spot_img
Home Blog Page 6473

ପୁଲୱାମାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଜାରି ରହିଛି ରାତି ଅଧିଆ ସର୍ଚ୍ଚ ଅପରେସନ

ପୁଲୱାମା: ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲା ପମ୍ପୋରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ରାତାରାତି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଏନେଇ ଶୁକ୍ରବାର ଦିନ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଜିଲ୍ଲାର ଲାଲପୋରା ଅଞ୍ଚଳକୁ ଘେରି ଥିଲେ ।

ସର୍ଚ୍ଚ ଅପରେସନ କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେ କହିଛନ୍ତି ଯେ ସର୍ଚ୍ଚ ଅପରେସନ ବେଳେ ପ୍ରଥମେ  ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ ଯେଉଁଥିରେ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ସେ କହିଛନ୍ତି ଯେ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି ।

ସେପଟେ ସୁରକ୍ଷା ବାହିନୀ ରାତିସାରା ଏହି ଅଞ୍ଚଳକୁ ଘେରି ରହିଛି ଏବଂ ଶୁକ୍ରବାର ସକାଳେ ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ସେ କହିଛନ୍ତି ଯେ ନିହତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଉଛି ଏବଂ ତାଙ୍କ ସଂଗଠନର ଅନୁସନ୍ଧାନ କରାଯାଉଛି । ଏବଂ ଅପରେସନ ଏବେ ବି ଜାରି ରହିଛି ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଆସନ୍ତା ବର୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ପୁତିନ

ମସ୍କୋ: ଆସନ୍ତା ବର୍ଷ ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନ ପଦରୁ ଇସ୍ତଫା ଦେଇପାରନ୍ତି । ଏମିତି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ରାଷ୍ଟ୍ରପତି ପାର୍କିନସନ୍ ରୋଗ ସହ ଲଢୁଛନ୍ତି ବୋଲି ସୂଚନା ଦିଆଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ମସ୍କୋର ଜଣେ ରାଜନୈତିକ ବୈଜ୍ଞାନିକ କହିଛନ୍ତି ଯେ, ଋଷର ରାଷ୍ଟ୍ରପତିଙ୍କ ୩୭ ବର୍ଷିୟା ଗର୍ଲଫ୍ରେଣ୍ଡ ଏଲିନା କାବେବା ଏବଂ ତାଙ୍କର ଦୁଇ ଝିଅ ତାଙ୍କୁ ଇସ୍ତଫା ଦେବାକୁ କହୁଛନ୍ତି ।

ସେ କହିଛନ୍ତି ଯେ, ‘ଗୋଟିଏ ପରିବାର ଏମତି ଅଛି, ଯେଉଁମାନଙ୍କ କଥା ପୁତିନଙ୍କ ଉପରେ ପ୍ରଭାବ ପକାଏ । ତେଣୁ ଆସନ୍ତ ବର୍ଷ ଜାନୁଆରୀରେ ପୁତିନ ରାଷ୍ଟ୍ରପତି ପଦବୀ ଛାଡ଼ିବା ନେଇ ଯୋଜନା ସାର୍ବଜନୀନ କରିପାରନ୍ତି । ପୁତିନ ପାର୍କିନସନ‌ରେ ପୀଡିତ ହୋଇପାରନ୍ତି କାରଣ ଏହି ରୋଗର ଲକ୍ଷଣ ନିକଟରେ ରାଷ୍ଟ୍ରପତିଙ୍କ ନିକଟରେ ଦେଖା ଦେଇଥିଲା। ଗୋଟିଏ ଅନୁସନ୍ଧାନ ଦ୍ୱାରା ସମୀକ୍ଷା କରାଯାଇଥିବା ଭିଡ଼ିଓ ଅନୁଯାୟୀ, ପୁତିନ କ୍ରମାଗତ ଭାବରେ ନିଜ ଗୋଡ ହଲାଉଥିବାର ନଜର ଆସିଛନ୍ତି । ପୁତିନଙ୍କ ପଦ ଛାଡ଼ିବା ଖବର ଏକ ଏମିତି ସମୟରେ ଆସିଛି ଯେତେବେଳେ ଋଷର ବିଧାୟକମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରସ୍ତାବିତ ଏକ ଆଇନ ଉପରେ ବିଚାର କରୁଛନ୍ତି ।

ପାର୍କିନସନ୍ ରୋଗ କ’ଣ ?

ପାର୍କିନସନ୍ ରୋଗର ଅର୍ଥ ହେଉଛି ଏକ ମାନସିକ ରୋଗ ଯେଉଁଥିରେ ମାନବ ଶରୀରରେ କମ୍ପନ, ଚାଲିବାରେ ଅସୁବିଧା, ସନ୍ତୁଳନ ଏବଂ ସମନ୍ୱୟ ଭଳି ସମସ୍ୟା ରହିଛି । ପାର୍କିନସନ୍ ରୋଗର ଆରମ୍ଭ ଏକ ସାଧାରଣ ରୋଗ ପରି , ଯାହାକି କିଛି ସମୟ ପରେ ଗମ୍ଭୀର ରୂପ ନେଇଥାଏ । ଏହାର ଲକ୍ଷଣ ବା ଭିନ୍ନ ଭିନ୍ନ ବ୍ୟକ୍ତିଠାରେ ଭିନ୍ନ ଭିନ୍ନ ଭାବରେ ଦେଖାଯାଏ ।

ଦୀର୍ଘ ୮ମାସ ପରେ ଆରମ୍ଭ ହେବ ସ୍ଲଟ୍ ବୁକିଂ, କୋଭିଡ୍ ଲକ୍ଷଣ ଥିଲେ ଲର୍ଣ୍ଣର ଲାଇସେନ୍‌ସ ଟେଷ୍ଟ ପାଇଁ ଅନୁମତି ମିଳିବନି

ଭୁବନେଶ୍ୱର: କରୋନା ପାଇଁ ବନ୍ଦ ଥିବା ଲର୍ଣ୍ଣର୍ସ ଲାଇସେନ୍‌ସ୍‌ ଆରମ୍ଭ ହେବାକୁ ଯାଉଛି । ଦୀର୍ଘ ୮ମାସ ପରେ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ୧୮ରୁ ବନ୍ଦ ଥିବା ଲର୍ଣ୍ଣର୍ସ ଲାଇସେନ୍‌ସ ପରୀକ୍ଷା ପାଇଁ ସ୍ଲଟ୍ ବୁକିଂ ଆସନ୍ତା ୧୨ତାରିଖରୁ ହେବ । ସେହିପରି ୧୬ରୁ ଟେଷ୍ଟ ହେବା ନେଇ ପରିବହନ କମିଶନର ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୧୨ତାରିଖରୁ ଦିନ ୧୧ଟାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ । ପ୍ରତିଦିନ ସକାଳ ୭ଟାକୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଲଟ୍ ବୁକିଂ କରାଯିବ । ପୂର୍ବରୁ ଏଲ୍‌ଏଲ୍‌ ଆବେଦନ କରିଥିବା ବ୍ୟକ୍ତି ହିଁ ସ୍ଲଟ୍ ବୁକିଂ କରିପାରିବେ । ଲର୍ଣ୍ଣର୍ସ ଲାଇସେନ୍‌ସ ଟେଷ୍ଟ ପାଇଁ ୧୫ ମିନିଟ ସମୟ ଦିଆଯିବ ।

କୋଭିଡ୍ ଲକ୍ଷଣ ଥିଲେ ଲର୍ଣ୍ଣର ଲାଇସେନ୍‌ସ ଟେଷ୍ଟ ପାଇଁ ଅନୁମତି ମିଳିବନି । ଆବେଦନକାରୀ ଆରଟିଓ ଅଫିସରେ ୪୫ ମିନିଟରୁ ଅଧିକ ସମୟ ରହିପାରିବେନି । ଟେଷ୍ଟ ପାଇଁ କେବଳ ଆବେଦନକାରୀଙ୍କୁ ଅନୁମତି ମିଳିବ । ଟେଷ୍ଟିଂ ସେଣ୍ଟରରେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ ହେବ ।

ମ୍ୟାଜିକ୍ ନମ୍ବର ନିକଟତର ବିଡେନ୍, ଟ୍ରମ୍ପଙ୍କ ଖାତାରେ ମାତ୍ର ୨୧୪ ଆସନ

ୱାସିଂଟନ୍ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବଢୁଛି ଉତ୍କଣ୍ଠା । ବଦଳିବାକୁ ଯାଉଛି ଦୃଶ୍ୟପଟ୍ଟ, ମ୍ୟାଜିକ୍ ନମ୍ବରର ନିକଟତର ବିଡେନ୍ । ଡୋନାଲ୍‌ଡ ଟ୍ରମ୍ପଙ୍କ ହାତରୁ ଖସିବାରେ ଲାଗିଛି ବାଜି । ବିଡେନ୍‌ଙ୍କୁ ୨୬୪ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କ ଖାତାରେ ୨୧୪ ଆସନ ରହିଛି । ଆମେରିକାରେ ମୋଟ୍ ଆସନ ୫୩୮ ରହିଥିବା ବେଳେ ମ୍ୟାଜିକ୍ ନମ୍ବର ରହିଛି ୨୭୦ ।

ବହୁମତଠାରୁ ମାତ୍ର ୬ଟି ଇଲେକ୍ଟୋରାଲ୍ ଭୋଟ୍ ଦୂରରେ ରହିଛନ୍ତି ବିଡେନ୍ । ଭୋଟ୍ ଗଣତି ଚାଲିଥିବା ବେଳେ ଦୁଇ ଦଳ ମଧ୍ୟରେ ଜୋରଦାର ହେଉଛି ବୟାନବାଜି । ଗଣତିରେ ଗଡ଼ବଡ଼ ଅଭିଯୋଗ ଆଣିଛନ୍ତି ଡୋନାଲ୍‌ଡ ଟ୍ରମ୍ପ । ବୈଧ ଭୋଟ୍ ଗଣତି ହେଲେ ସହଜରେ ଜିତିବେ ବୋଲି ଟ୍ରମ୍ପ କହିଛନ୍ତି । କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଟ୍ରମ୍ପଙ୍କୁ ନିରାଶ ହେବାକୁ ପଡିଛି । ମିସିଗାନ୍ ଓ ଜର୍ଜିଆରେ ଗଣତିରେ ଗଡବଡି ନେଇ ଆବେଦନକୁ କୋର୍ଟ ଖାରଜ କରିଛନ୍ତି । ଏବେ ୪ଟି ରାଜ୍ୟ ଉପରେ ରହିଛି ନଜର ।

ପେନ୍‌ସିଲଭେନିଆ, ଜର୍ଜିଆ, ନର୍ଥ କାରୋଲିନା, ଏରିଜୋନାର ଗଣତି ଉପରେ ସମସ୍ତଙ୍କ ନଜର ରହିଛି । ପେନସିଲଭାନିଆରେ ମୋଟ୍ ଇଲେକ୍ଟୋରାଲ ଭୋଟ୍ ସଂଖ୍ୟା ୨୦ ରହିଛି । ଏଠାରେ ପ୍ରାୟ ୯୪ ପ୍ରତିଶତ କାଉଣ୍ଟିଂ ସରିଥିବା ବେଳେ ଟ୍ରମ୍ପ ଓ ବିଡେନ୍‌ଙ୍କ ମଧ୍ୟରେ କାଣ୍ଟେ କି ଟକ୍କର ଚାଲିଛି । ଜର୍ଜିଆ ଓ ଏରିଜୋନାରେ ବି କଡ଼ା ମୁକାବିଲା ଚାଲିଛି । ନର୍ଥ କାରୋଲିନାରେ ଚିତ୍ର ସ୍ପଷ୍ଟ ହେବା ବାକି ରହିଛି । ସେପଟେ ଚୂଡାନ୍ତ ରେଜଲ୍‌ଟ ପୂର୍ବରୁ ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଡେନ୍ । ଗଣତି ଶେଷ ହେଲେ ସେ ଓ ସିନେଟର କମଳା ହାରିସ ବିଜେତା ଘୋଷଣା ହେବେ ବୋଲି ସେ କହିଛନ୍ତି ।

ପାଦ ଥାପି ଥାପି ଆଶୁଛି ଶୀତ, କନ୍ଧମାଳରେ ପହିଲି ଶୀତର ସ୍ପର୍ଷ

ବାଲିଗୁଡ଼ା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲାରେ ଶୀତର ଲହରୀ । ଜିଲ୍ଲାର ଦାରିଙ୍ଗିବାଡ଼ି, ବାଲିଗୁଡ଼ା,ବେଲଘର, ତୁମୁଡ଼ିବନ୍ଧ,କୋଟଗଡ଼ ଆଦି ଅଞ୍ଚଳରେ ଧିରେଧିରେ ପାରଦ ଖସିବା ସହ ଘନ କୁହୁଡ଼ିର ଆସ୍ଥରଣ ଦେଖିବାକୁ ମିଳୁଛି । କରୋନା କଟକଣା ଯୋଗୁଁ ପାର୍କ, ଷ୍ଟାଡିୟମ ବନ୍ଦ ରହିଥିବା ବେଳେ ସ୍ଥାନୀୟ ଲୋକେ ରାସ୍ତାରେ ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି ।

ଅନ୍ୟପଟେ ଯୁବଗୋଷ୍ଠୀ ନିଜକୁ ଫିଟ୍ ରଖିବା ପାଇଁ ଖୋଲା ପଡ଼ିଆରେ ବ୍ୟାୟାମ କରିବାସହ ଖେଳକୁଦ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାକୁ ଚଳିତବର୍ଷ ଶୀତ ବିଳମ୍ବରେ ଆସିଛି ସତ କିନ୍ତୁ, ଶୀତର ବେସ୍ ମଜା ଉଠାଇବା ପାଇଁ ସମସ୍ତେ ତୟାର୍ । ଶୀତୁଆ ସକାଳକୁ ବେସ୍ ଉପଭୋଗ କରୁଛନ୍ତି ଅଞ୍ଚଳବାସୀ ।

ଅନ୍ୟପଟେ ଘନ କୁହୁଡ଼ି ଯୋଗୁଁ ରାସ୍ତାଘାଟ ଠିକ୍ ଭାବରେ ଦେଖାଯାଉନାହିଁ । ଯାହାଫଳରେ ଗାଡ଼ି ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି । ରାସ୍ତାରେ ମର୍ଣ୍ଣିଂ ଓ୍ୱାକ୍ କରିବା ସମୟରେ ଅଞ୍ଚଳବାସୀ ସତର୍କତା ଅବଲମ୍ବନ କରୁଛନ୍ତି ।

ମାତ୍ର ୩୫ହଜାର ଟଙ୍କାରେ ଆରମ୍ଭ କରନ୍ତୁ ବ୍ୟବସାୟ ହୋଇଯିବେ ଲକ୍ଷପତି !

ନୂଆଦିଲ୍ଲୀ: ଯଦି ଆପଣ ଏକ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି କି ? ଏବଂ ଆପଣଙ୍କ ପାଖରେ ସେତେ ଟଙ୍କା ନାହିଁ ତେବେ ଆପଣଙ୍କ ପାଇଁ  ଏକ ଭଲ ସୁଯୋଗ । ଏକ ଏମିତି ବ୍ୟବସାୟ ଅଛି ଯାହାକୁ କରିବାରେ ଆପଣଙ୍କୁ ସରକାର ମଧ୍ୟ ସାହାଯ୍ୟ କରିବେ ।  ଯଦି ଏମିତି ଏକ ବ୍ୟବସାୟ କରିବାକୁ ଚାହୁଁଛନ୍ତି ଆଜି ଆମେ ଆପଣଙ୍କୁ ଏକ ଏମିତି ବ୍ୟବସାୟ ବିଷୟରେ କହିବୁ, ଯାହା ମାଧ୍ୟମରେ ଆପଣ ରୋଜଗାରକ୍ଷମ ହୋଇପାରିବେ ।

ବର୍ତ୍ତମାନ, ଖରିଫ ୨୦୨୦-୨୧ ପାଇଁ ଧାନ କ୍ରୟ ଚାଲିଛି । ଏହି ଋତୁରେ, ଆପଣ ଏକ ରାଇସ ପ୍ରୋସେସିଇଂ(ଚାଉଳ ପ୍ରକ୍ରିୟାକରଣ) ୟୁନିଟ୍ ଲଗାଇ ରୋଜଗାର କରିପାରିବେ । ଏହି ବ୍ୟବସାୟ ଆରମ୍ଭ କରିବାରେ ସରକାର ସହଯୋଗ କରିବେ। ଯଦି ଆପଣ ଚାହାଁନ୍ତି, ଆପଣ ମୁଦ୍ରା ଋଣ ସାହାଯ୍ୟରେ ଏହି ବ୍ୟବସାୟ ଆରମ୍ଭ କରିପାରିବେ  । ଆସନ୍ତୁ ଜାଣିବା ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ କେତେ ଟଙ୍କା ଲାଗିବ ଏବଂ କେତେ ରୋଜଗାର ହେବ ।

ଆବଶ୍ୟକ ପଡ଼ିବ କେତେ ସ୍ଥାନ ?

ଖଡ଼ି ଆଣ୍ଡ୍ଏ ଭିଲେଜ ଇଣ୍ଡଷ୍ଟ୍ରିଜ କମିଶନ ତରଫରୁ ପ୍ରକଳ୍ପର ଏକ ପ୍ରୋଫାଇଲ୍ ପ୍ରସ୍ତୁତ କରାଯାଇଛି । ଏହି ପ୍ରୋଫାଇଲ ଆଧାରରରେ, ଆପଣ ଆପଣଙ୍କ ପ୍ରକଳ୍ପର ଏକ ରିପୋର୍ଟ ପ୍ରସ୍ତୁତ କରି ଋଣ ପାଇଁ ଆବେଦନ କରିପାରିବେ । ଏହି ରିପୋର୍ଟ ଅନୁଯାୟୀ, ଯଦି ଆପଣ ଏକ ଚାଉଳ ମିଲ୍ ଆରମ୍ଭ କରିବାକୁ ଚାହାଁନ୍ତି, ଯାହାକି ଧାନ ପ୍ରକ୍ରିୟାକରଣ ବା ପେଡ଼ି ପ୍ରୋଶେସି ୟୁନିଟ୍ ମଧ୍ୟ କୁହାଯାଏ ତାହାକୁ କରିବା ଦ୍ୱାରା ଆପଣ ଲାଭବାନ ହୋଇପାରିବେ । ତେବେ ଆପଣଙ୍କୁ ପ୍ରାୟ ୧୦୦୦ ବର୍ଗଫୁଟର ସ୍ଥାନ ଭଡାରେ ନେବକୁ ପଡିବ ।

ଆପଣଙ୍କୁ ଧାନକୁ ସଫା କରିବା, ଧାନକୁ ପଲିସ କରିବା , ଧାନରୁ ଚାଉଳ ପ୍ରସ୍ତୁତ କରିବା , ଚାଉଳକୁ ପଲିସ କରିବା ଆଦିର ଜନ୍ତ୍ରପାତି କିଣିବାକୁ ପଡ଼ିବ । ଆକଳନ କରାଯାଇଛି ଯେ ଏସବୁ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ, ଏହା ବ୍ୟତୀତ ପ୍ରାୟ ୫୦ ହଜାର ଟଙ୍କାକୁ କାର୍ଯ୍ୟର ପୁଞ୍ଜି ଭାବରେ ରଖିବାକୁ ପଡିବ । ଏହି ଉପାୟରେ ଆପଣ ୩.୫୦ ଲକ୍ଷ ଟଙ୍କାରେ ଏକ ଚାଉଳ ମିଲ୍ ଆରମ୍ଭ କରିପାରିବେ ।

କେତେ ଟଙ୍କା ଖର୍ଚ୍ଚ ହେବ ?

ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ୩.୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହା ବ୍ୟତୀତ, ଯଦି ଆପଣଙ୍କର ବ୍ୟବସାୟରେ ବିନିଯୋଗ କରିବାକୁ ଏତେ ଟଙ୍କା ନାହିଁ, ତେବେ ଆପଣ ଏକ ମୁଦ୍ରା ଋଣ ନେଇପାରିବେ । ସରକାର ଏଥିରେ ୯୦ ପ୍ରତିଶତ ଋଣ ସୁବିଧା ଦିଅନ୍ତି । ତାହା ହେଉଛି, ଆପଣ କେବଳ ୩୫୦୦୦ ଟଙ୍କା ପ୍ରୟୋଗ କରି ଏହି ବ୍ୟବସାୟ ଆରମ୍ଭ କରିପାରିବେ ।

୯୦ ପ୍ରତିଶତ ସମର୍ଥନ ପାଇବେ

ଯଦି ଆପଣ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ପ୍ରଧାନମନ୍ତ୍ରୀ ଏମପ୍ଲୋଏମଣ୍ଟ ଜେନେରେଶନ ପ୍ରୋଗ୍ରାମ (PEGP) ଅଧୀନରେ ଋଣ ପାଇଁ ଆବେଦନ କରିପାରିବେ । ଏହି ଯୋଜନା ଅଧୀନରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଦିଆଯାଏ  । ଋଣ ଅନଲାଇନରେ ପ୍ରୟୋଗ ହୋଇପାରିବ । ଏନେଇ ସମସ୍ତ ତଥ୍ୟ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ – https://www.kviconline.gov.in/pmegpeportal/jsp/pmegponline.jsp

କେମିତ ରୋଜଗାର କରିବେ?

ପ୍ରକଳ୍ପ ଅଧୀନରେ, ଆପଣ ପ୍ରାୟ ୩୭୦ କ୍ୱିଣ୍ଟାଲ ଚାଉଳ ପ୍ରକ୍ରିୟାକରଣ ବା ପ୍ରୋସେଶିଂ କରନ୍ତି । ଏହାର ଉତ୍ପାଦନ ମୂଲ୍ୟ ପ୍ରାୟ ୪.୪୫ ଲକ୍ଷ ଟଙ୍କାର ଆସିବ, ଯଦି ଆପଣ ସମସ୍ତ ସାମଗ୍ରୀକୁ ବିକ୍ରୟ କରନ୍ତି, ତେବେ ଆପଣଙ୍କର ବିକ୍ରୟ ପ୍ରାୟ ୫.୫୪ ଲକ୍ଷ ଟଙ୍କାର ହେବ । ତେବେ ଆପଣ ପ୍ରାୟ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

୭୦ କୋଟି ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ, ଠକେଇର ଅମରାବତୀ ସାଜିଛି ଇସ୍ପାତନଗରୀ ରାଉରକେଲା

ରାଉରକେଲା: ମାତିଛନ୍ତି ଜିଏସଟି ଠକ । ଜିଏସଟି ଠକେଇର ଅମରାବତୀ ସାଜିଛି ଇସ୍ପାତନଗରୀ ରାଉରକେଲା । ଦିନକୁ ଦିନ ଜିଏସଟି ଠକଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କୁହାଯାଉଛି ଯେ ପାଖାପାଖି ଶହେରୁ ଅଧିକ ଜିଏସଟି ଠକ ମାତିଛନ୍ତି । ଆଉ ସେମାନଙ୍କ ଟାର୍ଗେଟରେ ରହିଛନ୍ତି ଗରୀବ ଓ ଦଳିତ ଲୋକ । ଗତ ୨୯ ଅକ୍ଟୋବରରେ ଶ୍ରମିକ ଓ ଡ୍ରାଇଭରଙ୍କ ନାଁ ଜିଏସଟି ଲୁଟର ପର୍ଦ୍ଦାଫାସ ହୋଇଥିବା ବେଳେ, ପୁଣି ଆସିଛି ଜିଏସଟି ଠକେଇର ଅଭିଯୋଗ ।

ଏଥର ପୁଣି ରାଉରକେଲାରେ ୭୦ କୋଟିର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ । ଜିଏସଟି ଠକେଇର ଶିକାର ହୋଇଛନ୍ତି ରାଉରକେଲାର ଜଣେ ପାଇପ୍‌ ମିସ୍ତ୍ରିୀ ଭାବେ କାମ କରୁଥିବା ସମୀର ଜୋଜୋ । ସମୀରଙ୍କ ଅଜାଣତରେ ୭୦ କୋଟି ଟଙ୍କାର ହୋଇଛି କାରବାର  ।  ସାଇ ଟ୍ରେଡର୍ସ ସପ ନମ୍ବର ୧୮ ସେକ୍ଟର ୧୮ ଠିକଣାରେ ହୋଇଛି ଠକେଇ ।

ଅଭିଯୋଗ ପରେ ଜିଏସଟି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସମୀରଙ୍କ ଠାରୁ  ପ୍ଲାଣ୍ଟ ଚାକିରି ପାଇଁ ବିଭିନ୍ନ ଡକ୍ୟୁମେଣ୍ଟ ନେବା ପରେ ଏକ ନକଲି କମ୍ପାନୀ ଜିଏସଟି ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଠକଙ୍କୁ ଗିରଫ କରିବା ପାଇଁ ଜିଏସଟି ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ।

ରାଜଧାନୀରେ ଆଦିବାସୀ ନାବାଳିକାକୁ ଦୁର୍ଷ୍କମ ମାମଲା, ଓଏଏସଙ୍କ ଶ୍ୱଶୁରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ଆଦିବାସୀ ନାବାଳିକାକୁ ଦୁର୍ଷ୍କମ ମାମଲା । ଓଏଏସଙ୍କ ଶ୍ୱଶୁର ଗିରଫ କଲା ବାଲିଚନ୍ଦ୍ରପୁର ଥାନା ପୋଲିସ । ଚନ୍ଦ୍ରଶେଖରପୁର ପୋଲିସ ସହାୟତାରେ ଗିରଫ । ଗିରଫ ପରେ ବାଲିଚନ୍ଦ୍ରପୁର ଥାନାକୁ ନେଇ ପଚରାଉଚରା । ତବେ ପଚରାଉଚରା ସମୟରେ ଓଏଏସ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶଶୁର ଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ମେଡିକାଲ ରେ ଭର୍ତି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ଗତ ସମସ୍ୟା ହେତୁ ତାଙ୍କୁ ମେଡିକାଲ ରେ ଭର୍ତି କରା ଯାଇଛି ।

ସୁସ୍ଥ ହେବା ପରେ ହିଁ ତାଙ୍କୁ ଗିରଫ କରା ଯିବ ବୋଲି ସୂଚନା ମିଳିଛି । ଏବେବି ପ୍ରମୋଦ ପୃଷ୍ଟି ଫେରାର ଅଛନ୍ତି । ଗତକାଲି ଏ ନେଇ ଯାଜପୁର ଜିଲ୍ଲା ରେ ବାଲିଚନ୍ଦ୍ରପୁର ଥାନା ଏବଂ SP ଙ୍କ ସହ ଆଲୋଚନା କରି ଫେରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀ ଆୟୋଗ ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ତେବେ ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା ମନରୁ ଲିଭିନଥିବା ବେଳେ ରାଜଧାନୀରେ ଆଉଏକ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆସିଛି । ସମ୍ପୃକ୍ତ ଓଏଏସ୍ ଅଫିସରଙ୍କ ସମେତ ଭୁବନେଶ୍ୱର ଡିସିପି, ଯାଜପୁର ପୋଲିସ ଏବଂ ବିଏମ୍‌ସି କମିଶନରଙ୍କୁ ରିପୋର୍ଟ ଦେବା ପାଇଁ ନୋଟିସ ପଠାଯାଇଥିବା କମିଶନ ଅଧ୍ୟକ୍ଷା କହିଛନ୍ତି ।

ସାଗରକବଚ ସମରାଭ୍ୟାସର ଶେଷ ଦିନ, ଉପକୂଳ ସୁରକ୍ଷା ପାଇଁ ମକ୍ ଡ୍ରିଲ୍

ପାରାଦ୍ୱୀପ: ପାରାଦ୍ୱୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସର ଆଜି ଦ୍ୱିତୀୟ ଦିନ । ଚଳିତବର୍ଷ ସମରାଭ୍ୟାସ ନାମ ସାଗରକବଚ ଓଡିଶା-ୱେଷ୍ଟବେଙ୍ଗଲ ରଖାଯାଇଛି । କୋଷ୍ଟର୍ଗାଡ, ନ୍ୟାଭି, ପାରାଦ୍ୱୀପ ପୋର୍ଟ, ବନବିଭାଗ, ମତ୍ସ୍ୟବିଭାଗ, ପୋଲିସ, ରେଲୱେ ସମେତ ୯ ରୁ ଊର୍ଦ୍ଧ୍ୱ ବିଭାଗକୁ ନେଇ ଚାଲିଛି ସମରାଭ୍ୟାସ ।

ସବୁ ବିଭାଗ ମଧ୍ୟରେ ସମନ୍ୱୟ ସହିତ ବାହ୍ୟ ଶତ୍ରୁଙ୍କୁ ମୁକାବିଲା କରିବା ପାଇଁ କରାଯାଉଛି ଏହି ସମରାଭ୍ୟାସ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତ୍ୟେକ ବର୍ଷ ଉପକୂଳରେ ଏଭଳି ସମରାଭ୍ୟାସ କରାଯାଉଛି । ଚଳିତ ବର୍ଷ ଏହି ସମରାଭ୍ୟାସରେ ଜଣେ ଏଏସପି, ୪ ପ୍ଲାଟୁନ ପୋଲିସ ଫୋର୍ସ, ୪ ଜଣ ଆଇ ଆଇ ସି, ୫ ଜଣ ସବ ଇନସପେକ୍ଟର, ୫ ଏ ସ ଆଇ, ୨୦ କନ୍ସଟେବଲ, ୨୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି ।

ଦୁଇଟି ଟିମ୍ ରେଡ୍ ଓ ବ୍ଲୁ ଗଠନ କରାଯାଇ ଗୋଟିଏ ଟିମ୍ ସନ୍ତ୍ରାସବାଦୀ ଭାବେ ଉପକୂଳରେ ପ୍ରବେଶ ପାଇଁ ଚେଷ୍ଟା କରିବେ ଓ ବ୍ଲୁ ଟିମ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ । ଆଜି ଏହି ସମରାଭ୍ୟାସର ଉଦଯାପନୀ ଦିନ ।

୨୦୧୮ ମସିହା ଆଜିର ଦିନରେ  CRUT  ଆରମ୍ଭ କରିଥିଲା ‘ମୋ ବସ୍‌’ ସେବା

ଭୁବନେଶ୍ୱର: ‘ମୋ ବସ୍‌’ ସେବାକୁ ପୁରିଲା ୨ ବର୍ଷ  । ୨୦୧୮ ମସିହା ଆଜିର ଦିନରେ  CRUT  ଆରମ୍ଭ କରିଥିଲା ‘ମୋ ବସ୍‌’ ସେବା । ରାଜଧାନୀ ତଥା ଭୁବନେଶ୍ୱରରେ ଜନସାଧାରଣଙ୍କ ଯାତାୟାତକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଲୋକାର୍ପିତ କରିଥିଲେ ।  ପ୍ରଥମେ  ‘ମୋ ବସ୍‌’ ୯ଟି ରୁଟରେ ୧୦୦ଟି ଛୋଟ ବଡ଼ ବସ୍ ଯାତାୟାତ କରୁଥିଲା ।

ଏବଂ ୫ଶହ କର୍ମୀଙ୍କୁ ଏହି ସେବାରେ ନିଯୁକ୍ତି ଦିଆଯାଇଥିଲା । ବର୍ତ୍ତବାନ ଏହାକୁ ବୃଦ୍ଧି କରାଇ୨୦୦ ବସ୍‌ ଓ ୨୪ଟି ରୁଟ୍‌ରେ ପହଞ୍ଚିଲାଣି । ସେହିପରି କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ୫ଶହରୁ ୯ଶହକୁ ବୃଦ୍ଧି ପାଇଛି। ବର୍ତ୍ତମାନ ମୋ ବସ ସେବା ଭୁବନେଶ୍ୱର ସମେତ ଖୋର୍ଦ୍ଧା, କଟକ, କୋଣାର୍କ, ପିପିଲି ଓ ପୁରୀରେ ଉପଲବ୍ଧ ହେଉଛି । ହେଲେ କରୋନା କଟକଣା ଯୋଗୁ ବର୍ତ୍ତମାନ ୧୭ଟି ରୁଟରେ ୧୦୯ଟି ବସ ଚଳାଚଳ କରୁଛି ।

ଖୁବଶୀଘ୍ର ‘ମୋ ବସ’ ସେବା ସ୍ୱାଭାବିକ ହେବ । ଏବଂ କରୋନା ଯୋଗୁଁ ସମସ୍ତ କଟକଣାକୁ ଗୁରୁତ୍ୱ ଦେବାସହ ଅନଲାଇନ ଟିକେଟ ଉପରେ ଦିଆଯାଉଛି ଗୁରୁତ୍ୱ । ଏହା ସହ  ଜାନୁଆରୀ ସୁଦ୍ଧା ଅଧିକ ୫୦ଟି ଇ-ବସ ବା ଏଲେକ୍ଟ୍ରିକ ବସ ମୋ ବସ ସେବାରେ ସାମିଲ ହେବ ।