spot_img
Home Blog Page 6471

ଦେଶରେ ବେକାବୁ କରୋନା: ୨୪ ଘଣ୍ଟା ମଧ୍ୟରେ ୭୮ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ୯୭୧ ମୃତ

ନୂଆଦିଲ୍ଲୀ: ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କରୋନାଭାଇରସ୍ ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି ରବିବାର ଦିନ ଦେଶରେ କରୋନା ମାମଲା ୩୫ ଲକ୍ଷ ଅତିକ୍ରମ କରିଛି। ଏହା ସହିତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ମାମଲା ସହ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି ୱାର୍ଲ୍ଡମିଟର ଅନୁଯାୟୀ, ଗୋଟିଏ ଦିନରେ ଭାରତରେ ପ୍ରାୟ ୮୦ ହଜାର ନୂଆ କରୋନା ମାମଲା ରିପୋର୍ଟ ହୋଇଛି ଏବଂ ୯୭୧ ଜଣ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି । ଏହାପୂର୍ବରୁ ଆମେରିକାରେ ୨୪ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ୭୮୫୮୬ କେସ୍ ରେକର୍ଡ କରାଯାଇଥିଲା।

ଗତ କିଛି ଦିନ ହେବ ଦେଶରେ ୭୬ ହଜାରରୁ ଅଧିକ ନୂଆ ମାମଲା ଆସୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରବିବାର ଦିନ ଦେଶରେ ଏକ ରେକର୍ଡ ୭୮.୭୬୧ ମାମଲା ରୁଜୁ ହୋଇଛି । ଏହାପୂର୍ବରୁ ଶନିବାର ଦିନ, ୨୪ ଘଣ୍ଟା ମଧ୍ୟରେ ୭୬,୪୭୨ ନୂତନ ମାମଲା ରେକର୍ଡ ହୋଇଥିବାବେଳେ ଶୁକ୍ରବାର ଦିନ ୨୪ ଘଣ୍ଟାରେ ୭୭,୨୬୬ ଟି ନୂଆ ମାମଲା ରେକର୍ଡ କରାଯାଇଛି। ପରିସଂଖ୍ୟାନ କହୁଛି ଯେ କରୋନା ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି । ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ସେପ୍ଟେମ୍ବରରୁ ଦେଶରେ ଅନଲକ୍ ଆରମ୍ଭ ହେବାକୁ ଯାଉଛି

ଦିଲ୍ଲୀରେ କରୋନା କହର-

ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଉଛି ରବିବାର ଦିନ ରାଜଧାନୀରେ ୨,୦୨୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ଏଥିସହିତ ୧୨୪୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି୫୦ ଦିନ ମଧ୍ୟରେ ସର୍ବାଧିକ ନୂତନ କେସ୍ ରେକର୍ଡ କରାଯାଇଛିଦିଲ୍ଲୀରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୭୩,୩୯୦ରେ ପହଞ୍ଚିଛିଏଥି ସହିତ ୧,୫୪,୧୭୧ କରୋନା ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତିଦିଲ୍ଲୀରେ କରୋନାରେ ମୃତ୍ୟୁବରଣ କରିଥିବା ମୋଟ ଲୋକଙ୍କ ସଂଖ୍ୟା ୪,୪୨୬କୁ ବୃଦ୍ଧି ପାଇଛି


ମହାରାଷ୍ଟ୍ରରେ କରୋନାର ସର୍ବାଧିକ ମାମଲା-

ମହାରାଷ୍ଟ୍ରରେ କୋଭିଡ ୧୯ରେ ଦିନକରେ ୧୬,୪୦୮ ମାମଲା  ରିପୋର୍ଟ ହୋଇଥିବା ବେଳେ ରବିବାର ଦିନ ମୋଟ ସଂଖ୍ୟା ୭,୮୦,୬୮୯ କୁ ବୃଦ୍ଧି ପାଇଛି । ଏଥି ସହିତ, ୨୯୬ରୁ ଅଧିକ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଏହି ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨୪,୩୯୯କୁ ବୃଦ୍ଧି ପାଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ରବିବାର ଦିନ ମୁମ୍ବାଇରେ ୧,୨୩୭ଟି କରୋନା ମାମଲା ସାମ୍ନାକୁ ଆସିବାବେଳେ ୩୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ମୁମ୍ବାଇରେ ମୋଟ ସଂକ୍ରମଣ ସଂଖ୍ୟା ୧,୪୪,୬୨୬କୁ ବୃଦ୍ଧି ପାଇଛି ।

ମୁମ୍ବାଇରେ ଲତା ମଙ୍ଗେଶକରଙ୍କ ବିଲଡିଂ ସିଲ୍-

ଗାୟିକା ଲତା ମଙ୍ଗେଶକରଙ୍କ ବିଲଡିଂକୁ ସିଲ୍ କରାଯାଇଛି। ବିଏମସି ଦ୍ୱାରା ସିଲ୍ ହୋଇଥିବା ଦକ୍ଷିଣ ମୁମ୍ବାଇର ପେଡର୍ ରୋଡ୍ ପ୍ରଭାସୁଞ୍ଜ ବିଲ୍ଡିଂରେ ଲତା ମଙ୍ଗେଶକର ବାସ କରନ୍ତି। ସୂଚନା ଅନୁଯାୟୀ, ବିଲଡିଂରେ ରହୁଥିବା କିଛି ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି, ଏହା ପରେ ବିଏମସି ସତର୍କତାମୂଳକ ଭାବରେ ବିଲଡିଂକୁ ସିଲ୍ କରିଛି । ତେବେ ଲତାଙ୍କ ପରିବାରରେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ରାଜସ୍ଥାନରେ କରୋନା ରୋଗୀଙ୍କ ସଂଖ୍ୟା ୬୦ ହଜାର ଅତିକ୍ରମ-

ରବିବାର ଦିନ ରାଜସ୍ଥାନରେ କରୋନା ଭାଇରସ କାରଣରୁ ୧୩ ଜଣ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଏହି ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧,୦୪୩ କୁ ବୃଦ୍ଧି ପାଇଛି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୦,୨୭୭କୁ ବୃଦ୍ଧି ପାଇଛି ଯେଉଁଥିରେ ୧,୪୫୦ଟି ନୂଆ ମାମଲା ରହିଛି ।

 

ସୁସ୍ଥ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ୧୨ ଦିନ ପରେ ଏମ୍ସରୁ ହେଲେ ଡିସଚାର୍ଜ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଆଜି AIIMS ରୁ ଡିସଚାର୍ଜ କରାଯାଇଛି। ଗତକାଲି AIIMS ଏକ ବିବୃତ୍ତି ଜାରି କରି କହିଛି ଯେ ଗୃହମନ୍ତ୍ରୀ ଅମିତ ଶାହା ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଶୀଘ୍ର ଡିସଚାର୍ଜ କରାଯିବ। ସାମାନ୍ୟ ଜ୍ୱର ପରେ ଅମିତ ଶାହାଙ୍କୁ ଅଗଷ୍ଟ ୧୮ ତାରିଖରେ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ ସେ ଚିକିତ୍ସିତ ହେଉଥିଲେ ।

ସୂଚନାଯୋଗ୍ୟ, ଅଗଷ୍ଟ ୨ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ଭାଇରସ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ଅଗଷ୍ଟ ୧୪ରେ ତାଙ୍କୁ ମେଦାନ୍ତ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଏହା ପରେ ସେ ହୋମ ଆଇସୋଲେସନରେ ରହିଥିଲେ।

କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ‘ମୋର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ  ଆସିଛି । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଏହି ସମୟରେ ଯେଉଁମାନେ ମୋର ସ୍ୱାସ୍ଥ୍ୟ ପାଇଁ ମୋତେ ଶୁଭେଚ୍ଛା ଜଣାଇ ମୋତେ ଏବଂ ମୋ ପରିବାରକୁ ଆଶୀର୍ବାଦ ଦେଇଛନ୍ତି । ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।

କରୋନା ନେଗେଟିଭ ହେବାର ଚାରି ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାମାନ୍ୟ ଜ୍ୱରର ଅଭିଯୋଗ କରିଥିଲେ । ଏହା ପରେ, ଅଗଷ୍ଟ ୧୮ରେ ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା । AIIMS ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ। ତାଙ୍କର ସାମାନ୍ୟ ଜ୍ୱର ହୋଇଥିଲା, ଯାହା ପରେ ତାଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଡାକ୍ତରଖାନାରୁ ମନ୍ତ୍ରଣାଳୟର କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ୧୨ ଦିନର ଚିକିତ୍ସା ପରେ, ସେ AIIMS ରୁ ଡିସଚାର୍ଜ ହୋଇଛନ୍ତି ।

କମୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବନ୍ଦ ହେଲା ଆଉ ୪ଟି ଗେଟ

ଭୁବନେଶ୍ୱର : କମିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ପରିସ୍ଥିତିକୁ ନଜରରେ ରଖି  ହୀରାକୁଦ ଜଳଭଣ୍ଡାରରେ ବନ୍ଦ ହୋଇଛି ଆଉ ୪ଟି ଗେଟ । ଏବେ ୩୬ଟି ସ୍ଲୁଇସ୍ ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଜଳଭଣ୍ଡାରର ବିପଦ ସଂକେତ ୬୩୦ ଥିବା ବେଳେ ଏବେ ୬୨୭.୨୯ ରହିଛି ଜଳସ୍ତର । ଜଳଭଣ୍ଡାରକୁ ୪ ଲକ୍ଷ ୯୪ ହଜାର ୯୪ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩୬ଟି ସ୍ୱିସଗେଟ ଦେଇ ୬ଲକ୍ଷ ୬୫ ହଜାର ୬୨୪ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପାର୍ଶ୍ୱରୁ ୨୩ଟି ଏବଂ ଦକ୍ଷିଣପାର୍ଶ୍ୱରୁ ୧୩ଟି ସ୍ଲୁଇସଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

ଛତିଶଗଡ଼ରେ ବର୍ଷା କମିବା ପରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ପରିମାଣ ହ୍ରାସ ପାଇଛି । ତେଣୁ ଧୀରେ ଧୀରେ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯିବ । ଆଜି ଧୀରେ ଧୀରେ ମୁଣ୍ଡଳିରେ କମିବ ଜଳ ପ୍ରବାହ । ଏହା ପରେ କେନ୍ଦ୍ରାପଡ଼ା ଓ ପୁରୀରେ ମଧ୍ୟ ଜଳ ପ୍ରବାହ କମିବ । ମହାନଦୀରେ ବନ୍ୟା ଆସିବା ଫଳରେ କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି ।

ପୁରୀରେ ଦୟା, ଭାର୍ଗବୀ ପାଇଁ କଣାସ, ଡେଲାଙ୍ଗର ବହୁ ଗାଁ ଜଳମଗ୍ନ ରହିଛି। ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ଼ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ରାଜ୍ୟର ୨୦ ଜିଲ୍ଲାର ୧୧୨ଟି ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୧୭ଜଣଙ୍କ ମୃତ୍ୟୁ ହୋଇଛି। ଯେକୌଣସି ସ୍ଥିତି ପାଇଁ ଅଗ୍ନିଶମ, ଓଡ୍ରାଫ, ଏନ୍‌ଡିଆର୍‌ଏଫ୍ ଟିମ୍ ତୟାର ଅଛନ୍ତି, ପ୍ରଶାସନ ମଧ୍ୟ ପ୍ରସ୍ତୁତ ରହିଛି । ସେପଟେ ବର୍ଷା କମିବା ପରେ ସୁଧୁରୁଛି ସୁବର୍ଣ୍ଣରେଖା, ବୈତରଣୀ, ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି । ବିପଦ ସଂକେତ ତଳେ ରହିଛି ଜଳସ୍ତର ।

ଆସନ୍ତାକାଲିଠୁ ପୁଣି ବର୍ଷା, ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ଆସନ୍ତାକାଲିଠୁ ପୁଣି ବର୍ଷା । ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଜପତି, ରାୟଗଡା ,କନ୍ଧମାଳ, ଭଦ୍ରକକୁ ସତର୍କତା ଜାରି କରାଯାଇଛି । ଏହାସହ ଆସନ୍ତା ୨ ତାରିଖରେ କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଗଜପତି, ରାୟଗଡା, ମାଲକାନଗିରି, ଯାଜପୁରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨ ତାରିଖ  ସନ୍ଧ୍ୟାରେ ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

Japur Flood

ପୂର୍ବ କିଛି ଦିନ ହେବ ଲଗାଣ ବର୍ଷା ଯୋଗୁଁ ରାଜ୍ୟ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆଜି ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବେ । ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ ଏନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଗତ ତିନି ଭିତରେ ଓଡ଼ିଶା ଏବଂ ଛତିଶଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଏହା ପ୍ରଭାବରେ ସୁବର୍ଣ୍ଣ ରେଖା, ବୁଢାବଳଙ୍ଗ, ମହାନଦୀରେ ବନ୍ୟା ସୃଷ୍ଟି ହୋଇଛି ।

ମହାନଦୀରେ ଏବେ ୯.୧୧ ଲକ୍ଷ କ୍ୟୁସେକ ପାଣି ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାରରୁ ଏବେ ୭.୬ ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟାଜଳ ନିଷ୍କାସନ ହେଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ତିନୋଟି ଗେଟ୍ ବନ୍ଦ କରାଯାଇଛି । ଏବେ ମାତ୍ର ୪୩ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଆଗକୁ ଆଉ ଗେଟ୍ ବନ୍ଦ କରାଯିବ କି ନାହିଁ ସେ ନେଇ ଜଳ ସମ୍ପଦ ବିଭାଗ ନିଷ୍ପତ୍ତି ନେବ ।

ମହାନଦୀ ବନ୍ୟାଜଳ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାର ୩ଟି ବ୍ଲକ ପ୍ରଭାବିତ ହେବ । ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳ ଓ ପୁରୀ ଜିଲ୍ଲା ପ୍ରଭାବିତ ହେବ । ସେହିଭଳି କଟକର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟର ବିଭିନ୍ନ ସ୍ଥାନରେ ୩୬ଟି ଘାଇ ବନ୍ୟାରେ ସୃଷ୍ଟି ହୋଇଛି । ତେବେ, ଗୋଟିଏ ସ୍ଥାନରେ ମନ୍ୟୁଷକୃତ ନଦୀବନ୍ଧ ଭଙ୍ଗାଯିବା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

ତାମିଲନାଡୁରେ ସେପ୍ଟେମ୍ବର ୩୦ ଯାଏଁ ବଢିଲା ଲକଡାଉନ୍, କୋହଳ ହେଲା କଟକଣା

ତାମିଲନାଡୁ: ତାମିଲନାଡୁରେ ସେପ୍ଟେମ୍ବର ୩୦ ତାରିଖ ଯାଏଁ ବଢିଲା ଲକଡାଉନ୍ । ବଢୁଥିବା କରୋନା ପ୍ରକୋପକୁ  ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଇ ପାଲାନିସାମି । ତେବେ ସେପ୍ଟେମ୍ବର ମାସର ରବିବାରରେ ସମ୍ପୂର୍ଣ୍ଣ ଭାବେ ଲକଡାଉନ୍ ଲାଗୁ ହେବ ନାହିଁ । ଏଥି ସମେତ ଆନ୍ତଃଜିଲ୍ଲା ପାଇଁ ଇ-ପାସ୍ ପ୍ରକ୍ରିୟାକୁ ରଦ୍ଦ କରିଦିଆଯାଇଛି । ରାଜ୍ୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ, ହୋଟେଲ ଓ ରିସର୍ଟ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ତାମିଲନାଡୁ ସରକାର । କରୋନା ପାଇଁ ସାରା ଦେଶରେ ଲାଗୁ ହୋଇଛି ଅନଲକ୍ ୪.୦ । ଏଭଳି ସ୍ଥଳେ ଆସନ୍ତା ୩୦ତାରିଖ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି ତାମିଲନାଡୁ ସରକାର ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ମାସରେ ରବିବାର ଦିନ ସମ୍ପୂର୍ଣ୍ଣ ତାଲା ପଡ଼ିବ ନାହିଁ । ଏହା ବ୍ୟତୀତ ଜିଲ୍ଲା ମଧ୍ୟରେ ଗତିବିଧି ପାଇଁ ଇ-ପାସ୍ ଆବଶ୍ୟକ ହେବ ନାହିଁ । ସମସ୍ତ ପୂଜାପାଠ, ହୋଟେଲ ଏବଂ ରିସର୍ଟ ଖୋଲିବାକୁ ଅନୁମତି ମଧ୍ୟ ଦିଆଯାଇଛି। ତେବେ ତାମିଲନାଡୁରେ ଗତ କାଲି ତଥା ରବିବାର ଦିନ ୬,୪୯୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି ଏବଂ ୯୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ ତାମିଲନାଡୁର ମୋଟ ସଂକ୍ରମଣ ମାମଲା ଚାରି ଲକ୍ଷରୁ ଅଧିକ ହୋଇଛି । ଏଠାରେ ସକ୍ରିୟ ମାମଲା ସଂଖ୍ୟା ୫୨,୭୨୧ ରହିଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୭,୨୩୧କୁ ବୃଦ୍ଧି ପାଇଛି ।

 

ଏହି ସବୁ ରାଶିର ଲୋକଙ୍କର ଆଜି ପ୍ରେମ ସମ୍ପର୍କକୁ ନେଇ ବଢିବ ଚିନ୍ତା…

ଆଜିର ପଞ୍ଚାଙ୍ଗ:

ଅଗଷ୍ଟ ୩୧, ୨୦୨୦, ସୋମବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ସିଂହ ୧୬ ଦିନ, ଭାଦ୍ରବ ଶୁକ୍ଲ ତ୍ରୟୋଦଶୀ ତିଥି

– ମକର ରାଶିରେ ରହିବେ ଚନ୍ଦ୍ର

– ଶ୍ରବଣା ନକ୍ଷତ୍ର

– ଘାତଚନ୍ଦ୍ର- ସିଂହ ରାଶି ପୁରୁଷମାନଙ୍କ ପାଇଁ

– ଘାତ ବାର – ମିଥୁନ ରାଶି ପାଇଁ ଘାତବାର

ଯୋଗିନୀ ପଶ୍ଚିମ ଦିଗରେ ରହିବେ

ତେଣୁ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ

– ଶୁଭ ସମୟ –

ସକାଳ ୮ ଟା ୪୫ ମିନିଟ୍ ଠାରୁ ଦିନ ୧୦ ଟା ୪୫ ମିନିଟ୍

ଦିନ ୧ ଟା ୧୫ ମିନିଟ୍ ଠାରୁ ଦିନ ୨ ଟା ୫୦ ମିନିଟ୍

– ଅଶୁଭ ସମୟ –

ସକାଳ ୭ ଟା ଠାରୁ ସକାଳ ୮ ଟା ୩୦ ମିନିଟ୍ ପର୍ଯ୍ୟନ୍ତ

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- କାମରେ ସଫଳତା ମିଳିବ,ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ

ଦ୍ୱିଜା ନକ୍ଷତ୍ର – ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ, ପ୍ରେମ ସଂପର୍କକୁ ନେଇ ଚିନ୍ତା ବଢିବ

କୃତ୍ତିକା ନକ୍ଷତ୍ର – ନୂଆ କାମ ଆରମ୍ଭ ପାଇଁ ଦିନ ଭଲ ରହିଛି, ନିଜ ଚେଷ୍ଟାରେ ସଫଳ ରହିବେ

ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର – ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ସହଯୋଗ ମିଳିବ, ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ

ରୋହିଣି ନକ୍ଷତ୍ର – ନିଜ ବ୍ୟବହାର ପାଇଁ ସମାଲୋଚିତ ହେବେ, ସତର୍କ ହୋଇ ଚଳନ୍ତୁ

ମୃଗଶିରା ନକ୍ଷତ୍ର – କାର୍ଯ୍ୟରେ ସଫଳତା ପାଇଁ ଅନ୍ୟର ସହଯୋଗ ମିଳିବ, ପରିସ୍ଥିତିରେ ସୁଧାର ଆସିବ

ମା’ଲକ୍ଷ୍ମୀଙ୍କୁ ଲବଙ୍ଗ, ମିଶ୍ରି ଭୋଗ ଲାଗି କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ସମୟ ପୂର୍ବରୁ କାର୍ଯ୍ୟ ସଫଳ ହୋଇଯିବ, ବଡ ସଫଳତା ମିଳିପାରେ

ଆର୍ଦ୍ରା ନକ୍ଷତ୍ର – ସହକର୍ମୀଙ୍କର ସହଯୋଗ ମିଳିବ,ଆଗକୁ ବଢିବା ପାଇଁ ପ୍ରେରଣା ମିଳିବ

ପୂନର୍ବସୁ ନକ୍ଷତ୍ର – କାର୍ଯ୍ୟରେ ବାଧା,ପ୍ରତିବନ୍ଧକ ଆସିବ, ଦାୟିତ୍ୱ ନିର୍ବାହ କରିବାରେ ବିଫଳ ହେବେ

ପ୍ରଭୁ ଜଗନ୍ନାଥଙ୍କୁ ଦୁର୍ବା ଓ ତୁଳସୀ ଅର୍ପଣ କରନ୍ତୁ

କର୍କଟ ରାଶି

ପୂନର୍ବସୁ ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ମନ ଅଶାନ୍ତ ଓ ଦୁଃଖ ରହିବ

ପୁଷ୍ୟା ନକ୍ଷତ୍ର – ଆପଣଙ୍କ ବ୍ୟବହାରରେ ପରିବାରରେ ଶାନ୍ତି ଫେରି ଆସିବ,ବିଶ୍ୱସ୍ତ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ

ଅଶ୍ଲେଷା ନକ୍ଷତ୍ର – ପୁରା ଦିନଟି ଭଲରେ କଟିବ

ଗରିବ ବ୍ୟକ୍ତିକୁ ଭୋଜନ ଦାନ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଶିକ୍ଷା ଓ କ୍ୟାରିୟର କ୍ଷେତ୍ରରେ ସଫଳତା ପାଇବେ, ନିଷ୍ଠାପର ଭାବରେ ପ୍ରୟାସ ଜାରି ରଖନ୍ତୁ

ପୂର୍ବାଫାଲଗୁନି ନକ୍ଷତ୍ର – ସମୟ ଅଭାବରୁ ପୂର୍ବରୁ ରହିଥିବା କାମରେ ପରିବର୍ତ୍ତନ କରିପାରନ୍ତି

ଉତ୍ତରାଫାଲଗୁନୀ ନକ୍ଷତ୍ର – ନିଜର ଲକ୍ଷକୁ ପୁରା କରିବାକୁ ସୁଯୋଗ ମିଳିବ, ପାରିବାରିକ ସୁଖ ବଢିବ

ଗୁଡ ଖାଇ ଜଳପାନ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନୀ ନକ୍ଷତ୍ର – ସ୍ୱାସ୍ଥ୍ୟ ଭଲ ରହିବ, ବନ୍ଧୁଙ୍କର ସହଯୋଗ ପାଇବେ

ହସ୍ତା ନକ୍ଷତ୍ର – ଆଜି କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟ କଟିବ, ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ

ଚିତ୍ରା ନକ୍ଷତ୍ର – ସମସ୍ତ କାର୍ଯ୍ୟରେ ସଫଳତା ମିଳିବ, ଆର୍ଥିକ ସ୍ଥିତିରେ ସୁଧାର ଆସିବ

ହନୁମାନଙ୍କ ସମ୍ମୁଖରେ କର୍ପୂର ଆଳତୀ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର – ଜୀବନସାଥୀଙ୍କ ବ୍ୟବହାରକୁ ନେଇ ମନ ପ୍ରସନ୍ନ ରହିବ

ସ୍ୱାତୀ ନକ୍ଷତ୍ର – ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ ଆସିବ, ଭଲରେ ସମୟ କଟିବ

ବିଶାଖା ନକ୍ଷତ୍ର – ଖର୍ଚ୍ଚ ବଢିପାରେ , ଜଗି ରଖି ଖର୍ଚ୍ଚ କରନ୍ତୁ, ଗାଡି ଧିରେ ଚଳାଇବେ

ମା’ଦୁର୍ଗାଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର – ନୂଆ କାର୍ଯ୍ୟ ପାଇଁ କିଛି ଯୋଜନା କରିପାରନ୍ତି, ଯାହାକି ସଫଳତା ଆଣିଦେବ

– ଅନୁରାଧା ନକ୍ଷତ୍ର –

– ଦିନଟି ଆନନ୍ଦଦାୟକ ରହିବ, ସବୁ ଚିନ୍ତାରୁ ମୁକ୍ତି ପାଇବେ

ଜ୍ୟେଷ୍ଠା ନକ୍ଷତ୍ର – ବାଧା ଓ ପ୍ରତିବନ୍ଧକ ସତ୍ତ୍ୱେ ଆଗକୁ ବଢିବେ, ବିଳମ୍ବରେ ହେଲେ ମଧ୍ୟ ସଫଳତା ମିଳିବ

ପଶୁପକ୍ଷୀଙ୍କୁ ଖାଦ୍ୟ କିଛି ଦାନ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର – ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ, କିଛି ନୂଆ କଥା ଶିଖିବାକୁ ସୁଯୋଗ ପାଇବେ

ପୂର୍ବଷାଢା ନକ୍ଷତ୍ର – ପର୍ବ ଅପେକ୍ଷା ପରିସ୍ଥିତି ଖରାପ ରହିପାରେ, ସତର୍କ ହୋଇ ଚଳିବେ

ଉତ୍ତରାଷାଢା ନକ୍ଷତ୍ର – ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଦିନଟି ଶୁଭ ରହିବ, ନିଜ କାର୍ଯ୍ୟ ପାଇଁ ପ୍ରଶଂସା ପାଇବେ

ରାମରକ୍ଷା ସ୍ତୋତ୍ର ପାଠ କରନ୍ତୁ, ସମସ୍ୟ ଚିନ୍ତା ଦୁର ହେବ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର – ନିଜ ଚେଷ୍ଟାରେ ସଫଳ ରହିବେ, ଘର କାମରେ ସମୟ କଟିବ

ଶ୍ରବଣା ନକ୍ଷତ୍ର – ଯାହା ବି କିଛି କାର୍ଯ୍ୟ କରିବେ ଅନ୍ୟର ପରାମର୍ଶ ନେଇ କରନ୍ତୁ

ଧନିଷ୍ଠା ନକ୍ଷତ୍ର – ଅନେକ ଦିନ ଧରି ଅଟକି ରହିଥିବା କାମ ସଂପୂର୍ଣ୍ଣ ହେବ

ମା’ଲକ୍ଷ୍ମୀଙ୍କୁ ରସଗୋଲା ଭୋଗ ଲଗାନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର – ଆଜି କିଛି ଭଲ ଖବର ପାଇପାରନ୍ତି, ପୁରା ଦିନଟି  ଖୁସିରେ କଟିବ

ଶତଭିଷା ନକ୍ଷତ୍ର – ପଡୋଶୀଙ୍କ ସହଯୋଗ ପାଇବେ, ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ

ପୂର୍ବଭାଦ୍ର ନକ୍ଷତ୍ର – ମାନସମ୍ମାନ ପ୍ରତି ବିପଦ ରହିଛି,ଜଗିରଖି କଥା କୁହନ୍ତୁ

ଦହି ଖାଇ କାମ ଆରମ୍ଭ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ନିଜର ବ୍ୟବହାରକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ, ସତର୍କ ରୁହନ୍ତୁ

ଉତ୍ତରଭାଦ୍ର ନକ୍ଷତ୍ର – ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଆସିବ, ପରିବାରର ସହଯୋଗ ପାଇବେ

ରେବତୀ ନକ୍ଷତ୍ର – ଆଧ୍ୟାତ୍ମିକ ଦିଗ ପ୍ରତି ଆଗ୍ରହ ବଢିବ, ଖୁସି ଖବର ପାଇବେ

ବ୍ରାହ୍ମଣଙ୍କୁ ଫଳ ଦାନ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935