spot_img
Home Blog Page 6447

OTVକୁ ସାନି ନୋଟିସ୍ କଲା ଶ୍ରମ ବିଭାଗ, ଆସନ୍ତାକାଲି ଆଲୋଚନା

ସାରୁଅ ଠିକା କର୍ମଚାରୀଙ୍କ ଆନ୍ଦୋଳନରେ ଆସିଛି ନୂଆ ମୋଡ । ଶ୍ରମିକଙ୍କ ଦାବିକୁ ଆଧାର କରି ଓଟିଭି କର୍ତ୍ତୃପକ୍ଷଙ୍କୁ ଶ୍ରମ ବିଭାଗ ନୋଟିସ କରିଥିଲା । ନୋଟିସର ଜବାବ ଓଟିଭି କର୍ତ୍ତୃପକ୍ଷ ରଖିଥିଲେ ହେଁ ତାହା ଆଦୌ ସନ୍ତୋଷଜନକ ନଥିବା କହିଛନ୍ତି ଡିଭିଜିନାଲ ଲେବର କମିଶନର ।

ଫଳରେ ଆଜି ପୁଣି ଶ୍ରମ ବିଭାଗ ଉଭୟ ପକ୍ଷଙ୍କୁ ସାନି ନୋଟିସ ଜାରି କରିଥିଲେ । ଆସନ୍ତା କାଲି  ଅପରାହ୍ଣ ୩ଟା ସମୟରେ ଶ୍ରମ କାର୍ଯ୍ୟାଳୟରେ ଉଭୟ ପକ୍ଷ ହାଜର ହୋଇ ଆଲୋଚନାରେ ସାମିଲ ହେବାକୁ ହୋଇଥିଲା ନୋଟିସ । ତେବେ ଏଥିରେ ପୁଣି ପରିବର୍ତ୍ତନ କରି ଆସନ୍ତାକାଲି ଦିନ ତିନିଟାରେ ହାଜର ହେବାକୁ ନୋଟିସ କରିଛି ଶ୍ରମ ବିଭାଗ । ଏଥିରେ ଠିକା ଶ୍ରମିକଙ୍କ ନିଯୁକ୍ତି ସର୍ତ୍ତାବଳୀ ଓ ମଜୁରୀ ସଂପର୍କୀତ ଦାବି ଉପରେ ଉଭୟ ପକ୍ଷଙ୍କ ମଧ୍ୟରେ ହେବ ଆଲୋଚନା ।

Bihar: ଇମାମଗଞ୍ଜରେ ବାଜିଲା ଟେଲିଫୋନ୍, ହସନପୁରରେ ଜଳିଲା ଲଣ୍ଠନ

ପାଟଣା: ବିହାର ନିର୍ବାଚନରେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି । କଡ଼ା ମୁକାବିଲା ଭିତରେ କିଛି ହେଭିୱେଟ୍ ନିର୍ବାଚନ ଜିତିଛନ୍ତି । ଇମାମଗଞ୍ଜ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚାର ମୁଖ୍ୟ ଜିତନ ରାମ ମାଞ୍ଝୀ ବିଜୟ ଲାଭ କରିଛନ୍ତି । ଆରଜେଡି ପ୍ରାର୍ଥୀ ଉଦୟ ନାରାୟଣ ଚୌଧୁରୀଙ୍କୁ ହରାଇ ଜିତିଛନ୍ତି ଜିତନ ରାମ ମାଞ୍ଝୀ । ୧୬ ହଜାର ୩୪ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଜିତନ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମଙ୍କ ଦଳ (HAM) ରାଜ୍ୟରେ ଏନଡିଏ ସହ ମେଣ୍ଟ କରିଛି । ୧୯୮୦ରୁ ଏକାଧିକ ଥର ଜିତନ ବିଜୟ ଲାଭ କରିଛନ୍ତି ।

HAM Chief Jitan Ram Manjhi defeats RJD's Uday Narain Choudhary in Bihar's Imamganj

ଅନ୍ୟପଟେ ହସନପୁର ଆସନରୁ ବିଜୟ ଲାଭ କରିଛନ୍ତି ଲାଲୁ ନନ୍ଦନ । ଆରଜେଡି ଅଧ୍ୟକ୍ଷ ଲାଲୁ ଯାଦବଙ୍କ ବଡ଼ ପୁଅ ହସନପୁର ଆସନରୁ ଜିତିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରାଜ କୁମାର ରାୟଙ୍କୁ ୨୧ ହଜାର ୧୩୯ ଭୋଟରେ ହରାଇଛନ୍ତି । ତେଜ ପ୍ରତାପଙ୍କୁ ୮୦ ହଜାର ୯୯୧ ଭୋଟ୍ ମିଳିଛି । ଜେଡିୟୁର ରାଜ କୁମାରଙ୍କୁ ୫୯ ହଜାର ୮୫୨ ଭୋଟ୍ ମିଳିଛି ।

Tej Pratap Yadav

ବିହାର ବିଧାନସଭା ନିର୍ବାଚନରେ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ରାତି ୯ଟା ସୁଦ୍ଧା ଏନଡିଏ ୧୨୩ଟି ସିଟରେ ଆଗୁଆ ଥିବାବେଳେ ମହାମେଣ୍ଟ ୧୧୩ଟି ଆସନରେ ଆଗୁଆ ରହିଛି । ବିହାରରେ ବହୁମତ ହେଉଛି ୧୨୨ ।

ଶରଦ ପାୱରଙ୍କର ତେଜସ୍ୱୀଙ୍କୁ ପ୍ରଶଂସା; କହିଲେ, ପରିବର୍ତ୍ତନ ପାଇଁ ରାସ୍ତା ଖୋଲିଲେ ତେଜସ୍ୱୀ…

ପାଟଣା: ବିହାର ନିର୍ବାଚନ ଭୋଟ ଗଣତିରେ ଘମାଘୋଟ ଲଢେଇ ହେଉଛି । ଏ ଲଢେଇରେ ତେଜସ୍ୱୀ ଯେଉଁ ପ୍ରକାରର ପ୍ରଦର୍ଶନ କରୁଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏନଡିଏକୁ ତେଜସ୍ୱୀ ଏକାକୀ ଟକ୍କର ଦେଉଛନ୍ତି । କଂଗ୍ରେସ ୭୦ ସିଟରେ ନିର୍ବାଚନ ଲଢି ମଧ୍ୟ ବର୍ତ୍ତମାନ ସୁଦ୍ଧା ଭଲ ପ୍ରଦର୍ଶନ କରିପାରିନି । ତେବେ ତେଜସ୍ୱୀଙ୍କ ଉଦ୍ୟମକୁ ଖୋଲା ମନରେ ପ୍ରଶଂସା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

ସେ କହିଛନ୍ତି ଯେ ବିହାର ନିର୍ବାଚନରେ ଗୋଟିଏ ପାର୍ଶ୍ୱରେ ମୋଦିଙ୍କ ଭଳି ଦୁଇ ଦୁଇ ଥର ନିର୍ବାଚିତ ପ୍ରଧାନମନ୍ତ୍ରୀ ଓ ୩ୟ ଥରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗ ସମ୍ଭାଳିଥିବା ବେଳେ ଅନ୍ୟପକ୍ଷରେ ତେଜସ୍ୱୀ ଯାଦବ ଏକାକୀ ମହାଗଠବନ୍ଧନକୁ ବାଟ କଢାଉଛନ୍ତି । ଏମିତି ବି ହୋଇପାରେ, ଏନଡିଏ ପୁଣି ସରକାର କରିବ । ମାତ୍ର ତେଜସ୍ୱୀଙ୍କ ପରିଶ୍ରମ ଓ ନିଷ୍ଠା ଆସନ୍ତାକାଲିର ପରିବର୍ତ୍ତନ ପାଇଁ ରାସ୍ତା ଖୋଲିବ । ଅନଭିଜ୍ଞ ଯୁବ ନେତା ପାଇଁ ଏହା କମ୍ ବଡ କଥା ନୁହେଁ । ତେବେ ବର୍ତ୍ତମାନର ଗଣତି ସୁଦ୍ଧା ବିହାରରେ ଦୁଇ ଗଠବନ୍ଧନ ମଧ୍ୟରେ ଭରପୂର ଲଢେଇ ହେଉଛି । ଏନଡିଏ ୧୨୪ଟି ଆସନରେ ଆଗରେ ଥିବା ବେଳେ ଆରଜେଡି ଯୁକ୍ତ ମହାଗଠବନ୍ଧନ ୧୧୨ଟିରେ ଆଗରେ ରହିଛି ।

Bihar: ଶେଷ ବଲ୍ ନିର୍ଣ୍ଣୟ କରିବ କିଏ ଜିତିବ ବିହାର ବାଜି ? ପ୍ରତି ଓଭରରେ ବଦଳୁଛି ଭୋଟ୍ ଗଣିତ

ପାଟଣା: କିଏ ଜିତିବ ବିହାର ? କାହାର ହେବ ସରକାର ? ପୁଣି କ୍ଷମତା ବନବାସରୁ ଫେରି ବିହାର ଦଖଲ କରିବ କି ଆରଜେଡି (ମହାମେଣ୍ଟ) । ନା ଲଗାତାର ଚତୁର୍ଥଥର ଶାସନ ଗାଦିରେ ରହିବେ ନୀତିଶ । ମଙ୍ଗଳବାର ସକାଳୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ଜାରି ରହିଛି । କ୍ରିକେଟ୍ ମ୍ୟାଚର ପ୍ରତି ଓଭରରେ ରନ୍ ବଦଳିବା ଭଳି ବିହାର ଭୋଟ୍ ଗଣତି ପ୍ରତି ରାଉଣ୍ଡରେ ବଦଳି ଚାଲିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ଥିବା ଆରଜେଡି (ମହାମେଣ୍ଟ) ଏବେ NDA ଠାରୁ ପଛୁଆ ଥିଲେ ବି କଡ଼ା ଟକ୍କର ଦେଉଛି ।

Bihar Election Counting To Be Ends In Late Night

ବିହାର ବିଧାନସଭାର ୨୪୩ଟି ଆସନ ଲାଗି ଭୋଟ୍ ଗଣତି ଚାଲିଛି । ବହୁମତ ହେଉଛି ୧୨୨ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁୟାୟୀ ସନ୍ଧ୍ୟା ୮ଟା ୩୦ ସୁଦ୍ଧା ଦଳଗତ ଭାବେ ବିଜେପି ଆରଜେଡି ମଧ୍ୟରେ କଡ଼ା ମୁକାବିଲା ହେଉଛି । ବିଜେପି ୧୯ଟି ଆସନ ଜିତିଥିବା ବେଳେ ୫୫ଟିରେ ଆଗୁଆ ଚାଲିଛି । ସେହିଭଳି ଏନଡିଏର ସହଯୋଗୀ ଦଳ ଜେଡିୟୁ ୧୧ଟି ଆସନରେ ବିଜୟୀ ହୋଇଥିବା ବେଳେ ୩୪ଟି ଆସନରେ ଆଗୁଆ ରହିଛି ।

Bihar Election Counting To Be Ends In Late Night

ବିପକ୍ଷ ମହାମେଣ୍ଟର ଆରଜେଡି ୧୯ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୫୪ଟିରେ ଆଗୁଆ ରହି ଏନଡିଏକୁ କଡ଼ା ଟକ୍କର ଦେଉଛି । କଂଗ୍ରେସ ୭ଟି ଆସନରେ ବିଜୟୀ ହେବା ସହ ୧୩ଟିରେ ଆଗୁଆ ରହିଛି । ବାମମେଣ୍ଟ ୭ଟି ଆସନ ଜିତିଥିବା ବେଳେ ୧୦ଟି ଆସନରେ ଆଗୁଆ ରହିଛି ।

Bihar Election Counting To Be Ends In Late Night

ଭୋଟ୍ ଗଣତି ସହ ପ୍ରତି ମୁହୂର୍ତ୍ତରେ ବଦଳୁଛି ବିହାର ସମୀକରଣ । ସନ୍ଧ୍ୟା ୬ଟା ୩୦ ସୁଦ୍ଧା ପ୍ରାୟ ୩ କୋଟି ଭୋଟ୍ ଗଣନା ସରିଥିବା ବେଳେ ଆହୁରି ୧ କୋଟି ଭୋଟ୍ ଗଣନା ବାକି ରହିଛି । ବିଳମ୍ବିତ ରାତି ଯାଏ ଗଣତି ଜାରି ରହିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଗୋଟିଏପଟେ ଦେଶରେ ଇଣ୍ଡିଆନ୍ ପ୍ରିମୟର୍ ଲିଗ (IPL)କୁ ନେଇ ଖେଳପ୍ରେମୀଙ୍କ ଉତ୍କଣ୍ଠା ଲାଗି ରହିଛି । ଅନ୍ୟପଟେ ବିହାର ପଲଟିକାଲ୍ ଲିଗ (BPL)କୁ ନେଇ ରାଜନେତା ହୁଅନ୍ତୁ କି ସମର୍ଥକ ସମସ୍ତଙ୍କ ଛାତି ଧଡ଼ ଧଡ଼ ହେଉଛି ।

ବାଲେଶ୍ୱରରୁ ପ୍ରାର୍ଥୀ ହୋଇଥିବା ବେଣୁ ମଉସା ପାଇଲେ କେତେ ଭୋଟ ଜାଣନ୍ତୁ …..

ଭୁବନେଶ୍ୱର: ବାଲେଶ୍ୱର ସଦର ଆସନ ବିଜେଡି ବିଜୟୀ ହୋଇଛି  । ହେଲେ ବାଲେଶ୍ୱର ଆସନ ଚଳିତ ଥର ଅନ୍ୟ  ଏକ କାରଣ ପାଇଁ ଚର୍ଚ୍ଚିତ ହୋଇଥିଲା । ତାହା ପୁଣି ଜଣେ ସ୍ୱାଧୀନ ବର୍ଷିୟାନ ପ୍ରାର୍ଥୀଙ୍କୁ ନେଇ । ସେହି ପ୍ରାର୍ଥୀଜଣଙ୍କ ଥିଲେ ବେଣୁଧର ବାରିକ । ପେସାରେ ଚୁଟି କାଟିବା କାର୍ଯ୍ୟ କରନ୍ତି । ଅତି ସାଧାରଣ ଜୀବନଯାପନ  । ଧୋତି ଖଣ୍ଡେକୁ ସାଧା କୁର୍ତ୍ତା । ସାଇକେଲ ଖଣ୍ଡେ ଧରି ବାହାରି ଯାଇଥିଲେ ପ୍ରଚାରରେ । ନିଜ ହାତରେ ମାରିଥିଲେ ପୋଷ୍ଟର, ବ୍ୟାନର । ପ୍ରଥମରୁ ବାମ ଦଳରୁ ଟିକେଟ୍ ପାଇବେ ବୋଲି ଆଶା କରିଥିଲେ । ହେଲେ ଦଳ ତାଙ୍କୁ ସେ ସୁଯୋଗ ଦେଇ ନ ଥିଲା । ତେଣୁ ସେ ଉପନିର୍ବାଚନରେ ସ୍ୱାଧୀନ ଭାବେ ଲଢିଥିଲେ ।

ସେ ନିର୍ବାଚନ ଲଢୁଥିବା ଜାଣି ଧୀରେ ଧୀରେ ଅଞ୍ଚଳରେ ପ୍ରଚାର ହେବାକୁ ଲାଗିଲା । ପ୍ରଥମେ ଛାପା ଗଣମାଧ୍ୟମ ପରେ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା । ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲେ ବେଣୁ ମଉସା । ଅଭିଜିତ ମଜୁମଦାରଙ୍କ ଗୀତ ଏଥର ବେଣୁ ମଉସା ବି ୟୁଟ୍ୟୁବରେ ଟ୍ରେଣ୍ଡ କଲା । ଟୁଇଟରଠାରୁ ଫେସବୁକ୍ ସବୁଠି ଛାଇଗଲେ ବେଣୁ ମଉସା । ଯାତ୍ରା କଳାକାର ରାଣୀ ପଣ୍ଡା ଏବଂ ଆଲବମ୍ କୁଇନ ରାନୀ ତାଙ୍କ ପାଇଁ ପ୍ରଚାର କଲେ । ବାଲେଶ୍ୱରରେ ତାଙ୍କୁ ଦେଖିବା ପାଇଁ ଭିଡ଼ ଲାଗିଲା । ତେଣୁ ବେଣୁ ମଉସା ତୃତୀୟ ସ୍ଥାନ ଅକ୍ତିଆର କରିପାରନ୍ତି ବୋଲି କେତେକ ମତ ଦେଇଥିଲେ ।

ହେଲେ ଉପନିର୍ବାଚନ ପ୍ରାୟତଃ ଏକ ପାଖିଆ ହୋଇଥିଲା । ଶାସକ ଭୋଟ ସିଧାସଳଖ ବିଜେଡି ପାଖକୁ ଯାଇଥିଲା । ସେହିପରି ବିରୋଧୀ ଭୋଟ୍ ଗୁଡିକ ଭାଜପାକୁ ଯାଇଥିଲା । କଂଗ୍ରେସ ମଧ୍ୟ ବହୁ ବ୍ୟବଧାନରେ ତୃତୀୟ ଆସନରେ ରହିଥିଲା । ପୋଷ୍ଟାଲ ବ୍ୟାଲଟରେ ବେଣୁ ମଉସାରେ ୪ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବେଣୁ ମଉସା ମୋଟ ୧୨

Gold Price: ଖସିବା ପରେ ପୁଣି ବଢ଼ିଲା, ୫୦ ହଜାର ଟପିଲା ସୁନା

ନୂଆଦିଲ୍ଲୀ: ସୋମବାର ଖସିବା ପରେ ମଙ୍ଗଳବାର ବଢ଼ିଗଲା ସୁନା ଦର । ୧୦ ଗ୍ରାମ୍ ପିଛା ସୁନା ଦର ଆଜି ୫୦ ହଜାର ଟଙ୍କା ଟପିଛି । ମଲ୍ଟି କମୋଡିଟି ଏକ୍ସତଚେଞ୍ଜରେ ମଧ୍ୟ ସୁନା ଓ ରୂପା ଦର ବଢ଼ିଛି । MCXରେ ସୁନା ଦର ୧.୧୦% ପ୍ରତିଶତ ଅର୍ଥାତ୍ ୫୪୯ ଟଙ୍କା ବଢ଼ି ୧୦ ଗ୍ରାମ ପ୍ରତି ୫୦ ହଜାର ୨୯୭ ଟଙ୍କା ରହିଛି । ସେହିଭଳି ରୂପା ମୂଲ୍ୟ ୨.୧୧% ବୃଦ୍ଧି ଘଟିଛି । ଅର୍ଥାତ୍ ରୂପା ଦର ୧ ହଜାର ୨୭୬ ଟଙ୍କା ବୃଦ୍ଧି ପାଇ ୬୨ ହଜାର ୧୩୦ ଟଙ୍କା କେଜି ପିଛା ପହଞ୍ଚିଛି ।

Gold Prices Again Crossed The 50 Thousand Mark On Tuesday These Things Had An Impact On Prices

ଦର ଉପରେ ପ୍ରଭାବ

ସୋମବାର ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନା ଦର ପାଖାପାଖି ୫ ପ୍ରତିଶତ ଅର୍ଥାତ୍ ୨୫୦୦ ଟଙ୍କା କମିଛି । ଆମେରିକୀୟ ମେଡିସିନ୍ କମ୍ପାନୀ ଫାଇଜର କରୋନା ଭ୍ୟାକ୍ସିନ୍ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ସଫଳ ନେଇ ଘୋଷଣା କରିବା ପରେ ସୁନା ଦର ଖସିଥିଲା । ଏହି ଖବର ପରେ ନିବେଶକ ଷ୍ଟକ୍ସରେ ଜୋରଦାର ନିବେଶ କରିଥିଲେ । କିନ୍ତୁ ମଙ୍ଗଳବାର ଆମେରିକାରେ ମଙ୍ଗଳବାର ସୁନା ଓ ରୂପା ଦର ଏକ ପ୍ରକାର ସ୍ଥିତିରେ ଥିବାବେଳେ ଭାରତରେ ଦାମ୍ ବଢ଼ିଛି ।

Gold Prices Again Crossed The 50 Thousand Mark On Tuesday These Things Had An Impact On Prices

ଧନତେରସ୍ ଓ ଦୀପାବଳିରେ ଆହୁରି ବଢ଼ିବ

ଚଳିତ ସପ୍ତାହରେ ଦେଶରେ ଆଲୋକର ପର୍ବ ଦୀପାବଳି ପଡ଼ୁଛି । ଆଉ ଏହି ପର୍ବ ବେଳେ ସୁନା କିଣାବିକା ବଢ଼ିଯାଏ । ଧନତେରସ ଓ ଦୀପାବଳିରେ ଲୋକ ସୁନାରେ ବହୁତ ନିବେଶ କରନ୍ତି । ଯାହା ଫଳରେ ସୁନା ଦର ପୁଣି ବଢ଼ିବାର ସମ୍ଭାବନା ରହିଛି । ଇଣ୍ଡିଆ ବୁଲିୟନ ଜୁଏଲର୍ସ ଆସୋସିଏସନ୍ ଅଧ୍ୟକ୍ଷ କୁମାର ଜୈନଙ୍କ ମୁତାବକ- ଦୀପାବଳି ସୁଦ୍ଧା ସୁନା ଦର ୧୦ ଗ୍ରାମ୍ ପିଛା ବୃଦ୍ଧି ପାଇ ୫୫ ହଜାର ଟଙ୍କା ପହଞ୍ଚିପାରେ ।

IPL 2020 Final: ପ୍ରଥମେ ବ୍ୟାଟିଂ ବାଛିଲା ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ୱାଇରେ ରାହୁଲ ଚହରଙ୍କ ବଦଳରେ ଜୟନ୍ତ ଯାଦବ

ୟୁଏଇ: ଦୁବାଇ ଇଣ୍ଟରନ୍ୟାସେନାଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଆଜି ମୁମ୍ୱାଇ ଓ ଦିଲ୍ଲୀ ମଧ୍ୟରେ ଫାଇନାଲ୍ ମ୍ୟାଚ ଖେଳାଯିବ । ଆଇପିଏଲର ଏହା ଶେଷ ମ୍ୟାଚ୍ । ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛନ୍ତି । ତେବେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ତେବେ ମୁମ୍ୱାଇର ପଲ୍ଲା ଦିଲ୍ଲୀ କ୍ୟାପିଟାଲ୍ସଠାରୁ ଅଧିକ ଭାରି ରହିବ । ତେବେ ଦିଲ୍ଲୀ ନିଜ ଏକାଦେଶର କୌଣସି ପରିବର୍ତ୍ତନ କରିନଥିବା ବେଳେ ମୁମ୍ୱାଇ ରାହୁଲ ଚହରଙ୍କ ବଦଳରେ ଜୟନ୍ତ ଜାଦବଙ୍କୁ ସୁଯୋଗ ଦେଇଛି । ସେହିଭଳି ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ଭଲ ପ୍ରଦର୍ଶନ କରୁଥିବା ବେଳେ ଆଜି କିନ୍ତୁ ପ୍ରଥମ ବୋଲିଂ କରିବାକୁ ପଡ଼ିବ ।

ବିହାର ନିର୍ବାଚନ: ବିଳମ୍ୱିତ ରାତ୍ରି ଯାଏଁ ହେବ ଭୋଟ୍ ଗଣତି

ପାଟଣା: ବିହାରରେ ଘଡ଼ି କେ ଘୋଡ଼ା ଛୁଟୁଛି । ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ୩ କୋଟି ଭୋଟ୍ ଗଣା ସରିଥିବା ବେଳେ ମହାଗଠବନ୍ଧନ ଓ ଏନିଡଏର ଘମାଘୋଟ ଲଢେଇ ଜାରି ରହିଛି । ସାଂପ୍ରତିକ ସ୍ଥିତିରେ ଏନଡିଏ ୧୨୪ଟି ଆସନରେ ଆଗରେ ଥିବା ବେଳେ ମହାଗଠବନ୍ଧନ ୧୧୧ ଆସନରେ ଆଗରେ ରହିଛି । ତେବେ ଭୋଟ ଗଣତି ଏଇ କିଛି ସମୟ ହେବ ୫୦ ପ୍ରତିଶତ ଡେଇଁଛି । ଅର୍ଥାତ୍ ଭୋଟଗଣତି ଶେଷ ବେଳକୁ ବିଳମ୍ୱିତ ରାତ୍ରି ହେବ । ଏନେଇ ନିର୍ବାଚନ କମିଶନ ମଧ୍ୟ ସୂଚନା ଦେଇଛନ୍ତି ।

ବିହାର ଭୋଟଗଣତି ବିଳମ୍ୱିତ ରାତ୍ରିରେ ଶେଷ ହେବ ବୋଲି  ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କୋଭିଡ୍ ଯୋଗୁଁ ଭୋଟ ଗଣତି ପ୍ରକ୍ରିୟାରେ ବିଳମ୍ୱ ହେଉଥିବା କମିଶନ କହିଛି । ବର୍ତ୍ତମାନ ସୁଦ୍ଧା କୌଣସି ପକ୍ଷକୁ ନେଇ ସ୍ପଷ୍ଟ ଜନମତ ଆସିବା ସମ୍ଭବପର ହୋଇ ପାରୁନାହିଁ । ମାତ୍ର ଉଭୟ ଏନଡିଓ ଓ ମହାଗଠବନ୍ଧନ ନିଜ ନିଜ ବିଜୟ ନେଇ ଦୃଢୋକ୍ତି ଦର୍ଶାଉଛନ୍ତି ।

Bihar Election: ମୁହୂର୍ତ୍ତକେ ବଦଳୁଛି ସିଟ୍ ଗଣିତ, NDAକୁ କଡ଼ା ଟକ୍କର ଦେଉଛି ମହାମେଣ୍ଟ

ପାଟଣା: ବିହାର ଭୋଟ୍ ଗଣତି ଜାରି ରହିଛି । ୨୪୩ ଆସନ ଲାଗି ହୋଇଥିବା ମତଦାନର ଗଣନା ଚାଲିଛି । ସନ୍ଧ୍ୟା ୬ଟା ୨୦ ସୁଦ୍ଧା ବିଜେପି ୬ଟି ଆସନ ଜିତିଥିବା ବେଳେ ଆରଜେଡି ୩ଟି, ଜେଡିୟୁ ଓ ଭିଆଇପି ୨ଟି ଲେଖାଏଁ, କଂଗ୍ରେସ ଓ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି । ଅନ୍ୟପଟେ ଦଳଗତ ଟ୍ରେଣ୍ଡରେ ଲାଲୁଙ୍କ ଆରଜେଡି, ବିଜେପିକୁ ପଛରେ ପକାଇଛି । ତାଜା ଟ୍ରେଣ୍ଡ ଅନୁସାରେ ବିଜେପି ୬୭ଟି ଆସନରେ ଆଗୁଆ ଥିବାବେଳେ ଆରଜେଡି ୭୧ଟି ଆସନରେ ଆଗୁଆ ରହିଛି ।

Bihar Election Party Wise Trend RJD Crossed BJP Individually

ପ୍ରତି ମୁହୂର୍ତ୍ତରେ ବଦଳିବାରେ ଲାଗିଛି ବିହାର ସିଟ୍ ଗଣିତ । ଏବେ ଟ୍ରେଣ୍ଡରେ ଏନଡିଏ ୧୨୫ଟି ଆସନରେ ଆଗୁଆ ଥିବାବେଳେ ଆରଜେଡି (ମହାମେଣ୍ଟ) ୧୧୧ଟି ଆସନରେ ଆଗୁଆ ଚାଲିଛି । ଚିରାଗଙ୍କ ଏଲଜେପି କୌଣସି ଆସନରେ ରେସରେ ନଥିବା ବେଳେ ୮ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ରହିଛନ୍ତି ।

କରୋନା ସଂକଟ ଭିତରେ ହୋଇଥିବା ନିର୍ବାଚନ ଭୋଟ୍ ଗଣନା ବିଳମ୍ବିତ ରାତି ଯାଏଁ ଜାରି ରହିବ । ସେଥିପାଇଁ ଭୋଟ୍ ଗଣତି ବିଳମ୍ବ ହେଉଛି । କରୋନା ପାଇଁ ଭୋଟ୍ ଗଣତି ନିୟମରେ ପରିବର୍ତ୍ତନ ହୋଇଥିବାରୁ ଡେରି ହେଉଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Bihar Election: ଅମାନତ ହରାଇଲେ ପୁଷ୍ପମ ପ୍ରିୟା, ଶତ୍ରୁଘ୍ନଙ୍କ ପୁଅ ଲବ ବି ବିଫଳ

ପାଟଣା: ବିହାର ବିଧାନସଭା ନିର୍ବାଚନରେ ବାଙ୍କୀପୁର ଆସନର ଭୋଟ୍ ଗଣନା ସରିଛି । ଏଠାରେ ବିଜେପି ପ୍ରାର୍ଥୀ ନୀତିନ ନବୀନ ବିଜୟ ଲାଭ କରିଛନ୍ତି । ରାଜନୀତିରେ ପରିବର୍ତ୍ତନ ଆଣିବାକୁ ଦାବି କରୁଥିବା ପୁଷ୍ପମ ପ୍ରିୟା ଚୌଧୁରୀଙ୍କୁ ଏହି ଆସନରେ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏପରିକି ଭୋଟ୍ ଗଣନା ବେଳେ ପୁଷ୍ପମ କୌଣସି ରାଉଣ୍ଡରେ ଥରେ ବି ରେସକୁ ଆସିନଥିଲେ । ପୁଷ୍ପମଙ୍କୁ ୧୬୪୪ ଖଣ୍ଡ ଭୋଟ୍ ମିଳିଛି ।

Bankipur Seat Pushpam Priya Chaudhary London Returns Failed And Lost Bihar Election To BJP Nitin Nabin

ବିଜେପିର ନୀତିନ ନବୀନ ୨୭ ହଜାର ୩୪୦ ଭୋଟ୍ ପାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନାଙ୍କୁ ମିଳିଛି ୧୨ ହଜାର ୭୦୨ ଭୋଟ୍ । ପୁଷ୍ପମଙ୍କୁ ମିଶାଇ ଏହି ଆସନରେ ୨୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ପୁଷ୍ପମ ବାଙ୍କୀପୁର ସହ ବିସ୍ଫି ଆସନରୁ ଲଢ଼ୁଥିଲେ । ସେଠାରେ ବି ତାଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି । ତେବେ ବାଙ୍କୀପୁରରେ ନୋଟାରେ ପଡ଼ିଥିବା ଭୋଟ୍ ଠାରୁ ପୁଷ୍ପମଙ୍କୁ ଅଢ଼େଇ ଗୁଣା ଭୋଟ୍ ମିଳିଠି । ନୋଟାରେ ୪୦୪ ଖଣ୍ଡ ଭୋଟ୍ ପଡ଼ିଥିବା ବେଳେ ପୁଷ୍ପମ ୧୬୪୪ ଭୋଟ୍ ପାଇଛନ୍ତି ।

Bankipur Seat Pushpam Priya Chaudhary London Returns Failed And Lost Bihar Election To BJP Nitin Nabin

ବିହାର ନିର୍ବାଚନରେ ପୁଷ୍ପମ ପ୍ରିୟା ଚୌଧୁରୀ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ଲଣ୍ଡନରୁ ଫେରିଥିବା ପୁଷ୍ପମ ବିହାର ରାଜନୀତିରେ ବେଶ୍ ଚର୍ଚ୍ଚିତ ଚେହେରା ଥିଲେ । ତାଙ୍କ ବାପା ଜେଡିୟୁରେ ଥିବାବେଳେ ପୁଷ୍ପମ ଏକ ଦଳ (ପ୍ଲୁରାଲ୍ସ) ଗଢ଼ି ନିର୍ବାଚନକୁ ଓହ୍ଲାଇଥିଲେ । ସେ ନିଜେ ନିର୍ବାଚନ ଲଢ଼ିବା ସହ ଦଳ ପକ୍ଷରୁ ଅନ୍ୟ ଆସନରେ ପ୍ରାର୍ଥୀ ଦେଇଥିଲେ । ତାଙ୍କ ଦଳରୁ ସମାଜରେ ଭଲ ଛବି ଥିବା ସାମାଜିକ କାର୍ଯ୍ୟକର୍ତ୍ତା, ଶିକ୍ଷକ, ଡକ୍ଟର ପ୍ରଭୃତି ପ୍ରଫେସନାଲ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସଫଳତା ମିଳିନାହିଁ ।