spot_img
Home Blog Page 6415

SITର ଜଣେ ସଦସ୍ୟ କରୋନା ପଜିଟିଭ ,SSR ମୃତ୍ୟ ମାମଲା ତଦନ୍ତରେ ଲାଗିଲା ବ୍ରେକ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତରେ ଲାଗିଲା ବ୍ରେକ । ଏସଆଇଟିର ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଣ୍ଟିଜେନ ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିବା ପରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟ ମାମଲାର ବାଧା ସୃଷ୍ଟି ହୋଇଛି । ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଗୁମର ଖୋଲିବାରେ ଲାଗିଥିଲା । ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ଏନସିବିରେ ହାଜର ହୋଇଥାନ୍ତେ ରିୟା ଚକ୍ରବର୍ତ୍ତୀଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଓ ତାଙ୍କ ନିକଟତମ ଜୟା ଶାହା । ଏଥିପାଇଁ ଦୁହିଁଙ୍କୁ ସମନ ହୋଇଥିଲା ।

ଏନସିବି ଏସଆଇଟିରେ ହାଜର ହୋଇଥିଲେ ଶ୍ରୁତି । ହେଲେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଫେରାଇ ଦିଆଯାଇଛି । ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଓ ତାଙ୍କ ଭାଇ ସୌଭିକ ପୂର୍ବରୁ ଗିରଫ ହୋଇସାରିଛନ୍ତି । ରିୟାଙ୍କୁ ଜେରା ବେଳେ ସେ ଶ୍ରୁତି ଓ ଜୟାଙ୍କ ନାଁ ନେଇଥିଲେ ।

ଆଗକୁ ବଲିଉଡ଼ ସେଲିବ୍ରିଟିଙ୍କ କିଛି ନାଁ ସାମ୍ନାକୁ ଆସିବା ସମ୍ଭାବନା ଥିବା ବେଳେ, ସେମାନଙ୍କୁ ଆଗାମି ଦିନରେ ଜେରାର ସମ୍ମୁଖୀନ ହେବାକୁ ପଡିପାରେ । ସେପଟେ ଇଡି ତଦନ୍ତରେ ମଧ୍ୟ ଏମାନଙ୍କ ନାଁ ରହିଛି । ରିୟା ଓ ଜୟାଙ୍କ ମଧ୍ୟରେ ହୋଇଥିବା ଡ୍ରଗ୍ସ ସମ୍ବନ୍ଧୀୟ ଚାଟ୍ସ ମଧ୍ୟ ଇଡି ପାଖରେ ରହିଛି । ଶୃତି ମୋଦି ରିୟାଙ୍କର ପୂର୍ବତନ ମ୍ୟାନେଜର ଥିବାବେଳେ ଜୟା ଶାହା ରିୟା ଓ ସୌଭିକଙ୍କ ନିକଟତମ ବନ୍ଧୁ ଥିଲେ ।

ପୂର୍ବରୁ ଇଡି ପଚରାଉଚରା ବେଳେ ଜୟା ସ୍ୱୀକାର କରିଥିଲେ ଯେ ସେ ସିବିଡି ଅଏଲ ସେବନ କରନ୍ତି ଏବଂ ଚିନ୍ତାରୁ ମୁକ୍ତି ପାଇଁ ସେ ସୁଶାନ୍ତଙ୍କୁ ମଧ୍ୟ ଏହା ସେବନ ପାଇଁ କହିଥିଲେ । ଗତ ୧୪ ଜୁନରେ ସୁଶାନ୍ତ ତାହ୍କ ବାନ୍ଦ୍ରାସ୍ଥିତ ଘରେ ସୁଇସାଇଟ କରିଥିଲେ । ମାମାଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏପଟେ ଡ୍ରଗ୍ସ ଲିଙ୍କ ରେ ଛନ୍ଦି ହେଉଛି ବଲିଉଡ଼ର ବଡ଼ବଡ଼ ନାଁ ।

ଚମ୍ବଲ ନଦୀ ପାର ହେଉଥିବାବେଳେ ଡଙ୍ଗା ବୁଡ଼ି ୭ ଜଣଙ୍କ ମୃତ୍ୟୁ, ୩ ନିଖୋଜ

ରାଜସ୍ଥାନ: ରାଜସ୍ଥାନର ଚମ୍ବଲ ନଦୀ ପାର ହେଉଥିବାବେଳେ ଡଙ୍ଗା ବୁଡ଼ି ୭ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ଓଜନ ଯୋଗୁଁ ଡଙ୍ଗାଟି ବୁଡିଯାଇଥିବା କୁହାଯାଉଛି । ଡଙ୍ଗାରେ ୩୦ ଜଣ ଯାତ୍ରୀ ବସିଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯାଇଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ହେଇଥଇବାବେଳେ ଅବଶିଷ୍ଟ ୩ ଜଣ ନିଖୋଜ ଥିବା ଜଣାଯାଇଛି ।

ସମସ୍ତ ଯାତ୍ରୀ କମଲେଶ୍ୱର ଧାମକୁ ଯିବା ପାଇଁ ଏକ ଡଙ୍ଗାରେ ଚମ୍ବଲ ନଦୀ ପାର ହେଉଥିଲେ । ଏଟାୱା ସହର ସହିତ ସଂଯୁକ୍ତ ଖାଟୋଲି ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।

ଯାତ୍ରୀଙ୍କ ସହ ଡଙ୍ଗାରେ ୧୪ ଟି ବାଇକ୍ ମଧ୍ୟ ଥିଲା ଯାହା ନଦୀ ପାର ହେବା ପାଇଁ ରଖାଯାଇଥିଲା । ସୂଚନା ପାଇବା ପରେ ଉଭୟ ପୋଲିସ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଦୁର୍ଘଟଣାକୁ ନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ଉଦବେଗ ପ୍ରକାଶ କରିଛନ୍ତି । ଏଥିସହ ଲୋକସଭା ସଚିବାଳୟ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଛି । ଏହା ବ୍ୟତୀତ କୋଟାରୁ SDRF ଦଳ ଘଟଣାସ୍ଥଳକୁ ପଠାଯାଇଛି ।

ଚଳନ୍ତା ଅଟୋରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ, ଖସି ପଳାଉଥିବା ବେଳେ କାବୁ କଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ଚଳନ୍ତା ଅଟୋରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଭୁବନେଶ୍ୱର ପଲାସପଲ୍ଲୀ ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ଅଟୋରେ ଥିବା ସହଯାତ୍ରୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମହିଳା ଯାତ୍ରୀଙ୍କ ପ୍ରତିବାଦ ପରେ ଚଳନ୍ତା ଅଟୋରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ ଜଣକ । ମାତ୍ର ସ୍ଥାନୀୟ ଲୋକ ଓ ଅଟୋ ଚାଳକଙ୍କ ହାବୁଡ଼ରେ ପଡ଼ି ନିସ୍ତୁକ ମାଡ଼ ଖାଇଥିଲେ । ସେପଟେ ଘଟଣାସ୍ଥଳରେ ଏୟାରପୋର୍ଟ ଥାନା ପୋଲିସ ପହଂଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ ।

ଅଟୋ ଚାଳକଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଜଣଙ୍କ ରାଜମହଲ ଛକରେ ଅଟୋରେ ବସିଲେ ଏବଂ ପଳାସପଲ୍ଲୀ ଓଭରବ୍ରିଜ ନିକଟରେ ସେ ମହିଳା ଜଣଙ୍କୁ ଅସଦାଚରଣ କରିଥିଲେ । ମହିଳା ଜଣଙ୍କ ପ୍ରତିବାଦ କରିବା ପରେ ସେ ଡିଆଁ ମାରି ଅଟୋରୁ ଖସି ପଲାଇବାକୁ ଚେଷ୍ଟା କରିଥିଲେ । ଅଭିଯୁକ୍ତ ଜଣଙ୍କ ଦୌଡ଼ି ପଳାଇବା ବେଳେ ଅଟୋ ଚାଳକ ଏବଂ କିଛି ସ୍ଥାନୀୟ ଲୋକ ତାଙ୍କୁ କାବୁ କରି  ପୋଲିସକୁ ହସ୍ତାନ୍ତର କରିଛନ୍ତି ।

କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍, ଭର୍ଚୁଆଲ ICU ବ୍ୟବସ୍ଥା ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଏଣିକି ଗୁରୁତର କରୋନା ରୋଗୀ ଜିଲ୍ଲା ICUରେ ଚିକିତ୍ସିତ ହେବେ । ରୋଗୀଙ୍କୁ ନିୟମିତ ଭାବେ କଟକ କିମ୍ବା ଭୁବନେଶ୍ୱରକୁ ରେଫର କରାନଯାଉ ବୋଲି ଗାଇଡଲାଇନରେ କୁହାଯାଇଛି ।

ଏ ନେଇ ସମସ୍ତ ଜିଲ୍ଲାପାଳ, କମିଶନର ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲାସ୍ତରରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶିକ୍ଷଣ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୁରୁତର ରୋଗୀଙ୍କ ପରିବହନ କଲାବେଳେ ଜୀବନକୁ ବିପଦ ରହିଛି । ଏଣୁ ରୋଗୀଙ୍କ ସହ ଏମର୍ଜେନ୍ସି ମେଡିକାଲ ଟେକନିସିଆନ ରହିବେ ।

ICU ଉପରେ ଚାପ କମାଇବାକୁ ଷ୍ଟେପଡାଉନ୍ ICU କରାଯିବା ସହିତ ଦୁର୍ଗମ ଅଞ୍ଚଳ ପାଇଁ ଭର୍ଚୁଆଲ ICU ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ ଟେଷ୍ଟିଂ ବଢ଼ିବା ସହର ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୨୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୭୮ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୧୭୯୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୮୭୬ ଜଣ ହୋଇଥିବା ବେଳେ କଟକରୁ ୩୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସ୍କୁଲରେ କିଚେନ୍ ଗାର୍ଡେନ : ଆହୁରି ପୁଷ୍ଟିକର ହେବ ମଧ୍ୟାହ୍ନ ଭୋଜନ, ସ୍କୁଲ ବଗିଚାରୁ ଆସିବ ପନିପରିବା

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲ ମାନଙ୍କରେ ବଢିବ ମଧ୍ୟାହ୍ନ ଭୋଜନର ମାନ । ଏଣିକି ସ୍କୁଲ ପରିସରରେ ହେବ ପନିପରିବା ଚାଷ । ଉତ୍ପାଦିତ ପନିପରିବାରୁ ହିଁ ପ୍ରସ୍ତୁତ ହେବ ମଧ୍ୟାହ୍ନ ଭୋଜନ । ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି କିଚେନ ଗାର୍ଡେନ କନସେପ୍ଟ ।

ନୂଆ ଯୋଜନା ଅନୁସାରେ ରାଜ୍ୟର ୪୩ ହଜାର ସ୍କୁଲକୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ଏଥିସହ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କିଟ୍ ପ୍ରଦାନ କରାଯିବ । ଏବେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ପରିସରରେ ପରିବା ଚାଷ କରିବେ, ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ନୂତନ ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀଙ୍କୁ କୃଷି ଜ୍ଞାନ ପାଇବା ପାଇଁ ଏହା କରାଯାଇଛି ।

ମଧ୍ୟାହ୍ନ ଭୋଜନ ଅନ୍ତର୍ଗତ ଏହି ଯୋଜନାରେ ସ୍କୁଲ କର୍ତ୍ତୁପକ୍ଷ ଏବଂ ଛାତ୍ରଛାତ୍ରୀ ମିଶି ପନିପରିବା ଗଛ ଲଗାଇବେ । ମୌସୁମୀ ସକ୍ରୀୟ ଥିବାରୁ ଲେମ୍ବୁ ଗଛ, ଶଜନା ଗଛ, ଅମୃତଭଣ୍ଡା ଗଛ, ପଣସ ଗଛ ଭଳି ଗଛ ଲଗୀଇବା ପାଇଁ କୁହାଯାଇଛି ।

ଲଦାଖ ପରେ ଅରୁଣାଚଳ ଉପରେ ଡ୍ରାଗନ ନଜର, ସୀମାରେ ବଢାଇଲା ସାମରିକ ଗତିବିଧି

ଇଟାନଗର: ଲଦାଖର ରେଜାଙ୍ଗ ଲାରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ ବିଫଳ ହେବା  ପରେ ଚୀନ୍ ବର୍ତ୍ତମାନ ଅରୁଣାଚଳ ପ୍ରଦେଶ ଉପରେ ନଜର ପକାଇଛି । ଅରୁଣାଚଳ ପ୍ରଦେଶ ଉପରେ ନିଜ ଦାବୀ ରଖୁଥିବା ଚୀନ୍ ବର୍ତ୍ତମାନ  ବାସ୍ତବିକ ନିୟନ୍ତ୍ରଣରେଖା ବା (LAC) ନିକଟରେ ନିଜର ସାମରିକ ଘାଟି ନିର୍ମାଣ କରୁଛି । ଏହଭିତରେ ଚୀନ୍ ସୀମାରେ ପିପୁଲ୍ସ ଲିବରେସନ୍ ଆର୍ମିର ଗତିବିଧି ଉପରେ ଭାରତୀୟ ସେନା ନଜର ରଖିଛି । ରିପୋର୍ଟ ଅନୁଯାୟୀ, ଅରୁଣାଚଳ ପ୍ରଦେଶର ଆସଫିଲା, ଟୁଟିଂ, ଚାଙ୍ଗ ଜେ ଏବଂ ଫିସଟେଲ-୨ର ଅପରପାର୍ଶ୍ୱରେ ଥିବା ଚୀନ୍ ଅଞ୍ଚଳରେ ପିଏଲଏର ଗତିବିଧି ବୃଦ୍ଧି ପାଇଥିବା  ପରିଲକ୍ଷିତ ହୋଇଛି । ଏହି ଅଞ୍ଚଳଗୁଡ଼ିକ ଭାରତ ସୀମାଠାରୁ ମାତ୍ର ୨୦ କିଲୋମିଟର ଦୂରରେ ରହିଛି ।

ଚୀନ୍ ସେନା ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଯୋଜନା କରୁଥିବା ଭାରତୀୟ ସେନା ଆଶଙ୍କା କରୁଛି । ଚୀନ୍ ଏକ ଶାନ୍ତ ଏବଂ ନିର୍ଜନ ସ୍ଥାନ ଦଖଲ କରିବାକୁ ଚେଷ୍ଟା କରୁଛି । ଚୀନ୍ ସୈନିକମାନଙ୍କ ଦ୍ୱାରା ଅନୁପ୍ରବେଶ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସତର୍କ ରହିଛି ଏବଂ ଏଠାରେ ସୈନିକଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି ।

ପେଟ୍ରୋଲିଂ ବେଳେ ଭାରତୀୟ ଅଞ୍ଚଳ ନିକଟକୁ ଆସୁଛନ୍ତି ଚୀନ ସୈନିକ

ଗତ କିଛି ଦିନ ହେବ  ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଠାରୁ କିଛି କିଲୋମିଟର ଦୂରତାରେ ଥିବା ଅଞ୍ଚଳରେ ନିର୍ମିତ ରାସ୍ତାରେ ଚୀନ ସୈନିକଙ୍କ  ଗତିବିଧି ବଢିଥିବା ଲକ୍ଷ୍ୟ କରାଯାଇଛି । ପାଟ୍ରୋଲିଂ ସମୟରେ ଚୀନ୍ ସୈନିକମାନେ ମଧ୍ୟ ଭାରତୀୟ ଅଞ୍ଚଳକୁ ମଧ୍ୟ ପଶି ଆସୁଛନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁସାରେ ଅରୁଣାଚଳର LAC ଉପରେ ଚୀନ୍ ସୈନ୍ୟଙ୍କ ସକ୍ରିୟତାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏଠାରେ ଅଧିକ ସୈନିକ ମୁତୟନ କରିଛି । ଏହିପରି କୌଣସି ପ୍ରୟାସର ଜବାବ ଦେବାକୁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

 ଅରୁଣାଚଳ ପ୍ରଦେଶର ୫ ଜଣଙ୍କ ଅପହରଣ କରିଥିଲା ପିଏଲଏ

ଏହାପୂର୍ବରୁ ସେପ୍ଟେମ୍ବର ୨ରେ ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଥିଲେ ଯେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଦ୍ୱାରା ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାର ପାଞ୍ଚ ଜଣଙ୍କୁ ଅପହରଣ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ପାଞ୍ଚ ଜଣ ଲୋକ ମାଛ ଧରିବା ପାଇଁ ଏଲଏସି ପାଖକୁ ଯାଇଥିଲେ ।  କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କେନ୍ଦ୍ର ସମ୍ମୁଖରେ ଏହି ମାମଲାକୁ ଗୁରୁତର ସହ ନେଇଥିଲେ। ତେବେ ଚୀନ୍ ସୀମାକୁ ଯାଇଥିବା ପାଞ୍ଚ ଜଣ ଭାରତୀୟ ନାଗରିକ ବର୍ତ୍ତମାନ ନିଜ ଦେଶକୁ ଫେରିଛନ୍ତି । ଚୀନ୍ ସୈନିକମାନେ ଏହି ପାଞ୍ଚ ଜଣ ସାଧାରଣ ନାଗରିକଙ୍କୁ ଅରୁଣାଚଳ ପ୍ରଦେଶର କିବିଟୁ ଠାରେ ଭାରତୀୟ ସୈନିକମାନଙ୍କୁ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୭ ପରେ, ଗତ ୬ ମାସ ମଧ୍ୟରେ ପୁଣି ଥରେ ଡୋକଲାମରେ ଭାରତ ଏବଂ ଚୀନ୍ ବାହିନୀ ମଧ୍ୟରେ ତିକ୍ତତା ପରିସ୍ଥିତି ସୃଷ୍ଟି ହୋଇଛି । ଚୀନ୍ ସୈନ୍ୟବାହିନୀ ଏଠାରେ ଭୁଟାନର ସୀମାରେ ଥିବା ଜାମଫିରି ରିଜ୍ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କରୁଛି । ଚୀନ୍‌ର ଏହି ଉଦ୍ୟମ ସିଲିଗୁଡୀ କରିଡର ପାଇଁ ବିପଦ ସୃଷ୍ଟି କରୁଛି।

୨୯-୩୦ ଅଗଷ୍ଟ ରାତିରେ ଚୀନ୍ ସୈନ୍ୟମାନେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ମୁଖପାରୀ ହିଲ୍ ଏବଂ ରେଜାଙ୍ଗ ଲାକୁ କାବୁ କରିବାକୁ ଚେଷ୍ଟା କରିଥିଲା, ଯାହା ଭାରତୀୟ ସୈନ୍ୟବାହିନୀ ଦ୍ୱାରା ବାଧାପ୍ରାପ୍ତ ହୋଇଥିଲା। ସେବେଠାରୁ ଉଭୟ ଦେଶର ସୈନିକ ମୁହାଁମୁହିଁ ହେଉଛନ୍ତି ଏବଂ ଉତ୍ତେଜନା ବୃଦ୍ଧି ପାଉଛି । ଏହାପୂର୍ବରୁ ସେପ୍ଟେମ୍ବର ୧ ରେ ଚୀନ୍ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା।

୨୦ରେ ଆସୁଛି ଆଉ ଏକ ଲଘୁଚାପ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ୨୦ ରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ବଳୟ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ଏହାସହ ଲଘୁଚାପ ଉତ୍ତର ପଶ୍ଚିମ ଦିଗକୁ ଗତିକରିବା ବେଳେ, ଆଭ୍ୟନ୍ତରୀଣ ଉତ୍ତର ଓଡିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ନବରଙ୍ଗପୁର, କେରାପୁଟ, ରାୟଗଡାରେ ପ୍ରବଳ ବର୍ଷା ହୋଇପାରେ । ୨୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେବା ସହିତ ପୁଣି ଏକ ଲଘୁଚାପ ଚାଷୀ ମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ବନ୍ୟାରେ ରାଜ୍ୟର ଅନେକ ଅଞ୍ଚଳ ଜଗମଗ୍ନ ହୋଇପଡ଼ିଥିଲା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶାରେ ପହଞ୍ଚି ସାରିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ । ଗୃହ ବିଭାଗର ଯୁଗ୍ମ ସଚିବ ପ୍ରବୀଣ ବୈଶିଷ୍ଠଙ୍କ ନେତୃତ୍ୱରେ ଏହି ଟିମ୍ ବନ୍ୟା କ୍ଷୟକ୍ଷତି ଆକଳନ କରିବେ । ଓଡ଼ିଶାରେ ୨ଦିନ ଧରି ବନ୍ୟାଞ୍ଚଳ ବୁଲି ଏକ ରିପୋଟ୍ ପ୍ରସ୍ତୁତ କରିବ କେନ୍ଦ୍ରୀୟ ପ୍ରତିନିଧି ଦଳ ।

ଏହି ଟିମ୍ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଟିମରେ କୃଷି, ଜଳ ସମ୍ପଦ ଓ ସଡ଼କ ପରିବହନ ବିଭାଗ ସଦସ୍ୟ ସାମିଲ ହେବେ । ବନ୍ୟାଞ୍ଚଳ ପରିଦର୍ଶନ କରି ୧୭ ତାରିଖ ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବ ଏହି ଟିମ୍ ।

ଗତ ବନ୍ୟାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ କେନ୍ଦ୍ରୀୟ ଟିମକୁ ଦେବେ ରାଜ୍ୟ ସରକାର । ଏହି ବୈଠକରେ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ରାଜ୍ କୁମାର ଶର୍ମା, ଏସଆରସି ପ୍ରଦୀପ୍ତ ଜେନା ଓ ବିଭିନ୍ନ ବିଭାଗର ସଚିବ ମାନେ ଉପସ୍ଥିତ ରହିବେ । ତେବେ ବିଳମ୍ବରେ କେନ୍ଦ୍ରୀୟ ଟିମ୍ ଆସିବା ନେଇ ପ୍ରଶ୍ନ ଉଠାଇଥିଲେ ରାଜନୈତିକ ଦଳ. ଏହା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।

ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଜୀବନ ଜୀବିକା ପାଇଁ ୩୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଉପକୃତ ହେବେ ସବୁ ପ୍ରକାରର ପାରମ୍ପରିକ ଚାଷୀ । ଗତ ବନ୍ୟାରେ ରାଜ୍ୟର ୮ଟି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି ।

ଅକ୍ଟୋବରରେ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ମାର୍ଚ୍ଚ ୧୫ରୁ କେରାନା ପାଇଁ ବନ୍ଦ ହୋଇଥିବା ନନ୍ଦନକାନନ ଆସନ୍ତା ଅକ୍ଟୋବର ମାସରେ ଖୋଲିବ । କରୋନା କଟକଣା ସହିତ ନନ୍ଦନକାନନ ଖୋଲିବାକୁ ଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଗାଇଡଲାଇନ ଜାରି ହୋଇଛି ।

ପର୍ଯ୍ୟଟକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାମାଜିକ ଦୂରତାକୁ ଦୁରୁତ୍ୱ ଦିଆଯିବ ବୋଲି ନିର୍ଦେଶକ ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି । ୭ମାସ ଧରି କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିଲା ଏହି ପର୍ଯ୍ୟଟନସ୍ଥଳୀ । ଫଳରେ ଦିନକୁ ପ୍ରାୟ ୩ଲକ୍ଷ ୭୦ହଜାର ରାଜସ୍ୱ କ୍ଷତି ହେଉଥିଲା ।

Odisha Corona Update: ରାଜ୍ୟରେ ଆଉ ୪୨୭୦ ପଜିଟିଭ ଚିହ୍ନଟ, ୧୧ ମୃତ

ଭୁବନେଶ୍ୱର: ରାଜ୍ୟରେ ଟେଷ୍ଟିଂ ବଢ଼ିବା ସହର ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୨୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୭୮ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ଅନ୍ୟ ୧୭୯୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦ ପହଞ୍ଚିଛି । ଖୋର୍ଦ୍ଧାରୁ ସର୍ବାଧିକ ୮୭୬ ଜଣ ହୋଇଥିବା ବେଳେ କଟକରୁ ୩୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ ୧୪୭, ବାଲେଶ୍ୱର ୧୫୦, ବରଗଡ଼ ୧୮୩, ଭଦ୍ରକ ୫୫, ବଲାଙ୍ଗିର ୯୭, ବୌଦ୍ଧ ୨୨, ଦେବଗଡ଼ ୧୮, ଢେଙ୍କାନାଳ ୬୩, ଗଜପତି ୫୮, ଗଞ୍ଜାମ ୬୮, ଜଗତସିଂହପୁର ୧୮୮, ଯାଜପୁର ୧୬୨, ଝାରସୁଗୁଡ଼ା ୧୨୧, କନ୍ଧମାଳ ୪୪, କେନ୍ଦ୍ରାପଡ଼ା ୯୯, କେନ୍ଦୁଝର ୮୭, କୋରାପୁଟ ୮୩, ମାଲକାନଗିରି ୬୪, ମୟୂରଭଞ୍ଜ ୧୩୧, ନବରଙ୍ଗପୁର ୮୬, ନୟାଗଡ଼ ୪୭, ନୂଆପଡ଼ା ୧୧୯, ପୁରୀ ୨୮୭, ରାୟଗଡ଼ା ୮୦, ସମ୍ୱଲପୁର ୧୧୪, ସୋନପୁର ୭୪, ସୁନ୍ଦରଗଡ଼ରୁ ୩୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ କରୋନାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୬୫୬ରେ ପହଞ୍ଚିଛିଏଥିସହ ମୋଟ ପଜିଟିଭଙ୍କ ସଂଖ୍ୟା ୧,୬୨,୯୨୦ ପହଞ୍ଚିଛି । ସକ୍ରିୟ ମାମଲା ୩୬,୪୭୩ ରହିଛି ।

ସୁବର୍ଣ୍ଣରେଖା ନଦୀ ଉପରେ ସେତୁ ନିର୍ମାଣ ନିଷ୍ପତିକୁ ସ୍ୱାଗତ

ବାଲେଶ୍ୱର: ସୁବର୍ଣ୍ଣରେଖା ନଦୀ ଉପରେ   ସେତୁ ନିର୍ମାଣ ନିଷ୍ପତିକୁ ନେଇ ବାଲେଶ୍ୱର ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ । ଏହି ବ୍ରିଜ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଲୋକେ ଦାବି କରିଆସୁଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଦାବି ଶୁଣିଛନ୍ତି । ସୁବର୍ଣ୍ଣରେଖା ନଦୀ ଉପରେ   ସେତୁ ନିର୍ମାଣ ପ୍ରସ୍ତାବକୁ ଗତକାଲି କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । ଏନେଇ ଭୋଗରାଇ ବିଧାୟକ ଅନନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକର ଜାମକୁଣ୍ଡା ଓ ଭୋଗରାଇ ବ୍ଲକର ଅଡଙ୍ଗାପନ୍ତେଇ ମଧ୍ୟରେ ଏହି ସେତୁ ନିର୍ମାଣ ହେବ । ୯୯୩ . ୧୨ ମିଟର ଲମ୍ବ ଏବଂ ୬୨.୦୭ ମିଟର ଓସାର ବିଶିଷ୍ଟ ଏହି ବ୍ରିଜ ନିର୍ମାଣ ପାଇଁ ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିବା ବେଲେ ଏହାର ନିର୍ମାଣ କାର୍ଯ୍ୟ ୩୦ ମାସ ମଧ୍ୟରେ ଶେଷ କରାଯିବ ।

ଭୋଗରାଇ ଏବଂ ବାଲିଆପାଳ ବ୍ଲକ ମଧ୍ୟରେ ଗମନାଗମନ ଦୂରତା ହ୍ରାସ ପାଇବ  ।  ଏହି ବ୍ରିଜ ହେବା ଫଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର , ଚନ୍ଦନେଶ୍ୱର ମନ୍ଦିର ଏବଂ ଭୂଷଣ୍ତେଶ୍ୱର ମନ୍ଦିର ଭଳି ଅର୍ଥନୈତିକ ଏବଂ ପର୍ଯ୍ୟଟନସ୍ଥଳୀ ଗୁଡିକ ସିଧାସଳଖ ସଂଯୋଗ ହୋଇପାରିବ ।