spot_img
Home Blog Page 6356

୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍‌, ଶନିବାର ବନ୍ଦ ରହିବ କାର୍ଯ୍ୟାଳୟ

ଭୁବନେଶ୍ୱର: କଟକ-ଭୁବନେଶ୍ୱର ପାଇଁ ଜାରି ହେଲା ନୂଆ ଗାଇଡ୍‌ ଲାଇନ୍‌ । ଟ୍ୱିନ୍‌ ସିଟିରେ ଥିବା ସମସ୍ତ ସରକାରୀ ଓ ସରକାରଙ୍କ ଅଧିନରେ ଥିବା ଅଫିସ୍‌ରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ହେବ । କ୍ଲାସ୍‌ A ଅଫିସ୍‌ରଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ । ଅକ୍ଟୋବର ମାସ ପାଇଁ ଏହି ନିୟମ ଲାଗୁ କରାଯାଇଛି । ତେବେ ୫୦ ପ୍ରତିଶତ କର୍ମଚାରୀ ରହିଲେ ମଧ୍ୟ ସରକାରୀ କାମ ପ୍ରଭାବିତ ହେବ ନାହିଁ ବୋଲି କୁହାଯାଇଛି । ଏହାସହ ଅକ୍ଟୋବରରେ ସାରା ରାଜ୍ୟରେ ସମସ୍ତ ସରକାରୀ ଅଫିସ୍‌ ଶନିବାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ତେବେ ଅଫିସ୍‌ରେ କେଉଁ କର୍ମଚାରୀ କାମ କରିବେ ଓ କେଉଁ କର୍ମଚାରୀ ଘରେ ରହିବେ ସେନେଇ ଅଫିସ୍‌ ମୁଖ୍ୟ ଚୂଡ଼ାନ୍ତ କରିବେ ।

ପୋଲିସ ବିଭାଗ, ଏସ୍‌ଆର୍‌ସି ଅଫିସ୍, ଓଏସ୍‌ଡିଏମ୍‌ଏ, ଦମକଳ ବାହିନୀ, ସ୍ୱାସ୍ଥ୍ୟ ବିଭାଗ, ମୁନିସିପାଲିଟି ଏବଂ ଏହିଭଳି ଜରୁରୀ କାଳିନ ସେବା ଯୋଗାଉଥିବା ବିଭାଗ ଗୁଡ଼ିକରେ ନୂଆ ନିୟମ ଲାଗୁ କରାଯିବ ନାହିଁ । ଏହି ବିଭାଗରେ ୧୦୦ ପ୍ରତିଶତ କର୍ମଚାରୀ ‌କାମ କରିବେ ।

ସମସ୍ତଙ୍କୁ ”ଜୀଅନ୍ତା ଶବ”ରେ ପରିଣତ କରି ଝିଅଟିଏ ଚାଲିଗଲା…

ନୂଆଦିଲ୍ଲୀ: ନ୍ୟାୟ ଦିଅ । ନ୍ୟାୟ ଦିଅ । ଦୋଷୀଙ୍କୁ ଫାଶୀ ଦିଅ । ଦଳିତଙ୍କ ଉପରେ ଅତ୍ୟାଚାରକୁ ସହିବୁ ନାହିଁ । ଆଜି ଏହି ଭଳି ସ୍ଲୋଗାନ ୟୁପିର ପୁରପଲ୍ଲୀ ଠାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଛି । ଉତ୍ତର ପ୍ରଦେଶର ହାଥରସ ଅଞ୍ଚଳରେ ୧୯ ବର୍ଷୀୟ ଦଳିତ ଝିଅ ଗଣଦୁଷ୍କର୍ମର ଶିକାର ହୋଇଥିଲା ।  କେବଳ ଯେ, ଗଣଦୁର୍ଷମର ଶୀକାର ହୋଇଥିଲା ତାହା ନୁହେଁ, ଗଣଦୁଷ୍କର୍ମ ସମୟରେ ଅତି ନିର୍ମମ ଭାବରେ ଝିଅଟିର ବେକକୁ ଆଘାତ କରାଯାଇଥିଲା । ଦୁଷ୍କର୍ମର ବହୁ ଦିନ ପୂର୍ବରୁ ଲଗାତାର ଶାରୀରିକ ଅତ୍ୟାଚାର କରାଯାଇ ଆସୁଥିଲା । ଝିଅଟିର ଅବସ୍ଥା ଏପରି କରିଦିଆଯାଇଥିଲା, ଯେମିତି ସିଏ କେବେ ବି ସେହି ଘଟଣା ସମ୍ପର୍କରେ ମୁହଁ ଖୋଲି କହିପାରିବ । ଝିଅ ଟିଏ ଗଣଦୁଷ୍କର୍ମର ଶୀକାର ହେବା ପରେ ତାହାର ଉପଯୁକ୍ତ ଚିକିତ୍ସା କରାଯାଇ ପାରିଥାଆନ୍ତା, ହେଲେ ତାହା ବି ହେଲା ନାହିଁ ।

ଦୁଷ୍କର୍ମ ଘଟଣାଟି ଗତକାଲି କିମ୍ବା ଆଜିର ଘଟଣା ନୁହେଁ । ପାଖାପାଖି ୧୦ଦିନର ତଳର ଘଟଣା । ଏତେସବୁ ଘଟଣା ଘଟିଗଲା କେମିତି ? ୟୁପିର ପୋଲିସ ବ୍ୟବସ୍ଥା କ’ଣ ଶୋଇ ପଡିଥିଲା ? ଏସବୁ ଘଟଣାଠୁ ଆହୁରି ହୃଦୟ ବିଦାରକ ଥିଲା । ନିଜ ଝିଅର ଗଣଦୁଷ୍କର୍ମ ଖବର ତାହାର ବାପା ମା’ଙ୍କୁ କେତେ ଯେ ଆଘାତ ଦେଇଥିବ, ସେ କଥା ଝିଅର ବାପଟିଏ ହିଁ ଅନୁଭବ କରିପାରିବ । ଏ ଯନ୍ତ୍ରଣା ସାଧାରଣ ଲୋକଟିର ଚିନ୍ତା ବାହାରେ ନିଶ୍ଚିତ । ଦୁଷ୍କର୍ମ ପରେ ଠିକ୍ ସମୟରେ ଚିକିତ୍ସା ବି ହୋଇ ପାରିଲା ନାହିଁ । ନ୍ୟାୟ ପାଇ ଲଢ଼ିବା ତ ଦୂରର କଥା, ତାହା ସହିତ ଘଟିଥିବା ଘଟଣାକୁ କହିବା ପାଇଁ ଝିଅଟି ଏସଂସାରରେ ରହିଲା ନାହିଁ ।

ଏହା ସହ ପଢ଼ନ୍ତୁ:- ହାଥରସ୍ ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ କଥାହେଲେ ପିଏମ୍ ମୋଦି, କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ କହିଲେ…

ସେ ଚାଲିଗଲା ସେହି ଅଫେରା ରାଇଜକୁ ଯେଉଁଠି ନିର୍ଭୟା, ପ୍ରିୟଙ୍କା ରେଡ୍ଡି ଭଳି ନାରୀମାନେ ବହୁତ ଆଗରୁ ଚାଲିଯାଇଛନ୍ତି । ବାପା ମା’ଙ୍କ ଜୀବନର ସବୁଠୁ ବଡ଼ ଇଚ୍ଛା ନିଜ ଝିଅକୁ ନିଜ ହାତରେ ବାହା ଦେବେ । ହେଲେ ସେହି ମଣିଷମାନଙ୍କ ଆଖି ଆଗରେ ଦିନେ ତାଙ୍କ ଅଗଣାରେ ହସି ଖେଳୁଥିବା ଝିଅ ଶବ ହୋଇଗଲା । ହୋଇଗଲା କହିଲେ ବୋଧେ ଭୁଲ ହେବ, ଶବ ସଜେଇ ଦିଆଗଲା । ସେହି ନରରାକ୍ଷସଙ୍କ ଦ୍ୱାରା ଯେଉଁମାନେ ନିଜ ଶାରରୀକ ଭୋକ ମେଣ୍ଟାଇବା ପାଇଁ ପାଲଟିଗଲେ ଗୋଟେ ଗୋଟେ ପିଶାଚ । ସେହି ବ୍ୟବସ୍ଥା ଯେଉଁଠି ମାଳ ମାଳ ପୋଲିସ ଫୋର୍ସ, ହେଲେ ସେ ସାଧାରଣ ଦଳିତ ଝିଅର ସମାନ୍ୟତମ କାମରେ ଆସିଲାନି ।

ଏମିତି କ’ଣ ହେଲା ଯେ, ନାବାଳିକାଟି ଜୀବନ ଯୁଦ୍ଧରେ ହାରିଯିବା ପରେ ଅତ୍ୟନ୍ତ ତରବରିଆ ଭାବେ ତାଙ୍କୁ ପୋଡ଼ି ଦିଆଗଲା । ତା’ର ପରିବାର ଲୋକଙ୍କୁ ସତ୍କାରରୁ ଦୂରେଇ ରଖାଗଲା । ଏ ସମ୍ପର୍କରେ କାନ୍ଦି କାନ୍ଦି ପରିଜନ କହୁଥାନ୍ତି, ‘ଝିଅକୁ ଟିକେ ହଳଦୀ ଲଗାଇ ଦେଇଥାଆନ୍ତି । ଏଇଟା ତ ତାହାର ଶେଷ ଯାତ୍ରା । ସେ ତ ଆଉ ଫେରି କି ଆସିବ ନାହିଁ । ସେଥିପାଇଁ ତାକୁ ଭଲରେ ଟିକେ ବିଦାୟ ଦେବାକୁ ଚାହୁଁଥିଲି, ସେତକ ଅଧିକାର ବି ପୋଲିସ ଛଡାଇ ନେଲା’ ଏତିକ କହି କୋହ ସମ୍ଭାଳିପାରୁନଥାନ୍ତି ପରିବାର ବର୍ଗ ।

୧୪ ତାରିଖରେ ୪ ସବର୍ଣ୍ଣ ଯୁବକଙ୍କ ଦ୍ୱାରା ହୋଇଥିବା ଏହି ଗଣଦୁଷ୍କର୍ମ ପରେ ଝିଅଟିର ଶରୀରର ଏକାଧିକ ସ୍ଥାନରେ କ୍ଷତ କରାଯାଇଥିଲା । ତାର ଜିଭକୁ କାଟିଦିଆଯାଇଥିଲା । ଭଉଣୀକୁ ନ୍ୟାୟ ଦେବା ପାଇଁ ଭାଇଟି ତାର ଅଭିଯୋଗ କରିଥିଲା । ସେ ତ କହିସାରିଥିଲା ଠାକୁର ସମାଜର ଲୋକ ହିଁ ଏହି ହୃଦୟ ବିଦାରକ କାର୍ଯ୍ୟ କରିଛନ୍ତି । କେଉଁ ଭାଇଟି ଭଉଣୀର ଦୁଷ୍କର୍ମ କଥା ସର୍ବସାଧାରଣରେ କହିବା ପାଇଁ ଚାହିଁବ ।

ଏହା ସହ ପଢ଼ନ୍ତୁ:- ହାଥରସ ଗଣଦୁଷ୍କର୍ମକୁ ନେଇ ରାହୁଲଙ୍କ ଟ୍ୱିଟ୍: କହିଲେ ‘ପୀଡ଼ିତାଙ୍କ ପରିବାରଠାରୁ ଅନ୍ତିମ ସଂସ୍କାରର ଅଧିକାର ଛଡେଇନେଲେ’

ଘଟଣା ଘଟିବାର ୫ ଦିନ ପରେ ଖୋଜା ଚାଲିଲା ସେହି ନିର୍ଦ୍ଦୟୀମାନଙ୍କୁ, ଯିଏ ସେହି ଦଳିତ ଝିଅଟିର ସବୁ କିଛି ଲୁଟି ନେଇ ତାକୁ ପଙ୍ଗୁ କରି ଦେଇଥିଲେ । ଧାରା ୩୦୭ରେ ମାମଲା ରୁଜୁ ହେଲା । ଧୀରେ ଧୀରେ ଏହି ଘଟଣା ୟୁପି ନୁହେଁ, ସାରା ଦେଶରେ ଆଲୋଡନ ସୃଷ୍ଟି କଲା । ୩୦୭ ବଦଳରେ ୩୦୨ ଅନୁଯାୟୀ ମାମଲା ତଦନ୍ତ କରାଯିବ ।

ହେଲେ କଣ ମିଳିବ, ସେହି ତଦନ୍ତରୁ ଯିଏ ତ ନ୍ୟାୟ ପାଇବା କଥା । ସେ ତ ଏ ଦୁନିଆରୁ ଚାଲିଗଲା । ତେବେ ଏ ବ୍ୟବସ୍ଥାଗତ ପ୍ରହସନ କାହା ପାଇଁ ଚାଲିବ, ଏ ପ୍ରଶ୍ନ ସବୁରି ମନରେ ଉଙ୍କି ମାରୁଛି । ପ୍ରଥମେ ଦିଲ୍ଲୀର ସଫଦରଗଞ୍ଜ ପରେ ଆଲିଗଡ଼ର ଏକ ହସ୍ପିଟାଲରେ । ଆଲିଗଡ଼ ଉତ୍ତର ପ୍ରଦେଶ ସରକାରଙ୍କ ଅଧିନରେ ଆସୁଥିବା ଏକ ସହର,ହେଲେ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଗଣଦୁଷ୍କର୍ମ ସମ୍ପର୍କରେ ପଦୁଟିଏ ନ ଥିଲା । ଏ ତ ପୀଡିତା ଓ ପରିବାର ଏବଂ ଏ ଦେଶର ପ୍ରତିଟି ଝିଅର ବାପାମାଆଙ୍କ ମୁହଁରେ ଚାପୁଡା ମାରିବା ଭଳି ଥିଲା । ମାଆଟି ତାହାର ମାଟିରେ ଲୋଟି ପଡି ଝିଅକୁ ଶେଷ ଥର ଦେଖିବାକୁ ଚାହୁଁଥିଲା, ହେଲେ ସେତକ ପୋଲିସ ଅନୁମତି ଦେଲାନି । ତାଙ୍କ ଶେଷ ସନ୍ତକକୁ ଅଗ୍ନିରେ ଦହନ କରି ଦେଇଥିଲା । ହାତକଡି ପକାଇ ରଖିବା ଭଳି ପରିବାରକୁ ଘରେ ବନ୍ଦ କରିଦିଆଗଲା ।

ହେଲେ କାହିଁକି ଏପରି କରାଗଲା ? ପୋଲିସ କାହିଁକି ଏତେ ତରତର ଥିଲା, ଝିଅଟିକୁ ଜାଳିପୋଡି ସବୁଦିନ ପାଇଁ ମାଟିରେ ମିଶାଇ ଦେବାକୁ ? ଯେଉଁ ଗତିରେ ପୋଲିସ ମୃତ ଝିଅର ଶବ ସତ୍କାରରେ ପ୍ରଦର୍ଶନ କରିଥିଲା । ସେଥିରୁ କାଣିଚାଏ ଯଦି ଦୋଷୀଙ୍କୁ ସମୟ ପୂର୍ବରୁ ଧରି ଝିଅଟିକୁ ନ୍ୟାୟ ଦେବାରେ ବ୍ୟବହାର କରାଯାଇଥାଆନ୍ତା, ତେବେ ଆଇନକାନୁନ ପ୍ରତି ଆସ୍ଥା ବଢ଼ିଥାଆନ୍ତା । ହେଲେ କ’ଣ ହେଲା ସେହି ଚିରାଚରିତ କଥା ଦୁଷ୍କର୍ମ ଏବଂ ହତ୍ୟା । ୟୁପି ସରକାର ମୁଖିଆ ଯୋଗୀ ଆଦିତ୍ୟନାଥ ଏସଆଇଟି ଗଠନ କରି ଫାଷ୍ଟଟ୍ରାକ୍ କୋର୍ଟରେ ଏହାର ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହା ତ ଚିରାଚରିତ ଧାରା । ନ୍ୟାୟ ଆଉ କାହା ପାଇଁ….

ଏହା ସହ ପଢ଼ନ୍ତୁ:- ହାଥରସ ଗଣଦୁଷ୍କର୍ମ ମାମଲା: ବିରୋଧ କରୁଥିଲେ ପରିଜନ, ପୋଲିସ କରିଦେଲା ଅନ୍ତିମ ସଂସ୍କାର

ଅନ୍‌ଲକ୍ ୫.୦ ନେଇ ଗାଇଡଲାଇନ୍ ଜାରି: ଜାଣନ୍ତୁ ପ୍ରେକ୍ଷାଳୟ ସହ କ’ଣ କ’ଣ ଖୋଲିବ

ନୂଆଦିଲ୍ଲୀ: ଏଣିକି ଦେଶରେ ଖୋଲିବ ପ୍ରେକ୍ଷାଳୟ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ପ୍ରେକ୍ଷାଳୟ ଖୋଲିପାରିବ । ଅକ୍ୱୋବର ୧୫ରୁ ପ୍ରେକ୍ଷାଳୟ ଖୋଲିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲାକ୍ ୫.୦ ନେଇ ଜାରି ଗାଇଡଲାଇନରେ ଉଲ୍ଲେଖ ରହିଛି । ଏଥିସହିତ ମଲ୍ଟିପ୍ଳେକ୍ସ, ଥିଏଟର ମଧ୍ୟ ଖୋଲାଯାଇପାରିବ ।

When will cinema halls open in India?

ଏ ନେଇ ଆବଶ୍ୟକ ଏସ୍‌ଓପି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯିବ । ସୁଇମିଂ ପୁଲକୁ ଟ୍ରେନିଂ ଏବଂ କ୍ରୀଡ଼ାବିତମାନେ ବ୍ୟବହାର କରିପାରିବେ । ଏ ନେଇ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ଜାରି କରାଯିବ । ମନୋରଞ୍ଜନ କେନ୍ଦ୍ର, ପାର୍କ ଭଳି ସ୍ଥାନକୁ ଖୋଲିବା ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏ ସମ୍ପର୍କିତ ଏସ୍ଓପି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏସଓପି ଜାରି କରାଯିବ ।

Watch: Jayanagar swimming pool will finally be inaugurated today

ଅପରପକ୍ଷରେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କିତ ନିଷ୍ପତ୍ତି ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନେଇପାରିବେ । ତେବେ ଏ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନେ ଅକ୍ଟୋବର ୧୫ ପରେ ନିଷ୍ପତ୍ତି ନେଇପାରିବେ । ସ୍କୁଲ, କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେଇପାରିବେ ।

Maharashtra: Tussle between schools, parents intensifies over payment of  fee | Education News,The Indian Express

ତେବେ ଅନଲାଇନ୍ ଏବଂ ଡିଷ୍ଟାନ୍ସ କ୍ଳାସ୍ ମଧ୍ୟ ଜାରି ରହିବ । ଯେଉଁ ସ୍କୁଲମାନେ ଅନ୍‌ଲାଇନ୍ କ୍ଳାସ୍ କରୁଛନ୍ତି ସେଠାରେ ଛାତ୍ରଛାତ୍ରୀମାନେ ଚାହିଁଲେ ଅନ୍‌ଲାଇନ୍ ମାଧ୍ୟରେ କ୍ଳାସ୍ କରିପାରିବେ ନଚେତ୍ ସିଧାସଳଖ ସ୍କୁଲ ଯାଇ ମଧ୍ୟ କ୍ଳାସ୍ କରିପାରିବେ । ଅଭିଭାବକଙ୍କ ଲିଖିତ ଅନୁମତି ଆଧାରରେ ହିଁ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସିପାରିବେ । କ୍ଳାସ୍‌ ଆରମ୍ଭ ହେଲେ ଛାତ୍ରଛାତ୍ରୀ ସ୍କୁଲ ଆସିବା ଓ ନଆସିବା ଏହା ଅଭିଭାବକଙ୍କ ସମ୍ମତି ଉପରେ ହିଁ ନିର୍ଭର କରେ । ଏ ନେଇ କୌଣସି ପ୍ରକାର ବାଧ୍ୟ କରାଯାଇପାରିବନାହିଁ ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ଏସଓପିକୁ  ଆଧାର କରି ନିଜସ୍ୱ ଏସ୍‌ଓପି ଜାରି କରିବେ । ଯେଉଁ ସ୍କୁଲଗୁଡ଼ିକ ଖୋଲିବ ସେଠାକାର ସରକାରଙ୍କ ପକ୍ଷରୁ ଜାରି ଏସଓପି ମାନିବାକୁ ବାଧ୍ୟ । ତେବେ ଉଚ୍ଚଶିକ୍ଷା ବିଭାଗ ଓ ଶିକ୍ଷା ବିଭାଗ ସ୍କୁଲ ଓ କଲେଜ ଖୋଲିବା ନେଇ ସମୟ ନିର୍ଦ୍ଧାରଣ କରିପାରନ୍ତି ।

ଭୁଶୁଡୁଛି ଲାଲ୍‌ଗଡ଼ ! ମାଓନେତା ଜେମିଲି କାମେଶ ଗିରଫ, ବିଭିନ୍ନ ଥାନାରେ ଥିଲା ୧୦୦ଟି ମାମଲା

ରାୟଗଡ଼ା: ଭୁଶୁଡୁଛି ଲାଲ୍‌ଗଡ଼ । ଜଣକ ପରେ ଜଣେ ମାଓନେତାଙ୍କୁ ଗିରଫ କରୁଛି ପୋଲିସ । ବୁଧବାର ଗିରଫ ହୋଇଛନ୍ତି ମାଓନେତା ଜେମିଲି କାମେଶ । ଆନ୍ଧ୍ର ଡିଆଇଜି ଏଲ.କେ.ଭି ରଙ୍ଗାରାଓଙ୍କ ନେତୃତ୍ୱରେ ଚାଲିଥିବା ଅପରେସନରେ କାମେଶଙ୍କୁ ଗିରଫ କରାଯାଇଛି । ତାଙ୍କଠାରୁ ରାଇଫଲ ସହ ୨୦ ରାଉଣ୍ଡ ଗୁଳି, ୫୦କିଲୋ ଜିଲେଟିନ୍ ଜବତ କରାଯାଇଛି ।

କୁନକୁମ୍ପାପୁଡି ହରି ନାମରେ ପରିଚିତ କାମେଶ ଦୀର୍ଘ ୧୪ବର୍ଷ ଧରି ମାଓ ସଙ୍ଗଠନରେ କାମ କରୁଥିଲେ । କାମେଶଙ୍କ ନାଆଁରେ ବିଶାଖାପାଟଣା, ପୂର୍ବ ଗୋଦାବରୀ ଓ ଓଡ଼ିଶାରେ ଶହେଟି ମାମଲା ରହିଛି । ତୁକରାଇ, ବାତ୍ତୁନୁର ଓ ଚେରୁକୁମ୍ପାକାଲୁ ପ୍ରଜାକୋର୍ଟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କାମେଶ । ସେ ୫ ହତ୍ୟା ସହ ୪ଟି ଲ୍ୟାଣ୍ଡଲାଇନ ବିସ୍ଫୋରଣ ଓ ୭ ଗୁଳିକାଣ୍ଡରେ ଜଡିତ ଥିଲେ । କାମେଶଙ୍କୁ ଧରିବା ପାଇଁ ୪ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।

ତେବେ ୨୦୨୦ ମସିହାରେ ମୋଓବାଦୀ ଦମନ ଅପରେସନ୍‌ ତୀବ୍ର କରାଯାଇଛି । ପୋଲିସ ଓ ଯବାନମାନଙ୍କ ମଳିତ ଚଢ଼ାଉରେ ଅନେକ ସଫଳତା ମିଳିଛି । ପୋଲିସ ଭୟରେ ଅନେକ ମାଓବାଦୀ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ବେଳେ ଅନେକ ମାଓ କ୍ୟାମ୍ପକୁ ଧ୍ୱଂଶ କରିଛି ପୋଲିସ ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୨୧୯ ସଂକ୍ରମିତ, ବିଏମସିରୁ ସର୍ବାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଆରୋଗ୍ୟ ଆଣୁଛି ଆଶ୍ୱସ୍ତି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ମନ୍ତ୍ରାଳୟ ସୂଚନା ଦେଇଛି । ଗତ ୨୪ ଘଣ୍ଟାରେ ୪ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୧ ଲକ୍ଷ ୮୫ ହଜାର ୭୦୦ରେ ପହଞ୍ଚିଛି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୨୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡ଼ା ୨୩୨, ଅନୁଗୁଳ ୨୦୯, ଜଗତସିଂହପୁର ୧୬୩, କେନ୍ଦ୍ରାପଡ଼ା ୧୬୧, ମୟୂରଭଞ୍ଜ ୧୫୩, ରାୟଗଡ଼ା ୧୩୨, ଯାଜପୁର ୧୨୯, ବଲାଙ୍ଗିର ୧୨୩, ବାଲେଶ୍ୱର ୧୧୯, ଭଦ୍ରକ ୧୧୪, ସମ୍ବଲପୁର ୧୧୩, ବରଗଡ଼ ୧୧୨, କନ୍ଧମାଳ ୮୭, ଢେଙ୍କାନାଳ ୮୫, କେନ୍ଦୁଝର ୮୩, ସୋନପୁର ୭୯, ନବରଙ୍ଗପୁର ୭୫, କୋରାପୁଟ ୭୨, ଗଞ୍ଜାମ ୬୧, ନୂଆପଡ଼ା ୬୦, ମାଲକାନଗିରି ୫୬, ସୁନ୍ଦରଗଡ଼ ୫୫, ନୟାଗଡ଼ ୫୪, ବୌଦ୍ଧ ୪୯, ଗଜପତି ୩୯, କଳାହାଣ୍ଡି ୩୫, ଦେବଗଡ଼ ୨୧ ଓ ଷ୍ଟେଟ ପୁଲରୁ ୧୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ଏଯାବତ୍ ୨ ଲକ୍ଷ ୧୯ ହଜାର ୧୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୪୨ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୩୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୬ ଜଣ ସୁସ୍ଥ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୭୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୨୧ ହଜାର ୮୯୫କୁ ବୃଦ୍ଧି ପାଇଥିବା ବେଳେ ୯୩ ଜଣଙ୍କ ମୃତ୍ୟୁ ହୋଇଛି । ୧୮ ହଜାର ୨୪୮ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଏବେ ୩ ହଜାର ୫୩୭ଟି ସକ୍ରିୟ ମାମଲା ରହିଛି ।

ଫି’‌ ଦେଇନଥିବାରୁ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବଞ୍ଚିତ ଛାତ୍ରଛାତ୍ରୀ, ଅଭିଭାବକଙ୍କ ମନରେ ଅସନ୍ତୋଷ

0

କେନ୍ଦୁଝର: କରୋନା ମହାମରୀ ସମୟର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍‌‌ ଉଜାଡ଼ି ଦେଇଛି ଅନେକଙ୍କ ଜୀବନ ଜୀବୀକା । ଏମିତିକି ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ମଧ୍ୟ ଭୁଶୁଡ଼ି ଯାଇଛି । ଦୀର୍ଘ ଦିନ ଧରି ସ୍କୁଲ କଲେଜ ବନ୍ଦ ରହିବା ପରେ ହଠାତ୍‌ ସରକାର ଘୋଷଣା କରିଥିଲେ ଅନ୍‌ଲାଇନ୍‌ ପାଠପଢ଼ା ହେବ । ଅନ୍‌ଲାଇନ୍‌ ପାଠ ପଢ଼ା ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ସବୁ କ୍ଷେତ୍ରରେ ଏହା ସମ୍ଭବ ହୋଇପାରି ନାହିଁ । କାରଣ ଏବେ ବି ସବୁ ଗାଁରେ ମୋବାଇଲ ନେଟ୍‌ଓ୍ୱାର୍କ କିମ୍ବା ବଦ୍ୟୁତ ସଂଯୋଗ ନାହିଁ ।

Bidya Niketan

ସେପଟେ ସରକାରଙ୍କ ଘୋଷଣା ପୂର୍ବରୁ କିଛି ଘରୋଇ କଲେଜ ଓ ସ୍କୁଲ ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କରିଥିଲେ । କିଛି ଘରୋଇ ସ୍କୁଲ ଅନ୍‌ଲାଇନ୍‌ କ୍ଲାସ୍‌ ନେଇ ମନମାନୀ ଆରମ୍ଭ କରିଛନ୍ତି । କିଛି ଛାତ୍ରଛାତ୍ରୀ ସ୍କୁଲ୍‌ ଫି’‌ ଦେଇନଥିବାରୁ ସେମାନଙ୍କୁ ଅନ୍‌ଲାଇନ୍‌ କ୍ଲାସ୍‌ରୁ ବଞ୍ଚିତ କରାଯାଇଛି । ଯାହା ଫଳରେ ଅଭିଭାବକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଲୋକଙ୍କ ଜୀବନ ଜୀବୀକା ଉଜାଡ଼ି ଦେଇଥିବା ବେଳେ ଘରୋଇ ସ୍କୁଲର ଏଭଳି ମନମାନୀ କେତେ ଦୂର ଯଥାର୍ଥ ବୋଲି ସାଧାରଣ ପ୍ରଶ୍ନ ସୃଷ୍ଟି ହୋଇଛି ।

Bidya Niketan

ଏଭଳି ଘଟାଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ରବିନ୍ଦ୍ର ବିଦ୍ୟାନିକେତନ ଫି ଦେଇପାରିନଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ କ୍ଲାସରୁ ବାଦ୍‌ କରିଛି । ଏନେଇ ପୂର୍ବରୁ ଅଭିଭାବକ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେଇ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ କଡ଼ା ଚେତାବନୀ ଦେଇଥିଲେ । ଏହା ସତ୍ତ୍ୱେ ବି ରବିନ୍ଦ୍ର ବିଦ୍ୟାନିକେତନ ଏହାକୁ ଅମାନ୍ୟ କରିଥିବାରୁ ବୁଧବାର ରାଜ୍ୟ ଅଭିଭାବକ ମହାସଂଘର ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁପସ୍ଥିତିରେ ଡ଼ିପିସିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏହାକୁ ଗୁରୁତର ସହ ନେଇ ଉକ୍ତ ଶିକ୍ଷା ଅନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ଡ଼ପିସି କହିଛନ୍ତି ।

ବୈଜ୍ଞାନିକଙ୍କ ଚେତାବନୀ ! ଜାଡ଼ରେ ଆହୁରି ଘାତକ ହେବ କରୋନା, ଜାଣନ୍ତୁ କଣ କରିବେ…

ନୂଆଦିଲ୍ଲୀ: ବର୍ଷା ପରେ ଆସୁଛି ଶୀତ । ଋତୁ ବଦଳିବା ସହ ପୁଣି ବଢ଼ିବ କି କରୋନାର ପ୍ରକୋପ । ଏହା ଉପରେ ଚେତାବନୀ ଦେଇଛନ୍ତି ଆମେରିକାର ବୈଜ୍ଞାନିକ । ଥଣ୍ଡା ଥଣ୍ଡା ଆସ୍ତେ ଆସ୍ତେ ବଢ଼ିବା ସହିତ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେବା ସହ ଭାଇରସର ପ୍ରଭାବ ବଢିବ । ବୈଜ୍ଞାନିକଙ୍କ ଅନୁସାରେ ଥଣ୍ଡା ପଡ଼ିବା ପରେ ଲୋକ ଘର, ଅଫିସ୍ କିମ୍ବା ବନ୍ଦ ଜାଗାରେ ରହିବାକୁ ପସନ୍ଦ କରିବେ । ଲୋକ ଘରେ ରହିବା କରୋନା ଭାଇରସ୍ ପାଇଁ ଅନୁକୂଳ ପରିବେଶ ଯୋଗାଇବ । କାରଣ ଘରେ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବା ବିପଦ ଅଧିକ ।

Coronavirus Alert US Scientists The Risk Of Covid-19 In Cold Will Increase Keep Windows Open

କୋଲୋରାଡୋ ଷ୍ଟେଟ୍ ୟୁନିଭରସିଟିର ଏଟମୋସ୍ଫିୟର କେମିଷ୍ଟ ଡେଲଫିନ୍ ଫାର୍ମରଙ୍କ ଅନୁସାରେ, ଖରାପ ଭେଣ୍ଟିଲେସନ୍ ହେଉଥିବା ଘରେ ଭାଇରସର ପ୍ରଭାବ ବେଶୀ ଓ ଅଧିକ ସମୟ ରହିବ । ଏହାବାଦ୍ କରୋନା ଉପରେ ରିସର୍ଚ୍ଚ କରୁଥିବା ଆମେରିକୀୟ ଡକ୍ଟର ମାରଙ୍କ ଅନୁସାରେ- ଖରାପ ବା କମ୍ ଭେଣ୍ଟିଲେସନ୍ ହେଉଥିବା ସ୍ଥାନ ଯେମିତି ଅଧିକାଂଶ ରେଷ୍ଟୁରାଣ୍ଟ ଓ ବାରରେ ଅଧିକ ବିପଦ ରହିବ । ଏଭଳି ସ୍ଥାନରେ କରୋନା ଭାଇରସ୍ ଅଧିକ ପରିମାଣରେ ବେଶୀ ସମୟ ରହିପାରିବେ ।

Coronavirus Alert US Scientists The Risk Of Covid-19 In Cold Will Increase Keep Windows Open

ଏହା ପୂର୍ବରୁ ବୈଜ୍ଞାନିକ ପାଇଥିଲେ- ହସ୍ପିଟାଲ ମଧ୍ୟରୁ ସଂକ୍ରମିତଙ୍କ ଠାରୁ ଭାଇରସ୍ ଛୋଟ ଟପଲେଟ୍ସ ରୂପରେ ବାୟୁରେ ୧୬ ଫୁଟ୍ ଯାଏଁ ବ୍ୟାପେ । ଡକ୍ଟର ମାରଙ୍କ ମୁତାବକ- ଏବେ ବି ଭାଇରସ୍ ଠାରୁ ବଞ୍ଚିବାର ସବୁଠୁ ଭଲ ବାଟ ହେଉଛି ନିଜ ଚେହେରାକୁ ଢାଙ୍କି ରଖନ୍ତୁ ଓ ରାସ୍ତାକୁ ବାରମ୍ବାର ଧୁଅନ୍ତୁ ।

Coronavirus Alert US Scientists The Risk Of Covid-19 In Cold Will Increase Keep Windows Open

ବୈଜ୍ଞାନିକଙ୍କ ଅନୁସାରେ ସବୁ ମହଙ୍ଗା ଜିନିଷ ଅପେକ୍ଷା ପାଣି ଓ ସାବୁନର ବ୍ୟବହାର ସବୁଠୁ ଭଳ ଉପାୟ । ଘର ଭିତରେ ଭାଇରସ୍ ବ୍ୟାପିବାକୁ ରୋକିବା ପାଇଁ ବଜାରରେ ବିଭିନ୍ନ ପ୍ରକାରର ମହଙ୍ଗା ଉପକରଣ ମିଳୁଛି । ଏହା ଚଟାଣ ସଫା କରିବା ସହିତ ବାୟୁକୁ ଭାଇରସ୍ ମୁକ୍ତ କରିବା ନେଇ ଦାବି କରୁଛି । ବିଶେଷଜ୍ଞଙ୍କ ଅନୁସାରେ ଏଭଳି ଅଧିକାଂଶ ସାମଗ୍ରୀ ହାନିକାରକ ଅଟେ ।

Coronavirus Alert US Scientists The Risk Of Covid-19 In Cold Will Increase Keep Windows Open

ଡେଲଫିନ୍ ଫାର୍ମର କୁହନ୍ତି- ସୁନ୍ଦର ଦେଖାଯାଉଥିବା ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ନାହିଁ । କାରଣ ପାଣି ଓ ସାବୁନ୍ ଆଜି ବି ସବୁଠୁ ଭଲ କାମ କରୁଛି । ହାୱାର୍ଡ ବିଲ୍ଡିଂ ସେଫ୍ଟି ଏକ୍ସପର୍ଟ ଜୋସେଫ ଏଲେନ କୁହନ୍ତି- କେବଳ ଭେଣ୍ଟିଲେସନ ଠିକ୍ କଲେ ସଂକ୍ରମଣ ରୋକି ହେବ ନାହିଁ । କିଛି ସାମାଜିକ ପ୍ରୟାସ ଦ୍ୱାରା ସଂକ୍ରମଣର ବିପଦକୁ କମାଇ ହେବ ।

Coronavirus Alert US Scientists The Risk Of Covid-19 In Cold Will Increase Keep Windows Open

ବୈଜ୍ଞାନିକଙ୍କ ମୁତାବକ, ଯେତେ ସମ୍ଭବ ଭିଡ଼ରୁ ଦୂରେଇ ରୁହନ୍ତୁ । ଯେମିତି କର୍ମଚାରୀଙ୍କୁ ଘରେ କାମ କରିବାକୁ ପ୍ରୋତ୍ସାହିତ କରନ୍ତୁ । ସେହିଭଳି ଅନୁମତି ପରେ କାହାରିକୁ କୌଣସି ସ୍ଥାନକୁ ଯିବାକୁ ଦିଅନ୍ତୁ । ଏହା ବାଦ୍ ବିଲ୍ଡିଂରେ ଏୟାର ଫିଲ୍ଟର ଲଗାଇବା ସହ ଚଟାଣକୁ ବାରମ୍ବାର ସାନିଟାଇଜ୍ କରନ୍ତୁ । ଲିଫ୍ଟରେ କେତେ ଲୋକ ଯିବେ ସ୍ଥିର କରନ୍ତୁ । ଘରେ ମୁହଁକୁ ଆବଦ୍ଧ କଲା ଭଳି ସୁରକ୍ଷା ଉପକରଣ ସହ ବନ୍ଦ ସ୍ଥାନରେ ମଧ୍ୟ ମାସ୍କ ପିନ୍ଧନ୍ତୁ ।

ଗଜପତି ଜିଲ୍ଲା ସେରୋ ସର୍ଭେ ରିପୋର୍ଟ, ୬୫% ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି

ଗଜପତି: ଆସିଲା ଗଜପତି ଜିଲ୍ଲାର ସେରୋ ସର୍ଭେ ରିପୋର୍ଟ । ୬୫ ପ୍ରତିଶତ ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିବା ତଥ୍ୟରୁ ଜଣାପଡିଛି । ଅଧିକ ସମ୍ବେଦନଶୀଳ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ୪୦ରୁ ୮୫ ପ୍ରତିଶତ ରହିଥିବା ସର୍ଭେରୁ ଜଣାପଡିଥିବା ବେଳେ ସାଧାରଣ ବର୍ଗଙ୍କ ମଧ୍ୟରେ ଏହା ହାରାହାରି ୫୯ ପ୍ରତିଶତ ରହିଥିବା ସୁଚନା ମିଳିଛି ।

ପୁରୁଷଙ୍କ ମଧ୍ୟରେ ୫୩.୧ ଏବଂ ମହିଳାଙ୍କ କ୍ଷେତ୍ରରେ ଏହା ଶତକଡ଼ା ୬୫.୯ ରହିଛି । କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ୫୧ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷ କରି ୪୦ ବର୍ଷରୁ କମ୍ ବୟସ୍କ ମହିଳାଙ୍କ କ୍ଷେତ୍ରରେ ଏହା ଆଶାତୀତ ବୃଦ୍ଧି ପାଇଥିବା ଏହି ସର୍ଭେରୁ ସ୍ପଷ୍ଟ ହୋଇଥିବା ଜିଲ୍ଲାପାଳ ଅନୁପମ୍‌ ସାହା ସୂଚନା ଦେଇଛନ୍ତି । ପାରଳାଖେମୁଣ୍ଡି ମୁନିସିପାଲିଟି ଅଞ୍ଚଳରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଚିଲିଥିଲା ଏହି ସର୍ଭେ କାର୍ଯ୍ୟକ୍ରମ । ଏଥିରେ ମୋଟ ୧୫୧୫ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା ।

SERO SURVEY

ସାଧାରଣ ବର୍ଗଙ୍କ ମଧ୍ୟରୁ ୯୮୪ ଓ ଅଧିକ ସମ୍ବେଦନଶୀଳ ତଥା ଆଶଂକା ଥିବା ବର୍ଗରୁ ୫୩୨ ଜଣଙ୍କ ସାମ୍ପୁଲ ପରୀକ୍ଷା ପାଇଁ ନିଆଯାଇଥିଲା । ଆଜି ଆର୍‌ଏମ୍‌ଆର୍‌ସି, ଭୁବନେଶ୍ୱର ଠାରୁ ପରୀକ୍ଷା ତଥ୍ୟ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି ।

ଶିମିଳିପାଳ ବନ୍ୟପ୍ରାଣୀ ସଂରକ୍ଷଣ, ଅଭିବୃଦ୍ଧିରେ ଖର୍ଚ୍ଚ ହେଲାଣି ୫୮ କୋଟି ୭୨ ଲକ୍ଷ ୧୯ ହଜାର

ଭୁବନେଶ୍ୱର: ଓଡ଼ିଶାରେ ବିଗତ ୩ ବର୍ଷରେ ଶିମିଳିପାଳ ଜୈବମଣ୍ଡଳରେ ବନ୍ୟପ୍ରାଣୀ ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ମୋଟ ୫୮ କୋଟି ୭୨ ଲକ୍ଷ ୧୯ ହଜାର ଖର୍ଚ୍ଚ ହୋଇଛି । ୨୦୧୭ ମସିହାରେ ହାତୀ ଗଣନା ଅନୁଯାୟୀ ସମଗ୍ର ରାଜ୍ୟରେ ୧୯୭୬ ଟି ହାତୀ ଥିବା ଜଣାପଡିଛି । ଏହି ଆକଳନ ଅନୁଯାୟୀ ଶିମିଳିପାଳ(ଉତ୍ତର)  ଓ (ଦକ୍ଷିଣ) ବନ୍ୟାପ୍ରାଣୀ ବନଖଣ୍ଡରେ ୩୩୦ ଗୋଟି ହାତୀ ଥିବା ଜଣାପଡିଛି ।

ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୬ରେ କଲରାପତରିଆ ବାଘଙ୍କ ସଂଖ୍ୟା ଗଣନା କରାଯାଇଥିଲା । ଏମାନଙ୍କ ସଂଖ୍ୟା ୪୧ ଥିବା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ଏନଟିସିଏ ଦ୍ୱାରା ମିଳିଥିବା ସର୍ବିଶେଷ ବ୍ୟାଘ୍ର ଆକଳନର ତଥ୍ୟାନୁଯାୟୀ, ୨୦୧୮ରେ ଶିମିଳିପାଳ(ଉତ୍ତର ଏବଂ ଦକ୍ଷିଣ) ବନଖଣ୍ଡରେ ୧୬ରୁ ୨୧ ଗୋଟି ମହାବଳ ବାଘ ଥିବାର ଆକଳନ କରାଯାଇଥିଲା । ୨୦୧୮ ଗଣନା ଅନୁସାରେ ଶିମିଳିପାଳ ମଧ୍ୟରେ କୁଟୁରାର ଘନତ୍ୱ ବର୍ଗ କିଲୋ ମିଟର ଭିତ୍ତିରେ ଭାରତରେ ପ୍ରଥମସ୍ଥାନ ଅଧିକାର କରିଛି ।

ଆହୁରି ଏକ ଉଲ୍ଲେଖନୀୟ ବିଷୟ ଏହି କି ଯେ, ଏନଟିସିଏ-ଡବ୍ଲ୍ୟୁ ଆଇଆଇ ଦ୍ୱାରା ପ୍ରକାଶିତ management effectiveness evaluation of tiger reserve ୨୦୧୮ ରିପୋର୍ଟ ରେ ଶିମିଳିପାଳକୁ ୭୨.୬୭ ପ୍ରତିଶତ ନମ୍ବର ମିଳିଛି । ୪ ବର୍ଷ ପୂର୍ବେ ଏହା ୫୮.୦୬ ପ୍ରତିଶତ ରହିଥିଲା ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ଓଡ଼ିଶଆରେ ଗତ ୪ ବର୍ଷ ମଧ୍ୟରେ ବ୍ୟାଘ୍ର ଘନତ୍ୱ ପୂର୍ବାପେକ୍ଷା ଦ୍ୱିଗୁଣ ହୋଇ ୧.୦୨/୧୦୦ ବର୍ଗ କିମି ରହିଛି ।ଏହି ତଥ୍ୟ ଏନଟିସିଏ ଏବଂ ଡବଲ୍ୟୁଆଇଆଇ,ଡେରାଡୁନ୍ ତରଫରୁ ପ୍ରକାଶିତ ୨୦୧୮ ମସିହା ବ୍ୟାଘ୍ର ଗଣନା ରିପୋର୍ଟରେ ପ୍ରକାଶ ପାଇଛି । ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଣତାରକା ପ୍ରଶ୍ନ ନଂ୩୯ର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଏହି ତଥ୍ୟ ଦେଇଥିବା ଜଣାପଡିଛି ।

 

ପୁଣି ଆୟକର ଦାଖଲ ଅବଧି ବଢ଼ାଇଲେ ସରକାର

0

ନୂଆଦିଲ୍ଲୀ: ଗୁଡସ୍ ଆଣ୍ଡ ସର୍ଭିସ୍ ଟ୍ୟାକ୍ସ (ଜିଏସଟି) ଭରିବା ଅବଧିକୁ  ବୃଦ୍ଧି କରିଛନ୍ତି ଭାରତ ସରକାର । ୨୦ ୧୮-୧୯ ଆର୍ଥିକ ବର୍ଷର ରିଟର୍ଣ୍ସ ଓ ଅଡିଟ୍ ରିପୋର୍ଟ ପ୍ରଦାନ ନେଇ ଅକ୍ୱୋବର ୩୧ ତାରିଖକୁ ଅବଧି ବୃଦ୍ଧି କରିଛନ୍ତି ସରକାର ।

ଆଦର୍ଶ ଆଚରଣ ବିଧି ମଧ୍ୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନୁମତି ପରେ ବର୍ଷିକ ଆୟକର ଦାଖଲ ଅବଧିକୁ ୩୦ ସେପ୍ୱେମ୍ୱର୨୦୨୦ରୁ ଏହାକୁ ୩୧ ଅକ୍ୱୋବର୨୦କୁ ବୃଦ୍ଧି କରାଯାଇଛି । ଏନେଇ ଟ୍ୱିଟ୍ ଯୋଗେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନ୍‌ଡାଇରେକ୍ଟ ଟ୍ୟାକ୍ସ ଏବଂ କଷ୍ଟମ୍ସ୍ (ସିବିଆଇସି) ପକ୍ଷରୁ ସୂଚନା ଦେଇଛନ୍ତି ।

ହାଥରସ୍ ଗଣଦୁଷ୍କର୍ମ ମାମଲା: ‘ବିକାଶ ଦୁବେ’ କାର୍ଯ୍ୟାନୁଷ୍ଠାନ ନେଇ ଇସାରା ଦେଲେ ବରିଷ୍ଠ ବିଜେପି ନେତା