spot_img
Home Blog Page 6318

କଟକ ଭିଜିଲାନ୍‌ସ ମୁଖ୍ୟାଳୟରେ ଅଭୟକାନ୍ତ ପାଠକଙ୍କୁ ମାରାଥନ ଜେରା

କଟକ:  ଖୋଲୁଛି ପାଠକ ବାପପୁଅଙ୍କ କଳାଧନ ପେଡ଼ି । ଅମାପ ସମ୍ପତ୍ତିର ଖୋଳତାଡ଼ ପାଇଁ ପାଠକ ବାପପୁଅଙ୍କୁ ୩ଦିନିଆ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି  ଭିଜିଲାନ୍‌ସ ଏସ୍‌ଆଇଟି । ଅଭୟକାନ୍ତ ଓ ପୁଅ ଆକାଶଙ୍କୁ ପୃଥକ ପୃଥକ ଜେରା ହେବ। ଏବେ ଅଭୟ ପାଠକଙ୍କୁ ଜେରା କରାଯାଉଛି । ୧୦ ଜଣିଆ ଭିଜିଲାନ୍ସ ଅଫିସରଙ୍କୁ ନେଇ ଦୁଇଟି ଟିମ ବାପ ପୁଅଙ୍କୁ କରିବ ପଚରା ଉଚରା। ଗତ କାଲି ରାତିରୁ ପଚରାଉଚରା ଆରମ୍ଭ ହୋଇଥିବା ବେଳେ ଭିଜିଲାନ୍ସ ଏସ୍ପି ମଧ୍ୟ ଆଜି କରିପାରନ୍ତି ମାରାଥନ ଜେରା ।

Abhayakant was remanded in custody for three days by SIT

ଗତକାଲି ଝାରପଡା ଜେଲରୁ କଟକ ଭିଜିଲାନ୍‌ସ ମୁଖ୍ୟାଳୟକୁ ନିଆଯାଇ ଜେରା ହୋଇଥିଲା । ଆଜି ପୁଣି ଜେରା ଆରମ୍ଭ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଆର୍ଥିକ ଅନିୟମିତତା ନେଇ ଭିଜିଲାନ୍‌ସ ହାତରେ ପ୍ରମାଣ ଲାଗିଛି । ରିମାଣ୍ଡ ବେଳେ ଏନେଇ ଗୁଡ଼େଇ ତୁଡ଼େଇ ପଚରାଉଚରା କରାଯାଉଛି । ଆାକାଶଙ୍କ ୩ଟି ଆକାଉଣ୍ଟରେ ୧୪କୋଟିରୁ ଅଧିକ ଟଙ୍କା ଥିବା ଜଣାପଡ଼ିଛି । ଏହାର ଖୋଳତାଡ କରିବ ଏସଆଇଟି ।

Odisha Vigilance Recommends IT, ED To Investigate Akash Pathak Bank Accounts Transaction  

ପୁଅ ଆକାଶଙ୍କ ଆକାଉଣ୍ଟକୁ ଏତେ ଟଙ୍କା କେଉଁଠୁ ଆସିଲା ବୋଲି ଭିଜିଲାନ୍‌ସ ଅଧିକାରୀ ଅଭୟକାନ୍ତଙ୍କୁ ପଚାରିଥିଲେ । ତେବେ ତଦନ୍ତକାରୀ ଅଧିକାରୀଙ୍କୁ ମିଛ କହିଥିଲେ ଅଭୟ । ଜମି ବିକ୍ରି ଟଙ୍କା ସେ ପୁଅ ଆକାଶଙ୍କ ଆକାଉଣ୍ଟରେ ଜମା ରଖିଥିଲେ ବୋଲି କହିଥିଲେ । କିନ୍ତୁ ଭିଜିଲାନ୍ସ ଟିମ୍ ତଦନ୍ତ କରିବା ପରେ ଅଭୟଙ୍କର କୌଣସି ଜମି ନିକଟରେ ବିକ୍ରି ହୋଇନଥିବା ଜାଣିବାକୁ ପାଇଛି ।

ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିବା ବେଳେ ହେଡ୍ କ୍ୱାଟର ବମ୍ବେରୁ ଆସିଲା ଖବର

ବାଲେଶ୍ୱର: ସୋର ଅନ୍ତପୁରରେ ଏଟଏମ ଲୁଟ୍  । ଦୁଇଟି ଏଟିଏମ ତାଡି ଲୁଟି ନେଲେ ଦୁର୍ବୁର୍ତ୍ତ । ହିଟାଚି ଓ ବାଗୁଡିରେ ଥିବା ଆକ୍ସିସ ବ୍ୟାଙ୍କର ଏଟିଏମକୁ ତାଡି ଲୁଟି ନେବାସହ ପାଖରେ ଥିବା ଆଉ ଏକ ଏଟିଏମରୁ ମଧ୍ୟ ଲୁଟିଥିବା ଅଭିଯୋଗ ହୋଇଛି । ତେବେ ପ୍ରଥମେ ବିଲମ୍ବିତ ରାତିରେ ବାଗୁଡି ଅଞ୍ଚଳରେ ଥିବା ଏକ୍ସିସ୍ ବ୍ୟାଙ୍କ ଏଟିଏମରୁ କିଛି ଅଂଶ ଭାଙ୍ଗି ଲୁଟ୍ ଉଦ୍ୟମ କରୁଥିବା ବେଳେ ହେଡ୍ କ୍ୱାଟର ବମ୍ବେରୁ ସଙ୍ଗେ ସଙ୍ଗେ ସୋର ଥାନାକୁ ଖବର ଆସିଥିଲା  ।

ତେବେ ଖବର ପାଇ ସୋର ଥାନାର ଏ.ଏସ୍.ଆଇ ପ୍ରଦୀପ ମହାନ୍ତି, ଏ.ଏସ.ଆଇ ପ୍ରତାପ କାର୍ଲୋ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ । ସେହିଭଳି ପାଖ ଛକ ନିକଟରେ ଥିବା ହିଟାଚି ଏଟିଏମକୁ ମଧ୍ୟ ଦୁର୍ବୁତ୍ତ ମାନେ ଗ୍ୟାସ୍ କଟରରେ କାଟି ଟଙ୍କା ଲୁଟି ନେଇଛନ୍ତି । ଘଟଣାସ୍ଥଳରେ ସୋର ପୋଲିସ୍ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

ପଦ୍ମଶ୍ରୀ ଧର୍ମପାଲ ଗୁଲାଟିଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଦ୍ମଶ୍ରୀ ଧର୍ମପାଲ ଗୁଲାଟିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମଡିଏଚ ଗ୍ରୁପ ମାଲିକ ମହାଶୟ ଧର୍ମପାଲ ଗୁଲାଟୀଙ୍କ ପରଲୋକ ହୋଇଛି । ୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛି ମସଲା କିଙ୍ଗ । କିଛିଦିନ ହେବ ସେ ଅସୁସ୍ଥ ହୋଇ ମାତା ଚନ୍ନନ ଦେବୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୃତ୍ୟୁରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି  ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଧର୍ମପାଲ ଗୁଲାଟିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ନିଜର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

MDH ଗ୍ରୁପର ମାଲିକ ଧର୍ମପାଲ ଗୁଲାଟିଙ୍କ ଦେହାନ୍ତ

ତେବେ ୧୯୪୭ରେ ୧୫ଶହ ଟଙ୍କା ନେଇ ଦିଲ୍ଲୀ ଆସିଥିଲେ ଗୁଲାଟି । ୬୫୦ଟଙ୍କାରେ ଘୋଡାଗାଡି କିଣି ଦିଲ୍ଲୀ ରେଲୱେ ଷ୍ଟେସନରୁ କୁଲବ ରୋଡ ଯାଏଁ ଚଲାଉଥିଲେ । ପରେ ଛୋଟିଆ ମସଲା ଦୋକାନ ଖୋଲି ଧିରେ ଧରେ ଏମଡିଏଚ ମସଲା ନାଁରେ ଆରମ୍ଭ ହେଲା ବିଜନେସ୍ । ଗୁଲାଟି ଯେ କେବଳ ମସଲା ବ୍ୟବସାୟ ପାଇଁ ପ୍ରସିଦ୍ଧ ଥିଲେ ତା ନୁହେଁ ହସ୍ପିଟାଲ ସହ ୨୦ରୁ ଅଧିକ ସ୍କୁଲ ମଧ୍ୟ ଖୋଲିଛନ୍ତି ସେ । ତାଙ୍କ ପରିଶ୍ରମ ବଳରେ ସେ ନିଜର ବ୍ୟବସାୟକୁ ଦେଶବ୍ୟାପୀ କରିବା ସହ ନିଜର ସ୍ୱତନ୍ତ୍ର ସ୍ଥାନ ବନାଇପାରିଥିଲେ । ତାଙ୍କ ବିୟୋଗରେ ସବୁଠି ଦୁଃଖର ଛାୟା ଖେଳିଯାଇଛି ।

MDH ଗ୍ରୁପର ମାଲିକ ଧର୍ମପାଲ ଗୁଲାଟିଙ୍କ ଦେହାନ୍ତ

ନୂଆଦିଲ୍ଲୀ: MDH ଗ୍ରୁପର ମାଲିକ ମହାଶୟ ଧରମପାଲ ଗୁଲାଟୀଙ୍କର ଦେହାନ୍ତ ହୋଇଛି। ମାତା ଚନନ ଦେବୀ ହସ୍ପିଟାଲରେ ୯୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନା ଅନୁଯାୟୀ ମହାଶୟ ଧରମପାଲ ଅସୁସ୍ଥତା କାରଣରୁ ଗତ କିଛି ଦିନ ହେବ ମାତା ଚନନ ଦେବୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଧରମପାଲ ୨୭ ମାର୍ଚ୍ଚ ୧୯୨୩ରେ ସିଆଲକୋଟରେ (ବର୍ତ୍ତମାନର ପାକିସ୍ତାନରେ) ଜନ୍ମଗ୍ରହଣ କରିଥିଲେ। ୧୯୩୩ ମସିହାରେ ସେ ୫ମ ଶ୍ରେଣୀ ପାଠପଢା ସମାପ୍ତ କରିବା ପୂର୍ବରୁ ବିଦ୍ୟାଳୟ ଛାଡିଦେଇଥିଲେ। ୧୯୩୭ ମସିହାରେ ସେ ପିତାଙ୍କ ସାହାଯ୍ୟରେ ବ୍ୟବସାୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ସାବୁନ୍, କପଡା, ହାର୍ଡୱେର୍, ଚାଉଳର ବ୍ୟବସାୟ ମଧ୍ୟ କରିଥିଲେ ।

ତେବେ ମସଲା ଦୁନିଆର ବାଦଶାହ ବୋଲାଉଥିବା ଧର୍ମପାଲଙ୍କ ମୃତ୍ୟୁରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ବୀରମିତ୍ରପୁରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ଡାକରା

ବୀରମିତ୍ରପୁର: ଆଜି ବିରମିତ୍ରପୁର ୧୨ ଘଣ୍ଟିଆ ବନ୍ଦ । ହାଜତ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଓ ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ସହାୟତା ପ୍ରଦାନ ଦାବିରେ ବନ୍ଦ ପାଳନ କରୁଛି କଂଗ୍ରେସ୍  । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ସହରର ଦୋକାନ ବଜାର ବନ୍ଦ ରହିଥିବାବେଳେ ଜାତୀୟ ରାଜପଥରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି  ।

ତେବେ ବନ୍ଦକୁ ଦୃଷ୍ଟିରେ ରଖି ସାତ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗତ ୧୯ତାରିଖରେ ବୀରମିତ୍ରପୁରରେ ହାଜତରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ମାନଵାଧିକାର କମିଶନରଙ୍କ ଗାଇଡଲାଇନ ଅନୁସାରେ ଜଣେ ଡିଏସପି ଘଟଣାର ତଦନ୍ତ କରୁଛନ୍ତି ।

ଏହାସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଦାୟିତ୍ୱରେ ଅବହେଳା ପାଇଁ ବୀରମିତ୍ରପୁର ଥାନା ଆଇଆଇସି ନିଲମ୍ବିନ କରାଯାଇଛି । ତେଥାପି ଉତ୍ତେଜନା ଥମିବାର ନା ନେଉ ନାହିଁ । ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା ।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘର ସମେତ ୩ଟି ସ୍ଥାନରେ ଚଢାଉ

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବନ ବିଭାଗର ରେଞ୍ଜର ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରୁଛନ୍ତି ୪ଜଣିଆ ଭିଜିଲାନ୍ସ ଟିମ୍ । ମୁରିବାହାଲ ରେଞ୍ଜ ଅଫିସ କାର୍ଯ୍ୟାଳୟ , ଟିଟିଲାଗଡ଼ ହାଟପଡା ସ୍ଥିତ ବାସଭବନ ସମେତ ବେଲପଦର ଫାର୍ମ ହାଉସ ଠାରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

ମୁରିବାହାଲ ରେଞ୍ଜର ପ୍ରଶାନ୍ତ କୁମାର ନାୟକ ବେଆଇନ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଆଜି ବଲାଙ୍ଗିର, ସମ୍ବଲପୁର ଓ ବରଗଡ ଭିଜିଲାନ୍ସ ଟିମ ମିଳିତ ଭାବେ ଚଢ଼ାଉ କରିଛି । ଟିଟିଲାଗଡ ହାଟପଦାପଡା ଠାରେ ଏକ ଟ୍ରିପଲ୍ ଷ୍ଟେୟାର୍ ବିଲଡିଂ ସହ ଘରୁ ନଗଦ ଟଙ୍କା ଓ ଆପତ୍ତିଜନକ କାଗଜପତ୍ର ଠାବ ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସର ଚଢାଉ ଜାରି ରହିଛି । ମୁରିବାହାଲ ଠାରେ ବରଗଡ ଭିଜିଲାନ୍ସ ଏସପି ପରମେଶ୍ୱର କିଶାନଙ୍କ ନେତ୍ରୁତ୍ୱରେ ଚଢାଉ କରାଯାଇଥିବା ବେଳେ ଟିଟିଲାଗଡ ହାଟପଦାପଡାରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀ ଚଢାଉର ନେତ୍ରୁତ୍ୱ ନେଇଛନ୍ତି ।

ଟିଟିଲାଗଡ଼ ହାଟପଡ଼ା ସ୍ଥିତ ବାସଭବନରୁ ୨ଲକ୍ଷ ୭୦ହଜାର ନଗଦ ଟଙ୍କା ସହ ୧୬୦ଗ୍ରାମ୍ ସୁନା ଜବତ ହୋଇଛି । ଏହାସହ ୧୦ରୁ ଉର୍ଦ୍ଧ ବ୍ୟାଙ୍କ ଆକାଉଣ୍ଟର ପତ୍ତା ପାଇଛି ଭିଜିଲାନ୍ସ । ଏପର୍ଯ୍ୟନ୍ତ ତାଙ୍କ ବେଆଇନ ସମ୍ପତ୍ତିର କରାଯାଇନାହିଁ । ଆୟ ଠାରୁ କୋଟି କୋଟି ଟଙ୍କାର ବେଆଇନ ସମ୍ପତି ଠୁଳ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ଜାଣିବାକୁ ପାଇଛି ।

ଦିଲ୍ଲୀରେ ବଢୁଛି ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଦିନକୁ ଦିନ ବାୟୁ ଗୁଣବତ୍ତା ଖରାପ ହେବାକୁ ଯାଉଛି। ଯାହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

ପ୍ରତିକୂଳ ପାଗ ଯୋଗୁଁ ଡିସେମ୍ବର ୪ରୁ ଡିସେମ୍ବର ୭ ମଧ୍ୟରେ ସ୍ଥିତି ଅଧିକ ଗମ୍ଭୀର ହେବ ବୋଲି ଆଶଙ୍କା କରାଯାଉଛି। ଯଦିଓ  ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ବର୍ଗରେ ଅଛି।

ଗତ ମଙ୍ଗଳବାର ଦିନ ସହରରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୬୭ ରହିଥିଲା । ଯେତେବେଳେକି  ସୋମବାର ଦିନ ଏହା ୩୧୮ ଥିଲା ।

ଭାରତ ପାଣିପାଗ ବିଭାଗର ପରିବେଶ ନିରୀକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ରର ମୁଖ୍ୟ ବି.କେ ସୋନି କହିଛନ୍ତି, ‘‘ଡିସେମ୍ବର ୪ରେ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଯୋଗୁଁ ପବନର ଗତି ମନ୍ଥର ରହିବ। ବାୟୁ ଗତି ମନ୍ଥର ହେବା ଯୋଗୁଁ ପ୍ରଦୂଷକ କଣିକା ବୃଦ୍ଧି ହୋଇପାଇପାରେ ।

ମାତ୍ରାଧିକ ଫାଇନ ଆଦାୟ ଓ ଅଜଥା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଅଭିଯୋଗ

ଗଜପତି: ମାତ୍ରାଧିକ ଫାଇନ ଆଦାୟ ଓ ଅଜଥା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଅଭିଯୋଗରେ ତହସିଲ ଓ ଥାନା କର୍ମଚାରୀଙ୍କ ବିରୋଧରେ ଫେରାଦ ହୋଇଛି ଟ୍ରାକ୍ଟର ମାଲିକ ସଂଘ ।  ଜିଲ୍ଲାର ରାୟଗଡ ଓ ଗୋଷାଣୀ ବ୍ଲକର ଶତାଧିକ ଟ୍ରାକ୍ଟର ମାଲିକ ଏସପି ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିବା ସହ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି। କରୋନା ସଙ୍କଟ ସମୟରେ ବ୍ୟବସାୟ ବୃତ୍ତି ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଏମାନଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି।

ଟ୍ରାକ୍ଟର ଉପରେ ନିର୍ଭର କରୁଥିବା ଶ୍ରମିକ ଡ୍ରାଇଭର ହେଲପର ସମେତ ସମସ୍ତ ମାଲିକ ଏଥିଦ୍ବାରା ପ୍ରଭାବିତ ହୋଇଛନ୍ତି। ସରକାରଙ୍କ ନିୟମାନୁଯାୟୀ ବାଲି ଗୋଡ଼ି ଇଟା ଆଦି ଗୃହନିର୍ମାଣ ସାମଗ୍ରୀ ପରିବହନ କରିବା ସମୟରେ ରୟାଲ୍ଟି ତଥା ଟେକ୍ସ ପ୍ରଦାନ କରିବା ସତ୍ତ୍ୱେ ଅନେକ ସମୟରେ ତହସିଲ ଓ ପୋଲିସ କର୍ମଚାରୀ ଜରିମାନା ଓ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ଏହାକୁ ବିରୋଧ କରିଛି ଟ୍ରାକ୍ଟର ମାଲିକ ସଂଘ।

ତେବେ ଏହାର ସମାଧାନ କରା ନଗଲେ ଆଗାମୀ ୭ ତାରିଖ ଦିନ ସମସ୍ତ ଟ୍ରାକ୍ଟର ଆଣି ଜିଲ୍ଲା ପ୍ରଶାସନ ସମ୍ମୁଖରେ ଠିଆ କରି ଧାରଣାରେ ବସିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ଟ୍ରାକ୍ଟର ମାଲିକ ସଂଘର କର୍ମକର୍ତ୍ତା । ସେପଟେ ବେଆଇନ ଭାବରେ ଚୋରା ଚାଲାଣ ହେଉଥିବା ଟ୍ରାକ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କୌଣଶି ବ୍ୟତିକ୍ରମ ହୋଇନାହିଁ ଆଗାମୀ ଦିନରେ ସମାନ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ  ।

ବ୍ରିଟେନ ପରେ ଋଷିଆରୁ ଆସିଲା ଖୁସିଖବର‌; ଆସନ୍ତା ସପ୍ତାହରେ ଟିକାକରଣ କରିବାକୁ ପୁଟିନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:  ବ୍ରିଟେନ ପରେ ଋଷିଆରୁ ଆସିଲା ଖୁସିଖବର ।ସାରା ଦେଶରେ ଟିକାକରଣ କରିବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସପ୍ତାହରୁ ଋଷରେ ସାଧାରଣ ଲୋକଙ୍କୁ ଦିଆଯିବ କରୋନା ଟିକା।

ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି।ଦେଶର ବିଭିନ୍ନ ଅଞ୍ଚଳରେ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଦୁଇ ଦୁଇଟି କରୋନା ଟିକା ପରୀକ୍ଷଣ ସଫଳ ସତ୍ବେ ଦେଶରେ ବଢି ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଯାହାକୁ ନେଇ ଗତ କିଛି ଦିନ ହେଲା ଚିନ୍ତାରେ ଥିଲେ ଋଷ ସରକାର । ଏଥିପାଇଁ ଅନେକ ସ୍ଥାନରେ ଲକଡାଉନ କଟକଣା କରାଯାଇଥିଲା। କରୋନା ଟିକା ଦେବା ପରେ ସଂକ୍ରମିତଙ୍କ ସଂଖ୍ୟା କମିବ ବୋଲି ଆଶା କରାଯାଉଛି।

ଟିକାକରଣ ପାଇଁ ଦେଶରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଶ୍ୱର ପ୍ରଥମ ଦେଶ ଭାବେ କୋଭିଡ୍-୧୯ ଟିକା ବ୍ୟବହାରକୁ ଅନୁମତି ଦେଇଥିଲେ ବ୍ରିଟେନ। ସୂଚନା ଅନୁଯାୟୀ ଫାଇଜର-ବାୟୋଏନଟେକର ଟିକାକୁ ବ୍ରିଟେନ୍ ପକ୍ଷରୁ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ମେଡିସିନ୍ ଏବଂ ହେଲ୍‌ଥ କେୟାର ଟେଗୁଲୋଟେରି ଏଜେନ୍ସିର ଅନୁମତି ପରେ ବ୍ରିଟେନ୍ ସରକାର ଏହି ଅନୁମତି ପ୍ରଦାନ କରିଛନ୍ତି । ଅପରପକ୍ଷରେ ଡିସେମ୍ବର ୭ରୁ ଏହି କରୋନା ଟିକାର ବ୍ୟବହାର ନେଇ ସମ୍ଭାବନା ଦେଖାଦେଇଛି ।

ବଢୁଛି ଶୀତ: ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ

ଭୁବନେଶ୍ୱର: ଜାଡର ମାଡରେ ଥରୁଛି ଓଡ଼ିଶା । ଦିନକୁ ଦିନ ପାରଦ ତଳମୁହାଁ ହେଉଥିବା ବେଳେ ଥଣ୍ଡା ବଢୁଛି। ରାଜ୍ୟରେ ୪ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। କିଛି ଦିନର ବ୍ୟବଧାନ ପରେ ଆଜି ପୁଣି କୁହୁଡ଼ିର ପରିମାଣ ବଢିଛି । ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରି ରେକର୍ଡ କରାଯାଇଛି।

Winter

ଗତ କିଛି ଦିନ ହେଲା ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ଓ ଖରାଟିଆ ରହିଛି । ଫଳରେ ଥଣ୍ଡା ବଢୁଛି ବୋଲି କହିଛି ପାଣିପାଗ ବିଭାଗ। ଗତ ୨୪ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଏଥିସହ ଦକ୍ଷିଣ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ କମ୍‌ ରେକର୍ଡ ହୋଇଛି  ।