spot_img
Home Blog Page 6499

କିଏ ଚଲାଇବ ତେଜସ୍ୱୀଙ୍କ ସଭା ? ମଞ୍ଚ ଉପରେ ଠେଲାପେଲା ହେଲେ ନେତା..

ବିହାର: ସଭାମଞ୍ଚ ପାଲଟିଲା ରଣକ୍ଷେତ୍ର । ଏଭଳି ଘଟଣା ସାମ୍ନାକୁ ଆସିଛି ବିହାରରୁ । ବୈଶାଲିରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାକୁ ଆସିଥିଲେ ତେଜସ୍ୱୀ ଯାଦବ । ହେଲେ ସେଠାକାର ସଭାମଞ୍ଚ ପାଲଟିଲା ରଣକ୍ଷେତ୍ର । ସଭାମଞ୍ଚ କିଏ ସଞ୍ଚାଳନ କରିବ ସେନେଇ ସ୍ଥାନୀୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଥଲା ପ୍ରତିଯୋଗୀତା ।

Tejaswi Yadav

ହେଲେ ପ୍ରତିଯୋଗୀତା କେବଳ କଥା କଟାକଟିରେ ସୀମାତ ନଥିଲା । ନେତାମାନେ ସଭାସଞ୍ଚାଳନ କରିବା ପାଇଁ ଏତେ ବ୍ୟଗ୍ରଥିଲେ ଯେ, ନିଜ ନିଜ ମଧ୍ୟରେ ହାତାହାତୀ ଓ ଠେଲାପେଲା ହେବାକୁ ବି ପଛାଇନଥିଲେ । ଏହି ପୁରା ଘଟଣାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ୟୁଜର୍ସମାନେ ଏହାକୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଛନ୍ତି ।

Tejaswi Yadav

ଆରଜେଡି ପ୍ରାର୍ଥୀ ବୀଣା ଦେବୀଙ୍କ ସମର୍ଥନରେ ପ୍ରଚାର କରିବା ପାଇଁ ତେଜସ୍ୱୀ ବୈଶାଲିରେ ପହଞ୍ଚିଥିଲେ । ତେଜସ୍ୱୀ ମଞ୍ଚରେ ପହଞ୍ଚିବା ମାତ୍ରେ ତାଙ୍କୁ ସ୍ୱାଗତ କରିବା ପାଇଁ ନେତାମାନେ ଆଗେଇ ଆସିଥିଲେ । ଜିନ୍ଦାବାଦ ନାରା ଦେଇ ତେଜସ୍ୱୀଙ୍କୁ ପୋଛୋଟି ନେଇଥିଲେ ମଞ୍ଚ ଉପରକୁ । ହେଲେ ଏହା ପରେ ଆରମ୍ଭ ହୋଇଥିଲା ଅସଲ ଖେଳ ।

Tejaswi Yadav

ସ୍ୱାଗତ କାର୍ଯ୍ୟକ୍ରମ ସରିବା ପରେ କିଏ ସଞ୍ଚାଳନ କରିବ ସାଭମଞ୍ଚ ? ସେନେଇ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରତିଯୋଗୀତା । ଆଉ ତାପରେ କଥା କଟାକଟି । ଏହା ଧିରେ ଧିରେ ଉଗ୍ରରୂପ ନେଇଥିଲା । ନେତାମାନେ ନିଜର ହିତାହିତ ଜ୍ଞାନ ଭୁଲି କଥା କଟାକଟିରୁ ଯାଇ ଠେଲାପେଲା ପହଞ୍ଚିଥିଲେ । ଏହି ଠେଲାପେଲା ମଧ୍ୟରେ ଅନେକ ନେତା ମଞ୍ଚରୁ ଖସିପଡିଥିବା ମଧ୍ୟ ଦେଖାଯାଇଛି । ସେହିଭଳି କିଛି ନେତା ମଞ୍ଚ ଛାଡ଼ି ଦୌଡ଼ି ପଳାଉଥିବା ମଧ୍ୟ ଦେଖାଯାଇଥିଲା ।

Tejaswi Yadav

ଏହି ଝଗଡ଼ା ପରେ ଉପସ୍ଥିତ ଥିବା କିଛି ନେତାମାନେ ପରିସ୍ଥିତି ସାନ୍ତ କରିବାକୁ ନେତାମାନଙ୍କୁ ବୁଝାସୁଝା କରିଥିଲେ । ହେଲେ ଝଗଡ଼ା କରୁଥିବା ନେତାମାନେ କାହାରି କଥା ଶୁଣିବାକୁ ନାରାଜ ଥିଲେ । ତେବେ ଦଳର ବରିଷ୍ଠ ନେତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି କିଛି ମାତ୍ରାରେ ସାନ୍ତ ପଡ଼ିଥିଲା । ଏହି ଘଟଣା ପରେ ନେତାମାନେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ପୁରା ଘଟଣାର ଭିଡିଓ ସୁଟ୍‌ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Odisha Corona Updates: ଆଜି ସୁସ୍ଥ ହେଲେ ୧୯୧୧…

ଭୁବନେଶ୍ୱର: ରାଜ୍ୟରେ କରୋନାଜନିତ ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଏହି କ୍ରମରେ ଆଜି ୧୯୧୧ ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୫ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲା ମଧ୍ୟରେ କଟକରୁ ୧୫୩, ବଲାଙ୍ଗିରରୁ ୧୩୮, ସୁନ୍ଦରଗଡ଼ରୁ ୧୦୧, ମୟୂରଭଞ୍ଜରୁ ୯୬, ଜଗତସିଂହପୁରରୁ ୮୧, ଅନୁଗୁଳ ଓ କଳାହାଣ୍ଡିରୁ ୭୮ ଜଣ ଲେଖାଏଁ, ନୂଆପଡ଼ାରୁ ୭୬, ବାଲେଶ୍ୱରରୁ ୭୪, ଯାଜପୁରରୁ ୭୨ ଓ କେନ୍ଦୁଝରରୁ ୭୧ ଜଣ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ।

ସେହିଭଳି ଭଦ୍ରକ, ସମ୍ୱଲପୁର ଓ ପୁରୀରୁ ୫୦ ଜଣ ଲେଖାଏଁ, ଢେଙ୍କନାଳରୁ ୪୬, ନବରଙ୍ଗପୁରରୁ ୪୫, କୋରାପୁଟ ୪୨, ଝାରସୁଗୁଡାରୁ ୩୬, ନୟାଗଡରୁ ୩୩, ଗଞ୍ଜାମରୁ ୩୬, ମାଲକାନଗିରିରୁ ୨୫, କନ୍ଧମାଳରୁ ୨୪, ସୋନପୁରରୁ ୨୦, ରାୟଗଡ଼ାରୁ ୧୬, ଦେଓଗଡ଼ରୁ ୯, ଗଜପତିରୁ ୮, ବୋଦ୍ଧରୁ ୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିଭଳି ଷ୍ଟେଟ୍ ପୁଲରେ ୫୧ ଜଣ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୭୫ ହଜାର ୭୪୯ରେ ପହଞ୍ଚିଛି ।

ପ୍ରତିଭା ଦେଇଛି ପରିଚୟ; ଖୋଜୁଛନ୍ତି ସରକାରୀ ସହାୟତା

0

କେନ୍ଦୁଝର: ପ୍ରତିଭା ଦେଖେନି ଧନୀ ଗରିବ । ଭଙ୍ଗା ଦଦରା ଘର କାନ୍ଥରେ ଝଟକୁଛି ନାମିଦାମୀ ଲୋକଙ୍କ ପଟ୍ଟଚିତ୍ର । ଯେ କୌଣସି ଫଟୋ ଦେଖି ହାତରେ ଆଙ୍କିଦେଉଛି ଅବିକଳ ଚିତ୍ର । ପେନସିଲ ମୁନରେ କାଗଜରେ ଆଙ୍କି ଚାଲିଛନ୍ତି ନେତା ମନ୍ତ୍ରୀ, ଖେଳାଳି ଓ ଅଭିନେତାଙ୍କ ଚିତ୍ର । କେନ୍ଦୁଝର ବାଉଁଶୁଳୀ ଗାଁର ଲକ୍ଷ୍ମୀ ନାରାୟଣ ଏଭଳି ଜଣେ ବିଚକ୍ଷଣ କଳାକାର ଯାହାଙ୍କ କାରିଗରୀ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ ।

ତାଙ୍କ ବାପା ଜଣେ କ୍ଷୁଦ୍ର ଚାଷୀ, ମାଆ ଗୃହିଣୀ । ଦୁଃଖ ଦୁର୍ଦ୍ଦଶାରେ ପରିବାର ଗତି କରୁଥିଲେ ବି ମଧ୍ୟ ବାପା ମାଆ କେବେବି ପୁଅର ମନୋବଳକୁ ଭାଙ୍ଗିବାକୁ ଦେଇନାହାନ୍ତି । ପିଲାବେଳୁ ଲକ୍ଷ୍ମୀନାରୟଣଙ୍କ ଚିତ୍ର ପ୍ରତି ବହୁତ ଆଗ୍ରହ ଥିଲା ।

ସ୍କୁଲରେ ପୂଜା ସମୟରେ ସେ ମୂର୍ତ୍ତି ତିଆରି ଦାୟିତ୍ୱ ନେଉଥିଲେ । ଏବେ ଯୁକ୍ତ ୨ରେ ପାଠ ପଢୁଥିଲେ ସୁଦ୍ଧା   ନିଜ କଳାକୁ ଆଗକୁ ନେଇ ଯିବାପାଇଁ ପରିବାରର ସମ୍ବଳ ନାହିଁ । ପୁଅର ଇଚ୍ଛାକୁ ପୂରଣ କରିବାରେ ଅସମର୍ଥ ପରିବାର ଲୋକ ଏବେ ସରକାରଙ୍କ ସହଯୋଗ ଚାହୁଁଛନ୍ତି ।  କୌଣସି ଏକ ସ୍କୁଲରେ ପୁଅକୁ ପଢାଇବାକୁ ପ୍ରଶାସନକୁ ନିବେଦନ କରିଛନ୍ତି ବାମ, ମାଆ ।

ଡ୍ରିମ୍ ପ୍ରୋଜେକ୍ଟ ସି-ପ୍ଲେନ୍‌କୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗୁଜରାଟ: ଲୌହପୁରଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ ସାରା ଦେଶ ପାଳନ କରିଛି ରାଷ୍ଟ୍ରୀୟ ଏକତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଆତଙ୍କବାଦୀ ପ୍ରସଙ୍ଗ ଓ ଚୀନ ସୀମାରେ ଲାଗି ରହିଥିବା ଉତ୍ତେଜନା ଭିତରେ ଦେଶବାସୀ ଦେଖାଇଥିବା ଏକତା ବେଶ ଗୁରୁତ୍ୱ ବହନ କରେ ବୋଲି ମୋଦି କହିଛନ୍ତି ।

ଲୌହପୁରଷଙ୍କ ଉଦ୍ଦେଶ୍ୟରେ ୧୭ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୋଦି । ସେହିଭଳି ଷ୍ଟାଚ୍ୟୁ ଅଫ୍‌ ୟୁନିଟିର ୱେବସାଇଟ୍‌କୁ ଉନ୍ମୋଚନ କରିବା ସହିତ ୟୁନିଟି-ଗ୍ଲୋ ଗାର୍ଡେନଠାରେ କେୱଡିଆ ମୋବାଇଲ ଆପ୍‌ର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ଡ୍ରିମ୍ ପ୍ରୋଜେକ୍ଟ ସି-ପ୍ଲେନକୁ ମଧ୍ୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ମୋଦି । ଦେଶରେ ପ୍ରଥମ ଥର ପାଇଁ ସି-ପ୍ଲେନ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଏହି ସେବା ଅହମ୍ମଦାବାଦରୁ କେଓ୍ୱଡିଆ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ରହିବ । ଉଦଘାଟନୀ ଦିବସରେ ମୋଦି, କେଓ୍ୱଡିଆ ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ସମୁଦ୍ର ଜାହାଜ ଯାତ୍ରା କରିଛନ୍ତି । ରବିବାରଠାରୁ ଏହି ପ୍ଲେନ୍ ପ୍ରତ୍ୟେକ ଦିନ ଅହମ୍ମଦାବାଦରୁ କେଓ୍ୱଡିଆ ପର୍ଯ୍ୟନ୍ତ ଯିବ । ସି-ପ୍ଲେନ୍ ସେବା ପାଇଁ ଅନଲାଇନ୍‌ରେ ଟିକେଟ୍ ବୁକିଂର ବ୍ୟବସ୍ଥା ହୋଇଥିବା ବେଳେ ଟିକେଟ୍ ମୂଲ୍ୟ ୧୫ ଶହ ଟଙ୍କା ରହିଛି ।

କରୋନା ଛାଟରେ ଝାଉଁଳି ପଡିଲା କୁମାରପୂର୍ଣ୍ଣମୀ; ଚାକଚକ୍ୟ କମିଲା, ପାର୍ବଣ ପୂରିଲା….

ଭୁବନେଶ୍ୱର: କାକର ଭିଜା ସକାଳ ଧିମେଇ ଧିମେଇ ପଶୁଥିବ । ଶୀତର ବୈଜୟନ୍ତୀ ଆସ୍ତେ ଆସ୍ତେ ଛୁଉଁଥିବ । ବର୍ଷସାରା ଅଲୋଡା ହୋଇ ପଡୁଥିବା କମ୍ୱଳ-ଚାଦର ପୁଣି ମନେ ପଡୁଥିବେ । ହଭିଷ୍ୟାଳୀମାନେ କାର୍ତ୍ତୀକ ମାସ ପାଇଁ ପାଗ ଭିଡ଼ୁଥିବେ । ସେଇ ଭିତରେ ଧସେଇ ପଶିବ କୁଆଁର ପୁନେଇଁ ।  ଆଜି ସେଇ ଓଡିଆ ପର୍ବ କୁମାରପୂର୍ଣ୍ଣମୀ । ସବୁ ବର୍ଷ ଓଡ଼ିଶାର ପୁରପଲ୍ଲୀରେ ପାଳିତ ହୁଏ, ଏଥର ବି ହୋଇଛି ।

କରୋନା ଛାଟରେ ଏହି ପାର୍ବଣ ଧିମେଇ ଯାଇଛି ସତ ହେଲେ କୁଆଁରୀମାନେ ନିଜ ପର୍ବକୁ ଯଥାସମ୍ଭବ ଉପଭୋଗ କରିଛନ୍ତି । ସକାଳୁ ଉଠି ନୂଆ ଜାମା ପିନ୍ଧି ସୂର୍ଯ୍ୟଙ୍କୁ ଶୁଦ୍ଧପୂତ ଭାବେ ଖଈ ଲାଗି କରିଛନ୍ତି । ଭଲ ବରଟିଏ କାମନା କରିଛନ୍ତି । ଚଉଚା ମୂଳେ ବୃନ୍ଧାବତୀଙ୍କୁ ମୁଣ୍ଡିଆ ମାରି ଚାନ୍ଦ ଭୋଗ କରିଛନ୍ତି । ହେଲେ ସେ ଭିଡ଼ ଆଉ ନାହିଁ ।  କରୋନା ନଥିଲେ, ସାଇ ଯାକ କୁଆଁରୀ ଝିଅ ଏକାଠି ହୋଇ ଖସଖୁସିରେ ଚଉରା ମୂଳ ଫଟେଇ ପକେଇଥାନ୍ତେ । ସେସବୁ ନାହିଁ । ନିଜନିଜ ଘରେ ପୂଜା କରି ଖାଲି ଔପଚାରିକତା ସାରିଛନ୍ତି ।

 

ତାସ ଖେଳର ଆସାର ଆଉ ଗାଁ-ସାହି ପିଣ୍ଡି ଯାଏଁ ଯାଉନି । କେବଳ ଘର ଯାଏଁ ସୀମିତ ରହିଛି । ଦାଣ୍ଡ କୋଳାହୋଳ ହୋଇନି କି ପାଉଁଜିର ସୁମଧୁର ନାଦ ଗାଁ ସାରା ଶୁଭିନି । କରୋନା ଯେମିତି ସବୁ ଖୁସି ବନ୍ଧା ପକେଇ, ନାଲ ଟକମକ୍ ଆଖି ଦେଖାଇ ଆକଟ କରିଛି, ସବୁ କୁଆଁରୀକୁ । ତେବେ କୁମାରପୂର୍ଣ୍ଣମୀ ସାଙ୍ଗରେ ନେଇ ଆସେ ଆଉ ଏକ ପାର୍ବଣ । ତାହା ହେଉଛି ଗଜଲକ୍ଷ୍ମୀ ପୂଜା ।

ଢେଙ୍କାନାଳ ସହରରେ ଏଇ ପୂଜା ସବୁଠାରୁ ଅଧିକ ଧୁମଧାମରେ ପାଳିତ ହୁଏ । ସେ ଧୁମଧାମ କି ଚାକଚକ୍ୟ ତ ନାହିଁ । ହେଲେ ମା’ ଅର୍ଣ୍ଣପୂର୍ଣ୍ଣା ଅଧିଷ୍ଠିତ ହୋଇଛନ୍ତି, ନିଶ୍ଚୟ । ପୂଜା ମଣ୍ଡପରେ ଭକ୍ତଙ୍କ ରାହା ଦେଖୁଛନ୍ତି । ଭକ୍ତ ବି ଘରେ ଥାଇ ମାଙ୍କୁ କ୍ଷମା ମାଗୁଛି । କେବଳ ଢେଙ୍କାନାଳ କାହିଁକି, ଅନୁଗୁଳ, ବାଙ୍କୀ, କେନ୍ଦ୍ରପଡା ଓ ଭଦ୍ରକ ବି ଗଜଲକ୍ଷ୍ମୀ ପୂଜାକୁ ଅଳ୍ପ ବହୁତେ ପାଳୁଛି । ବିଧିବିଧାନରେ ମାଙ୍କ ପୂଜା ହେଉଛି ।

ହାତୀ-ମଣିଷ ଲଢେଇ କମିବ; ସୋଲାର ଫେନ୍ସିଂ ଉପରେ ଗୁରୁତ୍ୱ…

ଭୁବନେଶ୍ୱର: ଥମିବ ହାତୀ-ମଣିଷ ଲଢେଇ । ଧନ, ଜୀବନ ନଷ୍ଟ ଭୟରୁ ମିଳିବ ମୁକ୍ତି । ହାତୀଙ୍କୁ ରୋକିବାକୁ ବନ ବିଭାଗର ନୂଆ ପ୍ରୟାସ । ଜଙ୍ଗଲ ଚାରିପଟେ ସୋଲାର ଫେନ୍ସିଂ ଲାଗିବ ।  ସମ୍ବଲପୁର ଜନବସତି ଗୁଡିକରେ ହାତୀ ଉପଦ୍ରବ ରୋକିବାକୁ ଏପରି ନିଷ୍ପତ୍ତି ନେଇଛି ବନ ବିଭାଗ । ଜିଲ୍ଲାର ରେଙ୍ଗାଲୀ, ଧମା, ପଡ଼ିଆବାହାଲ, ସଦର ରେଞ୍ଜର ୧୮ଟି ଗ୍ରାମରେ ଲାଗିବ ଏହି ସୋଲାର ବାଡ ।

୭୨ ଜଣ ଚାଷୀଙ୍କ ୩୨୯.୯୩ ଏକର ଜମିର ଚାରିପଟେ ପ୍ରାୟ ୨୪.୭ କିଲୋମିଟର ସୋଲାର ଫେନସିଂ କାର୍ଯ୍ୟକାରୀ ହେବ । ଇଛୁକ ଗ୍ରାମବାସୀ ଗ୍ରାମ ସଭାରେ ପ୍ରସ୍ତାବ ପାରିତ କରି ଡିଏଫଓଙ୍କୁ ଜଣାଇବେ । ଏକ କିଲୋମିଟର ସୋଲାର ଫେନସିଂ ପାଇଁ ପ୍ରାୟ ୩ ରୁ ସାଢ଼େ ୩ ଲକ୍ଷ ଖର୍ଚ୍ଚ ହେବ । ଏହାଦ୍ୱାରା ହାତୀଙ୍କୁ ଜନବସତିମୁହାଁ ହେବାରେ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି । ହାତୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦେଇଥିଲା ବନ ବିଭାଗ ।

ଏହାପରେ PCCF ପ୍ରକଳ୍ପ ବାବଦରେ ବ୍ୟୟ ଅଟକଳ ବିଷୟରେ ଜାଣିବାକୁ OREDAକୁ ଚିଠି ଦେଇଥିଲେ । ଅଞ୍ଚଳରେ ୨ ପ୍ରକାର ସୋଲାର ଫେନ୍ସିଂର ବ୍ୟବସ୍ଥା ହେବ । ବନ ବିଭାଗ ଓ ପଞ୍ଚାୟତର ମିଳିତ ଆର୍ଥିକ ସହାୟତାରେ ଏହା ତିଆରି ହେବ । ଏଥିପାଇଁ ବନ ବିଭାଗ ୯୦ ପ୍ରତିଶତ ଖର୍ଚ୍ଚ ବହନ କରୁଥିବା ବେଳେ ପଞ୍ଚାୟତକୁ ୧୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ପଡିବ । କୌଣସି ଚାଷୀ ବ୍ୟକ୍ତିଗତ ସ୍ତରରେ ନିଜର ଚାଷ ଜମିରେ ସୋଲାର ଫେନ୍ସିଂ କରିବାକୁ ଇଚ୍ଛା ପ୍ରକାଶ କଲେ ୫୦ ପ୍ରତିଶତ ସବସିଡି ମିଳିବ । ବନ ବିଭାଗର ଏହି ବ୍ୟବସ୍ଥାକୁ ସାଧାରଣ ଲୋକେ ସ୍ୱାଗତ କରିଥିବାବେଳେ ଏହା କେତେଦୂର ଉପଯୋଗୀ ହେବ ସେନେଇ ସନ୍ଦେହ ପ୍ରକଟ କରିଛନ୍ତି ।

ନିର୍ବାଚନ ପ୍ରଚାର ବେଳେ ଭୁଶୁଡ଼ିଲା ମଞ୍ଚ, ଭାଙ୍ଗିଲା ବାହୁବଳି ନେତାଙ୍କ ହାତ ! ଦେଖନ୍ତୁ ଭିଡିଓ..

ବିହାର: ନିର୍ବାଚନ ସଭାରେ ମଞ୍ଚରୁ ପଡିଗଲେ ନେତା । ବିହାର ବିଧାନସଭା ହାତେଇବା ପାଇଁ ନେତାଙ୍କୁ ନିଦ ନଥିବାବେଳେ ଶନିବାର ମଞ୍ଚରୁ ପଡି ଆହତ ହୋଇଛନ୍ତି ଜନ ଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ । ମୁଜାଫୁପୁରରେ ଏକ ସଭାକୁ ସମ୍ବୋଧିତ କରୁଥିଲେ ପପୁ ଯାଦବ । ଏହି ସମୟରେ ହଠାତ୍ ମଞ୍ଚ ଭୁଶୁଡି ପଡିଥିଲା । ଫଳରେ ତଳେ ପଡିଯାଇଥିଲେ ଜନ ଅଧିକାର ପାର୍ଟି ମୁଖ୍ୟ ପପୁ ଯାଦବ । ତାଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ଖୁବ ଶୀଘ୍ର ପପୁ ଯାଦବ ସୁସ୍ଥ ହୋଇ ଜନତାଙ୍କ ନିକଟକୁ ଆସିବେ ବୋଲି କହିଛନ୍ତି । ଜନତାଙ୍କ ଆଶୀର୍ବାଦ ଥିବାରୁ ସେ ଖୁବ୍‌ ଶୀଘ୍ର ସୁସ୍ଥ ହେବେ ବୋଲି ଆଶା ରଖିଥିବା କହିଛନ୍ତି ପପୁ ଯାଦବ ।

ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ବିହାରର ମୁଜାଫରପୁର ଜିଲ୍ଲାର ମୀନାପୁରରେ ଆୟୋଜିତ ଏକ ନିର୍ବାଚନ ରାଲିରେ ନେତା ପପୁ ଯାଦବ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଏଭଳି ଘଟିଥିଲା । ତାଙ୍କ ସମର୍ଥକମାନେ ତତକ୍ଷଣାତ୍‌ ତାଙ୍କ ନିକଟକୁ ଦୌଡ଼ି ଯାଇ ତଳୁ ଉଠାଇ ଥିଲେ ।

ଏହି ଘଟଣାକୁ ନେଇ ପପୁ ଯାଦବ ଟ୍ୱିଟର ଜରିଆରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ‘ପ୍ରଶାସନର ଅବହେଳା ଯୋଗୁଁ ଏଭଳି ଘଟିଲା । ମଞ୍ଚରୁ ପଡ଼ି ମୋ ହାତ ଭାଙ୍ଗିଯାଇଛି । ତଥାପି ମୁଁ ଓହରି ଯିବି ନାହିଁ । ଖୁବ ଶୀଘ୍ର ପ୍ରଚାର ମଇଦାନକୁ ଫେରିବି । ପରିବର୍ତ୍ତନ ପାଇଁ ମୋ ଅଭିଯାନ ଜାରି ରହିବ । ମୀନାପୁରରେ ଜନ ସମୂଦ୍ର ଦେଖିବାକୁ ମିଳିଲା ।’

ତେବେ ବିହାରରେ ଏଭଳି ଘଟଣା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ସ୍ଥାନରେ ମଞ୍ଚ ଭୁଶୁଡିଛି । ଗତ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ମଶକୋର ଅହମ୍ମଦ ଉସମାନି ଦାରଭଙ୍ଗା ଠାରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ମଞ୍ଚ ଭୁଶୁଡ଼ି ପଡ଼ିଥିଲା ।

ମଧ୍ୟପ୍ରଦେଶ ଉପନିର୍ବାଚନ: ମ୍ୟାଜିକ୍‌ ନମ୍ବର ୧୧୬, ଖାଲି ପଡ଼ିଛି ୨୮ ! ବଦଳିପାରେ ସମୀକରଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ସରକାରକୁ ବଞ୍ଚାଇବ ଉପନିର୍ବାଚନର ଫଳାଫଳ । ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟପ୍ରଦେଶରେ ହେବାକୁ ଯାଉଛି ଉପ ନିର୍ବାଚନ । ୩ଟି ଆସନ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିବା ବେଳେ ବାକି ୨୫ଟଇ ଆସନ କଂଗ୍ରେସ ବିଧାୟକ ଦଳ ଛାଡ଼ିବା ଯୋଗୁଁ ଖାଲି ରହିଛି । ଏହି ଉପନିର୍ବାଚନରେ କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ଭାବେ ଫାଇଟ୍ ହେଉଛି । ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ତମାମ ନେତାଏ ପ୍ରଚାର ମଙ୍ଗ ଧରିଛନ୍ତି ।

shivraj- jyotiraditya

ସେପଟେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଛନ୍ତି । ତାରକା ପ୍ରଚାରକ ତାଲିକାରୁ କମଲନାଥଙ୍କ ନା ହଟାଯାଇଛି । ଆଦର୍ଶ ଆଚରଣ ବିଧି ଉଳଂଘନ ପାଇଁ କମଲାନାଥଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କମଲନାଥ ।

ମୋଟ୍ ବିଧାନସଭାରେ ସଦସ୍ୟ ସଂଖ୍ୟା ୩୩୦ ଥିବାବେଳେ ମ୍ୟାଜିକ୍ ନମ୍ବର ହେଉଛି ୧୧୬ । ଏବେ ବିଜେପି ପାଖରେ ୧୦୭ଟି ଆସନ ରହିଛି, ସେହିଭଳି କଂଗ୍ରେସ ପାଖରେ ରହିଛି ୮୭ ବିଧାୟକଙ୍କ ସମର୍ଥନ । ଏଣୁ ବିଜେପିକୁ ସରକାର ବଞ୍ଚାଇବାକୁ ହେଲେ ୯ ଜଣ ବିଧାୟକଙ୍କ ସମର୍ଥନ ଲୋଡ଼ା । ସେପଟେ କଂଗ୍ରେସ ଯଦି ସମସ୍ତ ଆସନରେ ବିଜୟୀ ହେବ ତେବେ ଯାଇ ବିଜେପିକୁ ଚେକ୍ ଦେଇପାରିବ । ଆସନ୍ତା ୩ ତାରିଖରେ ମତଦାନ ଏବଂ ୧୦ ତାରିଖରେ ଫଳାଫଳ । ୧୦ ତାରିଖରେ ଜଣାପଡ଼ିବ ମଧ୍ୟପ୍ରଦେଶ ବାଜି କିଏ ମାରୁଛି ?

୭୭ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଲା ପରେ ଧରାପଡ଼ିଲେ, ପୋଲିସ କାଟିଲା ୨ ମିଟର ଲମ୍ବା ଚାଲାଣ

ବେଙ୍ଗାଲୁରୁ: ପରିବା ବିକାଳିଙ୍କୁ ୪୨ ହଜାର ଟଙ୍କା ଜୋରିମାନା । ୭୭ ଥର କରିଥିଲେ ଟ୍ରାଫିକ୍‌ ନିୟମ ଉଲଂଘନ । ଏଭଳି ଘଟଣା ସାମ୍ନକୁ ଆସିଛି ବେଙ୍ଗାଲୁରୁ ସହରରେ । ଜଣେ ପରିବା ବିକାଳି ବାରମ୍ବାର ଟ୍ରାଫିକ୍‌ ନିୟମ ଉଲଂଘନ କରିବା ପରେ ଆଜି ପୁଣି ଟ୍ରାଫିକ୍‌ ନିୟମ ଉଲଂଘନ କରି ପୋଲିସ ହାତରେ ଧରାପଡ଼ିଥିଲେ । ତେବେ ପୋଲିସ ତାଙ୍କ ପୂର୍ବ ରେକର୍ଡକୁ ଆଧାର କରି ୪୨ ହଜାର ୫୦୦ ଟଙ୍କାର ଚାଲାଣ କାଟିଛି ।

ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ସାଧାରଣ ପରିବା ବିକାଳି ୭୭ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ଅନେକ ପ୍ରଶ୍ନ କରିଛନ୍ତି ଜଣେ ପରିବା ବିକାଳି ଏତେ ଟଙ୍କା କେଉଁଠୁ ଆଣିବ ? ଯଦି ସେ ୭୭ ଥର ଟ୍ରାଫିକ୍‌ ନିୟମ ଭାଙ୍ଗିଛନ୍ତି ଆଉ ପୋଲିସ ପାଖରେ ତାହାର ପ୍ରମାଣ ରହିଛି, ତେବେ ଆଜି ଯାଏଁ ପୋଲିସ କ’ଣ କରୁଥିଲା ? ଆରମ୍ଭରୁ ପୋଲିସ ତାଙ୍କୁ କାହିଁକି ଚେତାବନୀ ଦେଇନଥିଲା ।

Traffic Police
file photo

ଏହି ପରିବା ବିକାଳି ଜଣକ ହେଉଛନ୍ତି, କର୍ଣ୍ଣାଟକର ବେଙ୍ଗାଲୁର ମାଡିଭାଲାର ବାସିନ୍ଦା ଅରୁଣ କୁମାର । ତେବେ ଏହି ଜୋରିମାନା ରାଶି, ସେ ଚଲାଉଥିବା ସେକେଣ୍ଡ ହ୍ୟାଣ୍ଡ ସ୍କୁଟରର ମୂଲ୍ୟଠାରୁ ମଧ୍ୟ ଅଧିକ । କୌତୁହଳର ବିଷୟ ହେଲା ଟ୍ରାଫିକ୍‌ ପୋଲିସ କାଟିଥିବା ଚାଲାଣର ଲମ୍ବା ୨ ମିଟରରୁ ଅଧିକ ହେବ ।

ଶୁକ୍ରବାର ବିନା ହେଲମେଟରେ ସ୍କୁଟର ଚଲାଉଥିବା ବେଳେ ଅରୁଣ କୁମାରଙ୍କୁ ଟ୍ରାଫିକ ପୋଲିସ ଅଟକାଇଥିଲା । ଏହାପରେ ତାଙ୍କ ନାଁରେ ଏକ ବିରାଟ ଚାଲାଣ କଟିଥିଲା ଟ୍ରାଫିକ୍‌ ପୋଲିସ । ଜୋରିମାନା ନଦେଇପାରିବାରୁ ପୋଲିସ ଅରୁଣଙ୍କ ସ୍କୁଟରକୁଜବତ କରି ରଖିଛି ।

ସେହିଭଳି ଆଉ ଏକ ଘଟଣା ହେଉଛି ବେଙ୍ଗାଲୁରୁର ଅନ୍ୟଜଣେ ପରିବା ବିକାଳି ମଞ୍ଜୁନାଥ ଗୋଟିଏ ବର୍ଷ ମଧ୍ୟରେ ୭୦ ଥର ହେଲମେଟ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ନାଁରେ ୧୫,୪୦୦ ଟଙ୍କାର ଚାଲାଣ କାଟିଥିଲା ଟ୍ରାଫିକ୍‌ ପୋଲିସ ।

କମିଶନରେଟ୍ ପୋଲିସ ହାତରେ ମୋଷ୍ଟ ୱାଣ୍ଟେଡ୍ ଲୁଟେରା; ନିଶାଦ୍ରବ୍ୟ ଦେଇ କରୁଥିଲେ ଲୁଟ୍….

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମୋଷ୍ଟ୍ ୱାଣ୍ଟେଡ୍ ତାଲିକାରେ ଥିବା ଦୁଇ ଲୁଟେରାଙ୍କୁ ଶନିବାର ଗିରଫ କରିଛି ଖଣ୍ଡଗିରି ପୋଲିସ । ବରମୁଣ୍ଡା ବସଷ୍ଟାଣ୍ଡରୁ ସଂପୃକ୍ତ ୨ ଅପରାଧିଙ୍କୁ ଗିରଫ କରାଯାଇଛି । ତେବେ ସେମାନଙ୍କଠାରୁ ନିଶା ଟାବଲେଟ୍, ବ୍ୟାଗ୍, ସୁନା ଚେନ୍, ମୁଦି, ମୋବାଇଲ, ଘାନା ଓ କୁଏତର କରେନ୍ସି, ବାଇକ୍ ଓ ୧ ଲକ୍ଷ ୮ ହଜାର ଲଗତ ଅର୍ଥରାଶି ଜବତ ହୋଇଛି ।

କମିଶନରେଟ୍ ପୋଲିସ ଅନେକ ଦିନ ହେବ ଏମାନଙ୍କ ପିଛା କରୁଥିଲେ ମଧ୍ୟ ଏମାନେ ପୋଲିସକୁ ମାତ ଦେଇ ଖସି ଯିବାରେ ସଫଳ ହେଉଥିଲେ । ତେବେ ଏମାନଙ୍କ ଦୌରାତ୍ମ ବରୁମଣ୍ଡା ଅଞ୍ଚଳରେ କ୍ରମାଗତ ଭାବେ ବଢିବାର ଲାଗିଥିଲା । ସୂଚନା ଅନୁଯାୟୀ, ଏମାନେ ଚିରାଚରିତ ଢଙ୍ଗରେ ଲୋକଙ୍କଠାରୁ ଆସବାପତ୍ର ଛଡାଇବା ପରିବର୍ତ୍ତେ ନୂଆ ଟେକନିକରେ ଚୋରି କରୁଥିଲେ । ପ୍ରଥମେ ଏମାନେ ଏକ ବ୍ୟକ୍ତି ସହ ବନ୍ଧୁତା କରି ତାହା ସହ ମେଳାପୀ ହେବାକୁ ଚେଷ୍ଟା କରନ୍ତି । ପରେ କୌଣସି ପାନୀୟରେ ନିଶା ବଟିକା ଖାଇବାକୁ ଦେଇଥାନ୍ତି ।

ନିଶାସକ୍ତ ହୋଇ ସଂପୃକ୍ତ ବ୍ୟକ୍ତି ଚେତାଶୂନ୍ୟ ପ୍ରାୟ ହେବା ପରେ ଏମାନେ ତାହାର ସମସ୍ତ ଆସବାପତ୍ର ନେଇ ଚମ୍ପଟ ମାରନ୍ତି । ଗଲା ୭ ମାସ ହେବ ଏମାନଙ୍କର ଏଭଳି ଅପରାଧର ଚିଠା ଲମ୍ୱି ଚାଲିଥିବା ବେଳେ ଏଭଳି ଅଭିଯୋଗ ମଧ୍ୟ ଖଣ୍ଡଗିରି ଥାନାକୁ କ୍ରମାଗତ ଭାବେ ଆସୁଥିଲା । ବାରମ୍ୱାର ଏଭଳି ଅଭିଯୋଗ ଆସିବା ପରେ ପୋଲିସ ଘଟଣାର ତନାଘନା କରିବା ସହ ସୂତ୍ରରୁ ଖବର ପାଇଁ ଆଜି ଏହି ଦୁହିଁକୁ ଗିରଫ କରିଛି । ଦୁହିଁଙ୍କର ନାମ ହେଉଛି-  ସୀମାଞ୍ଚଳ ସୁବୁଦ୍ଧି ଓ ସୁଶାନ୍ତ ରାଉତ । ତେବେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ସରିଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ବୋଲି କହିଛି ।