spot_img
Home Blog Page 6342

ଲିଫ୍ଟରେ ଚାପି ହୋଇ ୫ ବର୍ଷୀୟ ଶିଶୁର ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ଧାରାବୀ ଅଞ୍ଚଳରେ ଶନିବାର ଅପରାହ୍ନରେ ଏକ ଲିଫ୍ଟରେ ଚାପି ହୋଇ ଜଣେ ପାଞ୍ଚ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି।

ମୃତ ଶିଶୁର ନାମ ହୋଜେଫା ଶେଖ ବୋଲି ଜଣାପଡିଛି। ହୋଜେଫା ତାଙ୍କ ୭ ବର୍ଷୀୟ ବଡ ଭଉଣୀ ଏବଂ ୩ ବର୍ଷୀୟ ସାନ ଭଉଣୀ ସହିତ ଲିଫ୍ଟରେ ଚତୁର୍ଥ ମହଲାରେ ଥିବା ଘରକୁ ଯାଉଥିଲେ । ଚତୁର୍ଥ ମହଲାରେ ଲିଫ୍ଟ ପହଞ୍ଚିବା ପରେ ଗ୍ରିଲ୍ ଏବଂ କାଠ କବାଟ ଖୋଲି ଦୁଇ ଭଉଣୀ ବାହାରକୁ ବାହାରିଥିଲେ । ହେଲେ ହୋଜେଫା ଲିଫ୍ଟର ଗ୍ରିଲ୍ ବନ୍ଦ କରି ବାହାରକୁ ଆସିବା ପୂର୍ବରୁ ଦୁର୍ଭାଗ୍ୟବଶତଃ କାଠ କବାଟ ଆପେଆପେ ବନ୍ଦ ହୋଇଯାଇଥିଲା । ଲିଫ୍ଟରେ ଚାପି ହେଇଯିବାରୁ ତା’ର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ପରେ ତାକୁ ଉଦ୍ଧାର କରାଯାଇ ସିଅନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ବାପା ମେଡିକାଲରେ ପହଞ୍ଚିବା ବେଳକୁ ଡାକ୍ତରମାନେ ହୋଜେଫାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାରେ  ସାହୁ ନଗର ପୋଲିସ ଏକ ଆକ୍ସିଡେଣ୍ଟାଲ୍ ଡେଥ୍ ରିପୋର୍ଟ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହି ଦୁର୍ଘଟଣାରେ  ଲିଫ୍ଟରେ ଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଯାଞ୍ଚ କରୁଛି ପୋଲିସ ।

ପୋଲିସର ସୂଚନା ଅନୁଯାୟୀ ଲିଫ୍ଟ ଚଳାଚଳରେ ଯଦି କୖାେଣସି ତ୍ରୁଟି କିମ୍ୱା କାହାର କର୍ତ୍ତବ୍ୟହୀନତା ଥିବା ଜଣାଯାଏ, ତାହେଲେ ସେନେଇ ମାମଲା ମଧ୍ୟ ରୁଜୁ କରାଯିବ ।

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟ ଧର୍ମପଦ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: ରାଜ୍ୟ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି । ସଂସ୍କୃତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଗଲା ପୁରସ୍କାର । ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି । ଉତ୍ସବରେ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିଲେ । ଉପସ୍ଥିତ ଥିଲେ ସଂସ୍କୃତି ସଚିବ ବିଷ୍ଣୁପଦ ସେଠୀ, ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡିଶା ଲଳିତ କଳା ଏକାଡେମୀ ର ସଚିବ ଗଜେନ୍ଦ୍ର ସାହୁ ।

୨୦୧୬ ମସିହା ପାଇଁ ବନବିହାରି ପରିଡ଼ା, ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କୁ ୨୦୧୭ ପାଇଁ, ୨୦୧୮ ମସିହା ପାଇଁ ଜଗଦୀଶ ଚନ୍ଦ୍ର କାନୁନଗୋ, ୨୦୧୯ ପାଇଁ ବିନୋଦ ମହାରଣା, ୨୦୨୦ ପାଇଁ ମହେନ୍ଦ୍ର ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାର ପ୍ରଦାନ । ସମସ୍ତଙ୍କୁ ୫ ଲକ୍ଷଟଙ୍କା ଅର୍ଥରାଶି ସହ ଉପଢୌକନ ପ୍ରଦାନ । ସେହିପରି ୨୦୧୬ ଶରତଚନ୍ଦ୍ର ମହାନ୍ତି, ବସନ୍ତ କୁମାରୀ ସାମନ୍ତ ୨୦୧୬ ମସିହା ପାଇଁ, ବାଞ୍ଛାନିଧି ପଟ୍ଟନାୟକ ୨୦୧୬ ମସିହା ପାଇଁ, ଯୋଗେଶ ପ୍ରସାଦ ଦାନି, ଚନ୍ଦ୍ର କୁମାର ସାମନ୍ତରାୟ । ୨୦୧୭ ପାଇଁ ରାଧାଶ୍ୟାମ ବିଶୋଇ, ଦେବେନ୍ଦ୍ର ଦାସ, ବନମାଳୀ ମହାପାତ୍ର, ଲଲାଟ ମୋହନ ପଟ୍ଟନାୟକ, ଅଲେଖ ଚରଣ ସାହୁ  । ୨୦୧୮ ପାଇଁ ଶ୍ରୀଧର ମହାରଣା, ଟୁନେନ୍ଦ୍ର ପଟ୍ଟନାୟକ, କଳ୍ପତରୁ ମହାରଣା, ଅଶୋକ କୁମାର ମହାନ୍ତି । ୨୦୧୯ ପାଇଁ ଶ୍ରୀନିବାସ ପଢିଆରୀ, ଲକ୍ଷ୍ମୀଧର ରଣା, ବ୍ରଜକିଶୋର ଜେନା, ବସନ୍ତ କୁମାର ଦାସଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ସୁବର୍ଣ୍ଣପୁର ପାଲଟିଛି ଜିଏସ୍‌ଟି ଠକ ମାନଙ୍କର ଚରାଭୂଇଁ, ଠକୁଛନ୍ତି କୋଟି କୋଟି ଟଙ୍କା

ସୁବର୍ଣ୍ଣପୁର: ଜିଏସ୍‌ଟି ଲୋକଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ଆଣିଥିଲେ । କିନ୍ତୁ ଏହା ଏବେ ଠକ ମାନଙ୍କର ଏକ ଜରିଆ ପାଲଟିଛି । ଠକ ମାନେ ଜିଏସଟି ମାଧ୍ୟମରେ ଲୁଟୁଛନ୍ତି ପୁଳା ପୁଳା ଟଙ୍କା । ଯଦି ଦେଖିବା କରୋନା ସମୟରେ ବହୁ ମାତ୍ରାରେ ରାଜ୍ୟରେ ଜିଏସ୍‌ଟି ଠକେଇ ବଢ଼ିବାରେ ଲାଗିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଦେଣ୍ଡୁପଦର ଗାଁରେ ପୁଣି ଥରେ ଦୁଇ ଶ୍ରମଜୀବିଙ୍କ ନାମରେ  ଜିଏସଟି ଠକେଇର ଅଭିଯୋଗ ।

ସୂଚନା ଅନୁଯାୟୀ, ଦେଣ୍ଡୁପଦର ଗାଁର ବଲ୍ଲଭ ବାଗ ନାମକ ଜଣେ ଶ୍ରମଜୀବିଙ୍କ ନାଁରେ ଲାକ୍ରା ଷ୍ଟିଲ ନାମକ ଏକ କମ୍ପାନୀ ରହିଛି । ସେ ତାଙ୍କ କମ୍ପାନୀର ପ୍ରୋପାଇଟର ଥିବା ବଲାଙ୍ଗିର ଜିଏସଟି ୟୁନିଟ ଦେଇଥିବା ନୋଟିସରେ ଉଲ୍ଲେଖ ରହିଛି । ସେହିପରି ସେହି ଗାଁର ଠିକାଦାର ପଡ଼ାର ଗୌରାଙ୍ଗ ନାଗଙ୍କୁ ମଧ୍ୟ ଜିଏସଟି ୟୁନିଟ ନୋଟିସ ଦେଇଛି ।

ଏମାନଙ୍କୁ ନୋଟିସ ଦେବା ସହ ସେମାନଙ୍କ ବିକ୍ରି ରେଜିଷ୍ଟର, କ୍ରୟ ରେଜିଷ୍ଟର, ବ୍ୟାଙ୍କ କାରବାରର ପାସବୁକ ନକଲ ଓ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ଆବଶ୍ୟକ ତଦନ୍ତ କରି ଫେରିଯାଇଥିଲେ । ପରେ ଗୌରାଙ୍ଗ ଗତକାଲି ବିନିକା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା କହିଛନ୍ତି । ପୂର୍ବରୁ ଗତ ୧୮ ତାରିଖରେ ଜିଲ୍ଲାର ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଏପରି ନୋଟିସ ହୋଇଥିଲା ।

ବିଜେଡିରୁ ବିଦା ହେଲେ ପ୍ରଦୀପ ପାଣିଗ୍ରାହୀ, ଠକ ପାଠକ୍‌ ବାପ-ପୁଅ ସହ ସମ୍ପୃକ୍ତି ଅଭିଯୋଗ

ଭୁବନେଶ୍ୱର: ବିଜେଡିରୁ ବିଦା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବିଦା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ।

ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଦୁଇ ଦିନ ପୂର୍ବେ ଗିରଫ ହୋଇଥିବା ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ସହ ସମ୍ପୃକ୍ତି ଥିବାରୁ ପ୍ରଦୀପ ଚର୍ଚ୍ଚାକୁ ଆସିଥିଲଷ । ଅଭୟକାନ୍ତଙ୍କ ପୁଅ ଆକାଶ ସହ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ବିବାହ ସ୍ଥିର ହୋଇଥିଲା । ଏନେଇ ବିବାହ କାର୍ଡ ମଧ୍ୟ ଛପା ସରିଥିଲା । ପିସିସିଏଫ୍‌ ଅଭୟକାନ୍ତଙ୍କ ଆୟ ବର୍ହିଭୂତ ସମ୍ପତିଠୁଳ ପଛରେ ପ୍ରଦୀପଙ୍କ ସହଯୋଗ ଥିବା କଥା ଚର୍ଚ୍ଚା ହେଉଛି ।

Abhay-Kant-Pathak

ଏମିତିକି ଠକ ଆକାଶଙ୍କୁ ମଧ୍ୟ ସହଯୋଗ କରୁଥିଲେ ପ୍ରଦୀପ ପାଣିଗ୍ରାହୀ । ଆକାଶ ଲୋକଙ୍କୁ ଟାଟାମୋଟର୍ସର ଏମ୍‌ଡି କହି ଠକି ଆସୁଥିଲେ । ଲୋକଙ୍କୁ ଚାକିରି ଦେବା କଥା କହି ସେମାନଙ୍କଠାରୁ ଟଙ୍କା ଲୁଟୁଥିଲେ । ଏମିତିକି ଗୋପାଳପୁର ବ୍ରହ୍ମପୁର ଅଞ୍ଚଳରୁ ମଧ୍ୟ ଲୋକଙ୍କୁ ଚାକିରି କରେଇଦେବା କଥା କହି ଟଙ୍କା ଲୁଟିଥିଲେ । ଟାଟାମୋଟର୍ସ ପକ୍ଷରୁ ଆକାଶଙ୍କ ନାଁରେ ପୂର୍ବରୁ ଏନେଇ ଅଭିଯୋଗ ରହିଥିଲା । ହେଲେ ପ୍ରଦୀପଙ୍କ ସହଯୋଗ ଯୋଗୁଁ କେସ୍‌କୁ ଚପି ଯାଇଥିଲା ।

Akash Pathak Fake MD Of Tata Motors Issued Offer Letters

ଖାଲି ସେତିକି ନୁହେଁ ପ୍ରଦୀପଙ୍କ ନାଁରେ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ନେଇ ଚର୍ଚ୍ଚା ହେଉଥିଲା । ତେବେ ଏହି ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବହିସ୍କୃତ କରିଛନ୍ତି । ଏନେଇ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ (ଗଣମାଧ୍ୟମ ବ୍ୟାପାର) ପ୍ରଦୀପଙ୍କ ବହିଷ୍କୃତ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଗୋଟିଏ ଦିନରେ ଭାରତରୁ ୪୧,୮୧୦ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୧,୮୧୦ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

PM Modi May Hold Meeting With States To

ଏହା ବ୍ୟତୀତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୯୬ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏହି କରୋନା ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ମାମଲା ୯୩ ଲକ୍ଷ ୯୨ ହଜାର ୯୨୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୪ ଲକ୍ଷ ୫୩ ହଜାର ୯୫୬ଟି ମାମଲା ସକ୍ରିୟ ରହିଛି ।

ସେପଟେ ୮୮ ଲକ୍ଷ ୦୨ ହଜାର ୨୬୭ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦେଶରେ କରୋନା ସଂକ୍ରମଣରେ ୧ ଲକ୍ଷ ୩୬ ହଜାର ୬୯୬ ଲୋକ ପ୍ରାଣ ହରାଇଛନ୍ତି ।

 

ବଢ଼ୁଥିବା ଦରଦାମକୁ ନେଇ କେନ୍ଦ୍ର ଉପରେ ଦୋଷ ଲଦିଲା ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଖାଦ୍ୟର ଦରଦାମ ଦରଦାମ ହୁ ହୁ ହୋଇ ବଢୁଥିବା ନେଇ କେନ୍ଦ୍ର ଉପରେ ଦୋଷ ଲଦିଲା ରାଜ୍ୟ । ଦର ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ କ୍ଷମତା ବାହାରେ । ତଥାପି ଦର ନିୟନ୍ତ୍ରଣ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି  । ଅତ୍ୟାବଶ୍ୟକ ସମାଗ୍ରୀ ସଂଶୋଧନ ଆଇନ ବଳରେ ରାଜ୍ୟ ପାଖରେ ଆଉ ବିଶେଷ କ୍ଷମତା ନଥିବା ଖାଉଟି ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଳୁ, ତେଲ, ପିଆଜ ପରି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଥିବା ମନ୍ତ୍ରୀ କହିଛନ୍ତି ।

‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନେତ୍ରୀଙ୍କୁ କରୋନା; ଭେଣ୍ଟିଲେଟରରେ ଭର୍ତ୍ତି

ନୂଆଦିଲ୍ଲୀ: ‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଆକ୍ଟ୍ରେସ୍ ଦିବ୍ୟା ଭଟନାଗର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଦିବ୍ୟାଙ୍କ ପରିବାରର ସୂଚନା ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ନିକଟରେ ତାଙ୍କୁ ନିମୋନିଆ ହୋଇଥିଲା ଏବଂ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନଭେମ୍ବର ୨୬ରେ ହସ୍ପିଟାଲରେ ଆଡମିଟ୍ କରାଯାଇଥିଲା ।

ଦିବ୍ୟାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ତାଙ୍କର ଏକ ପୋଷ୍ଟ ଶେୟାର କରାଯାଇଥିଲା । ଯେଉଁଥିରେ ସେ ମେଡିକାଲ ବେଡରେ ଥିବା ଦେଖିବାକୁ ମିଳିଥିଲା ।

ତାଙ୍କ ମାଆଙ୍କ କହିବାନୁଯାୟୀ ଦିବ୍ୟା ନିଜ ବୈବାହିକ ଜୀବନକୁ ନେଇ ଚିନ୍ତିତ ରହୁଥିଲେ । ସେ ୨୦୧୯ ମସିହା ଡିସେମ୍ବରରେ ବିବାହ କରିଥିବା ବେଳେ ଏବେ ଘରେ ଏକୁଟିଆ ରହୁଥିଲେ ।

ଦିବ୍ୟା ‘ତେରା ୟାର ହୁଁ ମେ’ ସିରିୟଲରେ ସୁଟିଂ କରୁଥିବା ବେଳେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ପରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ତାଙ୍କର କରୋନା ପଜିଟିଭ ବାହାରିବା ପରେ ସିରିୟଲର ଅନ୍ୟ ଷ୍ଟାର କାଷ୍ଟ ମାନେ ମଧ୍ୟ ନିଜ ନିଜର ନମୁନା ପରୀକ୍ଷା କରାଇଛନ୍ତି ।

 

୪ର୍ଥ ଦିନରେ ଚାଷୀ ଆନ୍ଦୋଳନ, ଶାହ କହିଲେ ଫୋରମ୍‌ରେ ଆସ ଆଲୋଚନା ହେବ..

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଚାଷୀ ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଆଜକୁ ୪ ଦିନ ଧରି ଖରା, କାକରରେ ନିଜର ହକ୍ ପାଇଁ ଅଡି ବସିଛି ଚାଷୀକୁଳ । ନୂଆକୃଷି ଆଇନ୍ ପ୍ରତ୍ୟାହାର କରିବାକୁ ଦାବି କରି ଦିଲ୍ଲୀରେ ହକ୍ ପାଇଁ ଏକଜୁଟ୍‌ ହୋଇଛନ୍ତି ହଜାର ହଜାର ଚାଷୀ । କେନ୍ଦ୍ର ସରକାରଙ୍କ କୃଷି ଆଇନ ଚାଷୀ ମାରଣ ବୋଲି ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଦୀର୍ଘ ତିନି ମାସ ହେଲା ଚାଷୀ ଚଳାଇଛନ୍ତି ଆନ୍ଦୋଳନ ।

ଏବେ ଏହି ଆନ୍ଦୋଳନ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଛି । ଦିଲ୍ଲୀ ଦରବାର ଦୋହଲାଇବାକୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ଯେପର୍ଯ୍ୟନ୍ତ ସରକାର ନୂଆ ଆଇନ୍ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା । ସେପଟେ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଛନ୍ତି ସରକାର ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ପରେ ଗୃହମନ୍ତ୍ରୀ ଅମିତ ଶାହ ଆଲୋଚନା କରିବା ପାଇଁ ଚାଷୀଙ୍କୁ ଅପିଲ କରିଛନ୍ତି । ରାତିରେ ଶୀତ କାକରରେ ନପଡ଼ି ଉପଯୁକ୍ତ ଫୋରମ୍‌ରେ ଆଲୋଚନା କରିବା ପାଇଁ ଚାଷୀଙ୍କୁ କହିଛନ୍ତି ଅମିତ ଶାହା । ଆଜି ଶାହଙ୍କ ଅପିଲ ଉପରେ କିଛି ନିଷ୍ପତ୍ତି ନେଇପାରନ୍ତି ଚାଷୀ । ଆନ୍ଦୋଳନ ଛାଡି ସରକାରଙ୍କ ସହ ଆଲୋଚନା କରିବା ପାଇଁ ଚାଷୀଙ୍କୁ ଅପିଲ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ।

ମଦ ପିଇବାକୁ ୫୦ଟଙ୍କା ନଦେବାରୁ ସ୍ତ୍ରୀକୁ କିରାସିନି ଢାଳି ପୋଡ଼ିଦେଲା ସ୍ୱାମୀ

ଢ଼େଙ୍କାନଳ: ମଦ ପିଇବାକୁ ୫୦ଟଙ୍କା ନଦେବାରୁ ସ୍ତ୍ରୀକୁ କିରାସିନି ଢାଳି ପୋଡ଼ିଦେଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଦିନବନ୍ଧପୁର ଗାଁରେ । ଗରୁତର ଅବସ୍ଥାରେ ସ୍ତ୍ରୀ ମମତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମମତାଙ୍କ ଶରୀରର ୫୦ଭାଗରୁ ଅଧିକ ଅଂଶ ପୋଡିଯାଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।

ଅଭିଯୋଗ ଅନୁସାରେ ଭାପୁର ଫାଣ୍ଡି ଅନ୍ତର୍ଗତ ଦିନବଂଧୁପୁର ଗ୍ରାମର ସୁଶାନ୍ତ ମଲ୍ଲିକ ସବୁବେଳେ ମଦ ପିଇ ସ୍ତ୍ରୀ ମମତାଙ୍କ ଉପରେ ଅତ୍ୟାଚାର କରୁଥିଲେ । ଏଥିପାଇଁ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ଲାଗିରହୁଥିଲା । ତେବେ ଗତ ଶୁକ୍ରବାର ଦିନ ସୁଶାନ୍ତ ମଦ ପିଇ ଘରକୁ ଆସି ପୁଣି ମଦ ପିବା ପାଇଁ ସ୍ତ୍ରୀ ମମତାଙ୍କୁ ୫୦ ଟଙ୍କା ମାଗିଥିଲେ ।

ମମତା ତାଙ୍କୁ ଟଙ୍କା ଦେବାକୁ ମନା କରିଦେଇଥଲେ । ଏଥିରେ ଉତ୍ୟକ୍ତହୋଇ କିରୋସିନି ପକାଇ ମମତାଙ୍କୁ ନିଆଁ ଲଗାଇଦେଇଥିଲେ  । ଗୁରୁତର ଅବସ୍ଥାରେ ଗ୍ରାମବାସୀମାନେ ମମତାଙ୍କୁ ଉଦ୍ଧାରକରି ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳଯ ଓ ପରେ କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି  ।

କରୋନାକୁ ଶେଷ କରିବା ପାଇଁ ଟିକାର ଆବଶ୍ୟକତା ନାହିଁ: ବୈଜ୍ଞାନିକ ଡା.ମାଇକେଲ ୟାଡୁନ୍

ନୂଆଦିଲ୍ଲୀ: କରୋନାକୁ ଶେଷ କରିବା ପାଇଁ କୌଣସି ଟିକାର ଆବଶ୍ୟକତା ନାହିଁ । କରୋନା ଟିକା ପ୍ରସ୍ତୁତିରେ ଆଗରେ ଥିବା ଆମେରିକାର ଫାର୍ମା କମ୍ପାନୀ ଫାଇଜରର ପୂର୍ବତନ ଉପସଭାପତି ତଥା ମୁଖ୍ୟ ଏହି ମନ୍ତବ୍ୟ ଦେଇଛନ୍ତି । ଲକଡାଉନ୍ ସ୍କେପ୍‌ଟିକ୍‌ସରେ ପ୍ରକାଶିତ ଏକ ଆର୍ଟିକିଲ୍ ଅନୁଯାୟୀ, ମହାମାରୀକୁ ମୂଳପୋଛ କରିବା ପାଇଁ କୌଣସି ଟିକା ଦେବାର ଆବଶ୍ୟକତା ନାହିଁ । ଟିକା ସମ୍ପର୍କରେ ଏପରି ନିର୍ବୋଧ କଥା ମୁଁ କେବେ ଶୁଣି ନାହିଁ ବୋଲି କହିଛନ୍ତି ଡା. ମାଇକେଲ ।

57 Trainee IAS Officer OF Lal Bahadur Shastri National Academy of Administration Tested Corona Positive

ସେ ଆହୁରି କହିଛନ୍ତି, ଯେଉଁ ଲୋକମାନେ କୌଣସି ଗୁରୁତର ରୋଗରେ ଆକ୍ରାନ୍ତ ନାହାନ୍ତି ସେମାନଙ୍କୁ କେବେ ବି ଟିକା ଦିଆଯିବା କଥା ନୁହେଁ । ଏହାଛଡ଼ା ବ୍ୟାପକ ହ୍ୟୁମାନ ଟ୍ରାଏଲ ବିନା ଲକ୍ଷ ଲକ୍ଷ ସୁସ୍ଥ ଲୋକଙ୍କୁ ଟିକା ଦେବା ପାଇଁ ସ୍ଥିର କରାଯିବା କେବେବି ଠିକ୍ ନୁହେଁ । କରୋନା କାଳରେ ଲକ୍‌ଡାଉନ୍ ଓ ଟିକାକୁ ନେଇ ଜରୁରିକାଳୀନ ପରିସ୍ଥିତି ପାଇଁ ବ୍ରିଟେନର ଏକ ସରକାରୀ ଏଜେନ୍ସି, ସାଇଣ୍ଟିଫିକ୍ ଆଡଭାଇଜର୍ ଗ୍ରୁପ୍ ଫର୍ ଏମର୍ଜେନ୍ସି କେନ୍ଦ୍ର ସରକାରଙ୍କୁ ଏନେଇ ପରାମର୍ଶ ଦେଇଥିଲା ।

ଅନ୍ୟପଟେ ଆସନ୍ତା ଜୁଲାଇ ସୁଦ୍ଧା ଦେଶବାସୀଙ୍କୁ ମିଳିବ କରୋନା ଟିକା । ଏନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ପ୍ରଥମେ ଦେଶବାସୀଙ୍କୁ ଟିକା ମିଳି ସାରିବା ପରେ ଅନ୍ୟ ଦେଶକୁ ଏହା ରପ୍ତାନି ହେବ ବୋଲି କହିଛନ୍ତି ସେରମ୍‌ ଇନଷ୍ଟିଚ୍ୟୁଟ୍‌ ମୁଖ୍ୟ ଆଦାର ପୁନାଓ୍ୱାଲା । ଦେଶବାସୀଙ୍କୁ ପ୍ରଥମେ ମିଳିବ ଅକ୍ସଫୋର୍ଡ ଟିକା । ଏହି ଟିକା ସୁରକ୍ଷିତ ରହିଛି । ପ୍ରତ୍ୟେକ ଦିନ ୫ ରୁ ୬ କୋଟି ଡୋଜ୍ ପ୍ରସ୍ତୁତ ହେଉଛି । ସମସ୍ତଙ୍କ ନିକଟକୁ କିଭଳି ସୁରୁଖୁରରେ ଟିକା ପହଞ୍ଚିବ ସେନେଇ ବ୍ୟବସ୍ଥା ଚାଲିଥିବା କହିଛନ୍ତି ପୁନାଓ୍ୱାଲା ।

US Expects To Begin Covid-19 Vaccinations In Early December Officials Nod

ଜୁଲାଇ ମାସ ସୁଦ୍ଧା ୩୦ ରୁ ୪୦ ହଜାର କୋଟି ଟିକା ପ୍ରସ୍ତୁତ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି । ଜରୁରୀକାଳିନ ପ୍ରୟୋଗ ପାଇଁ ଅନୁମତି ମଗାଯିବ ବୋଲି କହିଛନ୍ତି ପୁନାଓ୍ୱାଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ପ୍ରସ୍ତୁତି ନେଇ ପୁନେର ସେରମ୍‌ ଇନଷ୍ଟିଚ୍ୟୁଟରେ ସ୍ଥିତି ପରଖିବା ପରେ ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି ଆଦାର ପୁନାଓ୍ୱାଲା ।