spot_img
Home Blog Page 6400

Nitish Kumar’s Minister Quits : ମନ୍ତ୍ରୀ ହେବାର ଦୁଇ ଦିନ ପରେ ପଦରୁ ଇସ୍ତଫା ଦେଲେ ମେଓ୍ୱାଲାଲ

ପାଟନା: ରାଜତିଳକକୁ କିଛି ଦିନ ହୋଇଥିଲା । ବହୁ ଚର୍ଚ୍ଚିତ ବିହାର କ୍ୟାବିନେଟରେ ମିଳିଥିଲା ଶିକ୍ଷା ବିଭାଗ । ହେଲେ ସବୁ କିଛି ଠିକ୍ ଗଲା ନାହିଁ । ମନ୍ତ୍ରୀପଦ ପାଇଁ ତାଙ୍କ ନାଁ ଘୋଷଣା ମାତ୍ରେ ଗୁଞ୍ଜରଣ ହୋଇଥିଲା ଅତୀତର ଦୁର୍ନୀତି । ଛାପା ଗଣମାଧ୍ୟମ ହେଉ କି ବୈଦ୍ୟୁତିକ ଗଣମାଧ୍ୟମ । ମେୱାଲାଲ ଚୌଧୁରୀଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ ଖବରଦାତା । ଦୁର୍ନୀତି ବିରୋଧୀ ସୁଶାସନର ଡିଣ୍ଡିମ ପିଟୁଥିବା ନୀତିଶ କୁମାରଙ୍କ ଏନଡିଏ ସରକାର ଗୋଟେ ଦାଗୀକୁ କେମିତି ମନ୍ତ୍ରୀ କରିପାରିଲା । ଆଉ ଏହି ଅସନ୍ତୋଷ ନୀତିଶଙ୍କୁ କଲା ଅସ୍ତବ୍ୟସ୍ତ । ସିଟ୍ ହ୍ରାସ ଜନିତ ପୀଡାରେ ଜର୍ଜରିତ ନୀତିଶ ଆଉ ରିସ୍କ ନେବାକୁ ଚାହିଁଲେ ନାହିଁ । ଠିକ୍ ସେଇଆ ହେଲା ମନ୍ତ୍ରୀ ହିସାବରେ ଫାଇଲ ଦେଖିବା ପୂର୍ବରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଲା ।   ବିହାରର ନୂଆ ଶିକ୍ଷା ମନ୍ତ୍ରୀ ମେଓ୍ୱାଲାଲ ଚୌଧରୁ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ତାଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଆରୋପ ଲାଗିଛି । ଗୁରୁବାର ଅନେକ ବିରୋଧ ଓ ହଙ୍ଗାମା ସତ୍ତ୍ୱେ ଶିକ୍ଷାମନ୍ତ୍ରୀ ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିଥିଲେ ମେଓ୍ୱାଲାଲ୍‌ ।

ଅନ୍ୟପଟେ ଆର୍‌ଜେଡି ,କଂଗ୍ରେସ ଏବଂ ବାମଦଳ ଗୁଡିକ ପକ୍ଷରୁ ଗତ ଦୁଇ ଦିନ ଧରି ମେଓ୍ୱାଲାଲ୍‌ଙ୍କୁ ବିରୋଧ କରାଯାଉଥିଲା । ତା‌ଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗ ଆଣିବା ସହ ତାଙ୍କ ପତ୍ନୀଙ୍କ ରହସ୍ୟଜନକ ମୃତ୍ୟୁରେ ମଧ୍ୟ ସମ୍ପୃକ୍ତି ଅଭିଯୋଗ କରି, ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛି ଆର୍‌ଜେଡି ।

ସୂଚନାଯୋଗ୍ୟ, ୨୦୧୭ରେ ମେଓ୍ୱାଲାଲ ଚୌଧୁରୀ ଭାଗଲପୁରର ସବୌର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ଥିବା ବେଳେ ଅନେକ ହେରଫେର୍‌ କରିଥିବା ଅଭିଯୋଗ ରହିଛି । ସେହି ସମୟରେ ସେ ବେଆଇନ୍‌ ଭାବେ ୧୬୧ ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦେଇଥିଲେ । ଏହି ମାମଲା ପାଇଁ ତାଙ୍କ ବିରୋଧରେ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଥିଲା । ତତ୍କାଳୀନ ବିହାର ରାଜ୍ୟପାଳ ରାମନାଥ କୋବିନ୍ଦ ମେଓ୍ୱାଲାଲ ଚୌଧୁରୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରୁ ମେଓ୍ୱାଲାଲ ଚୌଧୁରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ମଧ୍ୟ ହୋଇସାରିଛି ।

ଖାଲି ସେତିକି ନୁହେଁ ବିଶ୍ୱବିଦ୍ୟାଳୟର କୋଠା ନିର୍ମାଣରେ ମଧ୍ୟ ମେଓ୍ୱାଲାଲ୍‌ ଅନେକ ଘୋଟାଲା କରିଥିବା ଅଭିଯୋଗ ହୋଇଛି । ତେବେ ଏଭଳି ଅଭିଯୋଗକୁ ମେଓ୍ୱାଲାଲ ଚୌଧୁରୀ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ତାଙ୍କ ବିରୋଧରେ କୌଣସି ଚାର୍ଜସିଟ୍‌ ହୋଇନଥିବା ସେ କହିଛନ୍ତି । ଏମିତିକି କୋର୍ଟରେ ମଧ୍ୟ ସେ ଦୋଷୀ ସାବ୍ୟସ୍ଥ ହୋଇନାହାନ୍ତି ବୋଲି ଦାବି କରିଛନ୍ତି ।

ଦୁର୍ଘଟଣାଗ୍ରସ୍ତ ଭ୍ୟାନରୁ ଲୁଟିନେଲେ ୧୦୦ ପେଟି ଟମାଟୋ

ଗୁଣପୁର: ଗରା, ବାଲଟି, ହଣ୍ଡା ଆଉ ବ୍ୟାଗ୍ । ଯିଏ ଯେଉଁଥିରେ ପାରିଲା, ବୋହିନେଲା । ଦୁର୍ଘଟଣା ପରେ ଆଖି ପିଛୁଳାକେ ଲୁଟିନେଲେ ଶହେ ପେଟି ଟମାଟୋ । ପିଲାଠୁ ବୁଢ଼ା ଆଉ ମହିଳା ସମସ୍ତେ ଟମାଟୋ ଗୋଟାଇ ନେବାରେ ବ୍ୟସ୍ତ । ବରଗଡ଼ରୁ ରାୟଗଡ଼ା ଯାଉଥିବା ଟମାଟୋ ବୋଝେଇ ଭ୍ୟାନଟି ଭାସାମ୍ୟ ହରାଇ ମାର୍କମା ସେତୁ ନିକଟରେ ଓଲଟି ପଡ଼ିଥିଲା ।

Tomato Pickup VAN Over Turned Near Bisham Cuttack Rayagada

ରାୟଗଡ଼ା ବିଷମ କଟକ ଥାନା ମାର୍କମା ସେତୁ ନିକଟରେ ଟମାଟୋ ଭ୍ୟାନ ଓଲଟି ପଡ଼ିବା ପରେ ଯିଏ ଯେମିତି ପାରିଲେ ଟମାଟୋ ବୋହି ନେଇଥିଲେ । ବଜାରରେ ଟମାଟୋ ଦର ୪୦ କେଜି ଟଙ୍କା ତଳକୁ ଖସୁ ନଥିବା ବେଳେ ଲୋକେ ଟମାଟୋ ଗୋଟାଇ ନେବାକୁ ପଛଘୁଞ୍ଚା ଦେଇନଥିଲେ । ଭ୍ୟାନଟି ରାସ୍ତାର ୨୦ ଫୁଟ ତଳକୁ ଖସି ପଡ଼ିଥିବା ବେଳେ ଡ୍ରାଇଭର ଓ ହେଲପର ସୁରକ୍ଷିତ ଅଛନ୍ତି । ଗାଡ଼ିରେ ୬୫ ହଜାର ଟଙ୍କାର ୧୦୦ ପେଟି ଟମାଟୋ ଥିଲା ।

ଡାହାଣୀ ବୋଲି କହି ମହିଳାଙ୍କୁ ମାଡ଼, ବଜାରରେ ଉଲଗ୍ନ କରିଥିବା ଅଭିଯୋଗ

0

ଚରୁ: ଆଠ ବର୍ଷ ପୂର୍ବେ ବିବାହ କରିଥିବା ମହିଳାଙ୍କୁ ନିଜ ଶାଶୁ ଘର ଲୋକ ଡାହାଣୀ କହି ମାଡପିଟ କରି ଗାଁ ବଜାରରେ ଉଲଗ୍ନ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ବର୍ତ୍ତମାନ ନ୍ୟାୟ ପାଇଁ ମହିଳା ସୁରକ୍ଷା ଏବଂ ଉପଦେଶ କେନ୍ଦ୍ରରେ ଗୁହାରି କରିଛନ୍ତି । ମହିଳାଙ୍କ ଅଭିଯୋଗ ରହିଛି ଯେ, ତାଙ୍କୁ ଡାହାଣୀ ବୋଲି କହି ଶାଶୁଘର ଲୋକ ଗାଁ ଜାଣ୍ଡରେ ଉଲଗ୍ନ କରିଛନ୍ତି ।

ମହିଳାଙ୍କୁ ଡାହାଣୀ ବୋଲି କହି ତାଙ୍କୁ ବାସନ୍ଦ କରିଦିଆଯାଇଥିଲା । ପିଡ଼ିତାଙ୍କ ମୁତାବକ, ଯଦି କେହି ତାଙ୍କ ସାହାଯ୍ୟ କରିବା ପାଇଁ ଆଗକୁ ଆସୁଥିଲେ, ତାଙ୍କୁ ବଦନାମ କରି ପରିବାର ଏବଂ ଗାଁ ଲୋକ ଧମକ ଦେଉଥିଲେ ।  ତେବେ ପୀଡ଼ିତା ମହିଳା ଏବେ ଚାରୁର ମହିଳା ସୁରକ୍ଷା କେନ୍ଦ୍ରରେ ପହଞ୍ଚିଛନ୍ତି ।

ଘରେ ପହଞ୍ଚାଇଥିଲା ପୋଲିସ

ପୀଡ଼ିତାଙ୍କ କହିବା ଅନୁଯାୟୀ, ଥରେ ପୋଲିସ ନିଜ ଉପସ୍ଥିତିରେ ତାଙ୍କୁ ଘରେ ପହଞ୍ଚାଇଥିଲା, କିନ୍ତୁ ଘରର ଯେଉଁ କୋଣରେ ସେ ରହୁଥିଲେ ସେଛି କୌଣସି ସୁବିଧା ନଥିବା ସେ କହିଛନ୍ତି । ଅଭିଯୁକ୍ତ ଶାଶୁଖର ଲୋକ ଯେତେବେଳେ ଇଚ୍ଛା ହୁଏ ଗାଁ ଲୋକଙ୍କ କହି ମହିଳାଙ୍କ ଘରକୁ ପଥର ଭିଙ୍ଗିବା ପାଇଁ କହିଥାନ୍ତି । ବର୍ତ୍ତମାନ ମହିଲା ସୁରକ୍ଷା କେନ୍ଦ୍ର ଏହି ପୁରା ମାମଲାର ତଦନ୍ତ ଆରମ୍ଭ କରିଛି ।

ରାଜଧାନୀରେ ହୁ-ହୁ ହୋଇ ବ୍ୟାପୁଛି କରୋନା, ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ହୁ-ହୁ ହୋଇ ବଢ଼ିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ସେଥିପାଇଁ ନୂଆ ନୂଆ କୌଶଳ ଆପଣାଯାଉଛି । ସଂକ୍ରମଣକୁ ରୋକିବା ପାଇଁ ସରକାର ନୂଆ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବା ସହ ଏହାକୁ କଡ଼ାକଡ଼ି ପାଳନ କରିବା ଉପରେ ଧ୍ୟାନ ଦେଉଛନ୍ତି । ଏମିତିକି ପୂର୍ବରୁ ଯେଉଁସବୁ କଟକଣା କୋହଳ କରାଯାଇଥିଲା ସେସବୁକୁ ପୁଣି କଡ଼ାକଡ଼ି କରାଯାଉଛି । ଖାଲି ସେତିକି ନୁହେଁ ବିବାହ କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ନିୟମ କୋହଳ କରାଯାଇଥିବା ବେଳେ ଏବେ ଏଥିରେ କଟକଣା ଲାଗୁ କରାଯାଇଛି । ସେହିଭଳି ମାସ୍କ ପିନ୍ଧିବା ନେଇ ଅଧିକ ଗୁରୁତ୍ୱ ଦେଇଛନ୍ତି ଦିଲ୍ଲୀ ସରକାର । ଏବେ ମାସ୍କ ନ ପିନ୍ଧିଲେ ଦୁଇ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ପୂର୍ବରୁ ଏଥିପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ୁଥିଲା । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ରାଜ୍ୟପଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରି ସାରିଛନ୍ତି ।

ଏହା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିଓ୍ୱାଲ, ଦିଲ୍ଲୀବାସୀଙ୍କୁ ଘରେ ରହି ଛଟ ପର୍ବ ପାଳନ କରିବା ପାଇଁ ଅପିଲ୍‌ କରିଛନ୍ତି । ଏବଂ କରୋନା ଭଳି ସମ୍ବଦନଶୀଳ ପ୍ରସଙ୍ଗରେ ବିରୋଧୀ ରାଜନୀତି ନକରିବାକୁ ସେ ନିବେଦନ କରିଛନ୍ତି । କେଜ୍ରିଓ୍ୱାଲ କହିଛନ୍ତି ଯେ, ଏବେ ସମୟ ରାଜନୀତି କରିବାର ନୁହେଁ ବରଂ ସେବା କରିବାର । ଏହି ସମୟରେ ଲୋକଙ୍କ ସେବା କଲେ ଲୋକ ମନେ ରଖିବେ । ଭବିଷ୍ୟତରେ ଲୋକ ମନେ ରଖିବେ ଦିଲ୍ଲୀବାସୀ କିଭଳି କରୋନା ସହ ଲଢ଼େଇ କରିଥିଲେ । ତେବେ ସବୁ ରାଜନୈତିକ ଦଳ କେଜ୍ରିଓ୍ୱାଲଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି । ସମସ୍ତେ ମିଶି ଲୋକଙ୍କର ସେବା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ସର୍ବସାଧାରଣ ସ୍ଥାନରେ ଛଟ୍‌ ପୂଜା ଆୟୋଜନ କରିବା ଉପରେ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ସମସ୍ତେ ଚାହାଁନ୍ତି ଛଟ୍‌ ପୂଜା ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଉ । ହେଲେ ଏଥିପ୍ରତି ଟିକେ ସତର୍କ ରହିବାକୁ ପଡ଼ିବ । କାରଣ ଯଦି ଜଣେ ସଂକ୍ରମିତ ଛଟ ଘାଟରେ ପୂଜା କରିବ ତେବେ ସେଥିରୁ ସମସ୍ତେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି । ଛଟ ଘାଟର ପାଣି ଦ୍ୱାରା ପୁରା ଦିଲ୍ଲୀବାସୀ କରୋନା ଆକ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ୍‌ ଓ ଘରେ ରହି ଛଟ୍‌ ପୂଜା କରିବା ସବୁଠାରୁ ସୁରକ୍ଷିତ ବୋଲି ବୁଝିବା ଉଚିତ୍‌ ।

୫ ଜିଲ୍ଲା ବୁଲି ବୁଲି ଲୁଟୁଥିଲେ ନକଲି ହୋମ୍ ସେକ୍ରେଟାରୀ

ଟାଙ୍ଗୀ: ପୋଲିସ ହାତରେ ହାଇ ପ୍ରୋଫାଇଲ ଠକ । ଏମିତି ସେମିତି ଠକ ନୁହେଁ ନକଲି IASଙ୍କୁ ଧରିଛି ପୋଲିସ । IAS ଅଧିକାରୀ ପରିଚୟ ଦେଇ ଯୁବକ ଜଣଙ୍କ ୫ଟି ଜିଲ୍ଲାରେ କଳାକନା ବୁଲାଇଛନ୍ତି । ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲ୍ଲାରେ କଳାକନା ବୁଲାଇଛନ୍ତି ଠକ ଜଣଙ୍କ । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ପୋଲିସ ଗତ ୧୧ ତାରିଖରେ ନକଲି ହୋମ୍ ସେକ୍ରେଟାରୀ କାହ୍ନୁ ଚରଣ ପ୍ରଧାନକୁ ଗିରଫ କରିବା ପରେ ଫିଟିବାରେ ଲାଗିଛି ଠକେଇର ଗୁମର । ପୋଲିସ କାହ୍ନୁ ଲିଙ୍କରେ ରେଡ୍ ବେଳେ ଆଜି ୫ ଲକ୍ଷ ଟଙ୍କା ଜବତ କରିଛି ।

Chandapur Police Arrested Fake Home Secretary And His Associates

ଗିରଫ କାହ୍ନୁ ଠାରୁ ପୋଲିସ ଏକାଧିକ ନକଲି ପରିଚୟ ପତ୍ର ସହ ୨ଟି ଦାମୀ କାର ଓ ଏକାଧିକ ବ୍ୟାଙ୍କ ପାସବୁକ୍, ଏଟିଏମ୍ ଜବତ କରିଛି । ଲୁଟର ମାଷ୍ଟରମାଇଣ୍ଡ କାହ୍ନୁ ଥିବାବେଳେ ଠକେଇ ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ ଜଣଙ୍କୁ ପୋଲିସ ଗିରଫ କରିଛି । ଗ୍ୟାଙ୍ଗର ଅନ୍ୟ ୩ ଜଣ ସଦସ୍ୟ ଫେରାର ଅଛନ୍ତି । ରଣପୁର ଅଞ୍ଚଳରେ ସାମ୍ବାଦିକତା କରୁଥିବା ସୁକାନ୍ତ ଡାକୁଆ, ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଗିରୀଜା ଶଙ୍କର ରଥ, ସରୋଜ ସେଠୀ ଫେରାର୍ ଥିବାବେଳେ ପୋଲିସ ମାମଲା ରୁଜୁ କରିଛି ।

Chandapur Police Arrested Fake Home Secretary And His Associates

ଚାନ୍ଦପୁର ଥାନା ପୋଲିସ ଗତ ୧୭ ତାରିଖରେ କାହ୍ନୁର ଅନ୍ୟ ଜଣେ ସହଯୋଗୀ ପର୍ଶୁରାମ ଜେନାକୁ ଗିରଫ କରିଛି । ଏଥିସହ ମାମଲାରେ ଗିରଫଦାରୀ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗିରଫ ପର୍ଶୁରାମ ନିକଟରୁ ନକଲି ପରିଚୟ ପତ୍ର ସମେତ ଅନେକ ଗୁରୁତ୍ୱପୂର୍ଣ ଦସ୍ତାବିଜ୍ ଜବତ କରାଯାଇଛି । ଗିରଫ ପର୍ଶୁରାମର ଘର ଖଣ୍ଡଗିରି ସାଇ କଲୋନୀ । ସେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧା ଜିଲ୍ଲାରେ କାହ୍ନୁର କାରବାର ସମ୍ଭାଳିବା ସହ ଜମି କାରବାରରେ ସମ୍ପୃକ୍ତ ଥିଲା । କାହ୍ନୁର କଳାସାମ୍ରାଜ୍ୟ ଟଙ୍କା ଉପରେ ପୋଲିସ ଖୋଳତାଡ଼ ଚଳାଇଛି ।

ପାଣି ବାଜିଲେ ହେଉଛି ଆଲର୍ଜି, ଚିନ୍ତାରେ ୧୨ ବର୍ଷର ଝିଅ

ଓ୍ବାଶିଂଟନ: ଆମେରିକାରେ ଜଣେ ଏଭଳି ଝିଅ ରହୁଛନ୍ତି ଯାହାଙ୍କୁ ପାଣିରୁ ଆଲର୍ଜି ହୋଇଥାଏ । ଡାନିଏଲ୍ ମ୍ୟାକକ୍ରେଭେନ୍ ନାମକ ଏହି ୧୨ ବର୍ଷୀୟ ଝିଅଟିର ଶରୀରରୁ ଯେତେବେଳେ ବି ଝାଳ ବାହାରେ ତା’ ଶରୀର କୁଣ୍ଡେଇ ହୋଇଥାଏ । ଆଉ ବେଳେବେଳେ କଷ୍ଟ ସହିନପାରି ସେ କାନ୍ଦି ପକାଇଥାନ୍ତି ।

ଡାନିଏଲଙ୍କୁ ସନ୍ତରଣ କରିବାକୁ ଖୁବ୍ ଭଲ ଲାଗିଥାଏ, ହେଲେ ଏହି ଆଲର୍ଜି ଯୋଗୁଁ ତାଙ୍କୁ ସନ୍ତରଣ ଛାଡିବାକୁ ପଡିଥିଲା ବୋଲି ତାଙ୍କ ମାଆ କହିଛନ୍ତି। ତେବେ ଡାନିଏଲ୍ ଆକ୍ୱେଜେନିକ୍ ୟୁଟିସୋରିଆ ରୋଗରେ ପୀଡିତ ଥିବା ଜଣପାଡିଛି। ଏହା ଏକ ବିରଳ ଅବସ୍ଥା ଏବଂ କୁହାଯାଏ ବିଶ୍ବବ୍ୟାପୀ ୧୦୦ରୁ କମ୍ ଲୋକ ଏହି ସମସ୍ୟାରେ ପିଡିତ ।

ଏନେଇ ଡାନିଏଲଙ୍କ ମା କହିଛନ୍ତି ଯେ ତାଙ୍କ ଝିଅ ପାଇଁ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । କାରଣ ଜଳ ମଣିଷ ଜୀବନରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ବି ଡାନିଏଲ୍ ପାଣିର ସଂସ୍ପର୍ଶରେ ଆସନ୍ତି, ସେତେବେଳେ ତାଙ୍କ ଶରୀରର ସେହି ଅଂଶ ଗୁଡିକରେ ଆଲର୍ଜି ହେବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଖାସକରି ଖରାଦିନେ ତାଙ୍କୁ ଘରେ ହିଁ ରହିବାକୁ ପଡିଥାଏ । କାହିଁକିନା ଘରୁ ବାହାରିଲା ମାତ୍ରେ ତାଙ୍କ ଶରୀରରୁ ଝାଳ ବାହାରିବା ସହ ଯନ୍ତ୍ରଣା ହୋଇଥାଏ ।

ଏହି ଆଲର୍ଜି ଯୋଗୁଁ ତାଙ୍କୁ ଏନାଫାୟଲେକ୍ଟିକ୍ ଶକ୍ ମଧ୍ୟ ହୋଇପାରେ। ତେବେ ଏହି ଶକ୍ ସେତେବେଳେ ଲାଗିଥାଏ ଯେତେବେଳକି ଶରୀରରେ ଆଲର୍ଜିର ଉତ୍ସ ବହୁତ ଅଧିକ ହୋଇଯାଏ । ଯେଉଁଥିପାଇଁ ଲୋକଙ୍କ ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଛି ।

ଡାନିଏଲଙ୍କ ମା କହିଛନ୍ତି ଯେ ଜଣେ ଡାକ୍ତର ତାଙ୍କ ଝିଅର ଏଭଳି ସମସ୍ୟାକୁ ବିଶ୍ୱାସ କରିବାକୁ ମନା କରିଦେଇଥିଲେ । ତେବେ ଏହାପରେ ସେ ଆଉ ଜଣେ ଡାକ୍ତରଙ୍କ ନିକଟକୁ ଯାଇଥିଲେ ଯିଏକି ଡାନିଏଲଙ୍କ ଅବସ୍ଥାକୁ ବୁଝିବା ସହ କିଛି ପ୍ରତିକାର ପାଇଁ ପରାମର୍ଶ ଦେଇଥିଲେ।  ତେବେ ବୋତଲ ପାଣି, ଲୁଣି ପାଣି ଏବଂ ଟ୍ୟାପ୍ ପାଣିରୁ ବି ଡାନିଏଲଙ୍କୁ ଆଲର୍ଜି ହୋଇଥାଏ କିନ୍ତୁ ସେ ପାଣି ପିଇବାକୁ ସକ୍ଷମ ବୋଲି ସେ ପ୍ରକାଶ କରିଛନ୍ତି ।

ଷ୍ଟୋନ ବଦଳରେ ବାହାର କରିଦେଲେ କିଡନୀ, ଧରାପଡ଼ିବା ପରେ ଅଫର କଲେ ୧୦ ଲକ୍ଷ ଟଙ୍କା

0

ପାଟଣା: ଡାକ୍ତରମାନଙ୍କୁ ଭଗବାନଙ୍କ ଅନ୍ୟ ରୂପ ବୋଲି ବିବେଚନା କରାଯାଏ । କିନ୍ତୁ ବିହାରର ଏକ ଡାକ୍ତରଖାନାରେ ଡାକ୍ତରଙ୍କ ଅବହେଳା ହେତୁ ଜଣେ ରୋଗୀଙ୍କ ଜୀବନ ବିପଦରେ ପଡ଼ିଯାଇଛି । ଏହି ମାମଲା ପାଟଣାର କଙ୍କଡବାଗସ୍ଥିତ ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି, ଯେଉଁଠାକୁ ବେଗୁସରାଇର ମହମ୍ମଦ ମୁଜାହିଦ୍ ଚିକିତ୍ସା ପାଇଁ ଆସିଥିଲେ । ସୂଚନା ଅନୁଯାୟୀ ତାଙ୍କ ବାମ କିଡନୀରେ ଏକ ଷ୍ଟୋନ ଥିଲା, ଯେଉଁଥିପାଇଁ ସେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ଏହାର ଅପରେସନ୍ କରିବାକୁ ପଡ଼ିବ ବୋଲି କହିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ରୋଗୀଙ୍କ ପରିବାର କହିବା ଅନୁଯାୟୀ, ଡାକ୍ତର ଇପରେସନ କରି ଷ୍ଟୋନ ବାହାର କରିବା ପରିବର୍ତ୍ତେ କିଡନୀକୁ ବାହାର କରିଦେଇଛନ୍ତି । କେବଳ ଏତିକି ନୁହେଁ, ଯେତେବେଳେ ଏହି ଘଟଣା ଜଣାପଡିଥିଲା ​​ଏବଂ ରୋଗୀଙ୍କ ପରିବାର ସଦସ୍ୟ ଡାକ୍ତରଖାନାରେ ହୋହାଲ୍ଲା କରିବା ଆରମ୍ଭ କଲେ, ଡାକ୍ତରମାନେ ସେମାନଙ୍କର ଭୁଲକୁ ଗ୍ରହଣ କରି ରୋଗୀଙ୍କୁ ୧୦ ଲକ୍ଷ ଟଙ୍କା ଅଫର ମଧ୍ୟ ଦେଇଥିଲେ ।

ଉଠିଲା ପ୍ରଶ୍ନ, କିଡନୀ ରାକେଟ ସହ ଜଡ଼ିତ ନୁହେଁ ତ ମାମଲା ?

ଘଟଣାଟି ସାମ୍ନାକୁ ଆସିବା ପରେ ରୋଗୀଙ୍କ ପରିବାର ଲୋକ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି କରିଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ହାତେଇବା ସହ ସଂପୂର୍ଣ୍ଣ ମାମଲାକୁ ତଦନ୍ତ ଆରମ୍ଭ କରିଛି । ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ, ଡାକ୍ତରମାନେ କାହିଁକି ଜଣେ ରୋଗୀର ଜୀବନ ବିପଦରେ ପକାଇବାକୁ ଚାହିଁବେ ? ଆଉ ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଏହି ମାମଲାରେ କୌଣସି କିଡନୀ ରାକେଟର ହାତ ରହିଛି କି ?

ପ୍ରଥମେ ସତ୍ୟତା ଲୁଚାଇଲେ, ପରେ ରୋଗୀଙ୍କ ପରିବାରକୁ ଅଫର କଲେ ୧୦ ଲକ୍ଷ ଟଙ୍କା

ଡାକ୍ତର ପିକେ ଜୈନଙ୍କ କହିବା ଅନୁଯାୟୀ, ଅପରେସନ ସମୟରେ ଷ୍ଟୋନ ନଜର ଆସିଥିଲା ଯାହାକି ଅଲଟ୍ରାସାଉଣ୍ଡ ସମୟରେ ଦେଖାଯାଇନଥିଲା । ଅପରେସନ ବେଳେ ବହୁତ ରକ୍ତ ବାହାରିଥିଲା ଯାହାକୁ ଅଟକାଇବାକୁ କିଡନୀ ବାହାର କରିବାକୁ ପଡ଼ିଲା । କେବଳ ସେତିକି ନୁହେଁ ରୋଗୀ ପେଟରୁ ବାହାର କରିଥିବା କିଡନୀକୁ ଡାକ୍ତର ମାନେ ତାଙ୍କ ପରିଜନଙ୍କୁ ମଧ୍ୟ ଦେଖାଇଥିଲେ । ଡାକ୍ତରଖାନା ତରଫରୁ ଏହା କୁହାଯାଇଥିଲା ଯେ, ଏହା ମାନବୀନ ଭୁଲ ଅଟେ । ଅନେକ ଥର ଜାକ୍ତରଖାନାରେ ଏଭଳି ଙୁଲ ଦେଖିବାକୁ ମିଳେ । ଏହାପରେ ଡାକ୍ତରଖାନା ତରଫରୁ ୧୦ ଲକ୍ଷ ଟହ୍କା ଅଫର କରି ମାମଲାକୁ ରଫା ଦଫା କରିବାକୁ ମଧ୍ୟ କୁହାଯାଇଥିଲା । ଏହା ଶୁଣିବା ପରେ ପରିବାର ଲୋକ ଉତ୍ୟକ୍ତ ହୋଇଉଠିଲେ । ଏହାପରେ ଡାକ୍ତରମାନେ କହିଥିଲେ ଯେ, ଯଦି ଆବଶ୍ୟକ ପଡ଼ିବ ରୋଗୀଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯିବ ।

ଡାକ୍ତର ନିଜ ଭୁଲ ମାନିଲେ

ପିଡ଼ୀତ ମହମ୍ମଦ ମୁଜାହିଦଙ୍କ କହିବା ଅନୁଯାୟୀ, ତାଙ୍କୁ ଯେତେବେଳେ ବାମ ପରିବର୍ତ୍ତେ ଡାହାଣ ପଟେ ଦରଜ ହେବା ଆରମ୍ଭ ହେଲା ସେ ଏନେଇ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ । ଅନେକ ଉତ୍ତେଜନା ପେର ଡାକ୍ତର ଶେଷରେ ନିଜ ଭୁଲ ସ୍ୱୀକାର କଲେ ।

ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୮୬୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲା ଓ ଷ୍ଟେଟପୁଲରୁ ୮୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪୯୯, ଲୋକାଲ କେସ୍ ୩୬୯ । ଖୋର୍ଦ୍ଧାରୁ ୧୨୬ , ସୁନ୍ଦରଗଡ଼ରୁ ୮୬, କଟକରୁ ୬୪, ଅନୁଗୁଳରୁ ୫୪, ମୟୂରଭଞ୍ଜ ଓ ନୂଆପଡାରୁ ୪୬ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଉ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ୧୫୯୨ଜଣଙ୍କ ମୃତ୍ୟୁ ହେଲାଣି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୧ହଜାର ୭୮୮ ଥିବା ବେଲେ ସୁସ୍ଥ ହେଲେଣି ୩ଲକ୍ଷ ହଜାରେ ୭୭୭ଜଣ ଆକ୍ରାନ୍ତ । ଆକ୍ଟିଭ କେସ୍ ୮ହଜାର ୩୬୬

ଅନୁଗୁଳ: ୫୪, ବାଲେଶ୍ୱର: ୧୮, ବରଗଡ: ୨୧, ଭଦ୍ରକ: ୧୩, ବଲାଙ୍ଗୀର: ୩୪, ବୌଦ୍ଧ: ୧, କଟକ: ୬୪, ଦେବଗଡ: ୭, ଢେଙ୍କାନାଳ: ୧୮, ଗଜପତି: ୩, ଗଞ୍ଜାମ: ୧୧, ଜଗତସିଂହପୁର: ୪୪, ଯାଜପୁର: ୩୧, ଝାରସୁଗୁଡ଼ା: ୨୧, କଳାହାଣ୍ଡି: ୨୦, କନ୍ଧମାଳ: ୬, କେନ୍ଦ୍ରାପଡା: ୩୫, କେନ୍ଦୁଝର: ୩୯, ଖୋର୍ଦ୍ଧା: ୧୨୬, କୋରାପୁଟ: ୧୨, ମାଲକାନଗିରି: ୧୨, ମୟୂରଭଞ୍ଜ: ୪୬, ନବରଙ୍ଗପୁର: ୧୪, ନୟାଗଡ଼: ୩, ନୁଆପଡା: ୪୬, ପୁରୀ: ୨୮, ରାୟାଗଡା: ୭, ସମ୍ବଲପୁର: ୧୮, ସୋନପୁର: ୬, ସୁନ୍ଦରଗଡ: ୮୭, ରାଜ୍ୟ ପୁଲ୍: ୨୩  ।

 

ବିଜେଡିରେ ଯୋଗଦେଲେ ବରିଷ୍ଠ ଆଇନଜୀବୀ ସୁବ୍ରତ ସତପଥୀ

ଭୁବନେଶ୍ୱର: ଶକ୍ତିଶାଳୀ ହେଉଛି ବିଜେଡି । ବିଜେଡିରେ ଯୋଗ ଦେଉଛନ୍ତି ଅନେକ ବରିଷ୍ଠ ବ୍ୟକ୍ତି । ଏହି ଧାରାରେ ଗୁରୁବାର ଦିନ ବିଜେଡିରେ ଯୋଗ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାର ବରିଷ୍ଠ ଆଇନଜୀବୀ ସୁବ୍ରତ ସଥପଥୀ । ସୁବ୍ରତଙ୍କ ସହ ଅନ୍ୟ ଆଇନଜୀବି ମଧ୍ୟ ବିଜେଡ଼ିରେ ଯୋଗ ଦେଇଛନ୍ତି । ସେହିପରି ଜଗତସିଂହପୁର ଜହାନପୁର ପଞ୍ଚାୟତର ସରପଞ୍ଚ ସୁଶାନ୍ତ ଦାସ ଓ ତାଙ୍କ ସମର୍ଥକ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି ।

ଏହାସହ ସେମାନେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲିଙ୍କୁ ସମର୍ଥନ ଜଣାଇଛନ୍ତି । ଦଳୀୟ ଉପସଭାପତି ଦେବୀ ମିଶ୍ର ସେମାନଙ୍କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଉପସ୍ଥିତ ଥିଲେ ।

ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ଭାଲୁ, ଅଳିଆ ଆବର୍ଜନା ଡବାରୁ ଖୋଜୁଛି ଖାଦ୍ୟ

କୋରାପୁଟ: ଖାଦ୍ୟ ଅନ୍ୱେଷଣରେ ସହର ମୁହାଁ ହୋଇଛନ୍ତି ୨ଟି ଭାଲୁ । ନିକଟସ୍ଥ ଜଙ୍ଗଲରେ କିଛି ଦିନ ହେଲା ଅସୁରକ୍ଷିତ ଓ ଖାଦ୍ୟ ଅଭାବକୁ ନେଇ ନିକଟସ୍ଥ ସୁନାବେଡା ସହର ମୁହାଁ ହୋଇଛି ଭାଲୁ । ମଧ୍ୟ ରାତ୍ରିରେ ଅଳିଆ ଆବର୍ଜନା ଡବା ଭିତରୁ ଖାଦ୍ୟ ଖାଉଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି । ଯାହା ସହରରେ ଚର୍ଚ୍ଚାର ବିଷୟ ପାଲିଟଛି ।

ଖାଦ୍ୟ ଅଭାବକୁ ଏହି ବନ୍ୟ ପ୍ରାଣିମାନେ ଜଙ୍ଗଲ ଛାଡ଼ି ଜନବସତି ଭିତରକୁ ପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି । ତେବେ ଅନ୍ଧାର ରାତିରେ ଏମାନଙ୍କୁ ଦେଖି ଲୋକେ ଭୟଭୀତ ହେଉଛନ୍ତି । ଏବଂ ଜଦିଓ ଏମାନେ କିଛି କ୍ଷୟକ୍ଷତି କରି ନାହାଁନ୍ତି ତଥାପି ଏମାନଙ୍କୁ ଦେଖି କାର୍ଯ୍ୟ ସ୍ଥଳିରୁ ଫେରୁଥିବା ଲୋକେ ଆତଙ୍କୀତ ହେଉଛନ୍ତି । କର୍ମସ୍ଥଳୀରୁ ଫେରୁଥିବା ସମୟରେ ଆକ୍ରମଣ ଭୟ ରହୁଥିବା ଜଣାପଡିଛି । ଏହାକୁ ନେଇ ବନ ବିଭାଗ ମଧ୍ୟ ତତ୍ପରତା ଦେଖାଇବା ସହ ଭାଲୁଟିକୁ ଶୀଘ୍ର ଉଦ୍ଧାର କରାବାକୁ ଅଣ୍ଟାଭିଡ଼ିଛି ।