spot_img
Home Blog Page 6229

ଆଜି ଏହି ରାଶିର ଲୋକମାନଙ୍କର ଦିନଟି ଭଲ ରହିବ ନାହିଁ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୧୮/୧୨/୨୦୨୦ ଶୁକ୍ରବାର, ଧନୁ ୪ଦିନ, ୧୪୨୮ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍, ମାର୍ଗଶିର ଶୁକ୍ଳ ୪ର୍ଥୀ ଦିବା ୨:୨୩ ଗତେ ୫ମୀ

– ମକର ଅହୋରାତ୍ର

– ଶ୍ରବଣା ସଂଧ୍ୟା ୦୭:୦୪ ଗତେ ଧନିଷ୍ଠା ନକ୍ଷତ୍ର

– ଘାତ ଚନ୍ଦ୍ର – ସିଂହ ରାଶିର ଅହୋରାତ୍ର

– ଘାତ ବାର – ବିଛା ଧନୁ ଓ ମୀନ ରାଶିର

– ଯୋଗିନି – ନୈଋତେ ଦିବା ୦୨:୨୩ ଗତେ ଦକ୍ଷିଣେ

– ପୁଷ୍କର ଦୋଷ – ନାସ୍ତି

– ନିଷିଦ୍ଧ ଖାଦ୍ୟ – ମୂଳା

– ଶୁଭ ସମୟ –

ପ୍ରାତଃ ୦୭:୪୫ ରୁ ୦୯:୦୧

ଦିବା ୧୨:୦୪ ରୁ ୦୨:୫୭

ଦିବା ୦୩:୪୧ ରୁ ୦୫:୦୭

ସଂଧ୍ୟା ୬ଟା ରୁ ରାତି ୦୯:୩୧

– ଅଶୁଭ ସମୟ –

ଦିବା ୦୯:୦୧ ରୁ ୧୧:୪୩

ରାତ୍ର ୦୮:୨୫ ରୁ ୧୦:୦୪

 

ମେଷ ରାଶି

ଆଶ୍ୱିନୀ – ନିଜର ସକ୍ଷ ମୁତାବକ କିଛି ଖାଦ୍ୟ କୌଣସି ଜିବକୁ ଖାଇବାକୁ ଦିଅନ୍ତୁ ମନର ଆଶା ପୂରଣ ହେବ ।

ଦ୍ୱିଜା ନକ୍ଷତ୍ର – ଆଜି ଗଙ୍ଗାଜଳ ସହିତ ହଳଦି ମିଶାଇ ଗୃହରେ ମା’ ଲକ୍ଷ୍ମୀଙ୍କୁ ସ୍ନାନ କରାନ୍ତୁ ଏବଂ ପାଦୁକା ପାଆନ୍ତୁ ଆର୍ଶିବାଦ ମିଳିବ ।

କୃତ୍ତିକା ନକ୍ଷତ୍ର- ଆଜି ଅଶ୍ୱତ୍ଥମୂଳରେ ରାଶିତେଲର ଦ୍ୱୀପଦେଇ ଓଁ ହଂ ହନୁମତେ ନମଃ ୨୭ଥର ଜପକରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ମୟୁର ବର୍ଣ୍ଣ

– ହନୁମାନମନ୍ଦିର ଦର୍ଶନ କରନ୍ତୁ କଲ୍ୟାଣ ହେବ ।

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଆଜି ଲାଲରଙ୍ଗର ବସ୍ତ୍ର ଦେବୀଙ୍କୁ ସମର୍ପି କୌଣସି ଅସହାୟକୁ ଦାନ କରନ୍ତୁ କଲ୍ୟାଣ ହେବ ।

ରୋହିଣି ନକ୍ଷତ୍ର – ଆଜି ମନର ଆଶାଜନକ ଦିବସଟିଏ ରହିବ, ଚେଷ୍ଟା ମୁତାବକ ଫଲ ପ୍ରାପ୍ତହେବ, ଦୁର୍ଗା ମା’ଙ୍କର ସ୍ତୁତି ପାଠ କରନ୍ତୁ କଲ୍ୟାଣ ହେବ ।

ମୃଗଶିରା ନକ୍ଷତ୍ର – ଚାକିରି ହେଉ କିମ୍ବା ବ୍ୟବସାୟ ପ୍ରତି କାର୍ଯ୍ୟରେ ଶୁଭଫଳ ପ୍ରାପ୍ତ ହେବ, ପାରାଙ୍କୁ ସୋରିଷ ଖୁଆଇବେ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସୁନେଲି କିମ୍ବା ବାଦାମି

– ସୋରିଷ ତେଲର ଦ୍ବୀପରେ ଲୁହାକଣ୍ଟା ପକାଇ ଓଁ ଶଂ ଶନିଶ୍ଚରାୟ ନମଃ ଜପକରନ୍ତୁ କଲ୍ୟାଣ ହେବ ।

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ହେବାକୁ ଥିବା କାମ ବିଗିଡିଯିବ ଏବଂ ପ୍ରତି କଥାରେ ନକରାତ୍ମକ ପ୍ରଭାବ ମିଳିବ ତେଣୁ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ମନୋବାଞ୍ଛିତ ଫଳ ମିଳିବ॥

ଆର୍ଦ୍ରା ନକ୍ଷତ୍ର – ଆଜି ତରବରିଆ ନିଷ୍ପତି ନିଅନ୍ତୁ ନାହିଁ ନହେଲେ ନିଜର କ୍ଷତି ହେବ, ହନୁମାନଚାଳିଷା ଜପ କରନ୍ତୁ କଲ୍ୟାଣ ହେବ ।

ପୂନର୍ବସୁ ନକ୍ଷତ୍ର – ଆଜି ଚେଷ୍ଟା ଅନୁଯାୟୀ ଫଳ ମିଳିବ ନାହିଁ, ତେଣୁ ଓଁ ଅଞ୍ଜନେୟାୟ ନମଃ ୧୦୮ ଜପ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସିମେଣ୍ଟ ବର୍ଣ୍ଣ

– ଆଜି ପାଖରେ ଅଶ୍ବତ୍ଥ ଚେର ରଖନ୍ତୁ କଲ୍ୟାଣ ହେବ ।

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – ଆଜି ନିଜର ଆଶାଜନକ କାର୍ଯ୍ୟ ପୂରଣ ହେବ, କିଛି ଖାଦ୍ୟ କୌଣସି କଳା ଜିବଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ପୂଷ୍ୟା ନକ୍ଷତ୍ର – ଆଜି ମନ ଦ୍ବନ୍ଦପୂଣ୍ଣ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ସମସ୍ୟା ଉପୁଜିବ, ଓଁ ନମଃ ଶିବାୟ ୧୦୮ଥର ଜପ କରନ୍ତୁ କଲ୍ୟାଣ ହେବ ।

ଅଶ୍ଲେଷା ନକ୍ଷତ୍ର – ଖୁସିପରିବେଷ ସହିତ ଆତ୍ମବଳ ବଢିବ,ଲକ୍ଷ ପୂର୍ଣ୍ଣ ହେବ, ସ୍ନାନପରେ ଗୃହର ଦକ୍ଷିଣ ଦିଗରେ ହନୁମାନଙ୍କ ନିମନ୍ତେ ଘୃତଦ୍ବୀପ ଦିଅନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ହଳଦିଆ

– ଆଜି ଗୃହର ଦେବତାଙ୍କୁ ଅନ୍ନଭୋଗ ଲଗାଇ ଗାଇଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ସିଂହ ରାଶି

ମଘା ନକ୍ଷତ୍ର – ଆଜି ଆପଣଙ୍କୁ ଯୋଗ୍ୟତା ବିକାଶ କରିବାର ସୁଯୋଗ ମିଳିବ ଏବଂ କିଛି ନୂଆ ଶିଖିବାର ଆଗ୍ରହ ଦିନଭରି ବ୍ୟସ୍ତ ରଖିବ ।

ପୂର୍ବାଫାଲଗୁନି ନକ୍ଷତ୍ର – ଆଜି ନିଜ ଗୃହରେ ମା ଲକ୍ଷ୍ମୀଙ୍କୁ ହଳଦିଆ ଫୁଲ ଏବଂ ବସ୍ତ୍ର ରେ ସଜାନ୍ତୁ ଆର୍ଶିବାଦ ମିଳିବ ।

ଉତ୍ତରାଫାଲଗୁନୀ ନକ୍ଷତ୍ର – କାର୍ଯ୍ୟରେ ମନମୁତାବକ ଫଳ ମିଳିବ, କିନ୍ତୁ ଶରୀରରେ ଯନ୍ତ୍ରଣା ଭୋଗିବେ, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଧୁସର

– ଆଜି ଗହମ ପକ୍ଷୀମାନଙ୍କୁ ଦିଅନ୍ତୁ କଲ୍ୟାଣ ହେବ ।

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ଆଜି ଆତ୍ମବଳ ବଢିବ, କୌଣସି ଲକ୍ଷ ପୂର୍ଣ୍ଣ ହେବ, ଓଁ ଗୁରବେ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ହସ୍ତା ନକ୍ଷତ୍ର – ଆଜି କାମଗୁଡିକ ଅଧୁରା ରହିଯିବ ଓ ଆତ୍ମବଳ କମିଜିବ ତେଣୁ ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ ।

ଚିତ୍ରା ନକ୍ଷତ୍ର – ଛେନା ମାଲକ୍ଷ୍ମୀଙ୍କୁ ଭୋଗ ଲଗାଇ ଗାଇଙ୍କୁ ନିଜ ହାତରେ ଖୁଆନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ହଳଦିଆ

– ଗାୟତ୍ରୀ ମନ୍ତ୍ର ୨୧ଥର ଜପ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସବୁଜ

– ଶିତଦିନ କମ୍ବଳ ଦାନ କରନ୍ତୁ କଲ୍ୟାଣ ହେବ ।

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଭାବିଥିବା କିମ୍ବା ଚେଷ୍ଟା କରୁଥିବା କାର୍ଯ୍ୟ ସଂମ୍ପୂର୍ଣ୍ଣ ହେବାରେ ବାଧା ଉପୁଜିବ, ଆଜି ଖଣ୍ଡେ ଆଦା ପାଟିରେ ରଖି ଦିନ ଅତିବାହିତ କରନ୍ତୁ ।

ସ୍ୱାତୀ ନକ୍ଷତ୍ର – ପ୍ରତି ମୂହୁର୍ତ୍ତରେ ମନ ଭିତରେ କିଛି ଚିନ୍ତା ରହିବ ତେଣୁ ସ୍ନାନସାରି ମହାମୃତ୍ୟୁଞ୍ଜୟ ୫୪ଥର ପାଠକରନ୍ତୁ କଲ୍ୟାଣ ହେବ ।

ବିଶାଖା ନକ୍ଷତ୍ର – ନିଜର ଆତ୍ମିୟ ବନ୍ଧୁବାନ୍ଧବ ଓ ସାଙ୍ଗସାଥି ଙ୍କର ସହଯୋଗ ରହିବ ଫଳରେ ଦିନଟି ସହଜରେ କଟିବ, ଲବଙ୍ଗ ପାଟିରେ ରଖି ଦିନକାଟନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଲାଲ

– ଚନ୍ଦନ ଟିକା ମଥାରେ ଲଗାନ୍ତୁ କଲ୍ୟାଣ ହେବ ।

ବିଛା ରାଶି

ବିଶାଖା ନକ୍ଷତ୍ର – ବାଧାବିଘ୍ନର ସୂଚନା ରହିଛି ତେଣୁ ଆଜି ନିଜର ଯୋଜନା ଗୁଡିକ ଗୁପ୍ତ ରଖନ୍ତୁ ଏବଂ ରୁଟିଗୁଡ ଗାଇଙ୍କୁ ଖୁଆନ୍ତୁ କଲ୍ୟାଣ ହେବ ।

ଅନୁରାଧା ନକ୍ଷତ୍ର – ମାନସିକଚାପ ବଢିବ, ଆର୍ଥିକ ଅଭାବ ରହିବ ତେଣୁ ଆଜି କାଉଙ୍କୁ ରୁଟି ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ଜ୍ୟେଷ୍ଠା ନକ୍ଷତ୍ର – ଆଜି ଆତ୍ମସମ୍ମାନ ବୃଦ୍ଧି ହେବ ଏବଂ ଶୁଭରେ ଶୁଭରେ ଦିନ କଟିବ, ପାଠ୍ୟ ଉପକରଣ ଗରିବ ପିଲାଙ୍କୁ ଦିଅନ୍ତୁ କଲ୍ୟାଣ ହେବ ।

– ଶୁଭରଙ୍ଗ – ଖଇରିଆ

– ଆମିଷ ଖାଇନ୍ତୁ ନାହିଁ ଏବଂ ଗାୟତ୍ରି ମନ୍ତ୍ର ୨୭ଥର ଜପ କରନ୍ତୁ କଲ୍ୟାଣ ହେବ ।

ଧନୁ ରାଶି

ଆଶାଜନକ ପରିବେଷ ପରିସ୍ଥିତି ରହି ମନକୁ ସକରାତ୍ମକ ପ୍ରଭାବମୋକପ ମନେ ମନେ ଓଁ କୁବେରାୟ ନମଃ ଜପ କରନ୍ତୁ କଲ୍ୟାଣ ହେବ ।

ପୂର୍ବଷାଢା ନକ୍ଷତ୍ର – ଆଜି ମନ ଦୁର୍ବଳ ରହିବ, ସ୍ନାନବେଳେ ତେଲ ଲଗାଇବେ ନାହିଁ ଏବଂ ବାଧିଲା ଭଳିଆ କାହାକୁ କହିବେ ନାହିଁ  ।

ଉତ୍ତରାଷାଢା ନକ୍ଷତ୍ର – କିଛି ନା କିଛି ଇଛା ପୁରଣ ହେବ, ଅନ୍ୟର ସୁଖରେ ସୁଖି ହେବେ ଫଳରେ ମାନସମ୍ନାନ ମିଳିବ, ମହୁ କିମ୍ବା ମିଠା ଖାଇ ଦିନ ଆରମ୍ଭ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ଧଳା

– ଆଜି ଘର ସାମ୍ମାରେ କଦଳୀ ଗଛଟିଏ ଲଗାନ୍ତୁଜ କଲ୍ୟାଣ ହେବ ।

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ଆଜି ରୁଟିଗୁଡ ବୃଷଭଙ୍କୁ ନିଜ ହାତରେ ଖୁଆନ୍ତୁ ଅଟକିଥିବା କାମ ପୂରଣ ହେବ ।

ଶ୍ରବଣା ନକ୍ଷତ୍ର – ଆଜି କିଛି ବିରିଡାଲି କୌଣସି ଦିବ୍ୟାଙ୍ଗଙ୍କୁ ଦାନ କରନ୍ତୁ ରିଷ୍ଠ ଖଣ୍ଡନ ହୋଇ ଶୁଭରେ ଦିନ କଟିବ ।

ଧନିଷ୍ଠା ନକ୍ଷତ୍ର – ଆଜି ବାରିଅଁଳା ବୃକ୍ଷର ଚେର ପାଖରେ ରଖିବେ ନହେଉଥିବା କାମ ସହଜରେ ହୋଇଯିବ, ମନ ଉତ୍ସାହିତ ରହିବ ।

– ଶୁଭ ରଙ୍ଗ – ସବୁଜ

– ହରେ କୃଷ୍ଣ ହରେ ରାମ ୧୦୮ ଜପ କରୁନ୍ତୁ କଲ୍ୟାଣ ହେବ ।

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଗୃହରେ କିମ୍ବା ସଙ୍ଗସାଥିରେ ବିଶୃଙ୍ଖଳା ଷୃଷ୍ଟି ହେବ, ସ୍ନାନସାରି   ହନୁମାନ ଚାଳିଷା ଜପ କରନ୍ତୁ କଲ୍ୟାଣ ହେବ ।

ଶତଭିଷା ନକ୍ଷତ୍ର – ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୂରଣ ହେବ, ଆଜି ବଉଳକୋଳି ଗଛ ମୂଳରେ ହଳଦିଜଳ ଦିଅନ୍ତୁ କଲ୍ୟାଣ ହେବ ।

ପୂର୍ବଭାଦ୍ର ନକ୍ଷତ୍ର – ଆୟ ଠାରୁ ବ୍ୟୟ ଅଧିକ ହେବ, ସ୍ନାନପରେ ଲକ୍ଷ୍ମୀଙ୍କର ସ୍ତୁତି କିମ୍ବା ଶ୍ରୀସୁକ୍ତ ପାଠ କରନ୍ତୁ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ସବୁଜ ରଙ୍ଗ

– ୭ଟି ଗାଇଙ୍କୁ ରୁଟିଗୁଡ ଖୁଆନ୍ତୁ କଲ୍ୟାଣ ହେବ ।

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ଆଜି ସକାଳୁ ତୁଳସିଚଉରା ମୂଳରେ ଜଳ ଅର୍ପଣ କରି ମଥାରେ ଚଉରାମୂଳ ମାଟିକୁ ଟିକା ଲଗାନ୍ତୁ ଦିନଟି ମନମୁତାବକ ରହିବ ।

ଉତ୍ତରଭାଦ୍ର ନକ୍ଷତ୍ର – ଆଜି ଗୋଟେ କଳାକମ୍ବଳ କୌଣସି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ଏବଂ କଳାଜିବଙ୍କୁ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ ।

ରେବତୀ ନକ୍ଷତ୍ର – ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରିବେ କଲ୍ୟାଣ ହେବ ।

– ଶୁଭ ରଙ୍ଗ – ହଳଦିଆ

– ମଙ୍ଗଳା ମନ୍ଦିର ଦର୍ଶନ କରନ୍ତୁ କଲ୍ୟାଣ ହେବ ।

 

ଗର୍ଗ ଜ୍ୟୋତିଷ – ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

ବୋଲେରୋକୁ ସାମ୍ନାପଟୁ ଧକ୍କା ଦେଲା ଟ୍ରକ୍‌, ସ୍ୱାମୀ-ସ୍ତ୍ରୀ ମୃତ ୫ ଗୁରୁତର

ନୂଆପଡ଼ା: ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନୂଆପଡ଼ା ବିଲେଞ୍ଜର ଗାଁ ଛକ ଠାରେ ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌ । ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ଝିଅ ଓ ନାତୁଣୀଙ୍କ ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତର ମାନଙ୍କୁ ରାୟପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ମୃତକମାନେ ହେଲେ ଗଜେନ୍ଦ୍ର ଦଣ୍ଡସେନା ଓ ସୁଦେଷ୍ଣା ଦଣ୍ଡସେନା। ସେହିପରି ଗୁରୁତର ଆହତମାନେ ହେଲେ ଦୁଲ୍ଲଭି ଦଣ୍ଡସେନା, ଜୟ ପ୍ରକାଶ ଗହୀର, ଲୀଲାବତି ବାଗ, ଗିରିଧାରୀ ବାଗ ଓ ରିଦ୍ଧି ପାତ୍ର ।

ତରବୋଡ଼ ଗାଁ ର ଗଜେନ୍ଦ୍ର ଦଣ୍ଡସେନା ଓ ତାଙ୍କ ସ୍ତ୍ରୀ ସୁଦେଶନା ଦଣ୍ଡସେନା ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାକୁ ବୋଲେରୋ ଗାଡ଼ିରେ ଯାଇ କାମ ସରିବା ପରେ ନିଜ ଘର ତରବୋଡ଼କୁ ଫେରୁଥିଲେ । ରାତି ପ୍ରାୟ ୧୨ ଟା ସମୟରେ ବିଲେଞ୍ଜର ଠାରେ ସାମ୍ନାପଟୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା । ସ୍ୱାମୀ ସ୍ତ୍ରୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ସାଙ୍ଗରେ ଥିବା ଝିଅ ଓ ନାତୁଣୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି ।

ଶୀତରେ ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ, ୩ ଡିଗ୍ରୀ ପାରାରେ ଥରୁଛି ପୁରା ସହର

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ଶୀତ ବଢ଼ିବାରେ ଲାଗିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦିଲ୍ଲୀରେ ଏହି ସମୟରେ ହାଡ଼ ଭଙ୍ଗା ଶୀତ ଜାରି ରହିଛି । ଗତକାଲି ରାତିରେ ଦିଲ୍ଲୀ-ଏନ୍‌ସିଆର୍‌ରେ ସର୍ବନିମ୍ନ ତାପମାତ୍ରା ୩.୫ ରେକର୍ଡ କରାଯାଇଛି । ଏଥି ସହିତ ପାଣିପାଗ ବିଭାଗ ଆକଳନ କରିଛି ଯେ ମାସ ଶେଷ ସୁଦ୍ଧା ଦିଲ୍ଲୀରେ ଆହୁରି ୨ ଡିଗ୍ରୀ ତାପମାତ୍ରା ଘଟିବା ସମ୍ଭାବନା ରହିଛି । ସକାଳ ଓ ରାତି ସମୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଦିନସାରା ବି ତାପମାତ୍ରା କମ୍ ରହୁଛି  ।

ଫଳରେ ହାଡ଼ଭଙ୍ଗା ଶୀତରେ ଥରୁଛନ୍ତି ଦିଲ୍ଲୀବାସୀ । ତେବେ ପାହାଡ଼ ଉପରେ ପ୍ରବଳ ତୁଷାରପାତ କାରଣରୁ ସମତଳ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଥଣ୍ଡା ପବନ ଜାରି ରହିଛି । ଏଥି ସହିତ ଚଳିତ ବର୍ଷର ଶୀତ ଦିଲ୍ଲୀରେ ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ଏହାପୂର୍ବରୁ ୨୦୧୧ ରେ ଡିସେମ୍ବର ୧୬ ରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଥିଲା ।

ଡିସେମ୍ବରରେ ଦିଲ୍ଲୀର ଶୀତକାଳୀନ ରେକର୍ଡ ବିଷୟରେ କହିବାକୁ ଗଲେ ଗତ ବର୍ଷ ଡିସେମ୍ବର ୨୮ ରେ ପାରା ୨.୦୪ ଡିଗ୍ରୀରେ ପହଞ୍ଚିଥିଲା, ୨୦୧୩ ଡିସେମ୍ବର ୨୩ ରେ ସର୍ବନିମ୍ନ ତାପମାତ୍ରା ୨.୦୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ୨୦୧୪ ଏବଂ ୨୦୧୮ ରେ ମଧ୍ୟ ଡିସେମ୍ବର ମାସରେ ପାରା ୩ ଡିଗ୍ରୀ ତଳେ ରହିଥିଲା । କିନ୍ତୁ ଏଥର ଥଣ୍ଡା ହେତୁ ଡିସେମ୍ବର ଶେଷ ସପ୍ତାହରେ ତାପମାତ୍ରା ୨ ଡିଗ୍ରୀ ତଳକୁ ଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ଫୁଲବାଣୀରୁ ଭୁବନେଶ୍ୱର ଯାଉଥିବା ବସ‌ ଦୁର୍ଘଟଣାଗ୍ରସ୍ତ, ପ୍ରାୟ ୩୦ରୁ ୪୦ ଯାତ୍ରୀ ଆହତ ସୂଚନା

ଫୁଲବାଣୀରୁ: ଘାଟିରେ ଓଲଟିଲା ଘରୋଇ ବସ୍‌ । ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ୍‌ଟି ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ହୋଇଛି । ବ୍ରେକ ଫେଲ୍ ଯୋଗୁଁ ବସ୍‌ଟି ଘାଟିରୁ ଓଲଟି ପଡିଥିଲା । ବସ୍‌ରେ ଥିବା ପ୍ରାୟ ୩୦ରୁ ୪୦ ଯାତ୍ରୀ ଆହତ ହୋଇଛନ୍ତି ।

ଆହତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖଜୁରୀପଡ଼ା ଥାନା ଗଡ଼ିଆପଦା ଘାଟିରେ ଦୁର୍ଘଟଣା ଘଟିଛି । ସେମାନଙ୍କ ମଧ୍ୟରୁ ୨,୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

କରୋନା କଟକଣାରେ ଖୋଲିବ ଜନଜାତି ସଂଗ୍ରହାଳୟ, ଯାଇପାରିବେନି ୧୪ ବର୍ଷରୁ କମ ବୟସ ପିଲା

ଭୁବନେଶ୍ୱର: ଆଜିଠୁ ଖୋଲିବ ରାଜ୍ୟ ଜନଜାତି ସଂଗ୍ରହାଳୟ । ଦର୍ଶକମାନଙ୍କ ପାଇଁ କରୋନା କଟକଣା ଭିତରେ ଖୋଲିବ ସଂଗ୍ରହାଳୟ । ପ୍ରବେଶ କରିବା ପୂର୍ବରୁ ସାନିଟାଇଜର ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ରହିଛି । ପ୍ରତ୍ୟେକ ଦର୍ଶକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସଂଗ୍ରହାଳୟ ଭିତରେ ପ୍ରତ୍ୟେକ ଦର୍ଶକ ସେମାନଙ୍କ ମଧ୍ୟରେ ୧୦ ଫୁଟ ଦୂରତା ରକ୍ଷା କରିବେ ।

 

ଏକା ସାଙ୍ଗରେ ମାତ୍ର ୧୦ ଜଣକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ । ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ଓ ୧୪ ବର୍ଷରୁ କମ ବୟସର ପିଲାମାନଙ୍କୁ ସଂଗ୍ରହାଳୟ ମଧ୍ୟକୁ ପ୍ରବେଶ କରିବା ପାଇଁ ଅନୁମତି ମିଳିବ ନାହିଁ । ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ଦିନ ୧୦ରୁ ସନ୍ଧ୍ୟା ୫ଟା ୩୦ ମିନିଟ ଯାଏଁ ଖୋଲା ରହିବ ସଂଗ୍ରହାଳୟ । କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ରାଜ୍ୟ ଜନଜାତି ସଂଗ୍ରହାଳୟ ।

ଦିଲ୍ଲୀ ଏବଂ ଏନସିଆରରେ ୪.୨ ତୀବ୍ରତାରେ ଭୂକମ୍ପ, ଏପ୍ରିଲ୍ ପରେ ଦିଲ୍ଲୀ-ଏନସିଆରରେ ୧୫ ଥରରୁ ଅଧିକ ଥର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏନସିଆରର କିଛି ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପ ତୀବ୍ରତା ରହିଛି ୪.୨ । ଗୁରୁଗ୍ରାମର ୪୮ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏହାର ଉତ୍ପତି ସ୍ଥଳ ରହିଛି । ଗୁରୁବାର ରାତି ପ୍ରାୟ ୧୧.୪୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ଏହାପୂର୍ବରୁ ଡିସେମ୍ବର ୨ ରେ ଦିଲ୍ଲୀ-ଏନସିଆରରେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ଏହି ଭୂକମ୍ପ ୨.୭ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଗାଜିଆବାଦରେ ଥିଲା । ସକାଳ ୪.୪୫ରେ ଏହି ଭୂକମ୍ପ ହୋଇଥିଲା । ଚଳିତ ବର୍ଷ ଦିଲ୍ଲୀ-ଏନସିଆରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି । ଏପ୍ରିଲ୍ ପରେ ଦିଲ୍ଲୀ-ଏନସିଆରରେ ୧୫ ଥରରୁ ଅଧିକ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ସମୟ ମଧ୍ୟରେ ଦିଲ୍ଲୀର ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ଉତ୍ପତିସ୍ଥଳ ରହିଥିଲା ।

ସବୁଠାରୁ ବଡ଼ କଥା ହେଉଛି ଦେଶର ବରିଷ୍ଠ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତିଯେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଯେକୌଣସି ସମୟରେ ଏକ ବଡ଼ ଭୂକମ୍ପ ହୋଇପାରେ । ନ୍ୟାସନାଲ ସେଣ୍ଟର ଅଫ୍ ସେସମୋଲୋଜି, ଦେଶର ସର୍ବୋଚ୍ଚ ସଂସ୍ଥା ଭୂକମ୍ପ ଉପରେ ନଜର ରଖିଛି ଯେ ଗତ କିଛି ମାସ ମଧ୍ୟରେ ଦିଲ୍ଲୀରେ ଅନେକ ଥର କମ୍ପନ ଅନୁଭୂତ ହୋଇଥିଲା ।

୧୯ ପରେ ହାଡ଼ଭଙ୍ଗା ଜାଡ଼ରେ ଥରିବ ଓଡ଼ିଶା, ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା

ଭୁବନେଶ୍ୱର: କିଛିଦିନ ହେବେ ରାଜ୍ୟରେ ଶୀତର ଲହରୀ କମ ରହିଛି । ଗତ କିଛି ଦିନ ହେଲା ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଥିଲା । କିଛି କିଛି ସ୍ଥାନରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିବା ବେଳେ ସମ୍ବଲପୁରଠାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୭ ଡିଗ୍ରି ଅଧିକ ରହିଛି । ତେବେ ଆଗକୁ ହାଡଭଙ୍ଗା ଜାଡରେ ଥରିବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି କମିବ ତାପମାତ୍ରା । ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବ ।

୧୯ ତାରିଖ ପରଠାରୁ ରାଜ୍ୟକୁ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଫଳରେ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ଶୀତ ଲହରୀ ଜାରି ରହିବ । ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ଼, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜରେ ତାପମାତ୍ରା ୧୦ରୁ ୧୨ ଡିଗ୍ରିକୁ ଖସି ଆସିବ ।

ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ନବରଙ୍ଗପୁରରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଖସିଆସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଧର୍ମଶାଳାରୁ ଅପହୃତ ଯୁବତୀ ଉଦ୍ଧାର, ମୁଖ୍ୟ ଅଭିଯୁକ୍ତ ଗିରଫ

ଚଣ୍ଡିଖୋଲ: ଯାଜପୁର ପାଣିକୋଇଲି ରାସ୍ତାରୁ କଲେଜ ଛାତ୍ରୀ ଅପହରଣ ଘଟଣାରେ ଧର୍ମଶାଳା ପୋଲିସକୁ ସଫଳତା । ଉଦ୍ଧାର ହେଲେ ଅପହୃତ ଯୁବତୀ । ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ । କଲେଜରୁ ମାଇଗ୍ରେସନ୍ ସାର୍ଟିଫିକେଟ୍ ନେଇ ଫେରିବା ବାଟରେ ଧର୍ମଶାଳା ଥାନା ଚହଟା ଗାଁର ଯୁବତୀଙ୍କୁ ଜାରକାର ସେଖ୍ ଓରଫ ବବି ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଅପହରଣ ପରେ ଯୁବତୀ ଜଣଙ୍କ ଫୋନରେ ତାଙ୍କ ମାଆଙ୍କୁ ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଥିବା ଅଡିଓ ଭାଇରାଲ୍ ହୋଇଥିଲା ।

Dharmasala Police Rescued Kidnapped Girl And Arrested Mastermind

ଅପହରଣ ଘଟଣାରେ ଧର୍ମଶାଳା ଥାନା ପୋଲିସ ଅଭିଯୁକ୍ତର ବାପା  ଅବ୍ଦୁଲ ହମିଦ୍ ଖାଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୁଖ୍ୟ ଅଭିଯୁକ୍ତ ଜାରକା ଗୋପବନ୍ଧୁ ନଗରର ସେଖ୍ ଅବ୍ଦୁଲ ସେମତ ଖାଁକୁ ଗିରଫ ସହ ଯୁବତୀଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ପୋଲିସ । ଧର୍ମଶାଳା ଥାନା ପୋଲିସକୁ ଏଥିରେ ସଫଳତା ମିଳିଛି । ପୋଲିସ ମୁଖ୍ୟ ଅଭିଯୁକ୍ତକୁ ହେପାଜତକୁ ନେଇଥିବା ବେଳେ ଯୁବତୀଙ୍କୁ ଉଦ୍ଧାର କରିଛି ।

Dharmasala Police Rescued Kidnapped Girl And Arrested Mastermind

ଧର୍ମଶାଳା ଥାନା ପୋଲିସ କଟକ ଆଖପାଖ ଅଞ୍ଚଳରୁ ଯୁବତୀଙ୍କୁ ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ସେଖ୍ ଓରଫ ବବିକୁ ଗିରଫ କରିଛି । ଆସନ୍ତାକାଲି (ଶୁକ୍ରବାର) ପୋଲିସ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବ ବୋଲି ଜଣାପଡ଼ିଛି । ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକ ପ୍ରଶଂସା କରିଛନ୍ତି । ତେବେ, ଅପହରଣ ପଛର କାରଣ ଏବଂ ଧର୍ମ ପରିବର୍ତ୍ତନ କରି ବିବାହ ପଛର ସତ ପୋଲିସ୍ ପ୍ରେସମିଟ ପରେ ଜଣାପଡ଼ିବ ।

Dharmasala Police Rescued Kidnapped Girl And Arrested Mastermind

ସୂଚନାଯୋଗ୍ୟ, ଧର୍ମଶାଳା ଥାନାର ଟହଟା ଗାଁର ଜଣେ ୨୧ ବର୍ଷୀୟ ଯୁବତୀ ଡିସେମ୍ବର ୫ ତାରିଖରେ ଭି.ଏନ୍ କଲେଜ ଯାଜପୁର ରୋଡକୁ ମାଇଗ୍ରେସନ୍ ସାର୍ଟିଫିକେଟ୍ ଆଣିବାକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ଦିନ ପ୍ରାୟ ୩ଟା ୧୫ରେ ଘରୁ ଫୋନ୍ କରିଥିଲେ । ଯୁବତୀ ଜଣଙ୍କ କହିଥିଲେ ସେ… ପାଣିକୋଇଲି ପାଖାପାଖି ପହଞ୍ଚିଛି… ଘରକୁ ଯାଉଛି । ମାତ୍ର ଝିଅ ଘରେ ନପହଞ୍ଚିବା, ବିଳମ୍ବ ହେବାରୁ ପୁଣି ସନ୍ଧ୍ୟା ୫ଟାରେ କଲ୍ କରିଥିଲେ । ହେଲେ ଲାଗିନଥିଲା ଝିଅର ଫୋନ୍, ଥିଲା ସ୍ୱିଚ୍ ଅଫ୍ । ପରେ ଝିଅ ଘରକୁ ଫୋନ୍ କରିବା ସହ ବିବାହ ପାଇଁ ବାଧ୍ୟ ଓ ଝଡ଼ାଫୁଙ୍କା କରାଯାଉଥିବା କହିଥିଲେ ।

ରାଉରକେଲାରୁ ଚୋରି ନାବାଳକ ପଶ୍ଚିମବଙ୍ଗରୁ ଉଦ୍ଧାର, ୪ ଗିରଫ

ରାଉରକେଲା: ଷ୍ଟେସନରୁ ନାବାଳକଙ୍କୁ ଚୋରି, ୩୭୦ କିଲୋମିଟର ଦୂରରେ ବିକ୍ରି । ବନ୍ଧାହେଲେ ୩ ମହିଳାଙ୍କ ସମେତ ୪ ଅଭିଯୁକ୍ତ । ଗତ ୪ ତାରିଖରେ ରାଉରକେଲା ଷ୍ଟେସନ ପରିସରରୁ ୫ ବର୍ଷର ନାବାଳକଙ୍କୁ ଶେକ୍ ବାବ ନାମକ ଯୁବକ ଚୋରି କରି ନେଇଥିଲେ । ଚୋରି କରିବା ପରେ ସନ୍ତୋଷୀ ନାୟକ ଓ ନିର୍ମଳା ଦାସଙ୍କୁ ଶିଶୁପୁତ୍ରକୁ ଦେଇ ଦେଇଥିଲେ ।

Rourkela Plant Site Police Rescued Minor Boy And Arrested 4

ପରେ ୨ ମହିଳା ରାଉରକେଲାରୁ ୩୭୦ କିଲୋମିଟର ଦୂର ପଶ୍ଚିମବଙ୍ଗର ମେଦିନାପୁରର ମନହର ବିବିଙ୍କୁ ଛୁଆଟିକୁ ବିକ୍ରି କରିଦେଇଥିଲେ । ପ୍ରାଥମିକ ତଦନ୍ତରୁ ପୋଲିସ ଏ ତଥ୍ୟ ଜାଣିବାକୁ ପାଇଛି । ଚୋରି ନାବାଳକକୁ ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଉଦ୍ଧାର କରିବା ସହ ୩ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

Rourkela Plant Police Rescued Minor Boy And Arrested 4

ଡ୍ରଗ୍ସ ମାମଲା, ୨୦୧୯ ପାର୍ଟି ଉପରେ କରଣ ଜୋହରଙ୍କୁ ଜେରା କରିବ NCB

ମୁମ୍ବାଇ: ବଲିଉଡ ସହ ଡ୍ରଗ୍ସ ଲିଙ୍କର ଛାନଭିନ୍ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) କରଣ ଜୋହରଙ୍କୁ ସମନ୍ ଜାରି କରିଛି । ବଲିଉଡର ଜଣାଶୁଣା ଚେହେରା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଛି ମୁମ୍ବାଇ ଏନସିବି । ଏନସିବି ଅନୁସାରେ- କରଣ ଜୋହର କୌଣସି ମାମଲାରେ ସନ୍ଦିଗ୍ଧ ନୁହଁନ୍ତି । ଡ୍ରଗ୍ସ ସମ୍ବନ୍ଧିତ ମାମଲାରେ ଏନସିବି କରଣଙ୍କ ଠାରୁ କିଛି ସୂଚନା ଜାଣିବାକୁ ଚାହୁଁଛି ।

Bollywood Drugs Case NCB Mumbai Has Called Karan Johar

ଏନସିବି ସୂତ୍ର ଅନୁସାରେ, କରଣ ଜୋହର ନିଜେ ଏନସିବିରେ ହାଜର ହେବା ଆବଶ୍ୟକ ନାହିଁ । କରଣ ତାଙ୍କ ପ୍ରତିନିଧିକୁ ମଧ୍ୟ ପଠାଇ ପାରିବେ । ତେବେ, କରଣ ଜୋହରଙ୍କୁ ତାଙ୍କର ଇଲେକ୍ଟ୍ରୋନିକ ଉପକରଣର ବିବରଣୀ ଦେବାକୁ କହିଛି ଏନସିବି । ଯେଉଁସବୁ ଉପକରଣ ୨୦୧୯ ଜୁଲାଇରେ ତାଙ୍କ ଘରେ ଆୟୋଜିତ ପାର୍ଟି ସୁଟ୍ ପାଇଁ ବ୍ୟବହାର କରାଯାଇଥିଲା ।

Bollywood Drugs Case NCB Mumbai Has Called Karan Johar

ବୁଧବାର ଏନସିବି କରଣଙ୍କୁ ସମନ ପଠାଇଛି । ୨୦୧୯ରେ ହୋଇଥିବା ପାର୍ଟିର ସମସ୍ତ ତଥ୍ୟ ଦେବାକୁ ଏନସିବି କହିଛି । ପାର୍ଟିରେ କିଏ କିଏ ସାମିଲ୍ ଥିଲେ ? କେଉଁ କ୍ୟାମେରାରେ ଭିଡିଓ ସୁଟ୍ ହୋଇଥିଲା ? ପାର୍ଟିକୁ ଆମନ୍ତ୍ରଣ ପାଇଁ ନିମନ୍ତ୍ରଣ କାର୍ଡ ଦିଆଯାଇଥିଲା କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଶୁକ୍ରବାର (ଡିସେମ୍ବର ୧୮ ତାରିଖରେ) ଦେବାକୁ କୁହାଯାଇଛି ।

Bollywood Drugs Case NCB Mumbai Has Called Karan Johar

ପୂର୍ବରୁ ଡ୍ରଗ୍ସ ମାମଲାରେ ଏନସିବି ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାଙ୍କ ଭଳି ବଲିଉଡର ଚିହ୍ନା ଚେହେରାକୁ ଜେରା କରିଥିବା ବେଳେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା ।