୟାଟେରୀକୁ ନଷ୍ଟ କରିପାରେ । ତେଣୁ, ହ୍ୟାଣ୍ଡସେଟକୁ ଏକ ଗରମ କାରରେ ନ ରଖିବା ଏବଂ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ସିଧାସଳଖ ସୂର୍ଯ୍ୟ କିରଣ ତଳେ ରଖିପାରିବେ ।

ପାଣି ସଂସ୍ପର୍ଶରେ ବ୍ୟାଟେରୀ ଆସିବା: ବ୍ୟାଟେରୀ ପାଣି ସଂସ୍ପର୍ଶରେ ଆସିଲେ ବିସ୍ଫୋରଣ ଘଟେ । ତେଣୁ, ଫୋନକୁ ଯଥାସମ୍ଭବ ପାଣି ଠାରୁ ଦୂରେଇ ରଖନ୍ତୁ ।

ଏସବୁ ଛଡ଼ା ଆପଣ ବ୍ୟବହାର କରୁଥିବା କମ୍ପାନୀର ମୋବାଇଲ୍ ଅନୁଯାୟୀ ନିର୍ଦ୍ଧାରିତ ଚାର୍ଜର ଓ ବ୍ୟାଟେରୀ ବ୍ୟବହାର କରନ୍ତୁ । ବ୍ୟାଟେରୀ ଗରମ ଥିବାବେଳେ ଚାର୍ଜିଂ କରନ୍ତୁ ନାହିଁ । ଏପରିକି ଫୋନ୍ ହିଟ୍ ଥିବାବେଳେ ବ୍ୟବହାର କରନ୍ତୁ ନାହିଁ ।

ଲକଡାଉନବେଳେ ଏମାନଙ୍କ ଫଟୋରେ କାନ୍ଦିଥିଲା ସାରା ଦେଶ: ଜାଣନ୍ତୁ ଏବେ କେଉଁଠି ଓ କେମିତି ଅଛନ୍ତି ଏମାନେ

ଭୁବନେଶ୍ୱର: ୨୦୨୦ ମାର୍ଚ୍ଚ ୨୫ ଏହା ସେହି ତାରିଖ ଯେବେ ସବୁ ଭାରତୀୟଙ୍କ ଜୀବନ ଅଟକିଯାଇଥିଲା। ମହାମାରୀ କରୋନା ଭାଇରସ ମୁକାବିଲା କରିବାପାଇଁ ସାରା ଦେଶରେ ଏହି ଦିନଠୁ ଲକଡାଉନ୍ କରିଦିଆଯାଇଥିଲା। ଅନେକ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା। ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ଦୁଃଖ ତ କହିଲେ ନ ସରେ। ମାର୍ଚ୍ଚ ୨୪ ମଧ୍ୟରାତ୍ରୀରୁ ରାସ୍ତା ଘାଟ, ଗମନାଗମନ, ଦୋକାନ ବଜାର ସବୁ କିଛି ବନ୍ଦ ହୋଇଯାଇଥିଲା। ଜନଜୀବନ ଏକ ପ୍ରକାରର ଠପ୍ ହୋଇଯାଇଥିଲା। ପ୍ରବାସୀମାନେ ରୋଜଗାର ହରାଇଥିଲେ। ଫଳରେ ପାଖରେ ଦୁଇ ମୁଠା ଖାଇବାକୁ ବି ନଥିଲା। ତେଣୁ ଏପରି ଅବସ୍ଥାରେ ଘରକୁ ଫେରିବା ହିଁ ଗୋଟିଏ ମାତ୍ର ରାସ୍ତା ଥିଲା। ଗାଡ଼ିମଟର ବନ୍ଦ ଥିବାରୁ କିଏ ସାଇକେଲରେ ବାହାରିଲା ତ ପୁଣି କିଏ ଚାଲି ଚାଲି ହଜାର ହଜାର କିଲୋମିଟର ପାର କଲା। ଏହି ସମୟର କରୂଣ ଚିତ୍ର ସୋଶାଲ୍ ମିଡିଆରେ ଭାଇରାଲ ହେଉଥିଲା। ଯାହାକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସିଯାଉଥିଲା।

ଆଜି ଆମେ ଲକଡାଉନ ସମୟରେ ସେହିଭଳି କିଛି ଲୋକଙ୍କ ବିଷୟରେ ଜଣାଇବୁ ଯେଉଁମାନଙ୍କ ଫଟୋ ଲକଡାଉନ ସମୟରେ ବେଶ୍ ଭାଇରାଲ ହୋଇଥିଲା। ଆସନ୍ତୁ ଜାଣିବା ସେମାନେ ଏବେ କେଉଁଠି ଓ କିପରି ଅବସ୍ଥାରେ ଅଛନ୍ତି।

ଦରଭଙ୍ଗାର ସାଇକେଲ ଗର୍ଲ: ଦରଭଙ୍ଗାର ଜ୍ୟୋତି କୁମାରୀ ଲକଡାଉନ ବେଳେ ବେସ୍ ଭାଇରାଲ ହୋଇଥିଲେ । ସେ ସାଇକେଲ ରେ ନିଜ ପିତାଙ୍କୁ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ଯାଏ ଆଣିଥିଲେ  ୭ ଦିନରେ ପ୍ରାୟ ୧୨ ଶହ କିଲୋମିଟର ସାଇକେଲିଂ କରି ସେ ଆସିଥିଲେ। ଜ୍ୟୋତିଙ୍କର ଏହି ସମୟର ଫଟକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ୱିଟ୍ କରିଥିଲେ। ତା ପରେ ସେ ଚର୍ଚ୍ଚା ଘେରକୁ ଆସିଥିଲେ। ତାଙ୍କ ଉପରେ ଫିଲ୍ମ ତିଆରି କରିବାକୁ ମଧ୍ୟ ଚର୍ଚ୍ଚା ହେଲା। ତାଙ୍କୁ କିଛି ସାଇକେଲ କମ୍ପାନୀ ସାଇକେଲିଂ ଟ୍ରେନିଂ ଦେବା ପାଇଁ ମଧ୍ୟ କହିଥିଲେ।

ଏବେ କେମିତି ଅଛନ୍ତି: ତେବେ ଦୀର୍ଘ ୬ ମାସ ପରେ ଏବେ ଜ୍ୟୋତିଙ୍କୁ ସମସ୍ତେ ଭୁଲିଯାଇଛନ୍ତି। ତାଙ୍କୁ ନେଇ ଚର୍ଚ୍ଚା ବନ୍ଦ ହେବା ସହ ତାଙ୍କୁ ମିଳୁଥିବା ଅଫରଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଛି। କେବଳ ପ୍ରଶାସନ ତାଙ୍କୁ ମାଗଣାରେ ସ୍କୁଲରେ ନାମ ଲେଖାଇଛି। ଜ୍ୟୋତିଙ୍କ କହିବା ଅନୁଯାୟୀ କିଛି ଲୋକ ତାଙ୍କ ପାଠ ପଢ଼ା ଖର୍ଚ୍ଚର ଦାୟିତ୍ୱ ବହନ କରିବେ ବୋଲି ମଧ୍ୟ କହିଥିଲେ। ଅନ୍ୟ କିଛି ଲୋକ ତାଙ୍କ ଘର ଛୋଟ ଥିବାରୁ ତାଙ୍କୁ ଗାଁରେ ଜମି ଦେବା କଥା ମଧ୍ୟ କହି୍ଥିଲେ । ହେଲେ ସେ ସବୁ କେବଳ କଥାରେ ହିଁ ରହିଗଲା।

ୟୁପିର ଅମୃତ:  ୨୫ ବର୍ଷୀୟ ଅମୃତ ଏକ ଟ୍ରକ୍ ଯୋଗେ ଗୁଜୁରାଟର ସୁରଟରୁ ୟୁପିର ବସ୍ତି ଜିଲ୍ଲାର ନିଜ ଘରକୁ ଫେରୁଥିଲେ। ଅଧା ବାଟରେ ଅମୃତଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ସାଙ୍ଗମାନେ ଭାବିଲେ ଯେ ଅମୃତଙ୍କୁ କରୋନା ହେଇଛି, ତେଣୁ ଭୟରେ ସେମାନେ ତାଙ୍କୁ ସେଇଠି ଛାଡ଼ି ଚାଲିଯାଇଥିଲେ। ଅସୁସ୍ଥ ଅମୃତଙ୍କର କ’ଣ ହେବ ସେ ବିଷୟରେ କେବଳ ତାଙ୍କର ଜଣେ ମୁସଲମାନ ବନ୍ଧୁ ମହମ୍ମଦ ସାୟୁବଙ୍କ ବ୍ୟତୀତ ଆଉ କେହି ଚିନ୍ତା କରିନଥିଲେ।  ସେହି ରାସ୍ତାରେ ଅମୃତଙ୍କର ମୃତ୍ୟୁ ହୋଇଥିଲା। ସାୟୁବଙ୍କ କୋଳରେ ଅମୃତଙ୍କ ଚିତ୍ର ବହୁତ ଭାଇରାଲ ହୋଇଥିଲା। ଲୋକମାନଙ୍କୁ ଏହି ହିନ୍ଦୁ-ମୁସଲିମ ବନ୍ଧୁତ୍ୱର କାହାଣୀ ବେଶ୍ ପ୍ରଭାବିତ କରିଥିଲା।

ବର୍ତ୍ତମାନ କେମିତି ଅଛନ୍ତି?

ସାୟୁବ କେବଳ ଅମୃତଙ୍କ ମୃତଦେହକୁ ତାଙ୍କ ଘରକୁ ନେଇ ନଥିଲେ ସେ ତାଙ୍କର ଶେଷ କୃତ୍ୟରେ ମଧ୍ୟ ସାହାଯ୍ୟ କରିଥିଲେ। ଏକ ଫଣ୍ଡରାଇଜର ସଂସ୍ଥା ସହ ଯୋଗାଯୋଗ କରି ସାୟୁବ ଅମୃତଙ୍କ ପରିବାରକୁ ସାହାଯ୍ୟ କରିଥିଲେ। ଅମୃତଙ୍କ ପିତା ରାମ ଚରଣଙ୍କର ଚାରି ଝିଅ ଅଛନ୍ତି। ketto ଜରିଆରେ ତାଙ୍କୁ ପ୍ରାୟ ସାଢ଼େ ଛଅ ଲକ୍ଷ ଟଙ୍କାର ଦାନ ମିଳିଥିଲା ଯେଉଁଥିରେ ରାମ ଚରଣ ତାଙ୍କର ଏକ ଝିଅର ବିବାହ ଏବଂ ଡାକ୍ତରଖାନା ବିଲ୍ ପୈଠ କରିଥିଲେ। ସୟୁବ ଖୁସି ଯେ ତାଙ୍କ ଦ୍ୱାରା ଯାହା ସମ୍ଭବ ତାହା କରିପାରିଲେ।

ବିହାରର ରାମପୁକାର: ଲକଡାଉନ ବେଳେ ବିହାରର ରାମପୁକାର ପଣ୍ଡିତଙ୍କ ଫୋନରେ କଥା ହେଉଥିବା ଏକ ଫଟୋବହୁତ ଭାଇରାଲ ହୋଇଥିଲା। ଦିଲ୍ଲୀର ନିଜାମୁଦ୍ଦିନ ବ୍ରିଜରେ ବସିଥିବା ବେଳେ ରାମପୁକାର ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ କାନ୍ଦିପକାଇଥିଲେ। ତାଙ୍କର ଏକ ବର୍ଷର ପୁଅ ବହୁତ ଅସୁସ୍ଥ ଥିଲା ହେଲେ ସେ ଘରକୁ ଯାଇପାରୁନଥିଲେ। ଲକଡାଉନରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣାକୁ ବଖାଣୁଥିବା ତାଙ୍କର ଏହି ଫଟୋ ଲକ୍ଷ ଲକ୍ଷ ଲୋକଙ୍କୁ ଭାବପ୍ରବଣ କରଥିଲା। ଫଟୋ ଭାଇରାଲ ପରେ ଜଣେ ସାମାଜିକ କର୍ମୀଙ୍କ ଟ୍ରେନ୍ ଟିକେଟ୍ ବ୍ୟବସ୍ଥା କରିଥିଲେ ଏବଂ ରାମପୁକର କୌଣସି ପ୍ରକାରେ ଘରେ ପହଞ୍ଚିପାରିଥିଲେ। କିନ୍ତୁ ଦୁଃଖର ବିଷୟ ଯେ ଏହାପୂର୍ବରୁ ତାଙ୍କ ପୁଅ ଆରପାରିକୁ ଚାଲିଯାଇଥିଲେ।

ବର୍ତ୍ତମାନ କେମିତି ଅଛନ୍ତି: ଅନ୍ୟମାନଙ୍କ ଜୀବନରେ ତ ଅଳ୍ପ ବହୁତ ସୁଧାର ଆସିଛି କିନ୍ତୁ ରାମପୁକର ପଣ୍ଡିତଙ୍କ ଜୀବନ ଆଜି ବି ସମାନ ଅବସ୍ଥାରେ ରହିଛି। ସେ ନୂଆ କାମ ଆରମ୍ଭ କରିବା ପାଇଁ ୫ ହଜଦାର ଟଙ୍କା ଋଣ ନେଇଥିଲେ। ହେଲେ ଗାଁରେ କାମ ମିଳିବା କଷ୍ଟକର। ଫେରିବା ଦିନଠାରୁ ସେ ମାତ୍ର ୧୫ ଦିନ କାମ କରିଛନ୍ତି। ଟଙ୍କା ସବୁ ସରିଗଲାଣି ତେଣୁ ସେ ବଡ଼ ଚିନ୍ତାରେ ପଡ଼ିଯାଇଛନ୍ତି।

ଆରଜେଡି ନେତା ତେଜସ୍ୱୀଙ୍କଠାରୁ ୧ ଲକ୍ଷ ଟଙ୍କା ମିଳିଥିଲା ଯେଉଁଥିରେ ସେ ଘରର ଛାତ ପକାଇଛନ୍ତି। ଗାଁଲେକମାନେ ମଧ୍ୟ ପୋଷାକ ଏବଂ କିଛି ଖର୍ଚ୍ଚ ଦେଇଥିଲେ। କିନ୍ତୁ ବର୍ତ୍ତମାନ ପାରିବାରିକ ଖର୍ଚ୍ଚ ଏବଂ ପିଲାମାନଙ୍କର ଶିକ୍ଷା ଅସୁବିଧାର ସମ୍ମୁଖୀନ ହେଉଛି। ରାମପୁକର କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ ସାହାଯ୍ୟର ଆଶ୍ୱାସନା ଦେଇଥିଲେ କିନ୍ତୁ କିଛି ବି କରି ନାହାଁନ୍ତି।

 

 

ନିକଟତମ ହେଉଛି ବୃହସ୍ପତି ଓ ଶନି ଗ୍ରହ, ୮୦୦ ବର୍ଷପରେ ଦେଖିବାକୁ ମିଳିବ ଏଭଳି ଘଟଣା

0

ନୂଆଦିଲ୍ଲୀ: ସୌରମଣ୍ଡଳରେ ସୋମବାର ଦିନ ଏକ ବଡ଼ ଘଟଣା ଦେଖିବାକୁ ମିଳିବ। ଆଜି ବୃହସ୍ପତି ଏବଂ ଶନି ଭଳି ଦୁଇଟି ବଡ଼ ଗ୍ରହ ପରସ୍ପରର ଅତି ନିକଟତର ହେବାକୁ ଯାଉଛନ୍ତି। ଏପରି ସ୍ଥଳେ ପୃଥିବୀରୁ ଦେଖିଲେ ଦୁଇ ଗ୍ରହ ସମାନ ଦେଖାଯିବ। ୧୭ଶ ଶତାବ୍ଦୀରେ ମହାନ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓଙ୍କ ଜୀବନକାଳରେ ଏହି ଦୁଇଟି ଗ୍ରହ ନିକଟତର ହୋଇଥିଲେ।

ମହାକାଶ ବିଜ୍ଞାନୀମାନଙ୍କ କହିବାନୁଯାୟୀ ସୌରମଣ୍ଡଳରେ ଦୁଇଟି ବଡ଼ ଗ୍ରହ ନିକଟତର ହେବା  ବିରଳ ନୁହେଁ। କାହିଁକିନା ବୃହସ୍ପତି ପ୍ରତି ୨୦ ବର୍ଷରେ ପଡୋଶୀ ଗ୍ରହ ଶନିଙ୍କ ନିକଟ ଦେଇ ଅତିକ୍ରମ କରିଥାଏ । ହେଲେ ଏହା ଏତେ ନିକଟତର ହେବା ସ୍ୱତନ୍ତ୍ର ।

ବୈଜ୍ଞାନିକ ମାନଙ୍କ ମତରେ ଦୁଇଟି ଗ୍ରହ ମଧ୍ୟରେ ଦୂରତା ସେମାନଙ୍କ ଦୃଷ୍ଟିକୋଣରୁ ମାତ୍ର ୦.୧ ଡିଗ୍ରୀ ରହିବ। ଯଦି ପାଣିପାଗ ଅନୁକୂଳ ରୁହେ ତାହେଲେ ସୂର୍ଯ୍ୟାସ୍ତ ପରେ ପୃଥିବୀର ବିଭିନ୍ନ ସ୍ଥାନରୁ ଏହାକୁ  ସହଜରେ ଦେଖିହେବ।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ୧୬୨୩ ମସିହା ଜୁଲାଇ ମାସ, ୧୨୨୬ରେ ମଧ୍ୟ ଏଭଳି ଘଟିଥିଲା ।

ପରୀ ପ୍ରସଂଗରେ ବିଜେପିକୁ ଟାର୍ଗେଟ କଲେ ଦାମ: କହିଲେ, ରାଜେନୖତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ଦଳ

ଭୁବନେଶ୍ୱର: ‘ପରୀ’ ପ୍ରସଙ୍ଗରେ ଆରମ୍ଭ ହେଲା ବିଜେପିର ଆଉ ଏକ ମେଗା ସୋ’ । ପରୀକୁ ନ୍ୟାୟ ଦେବା ଆଳରେ ୫ ଦିନିଆ ପଦଯାତ୍ରା ଆରମ୍ଭ କଲା ବିଜେପି ।  ହାଥରସରେ ବିଜେପିର ଏଜେଣ୍ଡା ଅଲଗା ଥିବାବେଳେ ଓଡିଶାରେ ଶସ୍ତା ରାଜନୀତି କରିବାକୁ ପଛାଇନାହିଁ ଦଳ । ବିଜେପି ପଦଯାତ୍ରାକୁ କଟାକ୍ଷ କଲେ ବରିଷ୍ଠ ନେତା ଦାମ ରାଉତ । ଲିଙ୍ଗରାଜ ମନ୍ଦିର ସାମ୍ନାରେ ବିଜେପିର ନାଟକବାଜି । ପରୀ ପାଇଁ ପଦଯାତ୍ରା କରିବା ପାଇଁ ଏକାଠି ହେଲେ କର୍ମୀ ଓ ନେତା । ବାହାସ୍ଫୋଟ ମାରିଲେ, ନିଜ ଗୁଣଗାନ ବି କଲେ । ନିର୍ବାଚନ ସଭା ଭଳି ଚାଲିଲା ବଡ଼ ବଡ଼ ଭାଷଣ । ଆଉ ଏହା ପରେ ପଦଯାତ୍ରାରେ ବାହାରିଲେ ନେତା ଓ କର୍ମୀ । ଭୁବନେଶ୍ୱରରୁ ଯଦୁପୁର ବାହାରିଲା ପଦଯାତ୍ରା । ହାଥରସରେ ବିଜେପିର ଏଜେଣ୍ଡା ଅଲଗା ଥିବାବେଳେ ଓଡିଶାରେ ଶସ୍ତା ରାଜନୀତି କରିବାକୁ ପଛାଇନାହିଁ ଦଳ । ଏ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ଚିଇଁକି ଉଠୁଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ଓଲଟା ଗଣମାଧ୍ୟମ ଉପରେ ବର୍ଷୁଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ହାଥ୍‌ରସ୍ କଥା ପଚାରିବାରୁ କଥା ବୁଲାଇଲେ ଲେଖାଶ୍ରୀ।

ଅନ୍ୟ ପକ୍ଷରେ ପରୀ ମୃତ୍ୟୁ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଦାମ ରାଉତ । ବିଜେପିର ଶସ୍ତା ରାଜନୀତି ତଦନ୍ତକୁ ବାଧା ସୃଷ୍ଟି କରୁଛି ବୋଲି ସେ ମତ ରଖିଛନ୍ତି । ରାଜନୈତିକ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଛି ବିଜେପି । ପରୀ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଛନ୍ତି , ତଦନ୍ତ ଚାଲିଛି । ତଦନ୍ତ ନସରୁଣୁ ବିଜେପି କୁମ୍ଭୀର କାନ୍ଦଣା କାହିଁକି କାନ୍ଦୁଛି ପ୍ରଶ୍ନ କରିଛନ୍ତି ଦାମ ରାଉତ । ବିଜେପିର ପଦଯାତ୍ରା ହେଉଛି ପଲିଟିକାଲ ଧୂଆଁବାଣ । ପ୍ରକୃତ ଦୋଷୀ ଧରିବାକୁ ସରକାରଙ୍କୁ ସହଯୋଗ କରନ୍ତୁ , ଶସ୍ତା ରାଜନୀତି ନକରନ୍ତୁ ବୋଲି କହିଲେ ଦାମୋଦର ରାଉତ ।

ଏଥିସହିତ ପଢ଼ନ୍ତୁ: ଖୁବ୍‌ଶୀଘ୍ର ପରୀ ହତ୍ୟା ମାମଲାରେ ପଡ଼ିବ ପୁର୍ଣ୍ଣଛେଦ, ଧରାହେବ ଅଭିଯୁକ୍ତ

ବିଜେପିର ଏହି ପଦଯାତ୍ରାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ପଦଯାତ୍ରା କଲେ ନ୍ୟାୟ ମିଳେନି , ବରଂ ଆଇନ ଅନୁଯାୟୀ ବିଚାର ହେବାର ଆବଶ୍ୟକତା ରହିଛି ବୋଲି ଆଇନଜୀବୀ କହିଛନ୍ତି । ରାଜ୍ୟ ତଦନ୍ତକାରୀ ଦଳ ଏହି ଘଟଣାର ତଦନ୍ତ କରୁଛି ।  ଏଭଳି ବିରୋଧ ତଦନ୍ତକାରୀ ଦଳକୁ  ସମସ୍ୟାରେ ପକାଇବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

କାବୁଲରେ ବିସ୍ଫୋରଣ; ୯ ମୃତ ଓ ୨୦ରୁ ଅଧିକ ଆହତ

0

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ରବିବାର ଦିନ ବୋମା ବିସ୍ଫୋରଣ ଘଟିଛି । ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ହେବା ସହ ୨୦ରୁ ଅଧିକ ଆହତ ହୋଇଛନ୍ତି ।

ମିଡିଆ ରିପୋର୍ଟ ମୁତାବକ ଆଫଗାନିସ୍ତାନର ଆନ୍ତରିକ ମାମଲା ମନ୍ତ୍ରୀ ମସୁଦ ଅଦାରବି ଏସମ୍ପର୍କରେ ସ୍ପଷ୍ଟ କରିଛନ୍ତି । ଏହି ବିସ୍ଫୋରଣରେ ୯ ଜଣ ମୃତ ଏବଂ ୨୦ରୁ ଅଧିକ ଆହତ ହୋଇଥିବା ନେଇ ସେ କହିଛନ୍ତି । ବିସ୍ଫାେରଣ ଘଟିଥିବା ଅଞ୍ଚଳକୁ ସୁରକ୍ଷାକର୍ମୀ ମାନେ ଘେରାବନ୍ଦୀ କରିଛନ୍ତି ।

ସେହିପରି ଗତ ମଙ୍ଗଳବାର ଦିନ ବୋମା ବିସ୍ଫୋରଣ ଓ ଗୁଳିମାଡରେ ପାଖାପାଖି ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ବିସ୍ଫାେରଣ ସେତେବେଳେ  ଘଟିଥିଲା ଯେତେବେଳେ ତାଲିବାନ ଓ ଆଫଗାନ ସରକାରଙ୍କ ମଧ୍ୟରେ ଶାନ୍ତି ସ୍ଥାପନା ନେଇ ବୁଝାମଣା ହେଉଛି ।

ଖୁବ୍‌ଶୀଘ୍ର ପରୀ ହତ୍ୟା ମାମଲାରେ ପଡ଼ିବ ପୁର୍ଣ୍ଣଛେଦ, ଧରାହେବ ଅଭିଯୁକ୍ତ

ଭୁବନେଶ୍ୱର: ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଖୁବ୍‌ଶୀଘ୍ର ପଡ଼ିବ ପୁର୍ଣ୍ଣଛେଦ । ଚିହ୍ନଟ ହୋଇସାରିଛି ମୁଖ୍ୟ ଅଭିଯୁକ୍ତ । କୌଣସି ମୁହୁର୍ତ୍ତରେ ବି ଗିରଫ ହୋଇପାରେ ଅଭିଯୁକ୍ତ । ମାମଲାର ଖୁବ୍‌ଶୀଘ୍ର ହେବ ଖୁଲାସା ।‌

ସୂଚନାଯୋଗ୍ୟ, ଜୁଲାଇ ୧୪ରେ ନିଖୋଜ ହୋଇଥିଲା ପରୀ । ୨୩ରେ ଉଦ୍ଧାର ହୋଇଥିଲା ତାର ମୃତଦେହ । ୩୪ ସନ୍ଦିଗ୍ଧଙ୍କୁ SIT ପକ୍ଷରୁ ପଚରାଉଚରା ହୋଇଥିଲା । ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ କରିଥିଲା ଏସ୍‌ଆଇଟି । ଅନ୍ୟପଟେ ଶନିବାର ସରୋଜ, ତାଙ୍କ ମା’ ଓ ଭଉଣୀଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରିଥିଲା ଏସଆଇଟି ।

ସେପଟେ ପରୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ବିଜେପିକୁ ଟାର୍ଗେଟ କରିବା ସହ ଆତ୍ମନିରୀକ୍ଷଣ କରିବାକୁ ଦେଇଛନ୍ତି ପରାମର୍ଶ । କହିଛନ୍ତି ପରୀ ହତ୍ୟା ପ୍ରସଙ୍ଗରେ ମାଇଲେଜ ନେବାକୁ ବିଜେପି ହୀନ ରାଜନୀତି କରୁଛି ।

SIT ତଦନ୍ତ ଚାଲିଛି । ହେଲେ ବିଜେପି ପରୀ ମାମଲାକୁ ରାଜନୀତିର ପଶାପାଲିକୁ ବାରମ୍ବାର ଟାଣି କଣ ଦର୍ଶାଇବାକୁ ଚାହୁଛି ବୋଲି ପିନାକୀ ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଶାସିତ ରାଜ୍ୟରେ ଉନ୍ନାଓ ଓ ହାଥରସ୍‌ ଭଳି ଘଟଣା ଘଟିଲା । ସରକାରଙ୍କ ନିଷ୍କ୍ରିୟତା ପର୍ଦ୍ଦାଫାସ ହୋଇଯିବା ଭୟରେ ସେତେବେଳେ ଘଟଣାସ୍ଥଳକୁ ସାମ୍ବାଦିକ କିମ୍ବା ବିରୋଧୀ ରାଜନେତାଙ୍କୁ ଛାଡିନଥିଲା ବିଜେପି ସରକାର ।

ସ୍କାଏ କିଙ୍ଗ୍‌ ଠକେଇ ମାମଲା, ସରିଲା ଆକାଶଙ୍କ ରିମାଣ୍ଡ

ଭୁବନେଶ୍ୱର: ସ୍କାଏ କିଙ୍ଗ୍‌ ଠକେଇ ମାମଲା । ଆକାଶ ପାଠକଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ । ରିମାଣ୍ଡ ବେଳେ ସତ ଓଗାଳିଛନ୍ତି ଜୁନିଅର ପାଠକ୍‌ । ତଦନ୍ତ ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ଉଦ୍ଦେଶ୍ୟ ରଖି ରିମାଣ୍ଡ ଅଣାଯାଇଥିଲା ତାହା ସଫଳ ହୋଇଛି । ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆକାଶ, ସତ ମାନିଛନ୍ତି ଜୁନିଅର ପାଠକ । ଏନେଇ ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଆକାଶ ଇନ୍ ପୁଟ୍ ଟ୍ୟାକ୍ସ କ୍ରେଡିଟ୍‌ ଠକେଇ ଯୋଜନା କରିଥିବା ସୂଚନା ମିଳିଛି । ପାଠକ ପୁଅକୁ ରିମାଣ୍ଡର ଅନ୍ତିମ ଦିନରେ ସ୍ପେଶାଲ୍ ଟିମ୍‌ର ଘନ ଘନ ଜେରା କରାଯାଇଛି । ସ୍କାଏ କିଙ୍ଗ ଠକେଇର ଅସଲ କଥା କହିଛନ୍ତି ନକଲି ଏମ୍‌ଡି ଆକାଶ ପାଠକ । ଟାଟା କମ୍ପାନୀର ଏମ୍‌ଡି ନଥିବା ଆକାଶ ସ୍ୱୀକାର କରିଛନ୍ତି । କେବେ କେଉଁ ହୋଟେଲ ଓ ଫ୍ଳାଇଟ ବୁକ୍‌ କରିଥିଲେ, ଗୋଟି ଗୋଟି ତଥ୍ୟ ଦେଇଛନ୍ତି ଆକାଶ । ସ୍କାଏକିଙ୍ଗ୍‌ ସହ ନେଣଦେଣ କରିଥିବା କଥା ମଧ୍ୟ ସେ ମାନିଛନ୍ତି । ସ୍କାଏ କିଙ୍ଗ୍‌ର ଅଭିଯୋଗକୁ ମଧ୍ୟ ସତ ବୋଲି କହିଛନ୍ତି ଆକାଶ ।

କେବଳ ସେତିକି ନୁହେଁ, କେମିତି ଟାଟା କମ୍ପାନୀର ଲୋଗୋକୁ ବ୍ୟବହାର କରି ପ୍ରସ୍ତୁତ ହୋଇଥିଲା ନକଲି ନିଯୁକ୍ତି । ଠକେଇ ଟଙ୍କାରେ କିଏ କିଏ ଚାର୍ଟର ପ୍ଳେନ୍‌ରେ ବୁଲୁଥିଲ ? ୨ କୋଟି ୬୭ ଲକ୍ଷ ଟଙ୍କା ବିଜନେସ୍‌ ଡିଲ୍‌ର ସୋର୍ସ୍ କଣ ? ସ୍କାଏକିଙ୍ଗ୍ ଭଳି ଅନ୍ୟ କୌଣସି ଟ୍ରାଭେଲ୍‌ ଏଜେନ୍ସିକୁ ଚୂନା ଲଗେଇଛ କି ? ଏସବୁର ଉତ୍ତର ଖୋଜୁଛି କମିଶନରେଟ୍ ପୋଲିସ୍ ।

ସେପେଟ କ୍ରାଇମବ୍ରାଞ୍ଚ ହାତରେ ପି-ସିଣ୍ଡିକେଟର ଦୁର୍ନୀତି ଦସ୍ତାବିଜ୍‌ । ୩୬୦ ଡିଗ୍ରୀ ତଦନ୍ତ କରି ତଥ୍ୟ ଓ ପ୍ରମାଣ ଯୋଗାଡ଼ ଚାଲିଛି । ଆକାଶଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଡେଭିଡ୍‌ ପିଟର ଖୋଲିଥିଲେ ପାଠକ-ପାଣିଗ୍ରାହୀଙ୍କ ଠକେଇର ଗୁମର । ସେପଟେ ଇଡି ମଧ୍ୟ ମାମଲା ରୁଜୁ କରି ବେନାମୀ ଅର୍ଥ କାରବାର ଲିଙ୍କର ଛାନଭିନ୍‌ କରୁଛି । କମିଶନରେଟ୍‌ ପୋଲିସର ରିମାଣ୍ଡ ଅବଧି ସରିବା ପରେ, ଠକମାନଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଜେରା ବେଳେ ଏହି ସିଣ୍ଡିକେଟର ଅନ୍ୟ ସହଯୋଗୀ ବନ୍ଧା ହୋଇ ପାରନ୍ତି ବୋଲି ପୂର୍ବତନ ପୋଲିସ ଅଧିକାରୀ କହିଛନ୍ତି ।ଟାଟା କମ୍ପାନୀରେ ମିଛ ଚାକିରି ମାମଲାରେ ଆକାଶ ପାଠକ, ପ୍ରଦୀପ ପାଣିଗ୍ରାହୀ ଓ ସର୍ବେଶ୍ବର ରାଓଙ୍କୁ ଗିରଫ କରି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।