spot_img
Home Blog Page 6364

କେନ୍ଦ୍ରର ନୂଆ ନିୟମ, ରାସ୍ତାରେ ଗାଡ଼ି ଅଟକାଇ ମାଗିପାରିବେନି ଡକ୍ୟୁମେଣ୍ଟ…

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନିକଟରେ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ରେ ଅନେକ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ଦ୍ୱାରା ସ୍ଥିରିକୃତ ନୂଆ ମୋଟର ଯାନ ନିୟମ ୧ ଅକ୍ଟୋବର ୨୦୨୦ ରୁ କାର୍ଯ୍ୟକାରୀ ହେବ | ମନ୍ତ୍ରଣାଳୟ ଅନୁଯାୟୀ, ଆଇଟି ସେବା ଏବଂ ଇଲେକ୍ଟ୍ରୋନିକ୍ ମନିଟରିଂ ମାଧ୍ୟମରେ ଟ୍ରାଫିକ୍ ନିୟମକୁ ସମଗ୍ର ଦେଶରେ ଉତ୍ତମ ରୂପେ କାର୍ଯ୍ୟକାରୀ କରାଯାଇପାରିବ । ନୂତନ ନିୟମ ଅନୁଯାୟୀ, କେବଳ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ରାସ୍ତାରେ କୌଣସି ଯାନକୁ ଅଟକା ଯାଇପାରିବ ନାହିଁ । ଏହାଦ୍ୱାରା ଲୋକମାନେ ସମସ୍ୟା ଏବଂ ଲଜ୍ଜାରୁ ମୁକ୍ତି ପାଇବେ ।

ନୂତନ ନିୟମ ଅନୁଯାୟୀ, ଯଦି କୌଣସି ଯାନର କାଗଜପତ୍ର କମ୍ କିମ୍ବା ଅସମ୍ପୂର୍ଣ୍ଣ ଥିବ, ତେବେ ଏହାର ପଞ୍ଜୀକରଣ ନମ୍ବର ମାଧ୍ୟମରେ ଡକ୍ୟୁମେଣ୍ଟଗୁଡିକ ଅନ୍‌ଲାଇନ୍‌ରେ ଯାଞ୍ଚ କରାଯାଇପାରିବ ଏବଂ ଇ-ଚାଲାଣ ପଠାଯିବ । ଅର୍ଥାତ୍, ଗାଡ଼ି କାଗଜପତ୍ର ଯାଞ୍ଚ ପାଇଁ ଫିଜିକାଲ୍‌ ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ଯଦି ଫିଜିକାଲ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ନାହିଁ ତେବେ କେମିତି ଜଣାପଡ଼ିବ ଗାଡ଼ିର କାଗପତ୍ର ସଠିକ୍‌ ଅଛି କି ବୈଧତା ଶେଷ ହୋଇଛି ।

ଏନେଇ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଲାଇସେନ୍ସ ଅଥରିଟି ପକ୍ଷରୁ ଅଯୋଗ୍ୟ କିମ୍ବା ରଦ୍ଦ ହୋଇଥିବା ଡ୍ରାଇଭିଂ ଲାଇସେନ୍ସର ବିବରଣୀ ପୋର୍ଟାଲରେ ରେକର୍ଡ ରହିବ । ଯାହା ସମୟ ସମୟରେ ଅପଡେଟ୍ ହେବ। ଏହି ଅପଡେଟ୍ ଡାଟା ପୋର୍ଟାଲରେ ସ୍ପଷ୍ଟ ଜଣାପଡ଼ିବ | ଯଦି କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍‌ଲାଇନ୍ ମାଧ୍ୟମରେ ଜାଣିପାରିବେ ଯେ, ଗାଡ଼ିର ସମସ୍ତ ଡକ୍ୟୁମେଣ୍ଟ ଠିକ୍‌ ରହିଛି । ତେବେ ଯାଞ୍ଚ ପାଇଁ ଫିଜିକାଲ ଡକ୍ୟୁମେଣ୍ଟ ଦାବି କରିପାରିବେ ନାହିଁ । ଏଥିରେ ଏହା ମଧ୍ୟ ଉପଲବ୍ଧ ହେବ ଯେ, କେଉଁ ଡ୍ରାଇଭର ନିୟମ ଉଲଂଘନ କରିଛି ଏବଂ କେଉଁ ଡକ୍ୟୁମେଣ୍ଟ ଜବତ କରାଯିବ ।

ଭାରତ ଉପରେ ଚୀନର ସାଇବର ଆଟାକରେ ସହାୟତା କରୁଛନ୍ତି ପାକିସ୍ତାନୀ ହ୍ୟାକର୍ସ

ନୂଆଦିଲ୍ଲୀ: ଭୟଙ୍କର ସାଇବର ଆଟାକ୍ କ୍ୟାମ୍ପେନ ଅପରେସନ୍ ସାଇଡକପି ପଛରେ ପାକିସ୍ତାନ ହ୍ୟାକର ଗ୍ରୁପ୍ ଟ୍ରାନ୍ସପରେଣ୍ଟ ଟ୍ରାଇବ୍ ହାତ ରହିଛି । ଏହି ସାଇବର ଆଟାକ ଦ୍ୱାରା ଭାରତର ଇନଫ୍ରାଷ୍ଟ୍ରକ୍ଚର ସମ୍ବନ୍ଧୀୟ ରଣନୈତିକ ଡାଟା ଚୋରି ପାଇଁ ଚେଷ୍ଟା କରାଯାଉଛି । କ୍ୱିକ୍ ହିଲ୍ ସାଇବର ସିକ୍ୟୋରିଙ୍ଗ ୱିଙ୍ଗ ମୁତାବକ ଏହି ସାଇବର ଆଟାକରେ ବ୍ୟବହାର ସିଗ୍ନେଚର ଟୁଲ୍ସ ଟ୍ରାନ୍ସପରେଣ୍ଟ ଟ୍ରାଇବ୍ ସମ୍ପୃକ୍ତି ଆଡ଼କୁ ଇସାରା କରୁଛି । ଟ୍ରାନ୍ସପରେଣ୍ଟ ଟ୍ରାଇବ୍ ହ୍ୟାକର୍ ଭାରତର ଡାଟା ଚୋରି ପାଇଁ ଚୀନକୁ ସାହାଯ୍ୟ କରୁଛି ।

Pakistan Hackers Helping China In Suspected Operation Sidecopy Cyber Attacks On India

କ୍ୱିକ୍ ହିଲ୍ ସିକ୍ୟୁରିଟି ଲ୍ୟାବ୍ସ ନିର୍ଦ୍ଦେଶକ ହିମାଂଶୁ ଦୁବେଙ୍କ ଅନୁସାରେ, ସାଇଡ୍ କପି ସାଇବର ଆଟାକ୍ ୨୦୧୯ ମସିହାରୁ ଲଗାତାର ଜାରି ରହିଛି । ମୁଖ୍ୟତଃ ଏହି ଆଟାକ୍ ଭାରତ ଉପରେ ହେଉଛି । ଏହି ଆକ୍ରମଣରେ କେନ୍ଦ୍ରର ଡାଟା ଚୋରି ହୋଇଛି । ଏହି ପ୍ରକାର ସାଇବର ଆକ୍ରମଣ ଭାରତର ସାଇବର ସୁରକ୍ଷା ପ୍ରତି ବଡ଼ ବିପଦ । ଏହାର ପରିଣାମ କଣ ହେବ ସେନେଇ ସରକାରଙ୍କୁ ଅବଗତ କରାଯାଇଛି । ଏହାର ଉରଯୋଗ କରି ସରକାର କୌଣସି ପଦକ୍ଷେପ ନେଲେ ଗୋପନୀୟ ଡାଟାକୁ ସୁରକ୍ଷିତ ରଖାଯାଇ ପାରିବ ।

Pakistan Hackers Helping China In Suspected Operation Sidecopy Cyber Attacks On India

ଭାରତ ସହ ସୀମା ବିବାଦ ଲାଗି ରହିଥିବା ବେଳେ ଚୀନ ସାଇବର ସିକ୍ୟୁରିଟି ଜରିଆରେ ପ୍ରତିଶୋଧ ନେବାକୁ ଚେଷ୍ଟା କରୁଛି । ଭାରତର ପ୍ରମୁଖ କ୍ଷେତ୍ର ସମେତ ଜନମତ ଜାଣିବାକୁ ଚେଷ୍ଟା କରାଯାଉଥିବା ସୁରକ୍ଷା ବିଶେଷଜ୍ଞ କହିଛନ୍ତି । ଏଥିରେ ଚୀନକୁ ପାକିସ୍ତାନୀ ହ୍ୟାକର୍ସ ଗ୍ରୁପ୍ ସହାୟତା କରୁଥିବା କୁହାଯାଉଛି ।

ହାଇପ୍ରୋଫାଇଲ୍‌ ଓକିଲଙ୍କୁ ରିୟା କେମିତି ଦେଉଛନ୍ତି ଫିସ୍‌ ? ସତୀଶ ମାନସିନ୍ଦେ ଦେଲେ ଉତ୍ତର…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ । ଦିନକୁ ଦିନ ଏହି ମାମଲାରେ ବଲିଉଡ୍‌ ତାରକାମାନେ ଛନ୍ଦି ହୋଇଯାଉଛନ୍ତି । ଏହି ମାମଲା ଏବେ ହାଇପ୍ରୋଫାଇଲ୍‌ ହୋଇସାରିଛି । ତଦନ୍ତର ପ୍ରତ୍ୟେକ ଦିଗ ଉପରେ ଲୋକଙ୍କ ନଜର । ମାମଲା କେତେବେଳେ କେଉଁ ମୋଡ଼ ନେଉଛି ତାହା ଜାଣିବାକୁ ସମସ୍ତଙ୍କ ମନରେ ଏକ ପ୍ରକାର ରୋମାଞ୍ଚ ରହିଛି ।

ତେବେ ଏହି ଘଟଣାକୁ ନେଇ ଏବେ ଏକ ନୂଆ ଚର୍ଚ୍ଚା ସାମ୍ନାକୁ ଆସିଛି । ତାହା ହେଲା ରିୟା ଚକ୍ରବର୍ତ୍ତିଙ୍କ ଭଳି ଜଣେ ସାଧାରଣ ଅଭିନେତ୍ରୀ ସତୀଶ ମାନସିନ୍ଦlଙ୍କ ଭଳି ବଡ଼ ଓକିଲଙ୍କ ଫିସ୍‌ କେମିତି ଦେଉଛନ୍ତି ? ଅନ୍ୟପଟେ ଦୀର୍ଘ ବର୍ଷ ଧରି ରିୟାଙ୍କର ନା କିଛି ପିଲ୍ମ ଆସିଛି ନା କିଛି ଆଡ୍‌ ଫିଲ୍ମରେ ସେ କାମ କରିଥିବା ଦର୍ଶକ ଜାଣିଛନ୍ତି । ସତୀଶଙ୍କ ଭଳି ବଡ଼ ଓକିଲଙ୍କୁ ସେ ଫିସ୍‌ କେମିତି ଦେଉଛନ୍ତି ? ଏତେ ଟଙ୍କା କୋଉଠୁ ଆସୁଛି ? ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହି ଚର୍ଚ୍ଚାକୁ ନେଇ ଖୋଦ୍‌ ବରିଷ୍ଠ ଆଇନ୍‌ଜୀବୀ ସତୀଶ ମାନ୍‌ସିନ୍ଦେ କହିଛନ୍ତି ଯେ, ‘ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେବା ଉଚିତ୍‌ ନୁହେଁ । ମୁଁ ମୋ କ୍ଲାଇଣ୍ଟ ରିୟାଙ୍କଠାରୁ କେତେ ଫିସ୍‌ ନେଉଛି ତାହା ଆମ ଭିତର କଥା । ଏଥିନେଇ ସମସ୍ତେ ଜାଣିବା ଜରୁରୀ ନୁହେଁ । ଏମିତିକି କିଛି ଲୋକ କହୁଛନ୍ତି ଯେ, ମୁଁ ରିୟାଙ୍କ କେସ୍‌ ଫ୍ରି’ରେ ଲଢ଼ୁଛି । ଏହା କିନ୍ତୁ ସତ୍ୟ ନୁହେଁ ।’ ଶେଷରେ ସତୀଶ ତାତ୍ସଲ୍ୟ କରି କହିଛନ୍ତି ଯେ, ଯେଉଁ ମିଡିଆ ହାଉସ୍‌ ଏଭଳି ଚର୍ଚ୍ଚା କରୁଛନ୍ତି ସେମାନେ କେବଳ ଖୁସିରେ ରୁହନ୍ତୁ ।

ଏହାପୂର୍ବରୁ ସତୀଶ ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଗଠିତ ଡାକ୍ତରୀ ଟିମ୍‌ ଉପରେ ମଧ୍ୟ ଟିପ୍ପଣୀ ରଖିଥିଲେ । ସେ କହିଥିଲେ- ‘ସୁଶାନ୍ତ କେସରେ ଡାକ୍ତରୀ ଟିମ୍‌ର ନେତୃତ୍ୱ ନେଉଛନ୍ତି AIIMS ର ଡକ୍ଟର ସୁଧୀର ଗୁପ୍ତା । ସୁଶାନ୍ତଙ୍କ ମୃତ୍ୟୁ ବେଳର ଫଟୋକୁ ଦେଖି ୨୦୦ ପ୍ରତିଶତ କେସ୍‌ ସାମାଧାନ ହୋଇଥିବା ନେଇ ଯେଉଁ ଗୁଜବ ବାହାରିଛି ତାହା ଅତ୍ୟନ୍ତ ବିପଜ୍ଜନକ । ମାମଲାର ତଦନ୍ତକୁ ନିରେପେକ୍ଷ କରିବା ପାଇଁ ସିବିଆଇ ଏକ ନୂତନ ମେଡିକାଲ ବୋର୍ଡ ଗଠନ କରିବା ଉଚିତ୍ ।

ଚାଷୀଙ୍କ ସ୍ୱାର୍ଥକୁ ବିଜେଡିର ପ୍ରାଥମିକତା, କୃଷି ବିଲ୍ ର ତର୍ଜମା ପାଇଁ ଗଠନ ହେବ କମିଟି

ଭୁବନେଶ୍ୱର: ଚାଷୀ ଆମ ରାଜ୍ୟ ତଥା ଦେଶର ଅର୍ଥନୀତିର ମେରୁଦଣ୍ଡ । ଚାଷୀ ଏବଂ ଚାଷର ସୁରକ୍ଷା ଯେକୌଣସି ସରକାରର ପ୍ରାଥମିକତା । ବିଜୁ ଜନତା ଦଳ(ବିଜେଡି) ସବୁ ସମୟରେ ଚାଷୀଙ୍କ ସହ ରହିଆସିଛି । ଚାଷୀ ଏବଂ ଚାଷର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ବହୁ ପୂର୍ବରୁ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରାଯିବାର ଆବଶ୍ୟକତା ରହିଛି । ଏହି ମୌଳିକ ଦାବି ପ୍ରତି ବିଜେଡିର ସବୁବେଳେ ସମର୍ଥନ ରହିଛି  ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ।

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ନବୀନ ଦେଶର ସବୁଠୁ ଚର୍ଚ୍ଚିତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ନବୀନ କହିଛନ୍ତି ଯେ, ନିକଟରେ ଯେଉଁ ବିଲ ଗୃହୀତ ହୋଇଛି । ତାହାର ତନ୍ନତନ୍ନ ପର୍ଯ୍ୟାଲୋଚନା ସପକ୍ଷରେ ବିଜେଡି ମତ ଦେଇଥିଲା । ଏପରିକି ଲୋକସଭା ଏବଂ ରାଜ୍ୟସଭାରେ ଏ ନେଇ ଦଳ ସ୍ପଷ୍ଟ ମତ ରଖିଥିଲା । ଏହାକୁ ଆହୁରି ବିଚାରବିମର୍ଶ କରିବା ପାଇଁ ଦଳର ଅଭିଜ୍ଞ ନେତା,ବିଧାୟକ, ଏମପିମାନଙ୍କୁ ନେଇ କମିଟି ଗଠନ କରାଯିବ । ଏହି କମିଟି ଆଇନର ସମସ୍ତ ଦିଗକୁ ତର୍ଜମା କରିବ । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ନବୀନ ପଟ୍ଟନାୟକ ଦୃଢ ମତ ପୋଷଣ କରିଛନ୍ତି ।

Bihar Election 2020 PM Narendra Modi Agriculture Bills Farmers Protest

ଅନୁରୂପଭାବେ ଜାତୀୟ ଶିକ୍ଷାନୀତି ସମ୍ପର୍କରେ ତର୍ଜମା ପାଇଁ ରାଜ୍ୟ ପକ୍ଷରୁ ଏକ କମିଟି ଗଠନ କରାଯିବ । ଭାଷାଭିତ୍ତିରେ ଗଠିନ ହୋଇଥିବା ସର୍ବପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । ତେଣୁ ଶିକ୍ଷା କ୍ଷେତ୍ରରେ ମାତୃଭାଷା ଓଡ଼ିଶାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ବୋଲି ବିଜେଡି ସଭାପତି କହିଛନ୍ତି । ନୂଆ ଶିକ୍ଷାନୀତି ଦ୍ୱାରା ଗ୍ରାମାଞ୍ଚଳର ଶିକ୍ଷା କିପରି ପ୍ରଭାବିତ ହେବ, ଏହାର କି ପ୍ରଭାବ ପଡିବ ତାହାର ଅନୁଶୀଳନକୁ ରାଜ୍ୟ ସର୍ବାଗ୍ରେ ପ୍ରାଧାନ୍ୟ ଦେବ ବୋଲି ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି । ଆଗାମୀ ଦିନରେ ବିଦ୍ୟୁତ ବ୍ୟବହାର ବଢିବ । ରାଜ୍ୟରେ ଶିଳ୍ପ ଏବଂ ଅର୍ଥନୀତି ଆହୁରି ସକ୍ରିୟ କରିବା ପାଇଁ ରାଜ୍ୟ ସରକାର ଅନେକଗୁଡିକ ପଦକ୍ଷେପ ନେବେ । ରାଜ୍ୟରେ ଆଗାମୀ ଦିନରେ ପ୍ରାୟ ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରାଯାଇଛି । କୃଷକ, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ । ବିରୋଧୀଙ୍କ ଦ୍ୱାରା ଆସୁଥିବା ସମସ୍ତ ଗଠନଧର୍ମୀ ପ୍ରସ୍ତାବ ଏବଂ ସମାଲୋଚନାକୁ ସକରାତ୍ମକଭାବେ ଦଳ ଗ୍ରହଣ କରିବ ବୋଲି ବିଜେଡି ସଭାପତି କହିଛନ୍ତି ।

ଡ୍ରଗ୍ସ ଚ୍ୟାଟକୁ ନେଇ ରାଜ୍ ‌ଖୋଲିଲେ ଦୀପିକା- ସାମ୍ନାକୁ ଆସିଲା ଫିଲ୍ମ ଇଣ୍ଡଷ୍ଟ୍ରିର…

ନୂଆଦିଲ୍ଲୀ: ନିକଟରେ ଏନସିବି ଦୀପିକାଙ୍କୁ ଡ୍ରଗ୍ସ କାରବାରକୁ ନେଇ ପଚରାଉଚରା କରିଥିଲା । ଯେଉଁଥିରେ ଦୀପିକା ତିନିଥର କାନ୍ଦି ପକାଇଥିଲେ ଏବଂ ଇମୋଶନାଲ କାର୍ଡ଼ ନଖେଳିବାକୁ କହିଥିଲେ ଏନସିବି । ତେବେ  ଡ୍ରଗ୍ସକୁ ନେଇ ସାମ୍ନାକୁ ଆସିଥିବା ଦୀପିକାଙ୍କ ଚ୍ୟାଟ ବିଷୟରେ ଏନସିବି ଦୀପିକାଙ୍କୁ ମାଲ ହୈ କ୍ୟା’ର ଅର୍ଥ ପଚାରିଥିଲେ । ଯାହାପରେ ଏହାର ରାଜ୍ ‌ଖୋଲିଛନ୍ତି ବଲିଉଡ ବିୟୁଟି ।

ସୂଚନା ଅନୁସାରେ ଏନସିବି ଦୀପିକାଙ୍କୁ ପଚାରିଲେକି, ମାଲ ହୈ କ୍ୟା’ର ଅର୍ଥ କ’ଣ? ଦୀପିକା କହିଲେ ହଁ ମୁଁ ପଚାରିଥିଲି । କିନ୍ତୁ ଏହା ସେହି ମାଲ ନୁହେଁ ଯାହା ଆପଣ ଭାବୁଛନ୍ତି । ଇଣ୍ଡଷ୍ଟ୍ରିରେ ଆମେ ସିଗାରେଟକୁ ମାଲ କହୁ । ଏହାପରେ ଏନସିବି ଅଫିସର ପଚାରିଲେ ହ୍ୟାଶ୍ ‌ଅର୍ଥ କ’ଣ? ହ୍ୟାଶ ଅର୍ଥ ଓ୍ୱିଡ, ଯାହା ଏକ ପ୍ରକାରର ସିଗାରେଟ । ଅର୍ଥାତ ଭିନ୍ନ ଭିନ୍ନ ବ୍ରାଣ୍ଡ ଥିବା ସିଗାରେଟ । ଏହାପରେ ହ୍ୟାଶ ଏବଂ ଓ୍ୱିଡ ମଧ୍ୟରେ ତଫାତ୍ ‌କ’ଣ ବୋଲି ପଚାରା ଯାଇଥିଲା । ଦୀପିକା ଉତ୍ତରରେ କହିଲେ କି, ଆମେ ହ୍ୟାଶ ଆମେ ପତଳା ସିଗାରେଟ ଏବଂ ଓ୍ୱିଡ ମୋଟା ସିଗାରେଟକୁ କହିଥାଉ ।

ତେବେ ଏହି କଥାରେ କେତେ ସତ୍ୟାସତ୍ୟ ରହିଛି ତାହା ତଦନ୍ତ ପରେ ଜଣାପଡ଼ିବ ।

କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା, ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସମଗ୍ର ବିଶ୍ୱର ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଛି କରୋନା । ଦେଶରେ ପ୍ରତିଦିନ ପ୍ରାୟ ଏକ ଲକ୍ଷ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେଉଛନ୍ତି । ସାରା ବିଶ୍ୱ ଭାରତର ସଂକ୍ରମଣ ଦ୍ୱିତୀୟ ସ୍ଥାନରେ ରହିଛି । କରୋନା ସମଗ୍ର ଅର୍ଥନୀତି ଉପରେ ପ୍ରଭାବ ପକାଇଛି । ଯାହା ଦ୍ୱାରା ସକଳ ଘରୋଇ ଉତ୍ପାଦ(ଜିଡିପି) ବିଯୁକ୍ତାତ୍ମକ ଭାବେ ୨୩ରେ ରହିଛି । ଲକ୍ଷ ଲକ୍ଷ ସଂଖ୍ୟାରେ ରୋଜଗାର ସୁଯୋଗ ହ୍ରାସ ପାଇବାରେ ଲାଗିଛି । ଏ ସବୁ ସତ୍ତ୍ୱେ ଓଡ଼ିଶାରେ କରୋନା ମୁକାବିଲା ଉଲ୍ଲେଖନୀୟ ରହିଛି । ଆଗାମୀ ଦିନରେ ଆମକୁ ଆହୁରି ସତର୍କ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କହିଛନ୍ତି ।

ଏହାର ସମସ୍ତ ଶ୍ରେୟ ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ଯାଏ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି । ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ନବୀନ ଏହା କହିଛନ୍ତି । ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ହିଁ କରୋନା ଜନିତ ମୃତ୍ୟୁ ହାର କମାଇବାରେ ସହାୟକ ହୋଇଛି । ସହର ହେଉ ବା ଗ୍ରାମରେ କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଣ୍ଟର, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଇତ୍ୟାଦି ଗଠନ କରାଯାଇଛି । କୋଭିଡ ଯୋଗୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯେପରି ବାଧାପ୍ରାର୍ତ ନ ହୁଏ, ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯାଇଥିଲା । ଏହି କଠିନ ସମୟରେ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ ଏବଂ ମୋ ପରିବାର ପକ୍ଷରୁ ବିଭିନ୍ନ ଜନସାଧାରଣଙ୍କୁ ପ୍ରତ୍ୟକ୍ଷ ଭାବେ ସହଯୋଗ କରାଯାଇଥିବା ବିଜେଡି ସଭାପତି କହିଛନ୍ତି ।ସେହିପରି ଏହି ସମସ୍ତ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ଏବଂ କୋଭିଡ କଟକଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଆଗାମୀ ଗାନ୍ଧୀ ଜୟନ୍ତୀ ତଥା ଅକ୍ଟୋବର ୨ରୁ ମାସେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪ ହଜାର ୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଶ୍ୱସ୍ତି ଆଣୁଛି ସୁସ୍ଥତା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୧୪ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୫୮୫ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଖୋର୍ଦ୍ଧାରୁ ସର୍ବାଧିକ ୫୪୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୪୦୪ ଜଣ, ପୁରୀରୁ ୨୯୮ ଜଣ, ଜଗତସିଂହପୁରରୁ ୨୧୨ ଜଣ, ଯାଜପୁରରୁ ୧୬୭ ଜଣ, ମୟୂରଭଞ୍ଜରୁ ୧୬୯, ସମ୍ବଲପୁରରୁ ୧୫୭, ଅନୁଗୁଳ ୧୪୩, ବାଲେଶ୍ୱର ୧୩୧, କନ୍ଧମାଳ ୧୩୦, ଝାରସୁଗୁଡ଼ା ୧୨୪, କେନ୍ଦ୍ରାପଡ଼ା ୧୧୯, ବରଗଡ଼ ଓ ବୌଦ୍ଧରୁ ୧୧୩ ଜଣ ଲେଖାଏଁ, କଳାହାଣ୍ଡି ୯୦, ଢେଙ୍କାନାଳ ଓ ନବରଙ୍ଗପୁରରୁ ୮୬ ଜଣ ଲେଖାଏଁ, କୋରାପୁଟ ୮୧, ନୂଆପଡ଼ା ୮୦, ସୋନପୁର ୭୮, ବଲାଙ୍ଗିର ୭୫, ଭଦ୍ରକ ଓ କେନ୍ଦୁଝରରୁ ୭୩ ଜଣ ଲେଖାଏଁ, ସୁନ୍ଦରଗଡ଼ ୬୮, ମାଲକାନଗିରି ୫୩, ନୟାଗଡ଼ ୪୨, ଗଞ୍ଜାମ ଓ ରାୟଗଡ଼ାରୁ ୪୧ ଜଣ ଲେଖାଏଁ, ଗଜପତିରୁ ୩୧,  ଦେବଗଡ଼ରୁ ଓ ଷ୍ଟେଟ ପୁଲରୁ ୧୮୯ ଜଣ ସୁସ୍ଥ ହୋଇଛନ୍ତି ।

Another 4014 Covid patients have recovered and are being discharged

ରାଜ୍ୟରେ ଏବେ ଯାଏଁ ୨ ଲକ୍ଷ ୧୨ ୬୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୧୩ ଜଣଙ୍କ ମୃତ୍ୟୁ ହୋଇଛି । ୧ ଲକ୍ଷ ୭୭ ହଜାର ୫୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ଏବେ ୩୪ ହଜାର ୧୮୫ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

ନେତାଙ୍କୁ ବୁଦ୍ଧି ଶିଖାଇବା ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ, କହିଲେ ‘ପ୍ରଥମେ ପୋଲ ତାପରେ ଭୋଟ’

0

ବିହାର: ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନରେ ଚଚରୀ ପୋଲ ବଡ଼ ମୁଦ୍ଦା ସାବ୍ୟସ୍ତ ହୋଇପାରେ । କାରଣ ବିଗତ ଅନେକ ବର୍ଷ ଧରି  ବିହାରର ନେତା ମାନେ ନିଜ ନିଜ ଅଞ୍ଚଳ ପ୍ରଚାରରେ ଯାଉଛନ୍ତି ସତ କିନ୍ତୁ ବଡ଼ ବଡ଼ ପ୍ରତିଶୃତି ଦେଇ ଏହାକୁ ପୂରଣ କରୁନାହାନ୍ତି । ଏଥର ବାଉଁଶ ଫାଳରେ ନିର୍ମିତ ଚଚରୀ ପୋଲ ପ୍ରାର୍ଥୀ ମାନଙ୍କ ସମସ୍ୟା ବଢ଼ାଇପାରେ । ପୋଲ ନିର୍ମାଣ ପାଇଁ ଅଞ୍ଚଳ ବାସୀମାନେ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିଲେ । କିନ୍ତୁ ଏହାକୁ ଅଣଦେଖା କରିବା ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙେକୁ ଏବେ ଭରି ପଡ଼ିପାରେ ।  ଓରାଇ ଏବଂ କଟରା ଗାଁର ବାସିନ୍ଦାଙ୍କ ମୁତାବକ ଏଥର ଗ୍ରାମବାସୀ ନିର୍ବାଚନରେ ନେତାମାନଙ୍କୁ ବୁଦ୍ଧି ଶିଖାଇବେ । ଯେପର୍ଯ୍ୟନ୍ତ ପୋଲ ନିର୍ମାଣ ନହୋଇଛି ସେପର୍ଯ୍ୟନ୍ତ ବାସିନ୍ଦା ଭୋଟ ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।

ମୁଜାଫରପୁରର ୫ଟି ଗାଁର ଲୋକ ଭୋଟ ବହିଷ୍କାର କରୁଛନ୍ତି । ଏହି ଗାଁ ଗୁଡ଼ିକରେ ପ୍ରାୟ ୩୦ ହଜାର ଲୋକ ବସବାସ କରନ୍ତି । ଚଚରୀ ପୋଲ ବିନା ମୁଜାଫରପୁରର ଓରାଇ ଏବଂ କଟରା ଗାଁର ଲୋକମାନଙ୍କ ଜୀବନ ଜୀବିକା ଏକ ପ୍ରକାର ଠପ ହୋଇପଡ଼େ । ବର୍ଷର ୭ରୁ ୮ ମାସ ଏଠିକାର ଲୋକମାନଙ୍କର ଯିବାଆସିବା ଏହି ପୋଲ ମାଧ୍ୟମରେ ହୋଇଥାଏ । ଓରାଇ ବିଧାନସଭା କ୍ଷେତ୍ରର ସୁନ୍ଦର ଖୌଲୀ ଗାଁରେ ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ ହୋଇପାରିଲା ନାହିଁ । ତେଣୁ ଲୋକମାନେ ଚାନ୍ଦା ସଂଗ୍ରହ କରି ଚଚରୀ ପୋଲ ନିର୍ମାଣ କଲେ ଏବଂ ତା ସାହାଯ୍ୟରେ ଯିବା ଆସିବା କଲେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ମଧ୍ୟ ନିର୍ବାଚନରେ ଚଚରୀ ପୋଲ ମୁଦ୍ଦା ରହିବ । ସବୁବର୍ଷ ପୋଲ ନିର୍ମାଣ କରିଦିଆଯିବ ବୋଲି ଲୋଭ ଦେଖାଇ ବୋଟ ସଂଗ୍ରହ କରିନିଆଯାଏ । କିନ୍ତୁ ନିର୍ବାଚନ ପରେ ଗାଁକୁ କେହି ବୁଲି ଦେଖନ୍ତି ନାହିଁ । ପ୍ରତିଦିନ ଚଚରୀ ପୋଲ ପାର କରି ଯାଉଥିବା ବୃଦ୍ଧା ଚନ୍ଦ୍ର କଳା ଦେବୀ କହିଛନ୍ତିଯେ, ପ୍ରତିବର୍ଷ ନେତା ମାନେ ପୋଲ ନିର୍ମାଣ କରିଦେବେ ବୋଲି କହି ଭୋଟ ନିଅନ୍ତି, କିନ୍ତୁ ନିର୍ବାଚନ ପରେ ନିଜର ସମସ୍ତ ପ୍ରତିଶୃତିକୁ ଭୁଲି ଯାଆନ୍ତି । କିନ୍ତୁ ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ନେତା ମାନଙ୍କୁ ବୁଦ୍ଧି ଶିଖାଇବା ପାଇଁ ଏକାଠି ହୋଇଛନ୍ତି ୫ଟି ଗାଁର ବାସିନ୍ଦା ।

ଗ୍ରାମବାସୀଙ୍କୁ କହିବା ଅନୁଯାୟୀ, ଯେପର୍ଯ୍ୟନ୍ତ ପୋଲ ନିର୍ମାଣ ନହୋଇଛି, ସେପର୍ଯ୍ୟନ୍ତ ଆମେ ଭୋଟ ଦେବୁ ନାହିଁ । ୫ଟି ଗାଁର ଲୋକମାନେ ଭୋଟକୁ ବହିଷ୍କାର କରିବେ । ଅନ୍ୟପଟେ ଆଉ ଜଣେ ମହିଳା ଶାନ୍ତିଲତା କହିଛନ୍ତି ଯେ, ସ୍ୱାଧୀନତା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲୋକମାନେ ଚଚରୀ ପୋଲ ଦେଇ ଯିବା ଆସିବା କରନ୍ତି । ଅନେକ ନେତା ଆସିଲେ, ପୋଲ ନିର୍ମାଣ କରିବା ନେଇ ପ୍ରତିଶୃତି ଦେଲେ , କିନ୍ତୁ ଆଜି ପର୍ଯ୍ୟନ୍ତ ଏଠାରେ ପୋଲ ନିର୍ମାଣ ହୋଇପାରିଲା ନାହିଁ । ପୋଲଟି ବାଉଁଶ ଫାଳରେ ତିଆରି ହୋଇଥିବାରୁ ପୋଲରୁ ଘସି ଦୁର୍ଘଟଣାର ଶୀକାର ହେବାର ସମ୍ଭାବନା ମଧ୍ୟ ରହିଥାଏ ।

ଓରାଇ ବିଧାନସଭା କ୍ଷେତ୍ର ଦୁଇଟି ବ୍ଲକ ଓରାଅ ଏବଂ କଟରାର ୪୨ ପଞ୍ଚାୟତକୁ ମିଶାଇ ହୋଇଛି । ଏଥିରେ ଓରାଇର ୨୬ ଏବଂ କଟରାର ୧୬ ପଞ୍ଚାୟତ ଶାମିଲ ରହିଛି । ଜିଲ୍ଲାର ସର୍ବାଧିକ ୫.୧୪ ଲକ୍ଷ  ଜନସଂଖ୍ୟା ବିଶିଷ୍ଟ ଏହି ବିଦାନସଭା କ୍ଷେତ୍ରରେ ମତଦାତାଙ୍କ ସଂଖ୍ୟା ୨.୭୬ ଲକ୍ଷ ରହିଛି । ଯେଉଁଥିରେ ୧.୪୯ ଲକ୍ଷ ପୁରୁଷ ମତଦାତା ଥିବାବେଳେ ୧.୨୭ ମହିଳା ମତଦାତା ରହିଛନ୍ତି ।

ଚଚରୀ ପୋଲକୁ ନେଇ ଭୋଟ ବହିଷ୍କାର ପ୍ରଶ୍ନରେ ଅଧିକାରୀ ଡାକ୍ତର କୁନ୍ଦନ କହିଛନ୍ତି ଯେ, ଚଚରୀ ପୋଲ ଏକ ପ୍ରମୁଖ ସ୍ଥଳ ଅଟେ । ଏଠାରେ ଚିହ୍ନିତ ରୁପରେ PWD ରିଙ୍ଗ ରୋଡ ନିର୍ମାଣ କରାଯାଇଛି । RWDର ମଧ୍ୟ ରୋଡ ରହିଛି । ଏହାକୁ ଚିହ୍ନିତ କରି ଆମେ ପୋଲ ନିର୍ମାଣ କରିବାକୁ ଯୋଜନା କରିଛୁ ।

କରୋନା ଭ୍ୟାକସିନ ପ୍ରସ୍ତୁତି ପାଇଁ ଶୀକାର ହୋଇଛନ୍ତି ଲକ୍ଷାଧିକ ସାର୍କ!

ଲଣ୍ଡନ: କରୋନା ଭୂତାଣୁ ମହାମାରୀ ସଂକ୍ରମଣକୁ ଅଟକାଇବା ପାଇଁ ସାର୍କକୁ ଶୀକାର କରାଯାଉଛି । ପ୍ରାୟ ଦେଢ ଲକ୍ଷରୁ ଅଧିକ ସାର୍କ ଶୀକାର ହୋଇଥିବା ବୟାନ୍ ‌ଦେଇଛନ୍ତି ଓ୍ୱାଇଲ୍ଡ ଲାଇଫ ଏକ୍ସପର୍ଟ । ଶାର୍କ ଶରୀରରେ ଥିବା ଏକ ଖାସ ତେଲ ସ୍କ୍ୱାଲିନ ପାଇଁ ମାରିଦିଆଯାଉଛି । ଏହା ଏକ ପ୍ରାକୃତିକ ତେଲ । ଜ୍ୱର ଭ୍ୟାକସିନକୁ ପ୍ରଭାବଶାଳୀ କରିବା ପାଇଁ ଏଭଳି କାମ କରାଯାଉଛି ।


ସୂଚନା ଅନୁସାରେ କରୋନା ଭ୍ୟାକସିନ ପ୍ରସ୍ତୁତ କରୁଥିବା କେତେକ ବୈଜ୍ଞାନିକ ସାର୍କ ତେଲ ଉପଯୋଗ କରି ଭ୍ୟାକସିନକୁ ପ୍ରଭାବଶାଳୀ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହାର ପ୍ରଭାବ ପଜିଟିଭ ହୋଇଥିବା ସୂଚନା ମିଳିନାହିଁ । ତଥାପି ସାର୍କ ସଂରକ୍ଷଣ ପାଇଁ କାମ କରୁଥିବା ଗୋଷ୍ଠୀ ସାର୍କ ଏଲାଇଜ ଦାବି କରିଛିକି ଯଦି ଏହି ଭ୍ୟାକସିନ ସାରା ବିଶ୍ୱବାସୀଙ୍କୁ ଦିଆଯିବ ତେବେ ଏଥିପାଇଁ ୨ ଲକ୍ଷ ୪୦ ହଜାର ସାର୍କଙ୍କୁ ମାରିବାକୁ ପଡ଼ିବ । କିନ୍ତୁ କିଛି ବିଶେଷଜ୍ଞଙ୍କ କହିବା ଅନୁସାରେ ଶାର୍କ ଏଲାଇଜ ତରଫରୁ ହୋଇଥିବା ଆକଳନ ଖୁବ କମ୍‌। କରୋନା ଭ୍ୟାକସିନରୁ ବଞ୍ଚିବା ପାଇଁ ସଂକ୍ରମିତଙ୍କୁ ଦୁଇ ଡୋଜ୍ ‌ଦିଆଯାଉଛି । ଯଦି ସମସ୍ତଙ୍କୁ ସାର୍କ ତେଲରେ ପ୍ରସ୍ତୁତ ଭ୍ୟାକସିନ ଦିଆଯିବ ତେବେ ପ୍ରାୟ ୫ ଲକ୍ଷ ସାର୍କଙ୍କୁ ମାରିବାକୁ ପଡ଼ିବ । ଯାହା ସମୂଦ୍ର ପର୍ଯ୍ୟାବରଣ ଉପରେ ଯଥେଷ୍ଟ କୁପ୍ରଭାବ ପକାଇବ ।

ସାର୍କ ଏଲାଇଜର ସଂସ୍ଥାପକ ଏବଂ କାର୍ଯ୍ୟକାରୀ ନିର୍ଦ୍ଦେଶକ ଷ୍ଟେଫନୀ ବ୍ରେଣ୍ଡଲ କହିଛନ୍ତି କି ସାର୍କ ସଂଖ୍ୟ ଖୁବ କମ୍‌। ଏହି ମହାମାରୀ କେତେ ଦିନ ଧରି ଚାଲିବ ତାହା ଅନୁମାନ କରି ହେବ ନାହିଁ । ଯଦି ଏହିଭଳି ସାର୍କ ଶୀକାର କରାଯିବ ତେବେ ଦିନ ଆସିବ ଏହି ସମୂଦ୍ର ଜୀବ ଦିନେ ଲୋପ ପାଇଯିବ ।

ଓଟିଭି ଜମି ହଡ଼ପ ଷଡ଼ଯନ୍ତ୍ରର ସରଜମିନ ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର: ଓଟିଭି ପାଇଁ ବଢିଲା ଅଡୁଆ । ଗ୍ରାମବାସୀଙ୍କ ଅଭିଯୋଗ ପରେ ଓଟିଭିର ବେଆଇନ୍ ଜମି ଜବର ଦଖଲ ମାମଲାରେ ସକ୍ରିୟ ହୋଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଓଟିଭି କେତେ ଜମି ହାତେଇଛି ତାର ସ୍ଥିତାବସ୍ଥା କଣ ? ସାରୁଅ ଗାଁରେ ପହଞ୍ଚି ସରଜମିନ ସ୍ଥିତି ଅନୁଧ୍ୟାନ କରିଛି ପ୍ରଶାସନ । ନକ୍ସା ଦେଖି ଜମି ଅନୁଧ୍ୟାନ କରିଛି । ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ଉପଜିଲ୍ଲାପାଳ । ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ ।

OTV Sarua Land Grabbing Case, Khordha District Administration Started Investigation

ଓଟିଭିକୁ କିଏ କିଏ ଜମି ଦେଇଛନ୍ତି ? କେବେଠାରୁ ଜମି ହଡ଼ପ ଯୋଜନା ଚାଲିଛି ? ବିକ୍ରି ବାଦ ବେଆଇନ୍ ଭାବେ ଓଟିଭି ବଳପୂର୍ବକ ଜମି ହାତେଇଛି କି ? ଜମି ହଡପ ନେଇ ଗାଁ ଲୋକଙ୍କୁ କି କି ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।  ଏପରି କିଛି ପ୍ରଶ୍ନର ଉତ୍ତର ଖୋଜିବାକୁ ଓଟିଭିର ଜମି କେଳେଙ୍କାରୀର ତଦନ୍ତ ଆରମ୍ଭ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ଖୋର୍ଦ୍ଧା ଜିଲ୍ଲା ସାରୁଅ ଗାଁରେ ପହଞ୍ଚିଛି ପ୍ରଶାସନ ।

OTV Sarua Land Grabbing Case, Khordha District Administration Started Investigation

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ବେଗୁନିଆ ତହସିଲଦାର ସାରୁଅ ଗାଁରେ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ । ସାରୁଅର ନକ୍ସା ସହ ଓଟିଭି ଅକ୍ତିଆର କରିଥିବା ଜମିକୁ ଅନୁଧ୍ୟାନ କରିଛି ତଦନ୍ତକାରୀ ଟିମ । ନକ୍ସା ସହିତ ମେଳ କରାଯାଇଛି । ଅମେଳ ହେଲେ ମାପଚୁପ୍ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏହାସହ ଅନୁଧ୍ୟାନ ପରେ ଜିଲ୍ଲାପାଳଙ୍କୁ ୭ ଦିନ ଭିତରେ ରିପୋର୍ଟ ଦେବେ । ଜିଲ୍ଲାପାଳଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ ।

OTV Sarua Land Grabbing Case, Khordha District Administration Started Investigation

ଆଜି କି କାଲି ନୁହଁ ଅନେକ ବର୍ଷ ଧରି ନିଜ ହକ ମାଗୁଛନ୍ତି ସାରୁଅ ଅଞ୍ଚଳର ଚାଷୀ । କିନ୍ତୁ ସମସ୍ୟାରେ ସୁଧାର ଆସିନି । ଏହି ପାଚେରୀ ଭିତରେ ଅନେକ ଚାଷୀଙ୍କ ଜମି ରହିଛି କିନ୍ତୁ ନିଜ ଜମି ଭିତରକୁ ଯିବାକୁ ହେଲେ ଏମାନଙ୍କୁ ଅନୁମତି ନେବାକୁ ପଡୁଛି । ଚାଷ ଜମିକୁ ଯାଇପାରୁନଥିବାରୁ ଅନେକ ଜମି ପଡ଼ିଆ ହୋଇଗଲାଣି । କେବଳ ଏତିକି ନୁହଁ ଚାଷ ଜମି ମଝିରେ ପାଚେରୀ ଥିବାରୁ ତଳିଆ ଅଞ୍ଚଳକୁ ପାଣି ଆସିବାରେ ବାଧା ସୃଷ୍ଟି ହେଉଛି ।

OTV Sarua Land Grabbing Case, Khordha District Administration Started Investigation

ନିଜ ଜମିକୁ ଯିବା ପାଇଁ ଚାଷୀ ଚେଷ୍ଟା କରୁଥିବାବେଳେ ଅନେକବାର ଗୁଣ୍ଡାଗିରିର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି । ଜଗି ମଙ୍ଗତ ପଣ୍ଡାଙ୍କ ସଂପର୍କୀୟ ଗୁଣ୍ଡାରାଜ ଚଲାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥାନୀୟ ଗ୍ରାମବାସୀ ଆଶ୍ୱସ୍ତି ଅନୁଭବ କରିଛନ୍ତି । ଦୀର୍ଘ ଦିନର ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ।