spot_img
Home Blog Page 6369

ଧଉଳୀ ଉନ୍ନୟନ ନେଇ ରାଜନୀତି; ମନ୍ତ୍ରୀ ଅଶୋକ ପଣ୍ଡା କହିଲେ, ଅପରାଜିତା ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି

ଭୁବନେଶ୍ୱର: ଧଉଳୀ ଶାନ୍ତିସ୍ତୁପ ବିକାଶ ନେଇ ରାଜନୀତି ତେଜିଛି । ଧଉଳୀ ଉନ୍ନୟନ ପାଇଁ ମିଳିଥିବା ଅନୁଦାନ ଖର୍ଚ୍ଚରେ ଅନିୟମିତତା ହୋଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି ଯେ, କୌଣସି ତଥ୍ୟ ନଥାଇ ଭୁବନେଶ୍ୱର ସାଂସଦ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ଧଉଳୀ ବିକାଶ କାର୍ଯ୍ୟ ଜାରି ରହିଛି ।  ଏଣୁ ପର୍ଯ୍ୟଟନସ୍ଥଳୀକୁ ନେଇ ଶସ୍ତା ରାଜନୀତି ନ କରିବାକୁ ସେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିଭଳି କଂଗ୍ରେସ ବିଧାୟକ ସୁର ରାଉତରାୟ ବି ଏନେଇ ସ୍ୱର ଉଠାଇଛନ୍ତି ।  ଧଉଳୀର ବହୁ ବିକାଶ ହୋଇଛି, ଯାହା ବାକି ଅଛି ତାହା କରାଯାଉ । କିନ୍ତୁ କେହି ଏହି ପ୍ରସଙ୍ଗରେ ରାଜନୀତି ନକରନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି ।

ଧଉଳୀ ଶାନ୍ତିସ୍ତୁପର ଉନ୍ନୟନ ନେଇ କେନ୍ଦ୍ର ସରକାର ଯୋଗାଇଥିବା ଅନୁଦାନର ଅପବ୍ୟବହାର ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ ।  କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗର ଫ୍ଲାଗସିପ କାର୍ଯ୍ୟକ୍ରମ ଡେଷ୍ଟିନେସନ ଡେଭଲପମେଣ୍ଟ ସ୍କିମରେ ଧଉଳୀର ଉନ୍ନୟନ ପାଇଁ ୫ କୋଟି ଅନୁଦାନ ମିଳିଥିଲା । କିନ୍ତୁ ଏଥିରେ ଅନିୟମିତତା ହୋଇଥିବା ସାଂସଦ ଅଭିଯୋଗ କରିଥିଲେ ।

ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬ଟି ଜରୁରୀ କଥା…

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପୁଣି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ । ସେ କହିଛନ୍ତି, କରୋନା ଟିକାର ମୂଲ୍ୟ ଏବଂ ପରିମାଣ ଏବେ ସୁଦ୍ଧା ଧାର୍ଯ୍ୟ ହୋଇନାହିଁ । ଏହା ଉପରେ କାର୍ଯ୍ୟ ଚାଲିଛି ଏବଂ ଏହା ଏକ ବିଦ୍ଧି ବ୍ୟବସ୍ଥା ଅଧିନରେ ରହିବ । କରୋନା ଟିକା ଯେଭଳି ସମାଜର ଶେଷ ପାହଚରେ ଥିବା ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚିବ ସେଇଭଳି ବ୍ୟବସ୍ଥା କରିବା ନେଇ ଗୁରୁତ୍ୱ ଦିଆଯାଇଛି । କରୋନା ବିରୋଧ ଲଢ଼େଇରେ ସାମାନ୍ୟତମ ଅବହେଳା କରିବା ଉଚିତ୍ ନୁହେଁ । ଆମେ କାଠିକର ପରିସ୍ଥିତିରୁ ମୁକୁଳିବାକୁ ଯାଉଛେ । ଯଦି ଏହି ସମୟରେ ଅବହେଳା କରାଯିବ ତେବେ ପୁଣି ଥରେ ସ୍ଥିତି ସଙ୍ଗୀନ ହେବାର ସମ୍ଭାବନା ରହିଛି । ତେଣୁ ଯଥାସମ୍ଭବ ସମସ୍ତଙ୍କୁ ସତର୍କ ରହିବାକୁ ହେବ । କରୋନାକୁ ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହା ନବମ ବୈଠକ । ସବୁୁଠୁ ବଡ଼ କଥା ହେଲା ଟିକା ଆସିବା ପରେ ପ୍ରଥମେ ଏକ କୋଟି କୋଭିଡ୍‌ ଯୋଦ୍ଧାଙ୍କୁ ଦିଆଯିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ୬ଟି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି:-

୧.ଭାରତ ସ୍ଥିର ସ୍ଥିତିରେ ଅଛି: ଭ୍ୟାକ୍ସିନ୍‌ ଆବଣ୍ଟନକୁ ନେଇ ଯେଉଁଭଳି ଚର୍ଚ୍ଚା ହେଉଛି ସେଥିପ୍ରତି ଧ୍ୟାନ ଦେବାକୁ ହେବ । ଏକ ବ୍ୟବସ୍ଥିତ ଢ଼ଙ୍ଗରେ ଆଗକୁ ବଢ଼ିବାକୁ ହେବ । ଏକ ସମୟ ଥିଲା ଯେତେବେଳେ ଅଜ୍ଞାତ ଶକ୍ତି ସହିତ ଲଢ଼ିବା ଏକ ଚ୍ୟାଲେଞ୍ଜ ଥିଲା । ଦେଶର ମିଳିତ ପ୍ରୟାସ ଦ୍ୱାରା ଏହାକୁ ସାମ୍ନା କରାଗଲା । କ୍ଷତି ସର୍ବନିମ୍ନ ସ୍ତରରେ ରଖିବାକୁ ଚେଷ୍ଟା କରାଗଲା । ଆରୋଗ୍ୟ ଓ ମୃତ୍ୟୁ ହାରରେ ଭାରତର ସ୍ଥତି ଭଲ ରହିଛି । ଏଥିପାଇଁ ଟେଷ୍ଟିଂ ଏବଂ ଚିକିତ୍ସାର ଏକ ବଡ଼ ନେଟୱାର୍କ କାମ କରୁଛି ।

୨. ବିଭିନ୍ନ ପର୍ଯ୍ୟାୟରେ ଲୋକଙ୍କ ଆଚରଣ ଭିନ୍ନ ଥିଲା:-

କରୋନା ସମୟରେ, ବିଭିନ୍ନ ପର୍ଯ୍ୟାୟରେ ଭାରତୀୟଙ୍କ ଲୋକଙ୍କ ଆଚରଣ ମଧ୍ୟ ଭିନ୍ନ ଥିଲା । ପ୍ରଥମ ପର୍ଯ୍ୟାୟରେ ଭୟ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଭୟ ସହିତ ସନ୍ଦେହ ଜଡିତ ଥିଲା । ଏହାସହ ସଂକ୍ରମଣ ହେତୁ ସମାଜରୁ ଅଲଗା ହେବାର ଭୟ ଥିଲା ତେଣୁ ଲୋକ ନିଜ ରୋଗ ଲୁଚାଇବାକୁ ଲାଗିଲେ । ସେହି ସମସ୍ୟାରୁ ମଧ୍ୟ ଭାରତ ବାହାରି ଆସିଛି । ସେହିଭଳି ତୃତୀୟ ପର୍ଯ୍ୟାୟରେ, ଲୋକମାନେ ସଚେତନ ହେଲେ ପ୍ରକୃତ ଘଟଣା ବୁଝିଲେ । ରୋଗକୁ ଲୁଚାଇଲେ ନାହିଁ । ତୁରନ୍ତ ଏହାର ପ୍ରତିକାର କରିବାକୁ ଚେଷ୍ଟା କଲେ । ଲୋକଙ୍କ ମଧ୍ୟରେ ସଚେତନତା ବାଣ୍ଟିଲେ । ଚତୁର୍ଥ ପର୍ଯ୍ୟାୟରେ ଯେତେବେଳେ ସୁସ୍ଥତା ହାର ବଢ଼ିଲା କିମ୍ବା ସଚେତନତା ଦୃଷ୍ଟିରୁ ସଂକ୍ରମଣ କମିଲା ସେତେବେଳେ ଲୋକ ଭାବିବାକୁ ଆରମ୍ଭ କଲେ ଯେ, କରୋନା ଆଉ କୌଣସି କ୍ଷତି କରିପାରୁ ନାହିଁ । କରୋନା ଦୁର୍ବଳ ହୋଇସାରିଲାଣି । ତେବେ ଏଭଳି ଭାବିବା ଅନୁଚିତ୍‌ । ଏଭଳି ମନୋଭାବ ଯୋଗୁଁ ଏବେ ସ୍ଥିତି ପୁଣି ବିଗିଡ଼ିବାରେ ଲାଗିଛି । ପର୍ବପର୍ବାଣୀ ଆସିବ ପୂର୍ବରୁ ଲୋକଙ୍କୁ ନିବେଦନ କରାଯାଇଥିଲା, ଟିକା ନଆସିବା ପର୍ଯ୍ୟନ୍ତ ସତର୍କ ରୁହନ୍ତୁ । କରୋନା ସଂକ୍ରମଣ ରୋକିବା ଦିଗରେ ହିଁ ଅଧିକ ଗରୁତ୍ୱ ଦେବାକୁ କୁହାଯାଇଛି ।

୩.ପଜିଟିଭିଟି ହାରକୁ ୫% ଭିତରେ ରଖିବାକୁ ହେବ:-

ବର୍ତ୍ତମାନ ଆମ ପାଖରେ ଭଲ ଟିମ୍‌ ଅଛି । ଯାହା କିଛି ପ୍ରସ୍ତୁତ କରାଯିବ ତାକୁ କାର୍ଯ୍ୟକାରୀ କରାଯିବ । କରୋନା ସଂକ୍ରମଣ ବଢ଼ିବାକୁ ଦିଆଯିବ ନାହିଁ । ବିପଦର ଗଭୀର ସମୁଦ୍ରରୁ ବାହାରି ଏବେ ଭାରତ କୂଳ ଆଡକୁ ଯାଉଛୁ । ତେବେ ଏମିତି କୌଣସି ଭୁଲ ନହେଉ ଯାହା ଦ୍ୱାରା କୂଳରେ ପହଞ୍ଚିବା ପୂର୍ବରୁ ଡଙ୍ଗା ବୁଡ଼ିଯିବ । ଏଭଳି ସ୍ଥିତି ଯେମିତି ନଆସେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେବାକୁ ହେବ ।

୪. ଡୋଜ୍‌ ଏବଂ ମୂଲ୍ୟକୁ ନେଇ ବର୍ତ୍ତମାନ ସୁଦ୍ଧା ଉତ୍ତର ନୁହେଁ:-

ଟିକା ଅନୁସନ୍ଧାନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ସରକାର ପ୍ରତ୍ୟେକ ଦିଗ ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ଟିକା ଗୋଟିଏ ଡୋଜ୍‌ କିମ୍ବା ଦୁଇଟି ଡୋଜ୍‌ ଆବଶ୍ୟକ ସେନେଇ କୌଣସି ଡାକ୍ତରୀ ନିଷ୍ପତି ଆସିନାହିଁ । ଏହାସହ ଟୀକାର ମୂଲ୍ୟ ମଧ୍ୟ ସ୍ଥିର ହୋଇନାହିଁ । ଯେଉଁମାନେ ଟିକା ପ୍ରସ୍ତୁତ କରୁଛନ୍ତି ସେମାନେ କର୍ପୋରେଟ୍ ଦୁନିଆରେ ମଧ୍ୟ ପ୍ରତିଯୋଗିତା କରୁଛନ୍ତି । ଭାରତ ବିଭିନ୍ନ ଟିକା ପ୍ରସ୍ତୁତକାରୀ କମ୍ପାନୀ ସହ କାମ କରୁଛି ।

୫.ସମସ୍ତଙ୍କ ପାଖରେ ଟିକା ପହଞ୍ଚିବା ପ୍ରାଥମିକତା:-

ଟିକା ଯେଭଳି ସମାଜର ଶେଷ ପାହାଚରେ ଥିବା ଲୋକ ପାଖରେ ପହଞ୍ଚିବ ସେଥିପ୍ରତି ସରକାର ଧ୍ୟାନ ଦେଉଛନ୍ତି । ଏହି ଅଭିଯାନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ । ଏହା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବ । ସମସ୍ତେ ଏକାଠି ହୋଇ ଲଢ଼ିବାକୁ ପଡ଼ିବ । ଟିକାକୁ ନେଇ ଭାରତ ଯେଉଁଭଳି ଅଭିଜ୍ଞତା ରହିଛି ତାହା ବଡ଼ ବଡ଼ ଦେଶମାନଙ୍କ ପାଖରେ ନାହିଁ । ଭାରତ ଯେଉଁ ଭ୍ୟାକ୍ସିନ ଦେବ ତାହା ବୈଜ୍ଞାନିକଙ୍କ ଦ୍ୱାରା ଆଦୃତ ହୋଇଥିବା । ସବୁ ରାଜ୍ୟମାନଙ୍କ ସହ ମିଶି ଭ୍ୟାକ୍ସିନ୍‌ ଆବଣ୍ଟନ କରାଯିବ ।

୬.ଆବଣ୍ଟନରେ ରାଜ୍ୟଗୁଡିକର ଅଭିଜ୍ଞତା କାମରେ ଆସିବ:-

ଆମେ ସମସ୍ତେ ଜାଣୁ ଯେ ଆମେ ବୈଜ୍ଞାନିକ ନୁହଁନ୍ତି । ବ୍ୟବସ୍ଥିତ ଢ଼ାଞ୍ଚାରେ ଯାହା ଆସିବ ଆମେ ତାକୁ ସ୍ୱୀକାର କରିବାକୁ ହେବ । ଏହାସହ ରାଜ୍ୟମାନଙ୍କ ଅଭିଜ୍ଞତା ଓ ଯୋଜନା ଦ୍ୱାରା ଟିକା ଆବଣ୍ଟନ ସହଜ ହୋଇପାରେ ବୋଲି ଆଶଙ୍କା କରାଯାଇଛି । କରୋନା ବିରେେଧୀ ଲଢ଼େଇରେ ସାମନ୍ୟତମ ଅବହେଳା ବରଦାସ୍ତ କରାଯିବ ନାହିଁ ।

ସନ୍ଧାନୀ କୁକୁର ‘ଗ୍ରେସିଇ’ ଚାଲିଗଲା, ଶ୍ରଦ୍ଧାଞ୍ଜଳୀ ଦେଲା ଓଡ଼ିଶା ପୋଲିସ୍….

କୋରାପୁଟ: ସନ୍ଧାନୀ କୁକୁର ଗ୍ରେସିଇର ମୃତ୍ୟୁ ଘଟିଛି । ଅପରାଧିଙ୍କୁ ଧରିବାରେ ଧୁରନ୍ଧର ଥିବା ଏହି କୁକୁର ୯ ବର୍ଷ ବୟସରେ ପ୍ରାଣ ଛାଡିଛି । ଗ୍ରେସିଇର ମୃତ୍ୟୁ ପୋଲିସ ବିଭାଗ ପାଇଁ ଏକ ବଡ଼ କ୍ଷତି । ସେ ମଧ୍ୟପ୍ରଦେଶର ଜାତୀୟ ତାଲିମ କେନ୍ଦ୍ରରେ ତାଲିମ ନେଇଥିଲା । ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ପୋଲିସ ବିଭାଗର ତଦନ୍ତ ପ୍ରକ୍ରିୟାରେ ଗ୍ରେସିଇକୁ ଅନେକ ବାର ସାମିଲ କରାଯାଇଛି ।

ହତ୍ୟା, ଚୋରି ଓ ଡ଼କାୟତି ଭଳି ଅନେକ ବଡ଼ବଡ଼ ମାମଲା ଗ୍ରେସିଇର ସହାୟତାରେ ସମାଧାନ ହୋଇପାରିଛି । ତେବେ ଗ୍ରେସିଇର ମୃତ୍ୟୁ ପରେ କୋରାପୁଟ ଜିଲ୍ଲା ପୋଲିସ ଦୁଃଖପ୍ରକାଶ କରିବା ସହ ତା’ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛି ।

ଗାେମାଂସରେ ରୋକ୍‌ ଲଗାଇବାକୁ କାହିଁକି ଦାବି କରୁଛି ଅକ୍ସଫୋର୍ଡ ୟୁନିଭର୍ସିଟିର ଛାତ୍ର ସଙ୍ଗଠନ?

ବ୍ରିଟେନ:  ବ୍ରିଟେନର ଅକ୍ସଫୋର୍ଡ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ କ୍ୟାଣ୍ଟିନରେ ଗୋମାଂସ ଏବଂ ବିଭିନ୍ନ ଲାଲ ମାଂସ ଆଦି ଉପରେ ରୋକ୍ ଲଗାଇବା ପାଇଁ ଦାବି କରିଛନ୍ତି । ଏହାକୁ ଭୋଟ ମାଧ୍ୟମରେ ସମର୍ଥନ କରିଛନ୍ତି ୟୁନିଭର୍ସିଟିର ଦୁଇ-ତୃତୀୟାଂଶ ଛାତ୍ରଛାତ୍ରୀ । ଏହାଦ୍ୱାରା ପର୍ଯ୍ୟାବରଣରେ ପରିବର୍ତ୍ତନ ଆସିବ ବୋଲି ସେମାନେ ଯୁକ୍ତି ବାଢିଛନ୍ତି ।
ଚଳିତ ଦିନ ମାନଙ୍କରେ ବ୍ରିଟେନର ଏକାଧିକ କଲେଜରେ ଶାକାହାରୀ ଖାଦ୍ୟ ପଦାର୍ଥକୁ ଏକପ୍ରକାର ଉତ୍ସାହିତ କରାଯାଉଛି । ଏହି ପଦକ୍ଷେପ କଲେଜ ପ୍ରଶାସନ ନେଇନାହିଁ ବରଂ ଭିନ୍ନ ଏକ ପରିବର୍ତ୍ତନ ଆଣିବା ପାଇଁ ଦୃଢବଦ୍ଧ ହୋଇଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନଜରରେ ରଖି ଏକ ବିକଳ୍ପକୁ ଚୟନ କରିଛନ୍ତି । ଏହି କ୍ୟାମ୍ପେନରେ ସାମିଲ ରହିଛି ଲଣ୍ଡନ ୟୁନିଭର୍ସିଟି, କେମ୍ବ୍ରିଜ ୟୁନିଭର୍ସିଟି ଏବଂ ଗୋଲ୍ଡସ୍ମିଥ ୟୁନିଭର୍ସିଟି ଆଦି । ଏମାନଙ୍କ ସହିତ ସାମିଲ ହୋଇଛି ଅକ୍ସଫୋର୍ଡ ୟୁନିଭର୍ସିଟିର ଷ୍ଟୁଡେଣ୍ଟ ୟୁନିଅନ୍ ।

ଗୋ-ମାଂସ କିମ୍ବା ଲାଲ ମାଂସ ଭକ୍ଷଣ କରିବା ଦ୍ୱାରା ଜଳବାୟୁରେ ପରିବର୍ତ୍ତନ ଘଟୁଛି, ଆଉ ତା ସାଙ୍ଗକୁ ଗ୍ଲୋବାଲ ଓ୍ୱାର୍ମିଂ ଭଳି ସମସ୍ୟା । ଯଦି ବିଫ୍ ବ୍ୟାନ ଭଳି ପଦକ୍ଷେପ ନିଆଯାଏ ତେବେ ଏକ ବିରାଟ ଧରଣର ପରିବର୍ତ୍ତନ ଆସିବ ବୋଲି ଦାବି କରିଛନ୍ତି ଛାତ୍ରଛାତ୍ରୀ । ଯେଉଁ କ୍ୟାମ୍ପେନରେ ସାମିଲ ହୋଇଛନ୍ତି ୨୨ ହଜାରରୁ ଅଧିକ ଛାତ୍ରଛାତ୍ରୀ । ରିପୋର୍ଟ ଅନୁସାରେ ଉକ୍ତ ପ୍ରସ୍ତାବକୁ ବିଶ୍ୱବିଦ୍ୟାଳୟ ମ୍ୟାନେଜମେଣ୍ଟକୁ ପଠାଇଛି ଷ୍ଟୁଡେଣ୍ଟ ୟୁନିଅନ୍ ।  ପରିବେଶ ବିଶେଷଜ୍ଞମାନଙ୍କ ମତରେ ମାଂସ ଯୋଗାଣ ପାଇଁ ଅଧିକରୁ ଅଧିକ ଗୋରୁ ପାଳିବା ଏବଂ ଯାହା ଫଳରେ ସେମାନଙ୍କ ଠାରୁ ବହୁ ପରିମାଣର ଗ୍ରୀନ୍ ହାଉସ୍ ଗ୍ୟାସ୍ ବାହାରିଥାଏ । ଯେଉଁ ଗ୍ୟାସ୍ କି ସୂର୍ଯ୍ୟର ଉତ୍ତାପକୁ ଅବଶୋଷଣ କରିବା ସହ ପୃଥିବୀକୁ କ୍ରମାଗତ ଭାବେ ଗରମ କରିଥାଏ ।

ଆକଳନ ଅନୁଯାୟୀ ପୃଥିବୀର ମୋଟ ଗ୍ରୀନ୍ ହାଉସ୍ ଗ୍ୟାସର ୧୪ ପ୍ରତିଶତ ଗାଈ, ବଳଦ, ଷଣ୍ଢ ଏବଂ ମେଣ୍ଢା ଭଳି ଗୃହପାଳିତ ପଶୁମାନଙ୍କଠାରୁ ନିର୍ଗତ ହୁଏ। ଏହାବ୍ୟତୀତ ଗୋମାଂସ ଉତ୍ପାଦନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ବହୁ ପରିମାଣର ଜଳ ମଧ୍ୟ ଆବଶ୍ୟକ ହୋଇଥାଏ ।| ଯେପରିକି ଗାଈ ପାଇଁ ଏକ ଟନ୍ ଚାରା ପ୍ରସ୍ତୁତ କରିବା ଲାଗି ହାରାହାରି ୧,୬୨,୫୯,୦୦୦ ଲିଟର ପାଣି ଆବଶ୍ୟକ ପଡିଥାଏ । ଏହାକୁ ନଜର କଲେ ଜାଣିପାରିବେଯେ, ଯଦି ଆପଣ ଅଧା ପରିମାଣର ମାଂସ ଖାଆନ୍ତି, ତାହେଲେ ଆପଣ ସମ ପରିମାଣର ଜଳ ମଧ୍ୟ ବ୍ୟବହାର କରୁଛନ୍ତି । ତେଣୁ ବିଫ୍ ବ୍ୟାନ ହେଲେ ଏକପ୍ରକାର ଜଳ ସଂରକ୍ଷଣ ହୋଇ ପାରିବ ।

ଜୀବମାନଙ୍କ ଠାରୁ ମିଳୁଥିବା ମାଂସ, ଅଣ୍ଡା ଏବଂ କ୍ଷୀର ପରି ଖାଦ୍ୟ ପଦାର୍ଥ ବିଶ୍ୱ ପ୍ରୋଟିନ୍ ଯୋଗାଣର ମାତ୍ର ୩୭ ପ୍ରତିଶତ ହୋଇଥାଏ । ଏହାର ଅର୍ଥ ବାକି ଅଂଶ ଶାକାହାରୀ ଖାଦ୍ୟ ଦ୍ୱାରା ପୂର୍ଣ୍ଣ ହୋଇଥାଏ । ୟୁଏସ୍ ଡାଏଟାରୀ ଗାଇଡଲାଇନ ଆଡଭାଇଜରି କମିଟିର ସଦସ୍ୟ ଲିଣ୍ଡା ୱାନ୍ ହର୍ନ କୁହନ୍ତି, ମାଂସାହାରୀ ଖାଦ୍ୟପଦାର୍ଥ ବଦଳରେ ଉଦ୍ଭିଦ ଜାତୀୟ ଖାଦ୍ୟପଦାର୍ଥ ଗ୍ରହଣ କରିବା ଉଚିତ୍। ମାଂସରୁ ଯେତିକି ପରିମାଣର ପ୍ରୋଟିନ୍ ମିଳେ ସମ ପରିମାଣର ପ୍ରୋଟିନ୍ ଶୁଖିଲା ଫଳ, ବାଦାମ, ଛେନା, ବିନ୍ସ ଏବଂ ମଟର ଆଦି ଜିନିଷରୁ ମଧ୍ୟ ମିଳିଥାଏ ।

ଫ୍ରେଣ୍ଡସ୍ ଅନ୍ ଆର୍ଥ ସଙ୍ଗଠନର କହିବା ଅନୁସାରେ ବିଶ୍ୱରେ 50 କୋଟି ଲୋକ ସଂପୂର୍ଣ୍ଣ ଶାକାହାରୀ ହୋଇଥିବା ବେଳେ ଏହି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି କ୍ୟାମ୍ପେନକୁ ନେଇ କ’ଣ ନିଷ୍ପତ୍ତି ନେଉଛି ପରିଚାଳନା କମିଟି ତାହା ଉପରେ ସମସ୍ତଙ୍କର ନଜର ରହିବ ।

ଭିଜିଲାନ୍ସ ଜାଲରେ ଗଣିତ ଅଧ୍ୟାପକ; ୧ କୋଟି ୮୮ ଲକ୍ଷର ବେଆଇନ ସମ୍ପତି ଜବତ

ଗଣତି ଅଧ୍ୟାପକ ଗିରଫ କରିଛି ଭିଜିଲାନ୍ସ । ସିଇଟି ପ୍ରଫେସର ପ୍ରସନ୍ନ କୁମାର ମିଶ୍ରଙ୍କ ନିଜସ୍ୱ ବାସ ଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିଲା । ଚଢାଉ ବେଳେ ସର୍ବମୋଟ୍  ୨ କୋଟି ୧୯ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଠାବ ହୋଇଛି । ଏଥିରୁ ୧ କୋଟି ୮୮ ଲକ୍ଷ ଆୟ ବର୍ହିଭୁତ ସମ୍ପତ୍ତି । ତେବେ ଭିଜିଲାନ୍ସ ଏଯାବତ୍ ଖୋଳତାଡ଼ ଜାରି ରଖିଛି ।

ପରିବାରର ସମସ୍ତ ସଦସ୍ୟଙ୍କ ଆକାଉଣ୍ଟ ଚେକ୍ କରାଯାଉଛି । ସବୁ ସୂତ୍ରରୁ ତଥ୍ୟ ସଂଗ୍ରହ ପାଇ ପ୍ରୟାସ କରି ସମ୍ପତ୍ତି ଖୋଜି ବାହାର କରାଯାଉଥିବା ଭିଜିଲାନ୍ସ ଜଣାଇଛି । ଏବେ ଅଧ୍ୟାପକଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।

 

ଡମ୍ଫର ଧକ୍କାରେ ୬ ମୃତ; ଘଟଣାସ୍ଥଳରେ ଉତ୍ତେଜନା, କ୍ଷତିପୂରଣ ଦାବି…

ନୟାଗଡ଼: ନୟାଗଡ଼ ସରଣରକୂଳରେ ଏକ ସିରିଜ ଦୁର୍ଘଟଣା ଘଟିଛି । ଏକ ଡମ୍ଫର ଧକ୍କାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଜନତା ରାସ୍ତାରୋକ୍ କରିଛନ୍ତି । ଅନ୍ୟପକ୍ଷରେ ପୋଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଛି । ଆଜି ଦିନ ୩ଟା ୩୦ ମିନିଟ ସମୟରେ RKD କମ୍ପାନୀ ର ଏକ ହାଇୱା ଓଡଗାଁ ଓଡଗାଁ ଅଭିମୁଖେ ଯାଉଥିଲା  । ବେପରୁଆ ଗାଡି ଚାଳନାରୁ ପ୍ରଥମେ ନରେନ୍ଦ୍ରପୁରଠାରେ ଦୁଇ ଜଣ ମହିଳାଙ୍କୁ ଗାଡି ଦୃଘଟଣା ଘଟାଇ ଥିଲା l ସେଠାରେ ତାଙ୍କର ମୃତ ଘଟିଥିଲା l ପରେ ସୁଅରସାହି ଠାରେ ଏକ ଦୋକାନ ଘର ରେ ଦୃଘଟଣା ଘଟାଇଥିଲା। ସେଠାରେ ୪ଜଣ ଙ୍କ ର ମୃତୁ ଘଟିଥିଲା l ସେଥିରୁ ଜଣେ ବୟସ୍କ ବୃଦ୍ଧ ଜଣେ ୧୩ ବୟସ୍କ ନାବାଳିକା ଓ ଦୁଇଜଣ ଯୁବକ ।

ତେବେ ସମସ୍ତଙ୍କ ମରଶରୀର ରାସ୍ତାରେ ପଡ଼ିରହିଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆରମ୍ଭ କରୁଛି । ଲୋକେ ଓ ମୃତକଙ୍କ ସମ୍ପର୍କୀୟମାନେ ଟାୟାର ଜାଳିବା ସହ ରାସ୍ତାରୋକ୍ କରି ନିଜ ଦାବି ଜଣାଇଛନ୍ତି । ସବୁ ପରିବାରକୁ କ୍ଷତିପୂରଣ ପ୍ରତିଶ୍ରୁତି ନମିଳିବା ଯାଏଁ ରାସ୍ତାରୋକ ଜାରି ରହିବ ବୋଲି ସ୍ଥାନୀୟ ଲୋକେ ଅଡ଼ି ବସିଛନ୍ତି । ଉଲ୍ଲେଖଯୋଗ୍ୟ ଦମକଳ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିସାରିଛି ।

ଚୀନ୍‌ ଖେଳୁଛି ନୂଆ ଚାଲ୍‌, ସୀମା ପାଖ ଗାଁରେ ଠୁଳ କରୁଛି ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ: ସୀମାରେ ପୁଣି ସାମ୍ନକୁ ଆସିଛି ଚୀନ୍‌ର ଚାଲାକି । ଲଦାଖରେ ନିଜର କାୟା ବିସ୍ତାର କରିବା ପାଇଁ ଅହରହ ଉଦ୍ୟମ କରୁଥିବା ବେଜିଂ ଏବେ LAC ନିକଟରେ ନିଜର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛି । ଏପଟେ ଡୋକଲାମ୍‌ ଓ ଭୁଟାନ ସୀମାରେ ଥିବା ତୋରସା ନଦୀ ଉପତ୍ୟକାରେ ୯ କିଲୋମିଟର ବ୍ୟାପି ରାସ୍ତା ନିର୍ମାଣ କରିଛି ଚୀନ୍‌ ।

ସାଟେଲାଇଟ୍‌ରୁ ମିଳିଥିବା ଫଟୋ ଚିତ୍ରରୁ ଏହି ରାସ୍ତା ସମ୍ବନ୍ଧୀୟ ତଥ୍ୟ ସାମ୍ନାକୁ ଆସିଛି । ଏହି ରାସ୍ତା ମାଧ୍ୟମରେ ପାଖ ଗାଁ ଗୁଡିକରେ ନିଜର ଅସ୍ତ୍ରଶସ୍ତ୍ର ଓ ସେନା ଠୁଳ କରୁଛି ଚୀନ୍‌ ପ୍ରଶାସନ । ଏଭଳିକି ବଡ ବଡ ଗାଡି ମଧ୍ୟ ଚୀନ ମୁତୟନ କରିଛି । ଗତ କିଛି ଦିନ ଧରି ଏଭଳି କାର୍ଯ୍ୟ କରିଆସୁଛି ଚୀନ । ଏହା ମାଧ୍ୟମରେ ସୀମା ନିକଟବର୍ତ୍ତି ଦେଶ ଗୁଡିକ ଉପରେ ନିଜର ପ୍ରଭାବ ପକାଇବା ପାଇଁ ଉଦ୍ୟମ କରୁଛି ଚୀନ । ଯାହାକି ଚୀନର ବିସ୍ତାରବାଦୀ ନୀତିକୁ ଦର୍ଶାଉଛି । ବିଶ୍ୱର ଅନେକ ଦେଶ ଏବେ ଚୀନର ବିସ୍ତାରବାଦୀ ନୀତି ବିରୋଧରେ ସ୍ୱର ଉଠାଇଥିବାବେଳେ ସୀମାରେ ବେଜିଂର ମନମାନି ଜାରି ରହିଛି । ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ବିବାବ ଲାଗି ରହିଛି । ଏବେ ଭୁଟାନ ସୀମାରେ ଲୁଚିଛପି ଚୀନ ନିଜର ଅସ୍ତ୍ରଶସ୍ତ୍ର ଠୁଳ କରିବା ନୂଆ ବିବାଦ ସୃଷ୍ଟି କରିଛି ।

ବଢୁଛି କଳା ପଲସର ଆତଙ୍କ; ବ୍ୟାଙ୍କ ପରିଚାଳକଙ୍କଠୁ ଲୁଟି ନେଲେ ୫ ଲକ୍ଷ ଟଙ୍କା…

କେନ୍ଦୁଝର: କେନ୍ଦୁଝରରେ କଳା ପଲସରର ଆତଙ୍କ ବଢିବାରେ ଲାଗିଛି । କଳା ପଲସରକୁ ବ୍ୟବହାର କରି ଜିଲ୍ଲାରେ ଲୁଟେରାମାନେ ଖୁଲମଖୁଲା ଲୁଟ କରିବାରେ ମାତିଛନ୍ତି । ଏହିକ୍ରମରେ ପୁଣି ଥରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । କେନ୍ଦୁଝର ତୁରୁମୁଙ୍ଗା ବଜାରରେ ବ୍ୟାଙ୍କ ପରିଚାଳକ .ସୁରକ୍ଷାକର୍ମୀଙ୍କ ବଳୟ ମଧ୍ୟରେ ଟଙ୍କା ନେଇ ଯାଉଥିବା ବେଳେ ଲୁଟ୍ ହୋଇଛି ।

ଘଟଣା ଅନୁଯାୟୀ, ସବୁଦିନ ଭଳି ତୁରୁମୁଙ୍ଗା ସେଣ୍ଟ୍ରାଲ୍ କୋପେରେଟିଭ୍ ବ୍ୟାଙ୍କର ପରିଚାଳକ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ୫ଲକ୍ଷ ଟଙ୍କା ଉଠାଇ ନିଜ ବ୍ୟାଙ୍କକୁ ନେଉଥିଲେ । ଏହି ସମୟରେ ଏକ ବ୍ଲାକ୍ ପଲସରରେ ୨ ଜଣ ଦୁର୍ବୁତ୍ତ ଆସି ଟଙ୍କା ଭର୍ତ୍ତି ବ୍ୟାଙ୍କକୁ ଝାମ୍ପି ନେଇଥିଲେ । ଏ ନେଇ କୋ ଅପରେଟିଭ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାରେ ଲୁଟ ଅଭିଯୋଗ କ୍ରମାଗତ ଭାବେ ବଢିବାରେ ଲାଗିଛି । ଗତ କିଛି ଦିନ ତଳେ ସମାନ ଢଙ୍ଗରେ ବ୍ଲାକ୍ ପଲସରରେ ଲୁଟ୍ ହୋଇଥିଲା । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସାନ ଏନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରୁଥିବା ଜଣାଇଛି ।

ସାରୁଅ ବିବାଦ: ପୂର୍ବତନ ବେଗୁନିଆ ତହସିଲଦାର ନିଲମ୍ୱିତ

ଖୋର୍ଦ୍ଧା: ସାରୁଅ ବିବାଦ ମୁଣ୍ଡ ଟେକିବା ପରଠୁ ଜଗି-ଜୟଙ୍କର ଗୋଟିଏ ଗୋଟିଏ ଦୁର୍ନୀତି କାରନାମା ଆପେ ଆପେ ଖୋଲିବାର ଲାଗିଛି । ତେବେ ଏସବୁ ମୂଳରେ ଥିଲା ସାରୁଅ । ଜମି କାରବାରରେ ହେରଫେର ହୋଇଥିବାର ଅଭିଯୋଗ ଓ ଏହା ପଛରେ ଥିବା ସତ୍ୟାସତ୍ୟ ଏବେ ଓଟିଭି ପରିଚାଳନା ନିର୍ଦ୍ଦେଶକଙ୍କୁ ହରଡ଼ଘଣାରେ ପକାଇଛି । ଘଟଣାର ତଦନ୍ତ ଆରମ୍ଭ ହେବା ପରେ ସରକାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏହି କ୍ରମରେ ଆଜି ସାରୁଅ ବିବାଦ ସହ ଯୋଡ଼ି ହୋଇଥିବା ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ାଙ୍କୁ ନିଲମ୍ୱିତ କରାଯାଇଛି ।

ଏନେଇ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ବାବଦକୁ ତାଙ୍କୁ ବଦଳି ମଧ୍ୟ କରାଯାଇଥିଲା । ବିବେକାନନ୍ଦ ପରିଡ଼ାଙ୍କୁ ବଦଳି କରି କଟକ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଥିଲା । ତାଙ୍କ ବଦଳରେ ବେଗୁନିଆରେ ପୃଥ୍ୱୀରାଜ ମଣ୍ଡଳ ଦାୟିତ୍ୱ ନେଇଥିଲେ । ସୂଚନାଯୋଗ୍ୟ ଯେ, ତାଙ୍କ ବିରୋଧରେ ଗ୍ରାମବାସୀ ଓ ଜମି ହରାଇଥିବା ଲୋକେ କ୍ଷମତାର ଅପବ୍ୟବହାର ଓ ପକ୍ଷପାତିତାର ଆରୋପ ଲଗାଇଥିଲେ । ଏହା ପରେ ସରକାରଙ୍କ ପ୍ରାଥମିକ ତଦନ୍ତ ପରେ  ବଦଳି ଓ ଏବେ ନିଲମ୍ୱିତ ହୋଇଛନ୍ତି ।

ଓର୍‌ଟେଲ ନାଁରେ ପୁଣି ସାଂଘାତିକ ଅଭିଯୋଗ, ଦୀର୍ଘ ମାସ ଧରି କର୍ମଚାରୀଙ୍କୁ ଦେଇନି ଦରମା..

ଭୁବନେଶ୍ୱର: ପୁଣି ଆସିଲା ଓର୍‌ଟେଲ ନାଁରେ ସାଂଘାତିକ ଅଭିଯୋଗ । କର୍ମଚାରୀଙ୍କୁ ଦରମା ନଦେଇ ଦୀର୍ଘ ଦିନ ଧରି କରୁଥିଲା ଶୋଷଣ । ଏନେଇ ମଙ୍ଗଳବାର ଓରଟେଲ୍‌ର କିଛି କର୍ମଚାରୀ ଅଭିଯୋଗ କରିଛନ୍ତି ।

ଓରଟେଲ କମ୍ୟୁନିକେସନ ଲିମିଟେଡରେ କାର୍ଯ୍ୟ କରୁଥିବା ପ୍ରାୟ ୧୭ ଜଣ କର୍ମଚାରୀଙ୍କୁ ଦୀର୍ଘ ୭ ମାସ ହେବ ଦରମା ଦେଇ ନାହିଁ କମ୍ପାନୀ । ୨୦୧୬ ମେ’ ମାସରୁ ୨୦୧୮ ଜୁଲାଇ ମାସ ମଧ୍ୟରେ ୭ ମାସର ଦରମା ମିଳିନଥିବା ସେମାନେ ଅଭିଯୋଗ କରିଛନ୍ତି । ୨୦୧୮ ମସିହାରେ ଶ୍ରମ ବିଭାଗ ପଷରୁ ଓରଟେଲ କମ୍ୟୁନିକେସନ ଜିଏମ୍‌ ଓ ମ୍ୟାନେଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ନୋଟିସ ପରେ ବି କର୍ମଚାରୀ ମାନେ ଆଜି ପର୍ଯ୍ୟନ୍ତ ଦରମା ପାଇନଥିବା ଅଭିଯୋଗ ଜଣାପଡ଼ିଛି ।

ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ନେତୃତ୍ୱରେ ମଙ୍ଗଳବାର କର୍ମଚାରୀମାନେ ରାଉରକେଲା ଡିଭିଜନାଲ ଲେବର କମିଶନରଙ୍କ ନିକଟରେ ପୁଣି ଥରେ ଅଭିଯୋଗ କରିଛନ୍ତି । ବକେୟା ଦରମା ପ୍ରଦାନ କରାଯାଇନଥିବାରୁ ପୁଣି ଥରେ ଓରଟେଲ କର୍ତ୍ତୃପକ୍ଷଙ୍କୁ ଶ୍ରମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯିବ ବୋଲି ଜଣାପଡ଼ିଛି । ଏନେଇ ରାଉରକେଲା ଡିଭିଜନାଲ ଶ୍ରମ କମିଶନର ପ୍ରଣବ କୁମାର ପାତ୍ର ସୂଚନା ଦେଇଛନ୍ତି ।

ପୂର୍ବରୁ ୨୦୧୬ ମଇ ମାସରୁ ୨୦୧୮ ଜୁଲାଇ ମଧ୍ୟରେ ଓରଟେଲ କମ୍ୟୁନିକେସନରେ କାମ କରୁଥିବା ୧୭ କର୍ମଚାରୀଙ୍କୁ ୭-୮ ମାସର ଦରମା ଦେଇନଥିବା ଅଭିଯୋଗ ହୋଇଥିଲା । ଏନେଇ ୨୦୧୮ ଅକ୍ଟୋବର ୩୦ରେ ଶ୍ରମ ବିଭାଗ ନିକଟରେ କର୍ମଚାରୀମାନେ ଫେରାଦ ମଧ୍ୟ ହୋଇଥିଲେ । ହେଲେ ଅଭିଯୋଗକୁ ୨ ବର୍ଷ ପୂରିଥିଲେ ମଧ୍ୟ ଦାବି ପୂରଣ ହୋଇ ପାରିନାହିଁ ।

ବାଧ୍ୟ ହୋଇ କର୍ମଚାରୀମାନେ ରାଉରକେଲା ଡିଭିଜନାଲ ଲେବର କମିଶନରଙ୍କୁ ଭେଟି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି କର୍ମଚାରୀମାନେ । ତେବେ ୨୦୧୮ ନଭେମ୍ୱର ୩ରେ କର୍ମଚାରୀଙ୍କର ଅଭିଯୋଗ ଆଧାରରେ ଶ୍ରମ ବିଭାଗ ଓରଟେଲ୍ କମ୍ୟୁନିକେସନ ଲିମିଟେଡକୁ ନୋଟିସ କରିଥିଲା ।

ଘଟଣା ଉପରେ ନଜର ଦେବା ସହ ଦାବି ସମ୍ପର୍କିତ ଆଲୋଚନା କରିବା ପାଇଁ ମଧ୍ୟ କୁହାଯାଇଥିଲା । ମାତ୍ର ନୋଟିସ ସତ୍ତ୍ୱେ ମଧ୍ୟ ଓରଟେଲ୍ କର୍ମଚାରୀଙ୍କ ଟଙ୍କା ଦେଇନଥିଲା । ଏବେ ପୁଣି ଥରେ ରାଉରକେଲା ଶ୍ରମ କମିଶନ ସଂସ୍ଥା ନୋଟିସ କରିବେ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ କେବଳ ରାଉରକେଲା ନୁହେଁ, ରାଜ୍ୟ ଅନେକ ସ୍ଥାନରେ ଓରଟେଲ କର୍ମଚାରୀମାନଙ୍କୁ ଦରମା ପଇଠ କରାନଯିବାର ଅଭିଯୋଗ ସାମ୍ନାକୁ ଆସୁଛି ।