spot_img
Home Blog Page 6248

‘ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇଲେ ଓଡ଼ିଆ ଝିଅ

0

ଭୁବନେଶ୍ୱର: ‘ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ’ ରେକର୍ଡ଼ କରିଛନ୍ତି ଖୋର୍ଦ୍ଧାର ବିସ୍ମୟ ଶିଶୁ କନ୍ୟା ସୋହିନୀ ଦାସ। ବୟସ ମାତ୍ର ୩ ବର୍ଷ ୬ ମାସ। ଖେଳିବା ବୁଲିବା ବୟସ, କିନ୍ତୁ ପାଖରେ ରହିଛି ଅଗାଧ ଜ୍ଞାନର ଭଣ୍ଡାର। କହିପାରୁଛି ୧୬୩ ଦେଶର ନା, ଜାତୀୟ ପତାକା, ତା ସାଙ୍ଗକୁ ସୌର ମଣ୍ଡଳ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଆହୁରି କେତେ କ’ଣ। ଏ ନେଇ ନିକଟରେ ‘ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇଁ ସେ ଓଡ଼ିଶା ପାଇଁ ଗୌରବ ଆଣିଛି।

୩ ବର୍ଷୀୟା ସୋହିନୀଙ୍କୁ ଯିଏ ବି ଭେଟୁଛି ଆଶ୍ଚର୍ଯ୍ୟ ହେଇଯାଉଛି। ଏତେ କମ ବୟସରେ ଏତେ ଜ୍ଞାନ ଦେଖି କେହି ବିଶ୍ୱାର କରିପାରୁନାହାଁନ୍ତି। ସୋହିନୀର ଏହି ଚମତ୍କାରୀତା ପଛରେ ତାଙ୍କ ମା ରଂଜନା ରାଣୀ ଦାସ ଏବଂ ବାପା କମଳେନ୍ଦୁ ନାୟକଙ୍କର ବହୁତ ବଡ଼ ଅବଦାନ ରହିଛି। ମା ଜଣେ ଉଚ୍ଚ ଶିକ୍ଷିତ ମହିଳା। ନିକଟରେ ସେ ଫ୍ରାନ୍ସରୁ ରିସର୍ଚ୍ଚ କରି ଫେରିଛନ୍ତି। ସେ ହିଁ ସୋହିନୀଙ୍କର ଏହି ପ୍ରତିଭା ପାଇଁ ବେଶ୍ ଉତ୍ସାହିତ କରନ୍ତି। ମା-ବାପାଙ୍କ ବ୍ୟତୀତ ସୋହିନୀର ଜେଜେମା ପ୍ରତିମା କୁମାରୀ ଦେଇ ମଧ୍ୟ ତା’ର ଦେଖାଶୁଣା କରିଥାନ୍ତି। ମା ବିଦେଶ ଗଲା ପରେ ସୋହିନୀକୁ ଜେଜେମା ହିଁ ଲାଳନ ପାଳନ କରିଥିଲେ। ବୃତ୍ତିରେ ସେ ଜଣେ ଶିକ୍ଷୟତ୍ରୀ।

ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ମେଡାଲ ପାଇଲା ପରେ ସୋହିନୀ ଏବେ ‘ଗିନିଜ୍ ୱାର୍ଲଡ଼ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇବାକୁ ଚେଷ୍ଟା ଚଲାଇଛନ୍ତି। ନନ୍ଦିଘୋଷ ଟିଭି ତରଫରୁ ଆମେ ମଧ୍ୟ ଏହି ବିସ୍ମୟ ଶିଶୁ ପ୍ରତିଭା ସୋହିନୀ କୁ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ଆଗାମୀ ଦିନର ଗୌରବ ପାଇଁ ଶୁଭ କାମନା କରୁଛୁ।

ପୁଡୁଚେରୀରେ ରାଜ୍ୟ ସରକାରଙ୍କ ମେଡିକାଲ ଟିମ୍; ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବେ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ଲାଗି ପୁଡୁଚେରୀ ଗସ୍ତରେ ଯାଇଛନ୍ତି ରାଜ୍ୟ ସରକାରଙ୍କ ମେଡିକାଲ ଟିମ୍ । ଟିମକୁ ଆଜି ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ ଅନେକ ଦିନ ଧରି ପୁଡୁଚେରୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ବିଖ୍ୟାତ୍ ସାହିତ୍ୟିକ ମନୋଜ ଦାସ । ବିରଞ୍ଚି ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ଟିମ୍ ପୁଡୁଚେରୀ ଯାଇଛି । ଯେଉଁମାନେକି ମନୋଜଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି ।

ଏନେଇ ସୂଚନା ଦେଇଛନ୍ତି ଡାଇରେକ୍ଟର ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ଟ୍ରେନିଂ (ଡିଏମଇଟି) ସି ବି କେ ମହାନ୍ତି ।

ରିମାଣ୍ଡରେ ଗଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର:  ପ୍ରଦୀପ ପାଣିଗ୍ରହୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ତାଙ୍କୁ  ଝାରପଡା ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ନିଆଯାଇଛି ।

ସୂଚନା ମୁତାବକ ପ୍ରଦୀପଙ୍କୁ ରିମାଣ୍ଡରେ ନେବା ଲାଗି ଭୁବନେଶ୍ୱର ଏସଡିଜେମ୍ କୋର୍ଟ ଅନୁମତି ଦେଇଥିଲେ । ଏହାବ୍ୟତୀତ ତାଙ୍କୁ କ୍ରାଇମବ୍ରାଞ୍ଚ  ଓ ଏସଆଇଟି ଆକାଶଙ୍କ ସହ ମୁହାଁମୁହିଁ ଜେରା କରି ପାରେ ବୋଲି ଜଣାପଡିଛି ।

ପୂର୍ବରୁ ଜାଲ ନିଯୁକ୍ତି ମାମଲାରେ ବର୍ତ୍ତମାନ ସୁଦ୍ଧା ୬ ଜଣ ବିଧିବଦ୍ଧ ଭାବେ କ୍ରାଇମବ୍ରାଞ୍ଚ ନିକଟରେ ତାଙ୍କ ବିରୋଧରେ ଅଭିଯୋଗ କରିସାରିଛନ୍ତି । ଟାଟା ମୋଟର୍ସରେ ଚାକିରୀ କରେଇ ଦେବା ପାଇଁ କହି ଲୋକଙ୍କଠୁ ପ୍ରଦୀପ ପାଣିଗ୍ରାହୀ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଏପରିକି ନିଜ ଭାବି ଜାମାତା ଆକାଶ ପାଠକ ଟାଟା ମୋଟର୍ସର ଏମଡି ଅଛନ୍ତି ଓ ସେ ଚାକିରୀ କରାଇ ଦେବେ ବୋଲି କହି ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି ।

ଗଞ୍ଜାମ ଜିଲ୍ଲାର ପାଖାପାଖି ୬୮ ଜଣଙ୍କୁ ଜାଲ ନିଯୁକ୍ତି ଦିଆଯାଇଛି ବୋଲି ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା । ଏଥିସହିତ ଆକାଶ ପାଠକ ଟାଟା ମୋଟର୍ସର ଏମଡ଼ି ବୋଲି ମିଛ ପ୍ରଚାର କରି ଏଭଳି ଜାଲ ନିଯୁକ୍ତି ଦେଇଥିବା ମଧ୍ୟ ଟାଟା ମୋଟର୍ସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ହେଲେ ଏହି ଜାଲ କାରବାରରେ ପ୍ରଦୀପ ଦଲାଲି କରିଥିବା ନେଇ ପରବର୍ତ୍ତୀ ସମୟରେ ଅଭିଯୋଗ ହୋଇଥିଲା ।

ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ରେଡ୍ ପରେ ଏହି ବଡ ଠକେଇ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଯାହାପରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହା ପରେ ପରେ କ୍ରାଇମବ୍ରାଞ୍ଚ ମାମଲାର ଖୋଳତାଡ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିବାହ ସ୍ଥିର ହୋଇଥିଲା । ଡିସେମ୍ବର ୧୧ ତାରିଖରେ ଉଭୟଙ୍କ ବିବାହ ହୋଇଥାନ୍ତା । ଡିସେମ୍ବର ୧୫ ତାରିଖ ଅର୍ଥାତ ଆଜି ସେମାନଙ୍କ ରିସେପସନ୍ ପାର୍ଟି ଅନୁଷ୍ଠିତ ହୋଇଥାନ୍ତା । ତା ପୂର୍ବରୁ ଅଭୟକାନ୍ତ, ଆକାଶ ଓ ପ୍ରଦୀପଙ୍କୁ ଗିରଫ କରାଯାଇଛି ।

ସେହିଭଳି ଠକେଇ ମାମଲାରେ ଆକାଶ ପାଠକଙ୍କ ପିଏସ ଡେଭିଡ ପିଟରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରି ବ୍ୟାପକ ତଥ୍ୟ ହାସଲ କରିଛି । ସେହି ଆଧାରରେ କ୍ରାଇମବ୍ରାଞ୍ଚ ଆକାଶ ପାଠକଙ୍କୁ ୫ ଦନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି । ଆଜି ଆକାଶ ପାଠକଙ୍କ ରିମାଣ୍ଡ ସରୁଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଉଛି । ଏହି ରିମାଣ୍ଡ ସମୟରେ ଠକେଇ ସମ୍ପର୍କିତ ସବୁ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିବ ବୋଲି ସୂଚନା ମିଳିଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ; ସହକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ

ପାରଳାଖେମୁଣ୍ଡି: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଣେ ସହକାରୀ ଶିକ୍ଷକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଏପରିକି ତାଙ୍କ ବାସଭବନ ସମେତ ୧୧ଟି ସ୍ଥାନରେ ଚଢାଉ କରାଯାଉଛି ।

ସମ୍ପୃକ୍ତ ଶିକ୍ଷକଙ୍କ ନାମ ଦୁଷ୍ମନ୍ତ ନାୟକ ବୋଲି ଜଣାପଡିଛି । ସେ ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ଏ. ଏସ୍‌ ରାଉତପୁର ଗାଁ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ଅଛନ୍ତି ।

ଭିଜିଲାନ୍‌ସ ଟିମ୍ ପକ୍ଷରୁ ତାଙ୍କର ପାରଳାଖେମୁଣ୍ଡି ସ୍ଥିତ ୧୦ଟି ସ୍ଥାନ ଓ ଗୁଣପୁରର ଗୋଟିଏ ସ୍ଥାନରେ ଚାଲିଛି ଚଢ଼ାଉ। ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢାଉ କରାଯାଇଛି । ୧୬ଟି ଘରର ଦସ୍ତାବିଜ ୬ଟି ପ୍ଲଟ ସହ ବିପୁଳ ପରିମାଣର ସୁନା, ଟଙ୍କା ଓ ବିଦେଶୀ ମୁଦ୍ରା ଭିଜିଲାନ୍‌ସ ହାତରେ ଲାଗିଥିବା ଜଣାପଡିଛି ।

ତେବେ ଶ୍ରୀ ନାୟକଙ୍କର ୭ରୁ ଅଧିକ ଘର ସହ ସମ୍ପତ୍ତି ଥିବା ସୁରାକ୍‌ ପାଇଛି ଭିଜିଲାନ୍ସ ।

ବିଶ୍ୱର ପ୍ରଥମ କରୋନା ମୁକ୍ତ ଦେଶ ହେଲା ନ୍ୟୁଜିଲାଣ୍ଡ

ୱିଲିଂଟନ: ବିଶ୍ୱର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡ କରୋନା ମୁକ୍ତ ହୋଇଛି। ଏ ନେଇ ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଦେଶରେ ଗୋଟିଏ ବି କରୋନା ଆକ୍ଟିଭ୍ କେସ୍ ନ ଥିବା ବେଳେ ଆଉ କେହି କରୋନା ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇ ନାହାନ୍ତି। ଏହି ଖବର ଜାଣିବା ପରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେର୍ନ ଖୁସି ମନାଇଛନ୍ତି।

ନ୍ୟୁଜିଲାଣ୍ଡରେ ଜଣେ ହେଲେ କରୋନା ରୋଗୀ ନ ଥିବାରୁ ଦେଶରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କଟକଣା ମଧ୍ୟ ହଟାଇ ଦିଆଯାଇଛି।ହେଲେ ବିଦେଶିମାନଙ୍କ ପାଇଁ କିନ୍ତୁ ସୀମା ଏବେ ମଧ୍ୟ ସିଲ୍ ରହିଛି। ଗତ ମାର୍ଚ୍ଚ ୨୫ ଠାରୁ ନ୍ୟୁଜିଲାଣ୍ଡରେ ମହାମାରୀ କରୋନା ପାଇଁ ଲକ୍‌ଡାଉନ୍ ଜାରି କରାଯାଇଥିଲା। ହେଲେ ଏବେ ଦେଶ ସ୍ୱାଭାବିକ ସ୍ଥିତିକୁ ଫେରି ଆସିଛି ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ଜାସିଣ୍ଡା କହିଛନ୍ତି ଏବେ ଦେଶ ସ୍ୟାସ୍ଥ୍ୟ ସେବାରେ ସମସ୍ତ ଧ୍ୟାନ ନ ଦେଇ କେବଳ ଆର୍ଥିକ ବିକାଶ ଉପରେ ଧ୍ୟାନ ଦେବ।

ଦେଶରେ ୨୫ ହଜାର ତଳକୁ ଖସିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ୨୫ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଆଉ ୨୨ ହଜାର ୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାରେ ଆଉ ୩୫୪ ଜଣଙ୍କର ଜୀବନ ଯାଇଛି ।

ଏସମ୍ପର୍କରେ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଏହା ସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୭୦୯ରେ ପହଞ୍ଚିଛି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୯ ଲକ୍ଷ ୦୬ ହଜାର ୧୬୫ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲାଙ୍କ ସଂଖ୍ୟା ୩ ଲକ୍ଷ ୩୯ ହଜାର ୮୨୦ ରହିଛି ।

ସେହିପରି ଗତ ୨୪ ଘଣ୍ଟାରେ ୩୪ହଜାର ୪୭୭ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ୯୪ ଲକ୍ଷ ୨୨ ହଜାର ୬୩୬ ଜଣ ସୁସ୍ଥ ହୋଇଛନ୍ତି ।

ଦୁଇ ଦିନିଆ ରିମାଣ୍ଡରେ ପ୍ରଦୀପ ପାଣିଗ୍ରାହୀ, ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର: ଗିରଫ ଗୋପଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି କ୍ରାଇମବ୍ରାଞ୍ଚ ଦୁଇ ଦିନିଆ ରିମାଣ୍ଡରେ ନେବ । ଏଥିପାଇଁ କୋର୍ଟ ଅନୁମତି ପ୍ରଦାନ କରିସାରିଛନ୍ତି ।

ସୂଚନା ଅନୁଯାୟୀ, ଜାଲ ନିଯୁକ୍ତି ମାମଲାରେ ବର୍ତ୍ତମାନ ସୁଦ୍ଧା ୬ ଜଣ ବିଧିବଦ୍ଧ ଭାବେ କ୍ରାଇମବ୍ରାଞ୍ଚ ନିକଟରେ ତାଙ୍କ ବିରୋଧରେ ଅଭିଯୋଗ କରିସାରିଛନ୍ତି । ଟାଟା ମୋଟର୍ସରେ ଚାକିରୀ କରେଇ ଦେବା ପାଇଁ କହି ଲୋକଙ୍କଠୁ ପ୍ରଦୀପ ପାଣିଗ୍ରାହୀ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଏପରିକି ନିଜ ଭାବି ଜାମାତା ଆକାଶ ପାଠକ ଟାଟା ମୋଟର୍ସର ଏମଡି ଅଛନ୍ତି ଓ ସେ ଚାକିରୀ କରାଇ ଦେବେ ବୋଲି କହି ପ୍ରଦୀପ ଟଙ୍କା ଆଦାୟ କରିଥିବା ଅଭିଯୋଗ ରହିଛି ।

ଗଞ୍ଜାମ ଜିଲ୍ଲାର ପାଖାପାଖି ୬୮ ଜଣଙ୍କୁ ଜାଲ ନିଯୁକ୍ତି ଦିଆଯାଇଛି ବୋଲି ଟାଟା ମୋଟର୍ସ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା । ଏଥିସହିତ ଆକାଶ ପାଠକ ଟାଟା ମୋଟର୍ସର ଏମଡ଼ି ବୋଲି ମିଛ ପ୍ରଚାର କରି ଏଭଳି ଜାଲ ନିଯୁକ୍ତି ଦେଇଥିବା ମଧ୍ୟ ଟାଟା ମୋଟର୍ସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ହେଲେ ଏହି ଜାଲ କାରବାରରେ ପ୍ରଦୀପ ଦଲାଲି କରିଥିବା ନେଇ ପରବର୍ତ୍ତୀ ସମୟରେ ଅଭିଯୋଗ ହୋଇଥିଲା ।

ଆୟବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ରେଡ୍ ପରେ ଏହି ବଡ ଠକେଇ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଯାହାପରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହା ପରେ ପରେ କ୍ରାଇମବ୍ରାଞ୍ଚ ମାମଲାର ଖୋଳତାଡ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିବାହ ସ୍ଥିର ହୋଇଥିଲା । ଡିସେମ୍ବର ୧୧ ତାରିଖରେ ଉଭୟଙ୍କ ବିବାହ ହୋଇଥାନ୍ତା । ଡିସେମ୍ବର ୧୫ ତାରିଖ ଅର୍ଥାତ ଆଜି ସେମାନଙ୍କ ରିସେପସନ୍ ପାର୍ଟି ଅନୁଷ୍ଠିତ ହୋଇଥାନ୍ତା । ତା ପୂର୍ବରୁ ଅଭୟକାନ୍ତ, ଆକାଶ ଓ ପ୍ରଦୀପଙ୍କୁ ଗିରଫ କରାଯାଇଛି ।

ସେହିଭଳି ଠକେଇ ମାମଲାରେ ଆକାଶ ପାଠକଙ୍କ ପିଏସ ଡେଭିଡ ପିଟରଙ୍କୁ କ୍ରାଇମବ୍ରାଞ୍ଚ ଜେରା କରି ବ୍ୟାପକ ତଥ୍ୟ ହାସଲ କରିଛି । ସେହି ଆଧାରରେ କ୍ରାଇମବ୍ରାଞ୍ଚ ଆକାଶ ପାଠକଙ୍କୁ ୫ ଦନିଆ ରିମାଣ୍ଡରେ ନେଇ ପଚରାଉଚରା କରିଛି । ଆଜି ଆକାଶ ପାଠକଙ୍କ ରିମାଣ୍ଡ ସରୁଥିବା ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଉଛି । ଏହି ରିମାଣ୍ଡ ସମୟରେ ଠକେଇ ସମ୍ପର୍କିତ ସବୁ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିବ ବୋଲି ସୂଚନା ମିଳିଛି।

AIIMS ନର୍ସ ୟୁନିଅନ୍ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା

0

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(AIIMS)ର ନର୍ସ ୟୁନିଅନ୍ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରାଯାଇଛି। ଷଷ୍ଠ ବେତନ ଆୟୋଗ ସମ୍ବନ୍ଧିତ ସମସ୍ତ ଦାବି ପୂରଣ ନେଇ ନର୍ସ ୟୁନିୟନ ପକ୍ଷରୁ ଏହି ଧର୍ମଘଟ ଘୋଷଣା କରାଯାଇଛି।

ଦିଲ୍ଲୀ ଏଆଇଏମ୍ଏସ୍ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ନର୍ସ ସଙ୍ଘର ସମସ୍ତ ୨୩ ଦାବି ପୂରଣ ପାଇଁ ସେମାନଙ୍କୁ ଆଶ୍ୱାସନା ଦେବା ସହ ଧର୍ମଘଟରୁ ଓହରି କାର୍ଯ୍ୟରେ ଯୋଗ ଦେବକୁ ନିବେଦନ କରିଛନ୍ତି। ଗୁଲେରିଆ କହିଛନ୍ତି,  ‘ନର୍ସ ୟୁନିଅନ ବର୍ତ୍ତମାନ ଧର୍ମଘଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଆଉ କିଛି ମାସ ମଧ୍ୟରେ କରୋନା ଟିକା ଦେଶରେ ଉପଲବ୍ଧ ହେବାକୁ ଯାଉଛି। ତେବେ ଏଭଳି ସ୍ଥିତିରେ ନର୍ସମାନେ ଧର୍ମଘଟ ନ କରି କାର୍ଯ୍ୟରେ ଯୋଗ ଦିଅନ୍ତୁ ଓ ଦେଶକୁ ମହାମାରୀ ମୁକ୍ତ କରିବାରେ ସହଯୋଗ କରନ୍ତୁ।’

ଅନ୍ୟପଟେ ନର୍ସ ୟୁନିଅନ ଧର୍ମଘଟବନ୍ଦ ବନ୍ଦ ନକଲେ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁଯାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି।

ଦିଲ୍ଲୀ ଏଆଇଏମ୍ଏସ୍ ନର୍ସ ୟୁନିଅନ ଅନୁଯାୟୀ ଦେଶର ସର୍ବୋଚ୍ଚ ଚିକିତ୍ସା ପ୍ରତିଷ୍ଠାନ ଚୁକ୍ତି ଭିତ୍ତିରେ ବାହାରୁ ନର୍ସମାନଙ୍କୁ ନିଯୁକ୍ତି ଦେଉଛି। ଯାହାକି ତାଙ୍କୁ ଧର୍ମଘଟ କରିବାକୁ ବାଧ୍ୟ କରିଛି। ଏହି ଧର୍ମଘଟ ପୂର୍ବରୁ ଡିସେମ୍ବର୧୬ (ବୁଧବାର)ରୁ ପାଳନ କରାଯିବାର ଥିଲା। ହେଲେ AIIMS ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ସେମାନଙ୍କ ସମସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରେ ନର୍ସ ସଙ୍ଘ ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଘୋଷଣା କରିଛନ୍ତି। ଯାହାଫଳରେ ହସ୍ପିଟାଲର ସମସ୍ତ ସେବା ବାଧାପ୍ରାପ୍ତ ହୋଇଛି।

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗେଟ୍ ସମ୍ମୁଖରେ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଫାଟକ ସମ୍ମୁଖରେ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ୫ ଦଫା ଦାବି ନେଇ ଏହି ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ସେଲ ଅଧିନରେ ବିଭିନ୍ନ ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସହ ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆନ୍ଦୋଳକୁ ଓହ୍ଲାଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ସିଟୁ ଶ୍ରମିକ ସଂଗଠନ, ଷ୍ଟିଲ ଏମ୍ଲୋଇଜ ଟ୍ରେଡ ୟୁନିୟନ ଓ ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ସଂଘ ।

ତେବେ ନୂତନ ମଜୁରୀ ଚୁକ୍ତିନାମା , ସେଲ ପେନସନ ଯୋଜନା ଓ ଠିକା କର୍ମଚାରୀଙ୍କ ନୂତନ ମଜୁରୀ ଚୁକ୍ତିନାମା ତୁରନ୍ତ କାର୍ଯ୍ୟକାରୀ କରିବା ଭଳି ପାଞ୍ଚ ଦଫା ଦାବିରେ ଵିଷୋଭ ପ୍ରଦର୍ଶନ କରାଯାଉଛି। ବିକ୍ଷୋଭରେ ସାମିଲ ହୋଇଛନ୍ତି ଇସ୍ପାତ କାରଖାନାର ଶତାଧିକ କର୍ମଚାରୀ ।

ଆଜି ମୋଦିଙ୍କ ଗୁଜରାଟ ଗସ୍ତ: ଚାଷୀଙ୍କ ସହ କରିବେ ଆଲୋଚନା

0

ନୂଆଦିଲ୍ଲୀ: ୨୦ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ। ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ଚାଷୀ। ବିଭିନ୍ନ ରାଜ୍ୟର କୃଷି ସଙ୍ଗଠନଙ୍କ ସହ ସରକାରଙ୍କ ଆଲୋଚନା ଜାରି ରହିଛି।  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗୁଜରାଟର କୁଚ୍‌ରେ ଚାଷୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର କୁଚ୍‌ ଗସ୍ତ କରିବେ। ସେଠାରେ ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏହି ଅବସରରେ ମୋଦି ବିଶ୍ୱର ସର୍ବବୃହତ୍ ରିନ୍ୟୁଏବୁଲ ସୌରପ୍ରକଳ୍ପର ଭୂମି ପୂଜନ କରିବେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ପ୍ରଧାନମନ୍ତ୍ରୀ କୁଚ୍‌ରେ ପହଞ୍ଚିବେ। ଏହାପରେ ଭିସି ଯୋଗ୍ୟ ବିଭିନ୍ନ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସନ୍ଧ୍ୟା ସାଢ଼େ ୭ଟା ବେଳେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଗୁଜରାଟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇ ତାଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୋଦି ଟ୍ୱିଟ୍ କରିଛନ୍ତି, ‘ଏକ ସଶକ୍ତ, ସୁଦୃଢ଼ ତଥା ସମୃଦ୍ଧ ଭାରତର ମୂଳଦୁଆ ପକାଇଥିବା ଲୌହ ମାନବ ସର୍ଦ୍ଦାର ଭାଲାଭଭାଇ ପଟେଲଙ୍କୁ ତାଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ଶତ ଶତ ପ୍ରଣାମ। ସେ ଦେଖାଇଥିବା ମାର୍ଗ ଆମକୁ ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତା ରକ୍ଷା କରିବାକୁ ସର୍ବଦା ପ୍ରେରଣା ଦେବ।’