spot_img
Home Blog Page 6415

ବୁଢାବଳଙ୍ଗ ନଦୀରେ ବୁଡି ଜଣେ ମୃତ, ୨ ନିଖୋଜ…

ବାଲେଶ୍ୱର: ବୁଢାବଳଙ୍ଗ ନଦୀରେ ବୁଡି ୨ ଜଣ ଯୁବକ ନିଖୋଜ ହୋଇଛନ୍ତି । ଏପର୍ଯ୍ୟନ୍ତର ସୂଚନା ପର୍ଯ୍ୟନ୍ତ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇସାରିଛି । ଘଟଣା ଅନୁଯାୟୀ, ବାରୁଣୀ ଘାଟରେ ୫ଜଣ ଯୁବକ ସାଙ୍ଗ ହୋଇ ଗାଧୋଉଥିବା ବେଳେ ୩ ଜଣ ନଦୀରେ ଭାସି ଯାଇଥିଲେ ।

ସେମାନଙ୍କ ମଧ୍ୟରୁ ୨ ଜଣ ପହଁରି କୂଳକୁ ପଳାଇ ଆସିଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ ଥିଲେ ।  ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତ ଶରୀର ଏବେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଖୋଜାଖୋଜି ଜାରି ରହିଛି । ତେବେ ସୂଚନଯୋଗ୍ୟ ଯେ ୫ ଜଣ ଯାକ ଯୁବକ ନିଳଗିରି ଅଞ୍ଚଳର ଅଟନ୍ତି ।

ବ୍ୟାଟେରୀଚାଳିତ ଗାଡ଼ିରେ ସଫେଇ; ଦାୟିତ୍ୱରେ ସ୍ୱୟଂ ସହାୟକ ଗୋଷ୍ଠୀ

କୋରାପୁଟ: କୋରାପୁଟ ଜିଲ୍ଲାରେ କୋଟପାଡ ବିଜ୍ଞାପିତ ପରିଷଦ ଅଞ୍ଚଳ ଏକ ଅଭିନବ ପ୍ରୟାସ କରିଛି । ପ୍ରଥମ କରି ସହରରେ ଆବର୍ଜନା ଉଠାଇବା ପାଇଁ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା କରାଯାଇଛି । ଏହି ଗାଡିର ଚାଳକ ମଧ୍ୟ ଜଣେ ମହିଳା ରହିବେ  ଓ ଏହି କାର୍ଯ୍ୟରେ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସାମିଲ କରାଯିବ । ତେବେ ଗାଡି ଚାଳକମାନଙ୍କୁ ପ୍ରଥମେ ଏନେଇ ପ୍ରଶିକ୍ଷଣ ଦିଆଯିବ ।

ପ୍ରଶିକ୍ଷଣ ନେଇ ସାରିବା ପରେ ଉକ୍ତ ୪ଟି ସ୍ୱୟଂ ସହାୟକ ଗୋଷ୍ଠୀ ସହାୟକରେ ସଫେଇ କାର୍ଯ୍ୟ ହେବ । ପ୍ରତ୍ୟହ ଏହି ଗାଡ଼ି ପ୍ରତି ୱାର୍ଡରେ ପହଞ୍ଚି ଆବର୍ଜନା ସଂଗ୍ରହ କରିବେ । ତେବେ ଆଜି ଏହି ଗାଡ଼ିର ଉଦଘାଟନ ହୋଇଛି । ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ଗାଡ଼ିକୁ ଉଦଘାଟନ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମଧ୍ୟ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉଭୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇଟି ବଡ ବାର୍ତ୍ତା ଦେବା କଥା କହିଛନ୍ତି । କୁହାଯାଇଛି ଯେ, ନାରୀ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ସହ ଅକ୍ଷୟ ଶକ୍ତିର ଉପଯୋଗ କରି ପ୍ରଦୂଷଣର ମାତ୍ରା କମ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ସ୍ଥାନୀୟ ଲୋକେ ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

କୋଭିଡ଼ କଟକଣା ମଧ୍ୟରେ ୨୦ରୁ ଆରମ୍ଭ ହେବ ବିଧାନସଭା, କାଲିଠୁ କରୋନା ଟେଷ୍ଟିଂ ଆରମ୍ଭ

ଭୁବନେଶ୍ୱର : କରୋନା କଟକଣା ଭିତରେ ନଭେମ୍ବର ୨୦ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି l ଏଥିଲାଗି  କାଲିଠାରୁ ସମସ୍ତ ବିଧାୟକ, ମନ୍ତ୍ରୀ, ମନ୍ତ୍ରୀଙ୍କ  କର୍ମଚାରୀ ଓ ବିଧାନସଭାର କର୍ମଚାରୀଙ୍କ କୋଭିଡ଼ ଟେଷ୍ଟ କରାଯିବ । ଯେଉଁମାନଙ୍କ ରିର୍ପୋଟ ନେଗେଟିଭ ଆସିବ, ସେମାନଙ୍କୁ ଅଧିବେଶନରେ ବସିବାକୁ ସୁଯୋଗ ଦିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସେପଟେ ଚଳିତ ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ନେହେବା ନେଇ ବିରୋଧୀ  ନାପସନ୍ଦ କରିଛନ୍ତି  ।

ମନ୍ତ୍ରୀ, ବିଧାୟକ, ସୁରକ୍ଷା କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ ବୋଲି ଜଣାପଡିଛି  । କାଲିଠୁ ସକାଳ ୮ଟା ୩୦ ମିନିଟ୍ ରୁ   କୋଭିଡ଼ ପରୀକ୍ଷା ଆରମ୍ଭ ହେବ ବିଧାନସଭା ପରିସରରେ । ଶୀତ ଅଧିବେଶନରେ ଯୋଗଦେବା ପୂର୍ବରୁ ଏହି ଟେଷ୍ଟ ବାଧ୍ୟତାମୂଳକ ବୋଲି ବାଚସ୍ପତି କହିଛନ୍ତି  । ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । ଏହାର ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମ(ବିଏମସି)କୁ ପ୍ରଦାନ କରାଯାଇଛି  । ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନ ବି  କୋଭିଡ ସ୍ଥିତି ହେଉଥିବାରୁ  ଗୃହକାର୍ଯ୍ୟକୁ  ସୁରୁଖୁରୁରେ ପରିଚାଳନା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି  । ଏଥର ବି ଗୃହ ୨ଟି ପର୍ଯ୍ୟାୟରେ ସାଢେ ଚାରି ଘଣ୍ଟା  ଲେଖାଏ ଚାଲିବ । ବିଧାୟକଙ୍କ ବସିବା ପାଇଁ ସମସ୍ତ  ବ୍ୟବସ୍ଥା କରାଯାଇଛି ।  ତଳ ମହଲା ସମେତ ବାଚସ୍ପତିଙ୍କ ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।  ବିଧାୟକମାନେ ବସିକି ପ୍ରଶ୍ନ ପଚାରିପାରିବେ ଓ ମନ୍ତ୍ରୀମାନେ ମଧ୍ୟ ବସିକି ଉତ୍ତର ରଖିପାରିବେ । ଯେଉଁମାନେ ଗୃହକୁ ଆସିପାରିବେନି ସେମାନେ ଆଗୁଆ ଲେଖିକି ଦେବା ପାଇଁ କୁହାଯାଇଛି l  ପେପର ଘରକୁ ପଠାଯିବ । ଏପରିକି ବିଧାୟକ ମାନେ ଚାହିଁଲେ ଅନ ଲାଇନରେ ଅଧିବେଶନରେ ଯୋଗଦେଇ ପାରିବେ ।

Congress Rocks In Odisha Assembly Over Hathras Issue

ଅନ୍ୟପକ୍ଷରେ ସର୍ବଦଳୀଯ଼ ବୈଠକକୁ ନେଇ ଅସନ୍ତୋଷ ବ୍ୟକ୍ତ  କରିଛନ୍ତି ବିରୋଧୀ ଦଳ ନେତା  ପ୍ରଦୀପ୍ତ ନାୟକ ।  ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ  ମଧ୍ୟ ପ୍ରଶ୍ନକାଳ ନହେବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  । ସେପଟେ ଶାସକ ଦଳ କହିଛି ଯେ ନିୟମ ଅନୁସାରେ ବାଚସ୍ପତି ଗୃହ କାର୍ଯ୍ୟ ଚଳାଉଛନ୍ତି l ଶୂନ୍ୟକାଳରେ ବହୁ ପ୍ରସଙ୍ଗ ଆଲୋଚନା ହେଉଛି ଓ ବିରୋଧୀ ପୂର୍ବ ଅଧିବେଶନ ଅନେକ ପ୍ରସଙ୍ଗ ଉଠାଇ ଆଲୋଚନା କରିଥିଲେ l ଏଥର ବି ଆଲୋଚନା ହେବ ବୋଲି ବିଜେଡି ବିଧାୟିକା ଲତିକା ପ୍ରଧାନ କହିଛନ୍ତି l

ଶୀତ ଅଧିବେଶନ ପାଇଁ  ବିଧାନସଭା ପରିସରକୁ ଦୈନିକ ସାନିଟାଇଜେସନ ପାଇଁ ବିଏମସିକୁ ଦାୟିତ୍ୱ ଦିଆଯାଇଛି । ସମସ୍ତ ବିଧାୟକ ତଥା ବିଧାନସଭାକୁ ପ୍ରବେଶ କରିବାକୁ ଥିବା ଗଣମାଧ୍ୟମପ୍ରତିନିଧି , ଅଫିସର ଏବଂ ଷ୍ଟାଫଙ୍କୁ କରୋନା ପ୍ରିଭେଣ୍ଟିଭ କିଟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

କାର୍ ସେଫ୍ଟିକୁ ନେଇ ମାରୁତିକୁ ଜିରୋ ରେଟିଂସ୍, ଟାଟା ସେୟାର କଲା କୌତୁକିଆ ଫଟୋ !

ନୂଆଦିଲ୍ଲୀ: ମାରୁତିକୁ ନେଇ ଟାଟାର ଆକ୍ଷେପ । ଭାରତୀୟ ବଜାରରେ କାର୍ ସେଫ୍ଟିକୁ ନେଇ ଦେଶର ସବୁଠୁ ବଡ଼ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକିକୁ ତାତ୍ସଲ୍ୟ କରିଛି ଟାଟା ମୋଟର୍ସ । ବିଗତ ଦିନରେ କାର୍ ସେଫ୍ଟି ପ୍ରୋଗ୍ରାମ ଗ୍ଲୋବାଲ (NCAP) ଭାରତୀୟ ବଜାରରେ ବିକ୍ରି ହେଉଥିବା କେତକ ଗାଡ଼ିର କ୍ରାସ୍ ଟେଷ୍ଟ ରେଟିଂ ଜାରି କରିଛି । ଯାହା ପରେ ଟ୍ୱିଟରରେ ଟାଟା ମୋଟର୍ସ ମାରୁତି କାରର କ୍ରାସ୍ ଟେଷ୍ଟ ରେଟିଂର ମଜାକ୍ ଉଡ଼ାଇଛି ।

Maruti Suzuki S-Presso Scores Zero Stars In Global NCAP Crash Tests Tata Motors Making Fun

ସୂଚନାଯୋଗ୍ୟ, ଦେଶର ସବୁଠୁ ବଡ଼ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଗତବର୍ଷ ମିନି ଏସୟୁଭି S-Presso ଲଞ୍ଚ କରିଥିଲା । ଭାରତୀୟ ବଜାରରେ ଏହି କାରର ବେଶ୍ ଚାହିଦା ରହିଛି । ମାରୁତି ସୁଜୁକିର ଏହି ମିନି SUVରେ ୧୦ରୁ ଅଧିକ ସେଫ୍ଟି ଫିଚର୍ସ ଦିଆଯାଇଛି । ତେବେ, ମୂଳ ସୁରକ୍ଷା ଆଧାରରେ ଏହି କାର୍ ପଛୁଆ ସାବ୍ୟସ୍ତ ହୋଇଛି ।

Maruti Suzuki S-Presso Scores Zero Stars In Global NCAP Crash Tests Tata Motors Making Fun

ଏବେ ହୋଇଥିବା ଗ୍ଲୋବାଲ NCAP କ୍ରାସ୍ ଟେଷ୍ଟରେ S-Presso ସୁରକ୍ଷିତ ମିନି SUV ଜିରୋ ଷ୍ଟାର ପାଇଛି । ମାରୁତି ସୁଜୁକି ଏସ-ପ୍ରେସୋକୁ ଗ୍ଲୋବାଲ ଏନସିଏପି କ୍ରାସ୍ ଟେଷ୍ଟରେ ଜିରୋ ଷ୍ଟାର ସୁରକ୍ଷା ରେଟିଂରେ ଦେଇଛି । ମାରୁତି ସୁଜୁକିର ଏସ୍-ପ୍ରସୋର ପ୍ରାରମ୍ଭିକ ମୂଲ୍ୟ ୪ ଲକ୍ଷ ଟଙ୍କାରୁ କମ୍ ରହିଛି ।

ଟାଟା ମୋଟର୍ସର ଟ୍ୱିଟ୍ 

ମାରୁତି ସୁଜୁକିର ନାଁ ନନେଇ ଟାଟା ମୋଟର୍ସ ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରିଛି । ଯେଉଁଥିରେ କଫି କପ୍ ଭାଙ୍ଗିବା ପରେ କଫି ଏଣେତେଣେ ପଡ଼ିଛି । ଯେଉଁଥିରେ କମ୍ପାନୀ ଲେଖିଛି- ଆମେ ଏତେ ସହଜରେ ଭାଙ୍ଗି ଏଣେତେଣେ ପଡ଼ୁନାହୁଁ । ଯେତେବେଳେ ସୁରକ୍ଷା ସୁନିଶ୍ଚିତ ଥାଏ ତ, ଡ୍ରାଇଭିଂର ଏକ ଅଲଗା ମଜା ଥାଏ । ବୁକ୍ କରନ୍ତୁ ଆପଣଙ୍କ ସେଗମେଣ୍ଟର ସବୁଠୁ ସୁରକ୍ଷିତ କାର ଟିୟାଗୋ । ଟିୟୋଗୋକୁ କ୍ରାସରେ ୪ ରେଟିଂ ମିଳିଛି ।

Maruti Suzuki S-Presso Scores Zero Stars In Global NCAP Crash Tests Tata Motors Making Fun

ଟାଟା ମୋଟର୍ସର ଏହି ଟ୍ୱିଟକୁ ଗ୍ଲୋବାଲ NCAP ସଭାପତି ଓ ସିଇଓ ଡେଭିଡ୍ ୱାର୍ଡ ମଧ୍ୟ ସେୟାର କରି ଲେଖିଛନ୍ତି- ମାରୁତି ସୁଜୁକିକୁ ଏଥିପାଇଁ ସଚେତନ ହେବାକୁ ପଡ଼ିବ । ଏବେ ଭାରତୀୟ ବଜାରରେ ଟାଟାରୁ ନେକ୍ସାନ ଓ ଅଲ୍ଟ୍ରାଜ୍ ଗ୍ଲୋବାଲ NCAP କ୍ରାସ୍ ଟେଷ୍ଟରେ ୫ ଷ୍ଟାର ରେଟିଂ ପାଇଛନ୍ତି ।

Maruti Suzuki S-Presso Scores Zero Stars In Global NCAP Crash Tests Tata Motors Making Fun

ଗ୍ଲୋବାଲ ଏନସିଏପି ରିପୋର୍ଟ ଅନୁସାରେ କ୍ରାସ୍ ଟେଷ୍ଟ ବେଳେ ମାରୁତି ସୁଜୁକି ଏସ୍-ପ୍ରେସୋ ଡ୍ରାଇଭର ଓ ଡ୍ରାଇଭର ବାମ ପାର୍ଶ୍ୱ ସିଟ୍ ବସିଥିବା ବ୍ୟକ୍ତିର ଛାତିକୁ ସୁରକ୍ଷା ଦେବାରେ ଅସଫଳ ଅଟେ । ଆହୁରି କ୍ରାସ୍ ଟେଷ୍ଟ ବେଳେ ଡ୍ରାଇଭରର ବେକକୁ ସୁରକ୍ଷା ମିଳିଥିବା ବେଳେ ପାର୍ଶ୍ୱରେ ବସିଥିବା ବେକର ସୁରକ୍ଷ ହେଉନାହିଁ ।

Maruti Suzuki S-Presso Scores Zero Stars In Global NCAP Crash Tests Tata Motors Making Fun

ମାରୁତି S-Presso ବଡିସେଲକୁ ମଧ୍ୟ ଭଲ ରେଟିଂ ମିଳିନାହିଁ । ଏହା ଅଧିକ ଓଜନ ସମ୍ଭାଳିବା ପାଇଁ ସକ୍ଷମ ନୁହେଁ । ସେହିଭଳି ଛୁଆଙ୍କ ସୁରକ୍ଷା ଲାଗି କାରକୁ ୨ ଷ୍ଟାର ରେଟିଂ ମିଳିଛି । କ୍ରାସ୍ ଟେଷ୍ଟରେ ଭାରିଏଣ୍ଟ ଡ୍ରାଇଭର-ସାଇଡ୍ ଏୟାରବ୍ୟାଗ, ABS, EBD ଭଳି ଫିଚର୍ସ ନଥିଲା ।

Maruti Suzuki S-Presso Scores Zero Stars In Global NCAP Crash Tests Tata Motors Making Fun

ମାରୁତି ସୁଜୁକି ଏସ୍-ପ୍ରେସୋ ଇବିଡି ସହ ଏବିଏସ, ଡ୍ରାଇଭର ସାଇଡ୍ ଏୟାରବ୍ୟାଗ୍, ରିୟର ପାର୍କିଂ ସେନସର, ସିଟ୍ ବେଲ୍ଟ ରିମାଇଣ୍ଡର ଓ ସ୍ପିଡ୍ ଆଲର୍ଟ ସିଷ୍ଟମ ସମସ୍ତ ସୁବିଧା ରହିଛି । ଟପ୍ ଭାରିଏଣ୍ଟରେ ଡ୍ୟୁଆଲ୍ ଫ୍ରଣ୍ଟ ଏୟାରବ୍ୟାଗ ରହିଛି । ଏନ୍ୟ ଭାରିଏଣ୍ଟରେ ବିକଳ୍ପ ଭାବେ ଆଉ ଗୋଟିଏ ଏୟାରବ୍ୟାଗ ମିଳିବ । ଏହାର ଆଗ ଲୁକ୍ ଆକର୍ଷଣୀୟ ହୋଇଥିବା ବେଳେ ଏଥିରେ ହାଇ ବୋନଟ ଲାଇନ, କ୍ରୋମ୍ ଗ୍ରିଲ ଓ ବଡ଼ ହ୍ୟାଲୋଜିନ୍ ହେଡଲ୍ୟାମ୍ପ୍ସ ରହିଛି । ଏହାକୁ କମ୍ପାନୀ CNG ଇଞ୍ଜିନ୍ ସହ ଲଞ୍ଚ୍ କରିଛି ।

Nitish @7 : କାହିଁକି ଶପଥ ଗ୍ରହଣକୁ ଆସିଲେ ଆରଜେଡି ଓ କଂଗ୍ରେସ , ଜାଣନ୍ତୁ….

ପାଟନା: ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ଯଦି ତର୍ଜମା କରାଯାଏ, ତେବେ ଏହା ଜେଡିୟୁ ଏବଂ ନୀତିଶ କୁମାରଙ୍କ ବିପକ୍ଷରେ ରହିଥିଲା । ଶାସକ ମେଣ୍ଟର ବିଜେପି ଏବଂ ମହାମେଣ୍ଟର ଆରଜେଡି ହିଁ ସଂଖ୍ୟା ଗଣତି ପ୍ରଥମ ୨ ସ୍ଥାନରେ ରହିଥିଲେ । ହେଲେ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ନିର୍ବାଚନ ପରେ ସାଧାରଣତଃ ଶପଥଗ୍ରହଣ ଉତ୍ସବରେ ବିରୋଧୀ ଦଳ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥାଏ । ସୌଜନ୍ୟତା ଦୃଷ୍ଟିରୁ ବିରୋଧୀମାନେ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି ।

Tej Pratap Yadav

ହେଲେ ଚଳିତଥର ବିହାର ରାଜନୀତିରେ କିଛି ଭିନ୍ନତା ଦେଖିବାକୁ ମିଳି୍ଛି । ଅତୀତରେ ବୁଥ ରିଗିଂ, ଜୋର ଜବରଦସ୍ତ ଶାସନ କଳ ଚଳାଇବା ପାଇଁ କୁଖ୍ୟାତି ଅର୍ଜନ କରିଥିବା ଆରଜେଡି, ଚଳିତ ଥର ଉତ୍ତମ ପ୍ରଦର୍ଶନ କରିଥିଲା । ରୋଜଗାର ପ୍ରସଙ୍ଗକୁ ତେଜସ୍ୱୀ ଯାଦବ ପ୍ରମୁଖ ପ୍ରସଙ୍ଗ କରିଥିଲେ । ମହାଗଠବନ୍ଧନ ଏବଂ ଏନଡିଏ ମଧ୍ୟରେ ଭୋଟ ପ୍ରତିଶତ ବ୍ୟବଧାନ ୧୨ ହଜାରୁ ସାମାନ୍ୟ ଅଧିକ ଅର୍ଥାତ ୦.୦୧ ପ୍ରତିଶତ ରହିଥିଲା । କେତେକ ସ୍ଥାନରେ ପୋଷ୍ଟାଲ ବାଲାଟରେ ହେରଫେର ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଏହି ଫଳାଫଳକୁ ଗ୍ରହଣ କରିବା ପାଇଁ କଂଗ୍ରେସ ଏବଂ ଆରଜେଡି ପ୍ରସ୍ତୁତ ନୁହଁନ୍ତି । ତେଣୁ ପ୍ରତୀକାତ୍ମକ ବିରୋଧ ପାଇଁ ନୀତୀଶଙ୍କ ଶପଥ ଗ୍ରହଣ ସମାରୋହକୁ ଏହି ୨ ଦଳ ବୟକଟ୍ କରିଛନ୍ତି । ସେହିପରି ବାମଦଳଗୁଡିକ ମଧ୍ୟ ଏହିପରି ଶପଥ ଗ୍ରହଣ ସମାରୋହ ଅନୁପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

 

ମୁଖ୍ୟମନ୍ତ୍ରୀଭାବେ ନୀତୀଶ କୁମାରଙ୍କ ଶପଥ ଗ୍ରହଣ: ଶୁଭେଚ୍ଛା ଜଣାଇଲେ ନବୀନ

ପାଟଣା: ଆରମ୍ଭ ହେଲା ନୀତୀଶଙ୍କ ନୂଆ ଇନିଂସ । ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ନୀତୀଶ କୁମାର । ରାଜ୍ୟପାଳ ଫାଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତାଙ୍କ ସହ ମନ୍ତ୍ରୀଭାବେ ତାର କିଶୋର ପ୍ରସାଦ ଓ ରେଣୁ ଦେବୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଉଭୟଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ । ତେବେ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ସହ ରେଣୁ ଦେବୀ ହେବେ ବିହାରର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ । ଏମାନଙ୍କ ବ୍ୟତୀତ ଜେଡିୟୁ ନେତା ବିଜୟ କୁମାର ଚୌଧୁରୀ, ବିଜେନ୍ଦ୍ର ପ୍ରସାଦ ଯାଦବ, ଅଶୋକ ଚୌଧୁରୀ ଏବଂ ମେଓ୍ୱା ଲା ଚୌଧୁରୀ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏବଂ ହିନ୍ଦୁସ୍ତାନୀ ଆଓ୍ୱାନ ମୋର୍ଚ୍ଚା ମୁଖ୍ୟ ଜିତେନ ରାମ ମାଝୀଙ୍କ ପୁଅ ସନ୍ତୋଷ କୁମାର ସୁମନ, ବିକାଶଶୀଳ ଇନ୍‌ସାନ୍ ପାର୍ଟି (ଭିଆଇପି)ର ମୁକେଶ ସାହାନୀ ମଧ୍ୟ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ସେହିପରି ଭାରତୀୟ ଜନତା ପାର୍ଟି (ବିଜେପି) ର ମଙ୍ଗଳ ପାଣ୍ଡେ, ଅମରେନ୍ଦ୍ର ପ୍ରତାପ ସିଂହ ବିହାର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିବା ବେଳେ ବିରୋଧୀ କଂଗ୍ରେସ ଓ ଆରଜେଡି ଶପଥ ଗ୍ରହଣ ସମାରୋହକୁ ବୟକଟ୍ କରିଛନ୍ତି ।

ଅପରପକ୍ଷରେ ଲଗାତାର ଚତୁର୍ଥ ଥର ପାଇଁ ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ନୂଆ ସରକାରକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗ୍ରାହକଙ୍କୁ ଲାଗିପାରେ ବଡ଼ ଝଟକା: ନୂଆ ବର୍ଷରେ ୨୦% ଯାଏଁ tariff ବୃଦ୍ଧି କରିପାରନ୍ତି ଟେଲିକମ୍ କମ୍ପାନୀ

ନୂଆଦିଲ୍ଲୀ: ଚଳିତ ବର୍ଷ ଟେଲିକମ୍ କମ୍ପାନୀଗୁଡ଼ିକ ତରଫରୁ ଗ୍ରାହକଙ୍କୁ ବଡ଼ ଝଟକା ଲାଗିପାରେ । ମିଳିଥିବା ରିପୋର୍ଟ ମୁତାବକ ଭୋଡାଫୋନ୍- ଆଇଡିଆ ଏବଂ ଏୟାରଟେଲ୍ ନିଜ ନିଜର ଟାରିଫ୍ (tariff)ରେ ୧୦-୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ସୂଚନା ମୁତାବକ ଏହି କମ୍ପାନୀଗୁଡ଼ିକ ବର୍ତ୍ତମାନ କ୍ଷତିରେ ଚାଲିଛନ୍ତି । ଏଣୁ ଟାରିଫ୍ ବୃଦ୍ଧି ନେଇ ଚିନ୍ତା କରୁଛନ୍ତି ଏହି ଟେଲିକମ୍ କମ୍ପାନୀ । ଡିସେମ୍ୱର ଶେଷ କିମ୍ୱା ୨୦୨୧ ଆରମ୍ଭରେ ନିଜ ଟାରିଫରେ ପରିବର୍ତ୍ତନ କରିପାରନ୍ତି ଏହି ଟେଲିକମ୍ କମ୍ପାନୀ । ତେବେ କମ୍ପାନୀଗୁଡ଼ିକ ଟେଲିକମ୍ ନିୟନ୍ତ୍ରକଙ୍କ ପକ୍ଷରୁ ନିମ୍ନତମ ଟାରିଫ୍ ରେଟ(ଫ୍ଳୋର୍‌ ପ୍ରାଇସ୍)ର ଘୋଷଣାକୁ ଅପେକ୍ଷା କରିଛନ୍ତି । ତେବେ କମ୍ପାନୀମାନେ ତ ୨୫% ଟାରିଫ୍ ବୃଦ୍ଧି କରିବାକୁ ଚାହୁଁଛନ୍ତି । କିନ୍ତୁ ଏକାଥରକେ ଏତେ ବଡ଼ ପରିମାଣରେ ଦର ବୃଦ୍ଧି ସମ୍ଭବ ନୁହେଁ । ଗତ ବର୍ଷ (୨୦୧୯)ରେ ମଧ୍ୟ ଭୋଡାଫୋନ୍-ଏୟାରଟେଲ୍ ନିଜ ଟାରିଫ୍ ଦର ବୃଦ୍ଧି କରିଥିଲେ ।

ଭୋଡାଫୋନ୍-ଆଇଡିଆର ମ୍ୟାନେଜିଂ ଡାଇରେକ୍ଟର ରବିନ୍ଦର ଟକ୍କର ମଧ୍ୟ କହିଛନ୍ତି  ଯେ, ବର୍ତ୍ତମାନ ଯେଉଁ ଦାମ୍ ରହିଛି ସେଥିରେ ପରିବର୍ତ୍ତନ କରାଯିବ । ଏବଂ ଦର ବୃଦ୍ଧି କରାଯିବ । ଏଥିସହିତ ସେ ମଧ୍ୟ ଆଶା ପ୍ରକଟ କରିଛନ୍ତି ଯେ, ସେମାନଙ୍କ ପ୍ରତିଦ୍ୱନ୍ଦ୍ୱିମାନେ ମଧ୍ୟ ଦର ବୃଦ୍ଧି କରିବେ । ଦ୍ୱିତୀୟ ତୈମାସିକ ରିପୋର୍ଟ ପରେ ଇଣ୍ଟରନେଟ୍ ସେବା ବାବଦକୁ ଯେଉଁ ଫ୍ଳୋର ପ୍ରାଇସର ନିର୍ଣ୍ଣୟ ହେବ ତାହାକୁ ଅପେକ୍ଷା କରିହେବନାହିଁ । ଏବଂ ଦାମରେ ବୃଦ୍ଧି କରିବାକୁ ହେବ  । ବର୍ତ୍ତମାନ ଭୋଡାଫୋନ୍ ୟୁଜର ପ୍ରତି ଉପଭୋକ୍ତାଙ୍କ ଠାରୁ ୧୧୯ ଟଙ୍କା ଏବଂ ଏୟାରଟେଲ୍ ୟୁଜର ୧୬୨ ଟଙ୍କା  ଆୟ କରୁଛନ୍ତି ।

Bihar Result 2020 : ହାରିବା ପରେ ରାହୁଲ ଓ ପ୍ରିୟଙ୍କାଙ୍କ ନେତୃତ୍ୱକୁ ନେଇ କ’ଣ କହିଲେ କପିଲ ସିବଲ୍

ନୂଆଦିଲ୍ଲୀ : ଭାରତୀୟ ଜାତୀୟ କଂଗ୍ରେସ ଯେ ବିହାରରେ ଶୋଚନୀୟ ପ୍ରଦର୍ଶନ କରିଛି, ତାହା ନୁହେଁ । ସମାନ ସମୟରେ ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ମଧ୍ୟ ଖରାପ ପ୍ରଦର୍ଶନ କରିଛି । କେଉଁଠି ନା କେଉଁଠି ଭୋଟର କଂଗ୍ରେସ ଦଳକୁ ଉତ୍ତମ ବିକଳ୍ପ ଭାବେ ବିବେଚନା କରିପାରୁନାହିଁ । ଏକଥା କୌଣସି ବିଜେପି ନେତା କି ରାଜନୈତିକ ସମୀକ୍ଷକ କହିନାହାନ୍ତି । ବରିଷ୍ଠ କଂଗ୍ରେସ ନେତା କପିଲ ଶିବର ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହି କଥା କହିଛନ୍ତି ।

ଶିବଲ କହିଛନ୍ତି ଯେ, ସାମଗ୍ରିକ ପ୍ରଦର୍ଶନ କଥା ଛାଡ । ବିହାର ପ୍ରଦର୍ଶନକୁ ଯଦି କେବଳ ବିଚାର କରାଯାଏ । ତେବେ କଂଗ୍ରେସ ଦଳ ବାମଦଳ ଅପେକ୍ଷା ଖରାପ ପ୍ରଦର୍ଶନ କରିଛି । ୟୁପି ଭଳି ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଭିନ୍ନ ବିଧାନସଭା ଆସନରେ କଂଗ୍ରେସ ମାତ୍ର ୨ ପ୍ରତିଶତ ଭୋଟ୍ ପାଇଛି । ଗୁଜରାଟରେ ମୁଖ୍ୟ ବିରୋଧୀ ଥିବା କଂଗ୍ରେସ ଏକାଧିକ ଆସନରେ ନିଜର ଜମାରାଶି ହରାଇଛି । ତେଣୁ କଂଗ୍ରେସ ଏହାକୁ ଆତ୍ମସମୀକ୍ଷା କରୁ । ମୋତେ ତ ଲାଗୁଛି ଆତ୍ମସମୀକ୍ଷା ଅବସ୍ଥାରେ ଆଉ ଦଳ ନାହିଁ । ଏହି ପରାଜୟକୁ ଦଳର ଶୀର୍ଷ ନେତୃତ୍ୱ ସାଧାରଣ ଭାବେ ଏକ ନିତିଦିନିଆ ବ୍ୟାପାର ଭାବେ ନେଉଥିବା ମନେ ହେଉଥିବା ସିବଲ କହିଛନ୍ତି ।

ଏହାର କାରଣ କଣ ସମସ୍ତଙ୍କୁ ଜଣା । ଏହାର ଉତ୍ତର ମଧ୍ୟ ସମସ୍ତଙ୍କୁ ଜଣା । ହେଲେ ଏହାକୁ କାର୍ଯ୍ୟରେ ଲଗାଇବାକୁ ପଡିବ । ଦୀର୍ଘଦିନ ହେଲା କଂଗ୍ରେସର ଶୀର୍ଷ ନେତୃତ୍ୱ ସହ ଏ ବିଷୟରେ ଆଲୋଚନା ହୋଇନାହିଁ । ତେଣୁ ଅତୀତର ରାଜନୀତିର ଉତ୍ଥାନପତନର ଅଭିଜ୍ଞତା ଥିବା ରାଜନେତାମାନେ ଆଲୋଚନା କରିବାର ଆବଶ୍ୟକତା ରହିଛି । ଦଳର ନେତୃତ୍ୱ ସେମାନଙ୍କ ସହ କଥାବାର୍ତ୍ତା କରି ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବା ଉଚିତ ବୋଲି ସିବଲ କହିଛନ୍ତି ।

୨୫ ଲକ୍ଷର ବ୍ରାଉନସୁଗାର ଜବତ, ବନ୍ଧୁକ ସହ ବେପାରୀକୁ ଗିରଫ କଲା ଖଣ୍ଡଗିରି ପୁଲିସ…

ଭୁବନେଶ୍ୱର: ଭୁବନେଶ୍ୱରରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଖଣ୍ଡିଗିରି ଥାନା ପୋଲିସ ଉକ୍ତ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି । ୨୫୪ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ତେବେ ବ୍ରାଉନସୁଗାର ବେପାରୀଠାରୁ ଏକ ବନ୍ଧୁକ ମଧ୍ୟ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ନାମ ମୁନା ସେଠୀ ଓ ସେ ନୟାଗଡ ଦଶପଲ୍ଲାର ବାସିନ୍ଦା ଅଟନ୍ତି ।

ଉଲ୍ଲେଖଯୋଗ୍ୟ ଯେ ରାଜଧାନୀରେ ବ୍ରାଉନସୁଗାର ବେପାର ଏବେ କ୍ରମଶଃ ଅଧିକ ସକ୍ରିୟ ହେବାରେ ଲାଗିଛି । ବିଶେଷ କରି ହଳଦୀପଡ଼ିଆ ବସ୍ତି, ସାଲିଆ ସାହି ଓ ଖଣ୍ଡଗିରି ଭଳି ଅଞ୍ଚଳରେ ବ୍ରାଉନସୁଗାର ବେପାର ଅଧିକ ସକ୍ରିୟ ରହିଛି ।

କିଏ ଦେବ ମହାକାଶରୁ ଆସୁଥିବା ବିପଦ ସମ୍ପର୍କରେ ସୂଚନା ? ଭାଙ୍ଗିଗଲା ଦୁନିଆର ସବୁଠୁ ବଡ଼ ଆଣ୍ଟିନା

ନୂଆଦିଲ୍ଲୀ: ଚିନ୍ତାରେ ବିଶ୍ୱବ୍ୟାପୀ ବୈଜ୍ଞାନିକ । ମହାକାଶରୁ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ବିପଦ ବିଷୟରେ କିଏ ଦେବ ସୂଚନା ? ଏଭଳି ବିପଦର ସୂଚନା ଦେଉଥିବା ଦୁନିଆର ସବୁଠୁ ବଡ଼ ଆଣ୍ଟିନା ଭାଙ୍ଗି ଯାଇଛି । ଏହି ଆଣ୍ଟିନା ଲୁହାକୁ କେବୁଲ୍ ଯୋଡ଼ି ରଖୁଥିବା କେବୁଲ୍ ମଧ୍ୟ ଭାଙ୍ଗି ଯାଇଛି । ଏବେ ଏହି ଆଣ୍ଟିନାର ମରାମତି କରାଯିବ । ଏହି ଆଣ୍ଟିନା ଉପରେ ଜେମ୍ସ ବଣ୍ଡ ସିରିଜର ଫିଲ୍ମ ଗୋଲ୍ଡେନ୍ ଆଇର ସୁଟିଂ ହୋଇଥିଲା ।

Arecibo Observatory Antenna Broken Danger To Earth James Bond Golden Eye At Science

ଏହି ଆଣ୍ଟିନା ମହାକାଶର ଅନନ୍ତ ଦୂରରୁ ଆସୁଥିବା ବିପଦ ଯେମିତି- ଏଷ୍ଟରୟଡ୍, ମୋଟିୟାର୍ସ ସମ୍ପର୍କରେ ସୂଚନା ଦୁନିଆର ବୈଜ୍ଞାନିକଙ୍କୁ ସୂଚନା ଦେଉଥିଲା । ଏହି ଆଣ୍ଟିନାଟି ଆର୍ସିବୋ ଅବଜରଭେଟରିର ପ୍ୟୁର୍ଟୋ ରିକୋରେ ରହିଛି । ଏହାର ପରିଚାଳନା ଏନା ଜି ମଣ୍ଡେଜ୍ ୟୁନିଭରସିଟି, ନ୍ୟାସନାଲ୍ ସାଇନ୍ସ ଫାଉଣ୍ଡେସନ୍ ଓ ୟୁନିଭରସିଟି ଅଫ୍ ଫ୍ଲୋରିଡା ମିଳିତ ଭାବେ କରୁଛନ୍ତି ।

Arecibo Observatory Antenna Broken Danger To Earth James Bond Golden Eye At Science

ଏହି ଅବଜରଭେଟରିରେ ଏକ ୧୦୦୭ ଫୁଟର ତିନି ଇଞ୍ଚ୍ ବ୍ୟାସର ବଡ଼ ଗୋଲ୍ ଆଣ୍ଟିନା ରହିଛି । ଯାହା ମହାକାଶରେ ଘଟୁଥିବା ଗତିବିଧିକୁ ଅନୁଧ୍ୟାନ କରେ । ଏହାର ମୁଖ୍ୟ କାମ- ମହାକାଶରୁ ପୃଥିବୀ ପୃଷ୍ଠ ଆଡ଼କୁ ଆସୁଥିବା ବସ୍ତୁ ବିଷୟରେ ସୂଚନା ଦେବା । ୧୦୦୭ ଫୁଟ୍ ବ୍ୟାସାର୍ଦ୍ଧ ବିଶିଷ୍ଟ ଆଣ୍ଟିନାରେ ୪୦ ହଜାର ଆଲୁମିନିୟମ ପ୍ୟାନେଲ୍ସ ଲାଗିଛି । ଯାହାକି ସିଗନାଲ ଗ୍ରହଣ କରିବାରେ ସାହାଯ୍ୟ କରେ । ଏହି ଆଣ୍ଟିନାକୁ ଆର୍ସିବୋ ରାଡାର କହଥନ୍ତି । ଆର୍ସିବୋ ଅବଜରଭେଟରି ନିର୍ମାଣ ଚିନ୍ତା ଫର୍ନେଲ ୟୁନିଭରସିଟିର ପ୍ରଫେସର ୱିଲିୟମ ଇ ଗାର୍ଡନ କରିଥିଲେ ।

Arecibo Observatory Antenna Broken Danger To Earth James Bond Golden Eye At Science

ଅବଜରଭେଟରି ନିର୍ମାଣ ପାଇଁ ତିନିବର୍ଷ ସମୟ ଲାଗିଥିଲା । ଏହାର ନିର୍ମାଣ କାର୍ଯ୍ୟ ୧୯୬୦ରେ ଆରମ୍ଭ ହୋଇ ୧୯୬.ରେ ସରିଥିଲା । ଏହି ଆଣ୍ଟିନା ମଝିରେ ଏକ ରିଫ୍ଲେକ୍ଚର ରହିଛି । ଯାହାକି ବ୍ରିଜ ଜରିଆରେ ଝୁଲି ରହିଛି । ଏଥିରେ ଏହିଭଳି ୨ଟି ରିଫ୍ଲେକ୍ଟର ରହିଛି । ପ୍ରଥମଟି ୩୬୫ ଫୁଟ୍ ଉଚ୍ଚତାରେ ଅନ୍ୟଟି ୨୬୫ ଫୁଟ୍ ଉଚ୍ଚତାରେ ରହିଛି । ସମସ୍ତ ରିଫ୍ଲେକ୍ଟର୍ସ ତିନି ଇଞ୍ଚ ଓ ମଜଭୁତ୍ କଙ୍କ୍ରିଟରେ ନିର୍ମାଣ ହୋଇ ଟାୱାରରେ ବନ୍ଧା ଯାଇଛି । ବାନ୍ଧିବା ଲାଗି ୩.୨୫ ଇଞ୍ଚ ମୋଟାର ଷ୍ଟିଲ୍ ତାରର ବ୍ୟବହାର କରାଯାଇଛି । ଆର୍ସିବୋ ରାଡାର ଅର୍ଥାତ୍ ଆଣ୍ଟିନା ପ୍ରାୟ ୨୦ ଏକର କ୍ଷେତ୍ରଫଳରେ ରହିଛି । ଏହାର ଗଭୀର ୧୬୮ ଫୁଟ୍ ଅଟେ ।

Arecibo Observatory Antenna Broken Danger To Earth James Bond Golden Eye At Science

ଏହି ଅବଜରଭେଟରିରେ ଜେମ୍ସ ବଣ୍ଡ୍ ସିରିଜର ଚର୍ଚ୍ଚିତ୍ ଫିଲ୍ମ ଗୋଲ୍ଡେନ୍ ଆଇର କ୍ଲାଇମାକ୍ସ ସିନ୍ ସୁଟିଂ ହୋଇଥିଲା । ଫିଲ୍ମରେ ପିୟର୍ସ ବ୍ରାସନନ ଜେମ୍ସ ବଣ୍ଡ ଚରିତ୍ରରେ ଅଭିନୟ କରିଥିଲେ । ଏହା ବାଦ୍ ଅବଜରଭେଟରିରେ ଅନେକ ଫିଲ୍ମ, ୱେବ୍ ସିରିଜ୍, ଡକ୍ୟୁମେଣ୍ଟ୍ରି ତିଆରି ହୋଇଛି । ଏହା ବାଦ୍ ଏଠାରେ ଜୋଡି କାଷ୍ଟର ଫିଲ୍ମ କଣ୍ଟାକ୍ଟର ସୁଟିଂ ହୋଇଥିଲା । ଅବଜରଭେଟରିର ଭାଙ୍ଗିଥିବା କେବୁଲର ଓଜନ ୫.୪୪ କିଲୋଗ୍ରାମ ଅଟେ ।

Arecibo Observatory Antenna Broken Danger To Earth James Bond Golden Eye At Science

ଏଥିରୁ କିଛି କେବୁଲ୍ ନଷ୍ଟ ହୋଇ ଯାଇଥିବା ବେଳେ ଏହା ଉପରେ ୨.୮୩ ଲକ୍ଷ କିଲୋଗ୍ରାମ ଓଜନ ଥିଲା । ଏଥିଯୋଗୁଁ ଆଣ୍ଟିନାର ୧୦୦ ଫୁଟ୍ ଅଂଶରେ ଫାଟ ସୃଷ୍ଟି ହୋଇଛି । ଆଲୁମିନିୟମରେ ନିର୍ମିତ ଆଣ୍ଟିନାର ବଡ଼ ଅଂଶ ଭାଙ୍ଗିଯାଇ ତଳେ ଖସିପଡ଼ିଛି । ସୂଚନାଯୋଗ୍ୟ, ଏହି ଆଣ୍ଟିନା ସାହାଯ୍ୟରେ ଦୁନିଆର ପ୍ରାୟ ୨୫୦ ବୈଜ୍ଞାନିକ ମହାକାଶ ଉପରେ ନଜର ରଖିଥାନ୍ତି ।

Arecibo Observatory Antenna Broken Danger To Earth James Bond Golden Eye At Science

ଏତିକି ନୁହେଁ, ଏହା ପର୍ଯ୍ୟଟକଙ୍କ ପାଇଁ ବେଶ୍ ଲୋକପ୍ରିୟ । ଏଠାକୁ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଆଣ୍ଟିନା ନିର୍ମାଣ ବେଳେ ଉଦ୍ଦେଶ୍ୟ ଥିଲା ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ୍ କରିବା । ଏହା ଦ୍ୱାରା ପ୍ୟୁର୍ଟୋ ରିକୋ ଆଣ୍ଟି-ବାଲିଷ୍ଟିକ ମିସାଇଲ୍ ଡିଫେନ୍ସ ସିଷ୍ଟମକୁ ମଜଭୁତ୍ କରିବାକୁ ଚାହୁଁଥିଲା । ପରେ ଏହାର ବ୍ୟବହାର ବୈଜ୍ଞାନିକ କାର୍ଯ୍ୟ ପାଇଁ କରାଯାଉଛି । ଏହି ଆଣ୍ଟିନା କେବଳ ମହାକାଶରୁ ଆସୁଥିବା ବିପଦର ସୂଚନା ଦିଏନାହିଁ । ବରଂ ଆଖପାଖ ଦେଶର ପ୍ରାକୃତିକ ବିପଦର ସୂଚନା ମଧ୍ୟ ଦେଇଥାଏ ।

Arecibo Observatory Antenna Broken Danger To Earth James Bond Golden Eye At Science

ଏହି ଆଣ୍ଟିନା ବିଗତ ୫୦ ବର୍ଷରେ ବହୁ ବାତ୍ୟା, ଭୂମିକମ୍ପ ଓ ହୁରିକେନର ସୂଚନା ଦେଇଛି । ଆଣ୍ଟିନାର ୯୦୦ ଟନ୍ ଅଂଶ ଏବେ କେବୁଲରେ ଝୁଲି ରହିଥିବାରୁ ବୈଜ୍ଞାନିକଙ୍କ ଚିନ୍ତା ବଢ଼ିଛି । ତୁରନ୍ତ ମରାମତି ଜରୁରୀ ହୋଇପଡ଼ିଛି । ଯଦି, ଶୀଘ୍ର ମରାମତି କରାଯିବ ନାହିଁ ତ ପୂରା ଢାଞ୍ଚା ଖସି ପଡ଼ିପାରେ । ଯଦି, ଢାଞ୍ଚା ଖସିପଡ଼େ ତ ପୁଣି ନିର୍ମାଣ ଲାଗି ବହୁତ ସମୟ ଲାଗିବ ।

Arecibo Observatory Antenna Broken Danger To Earth James Bond Golden Eye At Science

ବୈଜ୍ଞାନିକ କ୍ଷୟକ୍ଷତିର ଆକଳନ କରିବାରୁ ପ୍ରାୟ ୮୯.୪୬ କୋଟି ଟଙ୍କାର କ୍ଷତି ହୋଇଛି । ଆସନ୍ତା ମାସ ସୁଦ୍ଧା କେବୁଲ ଆସିବ ବୋଲି ଆକଳନ କରାଯାଇଛି । ଅବଜରଭେଟରିର ପ୍ରମୁଖ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନକୁ ମରାମତି ଲାଗି ପାଣ୍ଠି ମାଗିଛି । ଅବଜରଭେଟରି ବୈଜ୍ଞାନିକ ଓ କର୍ମଚାରୀଙ୍କୁ ଆଣ୍ଟିନା ତଳକୁ ଓ ଢାଞ୍ଚାର ନିକଟକୁ ଯିବା ଲାଗି ବାରଣ କରିଛି ।