spot_img
Home Blog Page 6304

ସୁଧୁରୁଛି ଅର୍ଥନୀତି, ଅଭିବୃଦ୍ଧି ହାର ସ୍ଥିର ରହିବା ଶୁଭ ସଙ୍କେତ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଖୁବଶୀଘ୍ର ସୁଧାର ଆସିବ । ଆସନ୍ତା ବର୍ଷ ପ୍ରଥମ ତ୍ରୈମାସିକ ସର୍ବେକ୍ଷଣ ଅନୁସାରେ ଏଥିରେ ଉନ୍ନତି ଆସିବା ନେଇ ଆଶା ପ୍ରକଟ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆଣିବାକୁ ଆରବିଆଇ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏଚ୍‌ଟି ଲିଡରସିପ୍ ସମିଟରେ ଯୋଗ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଖାଉଟି ସାମଗ୍ରୀର ଦରବୃଦ୍ଧି ଏକ ସ୍ୱଳ୍ପ ସମୟରେ ସମସ୍ୟା । ଏହା ଖୁବଶୀଘ୍ର ସମାଧାନ ହୋଇଯିବ । ଶୁକ୍ରବାର ଆରବିଆଇ ମୁଦ୍ରାନୀତି ସମୀକ୍ଷା କରି ଆସନ୍ତାବର୍ଷ ଅଭିବୃଦ୍ଧି ହାର ୭.୫ ପ୍ରତିଶତ ହ୍ରାସ ପାଇବା ନେଇ ଆକଳନ କରିଥିଲା । ଏଥିସହ ରେପୋ ରେଟ୍ ଅପରିବର୍ତ୍ତିତ ରଖିଥିଲା ଆରବିଆଇ ।

ତେବେ ଅଭିବୃଦ୍ଧି ହାର ୭.୫ ପ୍ରତିଶତରେ ସ୍ଥିର ରହିବା ଏକ ଶୁଭ ସୂଚନା ବୋଲି କହିଛନ୍ତି ସୀତାରମଣ । ଆସନ୍ତା ବଜେଟ ଆସିବା ପୂର୍ବରୁ ଏହାର ସୁଧାର ପାଇଁ ଉଦ୍ୟମ ଜାରି ରହିଛି । ଚଳିତ ବର୍ଷ ଅଧିକ ଜିଏସଟି ସଂଗ୍ରହ ଅର୍ଥବ୍ୟବସ୍ଥାରେ ସୁଧାର ଆସିବା ନେଇ ସଂକେତ ଦେଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଆଦର ପୁନାଓ୍ୱାଲାଙ୍କ ସମେତ ୬ ଜଣଙ୍କୁ ‘ଏସିଆନ୍‌ସ ଅଫ୍‌ ଦି ଇୟର’ ସମ୍ମାନ

ନୂଆଦିଲ୍ଲୀ: ସିଙ୍ଗାପୁରର ଦୈନିକ ‘ଦି ଷ୍ଟ୍ରେଟସ୍ ଟାଇମ୍ସ’ ଦୁନିଆର ସବୁଠାରୁ ବଡ଼ ଟିକା ନିର୍ମାତା ସଂସ୍ଥା ସିରମ୍‌ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଦର ପୁନାଓ୍ୱାଲାଙ୍କ ସମେତ, ୬ ଜଣଙ୍କୁ ‘ଏସିଆନ୍‌ସ ଅଫ୍‌ ଦି ଇୟର’ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛି ।

ଚଳିତବର୍ଷ କୋଭିଡ୍‌ ୧୯ ମହାମାରୀ ବିରୋଧରେ ଲଢେଇରେ ଯୋଗଦାନ ଦେଇଥିବାରୁ ୬ ଜଣଙ୍କ ନାମ ଏହି ସମ୍ମାନ ପାଇଁ ଘୋଷଣା କରାଯାଇଛି । ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ, ଅକ୍ସଫୋର୍ଡ ୟୁନିଭର୍ସିଟି ଓ ବ୍ରିଟେନ କମ୍ପାନି ଏଷ୍ଟୋରଜେନିକା ସହ ମିଶି କୋଭିଡ୍‌ ୧୯ ଟିକା କୋବିସିଲ୍ଡ ଭାକ୍ସିନକୁ ବିକଶିତ କରୁଛନ୍ତି ।

Adar Poonawala

ଏହି ତାଲିକାରେ ପୁନାଓ୍ୱାଲାଙ୍କ ସହ ଅନ୍ୟ ୫ ଜଣ ଅନୁସଂଧାନକାରୀଙ୍କ ନାମ ମଧ୍ୟ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଚୀନ୍‌ର ଗବେଷକ ଝାଙ୍ଗ ୟୋଙ୍ଗଝିନ୍, ଚେନ୍ ବଇ, ଜାପାନରର ଡାକ୍ତର ୟୁଇଚି ମୋରିସିତା, ସିଙ୍ଗାପୁରର ପ୍ରଫେସର ଆଇ ଇଙ୍ଗ୍‌ ଆଙ୍ଗ୍‌ ଓ ଦକ୍ଷିଣ କୋରିଆର ସିଓ ଜଙ୍ଗ ଜିନ୍ ।

ଦିଲ୍ଲୀରେ ତେଜୁଛି ଚାଷୀ ଆନ୍ଦୋଳନ, ଓଡ଼ିଶାରେ ପୋଲିସର ପ୍ରାକ୍‌ ପ୍ରସ୍ତୁତି

ଭୁବନେଶ୍ୱର: ଦିଲ୍ଲୀରେ ଚାଷୀ ଆନ୍ଦୋଳନର ଓଡ଼ିଶାରେ ଇଫେକ୍ଟ । ଆନ୍ଦୋଳନ ପୂର୍ବରୁ ସୁରକ୍ଷା ଚିନ୍ତାରେ ପୋଲିସ ପ୍ରଶାସନ । ଏନେଇ ହୋଇଛି ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଭୁବନେଶ୍ୱର ଡିଜି କ୍ୟାମ୍ପ କାର୍ଯ୍ୟାଳୟରେ ବସିଥିଲା ବୈଠକ । ତେବେ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷ କରି ଆଗାମୀ ଦିନରେ କୃଷକ ଆନ୍ଦୋଳନ ହେଲେ କିଭଳି ପୋଲିସ ତାର ମୁକାବିଲା କରିବ ସେନେଇ ଆଲୋଚନା ହୋଇଛି ।

କାରଣ ଦିଲ୍ଲୀରେ ସରକାର ପୂର୍ବରୁ ପ୍ରସ୍ତୁତ ନଥିବାରୁ ଆନ୍ଦୋଳନକୁ ସାମ୍ନା କରିବାକୁ ବହୁତ କଷ୍ଟ ହୋଇଛି । ସେପଟେ ଏହା ସହ ପାଠକ ଓ ପରୀ ଘଟଣାରେ ମଧ୍ୟ ଆଲୋଚନା ହୋଇଛି । ବୈଠକରେ ପୋଲିସ ଡିଜିଙ୍କ ସମେତ କ୍ରାଇମବ୍ରାଞ୍ଚ ଏଡିଜି, ଇଓଡବ୍ଲ୍ୟୁ ଡିଆଇଜି, ଆଇନ ଶୃଙ୍ଖଳା ଏଡିଜି ଓ ପରୀ ଘଟନରେ ତଦନ୍ତ କରୁଥିବା SITର ମୁଖ୍ୟ ଅରୁଣ ଵୋଥ୍ରା ଉପସ୍ଥିତ ଥିଲେ ।

Flipkartର ୧୨ହଜାର କର୍ମଚାରୀଙ୍କ ପାଇଁ ଖୁସି ଖବର, ମେ ୩୧ ଯାଏଁ ଘରେ ରହି କରିବେ କାମ

ନୂଆଦିଲ୍ଲୀ: ରାଜ୍ୟରେ ତାର କାୟ ବିସ୍ତାର କରିଚାଲିଛି କରୋନା ଭାଇରସ । ଆଉ ଏହି ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ଟିକା ବ୍ୟତୀତ କିଛି ବାଟ ନାହିଁ । ଏହି ସମୟରେ, ବର୍ତ୍ତମାନ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ତାହାର ୧୨ହଜାର କର୍ମଚାରୀଙ୍କ ଘରେ ରହି କାମ କରିବାର ଅବଧିକୁ ବଢାଇ ଦେଇଛି । ବର୍ତ୍ତମାନ ଏହି କର୍ମଚାରୀମାନେ ୩୧ ମେ ୨୦୨୧ ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟ କରିପାରିବେ । ତେବେ ଫ୍ଲିପକାର୍ଟ ତାର ‘ବ୍ୟାକ ଟୁ ଅଫିସ୍ ପ୍ଲାନ’ର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ବର୍ଷ ମେ ପର୍ଯ୍ୟନ୍ତ ବନ୍ଦ କରି ଦେଇଛି । କିଛି ଦିନ ପୂର୍ବେ ଆମାଜନ ମଧ୍ୟ ତାହାର କର୍ମଚାରୀଙ୍କ ପାଇଁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ସମୟ ବଢାଇଛି ।

ଫ୍ଲିପକାର୍ଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ କିଛି ମାସ ମଧ୍ୟରେ, ମହାମାରୀର ମୁକାବିଲା କରିବାରେ ଆମେ ସମ୍ପୂର୍ଣ୍ଣ ସହଯୋଗ କରିଛୁ । କର୍ମଚାରୀମାନେ ମଧ୍ୟ ଆମକୁ ସାହାଯ୍ୟ କରିଛନ୍ତି । ତେଣୁ କମ୍ପାନୀ ତା କର୍ମଚାରୀଙ୍କ ପାଇଁ ଖୁବ ଖୁସି ଅଛି ।

କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀମାନଙ୍କୁ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡ଼ୁଛି 

ବିଜନେସ୍ ଷ୍ଟାଣ୍ଡାର୍ଡ ତାହାର ଏକ ରିପୋର୍ଟ ମାଧ୍ୟମରେ ଏହାର ସୂଚନା ଦେଇଛି । ଫ୍ଲିପକାର୍ଟ କମ୍ପାନୀ ତାର ସେହି କର୍ମଚାରୀମାନଙ୍କୁ ଅଫିସ୍ ଡାକିଛି ଯେଉଁମାନେ କରୋନା ମହାମାରୀ ସମୟରେ ରୋଷ୍ଟୋର ଡ୍ୟୁଟିରେ ଥିଲେ । ଏବଂ ଅନ୍ୟ ସମସ୍ତ କର୍ମଚାରୀ ଘରେ ରହି କାମ କରିପାରିବେ । କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, କାର୍ଯ୍ୟାଳୟକୁ ଆସୁଥିବା ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶାବଳୀ ଏବଂ ପ୍ରୋଟୋକଲ୍ ଅନୁସରଣ କରିବାକୁ ପଡିବ ।

ଫ୍ଲିପକାର୍ଟ ମୁଖ୍ୟ ଅଧିକାରୀ କୃଷ୍ଣ ରାଘବନ କର୍ମଚାରୀମାନଙ୍କୁ ପଠାଯାଇଥିବା ଏକ ଇମେଲରେ କହିଛନ୍ତି ଯେ, ଆମେ ଯଥାଶୀଘ୍ର ପରସ୍ପରକୁ ଭେଟିବାକୁ ଚାହୁଁଛୁ । କିନ୍ତୁ, ପରିସ୍ଥିତିକୁ ଦେଖିଲେ ନିକଟ ଭବିଷ୍ୟତରେ ଭେଟିବା କୌଣସି ସମ୍ଭାବନା ନଥିବା ଜଣାପଡ଼ୁଛି । ନିଜକୁ ଏବଂ ଆମ ପରିବାରକୁ ସୁରକ୍ଷା ଦେବା ପାଇଁ ଏହା ସବୁଠାରୁ ଉପଯୁକ୍ତ ହେବ ଯେ, ଆମେ ସାମାଜିକ ଦୂରତା ସହିତ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବା ।

କୋଭିଡ୍ ଲିଭ୍/ଛୁଟି ପଲିସି

ଘରୁ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ବ୍ୟତୀତ ଫ୍ଲିପକାର୍ଟ ‘Covid Care Leaves’  ମଧ୍ୟ ଉପସ୍ଥାପନ କରିଛି । ଯଦି କୌଣସି କର୍ମଚାରୀ କୋଭିଡ -19 ପଜିଟିଭ୍ ବୋଲି ଜଣାପଡନ୍ତି, ତେବେ ସେମାନେ ୨୮ ଦିନ ଛୁଟି ନେଇପାରିବେ । ତେବେ ଏହି ଛୁଟିରେ କୌଣସି ଟଙ୍କା କଟିବ ନାହିଁ ବରଂ ପାରିଶ୍ରମିକ ମିଳିବ ।

ଭାରତରେ ଖୁବ୍‌ଶୀଘ୍ର ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ମିଳିବ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀରେ ସାରା ବିଶ୍ୱ ଯୁଦ୍ଧ ଜାରି ରଖିଥିବା ବେଳେ ଏବେ ଅପେକ୍ଷା, କେବେ ଆସିବ ଟିକା ? କରୋନା ଭାକ୍‌ସିନର ଜରୁରୀକାଳିନ ବ୍ୟବହାର ପାଇଁ ବ୍ରିଟେନ ଓ ରୁଷ ଅନୁମତି ଦେଇସାରିଛନ୍ତି । ଅନେକ କୋଭିଡ୍‌ ଭାକ୍ସିନ ପ୍ରସ୍ତୁତି ଏବେ ଅନ୍ତିମ ଚରଣରେ ପହଞ୍ଚିଛି ।

ଭାରତରେ ମଧ୍ୟ କିଛି ସପ୍ତାହ ମଧ୍ୟରେ କୋଭିଡ ୧୯ ଟିକା ମିଳିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାର ଜରୁରୀ ବ୍ୟବହାର ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ । ତେବେ ଏଠି ପ୍ରଶ୍ନ ଉଠୁଛି, କରୋନା ଟିକା ଆସିବା ପରେ କଣ ମହାମାରୀର ବିପଦ ସବୁଦିନ ପାଇଁ ଟଳିଯିବ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ସତର୍କତା ଜାରି କରିଛି । ଡବ୍ଲୁଏଚ୍‌ଓ କହିଛି, କରୋନା ଭାକ୍ସିନ ଉପଯୋଗ ପରେ ମଧ୍ୟ ଲୋକଙ୍କୁ ଶାଳୀନତା ରକ୍ଷା କରିବା ଆବଶ୍ୟକ ।

Has Coronavirus Killed Flu Influenza Cases Nosedive By 98 Percent

କୋଭିଡ୍ ୧୯ ଭାକ୍ସିନ ଆସିବା ପରେ ମଧ୍ୟ ଏହି ଭୟଙ୍କର ଭାଇରସ ସହଜରେ ମରିବ ନାହିଁ । ସେଥିପାଇଁ ଲୋକେ ନିଜର ସୁରକ୍ଷା ପାଇଁ ପୂର୍ବବତ୍ ସୁରକ୍ଷା ପ୍ରଣାଳିକୁ ଉପଯୋଗ କରିବା ଆବଶ୍ୟକ । ଡବ୍ଲୁଏଚଓର ନିର୍ଦ୍ଦେଶକ ମିଶେଲ ରେୟାନ କହିଛନ୍ତି, ଟିକା ନେବା ପରେ ମଧ୍ୟ ଲୋକେ ସତର୍କ ରହିବା ଉଚିତ୍ ।

ଏପଟେ ଭାରତରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ବେଳେ ଡୋଜ ନେଇଥିଲେ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ଭିଜ୍‌ । ତେବେ ଟିକା ନେବାର ମାତ୍ର ୧୫ ମଧ୍ୟରେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି ।

ତେବେ ମନ୍ତ୍ରୀ କରୋନା ଆକ୍ରାନ୍ତ ହେବା ପରେ ଟିକାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଛି । ତିନୋଟି ପର୍ଯ୍ୟାୟରେ କୋଭାକ୍ସିନ୍‌ର ପରୀକ୍ଷା ସଫଳ ହୋଇଛି ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ପ୍ରଶ୍ନ ଉଠୁଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍‌ ଶୀଘ୍ର କରୋନା ଟିକା ଆସିବା ନେଇ ପ୍ରତିଶ୍ରୁତି ଦେଉଥିବା ବେଳେ ଏପଟେ ଟିକାର ଫରୀକ୍ଷା ଏଭଳି ବିଫଳ ଖବର ସମସ୍ତଙ୍କୁ ଚକିତ କରିଛି ।

ମାଟି ଭିତରେ ଧୀରେ ଧୀରେ ଉଗ୍ରରୂପ ନେଉଛି ଲାଭା, ଫାଟିଲେ ଚାଲିଯିବ ୯୦ ହଜାର ଜୀବନ

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକାରେ ମହାବିନାଶକ । କୌଣସି ପରମାଣୁ ବୋମା ନୁହେଁ କିମ୍ବା ମହାମାରୀ । ଏଭଳି ଏକ ବିନାଶକ ଯାହା ଦିନେ ପ୍ରାୟ ୯୦ ହଜାର ଜୀବନକୁ ଛାରଖାର କରିଦେବ । ତେବେ କ’ଣ ସେହି ମହାବିନାଶକ, ଯାହାକୁ ନେଇ ଏତେ ଆଲୋଚନା ପର୍ଯ୍ୟାଲୋଚନା, ନିହାତି ଭାବରେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ । ଏହି ମହାବିନାଶକ ହେଉଛି ଆଗ୍ନେୟଗିରି । ଯାହା କିଛି ମୁହୂର୍ତ୍ତ ମଧ୍ୟରେ ସବୁ ଛାରଖାର କରିଦିଏ । ତେବେ କେଉଁ ସ୍ଥାନରେ ଏହି ଲାଭା ମୃତ୍ୟୁର ଜନ୍ତା ସାଜିବା ପାଇଁ ଅଣ୍ଟା ଭିଡ଼ୁଛି?

ଆମେରିକାର ବୟୋମିଙ୍ଗ୍‌ରାଜ୍ୟ ସ୍ଥିତ ଏହି ଆଗ୍ନେୟଗିରିର ନାମ ୟେଲୋଷ୍ଟାନ । ଗବେଷକ କୁହନ୍ତି ୟେଲୋଷ୍ଟାନ ଯଦି ଆଗ୍ନେୟଗିରିର ରୂପ ନିଏ ତେବେ ଅକାଳରେ ୯୦ ହଜାର ଲୋକଙ୍କ ଜୀବନ ଚାଲିଯିବ । ଦେଖିବାକୁ ଆଖିକୁ ସୁନ୍ଦର ଦେଖାଯାଉଥିବା ଏହି ଆଗ୍ନେୟଗିରି ଯଦି ବିସ୍ଫୋଟକର ରୂପ ନିଏ ତେବେ ମାନବ ଇତିହାସରେ ସବୁଠାରୁ ଭୟାନକ ବିନାଶ ଆଣିପାରେ । ଏହି ମହାବିସ୍ଫୋଟକରୁ ଏତେ ମୋଟାରେ ପାଉଁଶ ପୂର୍ଣ୍ଣ ଧୂଆଁ ଉଠିବ ଯେଉଁଥିରେ ପୂରା ପୃଥିବୀ ଘୋଡ଼େଇ ହୋଇଯିବ ।


ବୟୋମିଙ୍ଗ୍‌ରାଜ୍ୟ ସ୍ଥିତ ୟେଲୋଷ୍ଟାନ ଆଗ୍ନେୟଗିରି ଗତ ଛଅ ଲକ୍ଷ ବର୍ଷ ହେବ ଶାନ୍ତ ରହିଛି । କିନ୍ତୁ ଏଥିପାଇଁ ବୈଜ୍ଞାନକଙ୍କୁ ଭୟ ଘାରୁଛି । ଶୋଇଥିବା ଏହି ରାକ୍ଷସ କେବେ ମଧ୍ୟ ଉଠିପାରେ ଆଉ ବିନାଶ ଆଣିପାରେ । ଯଦି ଏହି ବିସ୍ଫୋରଣ ହେଉଛି ତେବେ ସାରା ଦୁନିଆରେ ଅରାଜକତା ଖେଳିଯିବ । ମାଟିତଳେ ତାତି ଯେତେ ବଢିବ ବିନାଶ ସେତେ ନିକଟତର ହେବ । ଲାଭା ତରଳିବାକୁ ଲାଗିବ । ତାତି ବଢିଲେ ମ୍ୟାଗ୍ମା କାର୍ବନ ଡାଇଅକ୍ସାଇଡ ଏବଂ ଅନ୍ୟ କେତେକ ଗ୍ୟାସ ଏକାସାଙ୍ଗରେ ମିଶିବା ଆରମ୍ଭ ହେବ । ଯାହାପରେ ମାଟିର ତଳ ସ୍ତର ଫୁଲିବା ଆରମ୍ଭ କରିବ । ଆଉ ଯଦି ୟେଲୋଷ୍ଟାନ ଆଗ୍ନେୟଗିରି ଫାଟିବ ତେବେ ପ୍ରଳୟ ଆସିଯିବ ଓ ତତକ୍ଷଣାତ ୯୦ ହଜାର ଲୋକଙ୍କ ଜୀବନ ଚାଲିଯିବ । ଏହି ମହାବିସ୍ଫୋଟକ କାରଣରୁ ୧୬ ଶହ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ପୃଥିବୀ ଉପରେ ମ୍ୟାଗ୍ମାର ୩ ମିଟର ପରସ୍ତ ଖେଳିଯିବ । ଯାହା ଖୁବ ସଂଘର୍ଷମୟ ପରିସ୍ଥିତି ସୃଷ୍ଟି କରିବ । କେବଳ ୯୦ ହଜାର ନୁହେଁ ଅଧିକ ଲୋକଙ୍କ ଜୀବନ ବିପଦ ମୁଖରେ ପଡ଼ିବ । ଏଥିରୁ ପାଉଁଶ ବାହାରି ରାସ୍ତାକୁ ଘୋଡ଼େଇ ଦେବ । ଗ୍ୟାସ ଏବଂ ପାଉଁଶର ବାତାବରଣ ଏକ ଅକଳ୍ପନୀୟ ପରିସ୍ଥିତି ସୃଷ୍ଟି କରିବ । ଯାହା ୨୦୧୦ରେ ଏକ ଆଇଲ୍ୟାଣ୍ଡରେ ଘଟିଥିଲା ।

ଯଦି ଏହି ଲାଭା ତରଳି ଆଗ୍ନେୟଗିରିରେ ବିସ୍ଫୋରଣ ହୁଏ ତେବେ ପୃଥିବୀର ବାତାବରଣ ବା ଜଳବାୟୁ ବଦଳିଯିବ । ଏହାପରେ ପୃଥିବୀକୁ ପରମାଣୁ ଥଣ୍ଡା ଆସିଯିବ । ସଲଫର ଡାଇଅକ୍ସାଇଡ ଭର୍ତ୍ତି ହୋଇଗଲେ ଏରୋସୋଲ ସୃଷ୍ଟି ହେବ, ଯାହା ସୂର୍ଯ୍ୟର ରଶ୍ମିକୁ ପରିବର୍ତ୍ତନ କରିଦେବ । ଏହାଦ୍ୱାରା ପୃଥିବୀର ତାପମାତ୍ରାରେ ପରିବର୍ତ୍ତନ ଆସିଯିବ । ଆଉ ଏଭଳି ହେଲେ ଫସଲ ହୋଇପାରିବ ନାହିଁ । ଯାହାପରେ ପୃଥିବୀରେ ସମସ୍ୟା ଅଧିକ ବଢିଯିବ ।

Tips & Tricks: ଅଫଲାଇନ ରହି କରନ୍ତୁ ହ୍ୱାଟସଆପରେ ଚାଟ, ନା ବଦଳିବ Last Seen, ନା ଦେଖାଯିବ Online

ନୂଆଦିଲ୍ଲୀ: ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ (WhatsApp)ରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ନିଜ ବନ୍ଧୁ ଏବଂ ପରିଜନଙ୍କ ସହ କଥା ହୁଅନ୍ତି । କିନ୍ତୁ ବେଳେ ବେଳେ ଏଥିରେ କିଛି ସମସ୍ୟା ଦେଖିବାକୁ ମିଳିଥାଏ । ଅନେକ ଥର ୟୁଜର୍ସ ଚାହାନ୍ତି ଯେ, ସେମାନେ ଅନଲାଇନ ରହିବେ କିନ୍ତୁ କେହି ଜାଣିପାରିବେ ନାହିଁ । କିନ୍ତୁ ହ୍ୱାଟସଆପ ଆପଣ ଖୋଲିଲା ମାତ୍ରେ ଆପଣଙ୍କ ଷ୍ଟାଟସ Online ଦେଖାଇଥାଏ । ହ୍ୱାଟସଆପରେ ଅନେକ ଫିଚର ରହିଛି କିନ୍ତୁ ଏହି ଏକମାତ୍ର ଫିଚରର ଅପେକ୍ଷା ସମସ୍ତେ କରିଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିକ୍ ବିଷୟକେ କହିବାକୁ ଯାଉଛି ଯାହା ସାହାଯ୍ୟରେ ଆପଣ ବିନା Online ଷ୍ଟାଟସରେ ଚାଟ୍ କରିପାରିବେ ।

ଆପରେ ଅନଲାଇନ ଦେଖିବାର ଅସୁବିଧା ରହିଛି, କାରଣ ଏଥିରେ ଲୋକମାନେ ଜାଣିପାରନ୍ତି ଯେ ଆପଣ କାହା ସହ ଚାଟ କରୁଛନ୍ତି ବୋଲି । ଏହାବ୍ୟତୀତ ଆପଣଙ୍କୁ ଅନଲାଇନ ଦେଖି ଅନେକ ମେସେଜ ମଧ୍ୟ କରିଥାଆନ୍ତି । ଏମିତିରେ ଆପଣ ଏହି ଟ୍ରିକ ବ୍ୟବହାର କରି ଅନ୍ୟ ମାନଙ୍କ ମେସେଜରୁ ବର୍ତ୍ତି ପାରିବେ । ଅବଶ୍ୟ ବର୍ତ୍ତମାନ ହ୍ୱାଟସଆପରେ ବିନା Online ଷ୍ଟାଟସରେ ଚାଟ କରିବା ପାଇଁ କୌଣସି ସେଣ୍ଟିଂ ଉପଲବ୍ଧ ହୋଇନାହିଁ ।

 

କରନ୍ତୁ ଏହି ସହଜ ଷ୍ଟେପ

  • ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ WA Bubble For Chat ଆପ ଡାଉନଲୋଡ କରନ୍ତୁ । ଏହାପରେ ଆପ ଅନେକ ଆକ୍ସେସିବିଲିଟିର ପରମିସନ ମାଗିବ ଯାହାକୁ ଆପଣଙ୍କୁ Allow କରିବାର ଅଛି ।
  • ବର୍ତ୍ତମାନ ହ୍ୱାଟସଆପରେ ଆସିଥିବା ମେସେଜ ଗୁଡ଼ିକ ଆପଣଙ୍କୁ ବବଲ୍ସରେ ଦେଖିବାକୁ ମିଳିବ ।
  • ଏଥିରେ ଚ୍ୟାଟିଂ କରିବା ଦ୍ୱାରା Online ଦେଖାଯିବ ନାହିଁ ଏବଂ Offline ରହି ଆପଣ ଆରାମରେ ଚାଟ କରିପାରିବେ ।
  • ଏହାସହ ଆପଣଙ୍କ Last Seen ମଧ୍ୟ କାହାକୁ ଦେଖାଯିବ ନାହିଁ ।

ହ୍ୱାଟସଆପର ଏହି ଟ୍ରିକକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ କେବଳ WA bubble for chat ଆପ ଡାଉନଲୋଡ କରିବାକୁ ପଡ଼ିବ ।

କଣ ପାଇଁ ରେସ୍ତୋରାଁରେ ପ୍ଲେଟ୍ ଭାଙ୍ଗିଲେ ସଲମାନଙ୍କ ଭଉଣୀ ?

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ ଏବେ ବିଗ୍ ବସ୍ ୧୪ ର ହୋଷ୍ଟିଂ ଏବଂ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ତାଙ୍କର ପ୍ରିୟ ଭଉଣୀ ଅର୍ପିତା ଖାନ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି ।  ଅର୍ପିତାଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅର୍ପିତା ତାଙ୍କ ସାଙ୍ଗଙ୍କ ସହ ଏକ ରେସ୍ତୋରାଁରେ ନଜର ଆସିଛନ୍ତି । ଯେଉଁଠାରେ ସେ ଗୋଟିଏ ପରେ ଗୋଟିଏ ପ୍ଲେଟ୍ ଭାଙ୍ଗୁଥିବା ଦେଖାଯାଇଛି । ଭିଡ଼ିଓରେ ଦେଖାଯାଇଛି ଯେ, ଅର୍ପିତା ତାଙ୍କ ସାଙ୍ଗ ସହିତ କଥାବାର୍ତ୍ତା ହେଉଥିବା ସମୟରେ ତାଙ୍କ ପାଖରେ ଥିବା ପ୍ଲେଟଗୁଡ଼ିକୁ ଫୋପାଡୁଛନ୍ତି ।

ଅର୍ପିତାଙ୍କର ଏହି ଭିଡିଓ ଦୁବାଇର ଏକ ରେସ୍ତୋରାଁରୁ ଆସିଛି । ଯେଉଁଠାରେ ସେ ଗୋଟିଏ ପରେ ଗୋଟିଏ ପ୍ଲେଟ୍ ଭାଙ୍ଗୁଥିବାର ଦେଖାଯାଇଛି । ଯଦିଓ, ଅର୍ପିତା କ୍ରୋଧରେ ଏହି ଥାଳି ଭାଙ୍ଗି ନଥିଲେ ବରଂ ଏହା ପଛରେ ଏକ ମଜାଳିଆ କାହାଣୀ ରହିଛି । ଥାଳି ଭାଙ୍ଗିବା ହେଉଛି ଏକ ପ୍ରକାର ଖୁସି  ତାହା ହେଉଛି ରେସ୍ତୋରାଁର ଏକ ଥିମ । ତେଣୁ ଅର୍ପିତା ନିଜ ସାଙ୍ଗ ସହିତ କଥାବାର୍ତ୍ତା କରୁଥିବା ସମୟରେ ହସୁଛନ୍ତି ଏବଂ ପ୍ଲେଟ ଫିଙ୍ଗୁଛନ୍ତି । ଅର୍ପିତା ଖାନ ଶର୍ମା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଏହା ବ୍ୟତୀତ ଅର୍ପିତା ତାଙ୍କ ପୁଅ ଆହିଲଙ୍କ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ, ଯେଉଁଠାରେ ଅର୍ପିତା ରେସ୍ତୁରାଣ୍ଟରେ ପ୍ଲେଟ ଭାଙ୍ଗୁଥିବାର ନଜର ଆସିଛନ୍ତି, ଆହିଲ ମଧ୍ୟ ଘରେ ପ୍ଲେଟ ଫୋପାଡିଥିବାର ନଜର ଆସିଛନ୍ତି । ଭିଡିଓରେ, ଅର୍ପିତା ତାଙ୍କ ସାଙ୍ଗମାନଙ୍କ ସହିତ ପ୍ଲେଟ୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି ।  ସୂଚନା ଅନୁସାରେ ନିକଟରେ ଅର୍ପିତା ଖାନ ଶର୍ମା ଆୟୁଷ ଶର୍ମାଙ୍କ ସହ ତାଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ଅବସରରେ ସେ ଏବଂ ଆୟୁଷଙ୍କର ଏକ ଫଟୋ ସେୟାର କରିବାବେଳେ ସେ ତାଙ୍କ ସ୍ୱାମୀଙ୍କ ପାଇଁ ଏକ ରୋମାଣ୍ଟିକ ଏବଂ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଥିଲେ।

ପରୀ ମୃତ୍ୟୁ ମାମଲାର ତନାଘନା କରୁଛି ଏସ୍‌ଆଇଟି, ରାଜନୀତି ସରଗରମ

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାର ତନାଘନା କରୁଛି ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌-ଏସ୍‌ଆଇଟି । ବାବୁଲି ନାୟକଙ୍କ ଘରେ ଖାନ୍‌ତଲାସି କରାଯାଇଛି । ଏସ୍ଆଇଟି ମୁଖ୍ୟ ତଥା ପୋଲିସ ଆଇଜି ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ବାବୁଲି ନାୟକଙ୍କ ତିନି ମହଲା ଘରେ ଖାନ୍‌ତଲାସି କରାଯାଇଥିଲା । ବାବୁଲି ନାୟକ ଓ ତାଙ୍କ ପୁଅଙ୍କୁ ଅରୁଣ ବୋଥ୍ରା ମଧ୍ୟ ପ୍ରାୟ ଏକଘଣ୍ଟା ପଚରାଉଚରା କରିଥିଲେ  ।

ବାବୁଲି ନାୟକଙ୍କ ଯାନବାହନ ଓ ଡ୍ରାଇଭରଙ୍କ ସଂପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇଛି  । ବାବୁଲି ନାୟକଙ୍କ ଜଣେ ଡ୍ରାଇଭର ବିଜୟ ବେହେରାଙ୍କୁ ତାଙ୍କ ଇଟାମାଟି ସ୍ଥିତ ଘରୁ ଉଠାଇ ନେଇ ସର୍କିଟ ହାଉସରେ ଅରୁଣ ବୋଥ୍ରା ପଚାରାଉଚରା କରିଥିଲେ  । ପରେ ନୟାଗଡ଼ ଟାଉନ ଥାନାରେ ମଧ୍ୟ ପଚରାଉଚରା କରାଯାଇଛି  । ସେପଟେ ପରୀ ହତ୍ୟା ଘଟଣା ନେଇ ସରଗରମ ହୋଇଛି ରାଜନୀତି । ଆଜି ପରୀ ଗାଁକୁ ଆସୁଛନ୍ତି ରାଜ୍ୟ କଂଗ୍ରେସ ଓ ବିଜେପିର ଟିମ୍ ।

ପରୀ ଗାଁରେ ପହଞ୍ଚିଲା ରାଜ୍ୟ କଂଗ୍ରେସ ଟିମ୍ । ପିସିସି ପ୍ରଭାରୀ ଚେଲ୍ଲାକୁମାରଙ୍କ ନେତୃତ୍ବରେ କଂଗ୍ରେସ ପ୍ରତିନିଧି ଦଳ ପରୀର ଗାଁ ନୟାଗଡ଼ ଯଦୁପୁର ପହଞ୍ଚି ପରୀର ବାପା-ମାଆଙ୍କ ସହ ଆଲୋଚନା କରିଛନ୍ତି । ଟିମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଜୟଦେବ ଜେନା, ତାରାପ୍ରସାଦ ବାହିନୀପତି, ଭକ୍ତଚରଣ ଦାସ ପ୍ରମୁଖ ଅଛନ୍ତି । ବିଜେପିର ଏକ ଟିମ୍ ମଧ୍ୟ ଆଜି ପୁଣି ପରୀ ଗାଁକୁ ଯାଉଛି ।

ଚାଷୀ ଆନ୍ଦୋଳନରେ ଯୁବରାଜଙ୍କ ବାପା ହିନ୍ଦୁଙ୍କ ପାଇଁ ଦେଲେ ବିବାଦୀୟ ବୟାନ, ଜନତା କଲେ ଗିରଫ ଦାବି…

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ଆଗକୁ ଆସିଥିବା ପୂର୍ବତନ କ୍ରିକେଟର ୟୁବରାଜ ସିଂହଙ୍କ ପିତା ୟୋଗରାଜ ସିଂହ ହିନ୍ଦୁଙ୍କୁ ନେଇ ଦେଇଛନ୍ତି ବିବାଦୀୟ ବୟାନ । ୟୋଗରାଜ ସିଂହ ଚାଷୀ ଆନ୍ଦୋଳନ ସମୟରେ ଭାଷଣ ଦେବା ବେଳେ ହିନ୍ଦୁମାନଙ୍କ ବିଷୟରେ ଏମିତି ଟିପ୍ପଣୀ ଦେଇଛନ୍ତି ଯେ, ଏହାପରେ ତାଙ୍କୁ ଗିରଫ କରାଯିବା ପାଇଁ ଦାବି କରାଯାଉଛି । ତାଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିବା ପରେ ଲୋକଙ୍କ କ୍ରୋଧ ବଢ଼ିବାରେ ଲାଗିଛି ।

https://twitter.com/HardikDodiya_/status/1334914333969580032

ୟୋଗରାଜ ସିଂଙ୍କ ଯେଉଁ ଭାଷଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସେଥିରେ ସେ ପଞ୍ଜାବୀରେ ଭାଷଣ ଦେଉଥିବା ଦେଖାଯାଉଛି । ଭାଷଣ ସମୟରେ ସେ ହିନ୍ଦୁମାନଙ୍କ ପ୍ରତି ‘ଗଦ୍ଦାର’ ଶବ୍ଦ ବ୍ୟବହାର କରୁଥିବା ନଜର ଆସିଛି । ସେ କହିଛନ୍ତି ଯେ ‘ଏହି ହିନ୍ଦୁମାନେ ଗଦ୍ଦାର, ଶହେ ବର୍ଷ ପର୍ଯ୍ୟନ୍ତ ମୋଗଲ ମାନଙ୍କ ଗୁଲାମୀ କରୁଥିଲେ’। କେବଳ ସେତିକି ନୁହେଁ ୟୋଗରାଜ ମହିଳାଙ୍କ ବିଷୟରେ ମଧ୍ୟ ବିବାଦୀୟ ବିବୃତ୍ତି ଦେଇଛନ୍ତି ।

ସୋସିଆଲ ମିଡିଆରେ ଅନେକ ୟୁଜର୍ସ ୟୋଗରାଜଙ୍କ ଏହି ଭାଷଣକୁ ନିନ୍ଦା କରିଛନ୍ତି । ଏମିତିକି ଏହାକ ଘୃଣ୍ୟ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଅତୀତରେ ୟୋଗରାଜ ଅନେକ ଥର ନିଜର ବୟାନ ପାଇଁ ବିବାଦରେ ରହିଛନ୍ତି ।