spot_img
Home Blog Page 6259

ଆଜି ଏହି ରାଶିର ଲୋକଙ୍କର ହୋଇପାରେ ଆର୍ଥିକ କ୍ଷତି ! ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୧୩ ଡିସେମ୍ବର, ୨୦୨୦, ରବିବାର,ବିଛା ୨୮ ଦିନ

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ମାର୍ଗଶିର ମାସ କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି

ଅନୁରାଧା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ପଶ୍ଚିମ ଦିଗରେ ରାତି ୧୨ଟା ୪୮ ମିନିଟ୍ ଅବସ୍ଥାନ କରିବେ

ରାତି ୧୨ଟା ୪୮ ମିନିଟ୍‌ ପରେ ଐଶାନ୍ୟକୁ ଯାତ୍ରା ନିଷେଧ

କନ୍ୟା ଓ ମକର ରାଶି ମହିଳାଙ୍କ ପାଇଁ ଘାତଚନ୍ଦ୍ର

ମେଷ ରାଶିର ଘାତବାର

ଶୁଭ ସମୟ- ଦିନ ୧୨ଟା ଠାରୁ ଦିନ ୨ଟା ୧୫ମିନିଟ୍

ଶୁଭ ସମୟ- ଦିନ ୩ଟା ୪୧ ମିନିଟ୍‌ ଠାରୁ ଦିନ ୪ଟା ୨୫

ଅଶୁଭ ସମୟ- ଦିନ ୪ଟା ୩୦ ମିନିଟ୍ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ

ନିଷେଧ ଖାଦ୍ୟ – ଆଜି ବିରି ଖାଇବେ ନାହିଁ

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ଆପଣଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱକୁ ନେଇ ନୂଆ ସଂର୍ପକ ସୃଷ୍ଟି ହେବ

ଦ୍ୱିଜା ନକ୍ଷତ୍ର- ଖରାପ ଚିନ୍ତାଧାରା ଠାରୁ ଦୁରେଇ ରୁହନ୍ତୁ

କୃତ୍ତିକା ନକ୍ଷତ୍ର- ଆତ୍ମବିଶ୍ୱାସ ବୃଦ୍ଧି ଯୋଗୁ ସଫଳତାର ଶୀର୍ଷକୁ ଯିବେ

ଲାଲ ବସ୍ତ୍ର ପରିଧାନ କରନ୍ତୁ, ପୁରା ଦିନ ଭଲରେ କଟିବ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତିରେ ଆସିବ ପରିବର୍ତ୍ତନ, ଲୋକପ୍ରିୟତା ବଢିବ

ରୋହିଣି ନକ୍ଷତ୍ର- ନିଜର ଭୁଲ୍‌ ନିଷ୍ପତ୍ତି ପାଇଁ ଆର୍ଥିକ କ୍ଷତି ହୋଇପାରେ

ମୃଗଶିରା ନକ୍ଷତ୍ର-  ପାରିବାରିକ ଜୀବନକୁ ନେଇ ଖୁସିରେ ରହିବେ

ବୁଲା କୁକୁରକୁ ମିଠା ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ଆପଣଙ୍କର ବ୍ୟବହାର ଓ କାର୍ଯ୍ୟଶୈଳୀ ଅନ୍ୟକୁ ପ୍ରଭାବିତ କରିବ

ଆର୍ଦ୍ରା ନକ୍ଷତ୍ର – ପାରିବାରିକ ଅଶାନ୍ତିକୁ ନେଇ ମନ ଖରାପ ରହିବ

ପୁନର୍ବସୁ ନକ୍ଷତ୍ର- ଭଲ କାମ କରି ପ୍ରଶଂସିତ ହେବେ, ନ ହେବା କାମ ସହଜରେ ହୋଇଯିବ

ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ପରିଶ୍ରମ ଦ୍ୱାରା କାର୍ଯ୍ୟରେ ସଫଳତା ପାଇବେ, ଲକ୍ଷ୍ୟ ପୂରଣ ହେବ

ପୁଷ୍ୟା ନକ୍ଷତ୍ର- ବିଶ୍ୱସ୍ତ ବ୍ୟକ୍ତିଙ୍କ ସରଳତାର ସୁଯୋଗ ନେଇ କିଛି ବି କରନ୍ତୁ ନାହିଁ

ଅଶ୍ଲେଷା ନକ୍ଷତ୍ର- ଆର୍ଥିକ ଲାଭ ସହ ପାରିବାରିକ ଶାନ୍ତି ପାଇବେ

ଗଣେଶ ଭଗବାନଙ୍କୁ ଦୁର୍ବା ଅର୍ପଣ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଆପଣଙ୍କ କାର୍ଯ୍ୟ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହି କାମ କରନ୍ତୁ

ପୂର୍ବାଫାଲଗୁନି ନକ୍ଷତ୍ର – ରୋମାଣ୍ଟିକ ପରିବେଶରେ ସମୟ କଟିବ

ଉତ୍ତରାଫାଲଗୁନୀ ନକ୍ଷତ୍ର- ଦାମ୍ପତ୍ୟ ଜୀବନରେ ମଧୁରତା ବଢିବ

ଗୁରୁଜନଙ୍କୁ ପ୍ରଣାମ କରି ଘରୁ ବାହାରିବେ, ସମସ୍ତ ଇଛା ପୂରଣ ହେବ

କନ୍ୟା ରାଶି

ଉତ୍ତରାଫାଲଗୁନୀ- ପରିବାରରେ ଖୁସି ରହିବ, ମନରେ ଉତ୍ସାହ ଭରି ରହିବ

ହସ୍ତା ନକ୍ଷତ୍ର- ନିଜ ଲକ୍ଷ୍ୟ,ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଆଗକୁ ବଢନ୍ତୁ

ଚିତ୍ରା ନକ୍ଷତ୍ର- କାର୍ଯ୍ୟ ବ୍ୟସ୍ତତା ରେ ସମୟ କଟିବ, ନିଜଲୋକଙ୍କ ପାଇଁ ସମୟର ଅଭାବ ରହିବ

ମଥାରେ ହଳଦୀର ଟୀକା ଲଗାନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଦିନଟି ବହୁତ ଭଲରେ କଟିବ, ଆକସ୍ମିକ ଭାବରେ ଅର୍ଥଲାଭର ସୁଯୋଗ

ସ୍ୱାତୀ ନକ୍ଷତ୍ର – ସ୍ୱଭାବରେ ପରିବର୍ତ୍ତନ ଆସିବ, ଅନ୍ୟକୁ ଭୁଲ୍‌ ବୁଝିବେ

ବିଶାଖା ନକ୍ଷତ୍ର – ଦୂର ସ୍ଥାନକୁ ଭ୍ରମଣ ପାଇଁ କିଛି ଯୋଜନା କରିପାରନ୍ତି

ମହାଦେବଙ୍କ ମନ୍ଦିରରେ ମହୁ ଦାନ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ନିଜର ଭାବନା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ

ଅନୁରାଧା ନକ୍ଷତ୍ର- ନିଜ କାମକୁ ନେଇ ଖୁସି ଅନୁଭବ କରିବେ

ଜ୍ୟେଷ୍ଠା ନକ୍ଷତ୍ର- ଏକାଗ୍ରତା ରଖି କାମ କରନ୍ତୁ, ନିଜ ଲକ୍ଷ୍ୟରେ ସଫଳ ହେବେ

ଓଁ ଆଦିତ୍ୟାୟୈ ନମଃ ମନ୍ତ୍ରକୁ ୧୧ ଥର ଜପ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର- ଆପଣଙ୍କର ପରିଶ୍ରମ ଅନୁଯାୟୀ ମିଳିବ ସଫଳତା, ଯାହା ବି କରିବେ ସଫଳ ହେବେ

ପୂର୍ବାଷାଢା ନକ୍ଷତ୍ର- ଶିଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଅନ୍ୟର ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ

ଉତ୍ତରାଷାଢା ନକ୍ଷତ୍ର- ପ୍ରତ୍ୟେକଟି ଦିଗରେ ସଫଳତା ମିଳିବ

ପାଚିଲା କଦଳୀ ଗାଈକୁ ଖାଇବାକୁ ଦିଅନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ପୁରା ଦିନ ମଙ୍ଗଳମୟ ରହିବ, ନିଜ କାମ, ବ୍ୟବହାରକୁ ନେଇ ଅନ୍ୟକୁ ଆପଣାର କରିବେ

ଶ୍ରବଣା ନକ୍ଷତ୍ର – ଶରୀର ଅସୁସ୍ଥ ହୋଇପାରେ, ଖାଦ୍ୟ ପ୍ରତି ସଚେତନ ରୁହନ୍ତୁ

ଧନିଷ୍ଠା ନକ୍ଷତ୍ର- ମିତ୍ର ବନ୍ଧୁଙ୍କର ସହଯୋଗ ପାଇବେ, ଦୈନିକ ଆୟରେ ବୃଦ୍ଧି ହେବ

ମା’ତାରିଣୀଙ୍କ ନିକଟରେ ନଡିଆ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର-  ପୁରା ଦିନ ସକରାତ୍ମକ ଭାବନାକୁ ନେଇ ଆଗକୁ ବଢିବେ

ଶତଭିଷା ନକ୍ଷତ୍ର- ବ୍ୟସ୍ତତା ମଧ୍ୟରେ ସମୟ କଟିବ, ଲକ୍ଷ୍ୟ ପୂରଣ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ

ପୂର୍ବଭାଦ୍ର ନକ୍ଷତ୍ର- ବନ୍ଧୁତ୍ୱ ଭାବନା ମନରେ ଆସିବ

ଗଣେଶ ଭଗବାନଙ୍କୁ ୫ଟି ରାଶି ଲଡୁ ଅର୍ପିତ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର-  ଦିନଟି ସାମାନ୍ୟ ରହିବ, ଦିନ ଚର୍ଯ୍ୟାରେ ପରିବର୍ତ୍ତନ ଆସିବ

ଉତ୍ତରଭାଦ୍ର ନକ୍ଷତ୍ର- ଶାରିରୀକ ଓ ମାନସିକ ପୀଡା ଅନୁଭବ କରିପାରନ୍ତି

ରେବତୀ ନକ୍ଷତ୍ର – ଅଟକି ଥିବା କମ ତ୍ୱରାନ୍ୱିତ ହେବ

ସରକାରୀ କର୍ମଚରୀଙ୍କୁ ମିଠା ଖାଇବାକୁ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ଥମୁନି ଆନ୍ଦୋଳନ; ସୋମବାରଠୁ ଆମରଣ ଅନଶନରେ କୃଷକ ନେତା

0

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଜାରି ରହିଥିବା ଚାଷୀ ଆନ୍ଦୋଳନ ଆଜି ୧୮ ଦିନରେ ପହଞ୍ଚିଛି। ତଥାପି କୗେଣସି ପ୍ରକାର ସମାଧାନର ବାଟ ଫିଟି ପାରୁନଥିବା ବେଳେ ସେମାନଙ୍କୁ ବିଭିନ୍ନ ଆଡୁ ସମର୍ଥନ ମିଳିବାରେ ଲାଗିଛି ।

ସରକାରଙ୍କ ସହ ଲଗାତାର ଆଲୋଚନା ବିଫଳ ହେବା ପରେ କୃଷକ ୟୁନିୟନଗୁଡ଼ିକ ଆନ୍ଦୋଳନକୁ ଆହୁରି ତୀବ୍ର କରାଯାଇଛି । ଏପରିକି ଆଇନ ପ୍ରତ୍ୟାହାର ନହେଲେ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି କୃଷକ ସଂଗଠନ । ଏହାବ୍ୟତୀତ କୃଷକ ନେତାମାନେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସେହିପରି ଆସନ୍ତାକାଲିଠାରୁ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଚାଷୀ ସଂଘଠନ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ପଞ୍ଜାବ ଓ ହରିୟାଣାରୁ ହଜାର ହଜାର ଚାଷୀ ଏବେ ଦିଲ୍ଲୀ ମୁହାଁ ହୋଇଛନ୍ତି । ଆଜି ୫୦୦ରୁ ଅଧିକ ଟ୍ରାକ୍ଟରରେ ଚାଷୀ ମାନେ ଦିଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ପାରମ୍ପରିକ ବେଶ ପୋଷାକ ସହ ଅସ୍ତ୍ରଶସ୍ତ୍ର ଧରି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଶିଖ୍ ଧର୍ମଗୁରୁ ମାନେ।

ରାଜଧାନୀର ବିଭିନ୍ନ ବାର ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ, ବିପୁଳ ଜୋରିମାନା ଆଦାୟ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ବାର ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ । ଚଢ଼ାଉ କରିଛି କମିଶନରେଟ ପୋଲିସ । କୋଭିଡ୍‌ ନିୟମ ଉଲଂଘନ କରି ଚାଲିଥିଲେ ବାର ଓ ରେଷ୍ଟୁରାଣ୍ଟ । କ୍ୟାପିଟାଲ ଥାନା ଓ ଖାରବେଳ ନଗର ଥାନା ଅଂଚଳରେ ଥିବା ୮ ଟି ବାରରେ ଶନିବାର ରାତିରେ ପୋଲିସ ଚଢ଼ାଉ କରିଥିଲା ।

ବାରରେ ନିଶା ସେବନ କରୁଥିବା ପ୍ରାୟ ୭୨ ଜଣଙ୍କ ଠାରୁ ପୋଲିସ ୨୮ ହଜାର ଟଙ୍କା ଫାଇନ୍‌ ଆଦାୟ କରିଥିବା ଜଣାପଡ଼ିଛି । କେବଳ ଗ୍ରାହକ ନୁହଁନ୍ତି, ବାର ଓ ରେଷ୍ଟୁରାଣ୍ଟ ମ୍ୟାନେଜରଙ୍କ ଠାରୁ ମଧ୍ୟ ଫାଇନ ଆଦାୟ କରାଯାଇଛି ।

Bar Resturant

ତେବେ କୋଭିଡ୍‌ ନିୟମ ଉଲଂଘନ କରିଥିବା ଏହି ବାର ଓ ରେଷ୍ଟୁରାଣ୍ଟ ଗୁଡ଼ିକୁ ସିଲ କରିବା ପାଇଁ ଅବକାରୀ ବିଭାଗକୁ ଚିଠି ଲେଖିବ କମିଶନରେଟ୍‌ ପୋଲିସ । ଏନେଇ ଖୋଦ୍‌ ପୋଲିସ ଅଧିକାରୀଙ୍କ ସୂଚନା ରହିଛି । ସେହିପରି ଲକ୍ଷ୍ମୀସାଗର, ଖଣ୍ଡଗିରି, ସହିଦନଗର, ଚନ୍ଦ୍ରଶେଖରପୁର, ଇନଫୋସିଟି ପ୍ରଭୃତି ଥାନା ଅଂଚଳରେ ଥିବା ବାରରେ ପୋଲିସ ଶନିବାର ରାତିରେ ରେଡ୍‌ କରିଛି । ରେଡ୍‌ ବେଳେ ବିପୁଳ ପରିମାଣର ଜୋରିମାନା ଆଦାୟ ମଧ୍ୟ କରିଛି ।

ଭାରତରେ ଟିକାକରଣ ଲାଗି ପ୍ରସ୍ତୁତି; ପର୍ଯ୍ୟାୟ କ୍ରମେ ୧୦୦ ଜଣଙ୍କୁ ଦିଆଯିବ ଡୋଜ୍

ନୂଆଦିଲ୍ଲୀ: ଭାରତରେ କରୋନା ଟିକାକରଣ ପାଇଁ ରୋଡ ମ୍ୟାପ୍ ପ୍ରସ୍ତୁତ ହୋଇଛି। ଦେଶରେ ତିନୋଟି କରୋନା ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ଚାଲିଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ୬୦ କୋଟି କରୋନା ଡୋଜ୍ ଦିଆଯିବ । ଏଥିସହିତ ୧୦୦ ଜଣ ଲେଖାଁଏ କରି ପର୍ଯ୍ୟାୟ କ୍ରମେ ଲୋକଙ୍କୁ ଟିକା ଦିଆଯିବ। ଯେଉଁଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି । ଟିକା ନେବାକୁ ଥିବା ୩୦ କୋଟି ବର୍ଗ ମଧ୍ୟରେ କରୋନା ଯୋଦ୍ଧା, ସ୍ୱାସ୍ଥ୍ୟ କର୍ମୀ, ଟିକା ଆବଶ୍ୟକ କରୁଥିବା ଲୋକ ଅନ୍ତର୍ଭୁକ୍ତ ରହିବେ ।

ଏଥିସହ ସହ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା ମଧ୍ୟ କରିଛନ୍ତି ସରକାର । ଦୁଇ ଡିଗ୍ରିରୁ ଆଠ ଡିଗ୍ରି ତାପମାତ୍ରା ମଧ୍ୟରେ କରୋନା ଟିକା ଗୁଡିକୁ ସଂରକ୍ଷିତ କରି ରଖାଯିବ । ଏନେଇ ସମସ୍ତ ଏୟାରପୋର୍ଟରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଦେଶର ବିଭିନ୍ନ ଅଞ୍ଚଳକୁ ଟିକା ନେବା ପାଇଁ ବିମାନର ବ୍ୟବହାର କରାଯିବ ।

ତେବେ ଭାରତରେ ୫ଟି କମ୍ପାନୀ କରୋନା ଟିକା ତିଆରି କରୁଥିବା ବେଳେ ୩ଟିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଖୁବଶୀଘ୍ର ଅନୁମତି ଦିଆଯିବ ବୋଲି ନୀତି ଆୟୋଗ ପକ୍ଷରୁ ପ୍ରକାଶ କରାଯାଇଛି ।

ଭୁବନେଶ୍ୱର ବାର ଆସୋସିଏସନ କାର୍ଯ୍ୟକର୍ତ୍ତା ନିର୍ବାଚନ: ଅବଦୁଲ୍‌ ଜିଆ-ଉଲ୍‌-ହକ୍‌ ନିର୍ଦ୍ୱନ୍ଦ୍ୱରେ ସଭାପତି ନିର୍ବାଚିତ

ଭୁବନେଶ୍ୱର: ପ୍ରକାଶ ପାଇଲା ଭୁବନେଶ୍ୱର ବାର ଆସୋସିଏସନ କାର୍ଯ୍ୟକର୍ତ୍ତା ନିର୍ବାଚନ ଫଳାଫଳ । ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଅବଦୁଲ ଜିଆ-ଉଲ-ହକ ଓ ଉପସଭାପତି ଭାବେ ପ୍ରଶାନ୍ତ କୁମାର ମହାନ୍ତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ସେହିପରି ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ଆଇନଜୀବୀ ରାଜକିଶୋର ଦାସ । ଆଗାମୀ ଦିନରେ ଭୁବନେଶ୍ୱର ବାର ଆସୋସିଏସଏନ୍‌କୁ ଅଧିକ କ୍ରିୟାଶୀଳ ଓ ବିକଶିତ କରିବାକୁ ପ୍ରୟାସ କରାଯିବ ବୋଲି ବିଜୟୀ ପ୍ରାର୍ଥୀମାନେ କହିଛନ୍ତି ।

ଖାଲି ସେତିକି ନୁହେଁ ଦୁସ୍ଥ ଓ ବରିଷ୍ଠ ଆଇନଜୀବୀଙ୍କର ଥିବା ବିଭିନ୍ନ ସମସ୍ୟା ସମାଧାନ ଲାଗି ବ୍ୟବସ୍ଥା କରାଯିବ ବୋଲି ନବ ନିର୍ବାଚିତ ବାର ଆସୋସିଏସଏନର କର୍ମକର୍ତ୍ତାମାନେ ପ୍ରତିଶ୍ରୁତି ଦେଇଛନ୍ତି । ଫଳ ପ୍ରକାଶ ପାଇବା ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ମାନେ ଆସୋସିଏସନ ପରିସରରେ ଉତ୍ସବ ପାଳନ କରିଥିବା ଦେଖାଯାଇଥିଲା ।

ପୁଣି ଟିଏମସି କର୍ମୀଙ୍କ ଆକ୍ରମଣ; ଜଣେ ବିଜେପି କର୍ମୀ ମୃତ, ୬ ଗୁରୁତର

କୋଲକାତା: ଆଗାମୀ ବର୍ଷରେ ପଡିବ ପଶ୍ଚିମବଙ୍ଗରେ ଭୋଟ । ଭୋଟ ପୂର୍ବରୁ ଏବେ ଭଡକି ଯାଇଛି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା । ରାଜନୈତିକ ଆକ୍ରୋଶ ଏବେ ବାସ୍ତବିକ ଆକ୍ରୋଶରେ ପରିଣତ ହୋଇଛି । ଗାଦିସୀନ ତୃଣମୂଳ କଂଗ୍ରେସର କର୍ମୀ ଏବେ ରକ୍ତ ମୁଖା ହୋଇପଡିଥିବା ଅଭିଯୋଗ ହୋଇଛି । ବିଜେପି ରାଷ୍ଟୀୟ ଅଧ୍ୟକ୍ଷ, ପ୍ରଭାରୀ ଏବଂ ଜାତୀୟ ମୁଖପାତ୍ରଙ୍କୁ ଟିଏମସି କର୍ମୀ ପଥର ମାଡ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଶିଥିଳ ପଡିନଥିବା ବେଳେ ଆଜି ପୁଣି ଘଟିଛି ରାଜନୈତିକ ହିଂସା ।

ପଶ୍ଚିମବଙ୍ଗର ୨୬ ପ୍ରଗଣା ଅନ୍ତର୍ଗତ ହଲି ସହରରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ମାରପିଟ ଘଟିଛି । ତୃଣମୂଳ କଂଗ୍ରେସ କର୍ମୀଙ୍କ ମାଡରେ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଛି । ଏବଂ ଆହତ ମାନଙ୍କୁ କଲ୍ୟାଣୀ ଜିଏନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିଜେପିର ତମାମ ନେତା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମମତା ସରକାରର ଅରାଜକତାକୁ ନେଇ ଟ୍ୱିଟ କରିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏକଦମ ଭୁଷୁଡ଼ି ପଡିଥିବା ଅଭିଯୋଗ କରିଛି ବିଜେପି । ପ୍ରତିଦିନ ବିଜେପି କର୍ମୀଙ୍କ ଉପରେ ଟିଏମସି କର୍ମୀ ଆକ୍ରମଣ କରୁଥିବେ ବେଳେ, ସ୍ଥାନୀୟ ପୋଲିସ ସେମାନଙ୍କୁ ପ୍ରସୟ ଦେଉଥିବା ଅଭିଯୋଗ ମଧ୍ୟ କରିଛି ବିଜେପି ।

ସୀମାରେ ସ୍ଥିତି ବିଗାଡୁଛି ଚୀନ, ବୈଦେଶିକ ମନ୍ତ୍ରାଳୟର ଭର୍ତ୍ସନା

ନୂଆଦିଲ୍ଲୀ: ସୀମାରେ ସ୍ଥିତି ବିଗାଡୁଛି ଚୀନ । ଗତ ଛଅ ମାସ ଧରି LACରେ ଯେଉଁ ସ୍ଥିତି ଉପୁଜିଛି ଏଥିପାଇଁ ଚୀନ ସରକାର ହିଁ ଦାୟୀ । ଏହା ଦ୍ୱାରା ସୀମା ନୀତି ଉଲ୍ଲଂଘନ ହେଉଥିବା କହିଛି ଭାରତର ବୈଦେଶିକ ମନ୍ତ୍ରାଳୟ । LACରେ ଚୀନର ମନମାନି ଫଳରେ ଦ୍ୱିପାକ୍ଷିକ ଶାନ୍ତି ଭଙ୍ଗ ହେବା ସହ ପ୍ରୋଟକଲର ଉଲ୍ଲଂଘନ ମଧ୍ୟ ହେଉଛି ।

ଦୁଇ ଦେଶ ମଧ୍ୟରେ ୧୯୯୩ ଏବଂ ୧୯୯୬ରେ ହୋଇଥିବା ଦ୍ୱିପାକ୍ଷିକ ଚୁକ୍ତି ମାନୁ ନାହାଁନ୍ତି ଚୀନ ସରକାର । ଏଣୁ ବେଜିଂ ନିଜର ନୀତିରେ ପରିବର୍ତ୍ତନ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଭାରତ ଓ ଚୀନ ମଧ୍ୟରେ ବର୍ଷ ବର୍ଷ ଧରି ସୁ-ସମ୍ପର୍କ ରହି ଆସିଛି, ହେଲେ ଏବେ ସୀମାରେ ଚୀନ ସରକାରଙ୍କ ବିସ୍ତାରବାଦୀ ନୀତି ଅନେକ ସମସ୍ୟା ସୃଷ୍ଟି କରିଛି । ଗତ କିଛି ମାସ ଧରି ପୂର୍ବ LACରେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଉଭୟ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ସମାଧାନର ବାଟ ଫିଟିପାରୁନି ।

ରାଜଧାନୀର ବିଭିନ୍ନ ବାରରେ କମିଶନରେଟ୍ ପୋଲିସର ରେଡ୍

ଭୁବନେଶ୍ୱର: ରାତିରେ ଜମୁଛି ମଦର ଆସର । ବାର୍ ପାଲଟୁଛି ନିଶାଡ଼ିଙ୍କ ହବ୍ । ବାରରେ ନିଶା ସେବନ ଲାଗି ଲାଇସେନ୍ସ ନାହିଁ । କିନ୍ତୁ, ଆଇନକୁ ଆଖିଠାର ମାରି ରାଜଧାନୀର ଛାତି ଉପରେ ଚାଲିଛି ନିୟମ ଉଲ୍ଲଂଘନ । ରାଜଧାନୀର ବିଭିନ୍ନ ବାରରେ ରେଡ୍ କରିଛି କମିଶନରେଟ୍ ପୋଲିସ । ରେଡ୍ ବେଳେ ବାରରେ ନିଶା ସେବନ କରୁଥିବା ୫୦ରୁ ଅଧିକ ଜଣଙ୍କ ଠାରୁ ପୋଲିସ ଜରିମାନା ଆଦାୟ କରିଥିବା ବେଳେ ବାର ମ୍ୟାନେଜରଙ୍କୁ କରାଯାଇଛି ଫାଇନ୍ ।

Commissionerate Police Raid In Different Bar Of Bhubaneswar

କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ କ୍ୟାପିଟାଲ ଥାନା, ଖାରବେଳ ନଗର ଥାନା, ଲକ୍ଷ୍ମୀ ସାଗର ଥାନା, ଖଣ୍ଡଗିରି ଥାନା, ସହିଦନଗର ଥାନା, ଚନ୍ଦ୍ରଶେଖରପୁର ଥାନା, ଇନଫୋସିଟି ଥାନା ଅଞ୍ଚଳରେ ଥିବା ବିଭିନ୍ନ ବାରରେ ରେଡ୍ କରିଥିଲା । ଏକାଧିକ ବାରରେ ରେଡ୍ ହୋଇଥିବା ବେଳେ ଖାରବେଳ ଥାନା ଅନ୍ତର୍ଗତ ମ୍ୟାଡ୍ ମୁଲ ଓ କ୍ୟାପିଟାଲ ଥାନା ଅଞ୍ଚଳ ୟୁନିଟ-୮ ଅଜିତ ବାର ନିୟମ ଉଲଂଘନ କରିଥିବା ଜଣା ପଡ଼ିଥିଲା । ଆଇନ୍ ଉଲ୍ଲଂଘନ କରିଥିବା ବାର୍ ସିଲ୍ ଲାଗି ଅବକାରୀ ବିଭାଗକୁ କମିଶନରେଟ୍ ପୋଲିସ ଚିଠି ଲେଖିବ ବୋଲି ଜଣାପଡ଼ିଛି ।

ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, 8 ଆହତ

0

ହାଇଦ୍ରାବାଦ: ଔଷଧ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଶନିବାର ଦ୍ବିପ୍ରହରରେ ଅଗ୍ନିକାଣ୍ଡ ଘଟି ୮ଜଣ ଲୋକ ପୋଡ଼ି ଯାଇଥିବା ଆଶଙ୍କା କରାଯାଉଛି । ବିନ୍ଧ୍ୟା ଅର୍ଗାନିକ୍ସର ଔଷଧ ୟୁନିଟ୍ ସାଙ୍ଗାରେଡ୍ଡି ଜିଲ୍ଲାର ବୋଲ୍ଲାରମ୍ ଔଦ୍ୟୋଗିକ କ୍ଷେତ୍ରରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ମୁତାବକ, ଫ୍ୟାକ୍ଟ୍ରିରେ ସାଲବେର ରଖାଯାଇଥିଲା । ସେଥିରେ ଅଚାନକ ନିଆଁ ଲାଗିବା ଫଳରେ ଏହି ଅଘଟଣ ଘଟିଛି । ଚାହୁଁ ଚାହୁଁ ନିଆଁ ପ୍ରଖର ବେଗରେ ବ୍ୟାପି ଯାଇଥିଲା । କିଛି ସମୟ ମଧ୍ୟର ପୁରା ଅଞ୍ଚଳ ଧୁଆଁରେ ଭରିଯାଇଥିଲା । ଅଗ୍ନିକାଣ୍ଡ ସହ ବିସ୍ଫୋରଣ ଶଦ୍ଦ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

ଆଧାର ସହ ପାନ୍ ସଂଯୋଗ ବାଧ୍ୟତାମୂଳକ, ନହେଲେ ଗଣିବେ ୧୦ ହଜାର

ଭୁବନେଶ୍ୱର: ଏବେ ଆଉ ମୁକୁଳିବା ସହଜ ନୁହେଁ । ଆୟକର ଫାଙ୍କି ଖସିବା ମୁସ୍କିଲ । ବାରମ୍ବାର ଆୟକର ଫାଙ୍କୁ ଥିବା ଅଭିଯୋଗ ଆସିବା ପରେ ଆଧାର ଓ ପାନ୍ କାର୍ଡ ଲିଙ୍କ ନିୟମକୁ କଡାକଡି କରିଛନ୍ତି କେନ୍ଦ୍ର ସରକାର । ଏଣିକି ଉଭୟ କାର୍ଡକୁ ସଂଯୋଗ ନକଲେ ଦେବାକୁ ହେବ ୧୦ ହଜାର ଟଙ୍କା ଯାଏଁ ଜରିମାନା । ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯଦି କେହି ଆଧାର କାର୍ଡରେ ପାନ୍ କାର୍ଡ ସଂଯୋଗ ନକରନ୍ତି, ତେବେ ସଂପୃକ୍ତ ବ୍ୟକ୍ତି ଇନକମ ଟ୍ୟାକ୍ସ ଆକ୍ଟ ଆଧାରରେ ଦଣ୍ଡିତ ହେବେ ।

ସେପଟେ ଆଧାର ସହ ପାନ ଲିଙ୍କ ନହେଲେ ଜମି କିଣାବିକା ସହ ମ୍ୟୁଚଆଲ ଫଣ୍ଡ ପରି ଅନେକ ସମସ୍ୟା ଭୋଗିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ । ଅନେକ ବ୍ୟକ୍ତି ଆଧାର କାର୍ଡ ଜରିଆରେ ସରକାରୀ ସୁବିଧା ପାଉଛନ୍ତି । ପାନ୍ କାର୍ଡ ଲିଙ୍କ ନଥିବାରୁ ସେମାନଙ୍କ ଅର୍ଥନୀତିର ସଂପୂର୍ଣ୍ଣ ତଥ୍ୟ ସରକାରଙ୍କୁ ମିଳିପାରୁ ନାହିଁ । ଫଳରେ କାହାର ଇନକମ କେତେ, ଟ୍ୟାକ୍ସ ନିୟମିତ ଭରୁଛନ୍ତି କି ନାହିଁ ତାହା ଜାଣିବା ସହଜ ହେଉ ନାହିଁ ।

ସେହିପରି ଆଧାର ସହ ପାନ କାର୍ଡ ଲିଙ୍କ ନହେବା ଦ୍ୱାରା ଅନେକ କଳାଧନ କାରବାର ପଦାକୁ ଆସି ପାରୁନାହିଁ । ଆଗାମୀ ଦିନରେ ଏଭଳି ପ୍ରକ୍ରିୟା କରିବା ଦ୍ବାରା ଟିକସ ଫାଙ୍କୁଥିବା ବ୍ୟକ୍ତି ସଜାଗ ହୋଇଯିବେ ବୋଲି ମତପ୍ରକାଶ କରିଛନ୍ତି ବିଶେଷଜ୍ଞ । ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ ନହେଲେ ଆଗାମୀ ଦିନରେ ଦୁଇଟି ଯାକ କାର୍ଡ ଅକାମି ହେବାର ଅନେକ ସମ୍ଭାବନା ରହିଛି । ତେଣୁ କେନ୍ଦ୍ ସରକାରଙ୍କ ଏହି ନୂଆ ନୟମ ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡିବ ।