spot_img
Home Blog Page 6458

Flipkartର ନୂଆ ଅଫର ମାତ୍ର ୭ ହଜାରରେ ମିଳୁଛି ଦାମି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଫେଷ୍ଟିଭ ସିଜିନରେ ଇ-କମର୍ସ ପ୍ଲାଟଫର୍ମରେ ନୂଆ ନୂଆ ଅଫର ଜାରି ରହିଛି । ଏଥିସହ ଫ୍ଲିପକାର୍ଟରେ ଦଶହରା ସେଲ ପରେ ଏବେ ଦିପାବଳୀ ସେଲ ପୁଣି ଆରମ୍ଭ ହୋଇଛି। ଯଦି ଆପଣ ଫୋନ କିଣିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣ କମ୍ ମୂଲ୍ୟରେ ଅନେକ କମ୍ପାନୀର ସ୍ମାର୍ଟଫୋନ୍ କିଣିପାରିବେ । ଆସନ୍ତୁ ଜାଣିବା ଫ୍ଲିପକାର୍ଟର ଏହି ସେଲରେ କେଉଁ ସ୍ମାର୍ଟଫୋନ୍ ଉପରେ କେତେ ରିହାତି ଉପଲବ୍ଧ ରହିଛି ।

ଏଗୁଡିକ ଉପରେ ମିଳୁଛି ରିହାତି

ଫ୍ଲିପକାର୍ଟର ଏହି ଦିପାବଳୀ ସେଲରେ, ଆପଣ ୮,୯୯୯ରେ Realme C12 କିଣିପାରିବେ  । ଏହାସହ, C11 ୬,୯୯୯ ଟଙ୍କାରେ କିଣିବାର ସୁଯୋଗ ପାଇପାରିବେ । ଏହା ବ୍ୟତୀତ, ଆପଣ C15 କୁ ୮,୯୯୯ ଟଙ୍କାରେ ଅର୍ଡର କରିପାରିବେ । ଏହାସହ ଆପଣ ଫ୍ଲିପକାର୍ଟ ସେଲରେ Oppo Reno  2F କୁ ୧୬,୯୯୦ ଟଙ୍କାରେ କିଣିପାରିବେ ।

 ଏହି ସ୍ମାର୍ଟଫୋନ୍ ଗୁଡିକରେ ମଧ୍ୟ ମିଳୁଛି ରିହାତି

ବିଗ୍ ଦିପାବଳୀ ସେଲରେ Realme Narzo 20 Pro କୁ ଆପଣ ୧୨,୫୯୯ ଟଙ୍କାରେ ଅର୍ଡର କରିପାରିବେ । ଏହା ବ୍ୟତୀତ, POCO C3କୁ ୭,୪୯୯ ଟଙ୍କାରେ କିଣାଯାଇପାରିବ । ଏହି ସମୟରେ, Motorola One Fusion plusକୁ ମଧ୍ୟ ଏହି ସେଲରେ ମାତ୍ର ୧୬,୪୯୯ଟଙ୍କାରେ କିଣିପାରିବେ ।

 ମହଙ୍ଗା ଫୋନ୍ ମଧ୍ୟ ଶସ୍ତାରେ ମିଳୁଛି

ଫ୍ଲିପକାର୍ଟର ଦିପାବଳୀ ସେଲରେ ୩୨,୯୯୯ ଟଙ୍କାରେ iPhone SE କିଣିପାରିବେ ଏବଂ iPhone XR (64GB) କୁ ୩୮,୯୯୯ ଟଙ୍କାରେ ଅର୍ଡର କରିପାରିବେ । ଏହି ସେଲରେ, ସାମସଙ୍ଗର Note 10 Plus ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୫୯,୯୯୯ ଟଙ୍କାରେ ଉପଲବ୍ଧ ହୋଇଛି । ଏଥିରେ, ଆପଣ ୩୫,୯୯୯ ଟଙ୍କାରେ Mi 10T କିଣିପାରିବେ ।

୨୦ବର୍ଷ ବୟସରେ କ୍ରିକେଟର ଆଉ ୨୬ବର୍ଷ ବୟସରେ ରାଜନେତା, ଏମିତି ଥିଲା ତେଜସ୍ୱୀ ଯାଦବଙ୍କ କ୍ୟାରିୟର

ନୂଆଦିଲ୍ଲୀ: ବିହାରର ନେତା ତଥା ଲାଲୁ ପ୍ରସାଦଙ୍କ ସାନ ପୁଅ ତେଜସ୍ୱୀ ସୋମବାର ଦିନ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆପମ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ତେଜସ୍ୱୀ ଯାଦବ କ୍ରିକେଟରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ କ୍ରିକେଟର ଭାବେ ସେ ଏତେଟା ସଫଳ ହୋଇପାରିନଥିଲେ । ଶେଷରେ ଏହି କ୍ରିକେଟ ଦୁନିଆରୁ ବିଦାୟ ନେଇ ରାଜନୀତିକୁ ଚାଲିଆସିଥିଲେ ତେଜସ୍ୱୀ । ଏବେ ବିହାର ରାଜନୀତିର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ତେଜସ୍ୱୀ ଯାଦବ । ଆଜି ତେଜସ୍ୱୀଙ୍କ ୩୦ ବର୍ଷରେ ପାଦ ଥାପିଛନ୍ତି । ଏବଂ ମାତ୍ର ୩୦ ବର୍ଷ ବୟସରେ ଏବେ ସେ ବିହାର ନିର୍ବାଚନରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି । ଏହାସହ ଚଳିତ ନିର୍ବାଚନରେ ସେ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି ।

ଯଦିଓ କ୍ରିକେଟ ଜଗତରେ ସେ ଏତେଟା ସୁନାମ ଅର୍ଜନ କରିନାହାଁନ୍ତି ତଥାପି ସେ କ୍ରିକେଟରେ ନିଜ ଛାପ ଛାଡିଛନ୍ତି । ତେଜସ୍ୱୀ ଜାଦବ ସ୍କୁଲ ଶିକ୍ଷା ଦିଲ୍ଲୀ ପବ୍ଲିକ ସ୍କୁଲରୁ ଆରମ୍ଭ କରିଥିଲେ । ସ୍କୁଲରେ ପଢିବା ବେଳୁ ସେ କ୍ରିକେଟରେ ନିଜ ଦକ୍ଷତା ଦେଖାଇଥିଲେ । ଏହାପରେ ସେ ଦିଲ୍ଲୀ ପକ୍ଷରୁ ୧୫ ବର୍ଷରୁ କମ କ୍ରିକେଟ ଟିମରେ ଯୋଗ ଦେଇଥିଲେ । ଆଉ ଏହି ଟିମରେ ତାଙ୍କ ସହ ଥିଲେ ଇଣ୍ଡିଆ ଟିମର ଅଧିନାୟକ ବିରାଟ କୋହଲି ଏବଂ ସେ ସମୟର ଫାଷ୍ଟ ବୋଲର ଇଶାନ୍ତ ଶର୍ମା । ପରେ ସେ କ୍ରିକେଟ ପାଇଁ ଦଶମ ଶ୍ରେଣୀରୁ ନିଜ ପାଠ ପଢା ଛାଡିଥିଲେ । ଏହାସହ ସେ ଦିଲ୍ଲୀ ପାଇଁ ୧୭ ବର୍ଷରୁ କମ ଓ ୧୯ ବର୍ଷରୁ କମ କ୍ରିକେ ମ୍ୟଚରେ ମଧ୍ୟ ଖେଳିଛନ୍ତି । ତେବେ ଏତିକିରେ ସରିନଥିଲା ତାଙ୍କ କ୍ୟାରିୟର । ସେ ୨୦୦୮ରେ ୧୯ ବର୍ଷରୁ କମ କ୍ରିକେଟ ଟିମରେ ଭାରତୀୟ ଦଳରେ ଷ୍ଟାଣ୍ଡ ବାଇ ଖେଳାଳି ଭାବେ ସ୍ଥାନ ପାଇଥିଲେ ।

IPL ଖେଳିଛନ୍ତି ତେଜସ୍ୱୀ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତେଜସ୍ୱୀ ଆଇପିଏଲ ମଧ୍ୟ ଖେଳିଛନ୍ତି । ୨୦୦୮ରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ଟିମରେ ସ୍ଥାନ ପାଇଥିଲେ । ୨୦୦୮ରୁ ୧୨ ଯାଏଁ ସେ ଦଳରେ ରିଜର୍ଭ ଖେଳାଳି ଭାବେ ରହିଥିଲେ । ଏହାସହ ସେ ୨୦୧୧ରେ ଝାଡଖଣ୍ଡ କ୍ରିକେଟ ଟିମ ପକ୍ଷରୁ ଖେଳ ଆରମ୍ଭ କରିଥିଲେ । ହେଲେ କ୍ରିକେଟରେ ସେ ଲମ୍ବା କ୍ୟାରିୟର କରିନପାରି ସେ ଚାଲି ଆସିଥିଲେ ରାଜନୀତିକୁ ।

ନିତିଶଙ୍କ ସରକାରୁ ହୋଇଥିଲେ ବହିଷ୍କାର

୨୦୧୫ ବିହାର ସାଧାରଣ ନିର୍ବାଚନରେ ରାଘୋପୁରରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ତେଜସ୍ୱୀ । ଏହି ମହାଗଠବନ୍ଧନ ସରକାରରେ ତେଜସ୍ୱୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଦିଆଯାଇଥିଲେ । ଏହାପରେ ୨୦୧୭ରେ ଅର୍ଥ ହେରଫେର ମାମଲାରେ ତେଜସ୍ୱୀଙ୍କ ନାଁରେ ଅଭିଯୋଗ ଆସିବାରୁ ତାଙ୍କୁ ନୀତୀଶ ସରକାରରୁ ବହିଷ୍କାର କରାଯାଇଥିଲା । ବର୍ତ୍ତମାନ ୨୦୨୦ ନିର୍ବାଚନରେ ସେହି ନୀତୀଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତେଜସ୍ୱୀ । ଏହି ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଓ ଯୁବ ନେତୃତ୍ୱ ଭାବେ ଆଗକୁ ଆସିଛନ୍ତି ତେଜସ୍ୱୀ ଯାଦବ ।

ଥାନାରେ ଅଗ୍ନିକାଣ୍ଡ; ୩ ଓଏସଓପି ଯବାନ ଗୁରୁତର

ଭଦ୍ରକ: ବାରିପଦା ଓଏସଓପିର ୫ମ ବାଟାଲିଅନର ୩ ଯବାନ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି ।  ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରାତିରେ ଶୋଇଥିବା ବେଳେ ମଶା ଧୂପରୁ ନିଆଁ ଲାଗି ଏପରି  ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାରେ ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାରେ ୫ମ ବାଟାଲିୟନର ପୋଲିସ କର୍ମଚାରୀ ଡ୍ୟୁଟିରେ ମୁତୟନ ହୋଇଛନ୍ତି ।

ଡ୍ୟୁଟି ପରେ ଥାନା ପରିସରରେ ଥିବା  ଷ୍ଟୋର ରୁମ୍ ନିକଟରେ ଶୋଇଥିଲେ ଯବାନ । ଶୋଇବା ବେଳେ ମସା ଧୂପ ଲଗାଇଥିଲେ । ହଠାତ ମଶା ଧୂପରୁ ନିଆଁ ଲାଗିଯାଇଥିଲା । ନିଆଁରେ 3 ପୋଲିସ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସା କରାଯାଉଛି । ଗୁରୁତର ହୋଇଥିବା ଯବାନ ମାନେ ହେଲେ ମନୋରଞ୍ଜନ ଘଡ଼ାଇ, ସଂଗ୍ରାମ ଟୁଡୁ  ଓ ଗଣେଶ ନାୟକ ।

କଂଗ୍ରେସର ଜମି ବଞ୍ଚାଅ ଅଭିଯାନ; ଭୁବନେଶ୍ୱର ପ୍ରତିବାଦରେ ଯୋଗଦେଲେ ପ୍ରଭାରୀ ଚେଲ୍ଲା କୁମାର

ଭୁବନେଶ୍ୱର: କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ନେଇ ବିରୋଧ ଥମିବାର ନାଁ ନେଉନି । ଏହାକୁ ନେଇ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରୁଛି । କଂଗ୍ରେସ କ୍ରମାଗତ ଭାବେ ଏହି ଆଇନକୁ ବିରୋଧ କରି ଆସୁଛି । ସାରା ଦେଶରେ ସରକାରଙ୍କର ଏହି ଆଇନକୁ ଚାଷ ଓ ଚାଷୀ ବିରୋଧୀ ବୋଲି କହି ପ୍ରତିବାଦ ରାଲି ଆୟୋଜନ କରୁଛି । ଏହି କ୍ରମରେ ଓଡ଼ିଶା କଂଗ୍ରେସ ମଧ୍ୟ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛି ।

 

ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି । ତାଙ୍କୁ ସ୍ୱାଗତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ରାଉତରାୟ ଓ ଅନ୍ୟ କଂଗ୍ରେସ ନେତା ମାନେ ବିମାନ ବନ୍ଦରରେ ପହଞ୍ଚିଥିଲେ । ଆଜି କଂଗ୍ରେସ ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ ଶୋଭାଯାତ୍ରା କରିଛି । ପିସିସି ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏକ ଟ୍ରାକ୍ଟର ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରା ଭୁବନେଶ୍ୱରରୁ କଟକ ଅଭିମୁଖେ ଯାତ୍ରା କରିବ ।

 

କଂଗ୍ରେସର ତୁଙ୍ଗ ନେତାମାନେ ଶୋଭାଯାତ୍ରାରେ ଯୋଗଦେବେ । କଂଗ୍ରେସର କ୍ଷେତି ବଚାଓ ଅଭିଯାନରେ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କେନ୍ଦ୍ର ସରକାର କୃଷି ଆଇନରେ କରିଥିବା ଭୁଲକୁ ସ୍ୱୀକାର କରନ୍ତୁ ଓ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ବୋଲି କଂଗ୍ରେସ ଦାବି କରୁଛି ।

ଭଲ ଖବର: ଦେଶରେ ସୁସ୍ଥତା ହାର ୭୯ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କରୋନା ପ୍ରକୋପ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୪୫ ହଜାର ୯୦୩ ଆକ୍ରାନ୍ତ । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ଟପିଛି । ସେହିପରୀ ମହାମାରୀରେ ନେଇଛି ଆଉ ୪୯୦ ଜୀବନ । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୬ ହଜାର ୬୧୧ରେ ପହଞ୍ଚିଛି । ମୋଟ ୭୯ ଲକ୍ଷ ୧୭ ହଜାର ୩୭୩ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୫ ଲକ୍ଷ ୯ ହଜାର ୬୭୩ ସକ୍ରିୟ ମାମଲା ରହିଛି ।

ଭଲ ଖବର ହେଉଛି , ଏପର୍ଯ୍ୟନ୍ତ ମୋଟ ୭୯ ଲକ୍ଷ ୧୭ ହଜାର ଲୋକ କରୋନାଙ୍କୁ ମାତ୍ ଦେଇ ଆରୋଗ୍ୟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ, କରୋନାରୁ ୪୮,୪୦୫ ରୋଗୀ ସୁସ୍ଥ ହୋଇଥିଲେ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅନୁଯାୟୀ ଦେଶରେ ନଭେମ୍ବର ୧୧ ପର୍ଯ୍ୟନ୍ତ କରୋନାର ମୋଟ ୧୧.୫୮ ନିୟୁତ ନମୁନା ପରୀକ୍ଷା କରାଯାଇଥିଲା, ସେଥିମଧ୍ୟରୁ ଗତକାଲି ୮ ଲକ୍ଷ ନମୁନା ପରୀକ୍ଷା କରାଯାଇଛି ।

ମୃତ୍ୟୁ ଏବଂ ପୁନରୁଦ୍ଧାର ହାର

ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କରୋନା ଭାଇରସ୍, ମୃତ୍ୟୁହାର ଏବଂ ପୁନରୁଦ୍ଧାର ହାରରେ ସର୍ବାଧିକ ପ୍ରତିଶତ ରହିଛି । ଏହା ଏକ ଆରାମଦାୟକ ବିଷୟ ଯେ, ମୃତ୍ୟୁହାରରେ କ୍ରମାଗତ ହ୍ରାସ ଏବଂ ସକ୍ରିୟ ମାମଲା ହାର ରେକର୍ଡ କରାଯାଉଛି । ଏହା ସହିତ ଭାରତରେ ପୁନରୁଦ୍ଧାର ହାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି  । ବର୍ତ୍ତମାନ ଦେଶରେ କରୋନାଙ୍କ ମୃତ୍ୟୁ ହାର ୧.୪୮ ପ୍ରତିଶତ ଥିବାବେଳେ ପୁନରୁଦ୍ଧାର ହାର ୯୨.୪୯ ପ୍ରତିଶତ ରହିଛି । ୧୪ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁ ହାର ଏକ ପ୍ରତିଶତରୁ କମ୍ ଅଟେ ।

ସବୁଠାରୁ ସକ୍ରିୟ ମାମଲା ମହାରାଷ୍ଟ୍ରରେ ଅଛି

ସକ୍ରିୟ କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ । ଦୁନିଆର ସବୁଠୁ ଅଧିକ ସୁସ୍ଥତା ହାର ଭାରତରେ ରେକର୍ଡ ହୋଇଛି ।

 

ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଛାଉଣୀର ଡିଜାଇନ୍ ପରଖିବ ପରିଚାଳନା କମିଟି…

ପୁରୀ: ଶ୍ରୀମନ୍ଦିରର ୮ ଦ୍ୱାର ରୂପା ଛାଉଣୀ ହେବ । ଆଜି ଅପରାହ୍ଣରେ ଏନେଇ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଛି । ପୂର୍ବରୁ ଏନେଇ ସବୁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ବେଳେ ଆଜି ବୈଠକରେ ଅନୁମୋଦନ ହେବ । ରୂପା ଛାଉଣୀ ନେଇ ଉତ୍କଳୀୟ ପରମ୍ପରାକୁ ନଜର ରଖି ସ୍ୱତନ୍ତ୍ର ଡିଜାଇନ ପ୍ରସ୍ତୁତ କରିବା ପାଇଁ ବୈଠକରେ ଆଲୋଚନା ହେବ । ତେବେ ଏକ ଡିଜାଇନ ପ୍ରସ୍ତୁତ ହୋଇଛି ।

ଏହାକୁ ୬ ଜଣ କୁଶଳୀ କାରିଗର ଏହାକୁ ପ୍ରସ୍ତୁତ କରିଛନ୍ତି । ଆଜି ଏହି ଡିଜାଇନକୁ ବୈଠକରେ ଅନୁମୋଦିତ କରାଯାଇପାରେ । ତେବେ ପୂର୍ବରୁ କାଠ ଫ୍ରେମିଂ ଡିଜାଇନକୁ ବୈଠକ ଅନୁମୋଦନ କରିସାରିଛି । ଏବେ କେବଳ ରୂପା ଛାଉଣୀର ଡିଜାଇନ ଅନୁମୋଦନ ବାକି ଅଛି । ଉଲ୍ଲେଖଯୋଗ୍ୟ ଯେ, ପାଖାପାଖି ୨୫ଶହ କିଲୋ ରୂପାରେ ମହା ପ୍ରଭୁ ଜଗନ୍ନାଥଙ୍କ ବଡ ଦେଉଳର ୮ଟି ଦ୍ୱାର ଛାଉଣୀ ହେବ । ତେବେ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।

ଛାଡପତ୍ର ପରେ ରକ୍ଷଣାବେକ୍ଷଣା ଭତ୍ତା ଏତେ ଅଧିକ ନ ହେଉ ଯେ, ସ୍ୱାମୀ କାଙ୍ଗାଳ ହୋଇଯିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାହ ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ନୂଆ ନିଷ୍ପତ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଛାଡପତ୍ର ପରେ ରକ୍ଷଣାବେକ୍ଷଣାର ନିଷ୍ପତ୍ତି ନେବାବେଳେ କ୍ଷତିପୂରଣ ଯଥାର୍ଥ ଅଟେ । କିନ୍ତୁ ପରିମାଣ ଏତେ ଅଧିକ ହେବା ଉଚିତ୍ ନୁହେଁ ଯେ ସ୍ୱାମୀ ପକ୍ଷେ ତାହା ଦେବା ଅସମ୍ଭବ ହୋଇପଡ଼ୁ । ବିବାହର ବିଫଳତା ପରେ ତାହା ସ୍ୱାମୀ ଉପରେ ଦଣ୍ଡ ଭଳି ହେବା ଉଚିତ୍ ନୁହେଁ । ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା ଏବଂ ସୁଭାଷ ରେଡ୍ଡୀଙ୍କ ମିଳିତ ବେଞ୍ଚରେ ଏହି ନିଷ୍ପତ୍ତି ଦିଆଯାଇଛି । କ୍ଷତିପୂରଣ ଏବଂ ରକ୍ଷଣାବେକ୍ଷଣା ରାଶି ଅଧିକ ହେବ ନାହିଁ । ତେବେ ଏନେଇ କୋର୍ଟ କହିଛନ୍ତି ଯେ, ଏହା ଦେଖାଯାଇଛି ଯେ ପତ୍ନୀ ତାଙ୍କ ଖର୍ଚ୍ଚ ଏବଂ କ୍ଷତିପୂରଣ ପାଇଁ ଆବଶ୍ୟକତାକୁ ଅତ୍ୟଧିକ ମାତ୍ରାରେ ରାଶି ଦାବି କରିଥାନ୍ତି ।

ବାର୍ ଏବଂ ବେଞ୍ଚର ୱେବସାଇଟ୍ ଅନୁଯାୟୀ ସୁପ୍ରିମକୋର୍ଟ କହିଛନ୍ତି ଯେ ସ୍ୱାମୀ ମଧ୍ୟ ତାଙ୍କ ଆୟକୁ ଗୁପ୍ତରେ କହିଥାନ୍ତି, ଯେଉଁଥିରେ ତାଙ୍କୁ କମରୁ ଅତି କମ ରାଶି ଦେବାକୁ ପଡିବ । ସେଥି ପାଇଁ ସବୁଠୁ ଭଲ ହେଉଛି ଉଭୟ ସ୍ୱାମୀ-ସ୍ତ୍ରୀଙ୍କଠାରୁ ଏକ ଆଫିଡେଭିଟ୍ ନେବା । ଏଥିରେ, ସେମାନଙ୍କର ଆୟ, ସମ୍ପତ୍ତି ଏବଂ ଦାୟିତ୍ୱଗୁଡିକର ବିବରଣୀ ରଖାଯିବା ଉଚିତ୍ । ଏହା ଅଦାଲତ ପାଇଁ ଭତ୍ତା ସ୍ଥିର କରିବାରେ ସହଜ ହେବ ଏବଂ ପ୍ରକୃତ ଭତ୍ତା ସ୍ଥିର ହୋଇପାରିବ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ରକ୍ଷଣାବେକ୍ଷଣା ଭତ୍ତା ପାଇଁ କୋର୍ଟରେ ଆବେଦନ ଦାଖଲ ତାରିଖରୁ ହିଁ ରକ୍ଷଣାବେକ୍ଷଣା ଭତ୍ତା ସ୍ଥିର କରାଯିବ ।  ରକ୍ଷଣାବେକ୍ଷଣ ଭତ୍ତା ପାଇଁ ଆବେଦନ କିପରି କରାଯିବ ଏବଂ କ୍ଷତିପୂରଣ ରାଶି କିପରି ପ୍ରଦାନ କରାଯିବ ସେନେଇ ସୁପ୍ରିମକୋର୍ଟ ସାରା ଦେଶରେ ଜିଲ୍ଲା କୋର୍ଟ, ପରିବାର କୋର୍ଟ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।

ସୁପ୍ରିମକୋର୍ଟର ଜଷ୍ଟିସ୍ ଇନ୍ଦୁ ମଲହୋତ୍ରା ଏବଂ ଜଷ୍ଟିସ୍ ଆର ସୁଭାଷ ରେଡ୍ଡୀଙ୍କ ଏକ ବେଞ୍ଚ ଧାରା -୧୪୨ର ବିଶେଷ ଅଧିକାର ଅନୁଯାୟୀ ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ବର୍ତ୍ତମାନର ମାମଲା ଦର୍ଶାଇଛି ଯେ ସିଆରପିସି CrPC ର ଧାରା -୧୨୫ ଅନୁଯାୟୀ ରକ୍ଷଣାବେକ୍ଷଣ ଭତ୍ତା ଭଳି ମାମଲା ସାତ ବର୍ଷ ହେବ ବିଚାରାଧୀନ ରହିଛି । ତେଣୁ ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରାଯିବା ଉଚିତ୍ ହେବ । ଏହା ଅଧୀନରେ ରକ୍ଷଣାବେକ୍ଷଣ ଭତ୍ତା କେବେଠାରୁ ମିଳିବ, ଏହା କିପରି ଗ୍ରହଣ କରାଯାଏ ଏବଂ ମାନଦଣ୍ଡ କ’ଣ ରହିବ ତାହା ସ୍ଥିର କରିବା ଆବଶ୍ୟକ ହେବ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଏଭଳି ପ୍ରତିବାଦକୁ ଦୂର କରିବା ପାଇଁ ଆମେ ନିର୍ଦ୍ଦେଶ ଦେଉଛୁ ଯେ, ଯେତେବେଳେ ବି ଏହି ମାମଲାରେ ରକ୍ଷଣାବେକ୍ଷଣା ପାଇଁ ଆବେଦନ କରାଯାଏ, ସେତେବେଳେ ପ୍ରଥମେ ପୂର୍ବ ପ୍ରକ୍ରିୟା ଗୁଡ଼ିକୁ କରାଯାଉ । ଏହା ପରେ କୋର୍ଟ ପୂର୍ବ ରୋଜଗାର କିମ୍ବା ଆଦେଶକୁ ଦେଖି ନିଜ ନିଷ୍ପତ୍ତି ଉପରେ ବିଚାର କରିବ ।

କଟକ ବାଣ ଗୋଦାମ ଉପରେ ଚଢାଉ; ଲକ୍ଷାଧିକ ଟଙ୍କାର ବାଣ ଜବତ…

କଟକ: କରୋନା ଯୋଗୁ ରାଜ୍ୟରେ ବାଣ ବିକ୍ରି ଉପରେ କଟକଣା ଲାଗିଛି । ହେଲେ ରାଜ୍ୟରେ କ୍ରମାଗତ ଭାବେ ବାଣ ଗୋଦାମରୁ ବିପୁଳ ମାତ୍ରାରେ ବାଣ ଜବତ ହେଉଛି । ଏହି କ୍ରମରେ କଟକର ୩ଟି ସ୍ଥାନରୁ ବିପୁଳ ପରିମାଣପ ବାଣ ଜବତ ହୋଇଛି । କମିଶନରେଟ୍ ପୋଲିସ ବାଣ ଗୋଦାମ ଉପରେ ଚଢାଉ କରିଛି । କଟକ ଜଗତପୁରର ପଦ୍ମପୁର, ମାଜନପୁର ଓ ତ୍ରିଲୋଚନପୁରରେ ଥିବା ବାଣ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି ।

ସଂପୃକ୍ତ ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖିଛି । ଉଲ୍ଲେଖଯୋଗ୍ୟ ଯେ, କଟକରୁ କ୍ରମାଗତ ଭାବେ ବାଣ ଗୋଦାମ ଉପରେ ଚଢାଉ ହେବା ବାଣ ଜବତ ହେଉଛି । କିଛି ଦିନ ତଳେ ୩ ଲକ୍ଷ ଟଙ୍କାର ବାଣ ଖାନନଗର ଅଞ୍ଚଳରୁ ଜବତ ହୋଇଥିଲା ।

ଜେଲରେ ରହି ୮ବର୍ଷ ଭିତରେ ହାସଲ କଲେ ୩୧ଟି ଡିଗ୍ରୀ, ଜେଲରୁ ମୁକୁଳିବା ପରେ ମିଳିଲା ସରକାରୀ ଚାକିରି

ଅହମ୍ମଦାବାଦ: ସାଧାରଣତଃ ଜେଲ ଯିବା ପରେ କଏଦୀମାନେ ଜୀବନରେ ନିରାଶ ହୋଇଯାଆନ୍ତି । ବହୁତ କମ୍ ଜଣ ଅଛନ୍ତି ଯେଉଁମାନେ ଜେଲ ଯିବା ପରେ ନିଜର ଭବିଷ୍ୟ ତିଆରି କରିବାକୁ ଲାଗିପଡ଼େ । ଗୁଜୁରାଟର ଭବନଗରରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଭାନୁଭାଇ ପଟେଲ ଜେଲରେ ରହି ୮ ବର୍ଷରେ ୩୧ ଡିଗ୍ରୀ ହାସଲ କରିଛନ୍ତି । ଜେଲରୁ ମୁକୁଳିବା ମାତ୍ରେ ତାଙ୍କୁ ସରକାରୀ ଚାକିରି ଅଫର ମଧ୍ୟ ମିଳିଥିଲା। ଚାକିରି ପରେ ୫ ବର୍ଷରେ ସେ ଆହୁରି ୨୩ ଡିଗ୍ରୀ ହାସଲ କରିଥିଲେ । ଯାହା ପରେ ଭାନୁଭାଇ ପଟେଲଙ୍କ ନାଁ ଲିମକା ବୁକ୍ ଅଫ୍ ରେକର୍ଡସ, ଏସିଆ ବୁକ୍ ଅଫ୍ ରେକର୍ଡସ, ୟୁନିକ୍ ୱାର୍ଲ୍ଡ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍, ୟୁନିଭର୍ସାଲ୍ ରେକର୍ଡ ଫୋରମ୍ ଏବଂ ଏପରିକି ୱାର୍ଲ୍ଡ ରେକର୍ଡ ଇଣ୍ଡିଆରେ ରେକର୍ଡ କରାଯାଇଛି ।

କାହିଁକି ହୋଇଥିଲା ଜେଲ୍ ?

୫୯ ବର୍ଷରେ ଭାନୁଭାଇ ପଟେଲ, ଭବନଗରର ମହାଭା ତହସିଲର ବାସିନ୍ଦା । ଅହମ୍ମଦାବାଦର ବିଜୁ ମେଡିକାଲ କଲେଜରୁ ଏମବିବିଏସ ଡିଗ୍ରୀ ହାସଲ କରିବା ପରେ ସେ ୧୯୯୨ରେ ଆମେରିକାରେ ଡାକ୍ତରୀ ଡିଗ୍ରୀ ପାଇଁ ଯାଇଥିଲେ । ଏଠାରେ ତାଙ୍କର ଜଣେ ବନ୍ଧୁ ଛାତ୍ର ଭିସାରେ ଆମେରିକାରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ଦରମା ଭାନୁଭାଇଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଥିଲେ। ଏହି କାରଣରୁ ତାଙ୍କୁ ବୈଦେଶିକ ବିନିମୟ ନିୟମାବଳୀ (FERA) ଆଇନ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ହୋଇଥିଲା । ୫୦ ବର୍ଷ ବୟସରେ ତାଙ୍କୁ ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେଣୁ ୧୦ ବର୍ଷ ହେବ ଅହମ୍ମଦାବାଦ ଜେଲରେ ରହିଛନ୍ତି ଭାନୁଭାଇ ।

ସାଧାରଣତଃ ଜେଲକୁ ଯାଉଥିବା ବ୍ୟକ୍ତି ସରକାରୀ ଚାକିରି ପାଆନ୍ତି ନାହିଁ । ତେବେ ଜେଲରୁ ମୁକୁଳିବା ପରେ ଭାନୁଭାଇ ପଟେଲ ଆମ୍ବେଦକର ବିଶ୍ୱବିଦ୍ୟାଳୟରୁ ଚାକିରି ଅଫର ପାଇଥିଲେ । ଚାକିରି ପରେ ୫ ବର୍ଷରେ ଭାନୁଭାଇ ଆହୁରି ୨୩ ଡିଗ୍ରୀ ହାସଲ କରିଥିଲେ । ଏମିତି ଭାବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୫୪ଡିଗ୍ରୀ ନେଇଛନ୍ତି ।

ଜେଲରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା ଅଧିକ

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ଏକ ରିପୋର୍ଟ ଅନୁଯାୟୀ ଗୁଜୁରାଟ ଜେଲରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା ଅଶିକ୍ଷିତଙ୍କ ଅପେକ୍ଷା ଅଧିକ। ଏଥି ମଧ୍ୟରେ ସ୍ନାତକ, ଇଞ୍ଜିନିୟର, ପୋଷ୍ଟ ଗ୍ରାଜୁଏଟ୍ କଏଦୀ ଅନ୍ତର୍ଭୁକ୍ତ ରହିଛନ୍ତି । ପରିସଂଖ୍ୟାନ ଅନୁଯାୟୀ ଗୁଜୁରାଟର ଜେଲରେ ୪୪୨ ସ୍ନାତକ, ୧୫୦ ବୈଷୟିକ ଡିଗ୍ରୀ-ଡିପ୍ଲୋମା, ୨୧୩ ପୋଷ୍ଟ ସ୍ନାତକ ଅଛନ୍ତି । ହତ୍ୟା ଏବଂ ଅପହରଣ ଅପରାଧରେ ଅଧିକାଂଶ ଅଭିଯୁକ୍ତ ଦଣ୍ଡ ଭୋଗୁଛନ୍ତି ।

ମେଲାଣି ନେବେ ମା ଅନ୍ନପୂର୍ଣ୍ଣା; ଢେଙ୍କାନାଳରେ କୋଭିଡ୍ କଟକଣାରେ ବିସର୍ଜନ…

ଢେଙ୍କାନାଳ: ମା ଅନ୍ନପୂର୍ଣ୍ଣାଙ୍କ ବିସର୍ଜନର ସମୟ ଆସିଛି । ଆଜି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ । ନିରାଡମ୍ୱର ଭାବେ ୩୮ଟି ପୂଜା କମିଟିରେ ମାଙ୍କର ପୂଜାର୍ଚ୍ଚନା ହେଉଛି । ୧୦ ଦିନର ନିରାଡମ୍ୱର ଯାତ୍ରା ପରେ ଆଜି ମାଙ୍କୁ ମେଲାଣି ଦିଆଯିବ । ଏଥିନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିଛି । ବିନା ବାଜା ଓ ଡିଜେରେ କେବଳ ପରମ୍ପରା ସାରିବା ଉପରେ ଧ୍ୟାନ ଦେଇଛି ଜିଲ୍ଲା ପ୍ରଶାସନ ।

ସକାଳ ୮ରୁ ଦିନ ୨ ଟା ଭିତରେ ମାଙ୍କ ବିସର୍ଜନ ହେବ । ମଣ୍ଡପ ପାଖରେ ଥିଲା ପୋଖରୀରେ ବିସର୍ଜନ କରିହେବ । ଆଇନ-ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଛି । ପୂଜା କମିଟିକୁ ଏନେଇ ସମସ୍ତ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ମାଙ୍କର ବିସର୍ଜନ ପୂଜା ଶେଷ ହୋଇଛି ।