spot_img
Home Blog Page 6398

କୃଷି ବିଲ୍‌କୁ ନେଇ ଭୁଲ ଧାରଣା ଦିଆଯାଉଛି: ରାଜନାଥ ସିଂହ

0

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ରାଜ୍ୟସଭାରେ ହୋଇଥିବା ହଙ୍ଗାମା ଓ ବିରୋଧିଙ୍କ ଆଚରଣକୁ ସମାଲୋଚନା କରିଛନ୍ତି କେନ୍ଦ୍ର ସରକାର । ଆଜି ରାଜ୍ୟସଭାରେ ଯାହା ଘଟିଲା ତାହା ଦୁର୍ଭାଦ୍ୟଜନକ, ବିରୋଧିଙ୍କ ଏଭଳି ଆଚରଣ ଅଶୋଭନୀୟ, ଏହା ସଂସଦର ମର୍ଯ୍ୟାଦା ଓ ମୂଲ୍ୟବୋଧ ପ୍ରତି ଆଘାତ ଦେଇଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କୃଷି ବିଲକୁ ନେଇ କୃଷକଙ୍କୁ ଭୁଲ ଧାରଣା ଦିଆଯାଇଛି, ଏହି ବିଲ ଦ୍ୱାରା କୃଷକଙ୍କ ରୋଜଗାର ବଢିବ । ଚାଷୀଙ୍କ ପାଇଁ ସରକାର ଦିନ ରାତି କାମ କରୁଛନ୍ତି ବୋଲି କହିଛନ୍ତି ରାଜନାଥ । ଏହି ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଥିଲେ ୬ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ପ୍ରକାଶ ଜାବଡେକର, ପ୍ରହଲ୍ଲାଦ ଯୋଶୀ, ପୀୟୁଷ ଗୋଏଲ, ଥାଓ୍ୱରଚାନ୍ଦ ଗେହଲଟ ଓ ମୁଖତାର ଆବ୍ବାଶ ନକଭି । ଆଜି ରାଜ୍ୟସଭାରେ କୃଷି ସଂପର୍କିତ ବିଲକୁ ନେଇ ଆଲୋଚନା ବେଳେ ଉପାଧ୍ୟକ୍ଷଙ୍କୁ ପୋଡିୟମ ନିକଟକୁ ଯାଇ ହୋ ହାଲ୍ଲା କରିଥିଲେ ବିରୋଧି ସାଂସଦ । ଏଭଳିକି ବହି ଫାଡିବା ସହ ମାଇକ୍ ମଧ୍ୟ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ।

ରାଜ୍ୟ ସଭା ପୂର୍ବରୁ ଲୋକ ସଭାରେ କୃଷି ବିଧେୟକକୁ ବିରୋଧ କରିଥିଲା ବିଜେଡି, ଏହା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପେକ୍ଷିତ ହେବେ ବୋଲି କହିଥିଲେ ଅନୁଭବ ମହାନ୍ତି

ରାଜ୍ୟରେ ଆଉ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ ଜଣ ସୁସ୍ଥ ହୋଇଛନ୍ତି ।

ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୮୪୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୩୪ ଜଣ, ପୁରୀରୁ ୨୭୪ ଜଣ, ବାଲେଶ୍ୱରରୁ ୧୯୪, କେନ୍ଦ୍ରାପଡ଼ାରୁ ୧୩୯, ସୋନପୁର ୧୩୬, ଜଗତସିଂହପୁର ୧୨୬, ଯାଜପୁର ୧୨୦, ଅନୁଗୁଳ ୧୧୬, ରାୟଗଡ଼ା ୧୧୩, ଝାରସୁଗୁଡ଼ା ୧୧୧, ଭଦ୍ରକ ୧୦୪, ବରଗଡ଼ ୯୫, ସମ୍ବଲପୁର ୯୦, ସୁନ୍ଦରଗଡ଼ ୯୦, କୋରାପୁଟ ୮୮, ମୟୂରଭଞ୍ଜ ୮୩, ନୂଆପଡ଼ା ୭୭, କନ୍ଧମାଳ ୭୫, ନବରଙ୍ଗପୁର ୭୧, ଢ଼େଙ୍କାନାଳ ୬୭, ଗଞ୍ଜାମ ୬୭, ନୟାଗଡ଼ ୬୦, କେନ୍ଦୁଝର ୫୭, ବଲାଙ୍ଗିର ୪୬, କଳାହାଣ୍ଡି ୪୨, ବୌଦ୍ଧ ୩୪, ମାଲକାନଗିରି ୩୩, ଦେଓଗଡ଼ରୁ ୧୭ ଜଣ ସୁସ୍ଥ ହୋଇଛନ୍ତି । ତେବେ ଷ୍ଟେଟ୍‌ ପୁଲ୍‌ରେ ମଧ୍ୟ ୨୦୪ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି ।

ଆଇସୋଲେସନ୍‌ରେ ରହୁଥିବା କରୋନା ଆକ୍ରାନ୍ତ କ’ଣ କରିବା ଉଚିତ୍‌ ? ବରିଷ୍ଠ ଡାକ୍ତର ଦେଲେ ପରାମର୍ଶ

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁକୁ ରୋକିବା ପାଇଁ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ । ହୋମ୍ ଆଇସୋଲେସନରେ ରହିଲେ ମାନିବାକୁ ହେବ ସମସ୍ତ ସରକାରୀ ଗାଇଡଲାଇନ୍ । ସାଧାରଣ ଲକ୍ଷଣ ଦେଖାଦେଲେ ହୋମ୍ ଆଇସୋଲେସନରେ ରୁହନ୍ତୁ । ଏହି ସମୟରେ ମେଡିସିନ୍ ଖାଇବା ସହ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ମେଡିସିନର କୌଣସି ସାଇଡ୍ ଇଫେକ୍ଟ ପଡିବ ନାହିଁ । ତେବେ ଆବଶ୍ୟକ ଅନୁସାରେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିସିନ ଖାଆନ୍ତୁ ।

ସଂକ୍ରମିତ ହୋଇଥିବା ଲୋକେ ଅଧିକ ପାଣି ପିଇବା ଆବଶ୍ୟକ । ପ୍ରସୂତି ଓ ବୟସ୍କ ଲୋକେ ସଚେତନ ହେବା ନିହାତି ଜରୁରୀ । ୮୦ ପ୍ରତିଶତ ଲୋକଙ୍କ ପାଖରେ ଲକ୍ଷଣ ନଥାଏ କିମ୍ବା କମ୍ ଲକ୍ଷଣ ଦେଖାଯାଏ । ଲକ୍ଷଣ ଦେଖାଯିବାର ୧୦ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରୁହନ୍ତୁ । ୧୦ ଦିନ ପରେ ପୁଣି ୭ ଦିନ ଘରେ ରହିବା ଜରୁରୀ ଅଟେ । ହୋମ୍ ଆଇସୋଲେସନରେ ରହିଲେ ରୋଗୀଙ୍କ ମାନସିକ ସ୍ଥିତି ଭଲ ରହିବ ବୋଲି ଡାକ୍ତରମାନେ କହିଛନ୍ତି । ତେବେ ଆଇସୋଲେସନରେ ରହି ସୁସ୍ଥ ନ ହେଲେ ହସ୍ପିଟାଲ ଯିବା ପାଇଁ ପରାମର୍ଶ ଦେଇଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟବୀତ୍‌ ।

ବ୍ରେନ୍‌ ଟ୍ୟୁମର ଆକ୍ରାନ୍ତ ବନଜଙ୍କୁ ସହଯୋଗର ହାତ ବଢ଼ାଇଲେ ଆକାଶ

ଭୁବନେଶ୍ୱର:  ‘ମୁଁ ଭବାନୀ ଶଙ୍କର ନାଥ, ମୋ ଘର ତିର୍ତ୍ତୋଲ ଜଗଜସିଂହପୁରରେ । ମୋ ମଉସା ବନଜ କୁମାର ନାଥଙ୍କୁ ବ୍ରେନ୍‌ ଟ୍ୟୁମର’ । ଏଭଳି କୋହଭରା କଣ୍ଠରେ ଆକୁଳ ନିବେଦନ କରିଥିଲେ ବନଜଙ୍କ ପୁତୁରା ଭବାନୀ ଶଙ୍କର । ଏହି ଘଟଣା ସାମ୍ନାକୁ ଆସିବା ପରେ ନେତା ତଥା ଅଭିନେତା ଆକାଶ ଦାଶନାୟକ ବଢ଼ାଇଛନ୍ତି ସହଯୋଗର ହାତ ।

ବନଜଙ୍କ ଚିକିତ୍ସା ନିହାତି ଆବଶ୍ୟକ । ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ । ଯଦି ଚିକିତ୍ସାରେ ଆଉ ଡ଼େରି ହୁଏ ତେବେ ବ୍ରେନ୍‌ ଟ୍ୟୁମର, କ୍ୟାନସରର ରୂପ ନେବ । ଏମିତିକି ବନଜଙ୍କ ମୂଲ୍ୟବାନ ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ତାଙ୍କୁ ସାହାଯ୍ୟ ଲୋଡ଼ା । ବନଜଙ୍କ ପାଇଁ ତାଙ୍କ ପୁତୁରା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏଭଳି ସହାଯ୍ୟ ମାଗିଛନ୍ତି । ସେଥିରେ ସେ କହିଛନ୍ତି, ‘ମଉସାଙ୍କୁ କିଛି ସାହାଯ୍ୟ ମିଳିଲେ ସେ ବଞ୍ଚିଯିବେ’

https://www.facebook.com/NandighoshaTV/videos/693881028140121/

କରୋନା ପାଇଁ ଏବେ ସବୁ ବନ୍ଦ । ଜନଜୀବନ ଠପ୍‌ ହୋଇପଡ଼ିଛି । ଆଉ ମହାମାରୀ ଭୟ ଭିତରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ବ୍ରେନ୍‌ ଟ୍ୟୁମର୍‌ । ବନଜଙ୍କର ପ୍ରଥମେ ମୁଣ୍ଡ ବିନ୍ଧୁଥିଲା । ଡାକ୍ତରଙ୍କୁ ଦେଖାଇବା ସହ ଅନେକ ପରୀକ୍ଷା ପରେ ଜଣାପଡ଼ିଥିଲା ତାଙ୍କ ମୁଣ୍ଡ ଭିତରେ ଟ୍ୟୁମର ବଢ଼ୁଛି । ଏକଥା ଯେମିତି ତାଙ୍କର ସମ୍ବଳର ଅଣ୍ଟାକୁ ଭାଙ୍ଗି ଦେଇଥିଲା । ଯାହାସବୁ ସଞ୍ଚିତ ଅର୍ଥ ଥିଲା ସେ ସବୁ ପ୍ରାଥମିକ ଚିକିତ୍ସାରେ ସରିଗଲାଣି । ଏବେ ଅପରେଶନ ପାଇଁ ସରକାର ଏବଂ ଲୋକଙ୍କ ସହାୟତାକୁ ଅପେକ୍ଷା ।

ଭବାନୀଙ୍କ ଭିଡିଓ ପୋଷ୍ଟ ପରେ ସହାୟତା ପାଇଁ ଆଗେଇ ଆସିଛନ୍ତି ଓଡ଼ିଆ ଅଭିନେତା ଆକାଶ ଦାଶ ନାୟକ । ସେ ତାଙ୍କ ଟୁଇଟ୍‌ ପେଜ୍‌ରେ ବନଜ ବାବୁଙ୍କ ଏଭଳି ସ୍ଥିତି ପାଇଁ ବହୁତ ଦୁଖିତ ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି, ବନଜଙ୍କ ଏଭଳି ସ୍ଥିତିକୁ ଆମ ଆଖି ଆଗକୁ ଆଣିଥିବାରୁ ଭବାନୀଙ୍କୁ ଧନ୍ୟବାଦ । ଏମିତିକି ବନଜଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଆକାଶ ।

ନନ୍ଦିଘୋଷ ଟିଭିର ଫେସବୁକ୍‌ ପୃଷ୍ଠାରେ ଭିଡିଓଟି ସେୟାର ହେବା ପରେ ଅଭିନେତା ଆକାଶ ଦାଶ ନାୟକଙ୍କ ନଜରକୁ ଆସିଥିଲା । ଏହି ଭିଡିଓ ଦେଖି ଏବେ ଆକାଶ ସହାୟତାର ହାତ ବଢାଇଛନ୍ତି  ।

ରାଜ୍ୟ ସଭା ପୂର୍ବରୁ ଲୋକ ସଭାରେ କୃଷି ବିଧେୟକକୁ ବିରୋଧ କରିଥିଲା ବିଜେଡି, ଏହା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପେକ୍ଷିତ ହେବେ ବୋଲି କହିଥିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର,  ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ଅଂଶୀଦାର ଶିରୋମଣି ଅକାଳି ଦଳ(ଏସଏଡି) ଏବଂ   ଅନ୍ୟାନ୍ୟ ରାଜନୈତିକ ଦଳର ବିରୋଧ ସତ୍ତ୍ୱେ ତରବରିଆ ଭାବେ କୃଷି ବିଧେୟକଗୁଡିକୁ ଗୃହୀତ କରାଇ ଦିଆଯାଇଛି । ଗତ ୧୭ ତାରିଖରେ ଏହାକୁ ଲୋକ ସଭାରେ ପ୍ରଥମେ ଗୃହୀତ କରାଯାଇଥିଲା । ସେହିଦିନ ହୋଇଥିବା ଆଲୋଚନାରେ ଭାଗ ନେଇ ବିଜେଡି ଏମ୍ ପି ଅନୁଭବ ମହାନ୍ତି ଏହାକୁ ଦୃଢ ବିରୋଧ କରିଥିଲେ । କେବଳ ବିରୋଧ କରି ନ ଥିଲେ ଏହିରେ ବିଲ୍ ରେ ଥିବା ବିଭିନ୍ନ ଦୋଷ ଦୁର୍ବଳତାକୁ ନେଇ ଆଲୋତପାତ ମଧ୍ୟ କରିଥିଲେ ।  ରବିବାର ଏହି ବିଲକୁ ସଂସଦର ନିମ୍ନ ସଦନରେ ମଧ୍ୟ ଗୃହୀତ କରାଯାଇଛି । ଏ ସବୁ ପରେ ଜାତୀୟ ରାଜନୀତିରେ ଏହି ବିଧେୟକକୁ ନେଇ ଚର୍ଚ୍ଚା ଜାରି ରହିଛି ।

କେତେକ ବିରୋଧୀ ଦଳ ପ୍ରତୀକାତ୍ମକ ବିରୋଧ କରିଥିଲେ । ଅନୁରୂପ ଭାବେ ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ ଶୃଙ୍ଖଳିତ ଢଙ୍ଗରେ ଆରମ୍ଭରୁ ଉପସ୍ଥାପନା କରିଆସିଛି । କୌଣସି ବିଶୃଙ୍ଖଳା ନ କରି ଗତ ୧୭ ତାରିଖରେ କେନ୍ଦ୍ରାପଡା ଏମ୍ ପି ଅନୁଭବ ମହାନ୍ତି ବିଧେୟକଟି ସମ୍ପର୍କରେ ଗଠନଧର୍ମୀ ଆଲୋଚନା କରିବା ସହ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ଦୃଷ୍ଟି ଆକର୍ଷଣ କରିଥିଲେ । ନିଜର ୬ ମିନିଟ୍ ର ବକ୍ତବ୍ୟରେ ଅନୁଭବ ମହାନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିବା ସହ ଏହାର ପୁର୍ନବିଚାର ପାଇଁ ମଧ୍ୟ କହିଥିଲେ । ଏଥିରେ ଥିବା କେତେକ ଦୂରଦୃଷ୍ଟି ଅଭାବ ଜନିତ ପ୍ରସଙ୍ଗ ଉପରେ ଆଲୋତପାତ କରିଥିଲେ । ଅନୁଭବଙ୍କ ପରି ରବିବାର ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକ ମଧ୍ୟ ବିଧେୟକକୁ ବିରୋଧ କରିଥିଲେ ।

 

ଅନୁଭବ ଉକ୍ତ ଦିନ କହିଥିଲେ ଯେ, ୨୦୧୯ ସୁଦ୍ଧା ସାରା ଦେଶରେ ୬୬୩୦ କୃଷିଭିତ୍ତିକ ଉତ୍ପାଦନ ବିପଣନ କମିଟି(ଏପିଏମସି) ରହିଛି । ହାରାହାରି ଭାବେ ଦେଖିଲେ ପ୍ରତି ୪୯୬ ବର୍ଗ କିଲୋ ମିଟରରେ ଗୋଟିଏ ଏପିଏମସି ରହିଛି । ଏହାକୁ ଦୃଷ୍ଟିରେ ରଖି ୨୦୧୮ରେ ଦଲୱାଇ କମିଟି ଦେଶରେ ଆହୁରି ଅଧିକ ୧୦,୦୦୦ ଏପିଏମସି ନେଇ ମତ ରଖିଥିଲା । କୃଷିକୁ ନେଇ ଗଠିତ ହୋଇଥିବା କମିଟି ମଧ୍ୟ ୮୦ ବର୍ଗ କିଲୋମିଟର ମଧ୍ୟରେ ଗୋଟିଏ ଏଏପିଏମସି ନେଇ ପ୍ରସ୍ତାବ ରଖିଥିଲେ । ଏଥିରୁ ସ୍ପଷ୍ଟ ଯେ, ଆମେ ଅଧିକ ମାର୍କେଟ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ଅନୁଭବ କହିଥିଲେ । ସେହିପରି ବର୍ତ୍ତମାନ ଏପିଏମସି ଗୁଡିକର ଭିତ୍ତିଭୂମି ନେଇ ପ୍ରଶ୍ନ ଉଠାଇଥିଲେ ।

ଅନୁଭବ କହିଥିଲେ ଯେ, ୬୫ ପ୍ରତିଶତ ଏପିଏମସିରେ ଶୌଚାଳୟ ସୁବିଧା, ୧୫ ପ୍ରତିଶତରେ ଶୀତଳ ଭଣ୍ଡାର ଏବଂ ୪୯ ପ୍ରତିଶତରେ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନାହିଁ । ଏହି ବିଧେୟକରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି । ସେହିପରି ଏହାକୁ ଭିତ୍ତି କରି  ବିହାରରେ ଲାଗୁ କରାଯାଇଥିବା ନିୟମ ସୁଫଳ ମିଳିନାହିଁ । ତେଣୁ ବିଧେୟକର ପୁର୍ନବିଚାର ତଥା ସିଲେକ୍ଟ କମିଟିକୁ ଯିବାର ଯଥାର୍ଥତା ବଖାଣିଥିଲେ ।

 

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ: ତାରରେ ତଣ୍ଟି ଚିପି କରିଛନ୍ତି ହତ୍ୟା !

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ହତ୍ୟା ଅଭିଯୋଗ ଆଣିଲେ ବାପାଘର ଲୋକ । ତମାଣ୍ଡୋ ଥାନାରେ ଏତଲା ପରେ ସ୍ୱାମୀ ଯାମିନୀ ଜେନାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ସେପଟେ ମୃତ ମହିଳାଙ୍କ ଶ୍ୱଶୁର ତମାଣ୍ଡୋ ଥାନାରେ ହାବିଲଦାର ଥିବାରୁ ମାମଲା ଦୁର୍ବଳ ହେବା ବାପାଘର ଆଶଙ୍କା ପ୍ରକାଶ କରିଛନ୍ତି ।

ଫେବ୍ରୁଆରୀରେ ବାହାଘର ସେପ୍ଟମ୍ବରରେ ଲିଭିଲା ଜୀବନ ଦୀପ । ଆଇନ ରକ୍ଷକଙ୍କ ନାଁରେ ହତ୍ୟା ଅଭିଯୋଗ । ତାରରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ । ତମାଣ୍ଡୋ ଥାନା ହାବିଲଦାର ବିଜୟ ଗୋଚ୍ଛାୟତ ଓ ତାଙ୍କ ପୁଅ ଯାମିନୀ ଜେନାଙ୍କ ନାଁରେ ମୃତ ମହିଳାଙ୍କ ଶାଶୂଘର ଲୋକ ଆଣିଛନ୍ତି ସାଂଘାତିକ ହତ୍ୟା ଅଭିଯୋଗ । ମୃତ ମହିଳା ହେଲେ ବନ୍ଦନା ଜେନା । ଗତ ଫେବ୍ରୁୟାରୀ ମାସରେ ତମାଣ୍ଡୋ ଅଞ୍ଚଳର ଯାମିନୀ ଜେନାଙ୍କ ସିହତ ଭୀମଟାଙ୍ଗୀର ବନ୍ଦନାଙ୍କର ବିବାହ ହୋଇଥିଲା ।

ଅଭିଯୋଗ ଅନୁସାରେ ବିବାହର ଏକ ମାସ ପରେ ବନ୍ଦନାଙ୍କୁ ଶ୍ୱଶୁର ଓ ସ୍ୱାମୀ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ବିବାହରେ ଯୌତୁକ ଓ ଅନ୍ୟ ବାବଦରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ବିବାହ ପରେ ଶାଶୂଘର ଲୋକ ଅଧିକ ଟଙ୍କା ଦାବି କରୁଥିଲେ ବୋଲି ବନ୍ଦନାଙ୍କ ମା’ କହିଛନ୍ତି । ଶ୍ୱଶୁରଙ୍କୁ କରୋନା ହେବାରୁ ମେଡିକାଲରେ ଥିଲେ । ଏହାପରେ ବନ୍ଦନାଙ୍କୁ ବାପଘରେ ରହିବାକୁ ଶାଶୂଘର ଲୋକ କହିଥିଲେ । ଶ୍ୱଶୁର ଭଲ ହେବା ପରେ ଗତ ଶୁକ୍ରବାର ଶାଶୁଘରକୁ ଫେରିଥିଲେ ବନ୍ଦନା । ଶନିବାର ସକାଳେ ବନ୍ଦନା ବାପଘର ଲୋକଙ୍କ ସହ କଥା ହେଉଥିଲେ  । କିନ୍ତୁ ୧୦ଟା ପରେ ମୋବାଇଲ ସୁଇଚ୍‌ଅଫ୍‌ ହୋଇଯାଇଥିଲା । ତା’ପରେ ବନ୍ଦନା ଚେତାଶୂନ୍ୟ ଅଛି, ତାକୁ ମେଡିକାଲ ନେଇଛୁ ବୋଲି ଶାଶୁଘର ଲୋକ କହିଥିଲେ । ଆଉ ତା’ପରେ ବନ୍ଦନାଙ୍କର ମୃତ୍ୟୁ ହୋଇଥିଲା

ବନ୍ଦନାଙ୍କ ପରିବାର ତମାଣ୍ଡୋ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି  । ସ୍ୱାମୀ ଯାମିନୀ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ବୋହୂ ମରିବା ପରେ ମାମଲା ରଫା ଦଫା କରିବାକୁ ଶ୍ୱଶୁର କରିଥିଲେ ମେସେଜ୍‌ । ସମୁଦି ଯାହା ହୋଇଛି, ମୁଁ ମେଡିକାଲରୁ ଫେରିବା ପରେ ସବୁ ଜିନିଷ ଫେରଇଦେବି । ଆଉ ଯାହା ପଇସା  ଦେଇଦେବି । କେସ୍‌ କଲେ କିଛି ଲାଭ ନାହିଁ, ଓକିଲ ପଇସା ନେବ । ତୁମର ବି ପଇସା ଖର୍ଚ୍ଚ ହେବ । ମୋ କଥା ମାନି ଥାନାରେ କେସ୍‌ କରନି ବୋଲି ଏଭଳି ବନ୍ଦନାଙ୍କ  ପରିବାରକୁ ଶ୍ୱଶୁର ମୋବାଇଲେ ମେସେଜ୍‌ କରିଥିଲେ ବୋଲି ଅଭିଯୋଗ ହୋଇଛି । ଆଉ ଏ ହେଉଛି ସେହି ମେସଜ । ଶ୍ୱଶୁର ବିଜୟ ଗୋଚ୍ଛାୟତ ଆଇସୋଲେସନରେ ଥିବାରୁ ପୋଲିସ ତାଙ୍କୁ ପଚରାଉଚରା କରିନି । ତାଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ବନ୍ଦନା ଓ ତାଙ୍କ ସ୍ୱାମୀ ଯାମିନୀ ଉଚ୍ଚ ଶିକ୍ଷିତ । ଏଭଳି ଏକ ଘଟଣା ଘଟିଯିବ ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି  । ତେବେ ପୋଲିସ କି କାର୍ଯ୍ୟନୁଷ୍ଠାନ ନେଉଛି, ତା’ ଉପରେ ନଜର ।

ଭାଇରାଲ ଗାର୍ଲ ନମିତା ଗାଇଲେ ଜଗନ୍ନାଥ ଭଜନ, ଓଡ଼ିଆ-କୁଇ ଭାଷରେ ରେକର୍ଡ ହେଲା ଗୀତ

କଟକ: ଶ୍ରୀଜଗନ୍ନାଥଙ୍କ ଭଜନ ଗାଇଲେ କୋରାପୁଟ ଝିଅ ନମିତା । କୁଇ ସମାଜର ଝିଅ ନମିତାଙ୍କ ଗୀତ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାଙ୍କ କଣ୍ଠର ଯାଦୁ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏହା ପରେ କୋରାପୁଟ ବନ୍ଧୁଗାଁର ଏହି ୧୪ ବର୍ଷୀୟା ନମିତାଙ୍କୁ ଡକରା ପଡ଼ିଥିଲା ସିଲଭର୍‌ ସିଟି କଟକରୁ । ଡାକରା ପାଇ କଟକ ସହରରେ ପାଦ ରଖିଥିଲେ ନମିତା । ସେଠାରେ ତାଙ୍କ କଣ୍ଠରେ ରେକର୍ଡିଂ ହେଲା କାଳିଆ ଭଜନ । ଏବେ ଏହି ଭଜନ ଲୋକଙ୍କ ପ୍ରଶଂସା ସାଉଁଟିବ ବୋଲି ଆଶାବାଦୀ ଅଛନ୍ତି ପୂରା ଟିମ୍ ।

barsha

ନମିତା ପହଞ୍ଚିବା ପରେ କଟକ ଷ୍ଟୁଡିଓରେ ରେକର୍ଡିଂ ହେଲା କାଳିଆ ଭଜନ । କୁଇ ଓ ଓଡିଆ ଭାଷାରେ ଶ୍ରୀଜଗନ୍ନାଥ ଭଜନ ଗାଇଲେ ନିଜେ ନମିତା । ସୋସିଆଲ ମିଡିଆରେ ନମିତାଙ୍କ ଲୋକପ୍ରିୟତା ଦେଖି ବ୍ରେକ ଦେଇଛି କଟକ ଜିଲ୍ଲା ପ୍ରଶାସନ ।

Koraput

କଟକ ଆସି ଭଜନରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ନମିତାଙ୍କ ଆଗରେ ଏବେ ଅସୁମାରି ସ୍ୱପ୍ନ । ସେପଟେ ତାଙ୍କ ପାଇଁ ଗୀତ ଲେଖିଥିବା ବିଜୟ ମଲ୍ଲ ଓ ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ମଧ୍ୟ ନମିତାଙ୍କୁ ନେଇ ବେଶ ଆଶାବାଦୀ । ବଣର ମଲ୍ଲି ଆଗକୁ ସାରା ଓଡିଶାରେ ନିଜର ମହକ ବିଛାଇବ ବୋଲି ଆଶା ରଖିଛନ୍ତି ଆଲବମ୍‌ର ପୁରା ଟିମ୍ । ତେବେ ସବୁଠାରୁ ବଡ଼ କଥା ହେଲା ଓଲିଉଡ୍‌ କୁଇନ୍‌ ବର୍ଷା ପ୍ରିୟଦର୍ଶିନୀଙ୍କ ହାତ ରହିଛି ନମିତାଙ୍କ ପଛରେ । ନମିତା ଗୀତ ରେକର୍ଡିଂ କରିବା ବେଳେ ତାଙ୍କ ସହିତ ଥିଲେ ବର୍ଷା । କୋରାପୁଟର ନମିତାଙ୍କୁ ବର୍ଷା ଗୀତ ରେକର୍ଡିଂ କରିବାରେ ଉତ୍ସାହିତ କରିଥିଲେ । ନମିତା ଓ ବର୍ଷାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିହାର ପରେ ଓଡ଼ିଶାର ସର୍ବାଧିକ ଚାଷଜମି ବନ୍ୟା ସହ ଅନ୍ୟାନ୍ୟ କାରଣରୁ ହୋଇଛି କ୍ଷତିଗ୍ରସ୍ତ…… 

ଭୁବନେଶ୍ୱର: ଓଡ଼ିଶା ଓ ପ୍ରାକୃତିକ ବିପର୍ଯ୍ୟୟ ଗୋଟିଏ ମୁଦ୍ରାର ୨ଟି ପାର୍ଶ୍ୱ ଭଳି । ଏମିତି କୌଣସି ବର୍ଷ ନାହିଁ, ଯେଉଁ ବର୍ଷ ଓଡ଼ିଶା ବନ୍ୟା, ବାତ୍ୟା କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଦେଖି ନ ଥିବ । ଏହି କ୍ରମରେ ଚଳିତ ବର୍ଷ ସରିବାକୁ ନାହିଁ । ଇତି ମଧ୍ୟରେ ଓଡ଼ିଶା ଅମ୍ପାନ ବାତ୍ୟା ସହ ଲଘୁଚାପ ଜନିତ ବର୍ଷା କାରଣରୁ ଅଦିନିଆ ବନ୍ୟା ଦେଖି ସାରିଲାଣି । ଏହି ସବୁ ବିପର୍ଯ୍ୟୟ ଓଡ଼ିଶାର ଜନଜୀବନକୁ ବହୁଳ ଭାବେ ପ୍ରଭାବିତ କରିଆସୁଛି ।

ସେହିକ୍ରମରେ ଏହି ୩ ବର୍ଷରେ ବନ୍ୟା, ଭୂସ୍ଫଳନ, ତଥା ବାଦଲ ଫଟା କାରଣରୁ ବହୁ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ରବିବାର ଏ ସଂକ୍ରାନ୍ତରେ ଲୋକ ସଭାରେ ଏକ ଉତ୍ତର ରଖାଯାଇଛି । ଏଥିରେ ଦର୍ଶାଯାଇଛି ଯେ, ଓଡ଼ିଶାରେ ୨୦୧୮-୧୯ରୁ ୨୦୨୦-୨୧(ସେପ୍ଟେମ୍ବର ୧୦) ସୁଦ୍ଧା ୯.୯୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୨୦୧୮-୧୯ ବର୍ଷରେ ୩.୯୦ ଲକ୍ଷ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ, ୨୦୧୯-୨୦ରେ ୧.୪୯  ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଚଳିତ ବର୍ଷ ୨୦୨୦-୨୧ ଏଯାବତ ସରିନାହିଁ । ମାତ୍ର ଏବେ ସୁଦ୍ଧା ବନ୍ୟା,ଭୂସ୍ଫଳନ ଇତ୍ୟାଦି କାରଣରୁ ୪ ଲକ୍ଷ ୫୪ ହଜାର ହେକ୍ଟର ଜମି ପ୍ରଭାବିତ ହୋଇଛି । ଚଳିତବର୍ଷ ବିହାର ପରେ ଓଡ଼ିଶାରେ ହିଁ ସର୍ବାଧିକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।

ଲୋକ ସଭାରେ କଂଗ୍ରେସ ଏମ୍ ପି କାର୍ତ୍ତି ପି. ଚିଦାମ୍ବରମଙ୍କ ଦ୍ୱାରା ପଚରାଯାଇଥିବା ଅଣତାରକା ପ୍ରଶ୍ନ ନଂ ୧୫୧୫ ଉତ୍ତର ରଖି ଏସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଛି । କୃଷି ମନ୍ତ୍ରଣାଳୟର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ଉତ୍ତର ରଖିଛନ୍ତି ।  ଏଥିରେ ୨୦୧୮ରୁ ଆଜି ପର୍ଯ୍ୟନ୍ତ ୧୫୨.୧୪୫ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୨୦୧୮-୧୯ରେ ଏହାର ପରିମାଣ ୧୭.୦୯୭ ଲକ୍ଷ  ହେକ୍ଟର ହୋଇଥିବା ବେଳେ ୨୦୧୯-୨୦ରେ ଏହା ୧୧୪.୨୯୫ ଲକ୍ଷ ଲକ୍ଷ ହେକ୍ଟର ରହିଛି । ସେହିପରି ଜାରି ରହିଥିବା ବର୍ଷରେ କ୍ଷୟକ୍ଷତିର ପରିମାଣ ୨୦.୭୫୩ ଲକ୍ଷ ହେକ୍ଟର ରହିଛି ।

କୃଷି ବିଲ୍ ପାସ୍: ଆଜି ଐତିହାସିକ ଦିନ, ଜାରି ରହିବ ଏମ୍‌ଏସ୍‌ପି

ନୂଆଦିଲ୍ଲୀ: କୃଷି ସମ୍ପର୍କିତ ୨ଟି ବିଲ୍ ଆଜି ରାଜ୍ୟସଭାରେ ପାରିତ ହୋଇଛି । କୃଷକଙ୍କ ଫସଲ ବ୍ୟାପାର ଏବଂ ବାଣିଜ୍ୟ (ସଂମ୍ୱର୍ଦ୍ଦନ ଓ ସରଳୀକରଣ) ବିଧେୟକ ୨୦୨୦ ଏବଂ କୃଷକ ସଶକ୍ତିକରଣ ଏବଂ ସଂରକ୍ଷଣ ବିଧେୟକ ୨୦୨୦ ଧ୍ୱନି ମତରେ ପାରିତ ହୋଇଛି । ଯାହା ପରେ ଭରତର କୃଷି ଇତିହାସରେ ଏହା ଏକ ସ୍ମରଣୀୟ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ ହେବା ନେଇ ଆମ ପରିଶ୍ରମୀ ଅନ୍ନଦାତାଙ୍କୁ ବଧେଇ ଜଣାଉଛି ବୋଲି ସେ ଟ୍ୱିଟ୍ ଯୋଗେ କହିଛନ୍ତି । ଏହା କେବଳ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବ ତାହା ନୁହେଁ ବରଂ କୋଟି କୋଟି କୃଷକଙ୍କ ସଶକ୍ତ କରିବ । ସେ ଆହୁରୀ କହିଛନ୍ତି ଯେ, ଦଶନ୍ଧି ଦଶନ୍ଧି ଧରି ଆମ କୃଷକ ଭାଇ  ଓ ଭଉଣୀମାନେ ନା ନା ପ୍ରକାର ସମସ୍ୟା ଦେଇ ଗତିକରୁଛନ୍ତି । ସଂସଦରେ ପାରିତ ବିଧେୟକ ଦ୍ୱାରା ଅନ୍ନଦାତାଙ୍କୁ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଯିବ । ଏହା ଦ୍ୱାରା କୃଷକଙ୍କ ଆୟ ଦ୍ୱିଗୁଣା କରିବା ପ୍ରୟାସକୁ ଅଧିକ ସଫଳ ହୋଇପାରିବ ।

ଆଧୁନିକ ଟେକ୍ନୋଲୋଜିର ଆବଶ୍ୟକତା ରହିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମ କୃଷି କ୍ଷେତ୍ରକୁ ଅଧୁନିକ ଟେକ୍ନୋଲୋଜିର ତତ୍କାଳ ଆବଶ୍ୟକତା ରହିଛି । ଏହା ଦ୍ୱାରା ପରିଶ୍ରମି କୃଷକଙ୍କୁ ଅଧିକ ସାହାଯ୍ୟ ମିଳିବ । ଏବେ ଏହି ବିଲ୍ ପାସ୍ ହେବା ପରେ ଆମ କୃଷକଙ୍କ ଭବିଷ୍ୟ ଟେକ୍ନୋଲୋଜି ଯାଏ ସହଜ ହେବ । ଏହା ଦ୍ୱାରା କେବଳ ଫସଲ ବଢ଼ିବ ତାହା ନୁହେଁ ବରଂ ଭଲ ପରିଣାମ ସାମ୍ନାକୁ ଆସିବ ।

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ, ନୂଆ ଷ୍ଟ୍ରାଟେଜୀ ଉପରେ ସମସ୍ତଙ୍କ ନଜର ?

ଭୁବନେଶ୍ୱର: ପୁଣି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଯେଉଁ ରାଜ୍ୟ ଗୁଡ଼ିକରେ ସଂକ୍ରମଣ ସଂଖ୍ୟା ବଢ଼ୁଛି ସେହି ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୩ ତାରିଖରେ ଆଲୋଚନାକ କରିବେ ବୋଲି ସୂଚନା ମିଳିଛି । ହେଲେ ଏହି ତାଲିକାରେ ଓଡ଼ିଶା ଅଛି କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କାରଣ ଓଡ଼ିଶାରେ କରେନା ସଂକ୍ରମଣ  ବଢ଼ୁଥିଲେ ମଧ୍ୟ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମୋଦି ଆଲୋଚନା କରିବେ କି ନାହିଁ ସେନେଇ ସ୍ପଷ୍ଟ ହୋଇନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ପୂର୍ବରୁ, ମୁହାମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ସେପଟେ କରୋନା ମୁକାବିଲା ପାଇଁ ରାଜ୍ୟକୁ କେନ୍ଦ୍ରର ଅର୍ଥ ସହଯୋଗ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । କଂଗ୍ରେସ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍‌ କରିଛି ।

କେନ୍ଦ୍ର ସରକାର କୋଭିଡ୍‌ ମୁକାବିଲା ପାଇଁ ରାଜ୍ୟକୁ କେତେ ଟଙ୍କା ଦେଉଛନ୍ତି, ଏବଂ ସେ ଟଙ୍କା କୁଆଡ଼େ ଯାଉଛି ସେନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ । ତେବେ ତାରଙ୍କ ଅଭିଯୋଗର ପାଲଟା ଜବାବ ଦେଇ ବିଜେପି କହିଛି, କୋଭିଡ୍‌ ପରିଚାଳନାରେ ଓଡ଼ିଶାକୁ କେନ୍ଦ୍ର ସରକାର ବ୍ୟାପକ ସହାୟତା ଯୋଗାଇ ଦେଇଛନ୍ତି । ଆଗମୀ ଦିନରେ ଓଡ଼ିଶାରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସବୁ ସହଯୋଗ ଯୋଗାଇ ଦେବେ ବୋଲି ମଧ୍ୟ କହିଛି ବିଜେପି ।

ସେପଟେ ରାଜ୍ୟ ସରକାର କୋଭିଡ୍‌ ପରିଚାଳନାକୁ ସଠିକ ଭାବେ କରୁଛନ୍ତି ଓ ଏହାର ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପଦକ୍ଷପ ନେଉଥିବା କହିଛି ବିଜେଡି । ଏହାସହ କୋଭିଡ୍‌ ପରିଚାଳନା ପାଇଁ କେନ୍ଦ୍ର ଯେତିକି ସହଯୋଗ କରିବା କଥା ତାହା କରୁନାହିଁ ବୋଲି ମଧ୍ୟ କହିଛି ବିଜେଡି । ତେବେ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯଦି ଆଲୋଚନା କରନ୍ତି ତେବେ କ’ଣ ନୂଆ ଷ୍ଟ୍ରେଟେଜୀ ଆପଣାଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।