spot_img
Home Blog Page 6331

କଇଁଛ ଚିପସ ଦାମ ଦୁଇ ଲକ୍ଷ ଟଙ୍କା !

ନୂଆଦିଲ୍ଲୀ: ଗୋଟିଏ କେଜି କଇଁଛ ଚିପ୍ସକୁ ୫ହଜାର ଟଙ୍କା । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ କିନ୍ତୁ ଏହା ଏକ ଏମିତି ପ୍ରଜାତୀର କଇଁଛ ଯହାର ଚିପ୍ସର ଦାମ ରହିଛି ୫ ହଜାର ଟଙ୍କା । କିନ୍ତୁ ଏହା ବିଦେଶରେ ପହଞ୍ଚିଲା ବେଳକୁ କିଲୋଗ୍ରାମ ପିଛା ହୋଇଯାଏ ୨ ଲକ୍ଷ ଟଙ୍କା । ଏହି କଇଁଛ ଚିପ୍ସକୁ ଜାନପୁରୀ ବଂସାରୀର ଚିପ୍ସ ମଧ୍ୟ କୁହାଯାଇଥାଏ । ଜାନପୁରୀ-ବଂସାରୀର ସ୍ୱତନ୍ତ୍ର ଚିପ୍ସ ୟୁପିର ଇଟାୱା ଏବଂ ପଶ୍ଚିମବଙ୍ଗରେ ପ୍ରସ୍ତୁତ ହେଉଛି । ଜାନପୁର-ବଂସାରୀ ହେଉଛି ଏକ ସ୍ଥାନ, ଏହି ସ୍ଥାନର ନାଁ ଅନୁସାରେ କଇଁଛର ତିନୋଟ ସ୍ୱତନ୍ତ୍ର ପ୍ରଜତୀକୁ ଜାନପୁର-ବଂସାରୀ କୁହାଯାଏ । ଏହା ସବୁଠୁ ଅଧିକ ଇଟାୱାରେ ମିଳିଥାଏ । ଏହି ଅଞ୍ଚଳ ଜାତୀୟ ଚାମ୍ବଲ ଶତାବ୍ଦୀରେ ଆସୁଛି । ତଥାପି ବହୁ ସଂଖ୍ୟକ କଇଁଛ ଏଠାରୁ ଚୋରା ଚାଲାଣ କରୁଛନ୍ତି।

କଇଁଛର ପେଟରୁ ପ୍ରସ୍ତୁତ ହୁଏ ଚିପ୍ସ

ପରିବେଶବିତ୍ ତଥା ଗଙ୍ଗା ଅଭିଯାନ ସହ ଜଡିତ ରାଜୀବ ଚୌହାନ ଏହି ଚୋରା ଚାଲାଣ ବିଷୟରେ ପ୍ରକାଶ କରି କହିଛନ୍ତି ଯେ, ଚମ୍ୱଲ ନଦୀ ପାଖରେ ଥିବା ଆଗ୍ରାର ପିନହାଟ ଏବଂ ଇଟାୱାସ୍ଥିତ ଜିନପୁରୀ ଏବଂ ବଂସାରୀରେ  ନୀଲସୋନିଆ ଗ୍ୟାଙ୍ଗଟିସ୍ ଏବଂ ଚିତ୍ରା ଇଣ୍ଡିକା ଭଳି ତିନୋଟି ଏମିତି ପ୍ରଜାରତୀର କଇଁଛ ଅଛନ୍ତି ଯେଉଁଥିରୁ ଚିପ୍ସ ପ୍ରସ୍ତୁତ କରାଯାଇଥାଏ । କଇଁଛର ପେଟର ଚର୍ମକୁ ପ୍ଲାଷ୍ଟ୍ରନ୍ କୁହାଯାଏ  । ଏହି ପ୍ଲାଷ୍ଟ୍ରନରୁ ଚିପ୍ସ ତିଆରି କରାଯାଏ  । ପ୍ରଥମେ ପ୍ଲାଷ୍ଟ୍ରନ କାଟି ଅଲଗା କରାଯାଇଥାଏ ଏବଂ ଏହାକୁ ପାଣିରେ ଫୁଟାଯାଇ ଶୁଖାଯାଏ  । ଏହା ପରେ ଏହାକୁ ପଶ୍ଚିମବଙ୍ଗ ଦେଇ ବିଦେଶ ପଠାଯାଇଥାଏ । ଗ୍ରୀଷ୍ମ ଋତୁରେ ପ୍ଲାଷ୍ଟ୍ରନ୍ ଚିପ୍ସ ତିଆରି ହୁଏ,କିନ୍ତୁ  ଶୀତଦିନେ ଜୀବନ୍ତ କଇଁଛ ଚୋରା ଚାଲାଣ କରାଯାଏ, କାରଣ ଶୀତଦିନେ ଚୋରା ଚାଲାଣ କରିବାରେ କୌଣସି ଅସୁବିଧା ନାହିଁ ।

ଥାଇଲ୍ୟାଣ୍ଡ, ମାଲେସିଆ ଏବଂ ସିଙ୍ଗାପୁରରେ ଏହି ଚିପ୍ସ କିଲୋଗ୍ରାମ ୨ ଲକ୍ଷ ଟଙ୍କା ବିକ୍ରି କରାଯାଇଥାଏ

ରାଜୀବ ଚୌହାନଙ୍କ ଅନୁସାରେ, ସ୍ଥାନୀୟ ଚୋରା ଚାଲାଣକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁମାନେ କଇଁଛମାନଙ୍କୁ ଧରି ଚିପ୍ସ କରନ୍ତି ସେମାନେ ନିଲସୋନିଆ ଗ୍ୟାଙ୍ଗଟିସ୍ ଏବଂ ଚିତ୍ରା ଇଣ୍ଡିକା କଇଁଛର ଚିପ୍ସକୁ କିଲୋଗ୍ରାମ ପିଛା ୫ହଜାର ବିକ୍ରି କରିଥାନ୍ତି । ତେବେ ଏହି ଚିପ୍ସ ଗୁଡ଼ିକୁ ଇଟାୱାରୁ ଥାଇଲାଣ୍ଡ, ମାଲେସିଆ ଏବଂ ସିଙ୍ଗାପୁରକୁ ଚୋରା ଚାଲଣ କରାଯାଇଥାଏ । ଚୋରା ଚାଲଣକାରୀଙ୍କ ଅନୁଯାୟୀ ଏହି ଚିପ୍ସ ଗୁଡ଼ିକ ବିଦେଶରେ ପହଞ୍ଚିବା ପରେ କଲୋଗ୍ରାମ ପିଛା ୨ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ । ତେବେ ଗୋଟିଏ କିଲୋ ଗ୍ରାମ କଇଁଛରୁ ୨୫୦ ଗ୍ରାମର ଚିପ୍ସ ପ୍ରସ୍ତୁତ କରାଯାଇଥାଏ ।

ପରୀ ମୃତ୍ୟୁ ମାମଲାରେ ବିଜେପିକୁ କଂଗ୍ରେସର ଟାର୍ଗେଟ, ଟଙ୍କା କିଏ ଖାଇଛି ୧୫ ଦିନ ଭିତରେ ପ୍ରମାଣ ଦିଅ : ସୁର ରାଉତରାୟ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କଂଗ୍ରେସର ୧୫ ଦିନିଆ ମହଲତ । କିଏ ଟଙ୍କା ଖାଇଛି ୧୫ ଦିନ ଭିତରେ ସେନେଇ ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ନହେଲେ ପରିସ୍ଥିତି ଭୟାନକ ହେବ ବୋଲି ସୁର ଚେତାବନୀ ଦେଇଛନ୍ତି । ପରୀ ମୃତ୍ୟୁ ମାମଲାରେ ସେମାନେ ଏସଆଇଟି ତଦନ୍ତ ଦାବି କରିଥିଲେ । ସରକାର ମଧ୍ୟ ଏସଆଇଟିକୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ଡ୍ରାମା କରୁଛି । ବିଧାନସଭା ଭିତରେ ଡ୍ରାମା କଲେ, ବାହାରେ ବି କରୁଛନ୍ତି । ସମ୍ବିତଙ୍କର ଏଭଳି ମନ୍ତବ୍ୟ କଷ୍ଟ ଦେଇଛି ବୋଲି ସୁର କହିଛନ୍ତି ।

ପଇସା ନେଇ ହିସାବ ନଦେଲେ ବିଚ୍ ରାସ୍ତାରେ ଜବାବ ଦେବେ ବୋଲି ସୁର କହିଛନ୍ତି । ସେପଟେ ଗଣମାଧ୍ୟମରେ କ୍ଷମା ନମାଗିଲେ ସମ୍ବିତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଜେପି ଏକ ବହୁରୂପୀ ଦଳ । ବେଳେବେଳେ ସେମାନେ ବିଳିବିଳେଇ ହୁଅନ୍ତି ବୋଲି ନରସିଂହ କହିଛନ୍ତି । କଂଗ୍ରେସର ୯ଜଣ ବିଧାୟକ ପରୀ ମୃତ୍ୟୁ ମାମଲାରେ ପଇସା ଖାଇଥିବା ସମ୍ବିତ ପାତ୍ର ଅଭିଯୋଗ ଆଣିଥିଲେ।

ଏବେ ଏରୋପ୍ଲେନରେ ନେଇପାରିବେ ରେସ୍ତୋଁରାର ମଜା

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡା ସ୍ଥିତ ଜିପି ମଲ୍ ଠାରେ ଏକ ଏରୋପ୍ଲେନ ଭିତରେ ଥିମ୍ ରେସ୍ତୋଁରା ଆରମ୍ଭ ହେବାକୁ ଯାଉଛି। ଯାହା ନିଶ୍ଚିତ ଭାବେ ଲୋକଙ୍କୁ ଏକ ନୂଆ ଅନୁଭୂତି  ପ୍ରଦାନ କରିବ । ଲୋକମାନେ ଏହି ବିମାନ ରେସ୍ତୋଁରାରେ ଖାଇବା ସହିତ ବିମାନ ଯାତ୍ରାର ଅନୁଭବ ପାଇପାରିବେ । ଯାହର ଶୁଭାରମ୍ଭ ‘ଏଡ୍ୟୁଟେନମେଣ୍ଟ’ କନସେପ୍ଟ ଉପରେ କରାଯିବାକୁ ଥିବା ବେଳେ ସାହାରର ପୁରୁଣା ବିମାନକୁ ଏଥିପାଇଁ ବ୍ୟବହାର କରାଯିବ।

ଡିସେମ୍ବର ୧୫ରୁ ଏହି ’ପ୍ଲେନ୍ ରେସ୍ତୋଁରା’ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ତେବେ ଲୋକମାନେ ଏଥିରେ ଉଭୟ ଶିକ୍ଷା ଏବଂ ମନୋରଞ୍ଜନର ମଜା ଉଠାଇପାରିବେ ଏବଂ ବିମାନର କକପିଟ୍ ବିଷୟରେ ଜାଣିବା ପାଇଁ ଆଗ୍ରହୀ ବ୍ୟକ୍ତିବିଶେଷ ଏବିଷୟରେ ସୂଚନା ବି ପାଇପାରିବେ ।

ଏହି ବିମାନରେ ଗୋଟିଏ ଥରରେ ୫୦ ଜଣ ଲୋକଙ୍କ ପ୍ରବେଶ ବ୍ୟବସ୍ଥା କରାଯିବ। ଏହାବ୍ୟତୀତ ରନୱେକୁ ଥିମରେ ସଜାଯିବାକୁ ଥିବା ବେଳେ ବିମାନ ଆଖପାଖରେ ଚେକ୍ ପଏଣ୍ଟସ୍, ପାଇଲଟ୍, ଏୟାରହୋଷ୍ଟେସ୍ ଏବଂ କ୍ୟାପଟେନ ଉପସ୍ଥିତ ରହିବେ । ଯାହାଫଳରେ ଲୋକମାନେ ବିମାନର ମଜା ନେଇପାରିବେ ।

ଏନେଇ ମଲର ଏସୋସିଏଟ୍ ନିର୍ଦ୍ଦେଶକ (ମାର୍କେଟିଂ) ଶମିମ କହିଛନ୍ତି ଯେ ଯେଉଁମାନେ ପ୍ଲେନ୍ ଭିତରକୁ ଯିବେ, ସେମାନେ ଖାଦ୍ୟ ଖାଇବାକୁ ବାଧ୍ୟ ନୁହେଁ । ଖାଇବା ପାଇଁ ଏକ ଅଲଗା ଟିକେଟ୍ ବ୍ୟବସ୍ଥା କରାଯିବ, ଯାହାଫଳରେ ଜଣେ ସାଧାରଣ ଲୋକ ମଧ୍ୟ ବିମାନ ଭିତରକୁ ଯାଇ ଏହାକୁ ଉପଭୋଗ କରିପାରିବ ।

ତେବେ ଉତ୍ତରପ୍ରଦେଶରେ ଏହା ପ୍ରଥମ ଏବଂ ଦିଲ୍ଲୀ ଏନସିଆରରେ ଏହା ଦ୍ୱିତୀୟ ବିମାନ ରେସ୍ତୋଁରା ବୋଲି ସୂଚନା ମିଳିଛି ।

ଖୋଲିବ ଅଭୟ ପାଠକଙ୍କ ପାପ ପେଡ଼ି, ୭ଟି ସ୍ଥାନରେ ଚଢ଼ାଉ କରୁଛି SITର ୧୨ଟି ଟିମ୍

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଘାଣ୍ଟି ହେଲେଣି ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକ । କେଉଁଠୁ ଆସୁଥିଲା ପୁଳା ପୁଳା ଟଙ୍କା ? ରୋଜଗାରର ମାଧ୍ୟମ କଣ ଥିଲା ? ତାକୁ ନେଇ ଖୋଳତାଡ଼ କରୁଛି SIT । ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ନେଇ ଏସଆଇଟିର ଖୋଳତାଡ ଆରମ୍ଭ ହୋଇଛି । ଗୋଟିଏ ପରେ ଗୋଟିଏ ଜାଗାରେ ଚଢ଼ାଉ  କରୁଛି SIT । ଆଜି ସକାଳୁ ସକାଳୁ ଅଭୟ କାନ୍ତଙ୍କ ଘରେ ଚଢ଼ାଉ ହୋଇଛି । ୧୨ଟି ଟିମ୍‌ ଏହି ଚଢ଼ାଉରେ ନିୟୋଜିତ ହୋଇଛନ୍ତି । ମୋଟ ୭ଟି ସ୍ଥାନରେ ଚଢ଼ାଉ କରିଛି SIT ଟିମ୍‌ । ତେବେ ଏଥିରୁ ବାଦ ପଡ଼ିନାହିଁ ସରକାରୀ ବାସଭବନ । ସରକାରୀ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଏବେ ଜାରି ରହିଛି । ପିସିସିଏଫ କାର୍ଯ୍ୟାଳୟରେ ଗୋଟିଏ ଟିମର ଚଢ଼ାଉ ଜାରି ରହିଛି । ତେବେ ଆଜି SITର ପ୍ରଥମ ଜେରା ଆରମ୍ଭ ହୋଇଛି  । ପ୍ରଥମ ଆଟାକ ହୋଇଛି ୫ଟି ବ୍ୟାଙ୍କ ଏବଂ ଅଭୟଙ୍କ ଡ୍ରାଇଭର ଉପରେ ।

ଏହା  ପୂର୍ବରୁ ଗତ ୨୫ ତାରିଖରେ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱର ୟୁନିଟ୍-୯ରେ ଥିବା ସରକାରୀ ବାସଭବନ ଓ ରାଜ୍ୟ ଏବଂ ରାଜ୍ୟ ବାହାରର ପ୍ରାୟ ୧୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ଦୁଇ ଦିନ ଧରି ଭିଜିଲାନ୍ସ ରେଡରେ ବାହାରିଥିଲା ଅମାପ ସମ୍ପତ୍ତି  । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ରହୁଥିବା ପୁତୁରା ହର୍ଷ ପାଠକଙ୍କ ଫ୍ଲାଟ୍‌ରେ ମଧ୍ୟ ଚଢଉ ହୋଇଥିଲା ।

ଫ୍ଲାଟରୁ ନଗଦ ୫୦ଲକ୍ଷ ଟଙ୍କା ଜବତ ହୋଇଥିଲା । ଠିକ୍ ସେହିଭଳି ମୁମ୍ବାଇ, ପୁନେ, ପାଟନା, ବିହାରର ବିଷ୍ଣୁପୁର ଆଦି ବିଭିନ୍ନ ସ୍ଥାନରେ ମଧ୍ୟ ଭିଜିଲାନ୍‌ସ ରେଡ୍ କରି ବହୁ ସନ୍ଦେହଜନକ କାଗଜପତ୍ର ଜବତ କରିଛି । ତଦନ୍ତ ବେଳେ ଜଣାପଡିଥିଲା, ପୁନେରେ ଅଭୟଙ୍କର ରହିଛି ଏକ ବଡ଼ ଫାର୍ମ ହାଉସ୍ ଓ ସମ୍ଭ୍ରାନ୍ତୀୟ ଫ୍ଲାଟ୍ । ସେହିଭଳି ଭୁବନେଶ୍ୱରର ୮ହଜାର ସ୍କୋୟାର ଫୁଟ୍ ଜାଗା ଉପରେ ରହିଛି ବହୁତଳ ପ୍ରାସାଦ । ଏଥିରେ ସୁଇମିଂ ପୁଲ୍ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି ।

ଏହାପରେ ପରେ ପାଠକଙ୍କ ଘରୁ ୮ଶହ ଗ୍ରାମ ସୁନା ସହ ନଗଦ ୧୦ଲକ୍ଷ ଟଙ୍କା ଜବତ ହୋଇଥିଲା । କେବଳ ସେତିକି ନୁହେଁ, ଘରେ ୬୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ହାତୀଦାନ୍ତ ପଲଙ୍କ, ବହୁ ଦାମୀ କାର ରହିଥିବା ଭିଜିଲାନ୍‌ସ ଜାଣିବାକୁ ପାଇଥିବା କୁହାଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଲକ୍‌ଡାଉନ୍‌ ସମୟରେ ପାଠକ ପରିବାର ଘରୋଇ ବିମାନ ଭଡ଼ା କରି ୨୦ଥର ବିଭିନ୍ନ ଜାଗାକୁ ଯାଇଥିଲେ । ପ୍ରତିଥରର ଖର୍ଚ୍ଚ ୧୫ରୁ ୨୫ ଲକ୍ଷ ବୋଲି ମଧ୍ୟ ଆକଳନ କରାଯାଉଛି । ତେବେ ଭିଜିଲାନ୍‌ସ ଅନୁସାରେ ପାଠକଙ୍କ ବେଆଇନ୍‌ ସମ୍ପତ୍ତିର ତାଲିକା ୫୦ କୋଟିରୁ ଉର୍ଦ୍ଧ୍ୱ ହେବ ।

ବାପାଙ୍କ ଜନ୍ମଦିନରେ ବିବାହ କରିବେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡର ବିଶିଷ୍ଟ ଗୀତିକାର ଉଦିତ ନାରାୟଣ ଆଜି ତାଙ୍କର ୬୫ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଉଦିତଙ୍କ ପୁଅ ଆଦିତ୍ୟ ନାରାୟଣ ବିବାହ କରିବାକୁ ଯାଉଛନ୍ତି । ଆଦିତ୍ୟ ନାରାୟଣ ଆଜି ତାଙ୍କ ବାପା ଉଦିତ ନାରାୟଣଙ୍କ ଜନ୍ମଦିନ ଅବସରରେ ଏକ୍ସ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଏବଂ ବାପାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ପାଇଁ ବୋହୂ ଆଣିବାକୁ ଯାଉଛନ୍ତି। ଆଜି ଆଦିତ୍ୟ ବାପା ଉଦିତ ନାରାୟଣ ଏବଂ ତାଙ୍କ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଆଦିତ୍ୟ ଏବଂ ଶ୍ୱେତାଙ୍କ ବିବାହ ସମ୍ପର୍ଣ୍ଣ ହେବ । ତେବେ ଏନେଇ ଆଦିତ୍ୟ ନାରାୟଣଙ୍କ ବିବାହର ରୀତିନୀତି ଆରମ୍ଭ ହୋଇସାରିଛି।

ଆଦିତ୍ୟ ଦୀର୍ଘ ଦିନ ଧରି ଶ୍ୱେତା ଅଗରୱାଲଙ୍କ ସହ ରିଲେସନସିପରେ ଥିଲେ  । ଯାହା ଆଦିତ୍ୟ ନାରାୟଣଙ୍କ ଦ୍ୱାରା ପ୍ରକାଶ ଯାଇଥିଲା। ତେବେ ଶ୍ୱେତା ଅଗ୍ରୱାଲଙ୍କ ସହ ଆଦିତ୍ୟ ନାରାୟଣଙ୍କ ଫଟୋ ଏବେ ଖୁବ ଭାଇରାଲ ହୋଇଛି । କିନ୍ତୁ ଏହାପରେ ଦୁହେଁ ନିଜ ସମ୍ପର୍କ ଉପରେ ନୀରବ ରହିଥିଲେଲେ। ତେବେ ନିକଟରେ ଆଦିତ୍ୟ ଖୋଲାଖୋଲି ଭାବେ ନିଜ ପ୍ରେମ ବ୍ୟକ୍ତ କରି ଶ୍ୱେତାଙ୍କୁ ବିବାହ କରିବା କଥା କହିଥିଲେ ।

ସୂଚନା ଯୋଗ୍ୟ ଯେ, ଶ୍ୱେତା ଅଗ୍ରୱାଲ ଜଣେ ବଲିଉଡ ଅଭିନେତ୍ରୀ ଯିଏ କି ଟିଭି ଜଗତରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଶ୍ୱେତା ଅଗ୍ରୱାଲ ବାବୁଲ କି ଦୁଆଏଁ ଲେତି ଯା, ଶାଗୁନ୍, ଏବଂ ଦେଖୋ ମଗର ପ୍ୟାରରେ ନଜର ଆସିଛନ୍ତି । ସେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ରାଘବେନ୍ଦ୍ରଙ୍କ ସହ ଡେବ୍ୟୁ କରିଥିଲେ ଏବଂ ସେ ଆଉ ଏକ ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଅଭିନୟ କରିସାରିଛନ୍ତି । ଏହି ଚଳଚ୍ଚିତ୍ରଟି ମୁଖ୍ୟ ଅଭିନେତା ଭାବରେ ଆଦିତ୍ୟ ନାରାୟଣଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା  । ଏହି ଚଳଚ୍ଚିତ୍ରଟିକୁ ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେଇଥିଲେ।

ସାଧାରଣ ଲୋକଙ୍କ ଗାଡ଼ିକୁ ମାଓବାଦୀଙ୍କ ଟାର୍ଗେଟ, ବିସ୍ଫୋରଣରେ ଉଡ଼ିଲା ଗାଡ଼ି

ମାଲକାନାଗିରି: ଛତିଶଗଡ଼-ମାଲକାନାଗିରି ସୀମାରେ ମାଓ ତାଣ୍ଡବ । ଛତିଶଗଡ଼ର ବିଜାପୁରରେ ସାଧାରଣ ଲୋକଙ୍କ ଗାଡ଼ିକୁ ଟାର୍ଗେଟ କରିଛି ମାଓ ସଂଗଠନ  ।  ଆଇ ଇ ଡି ବିସ୍ଫୋରଣରେ ଉଡ଼ିଲା ଗାଡ଼ି । ବିସ୍ଫୋରଣରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳର ମୋହମ୍ମଦ ଇକବାଲ ଓ ବଲରାମ ପ୍ରଧାନ ଆହତ ହୋଇଛନ୍ତି । ବାସାଗୁଡ଼ା ସ୍ଥିତ ଏକ ଡାକ୍ତରଖାନାରେ ଉଭୟଙ୍କର ଚିକିତ୍ସା ଚାଲିଛି ।

 

ବାସାଗୁଡ଼ା ଥାନାରୁ ମାତ୍ର ୨ କିଲୋମିଟର ମଧ୍ୟରେ ମାଓବାଦୀ କରିଛନ୍ତି ଏବଳି ବିସ୍ଫୋରଣ  ।  ଘଟମାସ୍ଥଳରେ ପୋଲିସ ପହଞ୍ଚିଥିବାବେଳେ ଏସପି କମଲୋଚନ କଶ୍ୟପ ସ୍ଥିତିର ଅନୁଧ୍ୟାନ କରୁଛନ୍ତି । ସେହିପରି ଗଙ୍ଗାଲୁରରେ ଆସିଛି ଏକ ଦୁଃଖଦ ଖବର । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଗାଁରେ ଶବ ଫୋଫାଡ଼ି ଦେଇଥିବା ଖବର ମିଳୁଛି । ଏନେଇ ଥାନାରେ କୌଣସି ମାମଲା ହୋଇନଥିବାବେଳେ  ପୋଲିସ  ପାଖରେ ସୂଚନା ଥିବା ଗଙ୍ଗାଲୁର ଥାନାଧିକାରୀ ସୂଚନା ଦେଇଛନ୍ତି ।

କରୋନା କାଳରେ ମିଳିଥିଲା ପାରୋଲ; ଏବେ ମିଳୁନି ୧୦୦୦ରୁ ଅଧିକ କଏଦୀଙ୍କ ପତ୍ତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ଜେଲରେ ଥିବା ବନ୍ଦୀମାନେ ଗାଏବ ହେବାରେ ଲାଗିଛନ୍ତି । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ସତ । କରୋନା କାଳରେ ୟୁପି ଜେଲରୁ ପାରୋଲରେ ଛଡାଯାଇଥିବା କଏଦୀମାନେ ଫେରିକି ଆସୁନାହାଁନ୍ତି । ଯାହା ଫଳରେ ସରକାର ସେମାନଙ୍କୁ ଗିରଫ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, କରୋନା କାଳରେ ଜେଲରେ ଥିବା କଏଦୀମାନଙ୍କୁ ପାରୋଲରେ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁଥିପାଇଁ ଉତ୍ତରପ୍ରଦେଶର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଦ୍ୱାରା ଜାରି କରାଯାଇଥିବା ସୁପାରିଶ ଅନୁଯାୟୀ ମୋଟ୍ ୨୨୫୬ ସଜା ପ୍ରାପ୍ତ କଏଦୀଙ୍କୁ ୮ ସପ୍ତାହ ଲାଗି ସ୍ୱତନ୍ତ୍ର ପାରୋଲରେ ମୁକ୍ତ କରାଯାଇଥିଲା।

ଯାହାପରେ ଉକ୍ତ ପାରୋଲକୁ ୮-୮ ସପ୍ତାହ ପାଇଁ ତିନିଥର ବୃଦ୍ଧି କରାଯାଇଥିଲା । ତେବେ ଦୀର୍ଘ ଦିନ ପରେ ନଭେମ୍ବର ୧୯ରେ ମୁକ୍ତ ହୋଇଥିବା ବନ୍ଦୀମାନଙ୍କୁ ୩ ଦିନ ମଧ୍ୟରେ ଜେଲରେ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମୁକ୍ତ ହୋଇଥିବା ମୋଟ ୨୨୫୬ ଜଣ କଏଦୀଙ୍କ ମଧ୍ୟରୁ ପାରୋଲ ସମୟରେ ୪ ଜଣ  ମୃତ୍ୟୁ ବରଣ କରିଛନ୍ତି। ତନ୍ମଧ୍ୟରୁ ୧୩୬ ଜଣଙ୍କୁ ମୁକ୍ତ କରାଯାଇଥିଲା ବେଳେ ଅନ୍ୟ ୫୬ ଜଣ ଏହି ମାମଲାରେ ଜେଲରେ ଅଛନ୍ତି।

ତେବେ ୧୩୭୦ କଏଦୀ ଏଯାଏଁ ଫେରିନଥିବା ବେଳେ ସେମାନେ ଫେରାର ହୋଇଯାଇଥିବା ନେଇ ଜେଲ୍ କର୍ତ୍ତୃପକ୍ଷ ଆଶଙ୍କା କରିଛନ୍ତି । ଯେଉଁଥିପାଇଁ ଜେଲ୍ ଅଧୀକ୍ଷକଙ୍କ ଦ୍ୱାରା ସମ୍ପୃକ୍ତ ଜିଲ୍ଲାର ପୋଲିସ ଅଧୀକ୍ଷକଙ୍କ ନିକଟକୁ ଚିଠି ପଠାଯାଇଛି। ଯାହାଫଳରେ କଏଦୀଙ୍କୁ ଯଥାଶୀଘ୍ର ଗିରଫ କରାଯାଇ ଜେଲକୁ ପଠାଯାଇପାରିବ।

ଅଭୟ ପାଠକଙ୍କ ଗୁମର ଖୋଲିବେ ଡ୍ରାଇଭର, ନୋଟିସ୍ ପରେ ଭିଜିଲାନ୍ସ ସେଲ କାର୍ଯ୍ୟାଳୟରେ ହାଜର ହେଲେ ଜୁମାରତ

ଭୁବନେଶ୍ୱର: ଖୋଲିବ ଅଭୟ ପାଠକଙ୍କ ପାପ ପେଡ଼ି । ଆରମ୍ଭ ହେଲା ଏସଆଇଟିର ଖୋଳତାଡ଼ । ଏଥର ଆକାଶଙ୍କ ଡ୍ରାଇଭର ଖୋଲିବେ ଗୁମର । ଭିଜିଲାନ୍‌ସ ରେଡ୍‌ ପରେ ପାଠକଙ୍କ ଡ୍ରାଉଭର ଜୁମାରାତଙ୍କୁ ପଚରାଉଚରା କରୁଛି ଏସଆଇଟି । ଗତକାଲି ହାଜର ହେବା ପାଇଁ ତାଙ୍କୁ ନୋଟିସ୍ ହୋଇଥିଲା । ଏହାପରେ ଭିଜିଲାନ୍ସ ସେଲ କାର୍ଯ୍ୟାଳୟରେ ପାଠକଙ୍କ ଡ୍ରାଇଭର ଜୁମାରାତ ହାଜର ହୋଇଛନ୍ତି ।

ଅଭୟ ପାଠକଙ୍କର ସେ ଡ୍ରାଇଭର ଥିବାରୁ ତାଙ୍କ ଠାରୁ ଅଧିକ କିଛି ତଥ୍ୟ ମିଳିପାରେ ବୋଲି SIT ଆଶା ରଖିଛି । ଜୁମାରାତଙ୍କ ଘରେ ମଧ୍ୟ ଭିଜିଲାନ୍‌ସ ରେଡ୍‌ କରିଥିଲା । ଚଢାଉ ବେଳେ ତାଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ କରାଯାଇଥିଲା । ସେପଟେ ଭିଜିଲାନ୍‌ସ ସେଲ କାର୍ଯ୍ୟାଳୟରେ ବ୍ୟାଙ୍କ କର୍ମଚାରୀ ହାଜର ହୋଇଛନ୍ତି । ପ୍ରଥମ ଦିନରେ SIT ଟାର୍ଗେଟରେ ପ୍ରାୟ ୫ଟି ବ୍ୟାଙ୍କ କର୍ମଚାରୀ ଓ ଅଭୟକାନ୍ତଙ୍କ ଡ୍ରାଇଭର ହର୍ଷ ପାଠକ ରହିଛନ୍ତି । ତେବେ ସମନ ପରେ ଏମାନଙ୍କୁ SIT ଜେରା କରିବ ।

ଏବେ ଜାପାନରେ ଆଉ ଏକ ସଂକ୍ରମଣ, ଜାଣନ୍ତୁ କେତେ ଭୟଙ୍କର

ଟୋକିଓ: ପୂରା ବିଶ୍ୱ ଏବେ କରୋନା ଭାଇରସ ପାଇଁ ଚିନ୍ତାରେ ରହିଥିବା ବେଳେ ବାର୍ଡ ଫ୍ଲୁ ଏବେ ନିଦ ହଜାଇଛି । ବାର୍ଡ ଫ୍ଲୁରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ଜାପାନ । ଏନେଇ ମଙ୍ଗଳବାର ଦିନ ଜାପାନର କୃଷି ମନ୍ତ୍ରଣାଳୟ କହିଛି ଯେ, ଦେଶର କୁକୁଡ଼ା ଚାଷରେ ସଂକ୍ରମଣ ଆରମ୍ଭ ହୋଇଛି ଯାହାକୁ ଚାରି ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ମହାମାରୀ ବୋଲି କୁହାଯାଇଛି ।

ମଣିଷ ସଂକ୍ରମିତ ହେବାର ଭୟ ନାହିଁ

କୃଷି ମନ୍ତ୍ରଣାଳୟ ଏହାର ୱେବସାଇଟରେ ରିପୋର୍ଟ ଦର୍ଶାଇଛି ଯେ, ଦକ୍ଷିଣ-ପଶ୍ଚିମ ଜାପାନର ହନସୁ ଦ୍ୱୀପରେ ଥିବା ମିୟାଜାକି ପ୍ରଦେଶର ହ୍ୟୁଗା ସହରର ଏକ କୁକୁଡ଼ା ଫାର୍ମରେ ‘ବାର୍ଡ ଫ୍ଲୁ’ ଆବିଷ୍କୃତ ହୋଇଛି । ମନ୍ତ୍ରଣାଳୟ କହିଛି ଯେ ମଣିଷମାନେ କୁକୁଡ଼ା କିମ୍ବା ଅଣ୍ଡା ଖାଇ ବାର୍ଡ  ଫ୍ଲୁରେ ସଂକ୍ରମିତ ହେବେ ନାହିଁ ।

ବାର୍ଡ ଫ୍ଲୁର ଆରମ୍ଭ

୨୦୧୬ ମସିହାରୁ ଜାପାନରେ ବାର୍ଡ ଫ୍ଲୁର ସବୁଠାରୁ ଖରାପ ସମୟ ଗତ ମାସରେ କାଇଶୁ ଦ୍ୱୀପ ନିକଟରେ ଥିବା ଶିକୋକୁ ଦ୍ୱୀପପୁଞ୍ଜରୁ ଆରମ୍ଭ ହୋଇଥିଲା । ମିୟାଜାକି ପ୍ରଦେଶର କୁକୁଡ଼ା ଫାର୍ମରେ ୪୦,୦୦୦ କୁକୁଡ଼ାଙ୍କୁ ନଷ୍ଟ କରାଯିବା ସହ ପୋତି ଦିଆଯିବା ନେଇ କୁହାଯାଇଛି । ଏହାସହ କୁକୁଡ଼ା ଚାଷର ତିନି କିଲୋମିଟର ମଧ୍ୟରେ କୁକୁଡ଼ା କାରବାର ଉପରେ ଏକ ପ୍ରତିବନ୍ଧକ ଲାଗୁ କରାଯିବ ।

୨୦୧୮ରେ ବ୍ୟାପିଥିଲା ରୋଗ

ତେବେ ଜାପାନ ସରକାରଙ୍କ ଏହି ନୂଆ ନିୟମ କାରଣରୁ ୧୮ ଲକ୍ଷରୁ ଅଧିକ କୁକୁଡ଼ା ମାରିଦିଆଯିବ । ସେହିପରି ୨୦୧୮ରେ ଜାପାନରେ ମଧ୍ୟ ବାର୍ଡ ଫ୍ଲୁ ମହାମାରୀ ହୋଇଥିଲା। ଏହା କାଗାୱା ପ୍ରଦେଶରୁ ଆରମ୍ଭ ହୋଇଥିଲା । ସେହିବର୍ଷ ୯୧ହଜାର କୁକୁଡ଼ା ମାରିଦିଆଯାଇଥିଲା ।

୨୦୧୬ ରୁ ୨୦୧୭ ମଧ୍ୟରେ ୧୬ ଲକ୍ଷ କୁକୁଡ଼ାଙ୍କୁ ମାରିଦିଆଯାଇଥିଲା

ଜାପାନରେ ବାର୍ଡ ଫ୍ଲୁର ସବୁଠାରୁ ଅଧିକ ପ୍ରଭାବ ନଭେମ୍ବର ୨୦୧୬ ରୁ ମାର୍ଚ୍ଚ ୨୦୧୭ ମଧ୍ୟରେ ପଡ଼ିଥିଲା । ସେହି ସମୟରେ ୧୬ଲକ୍ଷ କୁକୁଡ଼ାଙ୍କୁ ମରାଯାଇଥିଲା । ଏହି ସମସ୍ତ କୁକୁଡ଼ାମାନେ ବାର୍ଡ ଫ୍ଲୁର H5N6 ଷ୍ଟ୍ରେନ୍ରେ ଆକ୍ରାନ୍ତ ହୋଇଥିଲେ ।

କରୋନା କଟକଣାରେ ରାଜ୍ୟର ସମସ୍ତ ୨୨ ଟି ରୁଟରେ ଗଡ଼ିବ ୧୪୪ଟି ମୋ ବସ୍

ଭୁବନେଶ୍ୱର: ସବୁ ରୁଟରେ ଚାଲିଲା ମୋ ବସ୍ । ଭୁବନେଶ୍ୱର, କଟକ ଓ ପୁରୀରେ ଗଡ଼ିଲା ମୋ ବସ୍ । କୋଭିଡ୍ ନିୟମ ପାଳନ ସହ ‘ମୋ ବସ୍’ଚଳାଚଳ ହୋଇଛି । ତେବେ କରୋନା କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିଲା ମୋ ବସ୍ ସେବା । ପ୍ରତିଦିନ ହଜାର ହଜାର ଲୋକ ଯାତାୟତ ପାଇଁ ମୋ ବସ୍ ଉପରେ ନିର୍ଭର କରୁଥିବା ବେଳେ ଲକ୍‌ଡାଉନ୍ ଆରମ୍ଭରୁ ମୋ ବସ୍ ଉପରେ ମଧ୍ୟ କଟକଣା ଲାଗିଥିଲା ।

ବର୍ତମାନ ଧିରେ ଧିରେ ଅନଲକ୍ ପର୍ଯ୍ୟାୟରେ ସବୁ କିଛି ଖୋଲିବାକୁ ଅନୁମତି ଥିବା ବେଳେ ରାଜ୍ୟ ସରକାର  । ପୂର୍ବରୁ ପର୍ଯ୍ୟାୟ କ୍ରମେ ମୋ ବସ୍ ଗୁଡିକୁ ଅନୁମତି ଦିଆଯାଇଥିଲା । ରାଜ୍ୟର ସମସ୍ତ ୨୨ ଟି ରୁଟ୍ ରେ ୧୪୪ଟି ମୋ ବସ୍ ଗଡିବ । ପୂର୍ବରୁ କରୋନା ପାଇଁ କେବଳ ୭ଟି ରୁଟ୍ ରେ ମୋ ବସ୍ ସେବା ଯୋଗାଇବା ପାଇଁ ଅନୁମତି ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୮ ଟି ରୁଟ୍ ରେ ଓ ଶେଷ ଥର ପାଇଁ ନଭେମ୍ବର ମାସ ୧୭ ତାରିଖରେ ୧୦୯ଟି ମୋ ବସ୍ କୁ ଚଳାଚଳ ପାଇଁ ଅନୁମତି ମିଳିଥିଲା ।