spot_img
Home Blog Page 6511

IPL: ପ୍ଲେ ଅଫରେ ଧମାକେଦାର ଏଣ୍ଟ୍ରି କଲା ମୁମ୍ବାଇ, RCBକୁ ୫ ୱିକେଟରେ ହରାଇଲା

ନୂଆଦିଲ୍ଲୀ: ପ୍ଲେ ଅଫରେ ପ୍ରବେଶ କଲା ମୁମ୍ବାଇ ଇଣ୍ଡିଆନ୍ସ । ଗତକାଲି ଆଇପିଏଲର ୪୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ ଓ୍ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଏଥିସହ ୧୨ଟି ମ୍ୟାଚରୁ ଅଷ୍ଟମ ବିଜୟ ସହ ଦଳ ମୋଟ ୧୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହଛି । ମୁମ୍ବାଇ ଆଗକୁ ଖେଳିବାକୁ ଥିବା ୨ଟି ମ୍ୟାଚ୍ ହାରିଲେ ମଧ୍ୟ ପ୍ଲେ ଅଫ୍ ଉପରେ ଏହାର ପ୍ରଭାବ ପଡିବ ନାହିଁ ।

ସେପଟେ ପ୍ଲେ ଅଫ୍ ଖେଳିବାକୁ ହେଲେ ଆରସିବିକୁ ଭଲ ରନ୍ ରେଟରେ ମ୍ୟାଚ୍‌ ଜିତିବାକୁ ପଡିବ । ଆରସିବି ମୋଟ ୧୨ଟି ମ୍ୟାଚରୁ ୭ଟି ଜିତି ୧୨ପଏଣ୍ଟ ହାସଲ କରିଛି । ଗତକାଲି ମୁମ୍ବାଇ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବାଙ୍ଗାଲୋର ବ୍ୟାଟିଂ କରି ମୁମ୍ବାଇ ଆଗରେ ୧୬୫ ରନ୍‌ର ଟାର୍ଗେଟ୍ ରଖିଥିଲା । ଜବାବରେ ୫ଟି ବଲ୍ ବାକି ଥାଇ ୫ ୱିକେଟରେ ଦଳ ମ୍ୟାଚକୁ ଜିତି ନେଇଥିଲା ।

ସେହିପରି ଗତକାଲି ମ୍ୟାଚରେ କମାଲ କରିଥିଲେ ସୂର୍ଯ୍ୟକୁମାର । ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ଅପରାଜିତ ୭୯ରନ୍ କରିଥିଲେ । ଯଦିଓ ବାଙ୍ଗାଲୋର ତରଫରୁ ଦେବଦତ୍ତ ପଦିକଲ୍ ୭୪ରନ୍ କରିଥିଲେ ତଥାପି ଦଳକୁ ବଜୟୀ କରିପାରି ନଥିଲେ । ସେପଟେ ଆଜି ଆଇପିଏଲରେ ଚେନ୍ନାଇକୁ ଭେଟିବ କୋଲକାତା ନାଇଟ୍ ରାଇଡର୍ସ ।

ଗଛରୁ ପଡ଼ି ଭାଙ୍ଗିଯାଇଥିଲା ଗୋଡ଼: ଚିକିତ୍ସା ଅଭାବରୁ ବର୍ଷେ ହେଲା ଶଯ୍ୟାରେ ପଡ଼ିରହିଛି ଶିଶୁ

0

ଯାଜପୁର: ଯନ୍ତ୍ରଣାରେ ପଡ଼ି ଛଟପଟ ଶୈଶବ। ଖେଳକୁଦ ବୟସରେ ରୋଗ ଶଯ୍ୟାରେ ପଡ଼ି ବଞ୍ଚିବାର ରାହା ଖୋଜୁଛି ୫ ବର୍ଷର ଶିଶୁ । ବର୍ଷେ ତଳେ ଗଛରୁ ପଡ଼ି ଗୋଡ଼ ଭାଙ୍ଗି ଯାଇଥିଲା। ହେଲେ ଚିକିତ୍ସା ଅଭାବରୁ ଏହି ଗୋଡ଼ ଏବେ ନଷ୍ଟ ହେବାକୁ ବସିଛି।

ଅସହ୍ୟ ହେଉଛି ଯନ୍ତ୍ରଣା। ତଥାପି ମୁକୁଳିବାର ବାଟ ନାହିଁ । ହସିବା ଖେଳିବା ବୟସରେ ଶଯ୍ୟାଶାୟୀ ହୋଇଛି ୫ ବର୍ଷର ଶିଶୁ। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ୍ ଟାଙ୍ଗରସାହି ବିରେନ ବାଦ୍ରାଙ୍କ ସାନ ପୁଅ ଜୱାର ବାଦ୍ରା । ବର୍ଷେ ତଳେ ଗଛରୁ ପଡି ଭାଙ୍ଗିଯାଇଥିବା ଗୋଡ ଏବେ ନଷ୍ଟ ହେବାକୁ ବସିଲାଣି । ଚିକିତ୍ସା ପାଇଁ ପ୍ରଥମେ  ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର କଟକ ବଡ଼ ମେଡ଼ିକାଲକୁ ନେବାପାଇଁ ପରାମର୍ଶ ଦେଇଥିଲେ ।

ହେଲେ ପାଖରେ ଟଙ୍କା ନଥିବାରୁ କଟକ ନେବା ପରିବର୍ତ୍ତେ ପୁଅକୁ ନେଇ ଘରକୁ ଫେରି ଆସିଥିଲେ ମା। ଆଉ ଏବେ ଚିକିତ୍ସା ଅଭାବରୁ ଗୋଡ଼ ନଷ୍ଟ ହେବାରୁ ବସିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ବିରେନଙ୍କ ଉପରେ ଏବେ ୩ ପିଲା ଓ ବୁଦ୍ଧା ଶାଶୁଙ୍କ ବୋଝ । ଦିନ ମଜୁରିଆ ଭାବେ କାମ କରି ପରିବାରର ପ୍ରତି ପୋଷଣ କରୁଥିବା ବିରେନଙ୍କ ପକ୍ଷେ ପୁଅର ଉତ୍ତମ ଚିକିତ୍ସା କରାଇବା ଅସମ୍ଭବ ହୋଇପଡିଛି । ତେବେ ଏଭଳି ସ୍ଥିତିରେ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି କରିଛନ୍ତି ସ୍ୱେଚ୍ଛାସେବୀ । ସେପଟେ ଖୁବଶୀଘ୍ର ଶିଶୁଟିର ଚିକିତ୍ସା କରାଯାଇ ତାର ଥଇଥାନ କରାଯିବ ବୋଲି ଦାନଗଦୀ ବିଡିଓ କହିଛନ୍ତି । ଭଙ୍ଗା ଗୋଡ଼ର ଅବସ୍ଥା ଦିନକୁ ଦିନ ବିଗୁଡୁଥିବା ବେଳେ ଯଥାଶୀଘ୍ର ଜୱାରକୁ ଚିକିତ୍ସା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

ସାଂସଦଙ୍କୁ ହତ୍ୟା ପାଇଁ ଦେଇଥିଲେ ୨ କୋଟି ଟଙ୍କାର ସୁପାରି

ମହାବାତ୍ୟା ପରେ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀ ଏବେ ଜରାଜୀର୍ଣ୍ଣ: ମରାମତି ନେଇ ପ୍ରତିଶ୍ରୁତି ଦେଲେ ବିଡିଓ

0

କୋଣାର୍କ: ବିତିଯାଇଛି ୨୧ ବର୍ଷ, ହେଲେ ପୂରଣ ହୋଇନି କ୍ଷତ ଚିହ୍ନ । ପୂରୁଣା ଦିନର ସେ କରାଳ ରୂପକୁ ଆଜି ଯାଏଁ ଭୁଲି ନାହାନ୍ତି ଲୋକେ  । ୧୯୯୯ ମସିହା ଅକ୍ଟୋବର ମାସ ୨୯  ତାରିଖର କଥା ମନେ ପଡ଼ିଲେ ସାମ୍ନାକୁ ଆସିଯାଏ ସେହି ଭୟଙ୍କର କାଳରାତ୍ରୀ ମହାବାତ୍ୟାର ଚିତ୍ର  । ଯେଉଁଥିରେ ଭୁଶୁଡ଼ିଥିଲା ଲକ୍ଷଲକ୍ଷ ଘର ଆଉ ଭାଙ୍ଗିଥିଲା ସୁନାର ସଂସାର  । ୧୯୯୯ ମସିହା ମହାବାତ୍ୟାରୁ ପୁରିଛି ୨୧ ବର୍ଷ । ହେଲେ ଏବେବି ଅପୂରଣୀୟ ହୋଇ ରହିଛି ସେହି ଅଜଣା କ୍ଷତ । କାଳ ରାତ୍ରୀକୁ ପ୍ରକୃତିର କରାଳ ରୂପ କଥା ଭାବିଲେ ଏବେବି କମ୍ପିଉଠୁଛି ଦେହ ।

ସେହି ଅମଙ୍ଗଳ ଶୁକ୍ରବାରରେ କିଏ ନିଜ ପରିବାରକୁ ହରାଇଥିଲା ତ କିଏ ସର୍ବହରା ହୋଇଯାଇଛି । ଏହାରି ଭିତରେ ୨୧ ବର୍ଷା ବିତିଯାଇଛି । ହେଲେ ସେ ଦିନର ସେହି ବିଭିଷିକାକୁ ଏଯାଏଁ ଭୁଲି ପାରି ନାହାନ୍ତିଁ ଲୋକେ । ଆଉ ପ୍ରକୃତିର ସେହି ତାଣ୍ଡବକୁ ବଖାଣିବା ମାତ୍ରେ ଆଖିରୁ ଘନେଇ ଆସୁଛି ଲୋତକର ଧାର । ୧୯୯୯ ମସିହାର ସେହି ପ୍ରଳୟଙ୍କାରୀ ମହାବାତ୍ୟାକୁ ପୁରିଛି ୨୧ ବର୍ଷ । ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଉଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ର ବଦଳିନାହିଁ ଚିତ୍ର । ସରକାରୀ ଓ ବେସରକାରୀ ଉଦ୍ୟମରେ ନିର୍ମାଣ ହୋଇଛି ୧୭ ବାତ୍ୟାଆଶ୍ରୟସ୍ଥଳୀ ।

ହେଲେ ରକ୍ଷଣା ବେକ୍ଷଣା ଅଭାବ ଜରାଜୀର୍ଣ ହୋଇଛି ଏହି ଗୃହ । ଅପରପକ୍ଷେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ପଞ୍ଚାୟତ କାର୍ଯ୍ୟକ୍ରମ ମାଧ୍ୟମରେ ମରାମତି କରାଯିବ ବୋଲି ସ୍ଥାନୀୟ ବିଡିଓ କହିଛନ୍ତି । ଖୁବ ଶୀଘ୍ର ଏହି ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ମରାମତି  ନହେଲେ ମହାବାତ୍ୟା ପରେ ଉପକୂଳବାସୀଙ୍କ ସୁରକ୍ଷା ପାଇଁ ଆଗେଇ ଆସିଥିବା ବିଭିନ୍ନ ବେସରକାରୀ ଅନୁଷ୍ଠାନ ମାନଙ୍କ ସାହାଯ୍ୟ ସହଯୋଗ ବୃଥା ଯିବ ଏଥିରେ ସନ୍ଦେହ ନାହିଁ ।

ଅଶୁଭ ଶୁକ୍ରବାରର ମହାବାତ୍ୟା; କ୍ଷତ ଶୁଖିଛି ହେଲେ ଦରଜ ଯାଇନି

Flipkartର ବିଗ୍ ଦିୱାଲି ସେଲ୍ ଆରମ୍ଭ, କେଉଁ ଜିନିଷରେ ରହିଛି ଦମଦାର ଅଫର ଜାଣନ୍ତୁ…

ନୂଆଦିଲ୍ଲୀ: ଫ୍ଲିପକାର୍ଟ(Flipkart)ର ବିଗ୍ ବିଲିୟନ ଡେ’ ସେଲ ଶେଷ ହୋଇଛି । ଏବେ କମ୍ପାନୀ ଫେଷ୍ଟିଭାଲ୍ ସିଜିନର ଦ୍ୱିତୀୟ ବଡ ଦିପାବଳି ସେଲର ଆୟୋଜନ କରିବାକୁ ଯାଉଛି । ଅକ୍ଟୋବର ମାସ ୨୯ ତାରିଖରୁ ତଥା ଆଜିଠୁ ଏହି ସେଲ୍ ଆରମ୍ଭ ହେବ । ଏବଂ ଏହି ସେଲ୍ ନଭେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଫ୍ଲିପକାର୍ଟ ସେଲ୍ ସମୟରେ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଏବଂ EMI ଟ୍ରାନ୍ଜାକ୍ସନରେ ଗ୍ରାହକଙ୍କୁ ୧୦ ପ୍ରତିଶତ ଡିସକାଉଣ୍ଟ ମିଳିବ । ଗ୍ରାହକମାନଙ୍କୁ ବଜାଜ ଫିନ୍ସର୍ଭ, HDFC ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏସବିଆଇ ଭଳି ପ୍ରମୁଖ ବ୍ୟାଙ୍କ ସହିତ ନୋ କାଷ୍ଟ EMI ର ବିକଳ୍ପ ଦିଆଯିବ ।

ଫ୍ଲିପକାର୍ଟ ଟିଜର ବ୍ୟାନର ଦ୍ୱାରା ଏହି ସେଲ୍ ବିଷୟରେ ସୂଚନା ଦେଇଛି । ଗ୍ରାହକମାନେ ବିଗ୍ ଦିୱାଲୀ ସେଲରେ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ୮୦ ପ୍ରତିଶତ ରିହାତି ପାଇବେ । ସେଲ ସମୟରେ ସାମସଙ୍ଗ, ଓପୋ, ପୋକୋ ଏବଂ ରିୟଲମି ଭଳି ଅନେକ ବଡ କମ୍ପାନୀର ସ୍ମାର୍ଟଫୋନରେ ଡିସକାଉଣ୍ଟ ରହିଛି । କିଛି ସ୍ମାର୍ଟଫୋନ୍ ଯେମିତିକି ଆଇଫୋନ୍ XR ମାତ୍ର ୩୯,୯୯୯ ଟଙ୍କାରେ ମିଳିବ । ଏହା ବ୍ୟତୀତ 65W ଫାଷ୍ଟ ଚାର୍ଜିଂ ରିୟଲମି ନାରଜୋ ୨୦ ପ୍ରୋ ୧୩,୯୯୯ ଟଙ୍କାରେ ମିଳଇବ ଏବଂ ପୋକୋ C3 3GB ୭,୪୯୯୯ ଟଙ୍କାରେ ଉପଲବ୍ଧ ହେବ ।

ଷ୍ଟକ୍ ଆଣ୍ଡ୍ରଏଡ୍ ଫୋନ୍ ଖୋଜୁଥିବା ଗ୍ରହକଙ୍କ ପାଇଁ ମଧ୍ୟ ସେଲ୍ ରହିଛି । ମୋଟରୋଲା ୱାନ୍ ଫ୍ୟୁଜନ୍ + ୧୬,୪୯୯ ଟଙ୍କାରେ ଉପଲବ୍ଧ ହେବ । ସେହିଭଳି ଗ୍ରାହକମାନେ ବିଗ୍ ଦିୱାଲୀ ସେଲ୍ ରେ ୨୪,୯୯୦ ଟଙ୍କାରେ LG G8x ମିଳିବ । ଫ୍ଲିପକାର୍ଟର ଦିୱାଲୀ ସେଲରେ ଗ୍ରାହକମାନେ ଲାପଟପ୍, ହେଡଫୋନ୍, ସ୍ପିକର, ଟିଭି ମଡେଲ ଭଳି ଅନ୍ୟ ଜିନିଷ ଉପରେ ମଧ୍ୟ ରିହାତି ରହିଛି ।

ପୁଣି ଜିଏସ୍‌ଟିି ଠକେଇ:ଜାଲ କମ୍ପାନୀ ଖୋଲି ଠକେଇ କରିଥିବା ଅଭିଯୋଗ

0

ରାଉରକେଲା: ପୁଣି ଜିଏସଟି ଠକେଇ। ଜଣେ ଡ଼୍ରାଇଭରଙ୍କ ଅଜାଣତରେ ୨୮କୋଟି ଟଙ୍କାର କାରବାର ହୋଇଥିବା ଅଭିଯୋଗ ହୋଇଛି । ଏକ ଜାଲି କମ୍ପାନୀ ଜରିଆରେ କାରବାର କରାଯାଇଥିବା ଅଭିଯୋଗ ହୋଇଛି। ଜିଏସଟି ବିଭାଗ ପକ୍ଷରୁ ଏନେଇ ତଦନ୍ତ କରାଯାଉଛି। ଠକେଇର ଶିକାର ହୋଇଥିବା ଡ଼୍ରାଇଭରଙ୍କ ଡକ୍ୟୁମେଣ୍ଟ ଅନ୍ୟ ଜଣେ ନେଇ ତାଙ୍କ ଅଜାଣତରେ ଜାଲି କମ୍ପାନୀ ଖୋଲି ଠକେଇ କରିଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ଡ୍ରାଇଭର ସେକ୍ଟର ୨୦ ଅଞ୍ଚଳର ।

୫ ମାସ ଧରି ବନ୍ଦ ଘରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ…

NHAIର କାର୍ଯ୍ୟ ବିଳମ୍ବ ଉପରେ ଗଡ଼କରୀଙ୍କ ଅସନ୍ତୋଷ, କହିଲେ ବିଦା ହେବେ ଅନଫିଟ୍ ଅଫିସର

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଜାତୀୟ ରାଜପଥ ପ୍ରାଧିକରଣ (NHAI) କାମର ଧିମାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଗଡ଼କରୀ କହିଛନ୍ତି- ନନ ପରଫର୍ମିଙ୍ଗ ଆସେଟ୍ସକୁ ବାହାର ରାସ୍ତା ଦେଖାଇବାର ସମୟ । କେନ୍ଦ୍ର ମନ୍ତ୍ରୀ ଗଡ଼କରୀ ଦ୍ୱାରକା ଏନଏଚଆଇ ଭବନ ଉଦଘାଟନ ସଭାକୁ ସମ୍ବୋଧିତ କରୁଥିଲେ । ସେହି ସମୟରେ ସେ ବେଶ୍ ଅସନ୍ତୁଷ୍ଟ ଦେଖା ଯାଇଥିଲେ । NHAI ଭବନ ନିର୍ମାଣ ସରିବାକୁ ୯ ବର୍ଷ ଲାଗିଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଗଡ଼କରୀ କହିଛନ୍ତି- NHAI ଅଣକୁଶଳୀ ଅଧିକାରୀଙ୍କ ସ୍ଥାନ ହୋଇଯାଇଛି । ଯିଏ ବାଧା ସୃଷ୍ଟି କରୁଛି ଓ ପ୍ରତ୍ୟେକ ମାମଲାରେ କମିଟିକୁ ରେଫର କରୁଛି । ସେମାନଙ୍କୁ ନିଲମ୍ବନ ଓ ତାଙ୍କର ଚାକିରିକୁ ଶେଷ କରିବାର ସମୟ ଆସିଛି । ଏହାଦ୍ୱାରା ଏନଏଚ୍ଆଇର କାର୍ଯ୍ୟଶୈଳୀରେ ସୁଧାର ଆସିପାରିବ ।

କାର୍ଯ୍ୟକ୍ରମରେ ନୀତିନ ଗଡ଼କରୀ କହିଛନ୍ତି- ଅଧିକାରୀ ନିଷ୍ପତ୍ତି ନେବାରେ ବିଳମ୍ବ କରିବା ସହିତ ଜଟିଳତା ସୃଷ୍ଟି କରୁଛନ୍ତି । ସିଜିଏମ୍ ଓ ଜିଏନ୍ ବର୍ଷ ବର୍ଷ ଧରି ବସିଛନ୍ତି । ପ୍ରକଳ୍ପକୁ ସାରିବାରେ ବିଳମ୍ବ ଯୋଗୁଁ ଏନ୍ଏଚ୍ଆଇର ଅଧ୍ୟକ୍ଷଙ୍କ ଫଟୋକୁ କାନ୍ଥରେ NHAI ଭବନ କାନ୍ଥରେ ଟାଙ୍ଗିଦେବା ଦରକାର । ଭବନ ନିର୍ମାଣ ପରିକଳ୍ପନା ୨୦୦୮ରେ ହୋଇଥିଲା । ୨୦୧୧ରେ ଟେଣ୍ଡର କରାଯାଇଥିଲା । ଭବନ ନିର୍ମାଣ ପାଇଁ ପ୍ରାୟ ୯ ବର୍ଷ ଲାଗିଗଲା । ଏହି ସମୟ ମଧ୍ୟୟରେ ୭ ଜଣ ଅଧ୍ୟକ୍ଷ ଓ ଦୁଇଟି ସରକାର ଗଠନ ହେଲା । ଆଉ ଅଷ୍ଟମ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳରେ ନିର୍ମାଣ ସରିଲା ।

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ କରୁଥିଲା ଅନ୍ତର୍ଜାତୀୟ ସେମିନାର, ଭାରତୀୟ ହ୍ୟାକର କହିଲେ ‘ଜୟ ଶ୍ରୀରାମ’

ଇସଲାମାବାଦ: ଜମ୍ମୁ-କାଶ୍ମୀରକୁ ଅନ୍ତର୍ଜାତୀୟ ମୁଦ୍ଦା କରିବାକୁ ପାକିସ୍ତାନ ବାରମ୍ବାର ଉଦ୍ୟମ କରୁଛି । କେତେବେଳେ କାଶ୍ମୀରକୁ ନେଇ ଭାରତକୁ ଘେରିବାକୁ ଚେଷ୍ଟା କରୁଛି ତ ଆଉ କେବେ ଭାରତର ଅଞ୍ଚଳକୁ ନିଜର ବୋଲି ଦାବି କରୁଛି । ସବୁବେଳେ ପାକିସ୍ତାନର ଏଭଳି ବାଚଳାମୀର କଡ଼ା ଜବାବ ଦେଇଛି ଭାରତ । ଏବେ ଭାରତୀୟ ହ୍ୟାକର ପୁଣି ପାକିସ୍ତାନ ସାଇଟକୁ ହ୍ୟାକ କରି ‘ଜୟ ଶ୍ରୀରାମ’ ନାରା ଦେଇଛନ୍ତି । କଥା ହେଉଛି ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଏକ ଅନ୍ତର୍ଜାତୀୟ ସେମିନାର କରୁଥିଲା । ସେତିକିବେଳେ ଭାରତୀୟ ହ୍ୟାକର ହ୍ୟାକ କରି ନେଲେ ।

ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ଅଧିକାରୀ ଏକ ଅନ୍ତର୍ଜାତୀୟ ସେମିନାର କରିଥିଲେ । ଭିଡିଓ କନଫରେନ୍ସିଂ ସାଇଟ୍ ଜୁମରେ ଏହି ସେମିନାର ଚାଲିଥିଲା । ସେମିନାର ମଝିରେ କିଛି ଗୀତ ଶୁଣିବାକୁ ମିଳିଥିଲା । ଏହି ଗୀତ ଥିଲା ଭଗବାନ ରାମଙ୍କୁ ନେଇ ଭାରତରେ ଗାନ କରାଯାଉଥିବା ଭଜନ । ସେମିନାରରେ ସାମିଲ୍ ଅତିଥି ଭାବୁଥିଲେ କାର୍ଯ୍ୟକ୍ରମର ସଂଚାଳକ ଡା. ୱଲିଦ ମଲିକ ଗୀତ ବଜାଉଛନ୍ତି ଓ ତାଙ୍କୁ ଗୀତ ବନ୍ଦ କରିବାକୁ କୁହାଯାଉଥିଲା ।

ସେତିକି ବେଳେ ଶୁଣା ଯାଇଥିଲା ଆମେ ଭାରତୀୟ । ଡାୟ ୱଲିଦ କହିଥିଲେ ସେ ଏହି ଭିଡିଓକୁ ରେକର୍ଡ କରୁଛନ୍ତି । ପରେ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଏହା ପୂର୍ବରୁ ଭାରତୀୟ ହ୍ୟାକର ପାକିସ୍ତାନ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍ କରି ନେଇଥିଲେ ।

ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ପ୍ରସଙ୍ଗ ବହୁ ପୁରୁଣା ଅଟେ । ତେବେ, ବିଗତ କିଛି ମାସ ହେଲା ପାକିସ୍ତାନ ଆକ୍ରମଣାତ୍ମକ ପଦକ୍ଷେପ ନେଉଛି । ପ୍ରଥମେ ପାକିସ୍ତାନ ନୂଆ ମାନଚିତ୍ର ଜାରି କରିଥିଲା । ଯେଉଁଥିରେ ବିବାଦୀୟ କ୍ଷେତ୍ରକୁ ପାକିସ୍ତାନ ନିଜର ଦର୍ଶାଇଥିଲା । ଗିଲଗିଟ୍-ବାଲୋଚିସ୍ତାନ ପ୍ରଦେଶକୁ ମାନ୍ୟତା ଦେବାକୁ ଘୋଷଣା କରିଛି । ନଭେମ୍ବର ମାସରେ ନିର୍ବାଚନ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଭାରତର ଏହାର ବିରୋଧ କରି ଆସୁଛି ।

Odisha Corona Updates: ଦିନକରେ ସୁସ୍ଥ ହେଲେ ୨୦୧୫

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଫେରିଛି । ସେହିଭଳି ସୁସ୍ଥତା କ୍ଷେତ୍ରରେ ରାଜ୍ୟ ଭଲ ପ୍ରଦର୍ଶନ କରୁଛି । ଏହି କ୍ରମରେ ଆଜି ରାଜ୍ୟରେ ୨୦୧୫ ଜଣ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୩୧୨ ଓ ଅନୁଗୁଳରୁ ୨୧୮ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି କଟକରୁ ୧୩୫, ବାଲେଶ୍ୱରରୁ ୮୮, ଜଗତସିଂହପୁରରୁ ୮୫, ମୟୂରଭଞ୍ଜରୁ ୮୩, ଯାଜପୁରରୁ ୮୧, କେନ୍ଦୁଝରରୁ ୭୫ ଓ ପୁରୀରୁ ୬୯ ଜଣ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ସଂକ୍ରମିତମାନେ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ସଂକ୍ରମଣର ମାତ୍ରା ଉଲ୍ଲେଖନୀୟ ଭାବେ କମୁଥିବା ବେଳେ ସୁସ୍ଥ ସଂଖ୍ୟା ବଢିଛି ।

ରାଜ୍ୟ ସରକାରଙ୍କର ସଠିକ କୋଭିଡ୍ ପରିଚାଳନା ହେତୁ ରାଜ୍ୟ ଏବେ କରୋନା କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛି । ଉଲ୍ଲେଖଯୋଗ୍ୟ ଆଜିର ସୁସ୍ଥଙ୍କୁ ମିଶାଇ ସାରା ରାଜ୍ୟରେ ୨ ଲକ୍ଷ ୭୦ ହଜାର ୧୩୦ ଜଣ ସୁସ୍ଥ ହୋଇ ସାରିଲେଣି ।

ନଭେମ୍ୱର ପହିଲାରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ…

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ଏନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଚଳିତ ବର୍ଷ ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏ ଖରିଫ୍ ଧାନ ସଂଗ୍ରହ ହେବ । ଏଥର ଅଢେଇ ଲକ୍ଷ ଚାଷୀ ଅଧିକ ଅନଲାଇନରେ ପଞ୍ଜିକରଣ କରିଥିବାରୁ ସଂଖ୍ୟା  ୧୪.୯୭ ଲକ୍ଷରେ ପହଞ୍ଚିଛି ।

ଗତ ବର୍ଷ ୭୦.୫୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା । ହେଲେ ୨୦୨୦-୨୧ ଖରିଫ୍ ଓ ରବିରେ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଅଧିକ ଧାନ ସଂଗ୍ରହରେ ପି- ପାସ୍ ସଫ୍ଟୱେୟାର ବ୍ୟବସ୍ଥାର ତ୍ରୁଟି ବାଧକ ସାଜୁଥିଲା । ଯାହା ସମାଧାନ ହୋଇଯାଇଥିବା ବୈଠକରେ ଉଲ୍ଲେଖ କରାଯାଇଛି ।

ସ୍ଥିତି ସୁଧୁରିଥିବାରୁ ୨୪ରୁ ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ମୂଲ୍ୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଆଦି ୧୧ ଜିଲ୍ଲାରେ ୨୨୪ ଏସଏଚଜି ଧାନ ସଂଗ୍ରହ କରିବେ ।

ଡିସେମ୍ୱର ୩୧ ପୂର୍ବରୁ ବିଧାନସଭା ଅଧିବେଶନ; ଆସିବ ଅତିରିକ୍ତ ବଜେଟ୍…

ଡିସେମ୍ବର ୩୧ ପୂର୍ବରୁ ବିଧାନସଭା ଶୀତକାଳୀନ ଅଧିବେଶନ ବସିବ। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବାର ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଛି। ଡିସେମ୍ବର ପୂର୍ବରୁ ଆଉ ୪୦ ଦିନର ଅଧିବେଶନ ବସିବା ବାକି ଅଛି । କେବେ ବିଧାନସଭା ଅଧିବେଶନ ବସିବ ଓ କଣ ରହିବ ରୂପରେଖ ସେନେଇ ରାଜ୍ୟପାଳଙ୍କ ନିଷ୍ପତିକୁ ଅପେକ୍ଷା ରହିଛି।

ରାଜ୍ୟପାଳଙ୍କ ନିଷ୍ପତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟାଣ ପାତ୍ର କହିଛନ୍ତି। ଏହି ଅଧିବେଶନରେ ଅତିରିକ୍ତ ବଜେଟ ଆସୁଥିବାରୁ ଏହାର ଯଥେଷ୍ଟ ଗୁରୁତ୍ୱ ଅଛି । ତେବେ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟ ନଥିଲେ ୬୦ ଦିନ ପୂର୍ବରୁ ଅଧିବେଶନ ବନ୍ଦ କରିବାର ମଧ୍ୟ ପ୍ରାବଧାନ ଅଛି ।