spot_img
Home Blog Page 6358

ରାଜ୍ୟରେ ୨୪ଘଣ୍ଟାରେ ୩,୪୪୩ ସଂକ୍ରମିତ ଚିହ୍ନଟ, ୧୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ନିୟନ୍ତ୍ରଣରେ ଆସୁଛି କରୋନା ମାହାମାରୀ । ସରକାରଙ୍କ ପଦକ୍ଷେପ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୪୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୧୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୪୨୬ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି । ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଖୋର୍ଦ୍ଧାରୁ ସର୍ବାଧିକ ସର୍ବାଧିକ ୬୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି ସେହିପରି କଟକରୁ ୩୫୯ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୦୦, ବାଲେଶ୍ୱରରୁ  ୧୫୨ , ବରଗଡ଼ରୁ ୧୧୧, ଭଦ୍ରକରୁ ୯୫ ବଲାଙ୍ଗୀରରୁ ୧୧୪, ବୌଦ୍ଧରୁ ୧୦, ଦେଓଗଡ଼ରୁ ୧୩, ଢେଙ୍କାନାଳରୁ ୪୭, ଗଜପତିରୁ ୧୮, ଗଞ୍ଜାମରୁ ୫୪, ଜଗତସିଂହପୁରରୁ ୭୮ , ଯାଜପୁର ୧୩୦ ଝାରସୁଗୁଡ଼ାରୁ ୭୭, କଳାହାଣ୍ଡିରୁ ୬ , କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୧୦୧, କେନ୍ଦୁଝରରୁ୯୭, କୋରାପୁଟରୁ ୫୨, ମାଲକାନଗିରିରୁ ୨୯, ମୟୁରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୮୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୮୭, ପୁରୀରୁ ୧୩୨ , ରାୟଗଡ଼ାରୁ ୨୯, ସମ୍ବଲପୁର ୧୩୧, ସୁନ୍ଦରଗଡ଼ରୁ ୮୧, ସୋନପୁରରୁ ୯୪,ଷ୍ଟେଟ ପୁଲ୍ ୧୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୧୯ହଜାର ୧୧୯କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୧୩ରେ ପହଞ୍ଚିଛି । ଏବେ ସୁଦ୍ଧା ୧ ଲକ୍ଷ ୮୧ ହଜାର ୪ଶହ ୮୧ ସୁସ୍ଥ ହୋଇଥିବା ବେଳେ, ୩୬ ହଜାର ୭ ଶହ ୪୩ ସକ୍ରିୟ ମାମଲା ରହିଛି । ସେହିଭଳି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୪୨ରେ ପହଞ୍ଚିଛି ।

ବହୁ ଚର୍ଚ୍ଚିତ ବାବ୍ରି ମାମଲାର ରାୟ: ଲାଲ କୃଷ୍ଣ ଆଡଭାନୀ ଓ ମନୋହର ଯୋଶୀଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବାବ୍ରି ମଜସିଦ ଧ୍ୱଂସର ମାମଲାର ଆସିଲା ରାୟ । ଦୀର୍ଘ ୨୮ ବର୍ଷ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି ସିବିଆଇ କୋର୍ଟ । ବାବ୍ରି ମସଜିଦ ଧ୍ୱଂସ ମାମଲାରେ ଥିବା ସମସ୍ତ ୩୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଛନ୍ତି ଜଜ୍ ଏସ. କେ. ଯାଦବ । ଆଡଭାନୀ, ଯୋଶୀ ଉମା ଭାରତୀ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ । ଘଟଣା ଯୋଜନାବଦ୍ଧ ନଥିବା କହିଛନ୍ତି ଜଜ୍ ।

ଶେଷରେ ୨୮ ବର୍ଷ ତଳର ବହୁଚର୍ଚ୍ଚିତ ବାବ୍ରି ମସଜିଦ ପତନର ରାୟ ଆସିଛି । ଅଢେଇ ହଜାର ଫର୍ଦ୍ଦର ଚାର୍ଜସିଟ୍, ୩୫୧ ଜଣ ସାକ୍ଷୀ ଆଉ ୧୭ ବର୍ଷର ଯାଞ୍ଚରେ ୪୯ ଅଭିଯୁକ୍ତ ଥିଲେ । ଏହା ଭିତରେ ୧୭ ଜଣଙ୍କର ପରଲୋକ ହୋଇସାରିଛି । ଲକ୍ଷ୍ନୌ ସିବିଆଇ ସ୍ୱତନ୍ତ୍ର ଅଦାଲତ ବହୁ ପ୍ରତୀକ୍ଷିତ ରାୟ ଶୁଣାଇଛନ୍ତି । ରାୟ ଉପରେ ସାରା ଦେଶର ନଜର ରହିଥିଲା । କାରଣ ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଉମା ଭାରତୀ, କଲ୍ୟାଣ ସିଂହ, ମୁରଲି ମନହୋର ଯୋଶୀଙ୍କ ସମେତ ଆଉ ୩୨ ଜଣ ଅଭିଯୁକ୍ତ ଜୀବିତ ଥିଲେ ।

କୋର୍ଟରେ ଶୁଣାଣି ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରାୟ ପୂର୍ବରୁ କେବଳ ୨୬ ଜଣ ଉପସ୍ଥିତ ଅଛନ୍ତି । ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲି ମନୋହର ଯୋଶୀ, ଉମା ଭାରତୀ, ରାମ ଚନ୍ଦ୍ର କ୍ଷତ୍ରୀ, ସୁଧୀର କକ୍କଡଙ୍କ ପ୍ରମୁଖ ୫ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ରହିନଥିଲେ । ବିଭିନ୍ନ କାରଣରୁ ସେମାନେ କୋର୍ଟରେ ଉପସ୍ଥିତ ରହିବେ ନାହିଁ ବୋଲି ଓକିଲଙ୍କ ଜରିଆରେ ପ୍ରାର୍ଥନା ପତ୍ର ଦେଇଥିଲେ ।

 

ବାବ୍ରି ମସଜିଦ୍ ଢାଞ୍ଚା ଭାଙ୍ଗିବା ପଛରେ କୌଣସି ଷଡ଼ଯନ୍ତ୍ର ନଥିଲା ବୋଲି ଶୁଣାଣି ହୋଇଛି । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷ ଜେଲ୍ ହୋଇଥାନ୍ତା । ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ବାବ୍ରି ମସଜିଦ୍ ବିବାଦୀୟ ଢାଞ୍ଚାକୁ ଭଙ୍ଗା ଯାଇଥିଲା । ଅଭିଯୋଗ ହୋଇଥିଲା ଘଟଣାସ୍ଥଳରେ ଉପସ୍ଥିତ ଥିବା ନେତାଏ ଉସୁକାଇବା ଫଳରେ ଏହାକୁ ଭଙ୍ଗାଯାଇଥିଲା । ସାକ୍ଷୀଙ୍କ ପ୍ରମାଣ ଓ ଦସ୍ତାବିଜ୍ ଆଧାରରେ ମାମଲାର ଶୁଣାଣି କରିଛନ୍ତି କୋର୍ଟ । ଏହି ହାଇପ୍ରୋଫାଇଲ ମାମଲାରେ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ଅଯୋଧ୍ୟା ଓ ଲକ୍ଷ୍ନୌରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରାୟ ୨୦୦୦ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ଉତ୍ତର ପ୍ରଦେଶର ୨୫ଟି ଜିଲ୍ଲାରେ ରାପିଡ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି ।

ଆଗାମୀ ୧ ଓ ୨ ତାରିଖରେ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ପୁଣି ବର୍ଷା । ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଭଦ୍ରକ, ବାଲେଶ୍ୱର, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଜଗପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ରାୟଗଡା, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, କେରାପୁଟ ଜିଲ୍ଲାକୁ ଆଜି ପାଇଁ ଆଲର୍ଟ କରାଯାଇଛି ।

ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଏବେ ଆଗକୁ ବର୍ଷାର ସମ୍ଭାବନ ରହିଛି ବୋଲି ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଆଗାମୀ ୧ ଓ ୨ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉତ୍ତର ପୂର୍ବ ଓଡିଶାର ସବୁ ଜିଲ୍ଲାକୁ ବିଜୁଳି ଘଡଘଡି ନେଇ ସତର୍କ ସୂଚନା ଜାରି କରାଯାଇଛି ।

ନିୟମ ଉଲ୍ଲଂଘନ କରିବାରୁ ଓଡ଼ିଶାରେ ସବୁଠୁ ଅଧିକ ଟଙ୍କାର ଜରିମାନା

ବରଗଡ଼: କରୋନା କାଳରେ ସରକାରଙ୍କ ବିଭିନ୍ନ ପ୍ରକାର ପଦକ୍ଷେପ କାରଣରୁ ଓଡ଼ିଶାରେ କରୋନା ନିୟନ୍ତ୍ରଣକୁ ଆସିଛି । କୋଭିଡ଼ ପରିଚାଳନା ପାଇଁ ଓଡ଼ିଶାକୁ ଖୁବ୍ ପ୍ରସଂଶା ମଧ୍ୟ କରାଯାଉଛି । କିନ୍ତୁ କେତକ ଅମାନିଆଙ୍କ ନିୟମ ଉଲ୍ଲଂଘନ କାରଣରୁ ବିଭିନ୍ନ ପ୍ରକାର ସମସ୍ୟାରେ ପଡ଼ୁଛନ୍ତି ସରକାର । ଏହି ସମୟରେ ଆନ୍ଦୋଳନ କରିବା ପଡ଼ିଛି ମହଙ୍ଗା  । ଏବଂ ଏହାର ଭରଣ ସ୍ୱରୂପ ସରପଞ୍ଚଙ୍କୁ ଏକ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।

ଘଟଣା ଘଟିଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକରେ । ଗୌରେନ ମୁଣ୍ଡା ପଂଚାୟତରେ କିରୋସିନି ଘୋଟଲା ହୋଇଥିବା ଅଭିଯୋଗରେ ଗତକାଲି ବିଡ଼ିଓ ଅଫିସ ଘେରାଉ କରିଥିଲେ  ଶତାଧିକ ଗ୍ରାମବାସୀ । ସରପଂଚ ମାଲବ ସାହୁଙ୍କ ନେତୃତ୍ୱରେ ପ୍ରାୟ୧୫୦ଜଣ ଗ୍ରାମବାସୀ ବିଡିଓ ଅଫିସକୁ ଯାଇଥିବା ବେଳେ କୋଭିଡ ନିୟମ ଉଲଘଂନ କରାଯାଇଛି ବୋଲି ଗାଇସିଲେଟ ବିଡ଼ିଓ ନିରଞ୍ଜନ ସାଏ ଏକ ଲକ୍ଷ ଟଙ୍କା ସରପଞ୍ଚଙ୍କୁ ଜରିମାନା କରିଛନ୍ତି । ଏତେ ଟଙ୍କାର ଜରିମାନା କୋଭିଡ ନିୟମ ଉଲ୍ଲଂଘନ କରିବା ଓଡ଼ିଶାରେ ପ୍ରଥମ ଘଟଣା ।

ଦେଶରେ ୬୨ ଲକ୍ଷ ଟପିଲା ସଂକ୍ରମଣ: ଦିନକରେ ୮୦ ହଜାରରୁ ଅଧିକ ଆକ୍ରାନ୍ତ,୧୧୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୮୦ହଜାର ୪୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୧୭୯ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୬୨ଲକ୍ଷ ୨୫ହଜାର ୭୬୪ ଥିବା ବେଳେ ଆକ୍ଟିଭ୍ କେସ୍ ୯ଲକ୍ଷ ୪୦ହଜାର ୪୪୧, ସୁସ୍ଥ ହେଲେଣି ୫୧ଲକ୍ଷ ୮୭ ହଜାର ୮୨୬ଜଣ. କରୋନାରେ ଦେଶରେ ୯୭ହଜାର ୪୯୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ ।

ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ୧୩ଲକ୍ଷ ୬୬ହଜାର ୧୨୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୩୬ହଜାର ୧୮୧ । ଆନ୍ଧ୍ରପ୍ରଦେଶରେ ୬ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ୫ହଜାର ୭୮୦ରେ ପହଞ୍ଚିଛି । କର୍ଣ୍ଣାଟକ ଓ ତାମିଲନାଡୁରେ ୫ଲକ୍ଷରୁ ଅଧିକ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହେଲେଣି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୨ ପ୍ରାର୍ଥୀ ମୁହାଁମୁହିଁ, ହେଲା ଖୁବ ହଙ୍ଗାମା

ଯୁକ୍ତରାଷ୍ଟ୍ର ଆମେରିକା: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୨ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ଡିବେଟ୍ । ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍‌ଙ୍କ ମଧ୍ୟରେ ନିର୍ବାଚନୀ ବିତର୍କ ଚାଲିଛି । ଓହିଓ କେଭଲ୍ୟାଣ୍ଡରେ ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ପ୍ରାର୍ଥୀ ନିଜ ବିଚାର ରଖିବା ସହ ଆଗାମୀ ଯୋଜନା ସଂପର୍କରେ ମତ ରଖୁଛନ୍ତି ।

କରୋନା ସଂକ୍ରମଣ ଓ ବର୍ଣ୍ଣବୈଷମ୍ୟ ନେଇ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି ବିଡେନ୍ । ବିଡେନ୍ କହିଛନ୍ତି, ଯେତେବେଳେ କରୋନା ମହାମାରୀ ବ୍ୟାପୁଥିଲା, ଟ୍ରମ୍ପ ସେତେବେଳେ ଷ୍ଟକ୍ ମାର୍କେଟ୍ ଦେଖୁଥିଲେ । ଟ୍ରମ୍ପ ଏପର୍ଯ୍ୟନ୍ତ ଆମେରିକାର ସବୁଠୁ ଖରାପ ରାଷ୍ଟ୍ରପତି । ସେପଟେ ତାଙ୍କ ସରକାର କରୋନା ମୁକାବିଲା ସଫଳତା ସହ କରିଛି ।

ଏଥିପାଇଁ ଚୀନ୍‌କୁ ଦାୟୀ କରିଛନ୍ତି ଟ୍ରମ୍ପ । ଭାରତ, ଚୀନ୍, ଋଷ କରୋନା ମୃତ୍ୟୁ ନେଇ ସଠିକ୍ ତଥ୍ୟ ଦେଇନଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି । ସେହିପରି ଟ୍ରମ୍ପ ଟ୍ୟାକ୍ସ ଭରୁନଥିବା ପ୍ରସଙ୍ଗ ମଧ୍ୟ ବିତର୍କରେ ଉଠିଥିଲା । ବର୍ଣ୍ଣ ବୈଷମ୍ୟ ନେଇ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଥିଲେ ବିଡେନ୍ । ଲୋକଙ୍କୁ ଏକାଠି କରିବା ବଦଳରେ ସେ ଘୃଣା ବଢାଉଥିବା ଅଭିଯୋଗ କରିଛନ୍ତି । ସେହିପରି ଟ୍ରମ୍ପଙ୍କ ଶାସନ ସମୟରେ ଆମେରିକା ସବୁଠୁ ଦୁର୍ବଳ, ଅସୁସ୍ଥ, ଗରୀବ ଓ ହିଂସକ ଦେଶ ହୋଇଥିବା ବିଡେନ୍ କହିଛନ୍ତି । ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବ । ଏହାପୂର୍ବରୁ ଆଜି ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ବିତର୍କ ହୋଇଛି ।

ହାଥରସ ଗଣଦୁଷ୍କର୍ମକୁ ନେଇ ରାହୁଲଙ୍କ ଟ୍ୱିଟ୍: କହିଲେ ‘ପୀଡ଼ିତାଙ୍କ ପରିବାରଠାରୁ ଅନ୍ତିମ ସଂସ୍କାରର ଅଧିକାର ଛଡେଇନେଲେ’

0

ହାଥରସ: ଉତ୍ତରପ୍ରଦେଶର ହାଥରସ ଗଣ ଦୁଷ୍କର୍ମ ମାମଲାରେ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ୨୦ ବର୍ଷ ବୟସ୍କାଙ୍କର ଗଣ ଦୁଷ୍କର୍ମ ଏବଂ ନିର୍ଯାତନାର ଶିକାର ହୋଇ ମୃତ୍ୟ ହୋଇଥିଲେ । ମୃତ୍ୟୁ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇ ନାହିଁ । ଏହାକୁ ନେଇ ମଙ୍ଗଳବାର ବହୁତ ଉତ୍ତେଜନା ପ୍ରକାଶ ପାଇଥିଲା । ଦିନସାରା ଡାକ୍ତରଖାନା ବାହାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିଲା ।

ବିଳମ୍ବିତ ରାତିରେ ପୋଲିସ ମୃତଦେହକୁ ଜବରଦସ୍ତି ଅନ୍ତିମ ସଂସ୍କାର କରିଥିଲା । ଘଟଣାସ୍ଥଳରେ ଉପସ୍ଥିତ ସାମ୍ବାଦିକମାନେ ପୋଲିସକୁ ପଚରାଉଚରା ଜାରି ରଖିଥିଲେ ମଧ୍ୟ ପୋଲିସ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ଠିକ୍ ମନେ କରିନଥିଲା। ତେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାର ଏକ ଭିଡିଓ ସେୟାର କରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ରାହୁଲ ଗାନ୍ଧୀ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଯେ, ‘ ଭାରତର ଜଣେ ଝିଅର ଦୁଶ୍କର୍ମ ପରେ ହତ୍ୟା କରାଯାଉଛି, ତଥ୍ୟକୁ ଲୁଚାଯାଉଛି ଏବଂ ଶେଷରେ ତା ପରିବାରଠାରୁ ଅନ୍ତିମ ସଂସ୍କାରକରିବାର ଅଧିକାର ମଦ୍ୟ ଛଡ଼େଇ ନିଆଯାଉଛି । ଏହା ଅପମାନଜନକ ଏବଂ ଅନ୍ୟାୟପୂର୍ଣ୍ଣ ଅଟେ । #HathrasHorrorShocksIndia ‘

ସୂଚନା ଅନୁଯାୟୀ, ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ୟୁପି ପୋଲିସ ମଙ୍ଗଳବାର ରାତିରେ ପ୍ରାୟ ୨:୩୦ ରେ କରାଗଲା । ଅଭିଯୋଗ ରହିଛି ଯେ, ଅନ୍ତିମ ସଂସ୍କାର ଦିନ ପୋଲିସ ମୃତକଙ୍କ ପରିଜନଙ୍କୁ ଘରେ ବନ୍ଦ କରିଦେଇଥିଲେ । ବିଳମ୍ବିତ ରାତିରେ କଏଦ ହୋଇଥିବା ଦୃଶ୍ୟରେ ବିଚଳିତ କରିଲା ଭଳି ଦୃଶ୍ୟ ରହିଛି । ଯେଉଁଥିରେ ପୀଡ଼ିତାଙ୍କ ପରିବାର ପୋଲିସ ସହିତ ଯୁକ୍ତି କରୁଥିବା ଦେଖିବାକୁ ମିଳିଥିଲା । ଶବକୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ପରବାର ଲୋକ ଅଟକାଇ ରଖିଥିଲେ । ତଥାପି ପୋଲିସ ମାନେ ତାଙ୍କୁ ହଟାଇ ଶବ ହାଦ କରିଥିଲେ । ମୃତ ମହିଳାଙ୍କ ମାଆ ଶେଷରେ ଅସହାୟ ହୋଇ ତଳେ ବସି କାନ୍ଦିବାକୁ ଲାଗିଲେ ।

କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟର ପ୍ରଭାବଶାଳୀ ପ୍ରଶାସନ  ଓ ଗୋଷ୍ଠୀଗତ ରଣନୀତିକୁ ପ୍ରଶଂସା

ଭୁବନେଶ୍ୱର: ଆଗରେ ଓଡ଼ିଶା । ସାରା ଦେଶରେ କରୋନାକୁ ମାତ୍ ଦେବାକୁ ଚାଲିଛି ସଂଘର୍ଷ । ଆଉ ଏହି ସଂଘର୍ଷର ଶିର୍ଷରେ ପହଞ୍ଚି ପାରିଛି ଓଡ଼ିଶା । କରୋନାକୁ ମାତ୍ ଦେବାକୁ ରାଜ୍ୟ ସରକାରଙ୍କ ଲକଡାଉନ୍ ଓ ସଟଡାଉନ ଭଳି ପଦକ୍ଷେପ ଯୋଗୁଁ ଓଡ଼ିଶାରେ କରୋନା ସ୍ଥିତିକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିଛି । ଅନ୍ୟପଟେ ଦିନକୁ ଦିନ ଟେଷ୍ଟିଂ ବଢିବା କାରଣରୁ ନୂଆ କରୋନା ରୋଗୀ ଚିହ୍ନଟ ହେବା ସହ ସେମାନଙ୍କ ଚିକିତ୍ସା ପାଇଁ ଯଥା ସମ୍ଭବ ପ୍ରୟାସ କରାଯାଉଛି । ଯାହା ପାଇଁ ଆଜି ଓଡ଼ିଶାକୁ ସଫଳାତା ମିଳିଛି ।

ତେବେ କୋଭିଡ୍‌ ପରିଚାଳନା ନେଇ ଓଡ଼ିଶାକୁ  WHO ପକ୍ଷରୁ ପ୍ରଶଂସା କରାଯାଇଛି । କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟର ପ୍ରଭାବଶାଳୀ ପ୍ରଶାସନ  ଓ ଗୋଷ୍ଠୀଗତ ରଣନୀତିକୁ ପ୍ରଶଂସା କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । କୋଭିଡ୍‌ ନେଇ ଆଗୁଆ ପଦକ୍ଷେପ ନେଇଥିଲା ଓଡ଼ିଶା । କୋଭିଡ୍ ହସପିଟାଲ୍ ଓ ଟେଷ୍ଟିଂକୁ ଓଡ଼ିଶାରେ ଅଧିକ ଗୁରୁତ୍ୱ ଦିଆଯାଇଛି । ମହାମାରୀ ପରିଚାଳନାକୁ ଗ୍ରାମ ପଞ୍ଚାୟତସ୍ତରରୁ ସୁଦୃଢ଼ କରାଯାଇଛି । ଓଡ଼ିଶା ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ରାଜ୍ୟକୁ WHO ପ୍ରଶଂସା କରିଛି । WHO ପ୍ରଶଂସା କରିବା ପରେ ଏନେଇ ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର ଖୁବ୍‌ କମ୍‌ ରହିଛି । ଓଡ଼ିଶାର ମୃତ୍ୟୁ ହାର .୨୯% ରହିଥିବା ବେଳେ ସୁସ୍ଥତା ହାର ୬୯.୪ ପ୍ରତିଶତ ରହିଛି । ତେବେ ସୁସ୍ଥତା ହାରରେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଖୁବ୍‌ ଆଗରେ ରହିଛି ।

ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି

କଟକ: ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଦାୟର ଏକ ଜନସ୍ୱାର୍ଥ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହେବ । ୨୮ ତାରିଖ ଦିନ ଶୁଣାଣି ସମୟରେ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ଦୁଇଦିନ ସମୟ ଦେଇଥିଲେ କୋର୍ଟ । ମାମଲାର ଅଗ୍ରଗତି ସମ୍ପର୍କରେ ଅଦାଲତରେ ଆଜି ତଥ୍ୟ ରଖିବେ ଭୁବନେଶ୍ୱର ଡିସିପି ।

ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କରିବା ପାଇଁ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି, ଯେ ନାବାଳିକାର ଗଣଦୁଷ୍କର୍ମ ଘଟଣାରେ ପୁଲିସ କର୍ମଚାରୀ ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଜଡିତ ଥିବା ଅଭିଯୋଗ ରହିଛି ।

ଏସଆଇଟି ଗଠନ କରିଦେଇ ପୁଲିସ ଚୁପ୍ ହୋଇ ବସିଥିବା ଆବେଦନରେ ଦର୍ଶାଯାଇଛି । ମାମଲାରେ ଗୃହ ବିଭାଗ, ପୁଲିସ ଡିଜି, ସିବିଆଇ, ଭୁବନେଶ୍ୱର ଡିସିପି ଓ ଭୁବନେଶ୍ୱର ମହିଳା ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ମିଠା ବିକ୍ରୀକୁ ପ୍ରସ୍ତୁତ ନୂଆ ଗାଇଡ଼ଲାଇନକୁ କାହିଁକି ବିରୋଧ ? କ’ଣ ରହିଛି ଏହି ଗାଇଡ଼ଲାଇନରେ ଜାଣନ୍ତୁ…

ନୂଆଦିଲ୍ଲୀ: ମିଠା ବିକ୍ରୀକୁ ନେଇ କେନ୍ଦ୍ରର ନୂଆ ଗାଇଡ଼ଲାଇନକୁ ବିରୋଧ । ଓଡ଼ିଶାର ମିଠା ବ୍ୟବସାୟୀ ସଂଘ ନୂଆ ଗାଇଡ଼ଲାଇନକୁ ନେଇ ଚିନ୍ତାରେ ପଡିଛନ୍ତି । ଏଥିପାଇଁ ଆସିଛି କେନ୍ଦ୍ରର ନୂଆ ଗାଇଡଲାଇନ୍ । ତେବେ ନୂଆ ଆଇନକୁ ନେଇ ଅସନ୍ତୁଷ୍ଟ ରାଜ୍ୟର ମିଠା ବ୍ୟବସାୟୀ । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ଼ସ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ ।

ନିର୍ଦ୍ଦେଶନାମା ଅନୁସାରେ, ମିଠା ଦୋକାନୀମାନେ ମିଠା ପ୍ରସ୍ତୁତର ସମୟ ଓ ତାରିଖ ବିଷୟରେ ସୂଚନା ଦେବେ । କେତେ ଦିନ ପର୍ଯ୍ୟନ୍ତ ମିଠା ବିକ୍ରୀ ହୋଇପାରିବ ଏହାର ସୂଚନା ଦେବେ ଦୋକାନୀ । ମିଠା ବ୍ୟବସାୟ କ୍ଷେତ୍ରରେ ଏହି ଆଇନ ଲାଗୁ ହୋଇଥିବାବେଳେ ବେକେରି ଆଇଟମରେ କାହିଁକି ଲାଗୁ କରାଯାଉନାହିଁ ବୋଲି ପ୍ରଶ୍ନ କରିଛି ମିଷ୍ଟାନ ବ୍ୟବସାୟୀ ସଂଘ ।

ଏହି ଆଇନକୁ ଓଡ଼ିଶା ସମେତ ମହାରାଷ୍ଟ୍ର,ପଶ୍ଚିମବଙ୍ଗ,ଗୁଜୁରାଟ,ରାଜସ୍ଥାନ  ତଥା ଅନ୍ୟ ରାଜ୍ୟରେ ମିଠା ବ୍ୟବସାୟୀ ସଂଘ ବିରୋଧ କରିଛନ୍ତି । ରାଜ୍ୟ ମିଷ୍ଚାନ ସଂଘର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ପାହାଳ ମିଠା ବ୍ୟବସାୟ ସଂଘ ..ନୂଆ ଗାଇଡଲାଇନ୍ ପ୍ରତ୍ୟାହାର ପାଇଁ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ରକୁ ଏକ ଦାବି ପତ୍ର ଦିଆଯାଇଛି । କରୋନା କଟକଣା ଭିତରେ ଏବେ ହାତବାନ୍ଧି ବସିଛନ୍ତି ମିଠା ବ୍ୟବସାୟ । ଏଭଳିସ୍ତଳି ଏହି ନୂଆ ଗାଇଡଲାଇନ୍ ବୋଝ ଉପରେ ଲଳିତାବିଜା ସଦୃଶ ଉଭା ହୋଇଛି ।