spot_img
Home Blog Page 6493

ରାଜ୍ୟରେ ନୂଆ ୨୮୧୯ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଓ କଟକରୁ ସର୍ବାଧିକ

ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦିନ ବଢିବା ସହ ନୂଆ ନୂଆ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ୨୮୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢିଛି । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୧୬୯୧ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୧୨୮ଟି ମାମଲା ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଶନିବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୪୪୩ ଓ କଟକରୁ ୨୫୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୨୩, ବାଲେଶ୍ୱରରୁ ୧୦୫, ବରଗଡ଼ରୁ ୩୬, ଭଦ୍ରକରୁ ୭୭, ବଲାଙ୍ଗୀରରୁ ୫୬, ବୌଦ୍ଧରୁ ୬, ଢେଙ୍କାନାଳରୁ ୧୦୦, ଗଜପତିରୁ ୬୨, ଗଞ୍ଜାମରୁ ୧୯୨, ଜଗତସିଂହପୁରରୁ ୪୮ , ଯାଜପୁରରୁ ୧୨୦, ଝାରସୁଗୁଡ଼ାରୁ ୬୩, କଳାହାଣ୍ଡିରୁ ୫୫ , କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୬୨ , କେନ୍ଦୁଝରରୁ ୭, କୋରାପୁଟ ୮୧, ମାଲକାନଗିରିରୁ ୮୩, ମୟୁରଭଞ୍ଜରୁ ୨୧୯, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ୬୪, ନୂଆପଡ଼ାରୁ ୧, ପୁରୀରୁ ୧୦୯, ରାୟଗଡ଼ାରୁ ୧୪୭, ସମ୍ବଲପୁରରୁ ୧୪୫, ସୁନ୍ଦରଗଡ଼ରୁ ୫୭, ସୋନପୁରରୁ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୯ଟି ଜିଲ୍ଲାରୁ ୨୮୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୬୯୧ ଓ ସ୍ଥାନୀୟ ସଂକ୍ରମଣ ୧୧୨୮ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ୫୩୭ରେ ପହଞ୍ଚିଛି । ଗତକାଲି କରୋନା ଜନିତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ରାଜ୍ୟରେ ଆଉ ୯ ମୁଣ୍ଡ ନେଇଛି କରୋନା ।

ଦେଶରେ ଦିନକରେ ଆଉ ୬୯ ହଜାର ୮ଶହ ୭୮ ପଜିଟିଭ ଚିହ୍ନଟ, ଆଉ ୯୫୪ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା । ୨୪ ଘଣ୍ଟାରେ ୬୯ହଜାର ୮୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୪୫ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ୨୯ଲକ୍ଷ ୭୫ହଜାର ୭୦୨ରେ ପହଞ୍ଚିଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୬ଲକ୍ଷ ୯୭ହଜାର ୩୩୦ । କରୋନାରୁ ସୁସ୍ଥ ହେଲେଣି ୨୨ଲକ୍ଷ ୨୨ହଜାର ୫୭୮ଜଣ । ଦେଶରେ କରୋନାରେ ମୋଟ୍ ୫୫ହଜାର ୭୯୪ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସେପଟେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ପଜିଟିଭ୍ ଓ ମୃତକଙ୍କ ସଂଖ୍ୟା । ୬ଲକ୍ଷ ୫୭ହଜାର ୪୪୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୧ହଜାର ୬୯୮ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ଲକ୍ଷ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୩୪୦ ଓ ୩ହଜାର ୯୨ । କର୍ଣ୍ଣାଟଙ୍କରୁ ୨ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪ହଜାର ୫୨୨ଜଣଙ୍କ ମୃତ୍ୟୁ ହୋଇଛି । ୟୁପି, ଦିଲ୍ଲୀ, ୱେଷ୍ଟବେଙ୍ଗଲ, ବିହାର ଓ ତେଲେଙ୍ଗାନାରେ ଲକ୍ଷେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ତେବେ ଆଶ୍ୱସ୍ତିର ଖବର ଏହା ଯେ, କରୋନା ମୃତ୍ୟୁହାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି । ଏବଂ ସକ୍ରିୟ ମାମଲା ହାର ରେକର୍ଡ କରାଯାଉଛି। ମୃତ୍ୟୁ ହାର ୧.୮୭ ପ୍ରତିଶତକୁ ଖସିଛି । ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୨୩ ପ୍ରତିଶତକୁ ଖସିଛି । ଏହା ସହିତ ସୁସ୍ଥତା ହାର ୭୫ ପ୍ରତିଶତକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ, ଭାରତରେ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଇସିଏମଆର ଅନୁଯାୟୀ, ଅଗଷ୍ଟ ମାସ ୨୧ ତାରିଖ ସୁଦ୍ଧା ମୋଟ ୪୫.୫ କରୋନା ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୦ ଲକ୍ଷ ନମୁନା ପରୀକ୍ଷା କରାଯାଇଥିଲା। ସଂକ୍ରମିତ ହାର ୭ ପ୍ରତିଶତ କମ୍ ରହିଛି ।

କରୋନା ସଙ୍କଟରେ ପଣ୍ଡ ହେଲା ଆତଙ୍କୀଙ୍କ ଷଡ଼ଯନ୍ତ୍ର, ନୂଆଦିଲ୍ଲୀରେ ଆଇଏସଆଇଏସ ଆତଙ୍କୀ ଗିରଫ

ନୂଆଦିଲ୍ଲୀ:  ଦିଲ୍ଲୀର ଧୌଲାକୁଆଁ ରିଙ୍ଗ ରୋଡ ନିକଟରେ ପୋଲିସ ଓ ଆତଙ୍କୀ ଗୁଳିବିନିମୟ । ପୋଲିସ କହିବା ଅନୁସାରେ ଏହି ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀ ଧରାପଡିଛି । ଏନକାଉଣ୍ଟରରେ ISIS ଆତଙ୍କବାଦୀ ଗିରଫ ହୋଇଛି । ଗିରଫ ଆତଙ୍କବାଦୀଙ୍କ ନାଁ ହେଉଛି ଅବ୍ବୁ ୟୁସୁଫ୍ । ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲର ଅପରେସନ ଜାରି ରହିଛି । ISIS ଆତଙ୍କବାଦୀ ନିକଟରୁ ଆଇଇଡି ଜବତ କରାଯାଇଛି । ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲ ଡିସିପି ପ୍ରମୋଦ ସିଂ କୁଶଓ୍ୱାହଙ୍କ ସୂଚନା ଅନୁସାରେ କରୋନା ସମୟରେ ଦିଲ୍ଲୀରେ ବଡ଼ ଆତଙ୍କବାଦୀ ହମଲା ଯୋଜନା ଥିଲା । ସେ କହିଛନ୍ତି ଯେ, ବର୍ତ୍ତମାନ ଆହୁରୀ ଅଧିକ ଗିରଫ ହୋଇପାରନ୍ତି ।

ସୂଚନାଯୋଗ୍ୟ ଯେ, ଧରାପଡ଼ିଥିବା ଆତଙ୍କବାଦୀ ନିକଟରୁ ଦୁଇଟି ଆଇଡି ଏବଂ ମାରଣାସ୍ତ୍ର ଜବତ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏହାର କାର୍ଯ୍ୟ ଆରମ୍ଭ କରିଛି। ଆତଙ୍କବାଦୀ କିଛି ବଡ଼ ଯୋଜନା କରୁଥିଲେ । ତାଙ୍କ ଟାର୍ଗେଟ୍ ପୂର୍ଣ୍ଣ ହେବା ପୂର୍ବରୁ ପୋଲିସ ନିଜ ଅପରେସନ ଆରମ୍ଭ କରିଥିଲା ।

ଦିଲ୍ଲୀ ପୋଲିସ କହିଛି ଯେ, ଆଇଏସଆଇଏସ୍ ଆତଙ୍କବାଦୀମାନେ ଦିଲ୍ଲୀରେ ଏକ ବଡ଼ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା ଚଲାଇଥିଲେ। ଆତଙ୍କବାଦୀଙ୍କ ପ୍ଲାନ୍ ସଫଳ ହେବା ପୂର୍ବରୁ ଫ୍ଲପ୍ ହୋଇଛି ।

ପୋଲିସର ସୂଚନାନୁସାରେ, ଦିଲ୍ଲୀର କିଛି ଲୋକେ ଆକ୍ରମଣ ପାଇଁ ଅବ୍ବୁ ୟୁସୁଫ୍ କୁ ସହଯୋଗ କରିବା ସହ ତାକୁ ମାରଣାସ୍ତ୍ର ଯୋଗାଉଥିଲେ । ସେମାନଙ୍କୁ ଧରିବା ପାଇଁ ପୋଲିସର ଚଢ଼ାଉ ଏବେ ବି ଜାରି ରହିଛି ।

ବାଲେଶ୍ୱର ସୋରରେ ଜନନୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ

ବାଲେଶ୍ୱର ସୋରରେ ଜନନୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ

କରୋନା ସଙ୍କଟରେ ପଣ୍ଡ ହେଲା ଆତଙ୍କୀଙ୍କ ଷଡଯନ୍ତ୍ର, ନୂଆଦିଲ୍ଲୀ ଧୌଲାକୁଆଁ ରିଙ୍ଗରୋଡରେ ଆଇଏସଆଇଏସ ଆତଙ୍କୀ ଅବୁ ୟୁସୁଫକୁ ଏନକାଉଣ୍ଟର

କରୋନା ସଙ୍କଟରେ ପଣ୍ଡ ହେଲା ଆତଙ୍କୀଙ୍କ ଷଡଯନ୍ତ୍ର, ନୂଆଦିଲ୍ଲୀ ଧୌଲାକୁଆଁ ରିଙ୍ଗରୋଡରେ ଆଇଏସଆଇଏସ ଆତଙ୍କୀ ଅବୁ ୟୁସୁଫକୁ ଏନକାଉଣ୍ଟର

ନୂଆ ନିର୍ବାଚନ କମିଶନ ହେଲେ ରାଜୀବ କୁମାର, ନିଯୁକ୍ତି ନେଇ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଲେ ରାଜୀବ କୁମାର । ରାଜୀବ କୁମାରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟପତି ରାମନାଥ କୋବିନ୍ଦ । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ନିଯୁକ୍ତି ପାଇବା ପରେ ଅଶୋକ ଲାଭାସାଙ୍କ ସ୍ଥାନ ନେବେ ରାଜୀବ । ଦେଶର ନୂତନ ନିର୍ବାଚନ କମିଶନର ଭାବେ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜୀବ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ଅଶୋକ ଲାଭାସା ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନ ନେବେ ରାଜୀବ ।

ଲାଭାସାଙ୍କ ଇସ୍ତଫା ଏକ ଏମିତି ସମୟରେ ଆସିଛି ଯେତେବେଳେ କରୋନା ଭାଇରସ ମହାମାରୀ ମଧ୍ୟରେ ନିର୍ବାଚନ ଆୟୋଗ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଚଲାଇଛନ୍ତି । ୨୦୧୮ ମସିହା ଜାନୁଆରୀ ମାସ ୨୩ ତାରିଖରେ ଲାଭସା ନିର୍ବାଚନ କମିଶନର ହୋଇଥିଲେ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ହେବାର ତାଲିକାରେ ମଧ୍ୟ ଥିଲେ। ବୁଧବାର ନିର୍ବାଚନ କମିଶନର ପଦରୁ ଅଶୋକ ଲାଭାସାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ।

ରାଜୀବ କୁମାର ୧୯୮୪ ବ୍ୟାଚ୍ ର ଝାଡଖଣ୍ଡ କୈଡ଼ରର ଅବସରପ୍ରାପ୍ତ IAS ଅଧିକାରୀ । ରାଜୀବ କୁମାର ଅର୍ଥ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ପ୍ରଶାସନିକ କ୍ଷେତ୍ରରେ ତାଙ୍କର ୩୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ରାଜୀବ କୁମାର ସେପ୍ଟେମ୍ବର ମାସ ୧ ତାରିଖରେ କାର୍ଯ୍ୟଭାର ସମ୍ଭାଳିବେ । ଏଥିପାଇଁ ଅନେକ ରାଜୀବ କୁମାରଙ୍କୁ ଶୁଭକାମନା ଜଣାଇଛନ୍ତି ।

ବିବାଦ କୁ ନେଇ ଫେସବୁକର ସ୍ପଷ୍ଟୀକରଣ, ଆମେ ନିରପେକ୍ଷ

ନୂଆଦିଲ୍ଲୀ: ରାଜନୈତିକ କରିକଡରେ ଫେସବୁକକୁ ନେଇ ଉପୁଜିଥିବା ବିବାଦରେ ସ୍ପଷ୍ଟୀକରଣ ରଖିଛି ଫେସବୁକ୍ । ଫେସବୁକ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜିତ୍ ମୋହନ କହିଛନ୍ତି, ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ହେଉଛି ନିରପେକ୍ଷ, ସ୍ୱଚ୍ଛ ଏବଂ ଏକ ଖୋଲା ମଂଚ । ଇଣ୍ଟରନେଟର ଏହି ପ୍ଲାଟଫର୍ମ କାହା ସହ ପକ୍ଷପାତିତା କରାଯାଏ ନାହିଁ । ଏଥିସହ ସେ କହିଛନ୍ତି, ହେଟ୍ ସ୍ପିଚ୍ କୁ ନେଇ କିଛି ଦିନ ହେବ ଫେସବୁକ ଉପରେ ଦୋଷ ଲଗାଯାଉଛି । କିନ୍ତୁ ଆପଣମାନେ ଜାଣି ରଖିବା ଦରକାର ଯେ, ଏହି ସୋସିଆଲ ମିଡିଆର ଏହି ପ୍ଲାଟଫର୍ମରେ ହେଟ୍ ସ୍ପିଚ୍ ର କୌଣସି ଯାଗା ନାହିଁ ।

ଆମେ କାହା ନିୟନ୍ତ୍ରଣରେ ନାହିଁ କି ଆମକୁ କେହି ନିୟନ୍ତ୍ରଣ କରି ପାରିବେ ନାହିଁ । ଭାରତର କିଛି ନେତାମାନଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ହେଟ୍ ସ୍ପିଚ୍ ହଟାଯାଇଛି ଏବଂ ଆଗକୁ ମଧ୍ୟ ଏଭଳି କମେଣ୍ଟ, ସ୍ପିଚ୍ କୁ ହଟାଇ ଦିଆଯିବ ବୋଲି ଅଜିତ୍ ମୋହନ । ଫେସବୁକରେ ହେଟ୍ ସ୍ପିଚ୍ ବାବଦରେ ଆମେରିକାର ଏକ ଖବର କାଗଜରେ ଖବର ପ୍ରକାଶ ହେବା ପରେ ଭାରତରେ ଆରମ୍ଭ ହୋଇଥିଲା ବିଦାଦ । ଭାରତରେ ବିଜେପି ଓ ଆରଏସଏସ ଫେସବୁକ ଓ ହ୍ୱାଟସଆପକୁ ନିୟନ୍ତ୍ରଣ କରୁଥିବା ଖବରକୁ ନେଇ ବିଜେପି ଓ କଂଗ୍ରେସ ଉଭୟ ମୁହାଁମୁହିଁ ହୋଇଥିଲେ । ସୋସିଆଲ ସାଇଟକୁ ନିୟନ୍ତ୍ରଣ କରି ଦେଶରେ ଘୃଣା ବିସ୍ତାର କରୁଛି ବୋଲି ରାହୁଲ ଅଭିଯୋଗ ଆଣିଥିଲେ। ଯାହାର ଜବାବରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଟ୍ୱିଟ କରି କହିଥିଲେ, ବିଫଳ ଲୋକ କେବେହେଲେ ଲୋକଙ୍କୁ ପ୍ରଭାବିତ କରିପାରିବେ ନାହିଁ ।

ଆଜି ପବିତ୍ର ଗଣେଷ ପୂଜା… କରୋନା କଟକଣା ଭିତରେ ପୂଜା ପାଇବେ ଗଜାନନ, ସ୍କୁଲରେ ବିନା ଛାତ୍ରଛାତ୍ରୀରେ ହେବ ପୂଜା

ଭୁବନେଶ୍ୱର: ଓଡ଼ିଶାରେ ବାରମାସରେ ୧୩ ପର୍ବ ପାଳନ ହୁଏ । ହେଲେ କରୋନା ଯୋଗୁଁ ପର୍ବପର୍ବାଣି ପାଳନରେ ଅନେକ ପ୍ରଭାବ ପଡ଼ିଛି । ଆଜି ପବିତ୍ର ଗଣେଷ ପୂଜା । ଗଣେଶ ଚଥୁର୍ଥୀ ଦିନ ବିଦ୍ୟାର ଦେବତା, ଗଣେଶଙ୍କର ପୂଜାର୍ଚ୍ଚନା କରାଯାଏ । ପ୍ରତି ବର୍ଷ ଗଣେଶ ଚଥୁର୍ଥୀ ବେଶ ଧୁମଧାମରେ ପାଳନ ହୁଏ । ସ୍ଥାନେ ସ୍ଥାନେ ଗଣପତିଙ୍କର ଭିନ୍ନ ଭିନ୍ନ ମୂର୍ତ୍ତି ପୂଜା ପାଇଥାଏ । ସବୁଠି ଉତ୍ସବର ମାହୋଲ ଥାଏ । ବିଶେଷ କରି ଛାତ୍ରଛାତ୍ରୀମାନେ ନିଜ ଶିକ୍ଷାଅନୁଷ୍ଠାନରେ ଖୁବ ଜାକଜମକରେ ପୂଜା କରନ୍ତି ।  ହେଲେ ଚଳିତ ବର୍ଷ ଫିକା ପଡ଼ିଛି ଗଣେଶ ପୂଜା । ପ୍ରତ୍ୟେକ ବର୍ଷ ଭଳି ଏଥର ଶୋଭା ପାଇବନି ସିଦ୍ଧିଦାତା ଗଣପତିଙ୍କ ମେଢ଼ । ସମସ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୂଜା ବନ୍ଦ ନିଷ୍ପତିକୁ ଲୋକେ ଗ୍ରହଣ କରିବାକୁ ବାଧ୍ୟ ।

ତେବେ କରୋନା କାରଣରୁ ସବୁଠି କଟକଣାରେ ପାଳନ ହେବ ପୂଜା । କ୍ଲବ୍ ଓ  ମଣ୍ଡପଗୁଡିକରେ ପୂଜା ପାଳନକୁ ବାରଣ କରାଯାଇଥିବାବେଳେ ସମସ୍ତେ ଘରେ ଆଗମନ ହେବେ ବିଦ୍ୟାଦାତା । କରୋନା ସଂକ୍ରମଣ ପାଇଁ କଠୋର ହୋଇଛି ପ୍ରଶାସନ । କୌଣସି ମଣ୍ଡପରେ ଗଣେଶ ପୂଜା ହେବ ନାହିଁ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ସାର୍ବଜନିକ ପୂଜାର ଉପରେ କଟକଣା ଲାଇଛି ପ୍ରଶାସନ । କୌଣସି ସ୍ଥାନରେ ଗହଳି ନହେବା ସହିତ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି  ।  ବିଧି ରକ୍ଷା କରିବାକୁ ସ୍କୁଲ୍ ଗୁଡିକରେ ଶିକ୍ଷକମାନେ ପୂଜା କରିବାକୁ କୁହାଯାଇଛି  । କରୋନା କଟକଣା ମାନି ବିନା ଛାତ୍ରଛାତ୍ରୀରେ ସ୍କୁଲରେ ପୂଜା କରାଯିବ ।

ଅବହେଳା ପାଇଁ ଚାଲିଗଲା ନବଜାତ ଶିଶୁର ଜୀବନ, ଚଲାଇ ଚଲାଇ ଆମ୍ବୁଲାନ୍ସକୁ ନେବା ବେଳେ ଜନ୍ମ ହୋଇ ତଳେ ଖସି ପଡ଼ିଲା ଶିଶୁ

ଢ଼େଙ୍କାନାଳ: ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ନବଜାତ ଶିଶୁର ମୃତ୍ୟୁ । ଗର୍ଭବତୀଙ୍କୁ ଚଲାଇ ଚଲାଇ ଆମ୍ବୁଲାନ୍ସକୁ ନେବା ବେଳେ ଜନ୍ମ ହୋଇ ତଳେ ପଡ଼ି ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗା । ଢେଙ୍କାନାଳରୁ ଆସିଛି ଅଭିଯୋଗ । ଘଟଣାକୁ ନେଇ ଢେଙ୍କାନାଳ ମୁଖ୍ୟ ଚିକତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ଘଟଣା ଅନୁଯାଇ କାବେରା ମାଧପୁର ଗାଁ ର ବସନ୍ତ କୁମାର ଦେହୁରୀଙ୍କ ପତ୍ନୀ ଅପରାହ୍ନ ୧୨.୩୦ରେ ମେଡିକାଲର ପ୍ରସୂତି ବିଭାଗ ରେ ଭର୍ତ୍ତି ହୋଇଥିଲେ । ହେଲେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶୀଘ୍ର କଟକ ନେବାକୁ କହି ଡାକ୍ତର ଦିନ ଗୋଟାଏରେ ଚାଲିଯାଇଥିଲେ ।

ପରେ ପରିବାର ଲୋକେ ମହିଳାଙ୍କୁ ଚିକିତ୍ସାଳୟ ପରିସରରୁ ଚଲାଇ ଚଲାଇ ଆମ୍ବୁଲାନ୍ସ କୁ ଆଣୁ ଥିବା ବେଳେ ତାଙ୍କ ର ଏକ ଶିଶୁପୁତ୍ର ଜନ୍ମ ହୋଇ ତଳେ ପହଇଯାଇଥିଲା । ଫଳରେ ମହିଳା ଜଣକ ଅତ୍ୟଧିକ ପ୍ରସବ ବେଦନା ସହ୍ୟ ନକରିପାରି ବେହୋସ ହୋଇ ଶିଶୁଟି ଉପରେ ପଡିଯାଇଥିଲେ । ଫଳରେ ନବଜାତକର ମୃତ୍ୟୁ ହୋଇଛି । ସୂଚନା ଅନୁଯାଇ ମହିଳା ଜଣକ ବିବାହର ୧୦ ବର୍ଷ ପରେ ଗର୍ଭବତୀ ହେବାର ସୌଭାଗ୍ୟ ଲାଗ କରିଥିଲେ ।

ତେବେ ଚିକିତ୍ସାଳୟ ରେ ତୁରନ୍ତ ଚିକିତ୍ସା ନକରିବା ସହ ଓ ଡାକ୍ତର ନର୍ସ ଅବହେଳା କରିଥିବା ଯୋଗୁ ନବଜାତ ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମହିଳା ଙ୍କ ସ୍ୱାମୀ । ସପ୍ତାହକ ପୂର୍ବରୁ ମେଡିକାଲ କର୍ମଚାରୀଙ୍କ ନାଁରେ ଆସିଥିଲା ସମାନ ଅଭିଯୋଗ । ସେତେବେଳେ ବି ମେଡିକାଲ କର୍ମଚାରୀଙ୍କ ଅବହେଳା ଯୋଗୁ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ରଜ୍ୟରେ ସୁସ୍ଥ ହେଉଛନ୍ତି ରେକର୍ଡ ସଂଖ୍ୟକ କରୋନା ରୋଗୀ, ସୁସ୍ଥତା ସଂଖ୍ୟା ୫୦ ହଜାର ପାର

ଭୁବନେଶ୍ୱର: କରୋନା ଭୟ ଭିତରେ ଆଶ୍ୱସ୍ତି ଦେଉଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ପୁଣି ରଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଆଜି ୧୯୨୭ ଜଣ ବ୍ୟକ୍ତି କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଇଟ୍ କରି ସୂଚନା ଦେଇଛି । ନୂଆ ସୁସ୍ଥଙ୍କ ପରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୫୦ ହଜାର ୫୦୩ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରୁ ସର୍ବାରଧିକ ୨୪୬ ରୋଗୀ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସେହିଭଳି ୧୯୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ଦୁଇ ଜିଲ୍ଲା ଉଭୟ ସଂକ୍ରମଣ ଓ ସୁସ୍ଥ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଆଗରେ ରହିଛି ।

ସେହିଭଳି ନୟାଗଡ଼ରୁ ୧୫୧, ରାୟଗଡ଼ାରୁ ୧୪୬, ସୁନ୍ଦରଗଡ଼ରୁ ୧୦୮, କନ୍ଧମାଳରୁ ୧୦୧, ଢ଼େଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, ପୁରୀରୁ ୭୭, ବଲାଙ୍ଗିରରୁ ୭୫, ଯାଜପୁରରୁ ୭୪, ବାଲେଶ୍ୱରରୁ ୭୦, ମାଲକାନାଗିରିରୁ ୪୩, ନବରଙ୍ଗପୁରରୁ ୪୦, ଗଜପତିରୁ ୩୪, ଜଗତସିଂହପୁରରୁ ୩୦, ଭଦ୍ରକରୁ ୨୮, ନୂଆପଡ଼ାରୁ ୨୭, କଳାହାଣ୍ଡିରୁ ୨୧, ସମ୍ବଲପୁରରୁ ୨୧, କେନ୍ଦ୍ରାରାପଡ଼ାରୁ ୧୯, କେନ୍ଦୁଝରରୁ ୧୮, ଦେବଗଡ଼ରୁ ୧୭, ଝାରସୁଗୁଡ଼ାରୁ ୧୩, ବରଗଡ଼ରୁ ୧୨, ବୌଦ୍ଧରୁ ୮, ସୋନପୁରରୁ ୬, ଅନୁଗୁଳରୁ ୫ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।