spot_img
Home Blog Page 6379

ଦୀପିକା- ରିୟାଠୁ ଭାରତୀ ପର୍ଯ୍ୟନ୍ତ, ଇଣ୍ଡଷ୍ଟ୍ରୀର ଏହି ୧୦ ଚର୍ଚ୍ଚିତ ଚେହେରାଙ୍କ ପାଖକୁ ପହଞ୍ଚିଥିଲା NCBର ଛାଟ

ମୁମ୍ବାଇ: ଡ୍ରଗ୍ସ ମାମଲାକୁ ନେଇ ବଲିଉଡ ଏବଂ ଟିଭି ଜଗତ ଉପରେ ନିଜର କଡ଼ା ନଜର ରଖିଛି ଏନସିବି । ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ଆଙ୍ଗଲରେ ପ୍ରଥମେ ନାଁ ଆସିଥିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର । ରିୟାଙ୍କ ପରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଏବଂ ଟିଭି ଜଗତର ତାରକାଙ୍କ ନାଁ ସାମ୍ନାକୁ ଆସିବାକୁ ଲାଗିଲା । ବର୍ତ୍ତମାନ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ନାଁ ଆସିବା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଆସନ୍ତୁ ଜାଣିବା ଏଯାବତ କେଉଁ କେଉଁ ତାରକା ଏନସିବିର ଟାର୍ଗେଟରେ ଆସି ସାରିଛନ୍ତି ।

ଡ୍ରଗ୍ସ ମାମଲାରେ ସର୍ବପ୍ରଥମେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନାଁ ସାମ୍ନାକୁ ଆସିଥିଲା । ରିୟା ପ୍ରାରମ୍ଭିକ ସମୟରେ ଡ୍ରଗ୍ସ ନେଉଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ, କିନ୍ତୁ ପରେ ସେ ନିଜ ଭୁଲ ସ୍ୱୀକାର କରିଥିଲେ ଏବଂ ତାଙ୍କୁ ଗିରଫ କରାଯାଇଥିଲା ।

ଡ୍ରଗ୍ସ ମାମଲାରେ ବଲିଉଡର ଟପ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ଆସିବା ପୁରା ଫିଲ୍ମ ଜଗତରେ ହଇଚଇ ସୃଷ୍ଟି କରିଥିଲା । ଦୀପିକା ତାଙ୍କ ପୂର୍ବ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ହ୍ୱାଟସଆପରେ କୋଡ ୱାର୍ଡରେ ଡ୍ରଗ୍ସ ମାଗୁଥିବା ଚ୍ୟାଟ ସାମ୍ନାକୁ ଆସିଥିଲା । ଏହାପରେ ତାଙ୍କୁ ଏନସିବି ସମନ ପଠାଇଥିଲା ଏବଂ ପଚରାଉଚରା ପାଇଁ ଡକାଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ଦୀପିକା ଡ୍ରଗ୍ସକୁ ବାଦ ଦେଇ ସେହି କୋଡ ୱାର୍ଡସ ସମ୍ବନ୍ଧିତ କିଛି ଖୁଲାସା କରିଥିଲେ, ଯାହା ପରେ ତାଙ୍କୁ ଏନସିବି ଛାଡ଼ିଦେଇଥିଲା ।

ସୁଶାନ୍ତ ସିଂହ ମାମଲାରେ ଡ୍ରଗ୍ସ ଆଙ୍ଗଲ ଆସିବା ପରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଥିଲା । ସୂଚନା ଥିଲା ଯେ, ସୁଶାନ୍ତଙ୍କ ଫାର୍ମ ହାଉସରେ ହେଉଥିବା ପାର୍ଟିରେ ଶ୍ରଦ୍ଧା ସାମିଲ ଥିଲେ ଓ ସେହି ପାର୍ଟିରେ ଡ୍ରଗ୍ସ ମଧ୍ୟ ନିଆଯାଉଥିବା ସୂଚନା ରହିଥିଲା । ଏମିତିରେ ଏନସିବି ଶ୍ରଦ୍ଧାଙ୍କୁ ପଚରାଉଚରା କରିଥିଲା ଏବଂ ଶ୍ରଦ୍ଧା ଡ୍ରଗ୍ସ ନେବା କଥାକୁ ଅସ୍ୱୀକାର କରିଥିଲେ ।

ଡ୍ରଗ୍ସ ଆଙ୍ଗଲରେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥିଲା । ସୂଚନା ଥିଲା ଯେ, ସୁଶାନ୍ତଙ୍କ ଫାର୍ମହାଉସ, ଯେଉଁଠି ଡ୍ରଗ୍ସ ପାର୍ଟି ମଧ୍ୟ ହେଉଥିଲା ସେଠାକୁ ସାରା ଅଲ୍ଲୀ ଖାନ ଯିବା ଆସିବା କରୁଥିଲେ । ତଦନ୍ତ ବେଳେ ସାରା ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଥିଲେ, ଯାହା ପରେ ତାଙ୍କୁ ଛାଡ଼ିଦିଆଯାଇଥିଲା ।

ଏନସିବିର ପଚରାଉଚରା ବେଳେ ଡ୍ରଗ୍ସ କେସରେ ଫସିଥିବା ରିୟା ଚକ୍ରବର୍ତ୍ତୀ ଅଭିନେତ୍ରୀ ରକୁଲ ପ୍ରୀତଙ୍କ ନାଁ ନେଇଥିଲେ । ଏହାପରେ ରକୁଲଙ୍କୁ ଏନସିବି ସମନ ପଠାଇଥିଲା ଏବଂ ଡ୍ରଗ୍ସ ନେଣ ଦେଣ ଏବଂ ସେବନ ସମ୍ବଦ୍ଧିତ ପ୍ରଶ୍ନ କରିଥିଲେ । ରକୁଲ ଡ୍ରଗ୍ସ ନେଉଥିବା କଥାକୁ ଅସ୍ୱୀକାର କରିଥିଲେ, ତେଣୁ ଏନସିବି ତାଙ୍କୁ ମଧ୍ୟ ଛାଡ଼ି ଦେଇଥିଲା ।

ଡ୍ରଗ୍ସ କେସରେ ଅର୍ଜୁନ ରାମପାଳଙ୍କ ନାଁ ଆସିବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରଥମେ ଅର୍ଜୁନଙ୍କ ଲିଭ ଇନ ପାର୍ଟନର ଗୈବ୍ରିଏଲ ଡେମେଟ୍ରିଏଡସଙ୍କ ଭାଇକୁ ଏନସିବି ଡ୍ରଗ୍ସ କେସରେ ଧରିଥିଲା । ସେହି କନେକସନରେ ଅର୍ଜୁନ ରାମପାଳ ମଧ୍ୟ ସନ୍ଦେହ ଘେରକୁ ଆସିଥିଲେ । ଏହାପରେ ତାଙ୍କ ଘରେ ରେଡ କରାଯାଇଥିଲା, ଯେଉଁଠୁ ଏନସିବିକୁ କିଛି ପ୍ରତିବନ୍ଧିତ ଔଷଧ ମିଳିଥିଲା ।

ଅର୍ଜୁନ ରାମପାଳଙ୍କ ଲିଭ ଇନ ପାର୍ଟନର ଗୈବ୍ରିଏଲ ଡେମେଟ୍ରିଏସଙ୍କ ଭାଇଙ୍କ ନାଁ ମଧ୍ୟ ଡ୍ରଗ୍ସ କିଣା ବିକା ନେଇ ଅଭିଯୋଗ ରହିଥିଲା । ସୂଚନା ଅନୁଯାୟୀ ଗୈବ୍ରିଏଲଙ୍କ ଭାଇ ଅଗିସିୟାଲୋସ ପାଖରୁ ଏନସିବି ହଶିଶ ଏବଂ ଏଲପ୍ରାଜୋଲମର ବଟିକା ମିଳିଥିଲା । ଡ୍ରଗ ଡିଲରଙ୍କ ପାଖରୁ ତାଙ୍କ ବିଷୟରେ ସୂଚନା ମିଳିଥିଲା ।

ଟିଭି ଅଭିନେତ୍ରୀ ଅବିଗେଲ ପାଣ୍ଡେ ଏବଂ ତାଙ୍କ ବୟଫ୍ରେଣ୍ଡ କୋରିଓଗ୍ରାଫର ସନମ ଜୋହର ମଧ୍ୟ ଡ୍ରଗ୍ସ ମାମଲାରେ ଫସି ସାରିଛନ୍ତି । ଏନସିବିର ସୂଚନା ଅନୁଯାୟୀ, ଏବିଗେଲ ଏବଂ ସନମ ଗଞ୍ଜେଇ ସେବନ କରନ୍ତି । ତେବେ ଦୁହିଁଙ୍କ ବିରୋଧରେ ଏନସିବିକୁ କୌଣସି ପ୍ରମାଣ ମିଳିପାରିନଥିଲା ।

ତେବେ ଡ୍ରଗ୍ସ କେସରେ ତାଜା ତାଜା ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷଙ୍କ ନାଁ ଆସିଛି । ତାଙ୍କ ବାସଭବନରେ ରେଡ ସମୟରେ ଗଞ୍ଜେଇ ଜବତ କରାଯାଇଥିଲା । ଏହାପରେ ଦୁହିଁଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା । ପଚରାଉଚରା ବେଳେ ଡ୍ରଗ୍ସ ନେଉଥିବା ଅଭିଯୋଗକୁ ଭାରତୀ ସ୍ୱୀକାର କରିଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ।

ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ ଏନସିବି ଶନିବାର ଗିରଫ କରିଛି । ଡ୍ରଗ୍ସ ମାମଲାରେ ହର୍ଷ ଏବଂ ଭାରତୀଙ୍କ ନାଁ ଆସିବା ସମସ୍ତଙ୍କୁ ଚକିତ କରିଥିଲା ।

ଉଦ୍ଦେଶ୍ୟମୂଳକ ଭାବେ ସ୍କୁଲ ବନ୍ଦ କରାଯିବ ନାହିଁ : ଗଣଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ୱର : କୌଣସି ସ୍କୁଲକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରାଯିବ ନାହିଁ । ଗୁଣାତ୍ମକ ଶିକ୍ଷା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏଥିପାଇଁ ସିଡ୍ୟୁଲ୍‌ଡ ଏରିଆରେ ୧୫ରୁ କମ୍ ଓ ନନ୍‌ସିଡ୍ୟୁଲ୍‌ଡ ଏରିଆରେ ୨୦ରୁ କମ ପିଲାଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯିବ । ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଉତ୍ତରରେ କଂଗ୍ରେସ ସନ୍ତୋଷ ପ୍ରକାଶ କରିଥିବା ବେଳେ ବିଜେପି କିଛି ପ୍ରଶ୍ନ ଉଠାଇଛି ।

ସିଡ୍ୟୁଲ୍ଡ ଅଞ୍ଚଳରେ କୌଣସି ସ୍କୁଲରେ ୧୫ରୁ କମ ଓ ନନ୍‌ ସିଡ୍ୟୁଲ୍‌ଡ ଏରିଆରେ କୌଣସି ସ୍କୁଲରେ ୨୦ରୁ କମ୍‌ ପିଲା ଥିଲେ ସେସବୁ ସ୍କୁଲକୁ ଅନ୍ୟ ସ୍କୁଲରେ ମିଶ୍ରଣ କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ସବୁ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ପରିମାଣର ଶିକ୍ଷକ ଯୋଗାଇ ଦେବା ଲକ୍ଷ୍ୟ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି  । ଛୋଟ ଛୋଟ ସ୍କୁଲ ଏକତ୍ରୀକରଣ ଦ୍ୱାରା ବଡ଼ ବିଦ୍ୟାଳୟ ଲକ୍ଷ୍ୟରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ବିଧାନସଭାରେ ବିବୃତି ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  । ରାଜସ୍ଥାନ ଓ ଝାଡ଼ଖଣ୍ଡ ପରେ ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଉଛି । ଶିକ୍ଷାଦାନର ମାନବୃଦ୍ଧି ଓ ଶିକ୍ଷାର ଉତ୍ତମ ବାତାବରଣ ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

Unlock 5 Ministry Of Education Releases Guidelines For Reopening Of Schools

ବିଧାନସଭାରେ ସାଢେ ୪ ଘଣ୍ଟାର ଆଲୋଚନା ପରେ ମନ୍ତ୍ରୀଙ୍କ ଉତ୍ତରରେ କଂଗ୍ରେସ ସନ୍ତୋଷ ପ୍ରକାଶ କରିବା ସହ କେବିକେ ସ୍କୁଲ ନେଇ ସରକାରଙ୍କ ପଦକ୍ଷେପ ସଂପର୍କରେ ଜଣାଇବାକୁ ଦାବି କରିଛି  । ବିଜେପି କହିଛି ସ୍କୁଲ ବନ୍ଦ ହେଲେ ବିରୋଧ କରାଯିବ । ଏହାର ଜବାବ ଦେଇଛି ବିଜେଡି । ଦଳ କହିଛି କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି   ।

Unlock 5 Ministry Of Education Releases Guidelines For Reopening Of Schools

ସେହିଭଳି ରାଜ୍ୟରେ ୧୪ହଜାର ୩୮୨ସ୍କୁଲରେ ୪୦ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି  । ସେଥିମଧ୍ୟରୁ ୭ ହଜାର ୭୭୨ ସ୍କୁଲକୁ ମିଶ୍ରଣ କରିବା ପାଇଁ ପ୍ରକ୍ରିୟା ଚାଲିଛି । ସେଥିରୁ ୧୭୨୪ ସ୍କୁଲରେ ୨୫ରୁ କମ୍ ପିଲା ଓ ୬୦୪୮ଟି ସ୍କୁଲରେ ୨୦ରୁ କମ୍ ପିଲା ଅଛନ୍ତି  । ମିଶ୍ରଣ ନେଇ ଯେଉଁଠି  ସମ୍ପର୍କରେ ଲିଖିତ ଅଭିଯୋଗ ଆସିଲେ ସରକାର ବିଚାର କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି  ।

ବିବାହ କଲେ ସନା ଖାନ, ସ୍ୱାମୀଙ୍କ ସହ ସୋସିଆଲ ମିଡିଆରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ: ଅଭିନେତ୍ରୀ ସନା ଖାନ ମୌଲାନା ମୁଫତୀ ଅନସ ଖାନଙ୍କ ସହ ବିବାହ କରିଛନ୍ତି । ଅନସ ଖାନଙ୍କ ସହ ନିଜ ବିବାହର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନିକଟରେ ଦୁହିଁଙ୍କ ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନଭେମ୍ବର ୨୦ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।


ସନା ଇନଷ୍ଟାଗ୍ରାମରେ ନିଜ ସ୍ୱାମୀଙ୍କ ସହ ବିବହାର ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି ।  ଏହା ସହିତ ସନା ନିଜ ନାଁ ବଦଳାଇ ସାଇଦ ସନା ଖାନ ରଖିଛନ୍ତି । ସୂଚନା ଅନୁଯାୟୀ ସନାଙ୍କ ସ୍ୱାମୀ ଜଣେ ମୌଲାନା ଅଟନ୍ତି ଏବଂ ଗୁଜୁରାଟର ସୁରଟରେ ବାସ କରନ୍ତି ।

ତେବେ ଫ୍ୟାନ୍ସମାନେ ଏହା ଜାଣିବାକୁ ବ୍ୟକୁଲ ଥିଲେ ଯେ ସନା ଖାନ ଅନସଙ୍କ ସହ କିପରି ଦେଖା ହୋଇଥିଲେ । ତେବେ ସ୍ପଟବୟର ସୂଚନା ମୁତାବକ, ସନା ଖାନ ମୁଫତୀ ଅନସ ଖାନଙ୍କ ସହ ବିଗ ବସ ଫେମ ଏଜାଜ ଖାନଙ୍କ ମାଧ୍ୟମରେ ଦେଖାହୋଇଥିଲେ ।

୫୭ ଜଣ ଟ୍ରେନି IAS ଅଧିକାରୀ କରୋନା ପଜିଟିଭ୍

ଡେରାଡୁନ୍: ଦେଶରେ କରୋନା ମହାମାରୀ ମାଡ଼ି ଚାଲିଛି । ଡେରାଡୁନ୍ ସ୍ଥିତ ଲାଲ୍ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ କରୋନା ମାମଲା ମିଳିଛି । ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୫୭ ଜଣ ଟ୍ରେନି IAS ଅଫିସର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ବଡ଼ ସଂଖ୍ୟାରେ ସଂକ୍ରମଣ ବ୍ୟାପିବା ପରେ ଏକାଡେମୀକୁ ଡିସେମ୍ବର ୩ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

57 Trainee IAS Officer OF Lal Bahadur Shastri National Academy of Administration Tested Corona Positive

ଏକାଡେମୀ କର୍ତ୍ତୃପକ୍ଷ ରବିବାର ସୂଚନା ଦେଇଛନ୍ତି- ୫୭ ଜଣ ଟ୍ରେନି IAS ଅଧିକାରୀ କୋଭିଡ୍-୧୯ ସଂକ୍ରମିତ ହୋଇଛନ୍ତି । ଏଥିପାଇଁ ଏକାଡେମୀକୁ ଡିସେମ୍ବର ୩ ଯାଏଁ ବନ୍ଦ ରଖାଯାଇଛି । ଏହି ସମୟରେ ପ୍ରଶିକ୍ଷଣ ସହ ସମସ୍ତ ଅନ୍ୟ ସଞ୍ଚାଳନ କାର୍ଯ୍ୟକ୍ରମ ଅନଲାଇନରେ କରାଯିବ । ସଂକ୍ରମିତ ଟ୍ରେନିମାନଙ୍କୁ ଅଲଗା କୋଭିଡ୍ କେୟାର ସେଣ୍ଟରରେ ରଖାଯାଇଛି ।

57 Trainee IAS Officer OF Lal Bahadur Shastri National Academy of Administration Tested Corona Positive

ଶୁକ୍ରବାରଠାରୁ ଆଜି ଯାଏଁ ଏକାଡେମୀରେ ୧୬୨ଟି (RT-PCR) ଟେଷ୍ଟ କରାଯାଇଛି । ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତା, ବାରମ୍ବାର ହାତ ଧୋଇବା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଭାରତ ବନାମ ଅଷ୍ଟ୍ରେଲିଆ: ଜାଣନ୍ତୁ କେଉଁ ଦିନ କେଉଁ ମ୍ୟାଚ୍ ଖେଳାଯିବ

0

ନୂଆଦିଲ୍ଲୀ: ନଭେମ୍ବର ୨୭ରୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଅଷ୍ଟ୍ରେଲିଆ ତିନି ଶୃଙ୍ଖଳା ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ମ୍ୟାଚ୍ । ବାକୁ ଯାଉଛନ୍ତି। ଏହାବ୍ୟତୀତ ଡିସେମ୍ବର ୧୭ରୁ ଆଡିଲେଡ୍ ଓଭାଲରେ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ।

ଜାଣନ୍ତୁ, କେଉଁ ଦିନ କେଉଁ ମ୍ୟାଚ୍ ଖେଳାଯିବ-

ଦିନିକିଆ ମ୍ୟାଚ୍- ଭାରତ ବନାମ ଅଷ୍ଟ୍ରେଲିଆ

ନଭେମ୍ବର ୨୭: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ  ପ୍ରଥମ ମ୍ୟାଚ୍

ନଭେମ୍ବର ୨୯: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ୍

ଡିସେମ୍ବର ୨: କାନବେରାର ମନୁକା ଓଭାଲରେ ତୃତୀୟ ମ୍ୟାଚ୍

ଟି-୨୦ ମ୍ୟାଚ୍-

ଡିସେମ୍ବର ୪: କାନବେରାର ମନୁକା ଓଭାଲରେ ପ୍ରଥମ ଟି-୨୦ ମ୍ୟାଚ୍

ଡିସେମ୍ବର ୬: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଦ୍ୱିତୀୟ ଟି-୨୦ ମ୍ୟାଚ୍

ଡିସେମ୍ବର ୮: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ତୃତୀୟ ମ୍ୟାଚ୍

ଟେଷ୍ଟ ମ୍ୟାଚ୍-

ଡିସେମ୍ବର ୧୭-୨୧: ଆଡିଲେଡ୍ ଓଭାଲରେ ପ୍ରଥମ ଟେଷ୍ଟ ମ୍ୟାଚ୍

ଡିସେମ୍ବର ୨୬-୩୦: ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍

ଜାନୁଆରୀ ୭-୧୧: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ତୃତୀୟ ଟେଷ୍ଟ ମ୍ୟାଚ୍

ଜାନୁଆରୀ ୧୫-୧୯: ବ୍ରିସବେନର ଗାବା ଠାରେ ୪ର୍ଥ ଟେଷ୍ଟ

ଖେଳାଳିଙ୍କ ନାମ-

ଭାରତ

ଭାରତ ଏକଦିବସୀୟ ଦଳ: ବିରାଟ କୋହଲି (କ୍ୟାପଟେନ), ଶିଖର ଧୱନ, ଶୁବମାନ ଗିଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ ଏବଂ ୱିକେଟ୍ କିପର), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜଶପ୍ରିତ ବୁମରା, ମହମ୍ମଦ ଶାମି, ନବଦୀପ ସାଇନି, ଶାର୍ଦ୍ଦୁଲ ଠାକୁର, ସଞ୍ଜୁ ସାମସନ (ୱିକେଟ୍ କିପର)।

ଭାରତ ଟି-୨୦ ଦଳ: ବିରାଟ କୋହଲି (କ୍ୟାପଟେନ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ ତଥା ୱିକେଟ୍ କିପର), ଶ୍ରେୟସ୍ ଆୟର୍, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ନବଦୀପ ସାଇନି, ଦୀପକ ଚହର, ଟି ନଟରାଜନ।

ଭାରତ ଟେଷ୍ଟ ଦଳ: ବିରାଟ କୋହଲି (କ୍ୟାପଟେନ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶ, କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ-ଅଧିନାୟକ), ହନୁମା ବିହାରୀ, ଶୁବମାନ ଗିଲ, ରିଦ୍ଧିମାନ ସାହା (ୱିକେଟ୍ କିପର), ଋଷଭ ପନ୍ତ ( ୱିକେଟ୍ କିପର), ଜସପ୍ରୀତ ବୁମରା, ମହମ୍ମଦ ଶାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ-

ଅଷ୍ଟ୍ରେଲିଆ ଏକଦିବସୀୟ ଦଳ: ଆରୋନ ଫିଞ୍ଚ (କ୍ୟାପଟେନ), ସୀନ୍ ଆବଟ, ଆଷ୍ଟନ୍ ଅଗର, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ, କାମେରନ୍ ଗ୍ରୀନ୍, ଜୋସ୍ ହାଜଲେଉଡ୍, ମୋଇସ୍ ହେନ୍ରିକ୍ସ, ମାର୍ନସ୍ ଲାବୁସାଗ୍ନେ, ଗ୍ଲେନ୍ ମ୍ୟାକ୍ସୱେଲ, ଡାନିଏଲ୍ ସାମସ୍, କେନ୍ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍, ମାଥ୍ୟୁ ୱେଡ (ୱିକେଟ୍ କିପର), ଡେଭିଡ ୱାର୍ନର, ଆଦାମ ଜାମ୍ପା।

ଅଷ୍ଟ୍ରେଲିଆ ଟି-୨୦ ଦଳ: ଆରୋନ ଫିଞ୍ଚ (କ୍ୟାପଟେନ), ସୀନ୍ ଆବଟ, ଆଷ୍ଟନ୍ ଅଗର, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହାଜଲେଉଡ୍, ମୋଇସ୍ ହେନ୍ରିକ୍ସ, ମାର୍ନସ୍ ଲାବୁସାଗ୍ନେ, ଗ୍ଲେନ୍ ମ୍ୟାକ୍ସୱେଲ, ଡାନିଏଲ୍ ସାମସ୍, କେନ୍ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍, ମାଥ୍ୟୁ ୱେଡ (ୱିକେଟ୍ କିପର), ଡେଭିଡ ୱାର୍ନର, ଆଦାମ ଜାମ୍ପା।

ଅଷ୍ଟ୍ରେଲିଆ ଟେଷ୍ଟ ଦଳ: ଟିମ୍ ପାଏନ୍ (କ୍ୟାପଟେନ୍, ୱିକେଟ୍ କିପର), ସୀନ୍ ଆବଟ, ଜୋ ବର୍ନସ୍, ପ୍ୟାଟ୍ କମିନ୍ସ, କାମେରନ୍ ଗ୍ରୀନ୍, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ମାର୍ନସ୍ ଲାବୁସାଗ୍ନେ, ନାଥାନ୍ ଲିଅନ୍, ମାଇକେଲ୍ ନେସର, ଜେମ୍ସ ପାଟିନ୍ସନ୍, ୱିଲ୍ ପୁକୋଭସ୍କି, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ , ମିଚେଲ ସ୍ୱେପସନ, ମାଥ୍ୟୁ ୱେଡ, ଡେଭିଡ ୱାର୍ନର ।

ବିରାଟ କୋହଲିଙ୍କ ପିତୃତ୍ୱ ଛୁଟିକୁ ନେଇ କ’ଣ କହିଲେ କପିଲ, ଜାଣନ୍ତୁ

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଟରନିଟି ଲିଭ (ପିତୃତ୍ୱ ଛୁଟି)କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ବିରାଟ ଏବଂ ତାଙ୍କ ବଲିଉଡ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଆସନ୍ତା ୨୦୨୧ ମସିହା ଜାନୁଆରୀ ୨୦୨୧ରେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି। ସନ୍ତାନ ଜନ୍ମ ସମୟରେ ସେ ନିଜ ପତ୍ନୀ ଏବଂ ପରିବାର ସହିତ ରହିବାକୁ ଚାହିଁଛନ୍ତି । ଯେଉଁଥିପାଇଁ ସେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ)ରୁ ପିତୃତ୍ୱ ଛୁଟି ନେଇଛନ୍ତି।

ଅଷ୍ଟ୍ରେଲିଆ ଗସ୍ତରେ (ଭାରତ ବନାମ ଅଷ୍ଟ୍ରେଲିଆ) ଆଡିଲେଡ ଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ପରେ ବିରାଟ ଭାରତ ଫେରିଯିବେ ବୋଲି ସୂଚନା ମିଳିଛି। ବିରାଟ କୋହଲିଙ୍କ ପିତୃତ୍ୱ ଛୁଟିକୁ ପ୍ରଶଂସକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି | କେହି କେହି ଏହାକୁ ସମର୍ଥନ କରୁଥିବାବେଳେ ଆଉ କେହି କେହି ଏହାକୁ ପସନ୍ଦ କହୁଛନ୍ତି।

କିନ୍ତୁ  ଏହିଭଳି ଭାବେ ଅନେକ କ୍ରିକେଟର ରହିଛନ୍ତି ଯେଉଁମାନେକି ନିଜ ସନ୍ତାନ ଜନ୍ମ ସମୟରେ ନିଜ ପରିବାର ସହିତ ରହିପାରିନାହାଁନ୍ତି । ତନ୍ମଧ୍ୟରୁ ଜଣେ ହେଉଛନ୍ତି ସୁନୀଲ ଗାଭାସ୍କର । ଆସନ୍ତୁ ଜାଣିବା କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା…

ନିକଟରେ କପିଲ ଦେବ କହିଛନ୍ତି ଯେ 1976 ମସିହାରେ ରୋହନ ଗାଭାସ୍କର ଜନ୍ମ ବେଳକୁ ସୁନିଲ ଓ୍ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଥିଲେ । ସେ ସମୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ସିରିଜ୍ ଖେଳାଯାଉଥିଲା । ତେବେ ପୂର୍ବତନ ଭାରତୀୟ କ୍ରିକେଟର ଅଶୁଂମାନ ଗାଇକୱାଡ ମଧ୍ୟ ସୁନୀଲ ଗାଭାସ୍କରଙ୍କର ସେହି କାହାଣୀ ସମ୍ପର୍କରେ କହିଛନ୍ତି ।

ଅଶୁଂମାନ ଗାଏକୱାଡ କହିଛନ୍ତି ଯେ ଗାଭାସ୍କର ତାଙ୍କ ଜନ୍ମିତ ପୁଅକୁ ଦେଖିବାକୁ ଭାରତ ଆସିବାକୁ ଚାହୁଁଛନ୍ତି, କାରଣ ଦୁଇ ସପ୍ତାହ ପରେ ଭାରତର ପରବର୍ତ୍ତୀ ସିରିଜ ୱେଷ୍ଟଇଣ୍ଡିଜରେ ଥିଲା, କିନ୍ତୁ ବିସିସିଆଇ ତାଙ୍କୁ ଅନୁମତି ଦେଇନଥିଲା।  ଏମିତିକି ବାକି ଟିମ୍ ସହ ୱେଷ୍ଟଇଣ୍ଡିଜକୁ ଯିବାକୁ ବିସିସିଆଇ ତାଙ୍କୁ କହିଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗାଭାସ୍କର ପ୍ରାୟ ଅଢେଇ ମାସ ପରେ ତାଙ୍କ ପୁଅ ରୋହନକୁ ଦେଖିବାକୁ ସକ୍ଷମ ହୋଇଥିଲେ।

କପିଲ  ମଧ୍ୟ ବିରାଟଙ୍କ ପିତୃତ୍ୱ ଛୁଟିକୁ ସମର୍ଥନ କରିବା ସହ କହିଛନ୍ତି ଯେ ବିରାଟ ପିତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ମଧ୍ୟ ମ୍ୟାଚରେ ଯୋଗ ଦେଇଥିଲେ ।

ଆୟୁର୍ବେଦ ଡାକ୍ତରଙ୍କୁ ସର୍ଜରୀ ଅନୁମତିକୁ IMAର ବିରୋଧ

ନୂଆଦିଲ୍ଲୀ: ସର୍ଜରୀ କରିବେ ଆୟୁର୍ବେଦ ଡାକ୍ତର । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତୀୟ ଚିକିତ୍ସା ସଂଘ (IMA) ବିରୋଧ କରିବା ଆରମ୍ଭ କରିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଘ ଚୋର ଦ୍ୱାର ଦେଇ ପଶିବା କହିଛି । ଏହାଦ୍ୱାରା NEET ଭଳି ସର୍ବଭାରତୀୟ ପରୀକ୍ଷାର ଗୁରୁତ୍ୱ ସମ୍ପୂର୍ଣ୍ଣ ଭାବେ ସରିଯିବ ବୋଲି ସଂଘ କହିଛି । ସରକାରଙ୍କ ପକ୍ଷରୁ ଗ୍ରୀନ୍ ସିଗନାଲ ମିଳିବା ପରେ କେନ୍ଦ୍ରୀୟ ଚିକିତ୍ସା ପରିଷଦ (CCIM) ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ ଆୟୁର୍ବେଦ ଡାକ୍ତର ଏବେ ୫୮ ପ୍ରକାର ସର୍ଜରୀ କରିପାରିବେ ବୋଲି କୁହାଯାଇଛି ।

Indian Medical Association Deeply Anguished By Notification Allowing Ayurveda Doctors To Perform Surgery

କେନ୍ଦ୍ରୀୟ ଚିକିତ୍ସା ପରିଷଦର ଏହି ନିଷ୍ପତ୍ତିକୁ IMA ବିରୋଧ କରିବା ସହ ଏହାକୁ ଏକତରଫା କହିଛି । IMA ପକ୍ଷରୁ ଜାରି ବିବୃତିରେ କୁହଯାଇଛି- ଯଦି ସିସିଆଇଏମ୍ ଲକ୍ଷ୍ମଣ ରେଖା ଡେଇଁବାକୁ ଚେଷ୍ଟା କରେ ତ ପରିମାଣ ଭୟାନକ ହେବ । IMA ପରାମର୍ଶ ଦେଇ CCIMକୁ କହିଛି- ପ୍ରାଚୀନ ଜ୍ଞାନକୁ ନେଇ ସର୍ଜରୀର ନୂଆ ତରିକା ଓ ଆଧୁନିକ ଚିକିତ୍ସା ବିଜ୍ଞାନ ଆଧାରିତ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

Indian Medical Association Deeply Anguished By Notification Allowing Ayurveda Doctors To Perform Surgery

ଏପରିକି ଆଧୁନିକ ଚିକିତ୍ସା ଶାସ୍ତ୍ରର ଡାକ୍ତରଙ୍କୁ ଦେଶର ଚିକିତ୍ସା କଲେଜରେ ନିଯୁକ୍ତି ନଦେବା ଲାଗି IMA ଦାବି କରିଛି । ଯଦି ଚୋରଙ୍କ ଭଳି ଆୟୁର୍ବେଦ ଡାକ୍ତରଙ୍କୁ ସର୍ଜରୀ ପାଇଁ ଅନୁମତି ଦିଆଯାଏ ତ NEETର ଗୁରୁତ୍ୱ ସମ୍ପୂର୍ଣ୍ଣ ଶେଷ ହୋଇଯିବ ବୋଲି IMA ପକ୍ଷରୁ କୁହାଯାଇଛି ।

Indian Medical Association Deeply Anguished By Notification Allowing Ayurveda Doctors To Perform Surgery

୫୮ ପ୍ରକାର ସର୍ଜରୀ କରିପାରିବେ ଆୟୁର୍ବେଦ ଡାକ୍ତର

ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଆୟୁର୍ବେଦରେ ପିଜି କରିଥିବା ଛାତ୍ର ଆଖି, ନାକ, କାନ, ଗଳା ସହିତ ସାଧାରଣ ସର୍ଜରୀ ପାଇଁ ସ୍ୱତନ୍ତ୍ର ରୂପରେ ପ୍ରଶିକ୍ଷଣ ନେବେ । ସରକାରଙ୍କ ବିଜ୍ଞପ୍ତି ମୁତାବକ ଏହି ଛାତ୍ରମାନଙ୍କୁ ଗ୍ଲୁକୋମା, ମୋତିଆବିନ୍ଦୁ, ସ୍ତନ ସମସ୍ୟା, ଅଲସର ଓ ପେଟ ଭଳି କିଛି ସର୍ଜରୀ ଲାଗି ଅନୁମତି ମିଳିବ ।

ଲଦାଖରେ ନିଜ ଚାଲରେ ଫସିଲା ଚୀନ, ଭାରତ ରଚିଲା ଚକ୍ରବ୍ୟୁହ

ନୂଆଦିଲ୍ଲୀ: ସୀମାରେ ଭାରତ ସହ ଉତ୍ତେଜନାକୁ ଶାନ୍ତିପୂର୍ଣ୍ଣ କହି ଚୀନ ପ୍ରଚାର ପ୍ରସାର କରି ନିଜକୁ ଭଲ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । ଏବେ ଭାରତୀୟ ସେନା ଚୀନର ଚାଲରେ ଚୀନକୁ ମାତ୍ ଦେବାକୁ ବଡ଼ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଭାରତୀୟ ସେନା ଚୀନର ଯୁଦ୍ଧ ମାନୁଆଲକୁ ଦେଖିବା ସହ ଡ୍ରାଗନର କୌଣସି ବି ପଦକ୍ଷେପକୁ ବିଫଳ କରିବା ଲାଗି ଲଦାଖରେ ‘ଟନଲ ଡିଫେନ୍ସ’ ମୁତୟନ କରିଛି । ଚୀନ୍ ସେନା ଜାପାନ ବିରୋଧୀ ଦ୍ୱିତୀୟ ଯୁଦ୍ଧ ବେଳେ ଏହି ସୂତ୍ର ଆପଣାଇଥିଲା ।

Indian Army Deployed Tunnel Defense In Ladakh As Preemptive Measure To Chinese PLA

PLAର ପ୍ରସ୍ତୁତି

ଦାବି କରାଯାଉଛି- PLA ଲହାସା ଏୟାରବେସରେ ଏୟାରକ୍ରାଫ୍ଟ ମୁତୟନ କରିବା ଲାଗି ଟନଲ ତିଆରି କରୁଛି । ଏବଂ ଦକ୍ଷିଣ ଚୀନ ସାଗରରେ ଆଣବିକ ବାଲିଷ୍ଟିକ ସବମରିନ୍ ରଖିବା ଲାଗ ହୈନାନା ଟାପୁରେ ସୁଡ଼ଙ୍ଗ କରୁଛି । ବରିଷ୍ଠ ସେନା କମାଣ୍ଡରଙ୍କ ଅନୁସାରେ- ଭାରତୀୟ ସେନା ବଡ଼ ଡାୟମିଟରକୁ ହ୍ୟୁମ୍ କଙ୍କ୍ରିଟ୍ ପାଇପ୍ ଟନଲରେ ଲଗାଇଛନ୍ତି । ଏହାଦ୍ୱାରା ଶତ୍ରୁର ଆକ୍ରମଣରୁ ସେନାକୁ ରକ୍ଷା କରି ପାଲଟା ଆକ୍ରମଣ କରାଯାଇ ପାରିବ ।

Indian Army Deployed Tunnel Defense In Ladakh As Preemptive Measure To Chinese PLA

ପାଇପ୍ କଣ ପାଇଁ ଖାସ୍ ?

ଏହି ପାଇପ୍ସ (ହ୍ୟୁମ୍ ରିଇନଫୋର୍ସଡ୍ କଙ୍କ୍ରିଟ୍ ପାଇପ୍ସ)ର ଡାୟମିଟର ୬ରୁ ୮ ଫୁଟ୍ ହୋଇଥାଏ । ଏହାକୁ ଦେଇ ସୈନିକ ଅଣ୍ଡରଗ୍ରାଉଣ୍ଡରେ ଗୋଟିଏ ଜାଗାରୁ ଅନ୍ୟ ସ୍ଥାନକୁ ପହଞ୍ଚିଥାନ୍ତି । ଏହାଦ୍ୱାରା ସୈନିକ ଶତ୍ରୁ ଆକ୍ରମଣ (ଫାୟାରିଂ)ରୁ ବର୍ତ୍ତିଥାନ୍ତି । ଏହି ଟନଲକୁ ଗରମ କରାଯାଇ ପାରିବ । ଏବଂ ଏହାକୁ ଥଣ୍ଡା ସ୍ଥାନରେ ବରଫ ବର୍ଷାରୁ ରକ୍ଷା ପାଇବା ଲାଗି ସୈନିକ ବ୍ୟବହାର କରିପାରିବେ ।

Indian Army Deployed Tunnel Defense In Ladakh As Preemptive Measure To Chinese PLA

ପାହାଡ଼ ଅଞ୍ଚଳରେ ଉତ୍ତେଜନା

ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦ ଚଳିତବର୍ଷ ମେ ମାସରେ ପୁଣିଥରେ ବିସ୍ଫୋରକ ରୂପ ନେଇଥିଲା । ପୂର୍ବ ଲଦାଖର ଗଲବାନ ଘାଟିରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଏବେ ଯାଏଁ ସେଠାରେ ଦୁଇ ଦୁଇ ଥର ହିଂସାତ୍ମକ ଆକ୍ରମଣ ହୋଇସାରିଲାଣି । ଦୁଇ ଦେଶର ସୈନ୍ୟ ଓ କୂଟନୀତିକ ବୈଠ କରି ସମାଧାନ ଲାଗି ଚେଷ୍ଟା ଜାରି ରଖିଛନ୍ତି । ଅନ୍ୟପଟେ, ସିକ୍କିମରୁ ନେଇ ଅରୁଣାଚଳ ପ୍ରଦେଶ ଯାଏଁ ଚୀନ ବିପଦ ସୃଷ୍ଟି କରି ଚାଲିଛି ।

ଝିମିଟି ଖେଳରୁ ମହାଭାରତ : ଗାଡ଼ି ସାଇଡ୍ ନ ଦେବା ପଡିଲା ମହଙ୍ଗା, ନିର୍ମମ ଭାବେ କରାଗଲା ହତ୍ୟା

କଟକ:  ଝିମିଟି ଖେଳରୁ ସୃଷ୍ଟି ହେଲା ମହାଭାରତ । ସାମାନ୍ୟ ବଚସାରେ ଚାଲିଗଲା ଗୋଟିଏ ଜୀବନ। ଏମିତି ଏକ ଖବର ଆସିଛି କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରୁ। ସାମାନ୍ୟ ଯୁକ୍ତିତର୍କରେ କାରରେ ଉଠାଇନେଇ । ଖାଲି ସେତିକି ନୁହେଁ,  ବିଦ୍ୟୁତ ଖୁଣ୍ଟରେ ପିଟିପିଟା  ମାରିଦେଲା ନୃଶଂସ କାର ଡ୍ରାଇଭର। ପୋଲିସ ଏହି ନିର୍ଦ୍ଦୟ ଡ୍ରାଇଭରକୁ ଗିରଫ କରିସାରିଛି । ହେଲେ ତାହାକୁ ଏହି ଭୟାନକ ହତ୍ୟାକାଣ୍ଡରେ ସହାୟକ ହୋଇଥିବା ବ୍ୟକ୍ତିମାନଙ୍କୁ ଖୋଜୁଛି ।

ହେଲେ କିପରି ହୋଇଥିଲା ଏହି ହତ୍ୟା । ପ୍ରଥମେ ଗାଡ଼ି ସାଇଡ୍ କରିବାକୁ ନେଇ ଆରମ୍ଭ ହେଲା ଯୁକ୍ତିତର୍କ। ଆଉ ସେହି ଯୁକ୍ତିତର୍କରେ ରାଗିଯାଇ ହୋଇ କାର ଡ୍ରାଇଭର ଦିଲ୍ଲୀପ ମଲ୍ଲିକ, ଧନଞ୍ଜୟକୁ ଉଠାଇ ନେଇଥିଲା। ଲୋକେ ଗୋଡାଇବାରୁ ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ଗୁରୁତର ଆହତ ଅବସ୍ଥାରେ ଫୋପାଡ଼ି ଦ୍ରୁତଗତିରେ କାର୍ ନେଇ ଫେରାର୍ ହୋଇଗଲା। ଏପରି ଏକ ଅମାନୁଷିକ ଘଟଣା ଚାଞ୍ଚଲ୍ୟ ଖଳାଇ ଦେଇଛି କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳରେ। ଏହି ଅଞ୍ଚଳର ଝାରପଡା ବଙ୍ଗଳା ଛକରେ ଘଟିଛି ଏପରି ଘଟଣା। ପୋଲିସକୁ ଏସବୁ ବିଷୟରେ ଅବତାରଣା କରିଥିଲେ ପ୍ରତ୍ୟକ୍ଷଦର୍ଶୀ ଗଙ୍ଗାଧର ସାହୁ ।

ହତ୍ୟାକାଣ୍ଡ ଘଟିବା ପରେ ଉପସ୍ଥିତ ଥିବା ଧନଞ୍ଜୟ ବନ୍ଧୁମାନେ ପ୍ରଥମେ ଅଡ଼ଶପୁର ଓ ପରେ କଟକସ୍ଥିତ ଏସ୍ ସି ବି ମେଡିକାଲ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ଧନଞ୍ଜୟଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣାକୁ ନେଇ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ କଟକ ଜିଲ୍ଲା ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ ପି ପି କେ ଜେନା ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ତେବେ ମୃତକଙ୍କ ପରିବାର ତରଫରୁ ଅଭିଯୋଗ ଆଧାରରେ ଏକ ହତ୍ୟା ମାମଲା ଦାୟର ହୋଇଥିବା ଓ ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପକୁ ପୋଲିସ ଗିରଫ କରିଥିବା ଅତିରିକ୍ତ ଏସ୍ ପି ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମୃଦୁ ଉତ୍ତେଜନା ଲାଗି ରହିଛି । ତେଣୁ ଏ ସମସ୍ତ ପରିସ୍ଥିତି ଉପରେ ପୋଲିସ ପ୍ରଶାସନର କଡ଼ା ନଜାର ରହିଛି ।

 

Netflix ୱେବ ସିରିଜ ‘A Suitable Boy’ କୁ ନେଇ ବିବାଦ, ‘ଲଭ ଜିହାଦ’କୁ ପ୍ରୋତ୍ସାହନ ଦେଉଥୁବା ଅଭିଯୋଗ

ରିୱା: Netflix ସିରିଜ ‘A Suitable Boy’ କୁ ନେଇ ଦେଖାଦେଇଛି ବିବାଦ । ଅଭିଯୋଗ ରହିଛି ଯେ, ସିରିଜ ମାଧ୍ୟମରେ ହିନ୍ଦୁ ମନୋଭାବକୁ ଆଘାତ ଦିଆଯାଇଛି । କେବଳ ସେତିକି ନୁହେଁ ରାଣୀ ଅହଲ୍ୟା ବାଇ ଏବଂ ହୋଲକର ରାଜବଂଶ ଦ୍ୱାରା ନିର୍ମିତି ମହେଶ୍ୱର ଘାଟ ଏବଂ ଶିବଭକ୍ତଙ୍କୁ ଅପମାନ କରିଥିବା ଅଭିଯୋଗ ରହିଛି । ରାଷ୍ଟ୍ରିୟ ମନ୍ତ୍ରୀ, ବିଜେପି ଯୁବ ମୋର୍ଚ୍ଚା ଗୌରବ ତିୱାରୀ ଏହି ଅଭିଯୋଗ କରି ରିୱା ଏସପି ରାକେଶ ସିଂହଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମାମଲାରେ ତଦନ୍ତ ପାଇଁ ସେ ଦାବି କରିବା ସହ ଏପିସୋଡ ୨ରେ ଦର୍ଶାଯାଇଥିବା କିସିଂ ସିନର ଭିଡିଓ ଏବଂ ଫଟୋ ମଧ୍ୟ ଏସପିଙ୍କୁ ପ୍ରଦାନ କରିଛନ୍ତି ।

ଗୌରବ ତିୱାରୀଙ୍କ କହିବା ଅନୁଯାୟୀ, ସେ OTT Platform Netflixରେ ଏକ ୱେବ ସିରିଜ ଦେଖିଲେ । ଏହି ୱେବ ସିରିଜଟି ଲେଖକ ବିକ୍ରମ ସେଠଙ୍କ ପୁସ୍ତକ ଉପରେ ଆଧାରିତ ଅଟେ ଏବଂ Netflix ଏହାର ନିର୍ମାତା ଅଟେ । ୱେବ ସିରିଜର ଦ୍ୱିତୀୟ ଏପିସୋଡରେ କିଛି ଆପତ୍ତିଜନକ ଦୃଶ୍ୟ ରହିଛି । ଏଥିରେ ଜଣେ ବଙ୍ଗାଳୀ ହିନ୍ଦୁ ଝିଅର ଜଣେ ମିସଲିମ ପୁଅ ସହ ପ୍ରେମ ସଂପର୍କ ଦର୍ଶାଯାଇଛି । କେବଳ ପ୍ରେମ ସଂପର୍କ ପର୍ଯ୍ୟନ୍ତ ଏହା ସିମିତ ରହିନାହିଁ ବରଂ ଗୋଟିଏ ଏପିସୋଡରେ ତିନି ତିନି ଥର ସେହି ମୁସଲିମ ପୁଅ ହିନ୍ଦୁ ଝିଅକୁ କିସ୍ କରୁଥିବା ଦର୍ଶାଯାଇଛି । ତିନୋଟି ଯାକ ଦୃଶ୍ୟ ମହେଶ୍ୱର ଘାଟ ସ୍ଥିତ ଶିବ ମନ୍ଦିର ପ୍ରଙ୍ଗଣରେ ଚିତ୍ରିତ ହୋଇଛି ।

ଲାଗିଛି ଏହି ସବୁ ଆରୋପ

ଗୌରବ ତିୱାରୀ ଅଭିଯୋଗ କରିଛନ୍ତି ଯେ, କିସିଂ ସିନ୍ ପୁଣି ମନ୍ଦିରରେ.. ଏହା କୌଣସି ସଂଯୋଗ ନୁହେଁ । ହିନ୍ଦୁ ଭାବନାକୁ ଆଘାତ ଦେବା ଏବଂ ‘ଲଭ ଜିହାଦ’କୁ ପ୍ରୋତ୍ସାହନ ଦେବା ଭଳି ଏହ ଲଜ୍ୟାଜନକ ପ୍ରୟାସ ଅଟେ । ଏହାକୁ ହିନ୍ଦୁ ସମାଜ କେବେବି ବରଦାସ୍ତ କରିବ ନାହିଁ ବୋଲି ଗୌରବ କହିଛନ୍ତି ।  ତେବେ ଅଭିଯୋଗ ପାଇବା ପରେ ନିୟମାନୁସାରେ ତଦନ୍ତ କରାଯିବ
ବୋଲି ରିୱା ଏସପି ରାକେଶ ସିଂହ କହିଛନ୍ତି ।