ଭୁବନେଶ୍ୱର: ଆଜି ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ସାଢେ ୧୧ଟାରେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିବେ ମୁଖ୍ୟମନ୍ତ୍ରୀ । ଏଥିସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ମୋବାଇଲ ପ୍ରଦାନ କରିବେ । ଗତ କିଛି ବର୍ଷ ମଧ୍ୟରେ ଅଞ୍ଚଳରେ ଗମନାଗମନର ବ୍ୟବସ୍ଥା ସହ ଟେଲିକମ୍ୟୁନିକେସନର ବ୍ୟବସ୍ଥା କରିଛନ୍ତି ସରକାର । ସ୍ୱାଭିମାନ ଅଞ୍ଚଳରେ ୫ଟି ଟେଲିଫୋନ ଟାଓ୍ୱାର ସ୍ଥାପନ କରାଯାଇଛି । ଗତ ବର୍ଷ ଗୁରୁପ୍ରିୟା ସେତୁର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ପରେ ସ୍ୱାଭିମାନ ଅଞ୍ଚଳକୁ ଫିଟିଥିଲା ବିକାଶର ରାସ୍ତା । ସ୍ଥାନୀୟ ଅଞ୍ଚଳରେ ୧୪ଟି ନୂଆ ରାସ୍ତା ତିଆରି ନେଇ ଟେଣ୍ଡର ଦିଆଯାଇଥିବା ବେଳେ, ୭ଟି ରାସ୍ତାର କାର୍ଯ୍ୟ ଜାରି ରହିଛି ।
ରାୟଗଡ଼ା: ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ ,୩ ମୃତ, ଏକାଧିକ ଯାତ୍ରୀ ଚାପି ହୋଇ ରହିଥିବା ସୂଚନା
ରାୟଗଡ଼ା : ରାୟଗଡା-ବିଷମକଟକ ଥାନା ଅନ୍ତର୍ଗତ କୁମ୍ଭାର ଧାମୁଣି ନିକଟରେ ବସ ଦୁର୍ଘଟଣା ,୩ ମୃତ । ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଫର୍ଚୁନ ନାମକ ଘରୋଇ ବସଟି ଟିକିରି ରୁ ଭୁବନେଶ୍ୱର ଯାଉଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଏହି ବସରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ରହିଥିବା ସୂଚନା ମିଳିଛି । ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ବିଳମ୍ବ ଦେଖା ଦେଇଛି । ବସ ତଳେ ଚାପି ହୋଇଛନ୍ତି ଏକାଧିକ ଯାତ୍ରୀ । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ପୁଣି ଭାରତକୁ ଫେରିବ ପବ୍ଜୀ: ନିର୍ଦ୍ଧାରିତ ସମୟରୁ କିଛିଟା ବିଳମ୍ୱରେ ହୋଇପାରେ ଲଞ୍ଚ
ନୂଆଦିଲ୍ଲୀ: ପବଜୀ ଖେଳାଳିଙ୍କ ପାଇଁ ଖୁସି ଖବର । ପୁଣି ଥରେ ନୂଆ ରୂପରେ ଭାରତକୁ ଫେରିଆ ଏହି ଲୋକପ୍ରିୟ ମୋବାଇଲ ଗେମ୍ । ଏ ନେଇ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ପବଜୀ ମୋବାଇଲ ଇଣ୍ଡିଆ ନାଁରେ ଏହାକୁ ଭାରତ ବଜାରେ ଲଞ୍ଚ କରାଯିବ । ପବଜୀ ଭାରତରେ ଏକ ଭାରତୀୟ ସହଯୋଗୀ କମ୍ପାନୀ ପ୍ରତିଷ୍ଠା କରିବ, ଯେଉଁଥିରେ ବିଭିନ୍ନ ଶ୍ରେଣୀରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନିଯୁକ୍ତି ମିଳିବା ସୂଚନା । ଏଥିସହିତ ପବଜୀ ମୋବାଇଲ ଏକ ନୂଆ ଓ୍ୱେବସାଇଟ ଲଞ୍ଚ କରିବା ସହ ପବଜୀର ଟିଜର ସେୟାର କରିଛି । ତେବେ ସେପ୍ୱେମ୍ୱର ମାସରେ ଚୀନ ସହ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ପବଜୀ ସମେତ ୧୧୮ଟି ଚୀନ ମୋବାଇଲ ଆପ୍ଳିକେସନ୍ ବ୍ୟାନ୍ କରିଥିଲା ଭାରତ । ଏ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚୀନ୍କୁ ମାତ୍ ଦେବାକୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କିଛି ଲୋକ କହୁଥିବା ବେଳେ କିଛି ଦୁଃଖ ପ୍ରକାଶ କରିଥିଲେ। ତେବେ ଆପରେ କିଛି ପରିବର୍ତ୍ତନ କରାଯାଉଥିବାରୁ ଏହାର ଲଞ୍ଚିରେ ବିଳମ୍ୱ ହୋଇପାରେ ।
ଧାନବିଲରେ ମୃତଦେହ; ପଚି ଯାଇଥିବାରୁ ଚିହ୍ନା ପଡୁନି ଶବ
ଦିଗପହଣ୍ଡି: ହିଞ୍ଜିଳି ଥାନା ଆଡପଡା ଫାଣ୍ଡି ନିକଟ ଆଡପଡା ଗ୍ରାମ ନିକଟସ୍ଥ ଏକ ଧାନବିଲ ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳିନାହିଁ ତେବେ ମୃତକଙ୍କ ବୟସ ପ୍ରାୟ ୪୫ ବର୍ଷ ହେବ ବୋଲି ଜଣାପଡିଛି । ଏ ନେଇ ହିଞ୍ଜିଳି ଥାନାରେ ୩୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ହିଂଜିଳି ପୋଲିସ ।

ସୂଚନା ଅନୁଯାୟୀ, ସୋମବାର ସକାଳେ ହିଞ୍ଜିଳି ଥାନା ଓ ପାଟପୁର ଥାନା ମଧ୍ୟ ଡେଙ୍ଗାଡି ଏବଂ ଆଡପଡା ଗ୍ରାମ ଏକ ଧାନ ବିଲ ନିକଟରେ ଜଣେ ଯୁବକଙ୍କ ଗଳିତ ମୃତ ଦେହକୁ ବିଲୁଆ, କୁକୁର ଖାଉଥିବା ବେଳେ ଗ୍ରାମର କିଛି ଲୋକ ଦେଖି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ମୃତଦେହ ପଚିସଢି ଯାଇଥିବାରୁ ଚିହ୍ନଟ କରିବା ସମ୍ଭବପର ହୋଇପାରିନାହିଁ । ତେବେ ଏହା ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟା ତାହା ସନ୍ଦେହ ଘେରରେ ରହିଥିବା ବେଳେ ସ୍ଥାନୀୟ ଅଂଚଳ ରେ 3 ଦିନ ଭିତରେ ଏଭଳି ୫ଟି ଘଟଣା ଦେଖିବାକୁ ମିଳିଛି । ତେବେ ଶବ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ସ୍ୱଷ୍ଟ ହେବ ଏବଂ ବିଭିନ୍ନ ଥାନା କେସ ରୁଜୁ ଫାଇଲ ରୁ ଚିହ୍ନଟ କିମ୍ବା DNA ଟେଷ୍ଟ ରୁ ଜଣା ପଡିବ ବୋଲି ସୂଚନା ମିଳିଛି ।
ବ୍ରିଟେନରେ ଖ୍ରୀଷ୍ଟମାସ୍ ପୂର୍ବରୁ ଆସିବ କୋଭିଡ-୧୯ ଟିକା
ଲଣ୍ଡନ: ବିଶ୍ୱବାସୀଙ୍କ ପାଇଁ ଖୁସିଖବର । ବ୍ରଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଟ ହେନକାକ ସୋମବାର କହିଛନ୍ତି ଯେ, ଖ୍ରୀଷ୍ଟମାସ୍ ପୂର୍ବରୁ ଫାଇଜର କମ୍ପାନୀର ଟିକା ମାର୍କେଟକୁ ଆସିଯିବ । ହେନକାକ୍ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଆମେ ଡିସେମ୍ୱର ପହିଲାରେ କୋଭିଡ-୧୯ର ଟିକା ବଜାରରେ ଉପଲବ୍ଧ କରିବାକୁ ଚେଷ୍ଟା କରୁଛୁ । କିନ୍ତୁ ଖ୍ରୀଷ୍ଟମାସ୍ ପୂର୍ବରୁ ଏହା ମାର୍କେଟରେ ଉପଲବ୍ଧ ହେବ । ଆଉ ଏକ ଭଲ ଖବର ହେଉଛି ବର୍ଷ ଶେଷ ବେଳକୁ ଆମେରିକା ସମେତ ବିଶ୍ୱର ବହୁ ଦେଶରେ ବର୍ଷ ଶେଷରେ କୋଭିଡ-୧୯ ସମେତ ଅନେକ ଦେଶରେ କୋଭିଡ-୧୯ ଟିକା ଉପଲବ୍ଧ ହେବ ।

ଫିଜର ବ୍ୟତୀତ ଅନ୍ୟ ଏକ ଟିକା ନିର୍ମାତା କମ୍ପାନୀ ହେଉଛି ମାଡେର୍ଣ୍ଣା । କମ୍ପାନୀର ଦାବି ହେଉଛି ଟିକା କରୋନା ଭାଇରସ୍ ଉପରେ ୯୪.୫ ପ୍ରତିଶତ ପ୍ରଭାବୀ । ଏହାର ଏକ ସପ୍ତାହ ପୂର୍ବରୁ ଫାଇଜର କମ୍ପାନୀ ନିଜ ସଫଳତା ନେଇ ଦାବି କରିଛି । ତେବେ ଉଭୟ କମ୍ପାନୀ ଏହାର ଉପଯୋଗ ନେଇ ଆମେରିକାର ଅନୁମତିକୁ ଅପେକ୍ଷା କରିଛି ।
ମୋବାଇଲ ଫାଟି ବର୍ଷକର ଶିଶୁ ଗୁରୁତର
କୋରାପୁଟ: ଅବହେଳାରୁ ଅଘଟଣ। ମୋବାଇଲ୍ ଫାଟି ବର୍ଷକର ଛୁଆ ଆହତ ହୋଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗାଁରେ ଅଘଟଣ ଘଟିଛି । ଗୁରୁତର ଶିଶୁ କନ୍ୟାଟିକୁ ଲକ୍ଷ୍ମୀପୁର ଡାକ୍ତରଖାନାରୁ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଅନୁଯାଇ ଗାଁର ରୋହିତ ନାଚିକା ବର୍ଷେ ତଳେ ଏକ ମୋବାଇଲ୍ କିଣିଥିଲେ । ମୋବାଇଲଟି ଗତ କାଲି ରାତିରେ ଫୁଲ ଚାର୍ଜ ହୋଇଯିବା ପରେ ଖଟ ଉପରେ ରଖି ଦେଇଥିଲେ ।

ଖଟ ଉପରେ ତାଙ୍କ ସ୍ତ୍ରୀ ଓ ବର୍ଷକର ଝିଅ ବର୍ଷା ସୋଇଥିବା ବେଳେ ହଠାତ୍ ମୋବାଇଲଟି ଫାଟି ଯାଇଥିଲା । ଫଳରେ ଶିଶୁଟି ଗୁରୁତର ଆହତ ହୋଇଥିବା ବେଳେ ଭୋରରୁ ତାକୁ ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗୁରୁତର ଶିଶୁଟିର ଅଧିକ ଚିକତ୍ସା ଆବଶ୍ୟକ ଥିବାରୁ ତାକୁ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲକୁ ପଠାଇ ଦିଆଯାଇଥିଲା । ତେବେ ଚିକିତ୍ସାପରେ ଶିଶୁଟିର ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଥିବା ସୂଚନା ରହିଛି ।






