spot_img
Home Blog Page 6345

ମାଓ ଦମନ ନେଇ ମାଲକାନଗିରିରେ ରୁଦ୍ଧ ଦ୍ୱାର ବୈଠକ

ମାଲକାନଗିରି: ଆଜି ମାଲକାନଗିରି ଗସ୍ତରେ ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ ଯାଇଥିଲେ । ମାଲକାନଗିରି ଗସ୍ତରେ ଆସି ମାଓ ଦମନ ନେଇ ଏକ ରୁଦ୍ଧ ଦ୍ୱାର ବୈଠକରେ ଯୋଗ ଦେଇଥିଲେ ।

Mao Operation Meeting In Malkangiri

ଗତ ୨ ଦିନ ତଳେ ସ୍ୱାଭିମାନ ଅଞ୍ଚଳର ତୋଟାଗୁଡ଼ା ଜଙ୍ଗଲରେ ପୋଲିସ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ଏସଓଜି ଯବାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ଗୁଳି ବିନିମୟରେ ଜଣେ ହାର୍ଡକୋର ନକ୍ସଲ କିଶୋରର ମୃତ୍ୟୁ ହୋଇଥିବା ବେଳେ ଜଣେ ନକ୍ସଲ ଗିରଫ ହୋଇଥିଲା ।

ପରୀ ମୃତ୍ୟୁ ମାମଲା, ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ କରିବ SITର ୫ ଜଣିଆ ଟିମ୍

ଭୁବନେଶ୍ୱର: ଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ ଏସାଇଟି । ଏନେଇ ସରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏନେଇ ଗୃହକୁ ଅବଗତ କରାଇଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ହାଇକୋର୍ଟ ରେଜିଷ୍ଟ୍ରରକୁ ଚିଠି କରାଯାଇଛି । ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଚିଠି କରିଛନ୍ତି ।

SIT To Investigate Nayagarh Pari Death Case On Supervision Of Arun Bothra

ଗଠିତ ଏସଆଇଟିର ନେତୃତ୍ୱ ନେବେ ଆଇଜି ଅରୁଣ ବୋଥ୍ରା । ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ଗଠିତ ହୋଇଛି । ୫ ଜଣିଆ ଟିମରେ କ୍ରାଇମବ୍ରାଞ୍ଚ ଏସପି ଆର କେ ଦୋରା । କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ଆର ସି ଥାମ୍ବା, ଇନ୍ସପେକ୍ଟର ନରେନ୍ଦ୍ର ବେହେରା ଓ ମମତାରାଣୀ ପଣ୍ଡା ରହିଛନ୍ତି ।

ସିନ୍ଧୁ ସୀମା ଜାମ୍: ଅମଙ୍ଗ ଚାଷୀ, ସ୍ଥିତି ଅଣାୟତ୍ତ

ନୂଆଦିଲ୍ଲୀ: ଚାଷୀ ଗର୍ଜନରେ ରାଜଧାନୀ ଅସ୍ତବସ୍ତ ହେଲାଣି । ସରକାର ପ୍ରଥମେ ଚାଷୀଙ୍କୁ ଦିଲ୍ଲୀ ଭିତରକୁ ପ୍ରବେଶ କରାଇବାକୁ ମନା କରୁଥିଲେ । ମାତ୍ର ସଂଖ୍ୟାବଳ ଓ ଆକ୍ରୋଶ ଦେଖି ବାଧ୍ୟ ହୋଇ ଅନୁମତି ଦେଲେ । ହେଲେ ଏବେ ସ୍ଥିତି ଓଲଟା । ଦିଲ୍ଲୀ ପୋଲିସ ରାଜଧାନୀ ଭିତରକୁ ଯିବା ପାଇଁ କହୁଥିଲେ ମଧ୍ୟ ଚାଷୀ ଏବେ ରାଜଧାନୀ ମାଡ଼ିବାକୁ ନାରାଜ । ଯଥେଷ୍ଟ ସଜବାଜ କରି ଏକ ବଡ ଧରଣର ବିକ୍ଷୋଭ ପାଇଁ ଚାଷୀମାନେ ଦିଲ୍ଲୀ ଆସିଛନ୍ତି ।

ମାତ୍ର ହରିୟାଣା ସୀମା ସିଲ୍ ହେବା ପରେ ଏମାନେ ଅଲଗା ଅଲଗା ହୋଇଯାଇଛନ୍ତି । ଭିନ୍ନ ଭିନ୍ନ ରୁଟ୍ ଦେଇ ଅନେକ ଦିଲ୍ଲୀ ସୀମାରେ ପହଞ୍ଚିଛନ୍ତି ସତ ମାତ୍ର ଏକାଠି ହୋଇପାରିନାହାନ୍ତି । ତେଣୁ ସବୁ ଚାଷୀ ପ୍ରଥମେ ଏକାଠି ହୋଇ ସଂଖ୍ୟାବଳ ଗୋଟାଇବା ପାଇଁ ଚେଷ୍ଟା କରୁଛନ୍ତି । ମାତ୍ର ଦିଲ୍ଲୀ ପୋଲିସ ଠିକ୍ ଏହାର ଓଲଟା ଚାହୁଁଛି । ଚାଷୀ ଏକାଠି ହୋଇ ବିକ୍ଷୋଭ କଲେ ଦିଲ୍ଲୀ ପୋଲିସର ସମସ୍ୟା ଯେ ବଢିବ ଏକଥା ସେମାନଙ୍କୁ ଭଲ ଭାବେ ଜଣା । ତେଣୁ ଦିଲ୍ଲୀ ପୋଲିସ୍ ଚାହୁଁଛି ଯେ ଯେଉଁମାନେ ସୀମାରେ ଅଛନ୍ତି ପ୍ରଥମେ ସେମାନଙ୍କୁ ରାଜଧାନୀରେ ପସିବାକୁ ଅନୁମତି ଦିଆଯାଉ । ସିନ୍ଦୁ ସୀମାରେ ଚାଷୀମାନେ ବଡ଼ ସଂଖ୍ୟାରେ ଏକାଠି ହୋଇଛନ୍ତି ।

ଏମାନେ ଅନ୍ୟ ଚାଷୀ ଭାଇମାନଙ୍କୁ ଅପେକ୍ଷା କରି ରହିଥିବା ହେତୁ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି । ଦିଲ୍ଲୀ ପୋଲିସ ବୁରାରି ସ୍ଥିତି ପଡ଼ିଆରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକୁ ଅନୁମତି ଦେଇଥିବା ହେତୁ ଚାଷୀମାନଙ୍କୁ ସେଠାକୁ ଯିବା ପାଇଁ କହୁଛନ୍ତି । ମାତ୍ର ଚାଷୀଙ୍କର ଏକା ଜିଦ୍ ଯେ ଯେ ପର୍ଯ୍ୟନ୍ତ ଚାଷୀ ନେତାଙ୍କ ସହ ଆଲୋଚନା ନହୋଇଛି ଓ ସମସ୍ତେ ଏକାଠି ନହୋଇଛନ୍ତି ସେ ପର୍ଯ୍ୟନ୍ତ ଦିଲ୍ଲୀ ଭିତରକୁ ଯିବା ସମ୍ଭବ ନୁହେଁ । ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ ପକ୍ଷରୁ ଯାତ୍ରୀଙ୍କ ପାଇଁ ସୂଚନା ଜାରି କରାଯାଇଛି । ସିନ୍ଧୁ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ବେଳେ ଚାଷୀମାନେ ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ରଖିଛନ୍ତି । ତେଣୁ ସିନ୍ଧୁସୀମା ରାସ୍ତା ଦେଇ ଯାତାୟାତ ସମ୍ଭବ ହେଉନଥିବା ଦିଲ୍ଲୀ ପୋଲିସ ଜଣାଇଛି ।

ପାଠକଙ୍କ କଳାଧନ, ଜେରା ହେବେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ସହଯୋଗୀ

ଭୁବନେଶ୍ୱର: ଗିରଫ ଅଭୟକାନ୍ତଙ୍କ ଅମାପ ସମ୍ପତ୍ତିର ପରିମାଣ କେତେ ? କେଉଁଠି ଆସୁଥିଲା କେତେ କଳା ଟଙ୍କା ଆଉ କେଉଁ ବାଟରେ ଖର୍ଚ୍ଚ କରୁଥିଲେ ପାଠକ । ସେସବୁର ଖୋଳତାଡ଼ କରିବ SIT । ଓଡ଼ିଶା ସହ ଦେଶର ୧୨ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ପରେ ଏପିସିସିଏଫଙ୍କ କଳା ସମ୍ପତ୍ତି ସମସ୍ତଙ୍କ ଆଖି ଖୋସି ଦେଇଥିଲେ । ଏବେ ଅଭୟଙ୍କ ଆୟ ବହିର୍ଭୂତ ସମ୍ପତ୍ତିକୁ ଖୋଜିବ SITର ସ୍ୱତନ୍ତ୍ର ୨୦ ଜଣିଆ ଟିମ୍ । ପୂର୍ବରୁ ନଭେମ୍ବର ୨୫ ଓ ୨୬ ଦୁଇଦିନ ଧରି ଭିଜିଲାନ୍ସ ୧୨ଟି ସ୍ଥାନରେ ରେଡ୍ କରିଥିବା ବେଳେ ଏଥିରେ ୧୫୦ ଜଣ ଅଫିସର୍ ସାମିଲ୍ ହୋଇଥିଲେ ।

20 Members Of SIT Team To Look All Angles Of Pathak’s Disproportionate Assets Case

ଅଭୟଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲାର ତଦନ୍ତ ଲାଗି SIT (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରାଯାଇଛି । SITର ୨୦ ଜଣିଆ ଟିମ୍ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରିବେ । ଏନେଇ SIT ଆଜି ଭିଜିଲାନ୍ସ ସହ ଆଲୋଚନା କରିଛି । ସିଆର.ପି.ସିର ଧାରା ୧୬୦ ଅନୁସାରେ ନୋଟିସ୍ କରାଯାଇ ସମସ୍ତଙ୍କ ବୟାନ ରେକର୍ଡ କରାଯିବ । ବ୍ୟାଙ୍କ ଅଧିକାରୀ, ବନ ବିଭାଗ ଅଧିକାରୀ, ପାଠକଙ୍କ ସମ୍ପର୍କୀୟ, ତାଙ୍କ କର୍ମଚାରୀ ଓ ସହଯୋଗୀଙ୍କୁ ନୋଟିସ୍ ପଠାର ପଚରାଉଚରା କରାଯିବ ।

20 Members Of SIT Team To Look All Angles Of Pathak’s Disproportionate Assets Case
FILE

ପାଠକ ବହୁମୂଲ୍ୟ ଗାଡ଼ି କିଣିଥିବା ସଂସ୍ଥା ମଧ୍ୟ ତଦନ୍ତ ଘେରକୁ ଆସିବ । କେଉଁ ସୂତ୍ରରୁ କେତେ ଟଙ୍କା ପାଠକଙ୍କ ନିଟକୁ ଆସୁଥିଲା । ଏବଂ ସେ କିଭଳି କେତେ ଟଙ୍କା ଖର୍ଚ୍ଚ କରୁଥିଲେ ସେ ସବୁର ତଦନ୍ତ କରିବ SIT । ଭିଜିଲାନ୍ସ ରେଡ୍ ବେଳେ ବହୁ କାଗଜପତ୍ର ଜବତ କରିଛି । ତଦନ୍ତ ଅଗ୍ରଗତି ଲାଗି ଜବତ କାଗଜପତ୍ରକୁ ଏସଆଇଟି ତନଖି କରୁଥିବା ବେଳେ ଦରକାର ପଡ଼ିଲେ ଷ୍ଟେଟ ଫରେନ୍ସିକ୍ ସାଇନ୍ସ ଲାବ୍ରୋଟାରୀର ସହାୟତା ନିଆଯିବ ବୋଲି ଜଣାପଡ଼ିଛି ।

ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ପରେ ସୂର୍ଯ୍ୟ ଚନ୍ଦ୍ରକୁ ସେବାୟତଙ୍କ ଘରକୁ ନିଆଯାଉଥିବା ଅଭିଯୋଗ

ପୁରୀ: ଶ୍ରୀଜିଉଙ୍କ ନାଗାର୍ଜୁନ ବେଶକୁ ନେଇ ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିର ନିଷ୍ପତ୍ତିରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ । ଦୀର୍ଘବର୍ଷର ଅପେକ୍ଷା ପରେ ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହୋଇଥିଲା ନାଗାର୍ଜୁନ ବେଶ । କରୋନା କଟକଣା ଯୋଗୁଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ତେଣୁ ବେଶ ପରେ ମଇଲମ ହେବା ପରେ ଏହାକୁ ମ୍ୟୁଜିୟମରେ ଭକ୍ତଙ୍କ ପାଇଁ ସଂରକ୍ଷିତ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ।

Allegation Of Nagarjun Besa Chanda Stolen In Puri Jagannath Temple

ତେବେ ନାଗାର୍ଜୁ ବେଶର କିଛି ଅଂଶ ଚନ୍ଦ୍ରକୁ ଜଣେ ବରିଷ୍ଠ ସେବାୟତଙ୍କ ପାଇଁ ଶ୍ରୀମନ୍ଦିରର ଜଣେ କର୍ମଚାରୀ ନେଇଥିବା ଅଭିଯୋଗ ହୋଇଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ନିର୍ମାଣ କରିଥିଲେ ସେବକ ବଳରାମ ଖୁଣ୍ଟିଆ । ତେଣୁ ବେଶ ପାଇବାର ସେ ହକଦାର । ତେବେ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତ ତଥା ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେ ଏହି ବେଶକୁ ନେଇନଥିଲେ । ଏହାସତ୍ତ୍ୱେ କାହା ନିର୍ଦ୍ଦେଶରେ ଚନ୍ଦ୍ରକୁ କର୍ମଚାରୀ ଜଣଙ୍କ ନେଉଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ଯଦି ଘଟଣା ସତ ହୋଇଥିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

ଚାକିରି ଲୋଭ ଦେଇ ଲୁଟୁଥିଲେ ଆକାଶ ପାଠକ

ଭୁବନେଶ୍ୱର: ବାପାଙ୍କ ଠାରୁ କୌଣସି ଗୁଣରେ ପୁଅ ବି କମ୍ ନୁହେଁ । ପୂରା ୪୨୦ । ଏପିସିସିଏଫ୍ ପଦବୀର ଫାଇଦା ନେଇ କଳା ଟଙ୍କାରେ ସାମ୍ରାଜ୍ୟ ବିସ୍ତାର କରିଥିବା ଅଭୟକାନ୍ତ ପାଠକଙ୍କ କଳା କାରାନାମାର ପେଡ଼ି ଖୋଲୁଛି । ସୌଖିନ ସାମଗ୍ରୀରେ ବଞ୍ଚିବାକୁ ଭଲ ପାଉଥିବା ପାଠକ ପରିବାର ଲୋକଙ୍କୁ ଠକିବାରେ ଥିଲେ ମାହିର୍ । କୌଣସି ଚାକିରି କରିନଥିବା ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର MD ପରିଚୟ ଦେଇ କାରବାର କରୁଥିଲେ ।

Akash Pathak Fake MD Of Tata Motors Issued Offer Letters

ନଜର ପକାନ୍ତୁ ଏହି ଲିଷ୍ଟ ଉପରେ । ୟେ ହେଉଛି ଆକାଶ ପାଠକ ଲକଡାଉନ୍ ସମୟରେ ଟାଟା ମୋଟର୍ସର ପୁନେ ପାସେଞ୍ଜର ଡିଭିଜନ୍ ପାଇଁ କରିଥିବା ସାକ୍ଷାତକାରରେ ଉତୀର୍ଣ୍ଣଙ୍କ ତାଲିକା । ଦେଶରେ ଲକଡାଉନ୍ ମାର୍ଚ୍ଚ ଶେଷ ସପ୍ତାହରୁ ଲାଗୁ ହୋଇଥିବା ବେଳେ ଆକାଶ ଆରମ୍ଭ କରିଥିଲେ ବଡ଼ ବେପାର । ଦେଶ ବନ୍ଦ, କାମଧନ୍ଦା ଠପ୍ । ଏହାର ବେଶ୍ ଫାଇଦା ନେଇଥିଲେ ଆକାଶ । ଟାଟା ମୋଟର୍ସ ଲିମିଟେଡ୍ ନାଁରେ ପୁନେ ପିମ୍ପ୍ରି, ଟେଲକୋ ରୋଡ ଠିକଣାରେ ଅଫିସ୍ ଖୋଲିଥିଲେ ।

Akash Pathak Fake MD Of Tata Motors Issued Offer Letters

ବିଶ୍ୱାସଭାଜନ ହେବା ଲାଗି ଟାଟା ମୋଟର୍ସର ଲେଟର ପ୍ୟାଡ୍ ଭଳି ଦେଖାଯାଉଥିବା ଅବିକଳ ପ୍ୟାଡ୍ ବନାଇଥିଲେ । ଆଉ ପ୍ୟାଡରେ ଜଣେ କି ଦୁଇ ଜଣ ନୁହେଁ ୬୮ଜଣଙ୍କୁ ଦେଇଥିଲେ ଫେକ୍ ଅଫରେ ଲେଟର । କାହାକୁ ମ୍ୟାନେଜର ଟ୍ରେନି ତ ଆଉ କାହାକୁ ମ୍ୟାନେଜମେଣ୍ଟ ଟ୍ରେନି ପୋଷ୍ଟରେ ଦେଇଥିଲେ ଚାକିରି ଅଫର୍ ।

Akash Pathak Fake MD Of Tata Motors Issued Offer Letters

ଆକାଶ ପାଠକଙ୍କ ଫେକ୍ ଅଫର୍ ଲେଟର ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଯେଉଁ ଅଫର୍ ଲେଟରରେ ଟାଟା ମୋଟର୍ସ ଲିମିଟେଡ୍, ପ୍ୟାସେଞ୍ଜର ଡିଭିଜନ୍ ପୁନେର ଷ୍ଟାମ୍ପ ରହିଥିବା ବେଳେ ପ୍ୟାଡର ବ୍ୟବହାର କରାଯାଇଛି । ଯିଏ କେହିବି ଦେଖିଲେ ବୁଝିପାରିବନି ଏହି ଲେଟର ନକଲି । ଏମିତି ନକଲି ଅଫର୍ ଲେଟରେ ଦେଇ ଆକାଶ ପାଠକ କେତେଜଣଙ୍କୁ ଲୁଟିଛନ୍ତି ତାର ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ । ଆକାଶ ପାଠକଙ୍କ ବିରୋଧରେ ଟାଟା ମୋଟର୍ସ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛି ।

କରୋନା ଟିକା ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ବୈଜ୍ଞାନିକଙ୍କ ସହ କଲେ ଆଲୋଚନା…

କରୋନା ଟିକାର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଶନିବାର ତିନୋଟି  ସହରକୁ ଗସ୍ତ କରୁଛନ୍ତି । ଭାରତରେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ ଓ ଏହାର ବିତରଣ ନେଇ ଜୋର ସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଏହାର ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ପ୍ରଥମେ ଅହମ୍ମଦାବାଦର ଜାଇଡସ୍ ବାୟୋଟେକ୍‌ ପାର୍କ ଗସ୍ତ କରି ‘ଜାଇକୋଡ-ଭି’ ଟିକାର ସମୀକ୍ଷା କରିଛନ୍ତି । ଏହାପରେ ସେ ହାଇଦ୍ରାବାଦରେ ପହଁଚି ଭାରତ ବାୟୋଟେକ ଲ୍ୟାବ୍ ଭ୍ରମଣ କରିଛନ୍ତି ।

ସେଠାରୁ ସେ ପୁଣେ ଗସ୍ତ କରି ସିରମ ଇନଷ୍ଟିଚ୍ୟୁଟ ଯିବେ  । ସେଠାରେ ବୈଜ୍ଞାନିକଙ୍କ ସହ କଥା ହୋଇ ଟିକାର ସମୀକ୍ଷା କରିବେ  । ମୋଦିଙ୍କର ଏହି ନନଷ୍ଟପ ଟିକା ସମୀକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି  । ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ ଆସନ୍ତା ମାର୍ଚ୍ଚ ସୁଧା ଟିକା ଆସିଯିବ ବୋଲି କୁହାଯାଉଛି  । ଏଯାବତ୍ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ମୋଦି ଅହମଦାବାଦ ବିମାନ ବନ୍ଦରରୁ ଜାଇଡସ୍‌ ବାୟୋଟେକ୍‌ ପାର୍କରେ ଯାଇ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ମୋଦି ଟିକା ପ୍ରସ୍ତୁତି ନେଇ ଗବେଷକ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା କରିଛନ୍ତି। ଟିକା ଉତ୍ପାଦନରେ ଅଗ୍ରଗତି ବିଷୟରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏହାପରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ୍‌ରେ ପହଞ୍ଚି ‌ସେଠାରେ ଥିବା ଟିକା ନିର୍ମାଣକାରୀ ସଂସ୍ଥା ଭାରତ ବାୟୋଟେକ୍‌ ସଂସ୍ଥାରେ ପହଞ୍ଚିଛନ୍ତି । ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟରରେ ମୋଦୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କର ଅହମଦାବାଦ, ହାଇଦ୍ରାବାଦ ଓ ପୁନେ ଗସ୍ତ ସଂପର୍କରେ ସୂଚନା ଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଏହି ୩ଟି ସହର ଗସ୍ତ କରି ବ୍ୟକ୍ତିଗତ ଭାବେ ଟିକାର ବିକାଶ, ପ୍ରସ୍ତୁତି ଏବଂ ସ୍ଥିତି ସମୀକ୍ଷା କରୁଛନ୍ତି। ଏହି ତିନି କମ୍ପାନୀର ଟିକା ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବୈଜ୍ଞାନିକମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି କୁହାଯାଉଛି।

‘କୁଲି ନଂ ୧’ର ଟ୍ରେଲର ରିଲିଜ; ଜମୁଛି ବରୁଣ ଓ ସାରାଙ୍କ କେମେଷ୍ଟ୍ରି

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଓ ଷ୍ଟାର କିଡ୍ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ’କୁଲି ନଂ ୧’ର ଟ୍ରେଲର ରିଲିଜ ହୋଇଯାଇଛି ।

ଏହି ବଲିଉଡ ଫିଲ୍ମ ଡେଭିଡ ଧଓ୍ବନଙ୍କ ୪୫ତମ ଚଳଚ୍ଚିତ୍ର ଓ ପୁଅ ବରୁଣ ସହ ୩ୟ ଫିଲ୍ମ । ଏହାର ଟ୍ରେଲର ଦେଖିବା ପରେ ୨୫ ବର୍ଷ ତଳର ଗୋବିନ୍ଦା-କରିସ୍ମା ଯୋଡି ମନେ ପଡିଯିବେ।

ଏହି ରିମେକ୍ ଚଳଚ୍ଚିତ୍ରରେ ଗୋବିନ୍ଦାଙ୍କ ସ୍ଥାନରେ ବରୁଣ ଓ କରିସ୍ମାଙ୍କ ସ୍ଥାନରେ ସାରା ଅଭିନୟ କରୁଛନ୍ତି । କାହାଣୀ ଓ ଅନ୍ଦାଜ ପୂରାପୂରି ୨୫ ବର୍ଷ ତଳର କୁଲି ନଂ୧ ପରି ରହିଛି ।

ଫିଲ୍ମଟି ଡିସେମ୍ବର ୨୫ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଥିବା ବେଳେ ଅନ୍ୟତମ ମୁଖ୍ୟ ଭୂମିକାରେ ପରେଶ ରାଓ୍ବଲ ନଜର ଆସୁଛନ୍ତି।

ଭ୍ୟାନ୍‌ ଧକ୍କାରେ ନାବାଳକର ମୃତ୍ୟୁ, ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ

0

ସମ୍ବଲପୁର: ସମ୍ବଲପୁରରେ ଉତ୍ତେଜନା । ଭ୍ୟାନ୍‌ ଧକ୍କାରେ ବାଳକର ମୃତ୍ୟୁ ନେଇ ଟାଉନ ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ । ସମ୍ବଲପୁର ଭିଏସ୍‌ଏସ୍‌ ମାର୍ଗରେ ଘଟିଥିଲା ଦୁର୍ଘଟଣା । ଭ୍ୟାନ୍‌ ଧକ୍କାରେ ବାଳକର ମୃତ୍ୟୁ ନେଇ ଉତ୍ତଜେନା ଲାଗିରହିଥିବା ବେଳେ ଘଟଣାସ୍ଥଳରେ ୨ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁର୍ଘଟଣା ଘଟାଇଥିବା ଭ୍ୟାନ ଜବତ ହୋଇଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

ଘଟଣାସ୍ଥଳରେ ଏବେବି ଉତ୍ତେଜନା ଜାରି ରହିଛି । ପ୍ରାୟ ୩ ଘଣ୍ଟା ଧରି ଟାଉନ ଥାନା ଘେରାଉ ପରେ ପରିବାର ସଦସ୍ୟ ଓ ପୋଲିସ  ମଧ୍ୟରେ ଆଲୋଚନା ହୋଇଥିଲା । ପୋଲିସ ଚାଳକଙ୍କୁ ଗିରଫ କରିବାର ପ୍ରତିଶୃତି ଦେବା ସହ ଶବ ସତ୍କାର ପାଇଁ ୧୫ ହଜାର ଟଙ୍କା ଦେଇଥିଲେ । ପରେ ଉତ୍ତ୍ୟକ୍ତ ଲୋକ ବୁଝାସୁଝା ପରେ ଟାଉନ ଥାନା ଛାଡିଥିଲେ । ଏହି ଘଟଣା ରେ ପୋଲିସ ଦୁର୍ଘଟଣା ଘଟାଇଥିବା ଜିପ କୁ ଜବତ କରିବା ସହ  ଡ୍ରାଇଭର କୁ ଗିରଫ କରିଛି । ଘଟଣା ର ତଦନ୍ତ ଜାରି ରହିଥିବା ସଦର ଏସଡିପିଓ କହିଛନ୍ତି ।

ମୁମ୍ବାଇ ହାମଲାର ଆଉ ଜଣେ ମାଷ୍ଟରମାଇଣ୍ଡକୁ ଧରିବାକୁ ପୁରସ୍କାର ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ମୁମ୍ବାଇ ୨୬/୧୧ ଆତଙ୍କୀ ହାମଲାର ଆଉ ଜଣେ ମାଷ୍ଟରମାଇଣ୍ଡକୁ ଧରିବାକୁ ପୁରସ୍କାର ଘୋଷଣା କରିଛି ଆମେରିକା । ଇତିମଧ୍ୟରେ ମୁମ୍ବାଇ ୨୬/୧୧ ଆକ୍ରମଣକୁ ୧୨ ବର୍ଷ ପୁରିଛି । ଏହି ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଲସ୍କର-ଇ-ତୋଏବାର ବରିଷ୍ଠ ସଦସ୍ୟ ସାଜିଦ ମୀର । ତେବେ ସାଜିଦ୍ ମୀର ସମ୍ପର୍କରେ ଯିଏ ସୂଚନା ଦେବ, ଆମେରିକା ତାକୁ ୫ ମିଲିୟନ ଡଲାର ଦେବ ବୋଲି କହିଛି । ଆମେରିକାର ରିୱାର୍ଡ ଫର ଜଷ୍ଟିସ ପ୍ରୋଗ୍ରାମ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଏନେଇ ସୂଚନା ଦିଆଯାଇଛି । ୨୦୦୮  ମୁମ୍ବାଇ ଆତଙ୍କୀ ହାମଲାରେ ସାଜିଦ୍ ମୀର୍ ଅପରେସନ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲା। ଆକ୍ରମଣ ସମୟରେ ସେ ଆତଙ୍କବାଦୀଙ୍କ ସହ କଥା ହେଉଥିଲା। ଏହି ହାମଲାରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା ।

Terrorist

ଅନ୍ୟପଟେ କିଛି ଦିନ ପୂର୍ବରୁ ଅର୍ଥାତ୍‌ ନଭେମ୍ବର ୧୯ରେ ମୁମ୍ବାଇ ବିସ୍ଫୋରଣର ମାଷ୍ଟ୍ରରମାଇଣ୍ଡ ତଥା ଜମାତ-ଉଦ୍‌-ଦାଓ୍ୱା ମୁଖ୍ୟ ହାଫିଜ୍‌ ସୟୀଦକୁ ଜେଲ୍‌ ଦଣ୍ଡାଦେଶ ହୋଇଛି । ୧୦ ବର୍ଷର ଜେଲ୍‌ ଦଣ୍ଡ ଶୁଣାଇଛନ୍ତି ପାକିସ୍ତାନର ଆଣ୍ଟି ଟେରୋରିଜିମ୍‌ କୋର୍ଟ । ଆତଙ୍କବାଦୀଙ୍କୁ ବେନାମୀ ଫଣ୍ଡିଂ ମାମଲାରେ ହାଫିଜ୍‌କୁ ଏହି ଜେଲ୍‌ ଦଣ୍ଡ ମିଳିଛି ।

ଜାତିସଂଘ ହାଫିଜ୍‌ ସୟୀଦକୁ ଆତଙ୍କବାଦୀ ଘୋଷଣା କରିସାରିଥିବା ବେଳେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ତା’ଉପରେ ୧୦ ମିଲିୟନ ଡଲାର ରାଶି ଘୋଷଣା କରିଛି । ଆତଙ୍କବାଦର ଭୁ-ସର୍ଗ ପାଲଟିଥିବା ପାକିସ୍ତାନରେ ରହି ହାଫିଜ୍‌ ସୟୀଦ ତାର ଆତଙ୍କବାଦୀ ନେଟଓ୍ୱାର୍କ ଚଳାଇଥିଲା । ଭାରତ ସରକାରଙ୍କ ଆତଙ୍କବାଦୀ ତାଲିକାର ମୋଷ୍ଟ ଓ୍ୱାଣ୍ଟେଡ୍‌ରେ ରହିଛି ଜମାତ-ଉଦ-ଦାଓ୍ୱା ମୁଖ୍ୟ ହାଫିଜ ସୟୀଦ ।