spot_img
Home Blog Page 6324

ଅନ୍ଧବିଶ୍ୱାସ ! ଧର୍ମ ପରିବର୍ତ୍ତନ ଯୋଗୁଁ ଶ୍ମଶାନରେ ମିଳିଲାନି ସ୍ଥାନ

0

ମାଲକାନଗିରି: ଏବେ ବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ଶବ ପ୍ରତି ମଧ୍ୟ ଦୟା ଦେଖାଉନାହାନ୍ତି ଲୋକ । ଗୋଟିଏ ପଟେ ମଣିଷ ଚନ୍ଦ୍ରରେ ଘର କରିବା କଥା ଭାବୁଥିବା ବଳେ ଅନ୍ୟପଟ ଲୋକ ଏବେ ବି ଜାତି ଧର୍ମ କଥା ଭାବି ସେହି ମଣିଷ ସହ ଭେଦଭାବ କରୁଛନ୍ତି । ଏହି ଜାତି ଧର୍ମ ଭେଦଭାବ ଯୋଗୁଁ ଶବ ସତ୍କାର ପାଇଁ ବି ଛାଡ଼ିଲେନି ଲୋକେ ।

ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିଥିବାରୁ ମୃତ୍ୟୁ ପରେ ଶ୍ମଶାନରେ ଶବ ସତ୍କାର କରିବାକୁ ବି ଦେଲେନି ଗ୍ରାମବାସୀ । ଫଳରେ ଉତ୍ତେଜନା ପରିସ୍ଥିତି ଉପଜୁଥିଲା । ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ବୁଝାସୁଝା କରିବାରେ ପ୍ରଶାସନ ଫେଲ୍ ମାରିବା ପରେ ନିଜ ଜମିରେ ସତ୍କାର କରିଛନ୍ତି ମୃତକଙ୍କ ପରିବାର ଲୋକ ।

ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଡୁଡିଗୁଡ଼ା ଗାଁରେ । ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ପରିବାର ଲୋକ ଶ୍ମଶାନକୁ ନେଇଥିଲେ । ମାତ୍ର ବୃଦ୍ଧା ଜଣଙ୍କ ନିଜର ଧର୍ମ ପରିବର୍ତ୍ତନ କରିଥିବାରୁ ଗ୍ରାମବାସୀ ଶବ ସତ୍କାରକୁ ବିରୋଧ କରିଥିଲେ । ଘଟଣାସ୍ଥଳରେ ମାଲକାନଗିରି ପୋଲିସ ଏବଂ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ଶେଷରେ ନିଜ ଜମିରେ ଶବ ସତ୍କାର କରିଥିଲେ ପରିବାର ଲୋକ । ପୋଲିସ ଏହି ଘଟଣାରେ ଗାଁର ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

ବଢ଼ୁଛି ସୀମା ବିବାଦ, ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗାଁରେ ସଂଘର୍ଷ

କୋରାପୁଟ: ଆନ୍ଧ୍ର ସହ ବଢୁଛି ସୀମା ବିବାଦ । ଜମିବାଡ଼ିକୁ ନେଇ ଆନ୍ଧ୍ର ଏବଂ ଓଡ଼ିଶାର କିଛି ଗାଁଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ ସମ୍ବାଇ ପଞ୍ଚାୟତର ସୁନାବେଡ଼ା ଗାଁ ନିକଟକରେ ଆନ୍ଧ୍ର ସହ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ଡୁମୁରିଗୁଡ଼ା ବ୍ଲକ୍‌ର ବିତୃଗଣ୍ଡା, କାର୍ଲ।ପୁଟ, ଡେକାପର, ବଡ଼ଲ।ମ୍ବଗୁଡ଼ା ଓ ନିଟାଆମ୍ବ ଆଦି ୫ଟି ଗାଁ ଲୋକଙ୍କ ସହ ବିବାଦ ଉଗ୍ରରୂପ ନେବାକୁ ବସିଲାଣି । ଲୋକଙ୍କ ମଧ୍ୟରେ ହାତାହାତି ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଲାଣି ।

ଓଡ଼ିଶାର ଜାମୁଗୁଡା- ସୁନାବେଡ଼ା ଗ୍ରାମବାସୀ ଚାଷ ପାଇଁ ବିଲକୁ ଯାଇଥିବା ବେଳେ ଆନ୍ଧ୍ରର ଦେକାପାରୁ ଓ କର୍ଲାପୁଟ ଗ୍ରାମବାସୀ ଆକ୍ରମଣ କରିଛନ୍ତି । ଆନ୍ଧ୍ର ପକ୍ଷରୁ ପୁଣି ଜାମୁଗୁଡ଼ା ନିକଟରେ ପଥର ପକାଇ ଚୂନ ମାରି ସୀମା ଚିହ୍ନଟ କରାଯାଇଛି । ଫଳରେ ବିବାଦ ଥମିବାର ନାଁ ନେଉନାହିଁ ।

ଓଡ଼ିଶାର ଲୋକମାନେ ଦିନକୁ ଦିନ ଅଧିକ ସମସ୍ୟାରେ ପଡ଼ୁଛନ୍ତି । ସୀମାରେ ଆନ୍ଧ୍ରର ଦାଦାଗିରି ବଢ଼ିବାରେ ଲାଗିଛି । ତେବେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତୁରନ୍ତ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି । ଏହି ସମସ୍ୟାର ସମାଧାନ ତୁରନ୍ତ ନକରାଗଲେ ପରିସ୍ଥିତି ଆଗକୁ ଆହୁରି ବିଗିଡ଼ିପାରେ ବୋଲି ଆଶଙ୍କା କରାଯାଉଛି ।

୨୫ ଲକ୍ଷର ପ୍ରଶ୍ନ ଶୁଣି କେବିସି ହଟ୍ ସିଟରୁ ଓହରିଲେ ପ୍ରତିଯୋଗୀ

ନୂଆଦିଲ୍ଲୀ: କୋନ୍ ବନେଗା କରୋଡପତି (କେବିସି)ର ୧୨ତମ ସିଜନକୁ ଦର୍ଶକମାନେ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି । ତା’ଠାରୁ ଅଧିକ ମଜାଦାର ରହୁଛି ପ୍ରତିଯୋଗୀ ମାନଙ୍କର ଉତ୍ତର ଦେବାଶୖେଳୀ ଓ ଧନରାଶି ଜିତିବା।

ନିକଟରେ କେବିସିର ହଟସିଟରେ ବସିଥିଲେ ମଧ୍ୟପ୍ରଦେଶର ଅଭିଳାଷା ରାଓ କାଲବା । ୧୨ ଲକ୍ଷ ୫୦ ହଜାର ଟଙ୍କାର ଧନରାଶି ଜିତିଥିବା ଅଭିଳାଷାଙ୍କୁ ଶୋର ହୋଷ୍ଟ ଅମିତାଭ ବଚ୍ଚନ ୨୫ ଲକ୍ଷ ଟଙ୍କା ମୂଲ୍ୟର ଏକ ପ୍ରଶ୍ନ ପଚାରିଥିଲେ। ତାହା ପୁଣି ଥିଲା କ୍ରୀଡା ସମ୍ପର୍କିତ। ଯାହାର ଜବାବ ଠିକ୍ ଭାବେ ଦେଇନପାରି ଶୋରୁ ଓହରି ଯାଇଥିଲେ ସେ।

ଜାଣନ୍ତୁ, କ’ଣ ଥିଲା ସେହି ହକି ଖେଳ ସମ୍ପର୍କିତ ପ୍ରଶ୍ନ-  କେଉଁ ଖେଳାଳୀଙ୍କ ଆତ୍ମକଥାର ଶୀର୍ଷକ ‘‘ଟୁ ହେଲ ଓ୍ୱିଥ୍ ହକି’’ ।

ଯାହାର ଅପ୍ସନ ଥିଲା କିଛି ଏଭଳି-

ଏ. କ୍ୟାପଟେନ୍ ରୁପ ସିଂହ

ବି. ମେଜର ଧ୍ୟାନଚାନ୍ଦ

ସି. ସୟଦ ମୁସ୍ତାକ୍ ଅଲି

ଡି. ଅସଲମ୍ ଶେର ଖାନ୍

ହେଲେ ଏହାର ଠିକ୍ ଉତ୍ତର ଡି ଅର୍ଥାତ୍ ଅସଲମ୍ ଶେର ଖାନ୍ ଥିଲା ।

ଯାହାର ଜବାବ ଜଣାନଥିଲା ଅଭିଳାଷାଙ୍କୁ। ଯେଉଁଥିପାଇଁ ସେ ଶୋରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ସହ ଓହରିବା ଲାଗି ନିଷ୍ପତ୍ତି ନେଇଥିଲେ । ଶୋ ଛାଡିବା ପରେ ସେ ଉକ୍ତ ପ୍ରଶ୍ନର ଉତ୍ତର ସୟଦ ମୁସ୍ତାକ୍ ଅଲି ବୋଲି କହିଥିଲେ । ଆଉ ତାଙ୍କର ଶୋ’ ଛାଡିବା  ନିଷ୍ପତ୍ତି ଠିକ୍ ପ୍ରମାଣିତ ହୋଇଥିଲା ।

ଏହି ସମୟରେ ସେ ନିଜର ସମସ୍ତ ହେଲ୍ପ ଲାଇନକୁ ବ୍ୟବହାର କରିନେଇଥିଲେ । ହେଲେବି ସେ ଉତ୍ତରକୁ ନେଇ ଦ୍ୱନ୍ଦରେ ରହିଥିଲେ । ତେବେ ଯଦି ସେ ଏହି ପ୍ରଶ୍ନ ଖେଳିଥାନ୍ତେ, ତାହେଲେ ଭୁଲ୍ ଉତ୍ତର ଦେଇଥିବାରୁ ଅଭିଳାଷାଙ୍କର ଜିତିଥିବା ଧନରାଶି ୧୨ ଲକ୍ଷରୁ ଖସି ୩ ଲକ୍ଷ ୨୦ ହଜାର ଟଙ୍କା ହୋଇଯାଇଥାନ୍ତା ।

ପ୍ରତିଶ୍ରୁତି ପରେ IOCL ଶ୍ରମିକ ଆନ୍ଦୋଳନରେ ପଡିଛି ଯବନିକା

ପାରାଦୀପ: ଶେଷରେ ତିନିଦିନ ଧରି ଆଇଓସିଏଲରେ ଚାଲିଥିବା ଶ୍ରମିକ ଅଶାନ୍ତିରେ ପଡିଛି ଯବନିକା । ଶ୍ରମିକଙ୍କ ଶାନ୍ତି ପୂର୍ଣ୍ଣ କଳାପତାକା ପ୍ରଦର୍ଶନରେ ମୁଣ୍ଡ ନୁଆଁଇଛି ଆଇଓସିଏଲ । ୯ ଦଫା ଦାବିକୁ କାର୍ଯ୍ୟକାରୀ କରିବା ପାଇଁ ଆଇଓସିଏଲ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଶ୍ରମିକମାନେ ।

କ୍ୟାଣ୍ଟିନ୍ ସୁବିଧା, ଯାତାୟତ ପାଇଁ ବସ ସୁବିଧା, ଗାଡ଼ି ପାର୍କିଂ, ପୁରୁଣା ଶ୍ରମିକ ମାନଙ୍କୁ ଛଟେଇ ନକରିବା ଆଦି ୯ ଦଫା ଦାବିକୁ ମାନି ନେଇଛନ୍ତି ଆଇଓସିଏଲ କର୍ତୃପକ୍ଷ । ପୂର୍ବରୁ ବହୁ ଶ୍ରମିକ ସଙ୍ଗଠନ ପକ୍ଷରୁ ଶ୍ରମିକ ମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ତୈଳ ବିଶୋଧାନାଗାର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ କର୍ତୃପକ୍ଷ କିଛି ଦାବିକୁ ପୂରଣ କରିବାର ପ୍ରତିଶୃତି ଦେବାପରେ ସଂଗଠନ ମାନଙ୍କ ପକ୍ଷରୁ ଧର୍ମଘଟ ପ୍ରତ୍ୟାହାର ହେଉଥିଲା ।

ହେଲେ ଗତ କିଛି ଦିନ ଧରି ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବିଗୁଡିକ ପ୍ରତି ତୈଳବିଶୋଧାନାଗାର କର୍ତୃପକ୍ଷଙ୍କ କୋହଳ ମନୋଭାବ ଦେଖାଯାଇଥିଲା । ଏଥିପାଇଁ ଶ୍ରମିକ ଅଶାନ୍ତି ତେଜିଥିଲା । ଫଳରେ ଦାବି ପୂରଣ ପାଇଁ ତିନି ଦିନ ହେଲା କଳାପତକା ପଦର୍ଶନ ସହିତ କଳା ବ୍ୟାଚ୍‌ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ଶ୍ରମିକ ।

ମଙ୍ଗଳବାର ରାତିରେ ଆଇଓସିଏଲ କର୍ତୃପକ୍ଷ ସେମାନଙ୍କ ସହିତ ଆଲୋଚନା କରି ଜାନୁଆରୀ ମାସ ମଧ୍ୟରେ ଦାବୀ ପୂରଣ କରିବା ପ୍ରତିଶ୍ରୁତି ଦେଇଥିଲେ । ଫଳରେ ବୁଧବାର ସକାଳୁ ଏହି ଶାନ୍ତି ପୂର୍ଣ୍ଣ ଆନ୍ଦୋଳନରୁ ଶ୍ରମିକ ସଙ୍ଗଠନ ଓହରିବା ସହିତ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ଏଥର ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ବଦଳରେ ଆଇଓସିଏଲକୁ ଅର୍ଥ ନୈତିକ ଅବରୋଧ କରାଯିବ ବୋଲି ଶ୍ରମିକ ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଅଷ୍ଟ୍ରେଲିଆରେ ସଚିନଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ ବିରାଟ

0

କାନବେରା: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ବିରାଟ କୋହଲି  ରଚିଛନ୍ତି ଇତିହାସ । ଭାରତୀୟ ଅଧିନାୟକ ଏହି ଦିନିକିଆ ମ୍ୟାଚରେ ୧୨ହଜାର ରନ୍ ସ୍କୋର କରି ନିଜକୁ ଦ୍ରୁତତମ ବ୍ୟାଟ୍ସମ୍ୟାନ୍ ଭାବେ ପ୍ରମାଣିତ କରିଛନ୍ତି । କୋହଲି ‘ଗଡ ଅଫ୍ କ୍ରିକେଟ୍’ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡକୁ ଭାଙ୍ଗିଛନ୍ତି।

ମ୍ୟାଚ୍ ପୂର୍ବରୁ ବିରାଟ ଏହି ମ୍ୟାଜିକାଲ୍ ଫିଗର୍ ଠାରୁ ୨୩ ରନ୍ ଦୂରରେ ଥିଲେ, କିନ୍ତୁ ସେ ୧୨.୧ ଓଭରରେ ସେ ରେକର୍ଡ ଭଙ୍ଗିବାରେ ସକ୍ଷମ ହୋଇପାରିଛନ୍ତି । ୩୨ ବର୍ଷୀୟ ବିରାଟ  ୨୪୨ ତମ ଇନିଂସରେ ଏହି ସଫଳତା ହାସଲ କରିଥିବାବେଳେ ସଚିନ୍ ୩୦୦ ତମ ଇନିଂସରେ  ରେକର୍ଡ କରିଥିଲେ । ସଚିନ୍-କୋହଲିଙ୍କ ବ୍ୟତୀତ କେବଳ ଚାରିଜଣ ଖେଳାଳି ଦିନିକିଆ ମ୍ୟାଚରେ ୧୨ ହଜାର ସ୍କୋର କରିବାରେ ସକ୍ଷମ ହୋଇଛନ୍ତି।

ତେବେ ଦ୍ୱିତୀୟ ଦିନିକିଆରେ ବିରାଟ ୮୯ରନର ଇନିଂସ ଖେଳି ନିଜ ଫର୍ମକୁ ଫେରିଥିଲେ ବିରାଟ । ଏହି ଯାତ୍ରାରେ ଭାରତୀୟ ଅଧିନାୟକ ୯୯.୩୬ ଷ୍ଟ୍ରାଇକ୍ ହାର ସହିତ ୫୯.୪୧ର ୧୨ହଜାର ରନ୍ ସ୍କୋର କରିଥିଲେ । ଯଦିଓ ୧୮୩ ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ଥିଲା ।

୫୯ ଅର୍ଦ୍ଧଶତକ ହାସଲ କରିଥିବା ବିରାଟ ଏପର୍ଯ୍ୟନ୍ତ ସୁଦ୍ଧା ୪୩ ଶତକ ହାସଲ କରିଛନ୍ତି । ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ନଅ ଶତକର ରେକର୍ଡ କରିଥିବା ବେଳେ କୋହଲି ୮ଟି ସତକ କରିଛନ୍ତି ।

ରାଜକୋଷ ଲୁଟୁଥିଲେ, ଏବେ ଭିଜିଲାନ୍ସ ହାତରେ ଧରାପଡିଲେ

ଜଗତସିଂହପୁର: ରାଜକୋଷ ଲୁଟୁଥିଲେ, ଭିଜିଲାନ୍ସ ହାତରେ ଧରାପଡିଲେ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପଞ୍ଚାୟତ ସେକ୍ସନ ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବରିଷ୍ଠ କିରାଣୀ ସଂଯୁକ୍ତା ଦାଶଙ୍କ କାର୍ଯ୍ୟାଳୟ, ଘର ଓ କଟକରେ ଚଢାଉ କରିଛି ଭିଜିଲାନ୍ସ ।

ସଞ୍ଜୁକ୍ତାଙ୍କ କାର୍ଯ୍ୟାଳୟ, କଟକ ମହାନଦୀ ବିହାର ବାସଭବନ ଓ ସାତପୁରରେ ଚଢାଉ ଜାରି ରହିଛି । କଟକ ଭିଜିଲାନ୍ସ ଏସପିଙ୍କ ନେତୃତ୍ୱରେ ୪ ଟିମ୍ ଚଢାଉରେ ସାମିଲ ହୋଇନ୍ତି । ତେବେ ଏବେ ସୁଦ୍ଧା ସଞ୍ଜୁକ୍ତାଙ୍କ ସଂପତ୍ତିର ଆକଳନ କରାଯାଇନାହିଁ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଂଚାୟତ ବିଭାଗ ନିର୍ବାଚନ ସେଲରେ କାର୍ଯ୍ୟରତ ଅଛନ୍ତି ସଂଯୁକ୍ତା ।

ଶ୍ରୀଜୀଉଙ୍କ ବନକଲାଗି ନୀତି, ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାର କରିବେ ସେବାୟତ

ପୁରୀ: ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ଦତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ଦ୍ଵିତୀୟ ଭୋଗ ମଣ୍ଡପ ନୀତି ପରେ ଆରମ୍ଭ କରାଯିବ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, କେଶର, କର୍ପୁର, ଶଙ୍ଖ, କସ୍ତୁରୀ ଓ କଳା ଆଦି ବ୍ୟବହାର କରାଯାଇ ପ୍ରାକୃତିକ ଉପାୟରେ ଶ୍ରୀବିଗ୍ରହଙ୍କ ଶୃଙ୍ଗାର କରାଯିବ । ଏହି ଗୁପ୍ତ ନୀତି ସମ୍ପାଦନ କରାଯାଉଥିବା ବେଳେ ପ୍ରାୟ ୨ଘଣ୍ଟାରୁ ଅଧିକ ସମୟ ଧରି ମହାପ୍ରଭୁଙ୍କ ଦ୍ୱାର ବନ୍ଦ ରହିବ ।

ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକଲାଗି ହୋଇଥାଏ । ବନକଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।

Mahaprabhu Nagatjuna Besa Puri Jagannath Mandir

କବି ସାଲବେଗ ମହାପ୍ରଭୁଙ୍କ ଶ୍ରୀମୁଖ ଦେଖି ଲେଖିଛନ୍ତି ‘ଝଲମଲ ଦିଶୁଥାଇ ମୁକୁତାର ଝଟକ’ । କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଆକର୍ଷିତ କରେ । ଏହି ଆକର୍ଷଣର କାରଣ ମୁହଁର ରଙ୍ଗବିନ୍ୟାସ । ଏହି ରଙ୍ଗବିନ୍ୟାସ ବା ବନକଲାଗି ନୀତି ପାଇଁ ଏକ ସ୍ୱତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ଏମାନଙ୍କ କାମ ହେଲା ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା । ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପଦାର୍ଥ ବ୍ୟବହୃତ ହେଉଥିବାରୁ, ବିଧିମତେ ଥରେ ବନକଲାଗି ପାଇଁ ୭ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ ।

ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହାର ହୁଏ ନାହିଁ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।

ଦେଶରେ ଖସିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୩୬ହଜାର ୬୦୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ୪୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ନଭେମ୍ବର ଠାରୁ ଲଗାତାର ଭାବେ କରୋନା ସଂକ୍ରମିଣ କମିବାରେ ଲାଗିଛି । ସେହିପରି ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ଆଉ ୩୬ ହଜାର ୬୦୪ ପଜିଟିଭ । ଏବଂ ମହାମାରୀରେ ଯାଇଛି ଆଉ  ୫୦୧ଙ୍କ ଜୀବନ । ଦେଶରେ କରୋନାରେ ମୃତ୍ୟୁ ହାର ୧.୪୫ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୯୩.୯୪ପ୍ରତିଶତ ରହିଛି ।

ସଂକ୍ରମଣ ନୂଆ ମାମଲାରେ ୩୦ ପ୍ରତିଶତକୁ ହ୍ରାସ ପାଇଛି

ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର ତୁଳନାରେ ନଭେମ୍ବରରେ ମୃତ ଓ ସଂକ୍ରମିତ ମାମଲା ୩୦ ପ୍ରତିଶତ ହ୍ରାସ ଘଟିଛି। ଅକ୍ଟୋବର ପ୍ରଥମ ସପ୍ତାହରୁ, କୋଭିଡ -୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ପାଇଛି । ଅକ୍ଟୋବରରେ ୧୮,୭୧,୪୯୮ ମାମଲା ତୁଳନାରେ ନଭେମ୍ବରରେ ମୋଟ ୧୨,୭୮,୭୨୭ ମାମଲା ରେକର୍ଡ ହୋଇଥିଲା। ଗତ ମାସରେ ସଂକ୍ରମଣ ହେତୁ ୧୫,୫୧୦ ଜଣଙ୍କର ମୃତ୍ୟୁ ହୋଇଥିଲା।

PM Modi May Hold Meeting With States To

ଏଥିସହ ସାରାଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ସମୁଦାୟ ୧ ଲକ୍ଷ ୩୮ ହଜାର ୧୨୨ରେ ପହଞ୍ଚିଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୯୯ ହଜାର ୪୧୪ରେ ପହଞ୍ଚିଛି । ସେମଧ୍ୟରୁ ୮୯ ଲକ୍ଷ ୩୨ ହଜାର ୬୪୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୪ ଲକ୍ଷ ୨୮ ହଜାର ସକ୍ରିୟ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୪୩ ହଜାର ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଫିଲ୍ମରେ ଆସିବା ପୂର୍ବରୁ ଓ୍ୱେଟର କାମ କରୁଥିଲେ ‘୩ଇଡିଅଟ୍ସ’ର ଭାଇରସ୍; ଜାଣନ୍ତୁ ତାଙ୍କ ସିନେ ଯାତ୍ରା ସମ୍ପର୍କରେ…

ମୁମ୍ବାଇ: ବଲିଉଡ ଫିଲ୍ମ ମୁନ୍ନାଭାଇ ଏମବିବିଏସ୍ ଓ ୩ଇଡିଅଟ୍ସ ଭଳି ଚଳଚ୍ଚିତ୍ରରେ ଲିଡ୍ ରୋଲରେ ସଞ୍ଜୟ ଦତ୍ତ ଏବଂ ଆମୀର ଖାନ୍ ରହିଥିବା ବେଳେ ଦର୍ଶକଙ୍କ ହୃଦୟ ଜିତିଥିଲା ବୋମନ ଇରାନୀଙ୍କ ଦମଦା ଚରିତ୍ର ।

ଡିସେମ୍ବର ୨ ତାରିଖ ତଥା ଆଜିର ଦିନରେ ବୋମନ ଇରାନୀ ୬୧ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ସିନେ ଯାତ୍ରା ସମ୍ପର୍କରେ …

ବୋମନ୍ ପିଲାଦିନରୁ ଚଳଚ୍ଚିତ୍ର ଦେଖିବା ଲାଗି ଖୁବ୍ ଭଲ ପାଉଥିଲେ । ଏପରିକି ସ୍କୁଲ ପରେ ସେ ଫିଲ୍ମ ଦେଖିବାକୁ ଯାଉଥିଲେ, ହେଲେ କେବେ ଭାବି ନଥିଲେ ଯେ ସେ ନିଜେ ସିନେମାରେ ଅଭିନୟ କରିବେ ବୋଲି । ଜନ୍ମ ପୂର୍ବରୁ ବୋମନଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମା ତାଙ୍କର ଲାଳନପାଳନ କରିଥିବା ବେଳେ ଏକଦା ସେ ଘରର ବେକେରୀ ସପ୍ ମଧ୍ୟ ସମ୍ଭାଳୁଥିଲେ।

ଇରାନର ଜୋରାଷ୍ଟ୍ରିଆନ୍ ପରିବାରରେ ଜନ୍ମ ଗ୍ରହଣ କରିଥିବା ବୋମନ୍ ସେଣ୍ଟ୍ ମେରି ସ୍କୁଲରୁ ତାଙ୍କର ପାଠପଢା ଆରମ୍ଭ କରିଥିଲେ । ଏହା ପରେ ସେ ମୁମ୍ବାଇର ମିଠିବାଇ କଲେଜରୁ ୱେଟର ପଲିଟେକ୍ନିକ୍ ରେ ଡିପ୍ଲୋମା ପାଠ୍ୟକ୍ରମ କରିଥିଲେ। କୋର୍ସ ସରିବା ପରେ ବୋମନ ତାଜମହଲ ପ୍ୟାଲେସ ଆଣ୍ଡ ଟାୱାରରେ ୱେଟର ଭାବରେ କାମ କରିବା ଆରମ୍ଭ କଲେ ।

 

କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଏବଂ ସଚ୍ଚୋଟତା ହେତୁ ତାଙ୍କୁ ପଦୋନ୍ନତି ଦିଆଯାଇଥିଲା। ଏହା ପରେ ସେ ଫ୍ରେଞ୍ଚ ରେଷ୍ଟୁରାଣ୍ଟ ରେଣ୍ଡେଜଭୋସ ରେ ୱେଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତାଜ ପ୍ୟାଲେସରେ କାମ କରୁଥିବାବେଳେ ବୋମନ୍ ଗ୍ରାହକମାନଙ୍କ ଦ୍ୱାରା ଦିଆଯାଉଥିବା ଟିପ୍ସକୁ ଏକଜୁଟ କରି ରଖୁଥିଲେ । ଏହି ଟଙ୍କାରେ ଗୋଟିଏ କ୍ୟାମେରା କିଣି ସ୍କୁଲ୍ କ୍ରିକେଟ୍-ଫୁଟବଲ୍ ମ୍ୟାଚର ଫଟୋ ଉଠାଇବା ସଙ୍ଗେସଙ୍ଗେ ଏହାକୁ ୨୦-୩୦ ଟଙ୍କାରେ ବିକ୍ରି କରୁଥିଲେ ।

ୱେଟର କାମ ଏବଂ ଫଟୋଗ୍ରାଫି କରିବା ପରେ ବୋମନ ୨୦୦୦ ମସିହାରେ ସିନେ ଜଗତ ଆଡକୁ ମୁହାଁଇଥିଲେ । ସେ ଫିଲ୍ମ ‘ଡରନା ମନା ହେଁ’ରେ ଏକ ଛୋଟିଆ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପୂର୍ବରୁ ବୋମନ ଏଭରିବଡି ସେଜ୍ ଆଇ ଆମ୍ ଫାଇନ୍ ଓ ଲେଟ୍ସ ଟମରେ ନଜର ଆସିଥିଲେ । ପରେ ସେ ୨୦୦୩ରେ ‘ବୁମ’ ଫିଲ୍ମରେ ନଜର ଆସିଥିଲେ । ବୁମ୍ ପରେ ମୁନ୍ନାଭାଇ ଏମବିବିଏସ୍ ଚଳଚ୍ଚିତ୍ରରେ ଡ. ଜେସି ଆସ୍ଥାନା ଭୂମିକାରେ ଅଭିନୟ କରିଥିଲେ ।

ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ସ୍କ୍ରିନ୍ ବିକଲିରେ ଆଓ୍ୱାର୍ଡ ଫର୍ ବେଷ୍ଟ ପରଫର୍ମାନ୍ସ ଇନ୍ କମିକ୍ ରୋଲ ପୁରସ୍କାର ମିଳିଥିଲା । ୨୦୦୬ରେ ରିଲିଜ ହୋଇଥିବା ମୁନ୍ନାଭାଇ ଏମବିବିଏସରେ ତାଙ୍କୁ ଫିଲ୍ମଫେୟାରର ବେଷ୍ଟ ଭିଲେନ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସେହିପରି ୨୦୦୯ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ୩ଇଡିଅଟ୍ସ ଫିଲ୍ମରେ ବୋମନ ‘ବିରୁ ସହସ୍ରବୁଦ୍ଧେ’ ଓରଫ୍ ‘ଭାଇରସ୍’ର ଚରିତ୍ରରେ ଅଭିନୟ କରିଥିଲେ। ଯେଉଁ ଭୂମିକା ପାଇଁ ତାଙ୍କୁ ଷ୍ଟାର୍ ସ୍କ୍ରିନ୍ ଆଓ୍ୱାର୍ଡ ଫର୍ ବେଷ୍ଟ ଭିଲେନ୍, ଫିଲ୍ମଫେୟାର ଆଓ୍ୱାର୍ଡ ଫର୍ ବେଷ୍ଟ ସପୋର୍ଟିଂ ଆକ୍ଟର ଓ ଆଇଫା ଆଓ୍ୱର୍ଡ ଫର୍ ବେଷ୍ଟ ପରଫୋମାନ୍ସ ଇନ୍ ନେଗେଟିଭ୍ ରୋଲ ଭଳି ପୁରସ୍କାର ପ୍ରଦାନ କରାଯାଇଥିଲା ।

 

ରେଳ ଷ୍ଟେସନ୍‌ରୁ ୭୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଜିଆର୍‌ପି

କଣ୍ଟାବାଞ୍ଜି: ପୁଣି ଉଦ୍ଧାର ହେଲେ ଦାଦନ ଶ୍ରମିକ । କଣ୍ଟାବାଞ୍ଜି ରେଳଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ରାଜ୍ୟ ବାହାରକୁ ଚାଲାଣ ବେଳେ ସେମାନଙ୍କୁ ଉଦ୍ଧାର କରିନ୍ତି ଜିଆରପି ଓ ପୋଲିସ ଅଧିକାରୀ । ସେମାନଙ୍କ ମଧ୍ୟରେ ୪୨ ପୁରୁଷ ଓ ୩୨ ଜଣ ମହିଳା ଅଛନ୍ତି ।

Kantabanji Bonded Labour

ସେହିପରି ଦାଦନଙ୍କ ସହ ଥିବା ୧୩ ଜଣ ଶିଶୁଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ଦାଦନ ମାନେ ବଲାଙ୍ଗିର ଜିଲ୍ଲା ବେଳପଡ଼ା, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ଓ କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି ।

Kantabanji Bonded Labour

ଦାଦନ ସର୍ଦ୍ଦାର ଠାରୁ ମୁଣ୍ଡପିଛା ୩୦ ହଜାର ଟଙ୍କା ଲେଖାଏ ଅଗ୍ରୀମ ନେଇ ବିଶାଖାପାଟଣା ଯାଉଥିବା ବେଳେ, ସେମାନଙ୍କୁ ପୋଲିସ ଉଦ୍ଧାର କରିଥିଲା । ଉଦ୍ଧାର ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜ ପତ୍ର ନଥିବା ବେଳେ, ସମସ୍ତେ ଆନ୍ଧ୍ରର ଏକ ଇଟାଭାଟିକୁ କାମ କରିବାକୁ ଯାଉଥିଲା । ଘଟଣାସ୍ଥଳରେ କଣ୍ଟାବାଞ୍ଜି ତହସିଲଦାର ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଘରକୁ ପଠେଇବାର ବ୍ୟବସ୍ଥା କରିଛନ୍ତି।