spot_img
Home Blog Page 6322

ପାର୍କିଂ ସୁବିଧାର ପ୍ରମାଣପତ୍ର ନଥିଲେ କିଣି ପାରିବେନି କାର

ବାଙ୍ଗାଲୋର: ପାର୍କିଂ ସୁବିଧା ନ ଥିଲେ କିଣିପାରିବେନି କାର୍ । କିଣିବାକୁ ହେଲେ ଦେଖାଇବାକୁ ପଡିବ ପାର୍କିଂ ସୁବିଧାର ପ୍ରମାଣପତ୍ର । ନ ହେଲେ ନୂଆ କାର କିଣିବାରୁ ବଞ୍ଚିତ ହେବେ ଗ୍ରାହକ । କର୍ଣ୍ଣାଟକରେ ଲାଗୁ ହୋଇଛି ପାର୍କିଂ ପଲିସି 2.0 । ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଏହି ନିୟମକୁ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ନିୟମକୁ କଡାକଡି କରିବା ପାଇଁ ସମସ୍ତ କାର୍ ସୋ ରୁମକୁ କୁହାଯାଇଛି । ଯଦି କେହି ବି ଗ୍ରାହକ ଗାଡି କିଣିବା ସମୟରେ ନିଜର ପାର୍କିଂ ସୁବିଧା ଥିବା ଦର୍ଶାଇ ନ ପାରନ୍ତି, ତେବେ ସେମାନେ ଗାଡି କିଣାବାରୁ ବଞ୍ଚିତ ହେବେ ।

କର୍ଣ୍ଣାଟକର ଅନେକ ସହର ବ୍ୟସ୍ତବହୁଳ ହୋଇଥିବାବେଳେ ଅନେକ ସମୟରେ ଗାଡି ପାର୍କିଂକୁ ନେଇ ସମସ୍ୟା ସୃଷ୍ଟି ହୋଇଥାଏ  । ଏବଂ କିଛି ବର୍ଷ ହେବ କାରଗୁଡ଼ିକର ପରିମାଣ ଦ୍ୱିଗୁଣିତ ହୋଇଛି ତେଣୁ ପାର୍କିଂରେ ଏବଂ ଟ୍ରାଫିକ ସେବାରେ ପ୍ରଭାବ ପଡ଼ୁଛି । ଏହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର ।

ଅସହାୟଙ୍କ ନିକଟରେ ପହଞ୍ଚି ଜମିରେ ଧାନ କାଟିଲେ ଆଇଟିବିପି ଯବାନ

ଭଦ୍ରକ: ଯବାନ କଲେ ସହାୟତା । ଅସହାୟଙ୍କ ନିକଟରେ ପହଞ୍ଚି ଜମିରେ ଧାନ କାଟିଲେ ଆଇଟିବିପି ଯବାନ । ତାଙ୍କ ସହ ଭଦ୍ରକ ଜିଲ୍ଲା ତିହିଡିର ଜୀବନ ଜ୍ୟୋତି ସଙ୍ଗଠନର ସଦସ୍ୟ ବି ଏହି କାମରେ ସାହାଯ୍ୟ କରିଛନ୍ତି । ତିହିଡି ରାଜନଗର ପଞ୍ଚାୟତର ଗଦି ଅଞ୍ଚଳର ଜଣେ ଅସହାୟ ମାଆ ଝିଅଙ୍କୁ ସାହାଯ୍ୟ କରିଛନ୍ତି ଯବାନ । ଅସହାୟ ପରିବାର ଜମିରେ ଧାନ ଚାଷ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ଧାନ କାଟି ପାରୁନଥିଲେ । ନିଜେ ମାଆ ଓ ଆଇନ ପାଠପଢୁଥିବା ଉଚ୍ଚଶିକ୍ଷିତା ଝିଅ, ବହୁ କଷ୍ଟରେ ଧାନଚାଷ କରିଥିଲେ । ଏହି ଖବର ଜାଣିବାକୁ ପାଇଥିଲେ ତିହିଡି ଅଞ୍ଚଳର ଆଇଟିବିପି ଯବାନ ଜ୍ୟୋତିର୍ମୟ ପାଣ୍ଡବ । ନିଜେ ଯବାନ ଓ ଜୀବନ ଜ୍ୟୋତି ସଙ୍ଗଠନର ସଦସ୍ୟ ଆସି ମାଆ ଓ ଝିଅଙ୍କୁ ସାହାଯ୍ୟ କରିଛନ୍ତି ।

ଆର୍ଥିକ ଅବସ୍ଥା ଏତେଟା ଠିକ ନଥିବାରୁ ପ୍ରଭାତୀ ପିଲାଙ୍କୁ ଟିଉସନ କରିବା ସହ ନିଜେ ଧାନ ଚାଷ କରିଛନ୍ତି । ନିଜ ପାଖରେ ପଇସା ନ ଥିବାରୁ, ଜମିରେ ଲୋକ ଲଗାଇ ପାରିନଥିଲେ । ତେଣୁ ବହୁ କଷ୍ଟରେ ନିଜେ ଧାନ ଚାଷ କରି ଏବେ ଧାନରେ ବାଉଁଶ ଦେଇ ଧାନ କାଟୁଛନ୍ତି । ସେ ଜଣେ ଉଚ୍ଚ ଶିକ୍ଷିତା ନାରୀ ଅଟନ୍ତି । ଟ୍ୟୁସନ କରି ସେ LAW (ଆଇନ ବିଦ୍ୟା) ପାସ କରିଛନ୍ତି । ଆଉ ବର୍ତ୍ତମାନ ସେ ନିଜକୁ ଜଣେ ସୁଦକ୍ଷ ଓକିଲ ଭାବେ ଉଭା ହେବା ଦିଗରେ ପ୍ରଚେଷ୍ଟା କରୁଛନ୍ତି ।

ଏହି ଖବର ଜାଣିବା ପରେ ତିହିଡି ଅଞ୍ଚଳର ଆଇଟିବିପି ଯବାନ ଜ୍ୟୋତିର୍ମୟ ପାଣ୍ଡବ ଓ ତିହିଡିର ଜୀବନ ଜ୍ୟୋତି ସଙ୍ଗଠନ ଉକ୍ତ ଜମିରେ ପହଞ୍ଚି ଧାନ କାଟିଥିଲେ । ଯାହାକି ସେ ଝିଅର କଷ୍ଟ ହାଲକା କରିବାରେ ସହାୟତା ହୋଇଥିଲା । ବାପା ଛେଉଣ୍ଡ ଝିଅ ନିଜେ ସଂଘର୍ଷ କରି ଧାନ କାଟିବା ଯାହାକି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି । ଏଥିସହ ତାଙ୍କୁ ଏହି ଧାନ କଟାରେ ସାହାଯ୍ୟ କରିଥିବା ଆଇଟିବିପି ଯବାନ ଓ ଜୀବନ ଜ୍ୟୋତି ସଙ୍ଗଠନର କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେବା ସହ ସରକାରୀ ଆର୍ଥିକ ସହାୟତା ମିଳିପାରିଲେ ଓକିଲାତି କରିବା ଲକ୍ଷ ପୂରଣ ହେବ ବୋଲି ପ୍ରଭାତୀ କହିଛନ୍ତି ।

ଅଭୟକାନ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା SIT

ଭୁବନେଶ୍ୱର: ଅଭୟକାନ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଏସ୍‌ଆଇଟି । ଏନେଇ ଅନୁମତି ପ୍ରଦାନ କରିଛନ୍ତି ସ୍ପେସାଲ୍‌ ଭିଜିଲାନ୍ସ କୋର୍ଟ । ପୂର୍ବରୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଏସ୍‌ଆଇଟି ଆବେଦନ କରିଥିଲା । ଅନ୍ୟପଟେ ପାଠକ ବାପାପୁଅଙ୍କ ଆକାଉଣ୍ଟ ବାବଦରେ ଖୋଳତାଡ଼ କରିବ ଏସଆଇଟି । ଅଭୟକାନ୍ତ ପାଠକ ଅନ୍ୟ କେତେ ଜଣଙ୍କ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ରଖୁଥିବା ଏସ୍‌ଆଇଟି ସନ୍ଦେହ କରୁଛି । ବେନାମୀ ଟ୍ରାଞ୍ଜାକ୍ସନ୍ ନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚରାଉଚରା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କ ଭୁବନେଶ୍ୱର ଏବଂ ପୁନେରେ ଥିବା ତିନିଟି ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ହୋଇଥିବା ଜାଣିବାକୁ ପାଇଛି ଏସ୍‌ଆଇଟି ।

ଅନ୍ୟପଟେ ପାଠକ ବାପା-ପୁଅଙ୍କ ବିରୋଧରେ ସ୍କାଏ କିଙ୍ଗର ଅଭିଯୋଗ ପରେ‌ ଅଫିସ୍‌ରେ ବୁଧବାର ଖାରବେଳ ନଗର ଥାନା ପୋଲିସ ପହଞ୍ଚି ଛାନ୍‌ଭିନ୍‌ କରିଛି । ସ୍କାଏ କିଙ୍ଗ୍‌ର ଅଧିକାରୀ ପ୍ରଭାସ ଚୌଧୁରୀ ମଙ୍ଗଳବାର ରାତିରେ ଆକାଶ ଠକେଇ କରିଥିବା ନେଇ ଅଭିଯୋଗ କରିବା ପରେ ବୁଧବାର ସକାଳୁ ଏହାର ତଦନ୍ତ କରିବା ପାଇଁ ପୋଲିସ ପହଞ୍ଚିଥିଲା ସ୍କାଏ କିଙ୍ଗ୍‌ ଅଫିସ୍‌ରେ । ଆଉ ଅଭିଯୋଗ ଅନୁଯାୟୀ ଆକାଶ ପାଠକ ବିରୋଧରେ ସବୁ ତଥ୍ୟ ସଂଗ୍ରହ କରିଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ଆଇପିସିର ଧାରା ୪୧୯/୪୨୦/୪୬୮/୪୭୧/୫୦୬/୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ଆକାଶଙ୍କ ନାଁରେ ରହିଛି ଅନେକ ଠକେଇ ଅଭିଯୋଗ । ନିଜକୁ ଟାଟା କମ୍ପାନୀର ଏମ୍‌ଡି ପରିଚୟ ଦେଇ ଚାର୍ଟର ଫ୍ଲାଇଟ୍‌ ବୁକ୍‌ କରୁଥିଲେ । ଏମିତିକି ଟାଟାର ଜାଲ୍‌ ଲେଟର ପ୍ୟାଡ୍‌ରେ ସେ ନିଜେ ଚିଠି ଲେଖି ସ୍କାଏ କିଙ୍ଗ୍‌ କମ୍ପାନୀକୁ ଦେଉଥିଲେ । ଏଭଳି ବାରମ୍ବାର କରିଛନ୍ତି ଆକାଶ । ଅନ୍ୟପଟେ ଫ୍ଲାଇଟ୍‌ ଟିକେଟ୍‌ ବୁକ୍‌ କରିବା ପରେ ତାଙ୍କ ଟଙ୍କା ମାଗିବାରୁ ଧମକ ଚମକ ମଧ୍ୟ ଦେଉଥିଲେ ଆକାଶ । ଏଭଳି ବିଭିନ୍ନ ମାମଲାରେ ଆକାଶରେ ନାଁରେ ଅଭିଯୋଗ ହୋଇଛି ।

ବଲାଙ୍ଗିର ତମିଆଁ-ମୁଦଲସର୍ ବ୍ରିଜ୍ ଭୁଷୁଡିବା ଘଟଣା, ତଦନ୍ତ ଆରମ୍ଭ କରିଛନ୍ତି ଭିଜିଲାନ୍ସ ଟେକନିକାଲ୍ ଏକ୍ସପର୍ଟ ୱିଙ୍ଗ୍

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ ବ୍ଲକ ତମିଆଁ-ମୁଦଲସର୍ ବ୍ରିଜ୍ ଭୁଷୁଡିବା ଘଟଣା । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ଭିଜିଲାନ୍ସ ଟେକନିକାଲ୍ ଏକ୍ସପର୍ଟ ୱିଙ୍ଗ୍ । ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ୪ ଜଣିଆ ଟିମ । ୪ ଜଣିଆ ଟିମରେ କଟକ ଭିଜିଲାନ୍ସ ଏକ୍ସପର୍ଟ ଟିମର ସୁରେନ୍ଦ୍ର ବେହେରା ଓ ଉପେନ୍ଦ୍ର ସାହୁ ଓ ଗ୍ରାମ୍ୟ ଉନ୍ନୟନ ବିଭାଜନର ବରିଷ୍ଠ ଅଧିକାରୀ ଅଛନ୍ତି । ଭିଜିଲାନ୍ସ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିବା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଟିମ ।

ଘଟଣା ନେଇ ଗତ ସେପ୍ଟେମ୍ବର ୧୩ରେ ଲୋକାଯୁକ୍ତ ଘଟଣାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ଏପ୍ରିଲ ୨୯ରେ ବ୍ରିଜର ମରାମତି ଚାଲିଥିବା ବେଳେ ଭୁଷୁଡ଼ିପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ । ଘଟଣାରେ ନିର୍ମାଣକାରୀ ସଂସ୍ଥା ରାମକୁମାର ଅଗ୍ରୱାଲ ଠିକା କମ୍ପାନୀର ମାଲିକ ସଞ୍ଜୟ ଅଗ୍ରୱାଲଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ ।

୨୦୧୪ ଫେବୃୟାରୀରେ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରିଜ ନିର୍ମାଣ ଆରମ୍ଭ ହୋଇ ୨୦୧୬ରେ ଶେଷ ହୋଇଥିଲା । ତେବେ ମାତ୍ର ୪ ବର୍ଷ ପରେ ବ୍ରିଜ ଦବିବା ଆରମ୍ଭ କରିଥିଲା । ଏନେଇ ବିଭାଗୀୟ ଯାଂଚ କରି ମରାମତି ଚାଲିଥିବା ବେଳେ ଘଟିଥିଲା ଅଘଟଣ । ବ୍ରିଜ ଭୁଷୁଡ଼ି ପଡିବାରୁ ଚାପି ହୋଇ ୨ ଶ୍ରମିକଙ୍କ ଜୀବନ ଯାଇଥିଲା ।

ଜିଦିରେ ଅଟଳ ଚାଷୀ, ଜାଣନ୍ତୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୈଠକରୁ କ’ଣ ବାହାରିଲା ନିଷ୍କର୍ସ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଚାଷୀ ଚିନ୍ତାରେ ଥିବାବେଳେ ସମାନ ଚିନ୍ତାରେ ଅଛନ୍ତି ସରକାର । ବିଲ୍ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏହାକୁ ବିରୋଧ କରି ଏବେ ଆନ୍ଦୋଳନରେ ବସିଛନ୍ତି ହଜାର ହଜାର ଚାଷୀ । ଚାଷିକୁଳର ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ଗତକାଲି ଆଲୋଚନା ବିଫଳ ହେବା ପରେ କାଲି ହୋଇଥିବା ଆଲୋଚନାକୁ ନେଇ ଆଜି ବସିଥିଲା ବୈଠକ ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ବସିଥିବା ଏହି ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତ ଥିଲେ । ଚାଷୀଙ୍କ ଦାବି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି, ତେବେ ଆସନ୍ତାକାଲି ଅପରାହ୍ନ ୧୨ଟାରେ ପୁଣି ଥରେ ଚାଷୀ ସଙ୍ଗଠନ ସହ ହେବ ଆଲୋଚନା ହେବାନେଇ ସୂଚନା ମିଳିଛି ।

ତେବେ ଏମଏସପି ଓ ମଣ୍ଡି ପୂର୍ବଭଳି ଲାଗୁ ରହିବ । ଏହି ଆଇନ ଅନୁସାରେ କେବଳ ଚାଷୀ ହିଁ ନିଜ ସାମଗ୍ରୀକୁ ଅନ୍ୟ ସ୍ଥାନରେ ବିକ୍ରି କରିବାର ସ୍ୱାଧିନତା ପାଇବେ  । ଏଥିରେ ଚାଷୀଙ୍କର ରୋଜଗାର ବଢିବା ସହ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟ ଲାଭ ହେବ  । ଚାଷୀଙ୍କୁ ସରକାର ଏହା ବୁଝାଉଥିବାବେଳେ ସରକାରଙ୍କ ପ୍ରୟାସ ଫେଲ ମାରିଛି  । ଚାଷୀଙ୍କର ଏକମାତ୍ର ଜିଦ୍ କେନ୍ଦ୍ର ସରକାର ଆଇନକୁ ପ୍ରତ୍ୟାହାର କରନ୍ତୁ  ।

ସମସ୍ତ ଜରୁରୀ ସହାୟତା ସେବା ପାଇଁ ଗୋଟିଏ ନମ୍ବର ୧୧୨, ତ୍ୱରିତ ସେବା ପାଇଁ ୧୦୯୮ଟି ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହାକୁ  ତୁରନ୍ତ କାର୍ଯ୍ୟକାରୀ କରାଯିବ । ପୋଲିସ ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବ ନାହିଁ । ୧୧୨ ରେ ପୋଲିସ ପକ୍ଷରୁ ସବୁ ଜରୁରୀ ସହାୟତା ତୁରନ୍ତ ମିଳିପାରିବ।

ଜନସାଧାରଣଙ୍କ ସୁବିଧା ତଥା ତ୍ୱରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ  ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯାଇଛି । ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର  ସହ ତ୍ୱରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି ।

୧୧୨ ସେବା ପାଇଁ ୪ ଜଣ ଡିଏସ୍‌ପି, ୧୫୧ ଜଣ ସବ୍‌ଇନ୍ସପେକ୍ଟର, ୨୦୩ ଜଣ ସହକାରୀ ସବ୍ ଇନ୍‌ସପେକ୍ଟର ଏବଂ ୭୪୦ ଜଣ କନେଷ୍ଟବଳ ନିୟୋଜିତ ହେବେ । ଏତଦ୍‌ବ୍ୟତୀତ ଆଉଟସୋର୍ସିଂ ଜରିଆରେ ୧୯୮ ଜଣ Call Taker Executive ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବେ ।

ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍ଧ ହେବା ଦ୍ବାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ ଏବଂ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

ଖୋଲୁଛି ଗୁମର, ସ୍କାଏ କିଙ୍ଗ୍‌ ଦେଲା ପାଠକ‌ ପରିବାରର ମଉଜ ଖର୍ଚ୍ଚ ତାଲିକା…

ଭୁବନେଶ୍ୱର: ପାଠକ ବାପା-ପୁଅଙ୍କ ବିରୋଧରେ ଛାନ୍‌ଭିନ୍‌ କରିବା ପାଇଁ ସ୍କାଏ କିଙ୍ଗ୍‌ ଅଫିସ୍‌ରେ ପହଞ୍ଚିଛି ପୋଲିସ । ଖାରବେଳ ନଗର ଥାନାରେ ସ୍କାଏ କିଙ୍ଗ୍‌ର ଅଧିକାରୀ ପ୍ରଭାସ ଚୌଧୁରୀ ମଙ୍ଗଳବାର ରାତିରେ ଅଭିଯୋଗ କରିବା ପରେ ବୁଧବାର ସକାଳୁ ଏହାର ତଦନ୍ତ କରିବା ପାଇଁ ପୋଲିସ ପହଞ୍ଚିଥିଲା ସ୍କାଏ କିଙ୍ଗ୍‌ ଅଫିସ୍‌ରେ । ଆଉ ଅଭିଯୋଗ ଅନୁଯାୟୀ ଆକାଶ ପାଠକ ବିରୋଧରେ ସବୁ ତଥ୍ୟ ସଂଗ୍ରହ କରିଛି ।

Allegation Against Pathak Son And Father Not Paying Charter Flight Rent Amount

ସ୍କାଏ କିଙ୍ଗ୍‌ କମ୍ପାନୀକୁ ଫ୍ଲାଇଟ୍‌ ବୁକିଂରେ ଠକିଛନ୍ତି ଆକାଶ ପାଠକ । ଜୁନରୁ ନଭେମ୍ୱର ଭିତରେ ୧୧ ଥର କରିଛନ୍ତି ବୁକିଂ । ଆଉ ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ବୁକିଂ କରିଥିଲେ ଆକାଶ । ଟାଟା କମ୍ପାନୀର ଜାଲ୍‌ ଲେଟର୍‌ ପ୍ୟାଡ୍‌ରେ ନିଜେ ଚିଠି ଲେଖି ଦେଇଥିଲେ ଫ୍ଲାଇଟ୍‌ ବୁକ୍‌ କରିବାକୁ । ତେବେ ସ୍କାଏ କିଙ୍ଗ୍ ଫ୍ଲାଇଟ୍‌ ବୁକିଂ ବାବଦରେ ଆକାଶଙ୍କ ନାଁରେ ୨.୫୯ କୋଟି ଟଙ୍କା ବିଲ୍ ହୋଇଥିବା ଜଣାପଡ଼ିଛି । ପୋଲିସକୁ ଆକାଶଙ୍କ ସହ ହୋଇଥିବା ସବୁ ଡିଲ୍‌ର ଦସ୍ତାବିଜ୍‌ ଦେଇଛି ସ୍କାଏ କିଙ୍ଗ୍‌ ।

ସେପଟେ ଆକାଶଙ୍କ ହୋଟେଲ ବୁକିଂ ବାବଦରେ କେତେ ଖର୍ଚ୍ଚ ହୋଇଛି ସେନେଇ ମଧ୍ୟ ରିପୋର୍ଟ ସାମ୍ନାକୁ ଆସିଛି । ୧୭ଲକ୍ଷ ୧୫ହଜାର ୨୩୪ଟଙ୍କାର ହୋଟେଲ୍‌ ବିଲ୍‌ ସାମ୍ନାକୁ ଆସିଛି । ତେବେ ସ୍କାଏ କିଙ୍ଗ୍‌ ପକ୍ଷରୁ ମୋଟ୍‌ ୨କୋଟି ୭୮ଲକ୍ଷ ୩୯ ହଜାର ୮୭ ଟଙ୍କାର ବିଲ୍ ଆକାଶଙ୍କୁ ଦିଆଯାଇଛି । ହେଲେ ସ୍କାଏ କିଙ୍ଗ୍‌ ପାଇଛି ୨କୋଟି ୧୩ଲକ୍ଷ ୨୨ହଜାର ୮୫୪ ଟଙ୍କା । ଆହୁରି ୬୫ ଲକ୍ଷ ୨୬ ହଜାର ୨୩୩ ଟଙ୍କା ବକେୟା ରଖିଛନ୍ତି ଆକାଶ ।

ଜୁନ୍ ୧୦ରୁ ୧୨ମଧ୍ୟରେ ୩ଥର ଏହି ଫ୍ଲାଇଟ ବୁକିଂ କରାଯାଇଛି । ଫ୍ଳାଇଟ୍‌ରେ ଭୁବନେଶ୍ୱରରୁ ଜାମସେଦପୁର, ଜାମସେଦପୁରରୁ ଭୁବନେଶ୍ୱର ଯାଇଥିଲେ ଆକାଶ । ଆକାଶ ପୁଣି ଭୁବନେଶ୍ୱରରୁ ପୁଣେ ଯାଇଥିଲେ ଚାର୍ଟର ଫ୍ଲାଇଟରେ । ଏବାବଦରେ ଭଡ଼ା ୧୪ ଲକ୍ଷ ୧୬ହଜାର ୫୯୦ଟଙ୍କା ଖର୍ଚ୍ଚ ହୋଇଛି । ଜୁଲାଇ୧୦ ଓ ୧୧ରେ ୨ଥର ହୋଇଥିଲା ଫ୍ଲାଇଟ ବୁକିଂ । ପୁଣେରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ପୁଣେ ଫେରିଥିଲେ ଆକାଶ । ଏଥିପାଇଁ ଭଡ଼ାଥିଲା ୨୨ଲକ୍ଷ ୩୬ହଜାର ୧୦୦ଟଙ୍କା ।

୩୧ଜୁଲାଇରେ ଭୁବନେଶ୍ୱରରୁ ପୁଣେ ଯାଇଥିଲେ ଆକାଶ ପାଠକ । ଦିନକ ପାଇଁ ଭଡ଼ା ଥିଲା ୧୩ଲକ୍ଷ ୬୦ ହଜାର ଟଙ୍କା । ଅଗଷ୍ଟ ୫ ଓ ୬ରେ ପୁଣେରୁ ପାଟନା ଦେଇ ଭୁବନେଶ୍ୱର ଆସିଥିଲେ । ପୁଣି ଥରେ ଫ୍ଳାଇଟ୍‌ରେ ପୁଣେ ଫେରିଥିଲେ ପାଠକ ପରିବାର । ଏବାବଦରେ ମୋଟ ଭଡ଼ା ୪୪ଲକ୍ଷ ୪୮ହଜାର ୬ଶହ ଟଙ୍କା ଖର୍ଚ୍ଚ ହୋଇଛି । ଅଗଷ୍ଟ ୨୬ରେ ମୁମ୍ୱାଇରୁ ଦିଲ୍ଲୀ ଟାର୍ଟର ଫ୍ଲାଇଟ ବୁକିଂ ହୋଇଥିଲା । ଭଡ଼ା ଥିଲା ୨୮ଲକ୍ଷ ୮୯ହଜାର ୭୬୨ ଟଙ୍କା । ଅଗଷ୍ଟ ୨୮ରେ ପୁଣି ଥରେ ଦିଲ୍ଲୀ-ଭୁବନେଶ୍ୱର ଚାର୍ଟର ଫ୍ଲାଇଟ । ଭଡ଼ା ଥିଲା ୨୯ଲକ୍ଷ ୧ହଜାର ୨୭୧ ଟଙ୍କା । ସେପ୍ଟେମ୍ୱର ୩ରେ ଭୁବନେଶ୍ୱର- ପୁଣେ ବୁକିଂ ହୋଇଥିଲା ଚାର୍ଟର ଫ୍ଲାଇଟ । ଭଡ଼ା ଥିଲା ୩୧ଲକ୍ଷ ୪୦ହଜାର ଟଙ୍କା ।

Allegation Against Pathak Son And Father Not Paying Charter Flight Rent Amount

ଜୁନ୍୧୧ରୁ ୧୨ତାରିଖରେ ମେ ଫେୟାର ହୋଟେଲ ବୁକିଂ ବାବଦକୁ ୪୨ହଜାର ୫୮୯ ଟଙ୍କା ବିଲ୍‌ ହୋଇଛି । ଜୁଲାଇ ୯ଓ ୧୦ରେ ମୁମ୍ୱାଇ ତାଜମହଲ ଟାଓ୍ୱାରରେ ମଉଜ କରିଥିଲେ ପାଠକ । ଏଥିପାଇଁ ୧୧ହଜାର ୧୭୬ଟଙ୍କା ବିଲ ହୋଇଛି । ଅଗଷ୍ଟ ୧୬ ଓ୧୭ରେ ମୁମ୍ୱାଇ ତାଜ ହୋଟେଲରେ ରହିଥିଲେ ପାଠକ ପରିବାର । ଏଥିପାଇଁ ୧ଲକ୍ଷ୧୧ହଜାର ୭୬ଟଙ୍କା ବିଲରେ ଦର୍ଶାଯାଇଛି । ଅଗଷ୍ଟ ୨୫ ଓ ୨୬ରେ ତାଜ ହୋଟେଲ ମୁମ୍ୱାଇ- ୧ଲକ୍ଷ୯୦ହଜାର ୮୦୬ଟଙ୍କା, ଅଗଷ୍ଟ ୨୬ ଓ ୨୮ ତାଜ୍‌ ପ୍ୟାଲେସ ଦିଲ୍ଲୀ- ୮ଲକ୍ଷ ୫୧ହଜାର ୭୧୩ ଟଙ୍କା । ଅଗଷ୍ଟ ୨୮ରୁ ସେପ୍ଟେମ୍ୱର ୩ ହୋଟେଲ ମେ ଫେୟାର-୨ଲକ୍ଷ ୯୮ହଜାର ୫୫୫ ଟଙ୍କା ବିଲ୍ ହୋଇଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ ଭୂତାଣୁ ଭୟରେ ଲୋକେ ଆତଙ୍କିତ ହୋଇଥିବା ବେଳେ ପାଠକ ପରିବାରର ଚାଲିଥିଲା ମଉଜ ।

ତେବେ ବଳକା ଟଙ୍କା ନଦେଇଥିବାରୁ ଥାନାରେ ଅଭିଯୋଗ ପରେ ପୋଲିସ ଏନେଇ ମାମଲା ରୁଜୁ କରିଛି । ଖାରବେଳ ନଗର ଥାନା ପୋଲିସ ଆଇପିସିର ଧାରା ୪୧୯/୪୨୦/୪୬୮/୪୭୧/୫୦୬/୩୪ରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ଫିଲ୍ମ ‘ଇସ୍କ’ ପରେ ସାତ ବର୍ଷ କଥା ହେଲେନି ଏହି ଅନସ୍କ୍ରିନ କପଲ

ମୁମ୍ବାଇ: ବଲିଉଡ ଫିଲ୍ମ ଇସ୍କରେ ଆମୀର ଖାନ ଏବଂ ଜୁହି ଚାଓ୍ୱାଲାଙ୍କ ଅନସ୍କ୍ରିନ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ‌ପସନ୍ଦ କରନ୍ତି । କିନ୍ତୁ ଖୁବ କମ୍ ‌ଲୋକ ଜାଣନ୍ତିଯେ, ଏହି ଫିଲ୍ମ ଆମୀର ଏବଂ ଜୁହିଙ୍କ ମଧ୍ୟରେ ଏକ ବିବାଦ ସୃଷ୍ଟି କରିଥିଲା । ବକ୍ସ ଅଫିସରେ ଇସ୍କ ଜବରଦସ୍ତ ହିଟ୍ ‌ହୋଇଥିଲେ ମଧ୍ୟ ଫିଲ୍ମ ସୁଟିଂ ଶେଷ ହେବାର ୭ ବର୍ଷ ପର୍ଯ୍ୟନ୍ତ ପରସ୍ପର ସହ କଥା ହୋଇ ନଥିଲେ ଏହି ଅନସ୍କ୍ରିନ କପଲ ।

ରିପୋର୍ଟ ମୁତାବକ ଫିଲ୍ମ ଇସ୍କର ସୁଟିଂ ସେଟରେ ମିଷ୍ଟର ପର୍ଫେକ୍ସନିଷ୍ଟ ଜୁହିଙ୍କ ସହିତ ଏକ ପ୍ରାଙ୍କ କରିଥିଲେ, ଯାହା ଜୁହିଙ୍କୁ ଆଦୌ ପସନ୍ଦ ଆସିନଥିଲା । ତାହା ପରଠାରୁ ଉଭୟଙ୍କ ମଧ୍ୟରେ ମତଭେଦ ନଜର ଆସିଥିଲା । ଆମୀର କୁହନ୍ତି ସେ କିଛି ମାତ୍ରାରେ ଜ୍ୟୋତିଷ ବିଦ୍ୟା ଜାଣିଛନ୍ତି । ଯେଉଁଥିପାଇଁ ସେ ଜୁହିଙ୍କ ହାତ ଦେଖିବା ପାଇଁ କହିଥିଲେ ଏବଂ ଜୁହି ହାତ ବଢାଇବା ମାତ୍ରେ ଆମୀର ହାତ ନଦେଖି ଏକ ପ୍ରକାରର ପ୍ରାଙ୍କ କରିଥିଲେ । ଯେଉଁଥିରେ ଅଭିନେତ୍ରୀ ଖପା ହୋଇଗଲେ । ଏବଂ ତା ପରଠାରୁ ଆମୀରଙ୍କ ସହ କଥାବର୍ତ୍ତା ବନ୍ଦ କରିଦେଲେ ।

ଜୁହି ତୁରନ୍ତ ଉକ୍ତ ଫିଲ୍ମରୁ ବାହାରିଯିବାକୁ ଚାହୁଁଥିଲେ । କିନ୍ତୁ କୌଣସିପ୍ରକାରେ ଫିଲ୍ମଟି ସମ୍ପୂର୍ଣ୍ଣ ହୋଇଗଲା । ସେହି ଦିନଠାରୁ ୭ ବର୍ଷ ଧରି ଦୁଇ ଜଣଙ୍କୂ କୌଣସି ଫିଲ୍ମରେ ଏକା ସାଙ୍ଗରେ ଦେଖିବାକୁ ମିଳିନଥିଲା ଏବଂ ପରସ୍ପର ମଧ୍ୟରେ କଥାବର୍ତ୍ତା ବନ୍ଦ ହୋଇଯାଇଥିଲା । ଅବଶ୍ୟ ପରେ ଜୁହି ନିଜେ ଆମୀରଙ୍କ ସହ କଥା ହେଲେ ।

ଆମେରିକାର ଖୁଲାସା: ଗଲବାନ ଘାଟିରେ ହୋଇଥିବା ହିଂସା ଥିଲା ଯୋଜନାବଦ୍ଧ

ୱାଶିଂଟନ୍: ଗଲାବାନା ଘାଟିରେ ହୋଇଥିବା ହିଂସା ଯୋଜନାବଦ୍ଧ ଥିଲା । ଆଉ ଏହି ହିଂସାର ଯୋଜନା କରିଥିଲେ ଚୀନ ସରକାର । ଆମେରିକା କଂଗ୍ରେସର ଏକ ସମିତି ନିଜ ବାର୍ଷିକ ରିପୋର୍ଟରେ ଏହା କହିଛି ଯେ, ଚଳିତ ବର୍ଷ ଜୁନ୍ ମାସରେ ଗାଲବାନ୍ ଉପତ୍ୟକାରେ ହୋଇଥିବା ହିଂସା ପାଇଁ ଚୀନ୍ ସରକାର ଷଡଯନ୍ତ୍ର କରିଥିଲେ । ଏହି ଆକ୍ରମଣର ଉଦ୍ଦେଶ୍ୟ ଥିଲା ପଡୋଶୀ ଦେଶ ବିରୁଦ୍ଧରେ ଚୀନ୍‌ର ‘ବାଧ୍ୟ ବାଧକତା’ ଅଭିଯାନକୁ ତୀବ୍ର କରିବା। ଗାଲବାନ୍ ଉପତ୍ୟକାରେ ଚାଇନାର ସୈନିକମାନେ ରାତିର ଅନ୍ଧାରର ସୁଯୋଗ ନେଇ ଭାରତୀୟ ସୈନିକଙ୍କ ଉପରେ ଭୟଙ୍କର ଆକ୍ରମଣ କରିଥିଲେ ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ ।

ଆମେରିକାର ଚୀନ୍ ଅର୍ଥନୈତିକ ଏବଂ ସୁରକ୍ଷା ସମୀକ୍ଷା ଆୟୋଗ (ୟୁଏସସିସି) ତା ରିପୋର୍ଟରେ କହିଛି ଯେ, କିଛି ପ୍ରମାଣରୁ ଜଣାପଡିଛି ଯେ ଚୀନ୍ ସରକାର ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର କରିଥିଲେ । ଏଥିରେ ସୈନିକମାନଙ୍କୁ ହତ୍ୟା କରିବାର ସମ୍ଭାବନା ମଧ୍ୟ ଅନ୍ତର୍ଭୁକ୍ତ । ତେବେ ୟୁଏସସିସି ପ୍ରତିଷ୍ଠା ୨୦୦୦ ମସିହାରେ ତିଆରି ହୋଇଥିଲା ଯାହା ଆମେରିକା ଏବଂ ଚୀନ୍ ମଧ୍ୟରେ ଜାତୀୟ ସୁରକ୍ଷା ଏବଂ ବାଣିଜ୍ୟ ସମସ୍ୟାକୁ ପରୀକ୍ଷଣ କରିଥାଏ । ଏହାସହ ଆମେରିକା କଂଗ୍ରେସକୁ ଚୀନ୍ ବିରୋଧରେ ଆଇନଗତ ଏବଂ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବାକୁ  ସୁପାରିଶ ମଧ୍ୟ କରିଛି।

‘ଚୀନର ପ୍ରତିରକ୍ଷା ମନ୍ତ୍ରୀ ସୈନିକମାନଙ୍କୁ ଯୁଦ୍ଧ ପାଇଁ ଉତ୍ସାହିତ କରିଥିଲେ’

ରିପୋର୍ଟରେ କୁହାଯାଇଛି ଯେ, ଚୀନ୍ ସରକାରଙ୍କର ଗଲବାନ ଘାଟି ଉପରେ ଏହି ଉତ୍ତେଜନାମୂଳକ ପଦକ୍ଷେପ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ତେବେ ଚୀନ୍‌ର ଏହି ପଦକ୍ଷେପର ସମ୍ଭାବ୍ୟ କାରଣ ହେଉଛି ସୀମାନ୍ତ ଅଞ୍ଚଳରେ ଭାରତର ରଣନୈତିକ ରାସ୍ତା ନିର୍ମାଣ । ଏହି ରିପୋର୍ଟରେ କୁହାଯାଇଛି ଯେ, ଗାଲବାନ ହିଂସା ହେବାର କିଛି ସପ୍ତାହ ପୂର୍ବରୁ ଚୀନ୍‌ର ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ସୈନ୍ୟମାନଙ୍କୁ ସ୍ଥିରତା ଆଣିବାକୁ ଯୁଦ୍ଧ କରିବାକୁ ଉତ୍ସାହିତ କରିଥିଲେ ।

କେବଳ ଏତିକି ନୁହେଁ ଚୀନର କମ୍ୟୁନିଷ୍ଟ ପାର୍ଟିର ଭେମ୍ପୁ ଗ୍ଲୋବାଲ ଟାଇମ୍ସ ମଧ୍ୟ ଭାରତକୁ ଚେତାବନୀ ଦେଇଛି । ଏଥିରେ ଚୀନ୍ ଖବରକାଗଜ କହିଥିଲା ଯେ, ଯଦି ଭାରତ ଆମେରିକା-ଚୀନ୍ ପ୍ରତିଦ୍ୱନ୍ଦ୍ୱିତାରେ ସାମିଲ ହୋଇଥାଏ, ତେବେ ତାହକୁ ବାଣିଜ୍ୟ ଏବଂ ଆର୍ଥନୈତିକ କ୍ଷେତ୍ରରେ କଡ଼ା ଜବାବ ଦିଆଯିବ । ଏହା ବ୍ୟତୀତ, ଗାଲବାନ୍ ହିଂସାର କିଛି ସପ୍ତାହ ପୂର୍ବରୁ, ସାଟେଲାଇଟରୁ ମିଳିଥିବା ଫଟୋ ଦର୍ଶାଇଥିଲା ଯେ ଏହି ହିଂସା ପୂର୍ବରୁ ଚୀନ୍ ଏକ ହଜାର ସୈନିକ ନିୟୋଜିତ କରିଛି।

କମିଲା କରୋନା ଟେଷ୍ଟିଂ ଫି’, ୪ ଶହ ଟଙ୍କାରେ ହେବ RT-PCR ଟେଷ୍ଟ୍‌

ଭୁବନେଶ୍ୱର: କମିଲା କରୋନା ଟେଷ୍ଟିଂ ଫି । ଘରୋଇ ଲାବ୍ରୋଟୋରୀରେ ମାତ୍ର ୪ଶହ ଟଙ୍କାରେ ହେବ RT-PCR ଟେଷ୍ଟ । ସମସ୍ତ ପରୀକ୍ଷା ଭୁବନେଶ୍ୱର RMRC ତତ୍ତ୍ୱାବଧାନରେ ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । କରୋନାର RT-PCR ଟେଷ୍ଟ ପାଇଁ ମାତ୍ର ୪ ଶହ ଟଙ୍କା ଫି’ ଧାର୍ଯ୍ୟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଅନ୍ୟ ରାଜ୍ୟମାନେ ଏହି କରୋନା ଟେଷ୍ଟ ପାଇଁ ୮୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ଧାର୍ଯ୍ୟ କରିଥିବା ବେଳେ ଓଡ଼ିଶା ସରକାର ଏହାର ଅଧା ମୂଲ୍ୟରେ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଘରୋଇ ହସ୍ପିଟାଲ ବା ଲାବ୍ରୋଟୋରୀ ଗୁଡ଼ିକ କରୋନା ଟେଷ୍ଟିଂ ନାଁରେ ଲୋକଙ୍କଠାରୁ ଟଙ୍କା ଲୁଟୁଥିଲେ । କରୋନା ଟେଷ୍ଟ ପାଇଁ ବିଭିନ୍ନ ଆଳ ଦେଖାଇ ଘରୋଇ ହସ୍ପିଟାଲ ଗୁଡ଼ିକରେ ପ୍ରାୟ ୨,୫୦୦ ରୁ ୩୦୦୦ ଟଙ୍କା ନେଉଥିଲେ ବୋଲି ସୂଚନା ରହିଛି ।  ହେଲେ ରାଜ୍ୟ ସରକାର ତାହା ବନ୍ଦ କରିଦେଇଛନ୍ତି । ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଚାର କରାଯାଇଥିଲା । ଏଣିକି ଘରୋଇ ହସ୍ପିଟାଲ ହେଉ କିମ୍ବା ଘରୋଇ ଲାବ୍ରୋଟୋରୀ ହେଉ, ଯେଉଁଠି ବି କରୋନା ଟେଷ୍ଟିଂ କରିବେ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ସରକାର ।

ଅନ୍ୟପଟେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଡିସେମ୍ବର ମାସ ପାଇଁ ରାଜ୍ୟ ସରକାର କରୋନା କଟକଣା ଅନେକାଂଶରେ କୋହଳ କରିଛନ୍ତି । ଏଥର ୧୦୦ ନୁହେଁ ବରଂ ବିବାହ ବ୍ରତ ଉତ୍ସବରେ ୨୦୦ ଲୋକ ଏକାଠି ହୋଇପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି ।