ନୂଆଦିଲ୍ଲୀ: ଦ୍ୱାଇଟ୍ ହାଉସ୍ ଛାଡ଼ିବେ ଡୋନାଲ୍ଡ ଟ୍ରମ୍ପ । ନିଜର ପରାଜୟ ସ୍ୱୀକାର କରୁନଥିଲେ ମଧ୍ୟ ହ୍ୱାଇଟ୍ ହାଉସ ଛାଡ଼ିବା ପାଇଁ ଟ୍ରମ୍ପ ସଙ୍କେତ ଦେଇଛନ୍ତି । ଆମେରିକାର ଜେନେରାଲ ସର୍ଭିସ ଅଫ୍ ଆଡ୍ମିନଷ୍ଟ୍ରେସନ୍ ବା GSAକୁ କ୍ଷମତା ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ । ଜୋ ବିଡେନ୍ ନିଜ କ୍ୟାବିନେଟ୍ ଘୋଷଣା କରିବା ପରେ ଏ ନେଇ ଚିତ୍ର ସ୍ପଷ୍ଟ ହୋଇଛି ।
ଟ୍ରମ୍ପ୍ କହିଛନ୍ତି, ଆମର କେସ୍ ମଜଭୁତ ଅଛି, ଲଢ଼େଇ ଜାରି ରହିଛି, ଶେଷରେ ଆମର ହିଁ ବିଜୟ ହେବ । ସେପଟେ ଜୋ ବିଡେନ୍ ନିଜର ନୂଆ ଟିମ ଘୋଷଣା କରି ଖୁବ ଶୀଘ୍ର ଦ୍ୱାଇଟ୍ ହାଉସରେ ପ୍ରବେଶ କରିବା ପାଇଁ ରାସ୍ତା ସଫା କରିଛନ୍ତି । ବିଡେନ୍ ଘୋଷଣା କରିଥିବା ନିଜ ଟିମରେ ବୈଦେଶିକ ସଚିବ ଭାବେ ଏଣ୍ଟୋନି ବ୍ଲିଙ୍କେନଙ୍କୁ ନିଯୁକ୍ତି ଦେଇଛନ୍ତି । ବ୍ଲିଙ୍କେନ ପୂର୍ବରୁ ବିଡେନଙ୍କ ବୈଦେଶିକ ପରାମର୍ଶଦାତା ଅଛନ୍ତି ।


ଏନେଇ ରେଷ୍ଟୁରାଣ୍ଟ ନାଇଟ୍ ଟାଉନର ମାଲିକ ବ୍ରେଡନ ରିଙ୍ଗ ଫେସବୁକ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସି ପ୍ରଥମେ ବିୟର ଅର୍ଡର କରିଥିଲେ ଏବଂ ପିଇବା ପରେ ସେ ବିଲ୍ ବାବଦକୁ ୭ ଡଲାର ଦେଇଥିଲେ। ଏପରିକି ସମ୍ପୃକ୍ତ ବ୍ୟକ୍ତି ଜଣକ ଦେଇଥିବା ଟିପ୍ସକୁ ବ୍ରାଞ୍ଚ ସେବାରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ କହିଥିଲେ ।

