spot_img
Home Blog Page 6478

କରୋନାର ଦ୍ୱିତୀୟ ପ୍ରବାହରେ ଭାଇରସ୍‌ର ନୂଆ ଷ୍ଟ୍ରେନ୍ ରହିଛି, ଯାହା ପୂର୍ବାପେକ୍ଷା ଅଧିକ କ୍ଷତିକାରକ

ଭୁବନେଶ୍ୱର: ଶୀତଦିନେ ଭାଇରଲ ଇନଫେକ୍ସନ ଅଧିକ ହୁଏ ତେଣୁ କରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି ।ଏଥିସହିତ ଶୀତ ଦିନେ ପ୍ରଦୂଷଣ ମାତ୍ରା ଅଧିକ ରୁହେ  ଯାହା କୋଭିଡ-୧୯ ରୋଗକୁ ବଢ଼ାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଶୀତଦିନେ ୟୁରୋପ ଓ ଆମେରିକାରେ ବି ସଂକ୍ରମଣ ବଢୁଛି ତେଣୁ ସମାନ ଚିତ୍ର ଶୀତ ଦିନେ ଭାରତରେ ମଧ୍ୟ ଦେଖିବାକୁ ମିଳିପାରେ । ଏଣୁ ଡିସେମ୍ବର ଦ୍ଵିତୀୟ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଡ. ନିରୋଜ ମିଶ୍ର ।

ଏଥିସହିତ କରୋନା ପରବର୍ତ୍ତୀ ପରିସ୍ଥିତିରେ କ’ଣ କରାଯିବ ସେ ନେଇ ସୂଚିତ କରିଛନ୍ତି ଡ. ନିରୋଜ ମିଶ୍ର । ଦିଲ୍ଲୀ ପରି ଅନେକ ସ୍ଥାନରେ ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯାଇଛି । ଆମ ରାଜ୍ୟରେ ବି ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯିବା ଦରକାର । ଆମର ବି ଏଠି କ୍ୟାପିଟାଲ ହସ୍ପିଟାଲ ସମେତ ଏସସିବି ଓ ସମ ହସ୍ପିଟାଲ ପରି କିଛି ସ୍ଥାନରେ ପୋଷ୍ଟ କୋଭିଡ ହସ୍ପିଟାଲ ଖୋଲାଯାଇ ଲୋକଙ୍କୁ ଟ୍ରିଟେମେଣ୍ଟ କରାଯାଉ । ଯାହାଦ୍ୱାରା ମାନସିକ ସ୍ତରରେ ଦୁର୍ବଳ ହୋଇପଡୁଥିବା ଲୋକମାନଙ୍କ ଚିକିତ୍ସା କରଯାଇ ପାରିବ ବୋଲି ସେ କହିଛନ୍ତି ।

ସେକେଣ୍ଡ ୱେଭରେ ଆସୁଥିବା ଭାଇରସରେ ଏକ ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି ଯାହା ପୂର୍ବ ଅପେକ୍ଷା ଅଧିକ କ୍ଷତି କାରକ । ପୂର୍ବରୁ ଭାଇରସ ଦ୍ୱାରା ଦୁଇ ତିନି ଜଣ ସଂକ୍ରମଣ ହେଉଥିବା ବେଳେ ନୂଆ ଷ୍ଟ୍ରେନରେ ଦେଖାଯାଉଛି କି ୬ ରୁ ୭ ଜଣ ସଂକ୍ରମିତ ହେଉଛନ୍ତି । ଯାହା କି ଏବେ ୟୁରୋପ ଓ ଆମେରିକାରେ ପରିଲକ୍ଷିତ ହୋଇଛି । କିନ୍ତୁ ଆମ ଦେଶରେ ଏ ପର୍ଯ୍ୟନ୍ତ ନୂଆ ଷ୍ଟ୍ରେନର କୌଣସି ରିପୋର୍ଟ ହୋଇନାହିଁ । କିନ୍ତୁ ଆମକୁ ଟିକିଏ ଅଧିକ ସତର୍କ ରହିବାକୁ ପଡିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଦୁର୍ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ମରଶରୀରକୁ ଫେରାଇ ଆଣିଲା ‘ଓଡ଼ିଶା ମୋ ପରିବାର’

0

ଭୁବନେଶ୍ୱର: ସହାୟତାର ହାତ ବଢ଼ାଇଲା ଓଡିଶା ମୋ ପରିବାର । ଗୁରୁଗ୍ରାମରେ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ମୃତ ଶ୍ରମିକ କେନ୍ଦ୍ରାପଡାର ପ୍ରମୋଦ ପରିଡ଼ା । ଅର୍ଥ ଅଭାବରୁ ପ୍ରମୋଦଙ୍କ ମର ଶରୀର ଗାଁକୁ ଆଣିବାକୁ ସମସ୍ୟା ହେଉଥିଲା । ଏହା ଜାଣି ପ୍ରମୋଦଙ୍କ ମର ଶରୀର ନିଜ ଜନ୍ମ ମାଟିକୁ ଫେରାଇ ଆଣିବା ଲାଗି  ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ଓଡ଼ିଶାକୁ ମର ଶରୀର ଫେରାଇ ଆଣିବା ଲାଗି ବ୍ୟବସ୍ଥା କରିଥିଲା ‘ଓଡିଶା ମୋ ପରିବାର’ ।  ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶାରେ ପହଞ୍ଚିଛି ପ୍ରମୋଦଙ୍କ ମର ଶରୀର । ମୋ ପରିବାର ଆବାହକ ଅରୁପ ପଟ୍ଟନାୟକଙ୍କ ଉପସ୍ଥିତରେ ପାରିବାର ଲୋକଙ୍କୁ ହସ୍ତାନ୍ତର ହୋଇଛି ପ୍ରମୋଦଙ୍କ ମୃତଦେହ । ‘ମୋ ପରିବାର’ ପକ୍ଷରୁ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ପ୍ରମୋଦଙ୍କ ପ୍ରାର୍ଥିବ ଶରୀର ତାଙ୍କ ପୈତୃକ ଗାଁକୁ ପଠାଯାଇଛି । ସହାୟତା ଲାଗି ପ୍ରମୋଦଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ।

ଗାଙ୍ଗୁଲି, କୋହଲି ଓ ତମନ୍ନାଙ୍କ ପାଇଁ ଅଡୁଆ: ନୋଟିସ ଜାରି କଲା ମାଡ୍ରାସ ହାଇକୋର୍ଟ

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୮୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୦ଜିଲ୍ଲା ଓ ଷ୍ଟେଟପୁଲରୁ ୧୩୮୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ରୁ ୭୯୮, ଲୋକାଲ କେସ୍ ୫୮୭ । ଖୋର୍ଦ୍ଧାରୁ ସର୍ବାଧିକ ୧୫୯, କଟକରୁ ୧୦୯, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡ଼ରୁ ୯୧, ନୂଆପଡା ଓ ଅନୁଗୁଳରୁ ୮୮ଜଣ ଲେଖାଏଁ, ବଲାଙ୍ଗୀରରୁ ୭୭, କେନ୍ଦୁଝରରୁ ୫୭, ବରଗଡ଼ରୁ ୫୫, ଜଗତସିଂହପୁରରୁ ୫୦, କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୭ହଜାର ୨୭୪ ଥିବା ବେଳେ ଆକ୍ଟିଭ କେସ୍ ୧୩ହଜାର ୭୭୦, ସୁସ୍ଥ ହେଲେଣି ୨ଲକ୍ଷ ୮୨ହଜାର ୭୩ ।

ପୁଣି ବଢ଼ିଲା ସଂକ୍ରମଣ: ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୦ ହଜାରରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କିଛିଦିନର ବ୍ୟବଧାନ ପରେ ପୁଣି ବଢିଲା କରୋନା ସଂକ୍ରମଣ । ଦିନକରେ ଦେଶରେ ୫୦ହଜାର ୨୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୦୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ଲକ୍ଷ ୬୪ହଜାର ୮୬ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୪ହଜାର ୩୧୫ରେ ପହଞ୍ଚିଛି । ଦେଶରେ କରୋନା ଆକ୍ଟିଭ କେସ୍ ୫ଲକ୍ଷ ୨୭ହଜାର ୯୬୨ଥିବା ବେଳେ କରୋନାରୁ ସୁସ୍ଥ ହେଲେଣି ୭୭ଲକ୍ଷ ୧୧ହଜାର ୮୦୯ । ମହାରାଷ୍ଟ୍ରରେ ସର୍ବାଧିକ ୧୬ଲକ୍ଷ ୯୮ହଜାର ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ୪୪ହଜାର ୫୪୮ରେ ପହଞ୍ଚିଛି । କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ୮ଲକ୍ଷରୁ ଅଧିକ ଲେଖାଏଁ କରୋନା ସଂକ୍ରମିତ ଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୧୧ହଜାର ୨୮୧ ଓ ୬ହଜାର ୭୪୪ରେ ପହଞ୍ଚିଛି । ତାମିଲନାଡୁରେ ୭ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୧ହଜାର ୨୪୪ଜଣଙ୍କ ମୃତ୍ୟୁ ହୋଇଛି ।

କରୋନା ସଂକ୍ରମିତ ସାମ୍ୱାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତ

କରୋନା ସଂକ୍ରମିତ ସାମ୍ୱାଦିକ ପ୍ରବୀର ପ୍ରଧାନଙ୍କ ଦେହାନ୍ତ

ଭୁବନେଶ୍ୱର: ବୈଦ୍ୟୁତିକ ଗଣମାଧ୍ୟମର ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନ ଆଉ ନାହାନ୍ତି । କିଛି ଦିନ ତଳେ କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଭେଣ୍ଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ପ୍ରବୀର । ସେ ଜଣେ କ୍ରାଇମ ରିପୋର୍ଟର ଭାବେ ଓଡ଼ିଶାବାସୀଙ୍କ ନିକଟରେ ବେଶ ପରିଚିତ ଥିଲେ ।

ତାଙ୍କର ଏଭଳି ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ, ପ୍ରବୀରଙ୍କ ଏଭଳି ଦୁଃଖଦ ବିୟୋଗ ତାଙ୍କୁ ହତ୍‌ବାକ କରିଦେଇଥିବା ସେ କହିଛନ୍ତି । ଏଥିସହିତ ଏଭଳି କଠିନ ସମୟରେ ତାଙ୍କ ପରିବାର ଲୋଙ୍କୁ ଶକ୍ତି ଦେବାକୁ  ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ଶ୍ରୀ ମଙ୍ଗରାଜ୍ ।

ସାଂସଦ ସସ୍ମିତ ପାତ୍ର ମଧ୍ୟ ପ୍ରବୀରଙ୍କ ଦେହାନ୍ତ ନେଇ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ଦକ୍ଷ ସାମ୍ୱାଦିକ, ପ୍ରବୀରଙ୍କ ବିୟୋଗ ତାଙ୍କୁ ବ୍ୟଥିତ କରିଥିବା ସେ କହିଛନ୍ତି । ଏଥିସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ସସ୍ମିତ । ଏବଂ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

ପିଏନ୍‌ବି ଏଟିଏମ୍ ଲୁଟେରା ଗିରଫ

ଭୁବନେଶ୍ୱର: ପଟିଆ ସ୍ଥିତ ଇନଫୋସିଟି ଥାନା ମ୍ୟାଗନେଟ୍ ଛକ ପିଏନବି ଏଟିଏମରୁ ଲୁଟ୍ ଘଟଣାରେ ପୋଲିସ ଲୁଟାରେକୁ ଗିରଫ କରିଛି । କମିଶନରେଟ୍ ପୋଲିସ କବଜାରେ ଲୁଟାରେ । ଲୁଟ୍ ପଛରେ ରାଜ୍ୟ ବାହାର ଅପରାଧୀଙ୍କ ହାତ ଥିବା ସୂଚନା ମିଲିଥିବା ବେଲେ ପୋଲିସ କମିଶନ ସାମ୍ବାଦିକ ସମ୍ମିଳନୀ କରି ସମ୍ପୁର୍ଣ୍ଣ ତଥ୍ୟ ଦେବେ । ଗତ ମାସ ୧୧ତାରିଖରେ ପିଏନବି ଏଟିଏମ ତାଡି ୨୭ ଲକ୍ଷ ୮୪ ହଜାର ଲୁଟି ନେଇଥିଲେ ଦୁର୍ବୃତ୍ତ ।

ସାରୁଅ ଜମି କେଳେଙ୍କାରୀ: ମୋଦି-ଶାହଙ୍କୁ ଟ୍ୱିଟ୍‌ କରି ବୈଜୟନ୍ତଙ୍କ ଉପରେ ବର୍ଷିଲେ ସାଂସଦ ସସ୍ମିତ ପାତ୍ର

ଡୋନାଲ୍‌ଡ ଟ୍ରମ୍ପଙ୍କ ହାତରୁ ଖସୁଛି ବାଜି: ବହୁମତ ଆଡକୁ ମୁହାଁଉଛନ୍ତି ଜୋ ବିଡେନ୍

ଓ୍ୱାସିଂଟନ: ଆଉ ମାତ୍ର କିଛି ସମୟର ଅପେକ୍ଷା, ଆମେରିକାରେ ଘୋଷଣା ହେବେ ନୂଆ ରାଷ୍ଟ୍ରପତି । ବହୁମତ ଆଡକୁ ମୁହାଁଉଛନ୍ତି ଜୋ ବିଡେନ୍ । ଡୋନାଲ୍‌ଡ ଟ୍ରମ୍ପଙ୍କ ହାତରୁ ଖସୁଛି ବାଜି । ଆମେରିକାରେ ମୋଟ୍ ଆସନ ସଂଖ୍ୟା ୫୩୮ ଥିବା ବେଳେ ମ୍ୟାଜିକ୍ ନମ୍ବର ୨୭୦ ରହିଛି । ୨୬୪ ଇଲେକ୍ଟୋରାଲ ଭୋଟ୍ ସହିତ ବହୁମତଠାରୁ ମାତ୍ର ୬ପାଦ ଦୂରରେ ଅଛନ୍ତି ବିଡେନ୍‌ ।

ସେପଟେ ଟ୍ରମ୍ପଙ୍କ ଖାତାରେ ୨୧୪ ଆସନ ରହିଛି । ନେବାଦା, ପେନ୍‌ସିଲଭେନିଆରେ ଗଣତି ଚାଲିଛି । ଏଠାରେ ଫଳାଫଳ ନିର୍ଣ୍ଣାୟକ ପ୍ରମାଣିତ ହୋଇପାରେ । ଦିନେରୁ ଅଧିକ ସମୟ ଧରି ଚାଲିଥିବା ଭୋଟ୍ ଗଣତି ପରେ ଏବେ ଧିରେ ଧିରେ ଚିତ୍ର ସ୍ପଷ୍ଟ ହେଉଛି । ଓ୍ବିସକନସିନ୍, ମିଶିଗନ୍ ଭଳି ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ବିଡେନ୍ ବାଜିମାତ୍ କରିଛନ୍ତି । ଗତ ନିର୍ବାଚନରେ ଟ୍ରମ୍ପଙ୍କ ଖାତାକୁ ଯାଇଥିଲା ମିଶିଗନ୍ । ସେପଟେ ଓ୍ୱିସ୍‌କନସିନ୍ କେତେକ ସ୍ଥାନରେ ମତଗଣନାରେ ଗଡ଼ବଡ଼ି ନେଇ ଟ୍ରମ୍ପଙ୍କ କ୍ୟାମ୍ପେନ୍ ମ୍ୟାନେଜର ଅଭିଯୋଗ କରିଛନ୍ତି । ସେପଟେ କାଉଣ୍ଟିଂ ଚାଲିଥିବା ବେଳେ ଉଭୟ ବିଡେନ୍ ଓ ଟ୍ରମ୍ପଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି ।

ଗାଙ୍ଗୁଲି, କୋହଲି ଓ ତମନ୍ନାଙ୍କ ପାଇଁ ଅଡୁଆ: ନୋଟିସ ଜାରି କଲା ମାଡ୍ରାସ ହାଇକୋର୍ଟ

ପ୍ୟାରିସ୍ ଆଗ୍ରିମେଣ୍ଟରୁ ଆମେରିକା ବାହାରିଯିବା ନେଇ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି ବିଡେନ୍ । ସମର୍ଥକଙ୍କୁ ବିଜୟ ନେଇ ଭରସା ଦେଇଛନ୍ତି ବିଡେନ୍ । ଏହା ଆମେରିକାବାସୀଙ୍କର ତଥା ଗଣତନ୍ତ୍ରର ବିଜୟ ହେବ ବୋଲି ବିଡେନ୍ ଟ୍ବିଟ୍ କରିଛନ୍ତି । ଏପଟେ ଜୋ ବିଡେନଙ୍କ ପ୍ରତି ବଢୁଥିବା ସମର୍ଥନ ଦେଖି ଏକ ପ୍ରକାର ଛାନିଆ ହୋଇଗଲେଣି ଡୋନାଲ୍ଡ ଟ୍ରମ୍ପ । କ୍ଷମତା ବଞ୍ଚାଇବାକୁ ଆଇନଗତ ଲଢେଇ ପାଇଁ ପ୍ରସ୍ତୁତି କରୁଛନ୍ତି । ଟ୍ରମ୍ପଙ୍କ ପ୍ରଚାର ଟିମ୍ ସଦସ୍ୟ ବାକି ଥିବା ରାଜ୍ୟରେ ମତଗଣନା ରୋକିବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଜର୍ଜିଆରେ ବିଳମ୍ବରେ ଆସିଥିବା ୫୩ଜଣ ଭୋଟରଙ୍କୁ ବି ମତଦାନ ପାଇଁ ସୁଯୋଗ ଦିଆଯାଇଥିବା ଟ୍ରମ୍ପଙ୍କ ଟିମ୍ ଅଭିଯୋଗ କରିଛି । ନିର୍ବାଚନ ଅଧିକାରୀ ଡେମୋକ୍ରାଟିକ୍ ପାର୍ଟିକୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି । ସେପଟେ କୋର୍ଟରେ ଟ୍ରମ୍ପଙ୍କ ଟିମ୍‌ର ସାମନା କରିବାକୁ ପ୍ରସ୍ତୁତ ଥିବା ବିଡେନ୍‌ଙ୍କ ଲିଗାଲ୍ ଟିମ୍‌ କହିଛି।

ସାରୁଅରେ ଠିକା କର୍ମଚାରୀଙ୍କ ଧାରଣା ଜାରି: ରାଜରାସ୍ତାକୁ ଓହ୍ଲାଇବା ନେଇ ଦଳିତ ମହାସଭାର ଚେତାବନୀ

ଖୋର୍ଦ୍ଧା: ସାରୁଅ ଓଟିଭି ଷ୍ଟୁଡିଓ ସାମନାରେ ଠିକା କର୍ମଚାରୀଙ୍କ ଧାରଣା ପଞ୍ଚମ ଦିନରେ ପହଞ୍ଚିଛି। ଖରାତରାରେ ଫାଟକ ସମ୍ମୁଖରେ ୫ ଦଫା ଦାବିରେ ପାଲ ଟାଣି ପଡ଼ି ରହିଛନ୍ତି ପୁରୁଷ ଓ ମହିଳା କର୍ମଚାରୀ । ନ୍ୟାୟ ଦାବିରେ ବସି ରହିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଆଡ଼ ଆଖିରେ ଅନାଉନାହାନ୍ତି । ଆନ୍ଦୋଳନକାରୀଙ୍କ ସ୍ୱରରେ ସ୍ୱର ମିଳାଇ ଧାରଣାରେ ସାମିଲ ହୋଇଛି ରାଷ୍ଟ୍ରୀୟ ଦଳିତ ମହାସଭା। ଠିକା ଶ୍ରମିକମାନଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି । ଜମି ଏବଂ ସେମାନଙ୍କ ପ୍ରାପ୍ୟ ତୁରନ୍ତ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହାସଭା ।

ସାରୁଅ ଜମି କେଳେଙ୍କାରୀ: ମୋଦି-ଶାହଙ୍କୁ ଟ୍ୱିଟ୍‌ କରି ବୈଜୟନ୍ତଙ୍କ ଉପରେ ବର୍ଷିଲେ ସାଂସଦ ସସ୍ମିତ ପାତ୍ର

ଅପରପକ୍ଷରେ ସାରୁଅ ଜମି ଜାଲିଆତି ମାମଲାରେ ପ୍ରଧାନମନ୍ତ୍ରୀ ଅଫିସକୁ ଟ୍ୱିଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସ୍ୱାମୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି ସସ୍ମିତ । ସେ କହିଛନ୍ତି, ଓଡ଼ିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁସାରେ ରାଜ୍ୟରେ ଦଳିତଙ୍କ ଜମି କିଣାଯାଇ ପାରିବନାହିଁ । ଦଳିତଙ୍କ ମାଲିକାନାରେ ଥିବା ଜମି କିଣାଯାଇପାରିବ ନାହିଁ । ଆଇନ ଆଖିରେ ଧୂଳିଦେଇ ଜାଲିଆତି କରିଛନ୍ତି ବୈଜୟନ୍ତ । ଜମି କିଣିବା ପାଇଁ ଜୟ ତାଙ୍କ ଡ୍ରାଇଭରଙ୍କୁ ବ୍ୟବହାର କରିଛନ୍ତି । ଦଳିତ ଡ୍ରାଇଭରଙ୍କୁ ମୋହରା କରି ବୈଜୟନ୍ତ ଜମି କିଣିଛନ୍ତି । ଜମି କିଣି ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି ବୋଲି ସସ୍ମିତ କହିଛନ୍ତି । ବେନାମୀ ଡିଲ୍‌ କରି ପ୍ରତିପତ୍ତିଶାଳୀ ଜୟ ପଣ୍ଡା ଦଳିତଙ୍କ ଜମି ହାତେଇଛନ୍ତି । ଦଳିତଙ୍କ ଉପରେ ଅତ୍ୟାଚାର ଆଇନ ଅନୁଯାୟୀ ଜଘନ୍ୟ ଅପରାଧ ବୋଲି ସେ ପିଏମଓ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟ୍ୱିଟ୍‌ କରିଛନ୍ତି ସସ୍ମିତ ।

ଫୁଲବାଣୀରେ ବୋମାମାଡ଼: ବାଇକରେ ଆସି ଘର ଉପରକୁ ବୋମା ମାଡ଼ କଲେ ଦୁର୍ବୃତ୍ତ

ବାଲିଗୁଡ଼ା: ଫୁଲବାଣୀ ଟାଉନ୍ ଥାନା କାଳୀମନ୍ଦିର ନିକଟ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଟିଟନ ବେହେରାଙ୍କ ଘର ଉପରେ ହୋଇଛି ବୋମାମାଡ । ରାତି ୨.୪୫ ମିନିଟରେ ୪ ଜଣ ଦୁବୃର୍ତ୍ତ ଦୁଇଟି ବାଇକରେ ଆସି ଟିଟନଙ୍କ ପରିବାରଲୋକ ଘରେ ଶୋଇଥିବା ସମୟରେ ତିନୋଟି ବୋମା ଫିଙ୍ଗିଥିଲେ । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ  ।

ଗତ କିଛି ଦିନ ତଳେ ଟିଟନ ବେହେରା ଓ ରାଜକୁମାରଙ୍କ ମଧ୍ୟରେ ବଚସା ହୋଇଥିଲା l ରାଜକୁମାର ଟିଟନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ବେଳେ ରାଜକୁମାର ହିଁ ଟିଟନଙ୍କ ଘର ଉପରକୁ ବୋମା ମାଡ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ l ରାଜକୁମାର ନାଁରେ ଆଗରୁ ବହୁ ଅପରାଧିକ ମାମଲା ରହିଛି l ଏହି ଘଟଣା ପରେ ଟାଉନ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି l ଘଟଣାକୁ ନେଇ ପରିବାର ଓ ଗାଁ ଲୋକେ ଭୟଭୀତ ହୋଇଛନ୍ତି ।

ଭୋଟ୍ ଗଣନାକୁ ଆମେରିକାରେ ଝଡ଼, ଟ୍ରମ୍ପ କହିଲେ- କାଲି ଆଗରେ ଥିଲି, ଆଜି କେମିତି ପଛୁଆ ହେଲି

ୱାଶିଂଟନ୍: ଆମେରିକାରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଭୋଟ୍ ଗଣତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଭୋଟ୍ ଗଣତିରେ ଗଡ଼ବଡ଼ ହୋଇଥିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି- ଗତକାଲି ଯେଉଁଠି ମୁଁ ଆଗୁଆ ଥିଲି ଆଜି କେମିତି ଅଚାନକ ପଛୁଆ ହୋଇଗଲି ।

ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଲେଖିଛନ୍ତି- ଗତ ରାତିରେ ଅଧିକାଂଶ ଡେମୋକ୍ରାଟିକ ପାର୍ଟି ଶାସିତ ରାଜ୍ୟରେ ଭୋଟ୍ ଗଣନାରେ ମୁଁ ଆଗୁଆ ଥିଲି । ପୁଣି ଯାଦୁ ଭଳି ଗୋଟିଏ ପରେ ଗୋଟିଏ ସ୍ଥାନରୁ ମୁଁ ଗାଏବ ହେବା ଆରମ୍ଭ ହୋଇ ଯାଇଥିଲା । ଅଚାନକ କେମିତି ଗଣନା ଖରାପ ହୋଇଗଲା । ଏହା ଆଶ୍ଚର୍ଯ୍ୟଜନକ । ଏକଜିଟ୍ ପୋଲ୍ ଐତିହାସିକ ଭାବେ ଭୁଲ୍ ସାବ୍ୟସ୍ତ ହେଉଛି । ସୂଚନାଯୋଗ୍ୟ- ଆମେରିକାରେ ଆଜି ଦ୍ୱିତୀୟ ବାର ଭୋଟ୍ ଗଣନା ଆରମ୍ଭ ହୋଇଛି । ମତଗଣନା ଆରମ୍ଭ ହେବା ପରେ ଟ୍ରମ୍ପ ଏମିତି ଟ୍ୱିଟ୍ କରି ବାଉଳି ହୋଇଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ଏହା ପରେ ଆଉ ଏକ ଟ୍ୱିଚ୍ କରିଥିଲେ । ସେ କହିଥିଲେ- ସେ କୌଣସି ପୁରୁଷ ଭୋଟକୁ ଗଣିଲେ । ଏହା ନିଜର ପ୍ରଶତ ଓ ବିଧ୍ୱଂସକ କ୍ଷମତାଠାରୁ ବହୁତ ଭୟାନକ ହେବ । ସୂଚନାଯୋଗ୍ୟ- ଏବେ ବି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ଭୋଟ୍ ଗଣତି ଜାରି ରହିଛି । କେତେକ ରାଜ୍ୟର ଫଳାଫଳ ଆସି ସାରିଛି । ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି । ଗଣତି ବେଳେ ଉଭୟ ପ୍ରାର୍ଥୀ ଜିତିବା ନେଇ ଦାବି କରିଛନ୍ତି । ଏହାରି ଭିତରେ କିଛି ରାଜ୍ୟରେ ଭୋଟିଂରେ ଏପେଟ ସେପଟ ହୋଇଥିବା ଅଭିଯୋଗ କରିଛନ୍ତି ଟ୍ରମ୍ପ । ଏବେ ଜୋ ବାଇଡେନଙ୍କୁ ୨୩୮ ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୩ ଇଲେକ୍ଟ୍ରୋରାଲ ଭୋଟ୍ ମିଳିଛି ।

ସ୍ପଷ୍ଟ ହୋଇନି ଚିତ୍ର

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଚିତ୍ର ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଆମରେକିରା କେତେକ ରାଜ୍ୟରେ କଡ଼ା ମୁକାବିଲା ହେଉଛି । ଡୋନାଲ୍ଡ ଟ୍ରମ୍ପ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନକୁ କଡ଼ା ଟକ୍କର ଦେଉଥିବା ବେଳେ ଦୁହେଁ ଜିତିବା ନେଇ ଆଶାବ୍ୟକ୍ତ କରିଛନ୍ତି । ତେବେ, ଫଳାଫଳ ପୂର୍ବରୁ ଟ୍ରମ୍ପଙ୍କ ରାଗ ସାମନାରୁ ଆସିଛି । ସେ କହିଛନ୍ତି- ଆମେରିକାବାସୀଙ୍କୁ ଧୋକା ଦେବାକୁ ଚେଷ୍ଟା କରାଯାଉଛି । ଯାହା ବିପକ୍ଷରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହେବେ । ଅନ୍ୟପଟେ ଜୋ ବାଇଡେନ୍ ତାଙ୍କ ସମର୍ଥକଙ୍କୁ ଧୈର୍ଯ୍ୟ ରଖିବାକୁ ନିବେଦନ କରିଛନ୍ତି ।