spot_img
Home Blog Page 6504

ଉପନିର୍ବାଚନ ପୂର୍ବରୁ ବାଲେଶ୍ୱର ଓ ତିର୍ତ୍ତୋଲରେ ପୋଲିସ ଡିଜି

ବାଲେଶ୍ୱର/ଜଗତସିଂହପୁର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସୁରକ୍ଷା ସମୀକ୍ଷା ବୈଠକ । ପୋଲିସ ବାହିନୀର ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ଡିଜିପି । ନିର୍ବାଚନୀ ହିଂସା ରୋକିବା ସହ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରିବା ପାଇଁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ୨୧ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି ।

Police DG Abhay Reviewed Security Arrangements Done In Balasore And Tirtol For By Poll

୧୫୦ ଜଣ ଇନ୍ସପେକ୍ଟର, ସବ-ଇନ୍ସପେକ୍ଟର ଓ ASI ନିୟୋଜିତ ଅଛନ୍ତି । ସମ୍ବେଦନଶୀଳ ବୁଥ ଉପରେ ଅଧିକ ଫୋକସ ରଖାଯାଇଛି  । ତିର୍ତ୍ତୋଲରେ ୧୫ ଶହ ଅସାମାଜିକ ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ସହ ୭୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Police DG Abhay Reviewed Security Arrangements Done In Balasore And Tirtol For By Poll

୩୧ଟି ୱାର୍ଡରେ ୯ ପ୍ଲାଟୁନ ସିଆର୍‌ପିଏଫ୍‌, ୨୬ ପ୍ଲାଟୁନ୍‌ ଓଏସ୍‌ଏପି ଫୋର୍ସ ସହିତ ୩୧ଟି ମୋବାଇଲ ସ୍କ୍ୱାଡ୍, ୧୦ ଜଣ ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଛି । ସେହିଭଳି ୫ ଜଣ ଅତିରିକ୍ତ ଏସ୍‌ପି, ୮ ଜଣ ଡିଏସ୍‌ପି, ୨୨ ଜଣ ଇନ୍ସପେକ୍ଟର, ୧୫୨ ଜଣ ଅଫିସର, ୮ ଜଣ ହାବିଲଦାର, ୩୫୨ ଜଣ ଏପିଆର୍‌ ଫୋର୍ସ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ନିୟୋଜିତ ଅଛନ୍ତି । ଆସନ୍ତା ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।

ଗତ ୩ ମାସ ହେଲା ଦେଶରେ ୬ ଲକ୍ଷରୁ କମ୍‌ ରହିଛି ଆକ୍ଟିଭ୍ କେସ୍: ଆରୋଗ୍ୟ ହାର ୯୧ ପ୍ରତିଶତ

ନୂଆଦିଲ୍ଲୀ: ଦେଶରେ ପାଖାପାଖି ୩ ମାସ ପରେ ଚିକିତ୍ସାଧୀନ କରୋନା ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ତଳକୁ ଆସିଛି । ଏହା ମୋଟ ସଂକ୍ରମିତଙ୍କ ସଂଖ୍ୟାର ମାତ୍ର ୭.୩୫ ପ୍ରତିଶତ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଦେଶରେ ମୋଟ ୫ଲକ୍ଷ ୯୪ ହଜାର ୩୮୬ ରୋଗୀ ଚିକିତ୍ସାଧୀନ ରହିଥିବା ବେଳେ ଗତ ୬ ଅଗଷ୍ଟରେ ଏହି ସଂଖ୍ୟା ୫.୫୯ ଲକ୍ଷ ରହିଥିଲା । ଅର୍ଥାତ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବରୁ ଯେଉଁଭଳି ଭାବେ ବଢ଼ୁଥିଲା ସେଥିରେ ହ୍ରାସ ଘଟିଛି । ଏଥିସହିତ ସୁସ୍ଥତା ହାର ମଧ୍ୟ ଲଗାତାର ବଢ଼ୁଥିବା ଜଣାପଡ଼ିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମିତଙ୍କ ସଂଖ୍ୟାର ୭.୩୫ ପ୍ରତିଶତ । ଏହି ସଂଖ୍ୟା ୫ ଲକ୍ଷ୯୪ ହଜାର ୩୮୬ ରହିଛି । ଯାହା କରୋନା ମାମଲା ଲଗାତାର ହ୍ରାସ ହେଉଥିବା ଦର୍ଶଉଛି ।

ଅନିଶ୍ଚିତତା ମଧ୍ୟରେ KKRର ପ୍ଳେ-ଅଫ୍‌ ସ୍ୱପ୍ନ: ଜାଣନ୍ତୁ କେମିତି ପାଇପାରିବ ପ୍ଳେ-ଅଫ୍‌ରେ ସ୍ଥାନ

ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଭିନ୍ନ ଭିନ୍ନ ରହିଛି । ଯାହା ମହାମାରୀ ସହ ଲଢ଼ିବା ନେଇ ସେମାନଙ୍କ ପ୍ରୟାସ ଏବଂ ଏଥରୁ ମିଳୁଥିବା ଫାଇଦା ସମ୍ପର୍କରେ ଦର୍ଶାଉଛି ।  ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଏବଂ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟ ଅନ୍ତର ଲଗାତାର ବଢ଼ିବାରେ ଲାଗିଛି । ସଂକ୍ରମଣରୁ ସୁସ୍ଥ ହେଉଥିବା ନୂଆ ରୋଗୀଙ୍କ ମଧ୍ୟରୁ ୮୦ ପ୍ରତିଶତ ମାମଲା କେବଳ ୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ରହିଛି । କେରଳରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୮ ହଜାର ଠାରୁ ଅଧିକ ରହିଛି । ଯେତେବେଳେ କି ମହାରାଷ୍ଟ୍ର ଓ କର୍ଣ୍ଣାଟକ ରେ ଏହି ସଂଖ୍ୟା ୭ ହଜାରରୁ ଊର୍ଦ୍ଧ୍ୱ ରହିଛି ।

ବ୍ୟାଙ୍କ ଚାକିରି ଛାଡ଼ି କରୁଛନ୍ତି କଦଳୀ ଚାଷ, ୩୦ ଲୋକଙ୍କୁ ଦେଇଛନ୍ତି ରୋଜଗାର

ବାଲିଗୁଡ଼ା: ଏମବିଏ ପାଠପଢା ପରେ ବ୍ୟାଙ୍କରେ ଚାକିରି କରୁଥିଲେ । ହେଲେ ଚାଷ ପ୍ରତି ଦୁର୍ବଳତା ଥିବାରୁ, ଚାକିରି ଛାଡ଼ି ଚାଷ କାର୍ଯ୍ୟରେ ଆରମ୍ଭ କରିଛନ୍ତି । ଆଉ ବନିଛନ୍ତି ଜଣେ ସଫଳ କଦଳୀ ଚାଷୀ । କନ୍ଧମାଳ ଜିଲ୍ଲା କ. ନୂଆଗାଁର ଏହି ସଫଳ ଚାଷୀ ସୁରେଶ ଏବେ ସମସ୍ତଙ୍କ ଲାଗି ପ୍ରେରଣା ।

Banker Turned Into A Successful Banana Farmer

ବ୍ୟାଙ୍କ କର୍ମଚାରୀରୁ ବନିଲେ ସଫଳ ଚାଷୀ । ନିଜେ ସ୍ୱାବଲମ୍ବୀ ହେବା ସହିତ ୩୦ ଲୋକଙ୍କୁ ଯୋଗାଉଛନ୍ତି ରୋଜଗାର । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ୍ ସିଟୁପାଜିର ସଫଳ ଯୁବଚାଷୀ ସୁରେଶ କୁମାର ପଣ୍ଡା । ଏମବିଏ ପାଠପଢ଼ା ସାରି ବ୍ୟାଙ୍କରେ ଚାକିରି କରିଥିଲେ । ହେଲେ ଚାଷ ପ୍ରତି ଦୁର୍ବଳତା ଥିବାରୁ ଚାକିରି ଛାଡ଼ି ଚାଷ କାର୍ଯ୍ୟରେ ମନ ବଳାଇଛନ୍ତି । ଆଉ ୧୩ ଏକର ଜମିରେ ଉନ୍ନତ କିସମର ଜି-୯ କଦଳୀ ଚାଷ କରିଛନ୍ତି ।

Banker Turned Into A Successful Banana Farmer

କନ୍ଧମାଳ ସମେତ ଭୁବନେଶ୍ୱର, କଟକ, ନୟାଗଡ଼, ପୁରୀ ଆଦି ଅଞ୍ଚଳରୁ ସୁରେଶଙ୍କ ବଗିଚାର କଦଳୀ ରପ୍ତାନୀ ହେଉଥିବା ବେଳେ ବେଶ୍ ଚାହିଦା ମଧ୍ୟ ରହିଛି । ଆଉ ଏହାକୁ ବିକ୍ରି କରି ଭଲ ଦି’ପଇସା ଲାଭ ହେଉଥିବା କହିଛନ୍ତି ସୁରେଶ । ତେବେ, ସରକାରୀ ପ୍ରୋତ୍ସାହନ ମିଳିଲେ ଆଗକୁ ଅଧିକ ସଫଳତା ମିଳିପାରନ୍ତା ବୋଲି ସେ କହିଛନ୍ତି ।

Banker Turned Into A Successful Banana Farmer

ମୋବାଇଲ ଗେମ୍‌ ପ୍ରତି ସୌକ ଥିଲେ ସାବଧାନ, ଏହି ୨୧ଟି ଆପ୍‌ ହୋଇପାରେ କ୍ଷତିକାରକ

ନୂଆଦିଲ୍ଲୀ: ମୋବାଇଲରେ ଗେମ୍‌ର‌ ସୌକ ରଖୁଥିବା ଲୋକ ସାବଧାନ । ଆପଣଙ୍କ ମୋବାଇଲ ହୋଇପାରେ ହ୍ୟାଙ୍ଗ୍‌ । ଅନେକ ଗୁରୁତ୍ୱପୂର୍ଣ୍ଣ ଡାଟା ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି । ଏଭଳି ଆଶଙ୍କା କରିଛି ଆଭାଷ୍ଟ ସାଇବର ସିକ୍ୟୁରିଟି ଫାର୍ମ । ଗୁଗୁଲ୍‌ ପ୍ଲେ-ଷ୍ଟୋରରେ ଥିବା ପ୍ରାୟ ୨୧ଟି ଆପ୍‌କୁ ନେଇ ଆଭାଷ୍ଟ ପକ୍ଷରୁ ଚେତବାନୀ ଦିଆଯାଇଛି । ଏହି ଆପ୍‌ ଗୁଡ଼ିକ ମୋବାଇଲ ପାଇଁ ହାନୀକାରକ ହୋଇଥିବା ବେଳେ ଏହି ଆପ୍‌ ଜରିଆରେ ଗୁରୁତ୍ୱପୂର୍ଣ୍ଣ ଡାଟା ନଷ୍ଟ ହେବାର ଆଶଙ୍କା ରହିଛି ବୋଲି କହିଛି ଆଭାଷ୍ଟ ସାଇବର ସିକ୍ୟୁରିଟି ଫାର୍ମ । ଏହି ୨୧ଟି ଆପ୍‌ ଲୁକାୟିତ ଭାବେ ଫ୍ୟାମିଲି ଟ୍ରୋଜେନ୍‌ର ଅଂଶିଦାର ।

କମ୍ପାନୀର କହିବାନୁଯାୟୀ, ଗୁଗୁଲ ଏବେ ବି ଆଡ୍‌ଓୟାର ଗେମିଂ ଆପ୍‌ର ଯାଞ୍ଚ ଜାରି ରଖିଛି । ସେନ୍‌ସର୍‌ ଟାଓ୍ୱାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୨୧ଟି ଆପ୍‌କୁ ପ୍ରାୟ ୮୦ ଲକ୍ଷ ଥର ଡାଉନ୍‌ଲୋଡ୍‌ କରାଯାଇଛି । ଏହି ଆପ୍‌ ବିରୋଧରେ ଏବ ସୁଦ୍ଧା କୌଣସି ଡାଟା ଚୋରିର ଅଭିଯୋଗ ଆସି ନାହିଁ ।

ଆଭଷ୍ଟ ଦାବି କରିଛି ଯେ, ଏହି ଆଡ୍‌ଓୟାର ଗେମିଂ ଆପ୍‌ ଗୁଡ଼ିକର ପ୍ରମୋସନାଲ୍ କଣ୍ଟେଣ୍ଟ, ୟୁଟ୍ୟୁବ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଦେଖାଯାଇଥିଲା । ଗୁଗୁଲ୍ ପ୍ଲେ-ଷ୍ଟୋରରୁ ସେଗୁଡ଼ିକୁ ଡାଉନଲୋଡ୍ କରାଯିବା ପରେ ତାହା ପୁନର୍ବାର ଦେଖାଯାଏ ନାହିଁ । କିନ୍ତୁ ଏହା ନିଶ୍ଚିତ ଯେ ସେମାନେ ବ୍ୟବହାରକାରୀଙ୍କ ମୋବାଇଲ୍‌କୁ ବାରମ୍ବାର ଅଦରକାରୀ ବିଜ୍ଞାପନ ପଠାଇଥାନ୍ତି । ଯାହା ଦ୍ୱାରା ମୋବାଇଲରେ କ୍ଷତିକାରକ ଭାଇରସ୍‌ ପଶିବାର ଆଶଙ୍କା ରହିଛି । ଆଉ ମୋବାଇଲକୁ ହ୍ୟାଙ୍ଗ୍‌ କରିବାର ଆଶଙ୍କା ମଧ୍ୟ ରହିଛି ।

ସେହି ଆପ୍‌ ଗୁଡ଼ିକ ହେଲା:-
21 Adware App

ଗୋଟିଏ ଗାଁର ୧୫ ପରିବାର ବାସନ୍ଦ, ବର୍ଷ ବର୍ଷ ଧରି ରାଜ୍ କରୁଛନ୍ତି ମୁଷ୍ଟିମେୟ

ଅନୁଗୁଳ: କଙ୍ଗାରୁକୋର୍ଟ ଆଧୁନିକ ସମାଜର କଳଙ୍କିତ ପ୍ରଥା । ମଣିଷ ଆଗକୁ ବଢ଼ୁଛି, ଜହ୍ନରେ ବଞ୍ଚିବାକୁ ସ୍ୱପ୍ନ ଦେଖୁଛି । ହେଲେ ମନରୁ ଲିଭୁନି ଅନ୍ଧାରୀ ଦୁନିଆର ଅରାଜକତା । ଇଏ ସେମିତି ଏକ ଗାଁ । ଯେଉଁଠି କଥା କଥାକେ ମିଳୁଛି ବାସନ୍ଦ ନିର୍ଦ୍ଦେଶ । ଅନୁଗୁଳ ସହର ନିକଟରେ ରହିଥିବା କଙ୍ଗାରୁକୋର୍ଟର ଏହି ଗାଁ ସାନ୍ତରାପୁର । ଗାଁରେ ୨ ଶହରୁ ଅଧିକ ପରିବାର ବସବାସ କରନ୍ତି ।

Village Of Kangaroo Court Angul Santarapur Odisha

ଗାଁରେ ଆଇନ୍ ନାଁରେ ବ୍ୟଭିଚାର ଚାଲିଥିବା ଅଭିଯୋଗ ହୋଇଛି । କଥା କଥାକେ ପରିବାରକୁ ଆର୍ଥିକ ଦଣ୍ଡ ଦେବାସହ ଗାଁରୁ ବାସନ୍ଦ ନିର୍ଦ୍ଦେଶ ଦେଉଛି ଗ୍ରାମ କମିଟି । କେଉଁ ଝିଅ ଅନ୍ୟ ଜାତିରେ ବିବାହ କଲା, କିଏ ଚାନ୍ଦା ଦେଇ ନପାରିଲା, କିଏ ଗ୍ରାମ ସଭାରେ ଯୋଗ ନଦେଲେ ଗ୍ରାମ କମିଟି ସେମାନଙ୍କ ନିକଟରୁ ଜରିମାନା ଆଦାୟ କରୁଛି । ଯିଏ ଜରିମାନା ଦେଇ ନପାରିଲା ବନ୍ଦ ହେଉଛି ନିଆଁପାଣି ।

Village Of Kangaroo Court Angul Santarapur Odisha

ଏମିତି ଆଜି କି କାଲି ନୁହେଁ । ବର୍ଷବର୍ଷ ଧରି ଗାଁର ମୁଷ୍ଟିମେୟ ଲୋକଙ୍କ ଏଠି ଚାଲିଛି ରାଜ୍ । ଗ୍ରାମସଭାର ଏହି ବଡ଼ପଣ୍ଡାଙ୍କ ବିରୋଧରେ ମୁହଁ ଖୋଲିବାକୁ କାହାର ସାହସ ନାହିଁ । ଏବେ ସୁଦ୍ଧା ଗାଁର ୧୫ ପରିବାର ବାସନ୍ଦ ହୋଇ ଅଛନ୍ତି ।  ବାସନ୍ଦ ପରିବାର ଏବେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏସପି ଏହାର ତଦନ୍ତ ପାଇଁ ଜରପଡ଼ା ପୋଲିସ୍ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଅଭିଯୋଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Village Of Kangaroo Court Angul Santarapur Odisha

ବାସନ୍ଦ ହୋଇଥିବା ପରିବାରକୁ ଦୋକାନି ସଉଦା ଦେଲେ କିମ୍ବା ପିଲାଟିଏ ଗାଁରେ କାହା ସହ କଥା ହେଲେ ଦେବାକୁ ପଡ଼ୁଛି ଜରିମାନା । ଏପରିକି ବାସନ୍ଦ ପରିବାର ପିଲାଙ୍କୁ ଗାଁରେ ସ୍କୁଲ ଓ ଟ୍ୟୁସନ ବି ମନା ହୋଇଛି ।

https://youtu.be/lb1VWmKBCa8

କରୋନା ଲଢ଼େଇ, ରାଜଧାନୀର ଅଧା ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡି

ଭୁବନେଶ୍ୱର: ରାଜ୍ୟରେ କଣ ରହିଛି କରୋନା ସ୍ଥିତି । ସଂକ୍ରମଣ ସହ କେମିତି ଲଢ଼ୁଛି ଓଡ଼ିଶା । ରାଜଧାନୀର କେତେ ପ୍ରତିଶତ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡି । ଏନେଇ ଆରଏମ୍ଆରଏସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି । କୋଭିଡ୍ ଭୂତାଣୁ ଭାଇରସ୍ ସମ୍ପର୍କରେ କୌଣସି ବ୍ୟକ୍ତି ଆସିଛି କି ନାହିଁ ଜାଣିବାକୁ ଆଣ୍ଟିବଡି ଟେଷ୍ଟ କରାଯାଏ । ଏହି ଟେଷ୍ଟ ତିନି ପ୍ରକାରର- ବ୍ୟକ୍ତିଗତ, ହାଇରିସ୍କ ଗ୍ରୁପ୍ ଓ ଗୋଷ୍ଠୀ ପ୍ରତିରୋଧ (ସେରୋ ସର୍ଭେ) । ICMR ବାଦ୍ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ସେରୋ ସର୍ଭେ ଆରମ୍ଭ କରିଥିଲା ।

Third Sero Survey Report Of Bhubaneswar: Antibody Created In 50 Percentage Body

ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ୧୧ ଜୁଲାଇରେ ସେରୋ ସର୍ଭେ ହୋଇଥିଲା । କମ୍ୟୁନିଟି ସ୍ତରରେ ୧.୪୨ ପ୍ରତିଶତ ଲୋକ ସଂକ୍ରମଣର ଶିକାର ହୋଇଥିଲେ । ୨୮ ଅଗଷ୍ଟରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ ହୋଇଥିଲା । ୫.୧ ପ୍ରତିଶତଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା । ତୃତୀୟ ପର୍ଯ୍ୟାୟ ସେରୋ ସର୍ଭା ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ହୋଇଥିଲା । RMRC, ବିଏମସି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଉଦ୍ୟମରେ ୧୪୦୩ ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିଲା ।

ତୃତୀୟ ସେରୋ ସର୍ଭେ ରିପୋର୍ଟ

Third Sero Survey Report Of Bhubaneswar: Antibody Created In 50 Percentage Body

ବିଏମସିର ୨୫ଟି ୱାର୍ଡରେ ସେରୋ ସର୍ଭେ କରାଯାଇଥିଲା । ସର୍ଭେରୁ ଜଣାଯାଇଛି ୫୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଆଣ୍ଟିବଡି ସୃଷ୍ଟି ପାଇଁ ୨ ସପ୍ତାହ ଲାଗେ । ଯେଉଁମାନଙ୍କ ଦେହରେ ୯୦ ପ୍ରତିଶତ ଆଣ୍ଟିବଡି ରହିଛି ସେମାନଙ୍କ ଠାରେ କୌଣସି ଲକ୍ଷଣ ନାହିଁ । ସଂଗୃହିତ ନମୁନାର ଏକ ତୃତୀୟାଂଶ ଲୋକ କରୋନା ପଜିଟିଭ୍ ଥିଲେ ।

ଆଗକୁ ଚ୍ୟାଲେଞ୍ଜ ?

Third Sero Survey Report Of Bhubaneswar: Antibody Created In 50 Percentage Body

ରାଜଧାନୀରେ ୫୦ ପ୍ରତିଶତ ଲୋକ କରୋନା ଭାଇରସ୍ ସଂକ୍ରମିତ ହୋଇ ନଥିବାରୁ ପୂର୍ବଭଳି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଉଚିତ୍ । ଅଗଷ୍ଟରେ ୫ ପ୍ରତିଶତ ଓ ଅକ୍ଟୋବରରେ ୫୦ ପ୍ରତିଶତଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । ତେଣୁ ଏବେବି ସାବଧନତା ଅବଲମ୍ବନ କରିବା ଜରୁରୀ ବୋଲି କହିଛନ୍ତି RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ।

ନୌସେନାର ସଫଳତା: INS କୋରାରୁ ଆଣ୍ଟି ସିପ୍‌ ମିଶାଇଲ ଟେଷ୍ଟ, ଟାର୍ଗେଟ୍‌ ଧ୍ୱଂସ ବିଧ୍ୱଂସ

ନୂଆଦିଲ୍ଲୀ: ଭାରତୀୟ ନୌସେନା ସଫଳତାର ଆଉ ଏକ ପାହାଚ ଚଢ଼ିଛି । ନିଜ ଶକ୍ତିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ଭାରତୀୟ ନୌସେନା ପକ୍ଷରୁ ଶୁକ୍ରବାର ଆଇଏନ୍‌ଏସ୍‌ କୋରା ଯୁଦ୍ଧ ଯାହାଜରୁ ଏକ ଆଣ୍ଟି ସିପ୍‌ ମିଶାଇଲ୍‌କୁ ପରୀକ୍ଷାମୂଳକ ଭାବେ ଉତ୍‌କ୍ଷେପଣ କରାଯାଇଥିଲା । ଯାହାକି ସଫଳତାର ସହ ଲକ୍ଷ ସ୍ଥଳକୁ ଭେଦ କରି ଧ୍ୱଂସ ବିଧ୍ୱଂସ କରିଛି ।

INS KORA

ପଶ୍ଚିମବଙ୍ଗର ଖାଡ଼ିରେ ଆଇଏନ୍ଏସ୍‌ କୋରାରୁ‌ ଏହି ଆଣ୍ଟି ସିପ୍‌ ମିଶାଇଲ୍‌ର ପରୀକ୍ଷଣ କରାଯାଇଥିଲା । ସୂଚନାନୁଯାୟୀ ଏହି ମିଶାଇଲ୍‌ ଉତ୍‌କ୍ଷେପଣ କରାଯିବା ପରେ ଏହାର ଲକ୍ଷ ଏତେ ନିର୍ଦ୍ଧିଷ୍ଟ ଥିଲା ଯେ, ଯେଉଁ ଯାହାଜକୁ ଲକ୍ଷ କରାଯାଇଥିଲା ତାହା ପୁରା ଧ୍ୱଂସ ବିଧ୍ୱଂସ ହୋଇଯାଇଛି । ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ, ମିଶାଇଲର ସବୁଠାରୁ ଅଧିକ ରେଞ୍ଜକୁ ପରୀକ୍ଷଣରେ ବ୍ୟବହାର କରାଯାଇଥିଲା ।

INS KORA

ସୂଚନାଯୋଗ୍ୟ, ଆଇଏନ୍‌ଏସ୍‌ କୋରା ହେଉଛି ଏକ କୋରା-କ୍ଲାସ ଯୁଦ୍ଧ ଯାହାଜ, ଯାହାକୁ ବିଭିନ୍ନ ସମୟରେ ଏଭଳି କ୍ଷେପଣାସ୍ତ୍ର ମାଡ଼ କରିବା ପାଇଁ ବ୍ୟବହାର କରାଯାଏ । ଏହାକୁ ୧୯୯୮ରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା ।

INS KORA

ଏହି ଯାହାଜର ଡିଜାଇନ୍‌ ଭାରତୀୟ ନୌସେନାର ପ୍ରୋଜେକ୍ଟ 25-A ଅନୁଯାୟୀ ପ୍ରସ୍ତୁତ କରାଯାଇଥିଲା । ଏହି ଯୁଦ୍ଧ ଯାହାଜରେ KH-35 ଆଣ୍ଟି ସିପ୍‌ ମିଶାଇଲ୍‌ ମଧ୍ୟ ମୁତୟନ କରାଯାଇଛି । ଭାରତୀୟ ନୌସେନା ପାଖରେ ଏଭଳି ପ୍ରାୟ ୩ଟି ଯୁଦ୍ଧ ଯାହାଜ ରହିଛି । ଯେଉଁଥିରେ ଆଇଏନ୍‌ଏସ୍‌ କିର୍ଚ, ଆଇଏନ୍‌ଏସ୍‌ କୁଲିଶ ଓ ଆଇଏନ୍‌ଏସ୍‌ କୁରମୁକ୍‌ ସାମିଲ ରହିଛି ।

କରୋନାରୁ ସୁସ୍ଥ ରୋଗୀଙ୍କ ଠାରେ କେତେ ମାସ ଯାଏଁ ରହିଥାଏ ଆଣ୍ଟିବଡି ?

ନୂଆଦିଲ୍ଲୀ: କରୋନା ଭାଇରସର ଲକ୍ଷଣ ଥିବା ଅଧିକାଂଶ ରୋଗୀ ଏଥିରୁ ମୁକୁଳିବା ପରେ ତାଙ୍କ ଶରୀର ମଧ୍ୟରେ ଆଣ୍ଟିବଡି ରୂପରେ ଏକ ରକ୍ଷା କବଚ ପ୍ରସ୍ତୁତ ହୋଇଥାଏ । ଯାହା ଅତି କମ୍‌ରେ ୫ ମାସ ଯାଏଁ ରହିଥାଏ । ଏକ ନୂଆ ଗବେଷଣାରୁ ଏହି ତଥ୍ୟ ହାସଲ ହୋଇଛି । ଏହି ଅଧ୍ୟୟନ ଅନୁସାରେ ଏଭଳି ଆଣ୍ଟିବଡ଼ି ବୃଦ୍ଧି ହେବା ପରେ କରୋନା ଭାଇରସ ଦ୍ୱାରା ସଂକ୍ରମଣ ହେବା ଆଶଙ୍କା ଖୁବ୍ କମ୍ ହୋଇଯାଇଥାଏ ।

Clinical trials of monoclonal antibodies to prevent COVID-19 now enrolling  | National Institutes of Health (NIH)

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଆମେରିକା ସ୍ଥିତ ମାଉଣ୍ଟ ସିନାଇ ହସ୍ପିଟାଲରେ କାର୍ଯ୍ୟରତ ଗବେଷକ ପ୍ଳୋରିୟନ୍ କ୍ରେମ୍ମର କହିଛନ୍ତି ଯେ, କରୋନା ସଂକ୍ରମିତ ସୁସ୍ଥ ହେବା ପରେ ତାଙ୍କ ଠାରେ ବୃଦ୍ଧି ପାଇଥିବା ଆଣ୍ଟିବଡି କିଛି ଦିନ ପାଇଁ ରହିଥାଏ । ଏଭଳି କିଛି ତଥ୍ୟ ମିଳିବା ପରେ ଏ ଦିଗରେ ଆମେ ଗବେଷଣା କରିଥିଲୁ । କିନ୍ତୁ ସେମାନେ ସେମାନଙ୍କ ଅଧ୍ୟୟନରେ ଠିକ୍ ଓଲଟା ପାଇଥିବା ସେ କହିଛନ୍ତି । ଏହି ନିଷ୍କର୍ଷରେ ପହଞ୍ଚିବା ପାଇଁ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଏଲିସା ନାମକ ଆଣ୍ଟିବଡି ଟେଷ୍ଟ କରାଯାଇଥିଲା । ମାଉଣ୍ଟ ସିନାଇ ହସ୍ପିଟାଲର ଗବେଷକ ୩୦ ହଜାର ୦୮୨ ନମୁନା ଯାଞ୍ଚ କରିବା ପରେ ଏହା ଜାଣିବାକୁ ପାଇଥିଲେ ଯେ, ଅଧିକାଂଶ ଲୋକଙ୍କ ଠାରେ ଆଣ୍ଟିବଡି ମଧ୍ୟମରୁ ଉଚ୍ଚସ୍ତରରେ ରହିଥିବା ଦେଖିବାକୁ ମିଳିଛି । ଯାହା ଭାଇରସକୁ ନିଷ୍କ୍ରିୟ କରିଦେଇପାରିବ । ବୈଜ୍ଞାନିକମାନେ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲ ଯେ, ପ୍ରଥମ ପରୀକ୍ଷା ଅପେକ୍ଷା ଦ୍ୱିତୀୟ ପରୀକ୍ଷା ବେଳକୁ ଆଣ୍ଟିବଡିର ସ୍ତର ହଲକା କମ୍ ହୋଇଥାଏ ଏବଂ ତୃତୀୟ ପରୀକ୍ଷା ବେଳକୁ ଏହା ଆଉ ଟିକେ କମ୍ ହୋଇଥାଏ । ଏହି ଆଧାରରେ ଗବେଷକଙ୍କ ପକ୍ଷରୁ କୁହାଯାଇଛି  ଯେ, ଆଣ୍ଟିବଡି କମ୍‌ରୁ କମ୍ ପାଞ୍ଚ ମାସ ଯାଏଁ ରହିଥାଏ ।

ପୁଲୱାମା ଆକ୍ରମଣ ମାମଲା: ବିରୋଧୀଙ୍କୁ ଜୋତାରେ ପିଟିବାକୁ କହିଲେ ଭି.କେ ସିଂହ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୁଏ, ଜାଣନ୍ତୁ….

ୱାଶିଂଟନ: ପୃଥିବୀର ସବୁଠୁ ରାଜନୈତିକ ଭାବେ କ୍ଷମତାଶାଳୀ ବ୍ୟକ୍ତି ଓ କାର୍ଯ୍ୟାଳୟ କେଉଁଟି । ଏହି ପ୍ରଶ୍ନ ପଚରାଯିବା ମାତ୍ରେ ଆଖି ଆଗକୁ ନାଚି ଆସେ ଆମେରିକାର ୱାଶିଂଟନ ଡିସିରେ ଥିବା ହ୍ୱାଇଟ୍ ହାଉସ । ଆଉ ବ୍ୟକ୍ତି କହିଲେ ଚାଲି ଆସନ୍ତି କ୍ଷମତାରେ ଥିବା ତତ୍କାଳୀନ ଆମେରିକା ରାଷ୍ଟ୍ରପତି । ହେଲେ ଏହି ରାଷ୍ଟ୍ରପତି କେମିତି ନିର୍ବାଚିତ ହୁଅନ୍ତି । ରାଷ୍ଟ୍ରପତି ଚୟନରେ ହେଉଥିବା ନିର୍ବାଚନ ପ୍ରକ୍ରିୟାରେ କେତେ ଅର୍ଥ ଖର୍ଚ୍ଚ ହୋଇଥାଏ । ଏମିତି ସବୁ ପ୍ରଶ୍ନ ଆମ ମନକୁ ଆନ୍ଦୋଳିତ କରିଥାଏ ।

ଚଳିତ ଆମେରିକା ନିର୍ବାଚନ ୨୦୨୦ରେ କେତେ ଟଙ୍କା ଖର୍ଚ୍ଚ ହେବ, ତାହା ଉପରେ ମଧ୍ୟ ସାରା ବିଶ୍ୱବାସୀ ନଜର ରଖିଛନ୍ତି । ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ଏହି ନିର୍ବାଚନ ପୂର୍ବ ସମସ୍ତ ନିର୍ବାଚନଠାରୁ ବ୍ୟୟବହୁଳ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ନିର୍ବାଚନ ପ୍ରକ୍ରିୟାର ପ୍ରାୟ ବର୍ଷକ ପୂର୍ବରୁ ପ୍ରଚାର ଆରମ୍ଭ ହୋଇଥାଏ । ଗତ ନିର୍ବାଚନ ଅର୍ଥାତ ୨୦୧୬ ରାଷ୍ଟ୍ରପତି ନିର୍ବାଚନରେ ୬.୫ ବିଲିୟନ ଡଲାର ଅର୍ଥ ଖର୍ଚ୍ଚ ହୋଇଥିଲା । ଚଳିତ ଥର ଏହି ଖର୍ଚ୍ଚର ପରିମାଣ ଦୁଇଗୁଣରୁ ଅଧିକ ହେବ ବୋଲି ଆଶା କରାଯାଉଛି ।ସେଣ୍ଟର ଫର ରେସପନ୍ସସିଭ୍ ପଲିଟିକ୍ସର କହିବାନୁଯାୟୀ ଚଳିତ ନିର୍ବାଚନର ଖର୍ଚ୍ଚ ୧୪ ବିଲିୟନ ଆମେରିକୀୟ ଡଲାର ଛୁଇଁବ । ନିର୍ବାଚନ ଯେତିକି ନିକଟତର ହେଉଛି । ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ସୂତ୍ରରୁ ଆୟ ବହୁଗୁଣିତ ହେବାରେ ଲାଗିଛି । ଏହି ଅର୍ଥ ଆଗମନକୁ ସୁପ୍ରିମକୋର୍ଟ ପକ୍ଷରୁ କଡ଼ା ନଜର ରଖାଯାଇଛି । ବିଶେଷ କରି ଚଳିତ ଅକ୍ଟୋବର ମାସରେ ସର୍ବମୋଟ ଖର୍ଚ୍ଚ ସଂଖ୍ୟା ୧୧ ବିଲିୟନ ଡଲାର ଛୁଇଁଥିବା ଆକଳନ କରାଯାଇଛି । ଯଦି ୧୪ ଅକ୍ଟୋବର ପର୍ଯ୍ୟନ୍ତ ବିଚାର କରାଯାଏ । ତେବେ ଡେମୋକ୍ରାଟ୍ ଜୋ ବାଇଡେନଙ୍କ ପାଇଁ ୯୩୮ ମିଲିୟନ ଡଲାର ଅର୍ଥ ଚାନ୍ଦା ଆକାରରେ ମିଳିଛି । ସେହିପରି ବର୍ତ୍ତମାନ ରାଷ୍ଟ୍ରପତି ଥିବା ତଥା ରିପ୍ଲବିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୫୯୬ ମିଲିୟନ ଡଲାର ଖର୍ଚ୍ଚ କରିସାରିଲେଣି । ସେହିପରି କରୋନା ଯୋଗୁ ଅର୍ଥ ଖର୍ଚ୍ଚ ପ୍ରଭାବିତ ହୋଇଛି । ନଚେତ ଖର୍ଚ୍ଚର ପରିମାଣ ଆହୁରି ଅଧିକ ହୋଇ ଥାଆନ୍ତା ବୋଲି ଗବେଷଣା କରୁଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ସେହିପରି ପୁରୁଷ ଚାନ୍ଦା ଦାତାଙ୍କ ଅପେକ୍ଷା ମହିଳାମାନେ ଚଳିତଥର ଅଧିକ ଅର୍ଥ ପ୍ରଦାନ କରିଛନ୍ତି । ୧୦ ବର୍ଷ ପୂର୍ବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏକ ବିଲିୟନ ଡଲାର ଖର୍ଚ୍ଚର ମଧ୍ୟ କଳ୍ପନା କରାଯାଇ ପାରୁ ନ ଥିଲା ।

ଛୋଟ ଛୋଟ ଚାନ୍ଦା ଦାତାଙ୍କଠାରୁ ଦୁଇ ଆମେରିକୀୟ ରାଷ୍ଟ୍ରପତି ପ୍ରାର୍ଥୀ ବହୁ ପରିମାଣରେ ଚାନ୍ଦା ସଂଗ୍ରହ କରିଥିବା ଜଣାପଡିଛି । ଏବେ ସୁଦ୍ଧା ଜୋ ବାଇଡେନ ୧.୭ ବିଲିୟନ ଆମେରିକୀୟ ଡଲାର ଚାନ୍ଦାରୁ ସଂଗ୍ରହ କରିଥିଲେ । ସେହିପରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲିୟନ ଆମେରିକୀୟ ଡଲାର ଚାନ୍ଦା କ୍ଷୁଦ୍ର ଚାନ୍ଦା ଦାତାଙ୍କଠାରୁ କମାଇଛନ୍ତି ।

IPL ବେଟିଂ ବେଳେ ୨ ଗିରଫ, ନଗଦ ୩୩ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା । ଆଇପିଏଲ ବେଟିଂ ବେଳେ ଜଣେ କିଙ୍ଗପିନଙ୍କ ସମେତ ଜଣେ ସହଯୋଗୀକୁ ଗିରଫ କରିଛି ଗଞ୍ଜାମ ପୋଲିସ । ଗିରଫ ଦ୍ୱୟ ହେଲେ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଗଣେଶନଗରର ଆର. ଲାଲୀ ଆଚାରୀ ଓ ଗାନ୍ଧୀ ନଗରର କେ. ପ୍ରଶାନ୍ତ କୁମାର ସୁବୁଦ୍ଧି । ଗିରଫ ପରେ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି ।

Brahmapur Police Busted IPL Betting Racket In City, Two Arrested

ସେମାନଙ୍କଠାରୁ ନଗଦ ୩୩ ଲକ୍ଷ ୬୧ ହଜାର ୨ ଶହ ଟଙ୍କା, ୪ଟି ମୋବାଇଲ ଫୋନ ଓ ତିନୋଟି ଏଟିଏମ୍ କାର୍ଡ ଜବତ କରିଛି ପୋଲିସ । ବେଟିଂ ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତଙ୍କ ଭୋଇଙ୍କ ନିର୍ଦ୍ଦେଶରେ ପୋଲିସ ଚଢ଼ାଉ କରିଥିଲା । ବିଭିନ୍ନ ମୋବାଇଲ  ଆପ୍ ଓ ଅନଲାଇନ ୱେବସାଇଟ୍ ମାଧ୍ୟମରେ ବେଟିଂ ଚାଲୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

Brahmapur Police Busted IPL Betting Racket In City, Two Arrested

ଦୀର୍ଘ ୫ରୁ ୭ ବର୍ଷ ହେବ ଅଭିଯୁକ୍ତ ମାନେ ବେଟିଂ କରି ଆସୁଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ କୋଲକାତା, ମୁମ୍ୱାଇ, ଦିଲ୍ଲୀ ଓ ଦୁବାଇର ଏଜେଣ୍ଟ ଥିଲେ । ସାଧାରଣ ଲୋକ ଓ ଯୁବପିଢିଙ୍କଠାରୁ ଟଙ୍କା ସଂଗ୍ରହ କରି ଏହି ଆଇପିଏଲ ବେଟିଂରେ ଲଗାଇ ଆସୁଥିବା ପୋଲିସ ଜାଣିବାକୁ ପାଇଛି । ତେବେ ବେଟିଂ ନେଟୱର୍କର ଚେର କେଉଁ ଯାଏଁ ଲମ୍ବିଛି ସେ ନେଇ ତଦନ୍ତ ଜାରି ଥିବା ସାମ୍ବିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ।