spot_img
Home Blog Page 6278

କରୋନା ବିରୋଧରେ ଲଢ଼େଇ ନେଇ ୧୦୦ ଦିନର କାର୍ଯ୍ୟପନ୍ଥା ପ୍ରସ୍ତୁତ କଲେ ବାଇଡେନ୍

ଓ୍ୱିଲମିଙ୍ଗଟନ୍: ଆଗାମୀ ୧୦୦ ଦିନ ପାଇଁ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ । ଏଥିରେ ସେ ୩ଟି କାର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି । ସେଗୁଡ଼ିକ ହେଲା ମାସ୍କିଂ, ଟିକାକରଣ ଓ ଶିକ୍ଷାନୁଷ୍ଠାନ ଖୋଲିବ । ଟିକାକରଣ କାର୍ଯ୍ୟକ୍ରମ ମଧ୍ୟରେ ସେ ପ୍ରଥମ ୧୦୦ ଦିନରେ ଅନୁନ୍ୟ ୧୦ କୋଟି ଲୋକଙ୍କ ଟିକାକରଣ ନେଇ ଲକ୍ଷ୍ୟ ରଖିଛନ୍ତି । କାର୍ଯ୍ୟଭାର ଗ୍ରହଣ କରିବାର ୧୦୦ ଦିନ ମଧ୍ୟରେ ଏହି କାର୍ଯ୍ୟ କରିବେ ବୋଲି ଏକ ଆମେରିକୀୟ ନ୍ୟୁଜ ଏଜେନ୍ସିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଜୋ ବାଇଡେନ୍ ।

ଭୂତାଣୁର ଭୟ ମଧ୍ୟରେ ଆମେରିକାରେ ବସବାସ କରିବା ଅଧିକ ନିରାପଦ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଆମେରିକାର ବରିଷ୍ଠ ସଂକ୍ରମଣ ରୋଗ ବିଶେଷଜ୍ଞ ଡ. ଏନ୍ଥୋନୀ ଫାଉସିଙ୍କ ଆଲୋଚନା ପରେ ସେ ଏ ନେଇ ପ୍ରସ୍ତୁତି କରିଥିବା କହିଛନ୍ତି ।

            ମାସ୍କିଂ ନେଇ ସେ କହିଛନ୍ତି ଯେ, ଗୋଟିଏ ଦସ୍ତଖତ ପରେ ଏହା ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଫେଡ୍ରାଲ ବିଲ୍ଡିଂ, ଆନ୍ତଃରାଜ୍ୟ ଭ୍ରମଣ, ବିମାନ, ଟ୍ରେନ୍ ଓ ବସ୍ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ । ଏହାର କାର୍ଯ୍ୟକାରୀ ନେଇ ସେ ବିଭିନ୍ନ ରାଜ୍ୟର ଗଭର୍ଣ୍ଣର ଓ ମେୟରଙ୍କ ସହ ଯୋଗାଯୋଗରେ ଥିବା କହିଛନ୍ତି ।

ସେହିଭଳି ସ୍କୁଲ ଖୋଲିବାକୁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ଭାବେ ବିବେଚନା କରିଛନ୍ତି ଜୋ  ବାଇଡେନ । ଏବଂ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନ ଶେଷ ସୁଦ୍ଧା ସ୍କୁଲ ଖୋଲାଯିବ ବୋଲି ସେ କହିଛନ୍ତି । ସୂଚନା ଯୋଗ୍ୟ ଯେ, ଏଯାବତ୍ ଆମେରିକାରେ ମୋଟ ୧ କୋଟି ୫୧ଲକ୍ଷ ୭୧ହଜାର ୬୭୬ କରୋନା ସଂକ୍ରମିତ ହୋଇସାରିଥିବା ବେଳେ ୨ ଲକ୍ଷ ୮୬ ହଜାର ୩୦୭ ଜଣଙ୍କ ମୃତ୍ୟୁ ହୋଇଛି ।

ଇଡି ସ୍କାନରରେ ପାଠକ-ପ୍ରଦୀପ

ଭୁବନେଶ୍ୱର: ପାଠକ ବାପପୁଅ ଓ ଭାବି ସମୁଦି ଅର୍ଥାତ ପ୍ରଦୀପ ପାଣିଗ୍ରାହୀ ଠକେଇ ମାମଲାରେ ଖୋଳତାଡ କରୁଛି ଇଡି । ୩ଟି ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବର୍ତ୍ତମାନ ବ୍ୟାଙ୍କରୁ ମିଳିଥିବା ତଥ୍ୟକୁ ଅନୁଧ୍ୟାନ କରାଯାଉଛି । ପରେ ୩ଜଣଙ୍କୁ ଜେରା ପାଇଁ ସ୍ପେଶାଲ କୋର୍ଟରେ ଆବେଦନ କରିବ ଇଡି ।

ପ୍ରାଥମିକ ତଦନ୍ତରୁ ପ୍ରଦୀପଙ୍କ ଆକାଉଣ୍ଟକୁ ୨ କୋଟି ୪୦ ଲକ୍ଷ ଟଙ୍କା ଆସିଥିବା ସୂଚନା ମିଲିଥିବା ବେଳେ ଜେରା ପରେ ବ୍ୟାପକ ତଥ୍ୟ ମିଳିପାରିବ । ସୁରକ୍ଷା ଦୃଷ୍ଟିରୁ ଝାରପଡ଼ା ଜେଲ ଭିତରେ ଜେରା କରାଯିବ । ବ୍ରହ୍ମପୁରରେ ଏକାଧିକ ଲୋକଙ୍କ ସହ ଆର୍ଥିକ କାରବାରର ପ୍ରମାଣ ମିଳିଛି । ଆବଶ୍ୟକ ସ୍ଥଳେ ପ୍ରଦୀପ ଓ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତି ମଧ୍ୟ ହୋଇପାରେ

ବାୟୁସେନାର ପୋଷାକ ପିନ୍ଧି ଗରୀମା କ୍ଷୁର୍ଣ୍ଣ କଲେ ଅନିଲ କପୁର, ବାୟୁସେନାର ଦାବି, ହଟାଯାଉ ସିନ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନିଲ କପୁରଙ୍କ ଆଗାମୀ ପ୍ରୋଜେକ୍ଟ ‘AK vs AK’ ରେ ବାୟୁସେନା ଅଧିକାରୀଙ୍କୁ ଯେଉଁଭଳି ଭାବରେ ଦର୍ଶାଯାଇଛି, ତା ଉପରେ ଆପତ୍ତି ପ୍ରକାଶ କରିଛି ବାୟୁସେନା । ବୁଧବାର ବାୟୁସେନା ପକ୍ଷରୁ ଏକ ଟ୍ୱିଟ୍ କରାଯାଇଥିଲା, ଯେଉଁଥିରେ ଉଲ୍ଲେଖ କରାଯାଇଥିଲା ଯେ, ‘ ଫିଲ୍ମରୁ ଏଭଳି ସିନ୍ ତୁରନ୍ତ ହଟାଯିବା ଉଚିତ ।’

ସୂଚନା ଅନୁଯାୟୀ, ଅନଲାଇନ ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଏକ ପ୍ରୋଜେକ୍ଟ ଆସିବାକୁ ଯାଉଛି ଯାହାର ନାଁ ରହିଛି ‘AK vs AK’ । ନିକଟରେ ଏହାର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ଅନିଲ କପୁର ବାୟୁସେନା ୟୁନିଫର୍ମ ପିନ୍ଧିଥିବା ନଜର ଆସିଛନ୍ତି । ସିନରେ ଅନିଲ କପୁର ବଲିଉଡ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ସହିତ ଅଛନ୍ତି ଏବଂ ଆପତ୍ତିଜନକ ଶବ୍ଦର ବ୍ୟବହାର କରୁଛନ୍ତି ।

ତେବେ ବର୍ତ୍ତମାନ ବାୟୁସେନା ଏହି ଭିଡିଓକୁ ରିଟ୍ୱିଟ କରି ଲେଖିଛି ଯେ, ଭିଡିଓରେ ବାୟୁସେନା ପୋଷାକକୁ ଭୁଲ ଭାବରେ ବ୍ୟବହାର କରାଯାଇଛି ଏବଂ ଅପଶବ୍ଦ ମଧ୍ୟ ବ୍ୟବହାର କରାଯାଇଛି । ଦେଶ ପାଇଁ ସେନା ପୋଷାକ ପିନ୍ଧୁଥିବା ଯବାନ ମାନଙ୍କ ପାଇଁ ଏହା ଠିକ ଚିତ୍ରଣ ନୁହେଁ । ଏମିତିରେ ଏହି ସିନକୁ କାଟିବା ପାଇଁ ବାୟୁସେନା ପକ୍ଷରୁ କୁହାଯାଇଛି ।

ତେବେ ଏହା ପୂର୍ବରୁ ଏମିତି ଅନେକ ଥର ହୋଇଛି ଯେଉଁଠି, ବଲିଉଡର କୌଣସି ଫିଲ୍ମ ବା ୱେବ ସିରିଜରେ ଅଧିକାରୀଙ୍କୁ ୟୁନିଫର୍ମ ପିନ୍ଧି ଭୁଲ କାମ କରୁଥିବା ଦର୍ଶାଯାଇଛି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି । କିଛି ମାସ ପୂର୍ବରୁ ଏକତା କପୁରଙ୍କ ନିର୍ମିତି ୱେବ ସିରିଜରେ ସେନାର ୟୁନିଫର୍ମ ପିନ୍ଧି ଚରିତ୍ରକୁ ଭୁଲ ଭାବରେ ଦର୍ଶାଯାଇଥିଲା, ଯାହାକୁ ନେଇ ଏନେକ ବିବାଦ ସୃଷ୍ଟି ହୋଇଥିଲା ।

ଦେଶରେ ଅଜଣା ରୋଗ ଆତଙ୍କ: ରକ୍ତରେ ମିଳୁଛି ବିପଜ୍ଜନକ କଣିକା

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଅଜଣା ରୋଗ ଆତଙ୍କ । କରୋନା ମହାମାରୀ ମଧ୍ୟରେ ଆଉ ଏକ ଅଜଣା ରୋଗ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଏହି ରୋଗ କବଳରେ ଏଯାଏଁ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ କବଳିତ ହେଲେଣି । ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଲୋକେ ଅଚେତ ହୋଇପଡ଼ିବା ସହ ଅପସ୍ମାର ଆଟାକ ଆସୁଥିବା ଦେଖିବାକୁ ମିଳିଛି । କିନ୍ତୁ ଆଶ୍ୱସ୍ତିର ବିଷୟରେ ଏଥିରେ ଆକ୍ରାନ୍ତ ଲୋକ ଶୀଘ୍ର ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଯାଉଛନ୍ତି ।

एलुरु शहर में फैली रहस्यमयी बीमारी

ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏ କେ କ୍ରିଷ୍ଣା ଶ୍ରୀନିବାସଙ୍କ ସୂଚନା ମୁତାବକ ରୋଗରେ ଆକ୍ରାନ୍ତ ୫୧୦ଙ୍କ ମଧ୍ୟରୁ ୪୩୦ ଲୋକଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଛି । ତେବେ ଏହି ରୋଗ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଖବର ଆସିଛି । କିନ୍ତୁ ଏଥିଲାଗି ଲୋକେ ଭୟଭୀତ ନହେବାକୁ ନିବେଦନ କରିଛନ୍ତି । ତେବେ ଏହି ଅଜଣା ରୋଗ ନେଇ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (AIIMS),ଦିଲ୍ଲୀ ଟିମ୍ ଏହି ରହସ୍ୟମୟ ରୋଗର ଯାଞ୍ଚ କରୁଛି । ତେବେ ଏମ୍ସ ଟିମ୍‌ର  ସଦ୍ୟ ସୂଚନା ମୁତାବକ ଆକ୍ରାନ୍ତ ରୋଗୀଙ୍କ ରକ୍ତ ନମୁନାରେ ସିସା, ନିକଲ ଭଳି ଭାରି କ୍ୟାମିକାଲ ଦେଖିବାକୁ ମିଳିଛି । ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ (ଏନ୍‌ଆଇଏନ୍)ର ଟିମ୍ ଏବେ ପାଣି ଖାଦ୍ୟ, ତେଲ ଏବଂ ଚାଉଳ ନମୁନା ସଂଗ୍ରହ କରୁଛି । ତେବେ ଚିନ୍ତାର ବିଷୟ ଏହା ଯେ, ଏହି ରୋଗରେ ସଂକ୍ରମିତ ଲୋକ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରର ନୁହଁନ୍ତି । ଏନ୍‌ଆଇଏନ୍‌ର ଜଣେ ବୈଜ୍ଞାନିକ କହିଛନ୍ତି, ଯଦି ଏହା ପାଣି ବାୟୁ ଜନିତ ହୋଇଥାନ୍ତା ତେବେ ଏହା ଦ୍ୱାରା ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରର ଲୋକ ପ୍ରଭାବିତ ହୋଇଥାନ୍ତେ । କିନ୍ତୁ ଏହି ଅଜଣା ରୋଗ ଦ୍ୱାରା ପୂରା ଏଲ୍ଲୁର ସହରବାସୀ ପ୍ରଭାବିତ  । ତେବେ ଅନ୍ୟ ଏକ ଆଶ୍ଚର୍ଯ୍ୟର ଘଟଣା ହେଉଛି ଏହା ଅଧିକାଂଶ ରୋଗୀ ସେମାନଙ୍କ ପରିବାରର ମାତ୍ର ଜଣେ ସଦସ୍ୟ ।

नतीजे आए सामने

            ଜନୈକ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ମୁତାବକ ପାଖାପାଖି ସବୁ ପ୍ରଭାବିତ ବ୍ୟକ୍ତି ଏଲ୍ଲୁରର ଗ୍ରାମୀଣ ଏବଂ ଆଖ ପାଖ ଅଞ୍ଚଳ ପ୍ରଭାବିତ ହୋଇନାହିଁ । ରବିବାର ନିଆଯାଇଥିବା ପାଣିର ନମୁନା ଦୂଷିତ ନହେଁ । କିନ୍ତୁ ସ୍ୱାସ୍ଥ୍ୟ ଅଧିକାରୀ ପାଣି ଏବଂ ଖାଦ୍ୟର ପୁନଃ ପରୀକ୍ଷଣ ନେଇ ଏହି ଅଞ୍ଚଳକୁ ପୁଣି ଥରେ ଯାଉଛନ୍ତି ।ଅପରପକ୍ଷରେ ଦିଲ୍ଲୀ ଏମ୍ସ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି, (ପୁନେ) ଏବଂ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ (ଦିଲ୍ଲୀ) ସ୍ୱାସ୍ଥ୍ୟ ବିଶେଷଜ୍ଞ ମଙ୍ଗଳବାର ରାଜ୍ୟର ଅଧିକାରୀଙ୍କ ସହିତ ବୈଠକ କରିଥିଲେ ଏବଂ ପ୍ରଭାବିତ ରୋଗୀଙ୍କ ସହିତ ଆଲୋଚନା କରିଥିଲେ ।

ଖୋଲିବ ଆକାଶଙ୍କ ଅନ୍ଧାରୀ ଇଲାକା, ରିମାଣ୍ଡରେ ନେବ କମିସନରେଟ ପୋଲିସ

ଭୁବନେଶ୍ବର: ଆକାଶଙ୍କ ଠକେଇ ଚକ୍ରବ୍ୟୂହର ଖୋଲିବ ଗୁମର । ଜାଲି ଦସ୍ତଖତର ତଦନ୍ତ କରିବ କମିଶନରେଟ ପୋଲିସ । ରିମାଣ୍ଡରେ ନେବାକୁ ଏସଡିଜେଏମ କୋର୍ଟଙ୍କୁ ଅବଗତ କରିଛି କମିଶନରେଟ ପୋଲିସ । ଆକାଶଙ୍କ ବିରୋଧରେ ଠକେଇ ମାମଲା ଥିବା ନେଇ ଖାରବେଳ ନଗର ଥାନା ପୋଲିସ ଜଣାଇଛି । ସେପଟେ ଆକାଶକୁ ରିମାଣ୍ଡରେ ନେବାକୁ ଦିନେ କିମ୍ବା ଦୁଇ ଦିନ ଭିତରେ ଆବେଦନ କରିବ କମିସନରେଟ ପୋଲିସ ।

Tata Has Clarified That Akash Pathak Was Never Their Employee

ଏନଇ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟକୁ ଅବଗତ କରିଛି ପୋଲିସ । ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି ଆକାଶ ପାଠକ ନ୍ୟାୟିକ ହେପାଜତରେ ବର୍ତ୍ତମାନ ଅଛି । କୋର୍ଟର ରିମାଣ୍ଡ ସରିଲେ କମିଶନରେଟ ପୋଲିସ ଅକାଶ ପାଠକକୁ ହେପାଜତ ନେବା ପାଇଁ ଅପିଲ କରିବ । ତଦନ୍ତ ପରିସରକୁ ଯିଏ ଆସିବ ତାକୁ ନିଆଯିବ ବୋଲି କହିଛନ୍ତି ଡିସିପି । ସେପଟେ ଦସ୍ତଖତ ଯାଞ୍ଚ ପାଇଁ ହ୍ୟାଣ୍ଡ ରାଇଟିଙ୍ଗ ବ୍ୟୁରୋ ଯିବ ଆକାଶଙ୍କ ହସ୍ତାକ୍ଷର । ନିଜେ ବିଛାଇଥିବା ମିଛ ସାମ୍ରାଜ୍ୟର ଜାଲରେ ଦିନକୁ ଦିନ ଛନ୍ଦି ହୋଇଯାଉଛନ୍ତି ଜୁନିଅର ପାଠକ ।

Jail Or Bail For Gopalpur MLA Pradeep Panigrahi

କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ତନଘନା ପରେ ଏବେ ଆକାଶଙ୍କୁ ଘେରିବାକୁ ପ୍ରସ୍ତୁତି କରୁଛି କମିଶନରେଟ ପୋଲିସ । ସ୍କାଏ କିଙ୍ଗ୍ ଠକେଇ ମାମଲାରେ ଆକାଶଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ । ଦସ୍ତଖତ ନମୁନା ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ । ଟାଟା କମ୍ପାନୀ ନାଁରେ ଆପଏଣ୍ଟମେଣ୍ଟ ଲେଟରରେ ଥିବା ଆକାଶଙ୍କ ଦସ୍ତଖତକୁ ମେଳ କରାଯିବ । ସେହିପରି ଆକାଶ ଟାଟା କମ୍ପାନୀରେ ନିଯୁକ୍ତି କରିଥିଲେ କି ନାହିଁଷ ଏ ତମାମ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ କମିସନରେଟ ପୋଲିସ ।

କେବଳ କାନ୍ତକବି ନୁହଁନ୍ତି, ପୂରା ପରିବାର ବି ସାମିଲ ଥିଲେ ସ୍ୱାଧିନତା ସଂଗ୍ରାମରେ

ଭାରତର ସ୍ଵାଧୀନତା ସଂଗ୍ରାମ କୌଣସି ବଳୀଦାନ ଯଜ୍ଞଠାରୁ କମ୍ ନୁହେଁ ଦେଶର ପ୍ରତିଟି ସଚେତନ ପରିବାର ସେତେବେଳେ ଭବିଷ୍ୟତକୁ ସୁରକ୍ଷିତ କରିବା ତଥା ଏକ ଉପନିବେଶ ଭିତ୍ତିକ ଶାସନକୁ ପ୍ରତ୍ୟାହାର କରି ନିଜେ ଶାସନ ଡୋରୀ ହାତକୁ ନେବା ପାଇଁ ମନକ ବଳାଇଥିଲା କିଏ ସଂଗ୍ରାମ ପାଇଁ ନିଜର ସମ୍ପତ୍ତି ଦାନ କରିଥିଲା, କିଏ ନିଜର ଜୀବନ ଆଉ କିଏ ଅନ୍ୟକୁ ସଂଗ୍ରାମ ବାବଦରେ ସଚେତନ କରି ସଂଗ୍ରାମର ବଳକୁ ଶକ୍ତ କରୁଥିଲା ଏମିତି ସଂଗ୍ରାମ ପାଇଁ ଓଡ଼ିଶାର କାନ୍ତକବିଙ୍କ ପରିବାର ବେଶ୍ଜଣାଶୁଣା  ଆସନ୍ତୁ ତାଙ୍କ ବିଷୟର କିଛି ଜଣା ଅଜଣା କଥା ।

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ଡିସେମ୍ବର ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୩ ଫେବୃଆରୀ ୨୪ ତାରିଖରେ ତାଙ୍କର ନିଧନ ହୋଇଥିଲା । ତାଙ୍କ ମୃତ୍ୟୁର ୬୭ ବର୍ଷରେ ଅର୍ଥାତ୍ ଗତ ଜୁନ୍ ୭ ତାରିଖରେ ଓଡିଶା ସରକାର ତାଙ୍କ ଲୋକପ୍ରିୟ ଦେଶାତ୍ମବୋଧକ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ଆନୁଷ୍ଠାନିକ ଭାବେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି । ତେବେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଆନ୍ଦୋଳନ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମକୁ ଏହି ପରିବାରର ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଅନେକ ଲୋକ ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଅବଗତ ହୋଇପାରି ନାହାଁନ୍ତି । ମାତ୍ର ଆଜି ଅଗଷ୍ଟ କ୍ରାନ୍ତି ଦିବସ (ଭାରତ ଛାଡ ଆନ୍ଦୋଳନର ୭୮ ବର୍ଷ ପୂର୍ତ୍ତି) ଅବସରରେ କେବଳ ଦେଶର ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରକୁ କାନ୍ତକବିଙ୍କ ପରିବାରର ଅନନ୍ୟ ଅବଦାନ ବିଷୟରେ ସଂକ୍ଷିପ୍ତ ଆଲୋଚନା କରିବା ଯର୍ଥାର୍ଥ ନୁହେଁ ।

କେମିତି ଥିଲା ତାଙ୍କ ଜୀବନୀ

ଶାରୀରିକ ଅସୁସ୍ଥତା ଯୋଗୁଁ କାନ୍ତକବି ଅତି ଅଳ୍ପ ବୟସରୁ ଅର୍ଥାତ୍ ବି.ଏ ପାସ୍ କରିବା ପରେ ହିଁ ଚଳପ୍ରଚଳ କରିବାକୁ ଅକ୍ଷମ ହୋଇଯାଇଥିଲେ । କିନ୍ତୁ ରେଭେନ୍ସା କଲେଜରେ ପଢିବା ବେଳୁହିଁ ସେ ନିଜକୁ ରାଜ୍ୟରେ ଜଣେ ପ୍ରତିଷ୍ଠିତ କବି ହିସାବରେ ପ୍ରତିପାଦିତ କରି ସାରିଥିଲେ । ତେଣୁ ଜାତୀୟ ଆନ୍ଦୋଳନ କାଳରେ ଶାଣିତ ଲେଖନୀ ଚାଳନା ମାଧ୍ୟମରେ ହିଁ ସେ ତାଙ୍କର ସଂଗ୍ରାମୀ କାର୍ଯ୍ୟକଳାପ ଜାରି ରଖିଥିଲେ । କାନ୍ତକବି ବାଲେଶ୍ୱର ଜିଲ୍ଲା (ବର୍ତ୍ତମାନ ଭଦ୍ରକ ଜିଲ୍ଲା) ଅନ୍ତର୍ଗତ ତାଳପଦା ଗ୍ରାମର ସଂଭ୍ରାନ୍ତ ଜମିଦାର ପରିବାରର ଜ୍ୟେଷ୍ଟ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମ ସମୟରେ ଓଡିଶାର ଜମିଦାର ଗୋଷ୍ଠୀ ଦୁଇ ଭାଗରେ ବିଭାଜିତ ହୋଇଥିଲେ । ଗୋଟିଏ ଗୋଷ୍ଠୀ ଇଂରେଜ ସରକାରଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟ ଗୋଷ୍ଠୀଟି ଜାତୀୟ ଆନ୍ଦୋଳନର ସପକ୍ଷବାଦୀ ଥିଲେ ।

ଏବଂ କାନ୍ତକବିଙ୍କ ଅନେକ ବନ୍ଧୁବାନ୍ଧବ ଇଂରେଜ ସମର୍ଥକ ଜମିଦାର ଗୋଷ୍ଠୀରେ ସାମିଲ ହୋଇଥିଲେ ସୁଦ୍ଧା ସେ ବ୍ରିଟିଶ ବିରୋଧରେ କଠୋର ସମାଲୋଚନାମୂଳକ ଲେଖା ପରିବେଷଣ କରୁଥିଲେ । ତାଙ୍କର ଶାଣିତ ଲେଖନୀ ଚାଳନା ଯୋଗୁଁ ଇଂରେଜ ସମର୍ଥକ ଜମିଦାର ଗୋଷ୍ଠୀ ତା’ର ଅସ୍ତିତ୍ୱ ହରାଇଥିଲା ।

ଲକ୍ଷ୍ମୀକାନ୍ତଙ୍କ ବାପା ମଧ୍ୟ କମ୍ ନଥିଲେ

ଲକ୍ଷ୍ମୀକାନ୍ତ ସମଗ୍ର ଓଡିଶାରେ କାନ୍ତକବି ରୂପେ ପରିଚିତ ଥିଲେ । ତାଙ୍କର ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଜଣେ ବିଶିଷ୍ଟ ଆଇନଜୀବୀ ତଥା ପ୍ରଖ୍ୟାତ୍ ଜାତୀୟତାବାଦୀ ନେତା ଥିଲେ । ବିହାର-ଓଡିଶା ଲେଜିସଲେଟିଭ କାଉନସିଲକୁ ମୋଟ୍ ୪ଥର ନିର୍ବାଚିତ ହୋଇ ସେ ଦୁଇ ଥର ଲାଗି ଭାଇସ-ପ୍ରେସିଡେଣ୍ଟ (ଉପ-ବାଚସ୍ପତି) ମନୋନୀତ ହୋଇଥିଲେ । ବ୍ରିଟିଶ ସରକାରଙ୍କ ଅନ୍ୟାୟର ପ୍ରତିବାଦରେ ଲେଜିସଲେଟିଭ କାଉନସିଲରୁ ଇସ୍ତଫା ଦେଇଥିବା ଭାଗବତ ବାବୁ ଜଣେ ସମାଜ ସଂସ୍କାରକ ଭାବେ ଯୌତୁକ ବ୍ୟବସ୍ଥାର ଉଚ୍ଛେଦ ଏବଂ ବିବାହ ଖର୍ଚ୍ଚ ହ୍ରାସ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

କାନ୍ତକବିଙ୍କ ଭାଇ ମଧ୍ୟ ସ୍ୱାଧିନତା ସଂଗ୍ରାମୀ

କାନ୍ତକବିଙ୍କର ଅନୁଜ କମଳାକାନ୍ତ ଜଣେ ଉଚ୍ଚ ଶିକ୍ଷିତ, ଅଗ୍ନିବର୍ଷୀ ବାଗ୍ମୀ ତଥା ଉଦୀୟମାନ ଯୁବ ସ୍ୱାଧୀନତା ସଂଗ୍ରାମୀ ଥିଲେ । ବି.ଏ. (ଏଲ.ଏଲ.ବି) ପାସ୍ କରିଥିବା କମଳାକାନ୍ତ ସେତେବେଳେ ବାଲେଶ୍ୱରରୁ ପ୍ରକାଶ ପାଇଥିବା ‘ପ୍ରଜାତନ୍ତ୍ର’ର କିଛି ସମୟ ଲାଗି ସମ୍ପଦେନ ଦାୟିତ୍ୱ ତୁଲାଇଥିଲେ । ‘ପ୍ରଜାତନ୍ତ୍ର’ରେ ଉଗ୍ର ବ୍ରିଟିଶ-ବିରୋଧି ଲେଖା ପ୍ରକାଶନ ଅଭିଯୋଗରେ ତାଙ୍କୁ ଗିରଫ କରି ଜେଲଦଣ୍ଡ ଦିଆଯାଇଥିଲା । ସେହି କାରାବରଣ ସମୟରେ ହିଁ ତାଙ୍କର ଅପ୍ରତ୍ୟାଶିତ ଭାବେ ଆକସ୍ମିକ ବିୟୋଗ ଘଟିଥିଲା । ସେତେବେଳେ ସାଧାରଣ ପରିବାରର ଲୋକମାନଙ୍କୁ ଇଂରେଜ ସରକାର ଦେଶଦ୍ରୋହ ଆରୋପରେ ଫାଶୀ ଭଳି ଦଣ୍ଡ ଦେଉଥିଲେ । କିନ୍ତୁ ପ୍ରଭାବଶାଳୀ ପରିବାରର ଲୋକମାନଙ୍କୁ ଯକ୍ଷ୍ମା ଇଜେକ୍ସନ ଦେଇ ନିପାତ କରି ଦେଉଥିଲେ । ତେଣୁ ଜେଲରେ ଥିବା ବେଳେ ଦୁରାରୋଗ୍ୟ ଯକ୍ଷ୍ମା ଇଜେକ୍ସନ ଦେଇ କମଳାକାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ଉପୁଜିଥିଲା । କିନ୍ତୁ ମହାପରାକ୍ରମୀ ଇଂରେଜ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ବ୍ୟାପରା ଥିଲା । ଫଳରେ ତାଙ୍କର ଆକସ୍ମିକ ବିୟୋଗ ଜନିତ ଦୁଃଖକୁ ପରିବାର ବର୍ଗ ନିରବରେ ସହି ଯିବାକୁ ବାଧ୍ୟ ହୋଇଥିଲେ ।

ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ଥିଲେ କାନ୍ତକବିଙ୍କ ୨ ସାନ ଭଉଣୀ

ଲକ୍ଷ୍ମୀକାନ୍ତଙ୍କ ଅନୁଜା ବା ସାନ ଭଉଣୀ ଜାହ୍ନବୀ ଓ କୋକିଳା ଦେବୀ ମଧ୍ୟ ଜାତୀୟ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ । ଜାହ୍ନବୀ ଦେବୀ ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ୱର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ସହଧର୍ମିଣୀ ଥିଲେ ଏବଂ କୋକିଳା ଦେବୀ ଖୁବ୍ କମ୍ ବୟସରେ ବିଧବା ହୋଇ ହରିଜନ ସେବାରେ ନିଜର ଅବଶିଷ୍ଟ ଜୀବନ ଉତ୍ସର୍ଗ କରି ଦେଇଥିଲେ । ଅବଭିକ୍ତ କଟକ ଜିଲ୍ଲାରେ ଗୋପବନ୍ଧୁ ଚୌଧୁରୀଙ୍କ ପତ୍ନୀ ରମାଦେବୀ ଓ ସାନ ଭାଇ ନବକୃଷ୍ଣ ଚୌଧୁରୀଙ୍କ ସହଧର୍ମିଣୀ ମାଳତୀ ଦେବୀ ମହିଳା ମାନଙ୍କୁ ଏକଜୁଟ କରି ସ୍ୱାଧୀନତା ସଂଗ୍ରାମରେ ସାମିଲ କରୁଥିଲେ । ସେହିପରି ଅବଭିକ୍ତ ବାଲେଶ୍ୱର ଜିଲ୍ଲାରେ ଲକ୍ଷ୍ମୀକାନ୍ତଙ୍କ ୨ ଅନୁଜା ଜାହ୍ନବୀ ଓ କୋକିଳା ଦେବୀ ମହିଳାମାନଙ୍କ ନେତୃତ୍ୱ ନେଇ ସେମାନଙ୍କୁ ଇଂରେଜ ସରକାରଙ୍କ ମୁକାବିଲା ପାଇଁ ଗଢି ତୋଳୁଥିଲେ । ଏକଦା କୁନ୍ତଳା କୁମାରୀ ସାବତଙ୍କ ପାଇଁ ବାଲେଶ୍ୱର ଠାରେ ବିଶାଳ ମହିଳା ସମାବେଶ ଆୟୋଜନର ଦାୟିତ୍ୱ ଏହି ୨ ଭଉଣୀ ଗ୍ରହଣ କରିଥିଲେ । ହରିଜନ ମାନଙ୍କୁ ସାମାଜିକ, ଆର୍ଥିକ, ଶୈକ୍ଷିକ ଦୃଷ୍ଟିରୁ ଉନ୍ନତ କରିବା ପାଇଁ ସେ ତାଙ୍କ ଜୀବନକୁ ତିଳ ତିଳ କରି ଆହୁତି ଦେଇଥିଲେ । ଏହାର ମୁକସାକ୍ଷୀ ଭାବେ କୋକିଳା ଦେବୀଙ୍କ ସମାଧି ଆଜି ମଧ୍ୟ ତାଳପଦା ଗ୍ରାମର ହରିଜନ ସାହି ନିକଟରେ ବିଦ୍ୟମାନ ରହିଛି ।

ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ ଦୁଇପୁଅ

କାନ୍ତକବିଙ୍କର ଦୁଇ ପୁତ୍ର ନିତ୍ୟାନନ୍ଦ ଓ ଗୌରଚନ୍ଦ୍ର ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ଗାନ୍ଧିଜିଙ୍କ ଡାକରାରେ ନିତ୍ୟାନନ୍ଦ ହାଇସ୍କୁଲ ପଢାଛାଡି ଜାତୀୟ ଆନ୍ଦୋଳନରେ ସାମିଲ ହୋଇଥିଲେ ୨ଜଣ । ଭଦ୍ରକ ସହର ପାଶ୍ୱବର୍ତ୍ତି ଅନ୍ନପାଳ ଅଞ୍ଚଳକୁ ସେଠିକାର ଲୋକମାନେ ପରାଧିନତାରୁ ‘ମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରିଥିଲେ । ସେଥିପାଇଁ ତା’ ପୂର୍ବରୁ ଉକ୍ତ ଇଲାକାର ଲୋକଙ୍କ ମନରେ ଉକ୍ତ ବ୍ରିଟିଶ ବିରୋଧି ମନୋଭାବ ଜାଗ୍ରତ କରାଯାଇଥିଲା । ସେହିସବୁ କାର୍ଯ୍ୟକଳାପର ନେତୃତ୍ୱ ନେଇଥିଲେ ଅଗ୍ନିବର୍ଷୀ ବାଗ୍ମୀ ଛାତ୍ର ନିତ୍ୟାନନ୍ଦ । ଅନ୍ନପାଳ ‘ମୁକ୍ତ ଅଞ୍ଚଳ’ ଭାବେ ଘୋଷଣା ହେବାର ଖବର ପାଇବା ପରେ ଇଂରେଜ ସରକାରଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା । ପୋଲିସ ପଠାଇ ସେଠାରେ ରାତିର ଘନ ଅନ୍ଧକାର ମଧ୍ୟରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ଅନେକ ଲୋକ ମୃତ୍ୟୁ ବରଣ କରିବା ବେଳେ ଆଉ କିଛି ଆହତ ହୋଇ ପଡିଥିଲେ । ନିତ୍ୟାନନ୍ଦ ଅନ୍ନପାଳ ଘଟଣାର ନେତୃତ୍ୱ ନେଇଥିବାରୁ ପୋଲିସ ଗୁଳିରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ସକାଳୁ ପ୍ରଚାର ହୋଇଯାଇଥିଲା । ପୁତ୍ର ମୃତ୍ୟୁ ଖବର ଶୁଣି କାନ୍ତକବି ମ୍ରିୟମାଣ ହୋଇପଡିଲେ ଏବଂ ବିନା ଖାଦ୍ୟପେୟରେ ନିର୍ବାକ୍ ହୋଇ ବସି ରହିଲେ ।

ସଂଗ୍ରାମରେ ନିଜ ପୁଅଠୁ ଅଧିକ ଅନ୍ୟ ସଂଗ୍ରାମୀଙ୍କ ଦୁଃଖ ଅନୁଭବ କରୁଥିଲେ

ଏସବୁ ଖବର ପତ୍ନୀ ଲବଙ୍ଗଲତାଙ୍କ ନିକଟରେ ଅପହଞ୍ଚ ଥିଲା । ତେଣୁ କିଛି ସମୟ ପରେ ଲବଙ୍ଗଲତା ପତିଙ୍କ ନିକଟକୁ ଆସି ଜଣାଇଥିଲେ, “ଭୋରୁ ଭୋରୁ ନିତାଇ (ନିତ୍ୟାନନ୍ଦ) ଆସି କବାଟ ବାଡେଇଲା । ମୁଁ ଦରଜା ଖୋଲି ଦେଖିଲା ବେଳକୁ ସେ ଝାଳ ନାଳ ହୋଇ ଫେରିଛି । ପୋଲିସ ରକ୍ତମୁଖା ହୋଇ ଗୁଳି କରୁଛି ଓ ତା’କୁ ଖୋଜୁଛି ବୋଲି କହିଲା । ତେଣୁ ମୁଁ ତାକୁ ଲୁଚାଇ ଶୁଆଇ ପକାଇଛି । ସେ ଘରେ ଅଛି ବୋଲି କାହାକୁ ଜଣାଉ ନାହିଁ । ପତ୍ନୀଙ୍କ ଏଭଳି ଆଚରଣରେ ସେ ଖୁସି ହେବା ପରିବର୍ତ୍ତେ ଅତ୍ୟନ୍ତ ନମ୍ର ଭାବରେ ଉତ୍ତର ଫେରାଇଥିଲେ, “ତୁମେ ନିତାଇକୁ କାହିଁକି ଘରେ ଲୁଚାଇ ରଖୁଥିଲ? ପୋଲିସ ଗୁଳିରେ ଯେଉଁ ମାନଙ୍କର ଜୀବନ ହାନି ଘଟିଛି, ସେମାନଙ୍କ ବାପା ମାଆଙ୍କ ମନ କ’ଣ ହେଇଥିବ ଥରେ ଚିନ୍ତା କରିଛ”? ଏହି ସଂକ୍ଷିପ୍ତ ମନ୍ତବ୍ୟର ମହନୀୟତାରୁ ହିଁ କାନ୍ତକବିଙ୍କ ଦେଶଭକ୍ତି ତଥା ଜାତୀୟତା ମନୋଭାବ ସ୍ପଷ୍ଟ ଅନୁମାନ କରାଯାଇପାରେ ।

ସେହିପରି କନିଷ୍ଠ ପୁତ୍ର ଗୌରଚନ୍ଦ୍ରଙ୍କୁ ବ୍ରିଟିଶ ପୋଲିସ ଦୁର୍ଗାପୂଜା ଅବସରରେ ନିଜ ଗ୍ରାମ ତାଳପଦାରୁ ହିଁ ଗିରଫ କରିଥିଲା । ସେତେବେଳେ ସାଆନ୍ତରା ଉଆସ (କାନ୍ତକବିଙ୍କ ବାସଭବନ ଅଞ୍ଚଳ)ରେ ଉତ୍ସବମୁଖର ପରିବେଶ । ପାରମ୍ପରିକ ଦୁର୍ଗାପୂଜା ଅବସରରେ ଗଗନ ପବନ ପ୍ରକମ୍ପିତ ହେଉଥାଏ । ସେତିକି ବେଳେ ଇଂରେଜ ଦାରୋଗା ଆସି ହାଜର ହୋଇଗଲେ । ଭଣ୍ଡାରୀପୋଖରୀ ଥାନା ପୋଡି, ବୋମା ଫୁଟାଇ ରେଳ ଲାଇନ୍ ଉଡାଇବା, ଟେଲିଗ୍ରାଫ୍ ତାର କାଟିବା, ଜଳାପୋଡା ଓ ଲୁଟ୍ ପାଟ ଭଳି ଜଘନ୍ୟ ଅପରାଧର ମିଥ୍ୟା ୱାରେଣ୍ଟ ବଳରେ ଗୌରଚନ୍ଦ୍ରଙ୍କୁ ଅଚାନକ ଗିରଫ କରାଯାଇଥିଲା । ଏସବୁ ଅପରାଧର ଦଣ୍ଡ ଫାଶୀ ବ୍ୟତିରେକ ଅନ୍ୟ କିଛି ନୁହେଁ ବୋଲି ପ୍ରଚାରିତ ହେବା ଯୋଗୁଁ ଗୌରଚନ୍ଦ୍ରଙ୍କର ଜେଲରୁ ମୁକୁଳିବା ଆଶା କ୍ଷୀଣ ହୋଇଗଲା ।

ସ୍ୱାଧିନତା ସଂଗ୍ରାମରେ ସବୁ ସମ୍ପର୍କକୁ ହରାଇ ବସିଥିଲେ

ସେତେବେଳେ ଗୋଟିଏ ପକ୍ଷରେ ପିତା ମାତାଙ୍କ ବିୟୋଗ ସମେତ ସାନ ଭାଇ, ସାନ ଭଉଣୀଙ୍କ ଆକସ୍ମିକ ଦେହାନ୍ତ କାନ୍ତକବିଙ୍କୁ ଦାରୁଣ ଆଘାତ ଦେଇଥିଲା । ଅପରପକ୍ଷେ ବ୍ରିଟିଶ ସରକାର ଦ୍ୱାରା ଜଘନ୍ୟ ମିଥ୍ୟା ମୋକଦ୍ଦମାରେ ଦୁଇ ପୁତ୍ରଙ୍କ କାରାଦଣ୍ଡାଦେଶ ଘଟଣା ତାଙ୍କର ଜୀବନ ଦରୀଆ ସମ୍ପୂର୍ଣ୍ଣ ଚହଲାଇ ଦେଇଥିଲା ।

ଏବେ ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ଅତୁଟ ରଖିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟରେ ସାମିଲ ହେଉଥିବା ଯବାନ ବା ଅଫିସରଙ୍କ ପାଇଁ ପର୍ଯ୍ୟାପ୍ତ ଆର୍ଥୀକ ସୁରକ୍ଷା (ଦରମା, ପେନସନ, କ୍ଷତିପୂରଣ ଅର୍ଥରାଶି) ବ୍ୟବସ୍ଥା ରହିଛି । କିନ୍ତୁ ମହାପରାକ୍ରମୀ ବ୍ରିଟିଶ ସରକାର ବିରୋଧରେ ଅହିଂସା ଲଢେଇ ଜାରି ରଖିଥିବା ନିରସ୍ତ୍ର ସଂଗ୍ରାମୀମାନଙ୍କ ପାଇର୍ ସେତେବେଳେ କୌଣସି ଆର୍ଥିକ ସାହର୍ଯ୍ୟର ପ୍ରତିଶ୍ରୁତି ନଥିଲା । ତେଣୁ ଜାତୀୟ ଆନ୍ଦୋଳନରେ ଲମ୍ଫ ଦେଇ ଯେଉଁ ସଂଗ୍ରାମୀ ମାନେ ମୃତାହତ ହେଉଥିଲେ, ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ଉଚ୍ଛନ୍ନ ହୋଇ ଯାଉଥିଲା । କାରଣ ବର୍ତ୍ତମାନ ଭଳି ସେ ସମୟରେ ଗୋଟିଏ ପରିବାରରେ ଏକାଧିକ ରୋଜଗାରକ୍ଷମ ବ୍ୟକ୍ତି ନଥିଲେ । ସେତବେଳେ ଜଣେମାତ୍ର ରୋଜଗାରିଆ ବ୍ୟକ୍ତି ଥାନ୍ତି । ଯଦି ସେମାନେ ସ୍ୱାଧିନତା ସଂଗ୍ରାମରେ ସାମିଲ ହୁଅନ୍ତି ଏବଂ ମୃତାହାତ ହୁଅନ୍ତି, ତେବେ ତାଙ୍କର ସମ୍ପୃକ୍ତ ପରିବାରର ଭବିଷ୍ୟତ ଅନ୍ଧକାରଛନ୍ନ ହୋଇ ପଡୁଥିଲା । ଏଭଳି ପୃଷ୍ଠଭୂମିରେ କାନ୍ତକବିଙ୍କ ସମଗ୍ର ପରିବାର ଦେଶ ମାତୃକାର ସ୍ୱାଧୀନତା ପାଇଁ ଭବିଷ୍ୟତକୁ ଭୃକ୍ଷେପ ନକରି ଜାତୀୟ ଆନ୍ଦୋଳନରେ ସମର୍ପିତ ହେବା ଘଟଣା ବାସ୍ତବରେ ଅତ୍ୟନ୍ତ ବିରଳ ଦୃଷ୍ଟାନ୍ତ ।

ଛାତ୍ରଛାତ୍ରୀଙ୍କୁ ହୋମ୍ ଓ୍ୱାର୍କ ଦିଆନଯାଉ: ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍କୁଲ୍ ବ୍ୟାଗ୍ ଭାର ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଜ ନୂଆ ନୀତିରେ କହିଛନ୍ତି ଯେ ଦ୍ୱିତୀୟ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ହୋମ୍ ଓ୍ୱାର୍କ ଦିଆନଯାଉ ।

ଏପରିକି ସ୍କୁଲରେ ଓଜନ କରିବା ବାଲା ଡିଜିଟାଲ୍ ମେସିନ୍ ରଖିବା ଓ ପରିସରରେ ପାନୀୟ ଜଳ ଉପଲବ୍ଧ କରିବା ଭଳି ସୁପାରିଶ କରାଯାଇଛି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ସ୍କୁଲ୍ ବ୍ୟାଗ୍ ଭାର ସେମାନଙ୍କ ଓଜନର ୧୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପାରିଶ କରାଯାଇଛି ।

ଆହୁରି ମଧ୍ୟ ବିଦ୍ୟାଳୟରେ ସେମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ସୁବିଧା ଓ ଗୁଣବତ୍ତା ଯୋଗାଇବାକୁ ପଡିବ । ଯେମିତିକି ମଧ୍ୟାହ୍ନ ଭୋଜନ । ଯାହାଫଳରେ ପିଲାମାନଙ୍କୁ ଘରୁ ଟିଫିନ୍ ନନେଇ ଆସିବାକୁ ପଡିବ । ଏହାବ୍ୟତୀତ ସେମାନଙ୍କୁ ଖେଳ, ଶାରୀରିକ ଶିକ୍ଷା ତଥା ସ୍କୁଲରେ ପାଠ୍ୟ ପୁସ୍ତକ ବ୍ୟତୀତ ବହି ପଢିବାକୁ ପର୍ଯ୍ୟାପ୍ତ ପରିମାଣର ସମୟ ପ୍ରଦାନ କରାଯାଉ ।

ସେହିପରି ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ କୗେଣସି ହୋମ୍ ଓ୍ୱାର୍କ ଦିଆଯିବ ନାହିଁ । ହେଲେ ୩ୟ, ୪ର୍ଥ ଓ ୫ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସପ୍ତାହରେ ଦୁଇ ଘଣ୍ଟା ହୋମ୍ ଓ୍ୱାର୍କ ଦିଆଯାଇପାରିବ । ଏହା ବ୍ୟତୀତ ୬ଷ୍ଠରୁ ୮ମ ପିଲାମାନଙ୍କୁ ୧ଘଣ୍ଟା ଲାଗି ହୋମ୍ ଓ୍ୱାର୍କ ଦିଆଯିବ ଉଚିତ୍ ।

ମଙ୍ଗଳରେ ଅଛନ୍ତି ଏଲିୟନ୍ସ; ଟ୍ରମ୍ପ ଜାଣିଛନ୍ତି ବୋଲି କହିଲେ ଇସ୍ରାଏଲର ଏହି ବୖେଜ୍ଞାନିକ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଏଲିୟନ୍ସ ଥିବା ନେଇ ଦାବି କରିଛନ୍ତି ଇସ୍ରାଏଲର ପୂର୍ବତନ ସ୍ପେସ୍ ଚିଫ୍ ହୖେମ ଇସଡ । ଏମିତିକି ଏହି ଏଲିୟନ୍ସ ମାନେ ପୃଥିବୀରେ ଲୁଚି ରହିଛନ୍ତି  ବୋଲି ସେ ପ୍ରକାଶ କରିଛନ୍ତି ।

ତାଙ୍କ ଦାବି ଅନୁଯାୟୀ ଏଲିୟନ୍ସର ଆମେରିକା ଏବଂ ଇସ୍ରାଏଲ ସହିତ ମଧ୍ୟ ସମ୍ପର୍କ ରହିଛି । କେବଳ ଏତିକି ନୁହେଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ ଏସମ୍ପର୍କରେ ଜାଣିଛନ୍ତି । ମାନବ ପ୍ରଜାତି ଏପର୍ଯ୍ୟନ୍ତ ଏହି ସତ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିବାରୁ ଏସବୁ ଲୁଚି ରହିଛି ବୋଲି ଇସଡ କହିଛନ୍ତି ।

୩୦ ବର୍ଷ ଧରି ଇସ୍ରାଏଲର ମହାକାଶ ସୁରକ୍ଷା କାର୍ଯ୍ୟକ୍ରମ ପରିଚାଳନା କରୁଥିବା ହୖେମ ଇସଡ ଇସ୍ରାଏଲର ଏକ ଖବରକାଗଜ ୟେଡିଅତ ଅହରୋନୋତଙ୍କ ସହ କଥାବାର୍ତ୍ତା ବେଳେ ଏଭଳି ଦାବି କରିଛନ୍ତି । ଏପରିକି ଆମେରିକା ସହିତ ଗୁପ୍ତ ଚୁକ୍ତିନାମା ଅନୁଯାୟୀ ମଙ୍ଗଳ ଗ୍ରହରେ ଏକ ଭୂତଳ ବେସ ଚଳାଉଥିବା ଏକ ଗାଲାକ୍ଟିକ ଫେଡେରେଶନ ଗଠନ କରାଯାଇଛି।

ଟ୍ରମ୍ପ ଏନେଇ ଖୁଲାସା କରିବାକୁ ଚାହୁଁଥିବା ବେଳେ ଏଲିୟନ୍ସମାନେ ତାଙ୍କ ଉପରେ ଚାପ ପକାଇ ଅଟକାଇ ଦେଇଥିଲେ। ସେ କହିଛନ୍ତି ଯେ ପୃଥିବୀକୁ ଯାଉଥିବା ଏଲିୟନ୍ସ ଏବଂ ଆମେରିକା ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି। ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ଏଲିୟନ୍ସଙ୍କ ସହିତ କିଛି ସମ୍ପର୍କ ସ୍ଥାପନା ହୋଇଥିଲା ।

ଆହୁରି ମଧ୍ୟ ଇସଡ କହିଛନ୍ତି ଯେ ସେ ଏହି ସୂଚନା ଯେଉଁଠିବି ଦେଇଛନ୍ତି ସେଠାରେ ତାଙ୍କୁ ପାଗଳ ବୋଲି କୁହାଯାଇଛି । ଇସ୍ରାଏଲ୍ ବିଶେଷଜ୍ଞ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି ଯେଉଁଥିରେ ସେ ଦାବି କରିଛନ୍ତି ଯେ ପୃଥିବୀ ଉପରେ ଆଣବିକ ଦୁର୍ଘଟଣାକୁ ରୋକିବାରେ ବିଦେଶୀମାନେ କିପରି ସାହାଯ୍ୟ କରିଛନ୍ତି?

ସୂଚନାଯୋଗ୍ୟ, ଯେତେବେଳେ ଇସଡ ୨୦୧୧ରେ ଅବସର ନେଇଥିଲେ, ସେତେବେଳେ ଇସ୍ରାଏଲ୍ ମିଡିଆ ତାଙ୍କୁ ଇସ୍ରାଏଲର ଉପଗ୍ରହ କାର୍ଯ୍ୟକ୍ରମର ପିତା ବୋଲି ବିବେଚିତ କରିଥିଲା । ସେ ତାଙ୍କ ପୁସ୍ତକରେ UFO ସମ୍ବନ୍ଧୀୟ ଅନେକ ତତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି ।

ନବୀନଙ୍କୁ ଶିବରାଜଙ୍କ ଚିଠି, ସୁନ୍ଦରୀର ଯତ୍ନ ନେବାକୁ କଲେ ଅନୁରୋଧ

ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀକୁ ଉତ୍ତମ ପରିବେଶ ମଧ୍ୟରେ ରଖିବାକୁ ଅନୁରୋଧ କରି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ସୁନ୍ଦରୀର ଯତ୍ନ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । ଏନେଇ ଟ୍ୱିଟ୍‌ ଜରିଆରେ ଅବଗତ କରିଛନ୍ତି ।

ନଭେମ୍ବର ୨୦୧୮ରେ ସାତକୋଶିଆ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ବୃଦ୍ଧି କରିବାକୁ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ମଧ୍ୟପ୍ରଦେଶରୁ ବାଘ ନନ୍ଦନ ଓ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ହେଲେ ବାଘ ନନ୍ଦନର ସାତକୋଶିଆରେ ମୃତ୍ୟୁ ଘଟିଥିବା ବେଳେ, ବାଘୁଣୀ ସୁନ୍ଦରୀ ମଣିଷମାରି ଖାଇବା ଅଭିଯୋଗରେ ତାକୁ ଗତ ଏକ ବର୍ଷରୁ ଅଧିକ ସମୟ ଧରି, ଆବଦ୍ଧ ମଧ୍ୟରେ ରଖାଯାଇଛି ।

ଚଳିତବର୍ଷ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ଓଡିଶା ସରକାରଙ୍କ ଅନୁରୋଧକ୍ରମେ, ମଧ୍ୟପ୍ରଦେଶରୁ ଏକ ବିଶେଷଜ୍ଞ ଦଳ ସୁନ୍ଦରବନ ଆସି ସୁନ୍ଦରୀକୁ ମୁକ୍ତ ପରିବେଶରେ ଛାଡିବା ନେଇ ଅନୁଧ୍ୟାନ କରିଥିଲେ । ହେଲେ ବିଶେଷଜ୍ଞ ଦଳ ଆଶଙ୍କା କରିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ଯଦି ବାଘୁଣୀ ସୁନ୍ଦରୀକୁ ମୁକ୍ତ ବିଚରଣ କରିବାକୁ ଦିଆଯାଏ ତେବେ ତାହା ଉଭୟ ସୁନ୍ଦରୀ ଓ ପ୍ରକଳ୍ପ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ । ସେବେଠାରୁ ସୁନ୍ଦରୀକୁ ଆବଦ୍ଧ ପରିବେଶ ମଧ୍ୟରେ ରଖାଯାଇଛି ।

କୋଭିଡ୍‌ ନିୟମ ଉଲଂଘନ, ଏକାଠି ହେଲେ ଶତାଧିକ ଲୋକ ଆଉ ଦେଖିଲେ ଗଞ୍ଜା ଲଢ଼େଇ..

0

ଅନୁଗୁଳ: ପୁଣି କୋଭିଡ୍‌ ନିୟମକୁ ଖୋଲା ଖୋଲି ଉଲଂଘନ। କଟକଣା ଭାଙ୍ଗି ଆୟୋଜିତ ହେଲା କୁକୁଡ଼ା ଲଢେଇ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍‌ ବଡ଼ଝାର ଗ୍ରାମର । ଗାଁର କିଛି ଯୁବକ ମିଶି ଆୟୋଜନ କରିଥିଲେ କୁକୁଡ଼ା ଲଢ଼େଇ ଖେଳ ।

Roster Fight

ଏହି ଖେଳ ଦେଖିବା ପାଇଁ ଏକତ୍ରିତ ହୋଇଥିଲେ ଲୋକ । କରୋନା ଭୂତାଣୁ ସଂକ୍ରମଣକୁ ଖାତିର ନକରି କଟକଣା ସତ୍ତ୍ୱେ ଏକାଠି ହୋଇଥିଲେ ଆଖ ପାଖ ଗାଁର ଶତାଧିକ ଲୋକ । ସବୁଠାରୁ ବଡ଼ କଥା ହେଲା କାହା ମୁହଁରେ ମାସ୍କ ନଥିଲା କି ନଥିଲା ସାମାଜିକ ଦୂରତ୍ୱ । ଏଠି ପ୍ରଶ୍ନ ଉଠୁଛି ଏପରି ମହାମାରୀ ସମୟରେ ଏକାସଙ୍ଗେ ଏତେ ଲୋକଙ୍କୁ ଏକତ୍ରିତ ହେବାକୁ ଅନୁମତି ଦେଲା କିଏ ?

Roster Fight

ଏଠି ଆହୁରି ପ୍ରଶ୍ନ ଉଠୁଛି ପାଲଲହଡା ଥାନା ଏବଂ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୩ କିମି ଦୂରରେ ରୀତିମତ ଏପରି ଗଞ୍ଜା ଲଢେଇ ଆୟୋଜନ ହୋଇଥାଏ । ହେଲେ ଏଥିପ୍ରତି କାହାରି ଦୃଷ୍ଟି ପଡୁନାହିଁ । ତେଣୁ ପ୍ରଶାସନର କାର୍ଯ୍ୟଶୈଳୀ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଗୋଟିଏ ପଟେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା ପାଇଁ ରାତି ଦିନ ଏକ କରିଦେଇଥିବା ବେଳେ ଅନ୍ୟପଟେ ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ କରୋନା ମୁକାବିଲାର ସଫଳତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।