spot_img
Home Blog Page 6519

ଏବେ ଆପଣ ବି ଜମ୍ମୁକଶ୍ମୀରରେ କିଣିପାରିବେ ଜମି, ବିଜ୍ଞପ୍ତି ଜାରି କରି ଜଣାଇଲା କେନ୍ଦ୍ର ଗୃହ ମନ୍ତ୍ରାଳୟ…

ନୂଆଦିଲ୍ଲୀ: ଜମ୍ମୁକଶ୍ମୀରର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଉଚ୍ଛେଦ କରାଯିବା ପରେ ସ୍ୱତନ୍ତ୍ର ରାଜ୍ୟକୁ ନେଇ ଥିବା ସବୁ ପ୍ରାବଧାନର ମଧ୍ୟ ଅନ୍ତ ଘଟିଥିଲା । କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କଶ୍ମୀର ଏକ ନୂଆ ବ୍ୟବସ୍ଥାକୁ ଦେଖିବା ଆରମ୍ଭ କରିଛି । ଏହି କ୍ରମରେ କେନ୍ଦ୍ର ସରକାର କଶ୍ମୀରରେ ଜମି କିଣାବିକାକୁ ସାଧାରଣ ଲୋକଙ୍କ ନିମନ୍ତେ ଖୋଲା କରିଛନ୍ତି । ନୂଆ କଶ୍ମୀରରେ ଯେକୌଣସି ବ୍ୟକ୍ତି ଜମି କିଣାବିକା କରିପାରିବ ।

 

ଏନେଇ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଜମ୍ମୁକଶ୍ମୀରରେ ଜମି କିଣାବିକାକୁ ଅନୁମତି ଥିବା କଥା କୁହାଯାଇଥିବା ବେଳେ କେବଳ ଚାଷ ଜମିକୁ ସୁରକ୍ଷିତ ରଖାଯାଇଛି । ଅର୍ଥାତ୍ କେବଳ ଚାଷ ଜମିକୁ ବାଦ ଦେଇ ଭାରତର ଯେକୌଣସି ପ୍ରାନ୍ତରର ଜଣେ ବ୍ୟକ୍ତି ଜମ୍ମୁକଶ୍ମୀରରେ ଭୂମି କିଣି ପାରିବେ ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ହରାଇଥିବା କଶ୍ମୀର; ପ୍ରତିବଦଳରେ କେନ୍ଦ୍ର ସରକାରଙ୍କଠାରୁ ଯେଉଁ ପ୍ରତିଶ୍ରୁତି ପାଇଥିଲେ, ତାହାକୁ ପୂରଣ କରିବା ଦିଗରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କଶ୍ମୀରର ଉପ-ରାଜ୍ୟପାଳ କହିଛନ୍ତି । କମ୍ ସଂଖ୍ୟକ ଔଦ୍ୟୈାଗିକ ବିକାଶ ଦୀର୍ଘ ବର୍ଷ ଧରି କଶ୍ମୀରର ବିକାଶରେ କଣ୍ଟା ହୋଇ ଠିଆ ହୋଇଥିଲା  । ମାତ୍ର ଏବେ ଉଦ୍ୟୋଗିକ ବିକାଶର ରୂପରେଖ ଜମ୍ମୁକଶ୍ମୀରରେ ବଦଳିବା ଆରମ୍ଭ ହେବ ।

ଉଦ୍ୟୋଗ ପାଇଁ ଥିବା ଜମିର କିଣାବିକା ହୋଇପାରିଲେ, ଜମ୍ମୁକଶ୍ମୀର ଉଦ୍ୟୋଗ କ୍ଷେତ୍ରରେ ପ୍ରଗତୀ କରିପାରିବ  ବୋଲି ଉପ-ରାଜ୍ୟପାଳ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଜମ୍ମୁକଶ୍ମୀରରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଥିବା ବେଳେ ସେଠାରେ ରାଜ୍ୟ ବାହାରର ଲୋକେ ଜମି କିଣାବିକା କରିପାରୁନଥିଲେ । ସାମ୍ୱିଧାନିକ  ଧାରା ୩୭୦ ବଳବତ୍ତର ଥିବା ଯୋଗୁଁ  ବାହାର ରାଜ୍ୟର ଲୋକେ କଶ୍ମୀରରେ ଜମି କିଣିପାରୁନଥିଲେ । ତେବେ କେନ୍ଦ୍ର ସରକାରଙ୍କ ପ୍ରୟାସରେ ଗତ ଅକ୍ଟୋବର ୩୧ ତାରିଖରେ ଜମ୍ମୁକଶ୍ମୀରର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଉଚ୍ଛେଦ କରାଯାଇଥିଲା ।

ଦିନରେ ଶୋଇଲେ ମିଳିଥାଏ ଜବରଦସ୍ତ ଫାଇଦା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ:  ସାଧାରଣ ଭାବରେ ସମସ୍ତେ ଭାବନ୍ତି ଦିନରେ ଶୋଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଦିନରେ ଶୋଇବା ପାଇଁ ମଧ୍ୟ ସମୟ ମିଳେ ନାହିଁ । କିନ୍ତୁ ଏହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଦିନରେ ଶୋଇବା ଦ୍ୱାରା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ବାସ୍ତବରେ ଗତ ବର୍ଷ ହୋଇଥିବା ଏକ ଗବେଷଣାରେ କୁହାଯାଇଥିଲା କି, ଯେଉଁମାନେ ଦିନରେ ଶୋଇଥାନ୍ତି ସେମାନଙ୍କ ହୃତପିଣ୍ଡ ଅନ୍ୟ ମାନଙ୍କ ତୁଳାନାରେ ଅଧିକ ସୁସ୍ଥ ରହିଥାଏ ।

ଗବେଷଣା ଅନୁସାରେ ଦିନରେ କିଛି ସମୟ ପାଇଁ ଶୋଇବା ଦ୍ୱାରା ହୃଦଘାତ, ହାର୍ଟ ଫେଲ ଏବଂ ଷ୍ଟ୍ରୋକ ଭଳି ରୋଗଠାରୁ ଦୂରେଇ ରହିହେବ । ଏହି ଗବେଷଣା ବି.ଏମ.ଯେ ଜର୍ନାଲ ହାର୍ଟରେ ପ୍ରକାଶିତ ହୋଇଥିଲା । ଏହି ଅଧ୍ୟୟନର ମୁଖ୍ୟ ଲେଖକ ନାଦିନ ହୌସ୍ଲର । ସେ ସ୍ୱିଜରଲ୍ୟାଣ୍ଡର ଲାଉସାନେ ୟୁନିଭର୍ସିଟି ହସ୍ପିଟାଲର ଡିପାର୍ଟମେଣ୍ଟରେ କାମ କରନ୍ତି । ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି କି ଦିନରେ ଅଧିକ ସମୟ ଶୋଇବା ଶରୀର ପକ୍ଷେ କ୍ଷତିକାରକ । ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ । ତେବେ ଦିନରେ କେତେ ସମୟ ଶୋଇବା ଶରୀର ପାଇଁ ଲାଭଦାୟକ ତାହାର କୌଣସି ସୂଚନା ଗବେଷକଙ୍କ ତରଫରୁ ମିଳିନାହିଁ ।

ଯେତିକି ପାଖଉଛି ସେତିକି ଜମୁଛି ଉପନିର୍ବାଚନୀ ପ୍ରଚାର, ଭୋଟ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ତିନି ଦଳର ପ୍ରାର୍ଥୀ ଓ ନେତା

ବାଲେଶ୍ୱର: ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ରେ ହାଇଭୋଲଟେଜ ପ୍ରଚାର । ଦିନରାତି ଭୋଟ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ତିନି ଦଳର ପ୍ରାର୍ଥୀ ଓ ନେତା । ନିର୍ବାଚନକୁ ଆଉ ମାତ୍ର କିଛି ଦିନ ଥିବା ବେଳେ ଏବେ ଚାଲିଛି ପ୍ରଚାର ଉପରେ ପ୍ରଚାର । ଲୋକଙ୍କୁ ହାତେଇବା ପାଇଁ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥି । ଏବେ ପ୍ରଚାର ପାଇଁ ପ୍ରାର୍ଥିମାନଙ୍କ ପାଇଁ ଲାଗିଛନ୍ତି ଷ୍ଟାର ପ୍ରଚାରକ । ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ପାଇଁ ପ୍ରଚାରରେ ଲାଗିଛନ୍ତି ବିଧାୟକ, ମନ୍ତ୍ରୀ ଓ ସାଂସଦ । ଆଜି ଦଳ ପକ୍ଷରୁ ପାତ୍ରପଡା, ଶ୍ରୀକୋଣା, ମିର୍ଜାପୁର ଏବଂ ଚାନ୍ଦିପୁର ଅଞ୍ଚଳରେ ପ୍ରଚାର କରାଯାଉଛି ।

ପ୍ରାର୍ଥୀ ସ୍ୱରୂପ ଦାସଙ୍କ ସହ ମନ୍ତ୍ରୀ ପ୍ରତାପ ଜେନା, ଜ୍ୟୋତି ପାଣିଗ୍ରାହୀ, ସୁଶାନ୍ତ ସିଂ, ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର କୁମାର ଜେନା ରୋଡ ଶୋ କରିବା ସହ ସମାବେଶ କରିଛନ୍ତି । ଧୀରେ ଧୀରେ ବିଜେଡି ର ଶକ୍ତି ବୃଦ୍ଧି ହେଉଛି । ସମାବେଶରେ ଲୋକ ସଂଖ୍ୟା ବୃଦ୍ଧି ହେଉଥିବାରୁ ବିଜେଡି ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ବାଲେଶ୍ୱର ସଦର ଅଞ୍ଚଳରେ ଦୁଇଟି ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଆଇଟିଆଇ ପଡିଆ ଏବଂ ସିଦ୍ଧି କଲ୍ୟାଣ ମଣ୍ଡପ ରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।

ସେପଟେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସମୀର ମହାନ୍ତି ପ୍ରଚାର କରି ଫେରିଯାଇଥିବା ବେଳେ କେନ୍ଦ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରଚାର ଜାରି ରଖିଛନ୍ତି । ମାନସ ଏବଂ ପ୍ରତାପ ଷଡ଼ଙ୍ଗୀ ସହରର ବିଭିନ୍ନ ଅଞ୍ଚଳ ସମେତ ପଞ୍ଚାୟତ ପଞ୍ଚାୟତ ବୁଲି ଭୋଟ ଭିକ୍ଷା କରୁଛନ୍ତି ।

କଂଗ୍ରେସ ମଧ୍ୟ ତାର ପ୍ରଚାର କରିବାରେ ପଛରେ ପଡ଼ିନାହିଁ । ପ୍ରାର୍ଥୀ ମମତା କୁଣ୍ଡୁଙ୍କ ପାଇଁ ବିଧାୟକ ତାରାପ୍ରସାଦ ବାହିନୀପତି, ସତ୍ୟ ପ୍ରକାଶ ନାୟକ, ଯଜ୍ଞେଶ୍ୱର ବାବୁ, ଅମିୟ ପାଣ୍ଡବ ସହରର ଗଳିକନ୍ଦିରେ ପ୍ରଚାର କରିବା ସହ ପଥପ୍ରାନ୍ତ ସଭା କରୁଛନ୍ତି ।

ପୁଅ ଆଶାରେ ଅଧିକ ଝିଅଙ୍କୁ ଜନ୍ମ ଦେଇଥିବା ନୀତିଶଙ୍କ ମନ୍ତବ୍ୟ ଉପରେ କ’ଣ କହିଲେ ତେଜସ୍ୱୀ

ପାଟନା: ନଦୀରୁ ବୋହି ଯାଇଥିବା ପାଣି, ଧନୁରୁ ଖସି ଯାଇଥିବା ତୀର ଏବଂ ପାଟିରୁ ବାହାରି ଯାଇଥିବା କଥା ଆଉ ଫେରାଇ ହୁଏନାହିଁ । ତେଣୁ କୌଣସି ପ୍ରସଙ୍ଗରେ ମତ ଦେବା ବେଳେ ଶତତ ସତର୍କ ହେବା ଜରୁରୀ । ଆଉ ରହିଲା ରାଜନୀତିରେ ବାକ୍ ସଞ୍ଜମତା । ଯେଉଁଠି ଅଧିକ ମାତ୍ରାରେ ଏହା ଆବଶ୍ୟକ । ହେଲେ ସାମ୍ପ୍ରତିକସ୍ଥିତିରେ ରାଜନୀତିରେ ବାକ୍ ସଞ୍ଜମତା ଦିନକୁ ଦିନ ହ୍ରାସ ପାଉଥିବା ମନେ ହୁଏ ।

Bihar Election

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ପୂର୍ବରୁ ସୋମବାର ସନ୍ଧ୍ୟାରେ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ଏହି ପ୍ରଚାର ପର୍ବରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଚିରାଚରିତ ଭାବେ ବକ୍ତବ୍ୟ ନ ରଖି ତେଜସ୍ୱୀ ଯାଦବ ଏବଂ ତାଙ୍କ ପରିବାରକୁ କଠୋର ସମାଲୋଚନା କରିଛନ୍ତି । ଏହି ସମାଲୋଚନାରେ ସେ ଅନେକ ଆପତ୍ତିଜନକ ଏବଂ ଅରୁଚିରକର ମନ୍ତବ୍ୟ ରଖିଛନ୍ତି ।

ନିକଟରେ ଲାଲୁ ଯାଦବଙ୍କୁ ପରୋକ୍ଷରେ ସମାଲୋଚନା କରିବାକୁ ଯାଇ ନୀତିଶ ଗୋଟିଏ ରାଜନୈତିକ ସଭାରେ କହିଥିଲେ ଯେ, ଏମିତି ଲୋକ ଅଛନ୍ତି । ଯେଉଁମାନଙ୍କର ଝିଆ ମାନଙ୍କ ଉପରେ ଭରସା ନାହିଁ । ଏହି ଲୋକମାନେ ହିଁ ପୁଅ ପାଇଁ ବହୁତ ଝିଅଙ୍କୁ ଜନ୍ମ ଦେଇ ଦେଲେ । ଇଏ କ’ଣ ଝିଅମାନଙ୍କୁ ସମ୍ମାନ ଦେବେ । ଇଏ କୋଉଭଳିଆ ବିହାର ଚାହୁଁଛନ୍ତି । କାହାକୁ ତ ଚିନ୍ତା ନାହିଁ ବିହାରର । ଏଥିପାଇଁ ୮-୮ ଏବଂ ୯-୯ ପିଲା ଜନ୍ମ କରିଛନ୍ତି । ଝିଅ ମାନଙ୍କ ଉପରେ ଭରସା ହିଁ ନାହିଁ । ବହୁତ ଝିଅ ହେବା ପରେ ପୁଅ ହେଲା ବୋଲି ନୀତିଶ କହିଥିଲେ । ଏହାର ଜବାବ ରଖିବାକୁ ଯାଇ ତେଜସ୍ୱୀ କିନ୍ତୁ ଆକ୍ରମଣାତ୍ମକ ହୋଇ ନ ଥିଲେ । ନୀତିଶଙ୍କ ଏହି ବାକ୍ୟବାଣକୁ ଭିନ୍ନ ରୂପରେ ଉତ୍ତର ଦେଇଥିଲେ । ତେଜସ୍ୱୀ କହିଥିଲେ ଯେ,  ନୀତିଶ କୁମାର ମହିଳା ସମାଜର ଅପମାନ କରିଛନ୍ତି । ନୀତିଶ ଆମ ମାଆଙ୍କୁ ଅସମ୍ମାନ କରିଛନ୍ତି । ପ୍ରଥମଥର ପାଇଁ କୌଣସି ନିର୍ବାଚନୀ ସଭାରେ ନୀତିଶ ଲାଲୁ ଯାଦବଙ୍କ ପରିବାର ଉପରେ ଏପରି ଆକ୍ରମଣ କରିଛନ୍ତି । ଏହା ତାଙ୍କର ମାନସିକ ଏବଂ ଶାରୀରିକ ଅସୁସ୍ଥତାକୁ ଦର୍ଶାଉଛି । ଆଉ ରହିଲା ଅଧିକ ଛୁଆ ଜନ୍ମ କରିବା କଥା ।

ନୀତିଶ କୁମାର ପରୋକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । କାରଣ ପ୍ରଧାନମନ୍ତ୍ରୀଙ୍କର ୬ ଭାଇଭଉଣୀ ରହିଛନ୍ତି । ତେଣୁ ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଉନାହିଁ । ସେହିପରି ନୀତିଶ କୁମାର ମୋର ଗୁରୁଜନ । ତାଙ୍କ ଗାଳି ମୋ ପାଇଁ ଆଶୀର୍ବାଦ ହେବ ବୋଲି ତେଜସ୍ୱୀ କହିଛନ୍ତି ।

ଇଏ କେବଳ ନୀତିଶ-ତେଜସ୍ୱୀଙ୍କ କଥା ନୁହେଁ । ବିହାର ନିର୍ବାଚନରେ ଏମିତି ଅନେକ ଆପତ୍ତିଜନକ ମନ୍ତବ୍ୟ ଦେଖିବାକୁ ମିଳିଛି । ଏମିତି କି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବିହାରରେ ଆରଜେଡି ଶାସନ ଆସିଲେ, ଆତଙ୍କବାଦୀମାନେ ଆସି ରହିବେ ବୋଲି ମନ୍ତବ୍ୟ ଦେଇଥିଲେ । ନୀତିଶ ପୂର୍ବରୁ ତେଜସ୍ୱୀଙ୍କୁ ଚାକିରୀ ପାଇଁ ଟଙ୍କା କେଉଁଠୁ ଆଣିବେ ବୋଲି କହିଥିଲେ । ଟଙ୍କା କ’ଣ ଜେଲରୁ ଆଣିବ ବୋଲି ପ୍ରଶ୍ନ କରିଥିଲେ । ଛାପ୍ରା ଏବଂ ମହୁଆ ଅଞ୍ଚଳରେ ପ୍ରଚାର ସମୟରେ ନୀତିଶ ସଭାରେ ତାଙ୍କୁ ବିଷେଦଗାର କରାଯାଇଥିଲା । ଏଥିରେ ନୀତିଶ କ୍ଷୁବ୍ଧ ହୋଇ କାହିଁକି ଏପରି କରୁଛ । ଯାହାର ଜିନ୍ଦାବାଜ କରୁଛ । ତାକୁ ଶୁଣିବାକୁ ଯାଉନ ବୋଲି କହି ରାଗି ଯାଇଥିଲେ ।

Bihar Election

ପ୍ରଥମ ପର୍ଯ୍ୟାୟ ପରେ ଆଉ ୨ଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ରହିଛି । ତେଣୁ ଆଗକୁ ଏପରି ଅଧିକ ଅରୁଚିକର ମନ୍ତବ୍ୟ ଶୁଣିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଥିଲେ ।

 

ନାବାଳିକାଙ୍କ ସହ ପରିଚିତଙ୍କ ସମ୍ପର୍କିୟ ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଅଟକ

ଢ଼େଙ୍କାନାଳ: ଔଷଧ ଆଣିବା ପାଇଁ ସାଙ୍ଗରେ ଯିବାକୁ କହି ଦୁଷ୍କର୍ମ ଉଦ୍ୟମ । ଘରଠାରୁ ଅଭିଯୁକ୍ତ ୭ କିଲୋମିଟର ଦୁରରେ କରୁଥିଲେ ଦୁଷ୍କର୍ମ ପାଇଁ ଉଦ୍ୟମ । କରୋନା ସମୟରେ ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛନ୍ତି ନାବାଳିକା । କେଉଁଠିନା କେଉଁଠି ପ୍ରତି ଦିନ ଦୁଷ୍କର୍ମର ଶିକାର ହେଉଛନ୍ତି ନାବାଳିକା । ତେବେ କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ଥାନା ଭଦଳିଆ ଗାଁର ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି । ଏ ନେଇ ପରିବାର ତରଫରୁ କଙ୍କଡ଼ାହାଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ କୁ ଅଟକ ରଖିବା ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ହେଉଉନ୍ତି ଉକ୍ତ ଗାଁର ନରହରି ମହାରଣା ।

ସୂଚନା ଅନୁଯାୟୀ, ନାବାଳିକା ଜଣକ ଘରେ ଥିବାବେଳେ ସେହି ଗ୍ରାମର ନରହରି ମହାରଣା ନାବାଳିକାଙ୍କ ପାଖକୁ ଆସିଥିଲେ । ତାଙ୍କ ବାପା ଦେହ ଖରାପ ଥିବାରୁ ଔଷଧ ଓ ଫଳ କିଣିବାକୁ କହି କଙ୍କଡ଼ାହାଡ଼ ବଜାରକୁ ନେଇ ଆସିଥିଲେ । ପରେ ନରହରି ଉକ୍ତ ନାବାଳିକାକୁ କଙ୍କଡ଼ାହାଡ଼ ଠାରୁ ୭କିଲୋମିଟର ଦୂର କଲଦା ଗାଁର ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ନାବାଳିକାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣକ କୌଶଳ କ୍ରମେ ସେଠାରୁ ଖସି ଆସି ନିଜ ବାପାଙ୍କୁ ଏ ବିଷୟରେ ଜଣାଇଥିଲେ । ଏ ସମ୍ପର୍କ ରେ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଅଭିଯୁକ୍ତ କୁ ଅଟକ ରଖିଛି । ଏ ସମ୍ପର୍କ ରେ ଖବର ପାଇ ଢେଙ୍କାନାଳ ଅତିରିକ୍ତ ଏସପି ଘଟଣା ଘଟିଥିବା ସ୍ଥାନକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଘଟଣାରେ ଏବେ ତଦନ୍ତ ଚାଲିଥିବାରୁ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ ।

 

ଘର କାମ ସମୟରେ ମାଲିକ ଦେଇଥିଲା ମଦ, ତାକୁ ପିଇ ମଲେଣି ୪ ଶ୍ରମିକ

ଅନଗୁଳ: ବିଷାକ୍ତ ମଦ ନେଲାଣି ୪ଜଣଙ୍କ ଜୀବନ । ଜଣଙ୍କ ପରେ ଜଣେ ଠକ୍‌ଠକ୍‌ ହୋଇ ଚାଲିଯାଉଛନ୍ତି । ଘର ନିର୍ମାଣ ସମୟରେ ଶ୍ରମିକ ମାନେ ମଦ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ମଧ୍ୟ ୧୧ ଜଣ ଗୁରୁତର ଅବସ୍ଥାରେ ଗୁରୁତର ରହିଛି ।

ଗତକାଲି ୩ ଜଣଙ୍କର ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି । ଅନୁଗୁଳ ପୁରୁଣାକୋଟ ଥାନା ପଥରଗଡ଼ ଗାଁରେ ଗତ ଦୁଇ ଦିନରେ ୩ ଜଣ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦ ସାହୁଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ଗତ ରବିବାର ଦିନ ଗାଁର ୧୫ ଜଣ ଶ୍ରମିକ ଘର ନିର୍ମାଣ କାର୍ଯ୍ୟ ପାଇଁ ଯାଇଥିଲେ । ସେହିଦିନ ସେଠାରେ ଘର ମାଲିକ ସେମାନଙ୍କୁ ଦେଶୀ ମଦ ପିଇବାକୁ ଦେଇଥିଲେ  । ମଦ ପିଇବାର କିଛି ଘଣ୍ଟା ପରେ କାଇରା ପ୍ରଧାନ ଓ ପରେ ପରେ ଟୁକୁନା ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା ।

ଆଉ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଆଉ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶଶୀଭୂଷଣ ଦେହୁରୀଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରମୋଦ ସାହୁଙ୍କର ମୃତ୍ୟୁ ଘଟିଛି ।

ମୁମ୍ବାଇ ଉପରେ ବଡ ଧରଣ ଆତଙ୍କବାଦୀ ଆକ୍ରମଣ ସମ୍ଭବନା, ପାକିସ୍ତାନ କରୁଛି ଷଡ଼ଯନ୍ତ୍ର !

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଗୁଇନ୍ଦା ବିଭାଗ ଅନୁଯାୟୀ, ଆସନ୍ତା ୩୦ ଦିନ ମଧ୍ୟରେ ମୁମ୍ବାଇକୁ ଡ୍ରୋନ୍, ରିମୋଟ ନିୟନ୍ତ୍ରିତ ମାଇକ୍ରୋ ଲାଇଟ୍ ଏୟାରକ୍ରାପ୍ଟ, ଏରିଅଲ୍ ମିସାଇଲ୍ କିମ୍ବା ପାରା ଗ୍ଲାଇଡର୍ସ ଦ୍ୱାରା ଆକ୍ରମଣ କରାଯାଇପାରେ । ଆସନ୍ତା ମାସ ହେଉଛି ପର୍ବପର୍ବାଣୀ ମାସ ତେଣୁ ଦୋକାନ ବଜାର ଭିଡ଼ ରହିବ ଏହାକୁ ଦୃଷ୍ଟିରେ ରଖି ଭିଡ଼ ସ୍ଥାନରେ କିମ୍ବା କୌଣସି ନିର୍ଦ୍ଦିଷ୍ଟ ଭିଆଇପି ଅଞ୍ଚଳରେ ଏଭଳି ଆକ୍ରମଣ ହେବାର ଆଶଙ୍କା ରହିଥିବା ସୂଚନା ମିଳିଛି । ଏପରି ପରିସ୍ଥିତିରେ ଡ୍ରୋନ୍, ଲାଇଟ ଏୟାରକ୍ରାପ୍ଟ, ପାରା ଗ୍ଲାଇଡିଂକୁ ୩୦ ଦିନ ପାଇଁ ନିଷେଧ କରାଯାଇଛି ।

ଏହି ନିଷେଧାଦେଶ ଅକ୍ଟୋବର ୩୦ରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ଜାରି ରହିବ। ପୋଲିସ ପୂରା ସହରରେ ଧାରା ୧୪୪ ଲଗାଇ ଦେଇଛି ଏବଂ ଭିଡ଼ ଉପରେ ମଧ୍ୟ ରୋକ ଲଗାଇଛି । ଗୁଇନ୍ଦା ବିଭାଗରୁ ହାଇ ଆଲର୍ଟ ପାଇବା ପରେ ପୋଲିସ ସତର୍କ ରହିଛି ।

ସର୍ବସାଧାରଣ ସମ୍ପତ୍ତି ହୋଇପାରେ ଆତଙ୍କବାଦୀଙ୍କ ଟାର୍ଗେଟ

ସାର୍ବଜନୀନ ସମ୍ପତ୍ତି ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଗୁଇନ୍ଦା ବିଭାଗର ଚିଠି ପରେ ଏହି ଅଞ୍ଚଳରେ ସମସ୍ତ ଉଡ଼ାଣ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆଦେଶ ଆସନ୍ତା ୩୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେ କେହି ବି ଏହି ଆଦେଶ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଆଇପିସି ୧୮୬୦ ର ଧାରା ୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚେତାବନୀ ଦେବା ସହ ପୋଲିସ କହିଛି ଯେ, ସାଧାରଣ ଲୋକ ଭୟଭୀତ ହୁଅନ୍ତୁ ନାହିଁ ବରଂ ସତର୍କ ରୁହନ୍ତୁ ।

୨+୨ ବୈଠକ: ଭାରତ ଓ ଆମେରିକା ମଧ୍ୟରେ BECA ସ୍ୱାକ୍ଷର,ଅଧିକ ଶକ୍ତିଶାଳୀ ହେବ ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟ ଚାଲିଛି ୨+୨ର ବୈଠକ । ବୈଠକରେ ଗୋଟିଏ ପଟେ ହାଇଦ୍ରାବାଦ ହାଉସରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଓ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସପର୍ ଏବଂ ଅନ୍ୟ ପଟେ ତାଙ୍କ ପ୍ରତିପକ୍ଷରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଦୁଇ ଦେଶ ମଧ୍ୟରେ (BECA) ବୈଶୟିକ ଏକ୍ସଚେଞ୍ଜ ଆଣ୍ଡ କୋଅପରେସନ୍ ଏଗ୍ରିମେଣ୍ଟ ଫର ଜିୟୋସ୍ପେସିଆଲ କୋଅପରେସନ (ମୌଳିକ ବିନିମୟ ଓ ସହଯୋଗ ଚୁକ୍ତି ପାଇଁ ଭୌଗୋଳିକ ସହଯୋଗ) ସ୍ୱାକ୍ଷର ହୋଇଛି ।  ଏହା ବ୍ୟତୀତ, 2 + 2 ବୈଠକରେ ଆଉ କ’ଣ ଆଲୋଚନା ହୋଇଛି ଆସନ୍ତୁ ଜାଣିବା ।

BECA ଉପରେ ଉଭୟ ଦେଶ ରାଜି ହୋଇଛନ୍ତି

ଦୁଇ ଦେଶ ମଧ୍ୟରେ ବୁଝାମଣାରେ BECA ଚୂଡାନ୍ତ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୨ + ୨ ବୈଠକରେ କହିଛନ୍ତି ଯେ, “ଆମେ ଖୁସି ଯେ ଆମେ ବର୍ତ୍ତମାନ BECA ସମାପ୍ତ କରିଛୁ ଯେଉଁଥିଲେ ସୂଚନାର ଆଦାନପ୍ରଦାନର ନୂଆ ସ୍ରୋତ ଖୋଲିବ। ଆମେ ଆମେରିକା ସହ ଅନ୍ୟାନ୍ୟ ଆଲୋଚନା କରିବାକୁ ଆଗ୍ରହୀ ଅଛୁ । ”

ଚୀନରୁ କରୋନା ପର୍ଯ୍ୟନ୍ତ ଚର୍ଚ୍ଚା କରିବୁ: ପୋମ୍ପିଓ

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ବାର୍ତ୍ତାଳାପ ସମୟରେ କହିଥିଲ ଯେ, ” ଆଜି ଦୁଇ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର ଆହୁରି ନିକଟତର ହେବାର ଏକ ସୁଯୋଗ। ଦେଶରେ ଶାନ୍ତି ଏବଂ ସ୍ଥିରତାକୁ ବୃଦ୍ଧି କରିବା ପାଇଁ ଆମ ପାଖରେ ବହୁତ ବିଷୟ ରହିଛି । ମହାମାରୀରେ ସହଯୋଗ ଠାରୁ ଆରମ୍ଭ କରି ଚାଇନାର କମ୍ୟୁନିଷ୍ଟ ପାର୍ଟିର ମୁକାବିଲା, ସୁରକ୍ଷା ଏବଂ ସ୍ୱାଧୀନତା ପର୍ଯ୍ୟନ୍ତ। ”

BECA କଣ ?

BECA ବା Basic Exchange and Cooperation Agreementର  ଅର୍ଥ ହେଉଛି ମୌଳିକ ବିନିମୟ ଓ ସହଯୋଗ ଚୁକ୍ତି  ।  ଭୌଗଳିକ ସହଯୋଗ ପାଇଁ ଏହା ହେଉଛି ଏକ ସ୍ୱତନ୍ତ୍ର ଚୁକ୍ତି ଯାହା ଆମେରିକା ତାର ନିକଟତମ ଦେଶମାନଙ୍କ ସହିତ କରିଥାଏ ।  ଏଥିରେ ଅତ୍ୟଧିକ ସମ୍ବେଦନଶୀଳ ସମସ୍ୟାର ସମାଧାନର ରାସ୍ତା ବାହାରିଥାଏ ଏବଂ ଏଭଳି ପରିସ୍ଥିତିରେ BECA ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ।

ଏଥିରୁ କ’ଣ ଲାଭ ହେବ?

BECA ଉଦ୍ଦେଶ୍ୟ ନଟିକଲ୍ ଏବଂ ଏରୋନଟିକାଲ୍ ଚାର୍ଟ ସହ ଜିଓ ସ୍ପେସିଆଲ (ଭୌଗଳିକ) ଡାଟା ଦୁଇ ଦେଶ ମଧ୍ୟରେ ଆଦାନ ପ୍ରଦାନ ।  ଥରେ ଚୁକ୍ତିନାମା ସ୍ୱାକ୍ଷର ହୋଇଗଲେ ଭାରତକୁ ଆମେରିକାର ସାଟେଲାଇଟରୁ ସଠିକ୍ ତଥ୍ୟ ମିଳିବ ଯାହାର ବ୍ୟବହାର ସାମରିକ ଉଦ୍ଦେଷ୍ୟରେ କରାଯାଇପାରିବ। ଏଥିସହ, ମାନଚିତ୍ର, ନଟିକାଲ୍ ଏବଂ ଏରୋନଟିକାଲ୍ ଚାର୍ଟ, ବାଣିଜ୍ୟିକ ଏବଂ ଅନ୍ୟାନ୍ୟ, ଜିଓଡେଟିକ୍, ଜିଓ-ଫିଜିକାଲ୍, ଜିଓ-ମ୍ୟାଗ୍ନେଟିକ୍ ଏବଂ ମାଧ୍ୟାକର୍ଷଣ ତଥ୍ୟ ସମ୍ବନ୍ଧିତ ଡାଟା ମଧ୍ୟ ମିଳିବ ।

BECA ରୁ ଭାରତ କ’ଣ ଲାଭ କରେ?

ଉଭୟ ପକ୍ଷରୁ ଡାଟା ସେୟାର୍ ହେବ କିନ୍ତୁ BECA ଦ୍ୱାରା ଅଧିକ ଲାଭବାନ ଭାରତ ହେବ । ଭାରତ ସାମରିକ ଗ୍ରେଡ୍ ତଥ୍ୟ ପାଇପାରିବ ଯାହା ସାହାଯ୍ୟରେ ସଠିକ୍ ଭାବରେ ଏହାର କ୍ଷେପଣାସ୍ତ୍ର ଲକ୍ଷ୍ୟ ଭେଦ କରି ପାରିବେ । ଉଦାହରଣ ସ୍ୱରୂପ, ଆତଙ୍କବାଦୀ ବେସ ଉପରେ ଉତକ୍ଷେପଣ କରାଯାଇଥିବା କ୍ଷେପଣାସ୍ତ୍ର କିମ୍ବା ବୋମାକୁ ଟାର୍ଗେଟ କରିବା ପାଇଁ ସାମରିକ ଗ୍ରେଡ୍ କୋର୍ଡିନେଟ୍ ବ୍ୟବହାର କରାଯାଇପାରିବ । ଅର୍ଥାତ ଫାୟାର ଆଣ୍ଡ୍ ଫର୍ଗେଟ୍ (ମାର ଓ ଭୁଲି ଯାଅ) ମାମଲାରେ ଭାରତୀୟ ସେନା ଅଧିକ ଶକ୍ତିଶାଳା ହୋଇ ପାରିବ ।

କଳାଧନ କେଳେଙ୍କାରୀ: ‘ଜଣେ ଚର୍ଚ୍ଚିତ ନେତା ଏଭଳି କରିବା ଦୁଃଖ ଦାୟକ’

ଭୁବନେଶ୍ୱର: ଅମର ପଟ୍ଟନାୟକଙ୍କ ଟାର୍ଗେଟରେ ବୈଜୟନ୍ତ । ବାହାମାସ୍ ବୈଜୟନ୍ତ ବ୍ଲାକମନି ପ୍ରସଙ୍ଗରେ ବୈଜୟନ୍ତଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଟାର୍ଗେଟ୍ । ଭାରତରେ କଳାଧନ ସୃଷ୍ଟି ହୋଇଛି, ଓଡ଼ିଶାରେ ହୋଇଥାଇପାରେ । ମନିଲଣ୍ଡ୍ରିଂ ମାଧ୍ୟମରେ ଭାରତକୁ କଳାଧନ ଅଣାଯାଇଛି । ଭୂତ କମ୍ପାନୀ ମାଧ୍ୟମରେ କଳାଟଙ୍କା ଧଳା କରାଯାଇଛି । ସେହି ଟଙ୍କା କମ୍ପାନୀରେ ନିବେଶ କରାଯାଇଛି । ଜଣେ ଚର୍ଚ୍ଚିତ ନେତା ଏଭଳି କରିବା ଦୁଃଖଦାୟକ ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ବୈଜୟନ୍ତଙ୍କ କଳାକାରନାମାକୁ ପ୍ରଣବ ପ୍ରକାଶଙ୍କ ସମାଲୋଚନା, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଶିଥିଳତା ନେଇ ଉଠାଇଲେ ପ୍ରଶ୍ନ

                ସୂଚନା ଯୋଗ୍ୟ ଯେ, ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଜାଲ୍ ଦରିଆପାରୀ କଂପାନୀଙ୍କ ଜରିଆରେ ମନି ଲଣ୍ଡ୍ରିଂ ବା ଆର୍ଥିକ ହେରଫେର କରୁଥିବା ଦିଲ୍ଲୀର ଏକ ସାମାଜିକ ସଂଗଠନ ଅଭିଯୋଗ କରିଛି । ପାଥ୍ ନାମକ ଏହି ସାମାଜିକ ସଂଗଠନ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ପ୍ରେସ କ୍ଲବ୍ ଅଫ୍ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନ ଏହି ଅଭିଯୋଗ କରିବା ସହିତ ତଦନ୍ତ ତ୍ୱାରନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ନିବେଦନ କରାଯାଇଛି । ସଂଗଠନ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁସାରେ ଜଗି ଓ ବୈଜୟନ୍ତ ଟ୍ୟାକ୍ସ ଚୋରି ସହିତ ସିଏସଆର ଫଣ୍ଡ୍ ହେରଫରେରେ ସାମିଲ ଅଛନ୍ତି । ବାହାମାସ ଦ୍ୱୀପରେ ଥିବା ତିନୋଟି କମ୍ପାନୀ ଜରିଆରେ ଆର୍ଥିକ ହେରଫେର ହେଉଥିଲା । ଏନେଇ ଫେବ୍ରୁଆରି ମାସରେ ଦିଲ୍ଲୀ ହାଇକୋର୍ଟେରେ ପାଥ୍ ଆବେଦନ କରିଥିଲା । ହାଇକୋର୍ଟ ପ୍ରଥମ ଦୃଶ୍ୟରେ ଏହା ମନି ଲଣ୍ଡ୍ରିଂ ମାମଲା ଲାଗୁଥିବା କହିବା ସହିତ ତଦନ୍ତ ପାଇଁ ଆଦେଶ ଦେଇଥିଲେ । ତେବେ ସଂଗଠନର କାହିବା ହେଉଛି ଫେବ୍ରୁଆରୀ ମାସରୁ ତଦନ୍ତ ଆଦେଶ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଗ୍ରଗତୀ ହୋଇନାହିଁ । ତେଣୁ ତଦନ୍ତକୁ ତ୍ୱାରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଦେଶ ଦିଅନ୍ତୁ ବୋଲି ସଂଗଠନ ଦାବି କରିଛି । ପାଥ୍ ଅନୁସାରେ ବାହାମସରୁ ଯେଉଁ ତିନୋଟି କମ୍ପାନୀରୁ ଭାରତ ଟଙ୍କା ଆସୁଥିଲା ସେହି କମ୍ପାନୀଗୁଡ଼ିକୁ ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ଦୁଇଟି କଂପାନୀ ପଣ୍ଡା ଇନଭେଷ୍ଟମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍ ଓ ମେଟ୍ରୋ ସ୍କାଇ ଲାଇଟ୍ ପ୍ରାଇଭେଟ୍ ଲିମିଟିଟେଡ୍ ନିୟନ୍ତ୍ରଣ କରନ୍ତି ।

ବୈଜୟନ୍ତଙ୍କ କଳାକାରନାମାକୁ ପ୍ରଣବ ପ୍ରକାଶଙ୍କ ସମାଲୋଚନା, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଶିଥିଳତା ନେଇ ଉଠାଇଲେ ପ୍ରଶ୍ନ

ତେବେ ସମାନ ପ୍ରସଂଗରେ ପୂର୍ବରୁ ଅନ୍ୟ ରାଜ୍ୟ ନେତା ମଧ୍ୟ ବୈଜୟନ୍ତଙ୍କୁ ସମାଲୋଚନା କରିଛନ୍ତି । ବୈଜୟନ୍ତଙ୍କ ଏପରି ସଂପୃକ୍ତି ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ(ସଙ୍ଗଠନ) ପ୍ରଣବ ପ୍ରକାଶ ଦାସ । ପ୍ରଣବ ଟ୍ୱିଟ୍ କରି ବୈଜୟନ୍ତଙ୍କ କଳା କାରନାମା  ସମ୍ପର୍କରେ ପ୍ରକାଶ ପାଇଥିବା ଖବରକୁ ଟୁଇଟ୍ କରି କଡ଼ା ସମାଲୋଚନା କରିଛନ୍ତି । ଟ୍ୱିଟ୍ କରି ପ୍ରଣବ କହିଛନ୍ତି ଯେ, ଦିଲ୍ଲୀ ହାଇକୋର୍ଟ ବୈଜୟନ୍ତ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗର ତଦନ୍ତ ପାଇଁ ଗତ ଫେବ୍ରୁଆରୀ ୭ରୁ ନିର୍ଦ୍ଦେଶ ଦେଲେଣି । ହେଲେ ସିବିଆଇ,ଇଡି,ଆଇଟି ଭଳି ମ୍ୟାଗ ସଂସ୍ଥାର ତଦନ୍ତର ଗତି ତ୍ୱରାନ୍ୱିତ ହେଉ ନାହିଁ । ଯେବେଠାରୁ ବୈଜୟନ୍ତ ଭାଜପା ରାଷ୍ଟ୍ରୀୟ ଉପସଭାପତି ପଦରେ ଆସୀନ ହେଲେଣି । ସେବେଠାରୁ ଏପରି ହେଉଥିବା ଲକ୍ଷ୍ୟ କରାଯାଉଛି । ଏଥିପାଇଁ ବୈଜୟନ୍ତଙ୍କୁ ଦଳ ସୁରକ୍ଷା ଦେଉଛି କି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି ।

ଅଭିନେତ୍ରୀ ମାଲବୀ ମଲହୋତ୍ରାଙ୍କ ଉପରେ ମରଣାନ୍ତକ ଆକ୍ରମଣ

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ମେଗା ଧାରାବାହିକ ଉଡ଼ାନରେ ନଜର ଆସିଥିବା ଅଭିନେତ୍ରୀ ମାଲବୀ ମଲହୋତ୍ରାଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଅଭିଯୁକ୍ତ ମାଲବୀଙ୍କ ଉପରେ ତିନିଥର ଛୁରାମାଡ଼ କରିଥିବା ଖବର ସାମ୍ନାକୁ ଆସିଛି । ଯାହାପରେ ମାଲବୀଙ୍କୁ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ ଛୁରାମାଡ଼ କରିଥିବା ଅଭିଯୁକ୍ତ ମାଲବୀଙ୍କ ଜଣେ ପୁରୁଣା ବନ୍ଧୁ ।


ଗତ ସୋମବାର ରାତିରେ ମାଲବୀଙ୍କ ପେଟକୁ ବାରମ୍ବାର ଛୁରାମାଡ଼ କରିଛି ଅଭିଯୁକ୍ତ । କେବଳ ସେତିକି ନୁହେଁ ଆକ୍ରମଣ ପରେ ଅଭିଯୁକ୍ତ ମାଲବୀଙ୍କ ଚେହେରାକୁ ମଧ୍ୟ ଟାର୍ଗେଟ କରିଥିଲା । କିନ୍ତୁ ନିଜକୁ ରକ୍ଷା କରିବାକୁ ଉଦ୍ୟମ କରୁଥିବା ବେଳେ ମାଲବୀଙ୍କ ଡାହାଣ ଏବଂ ବାମ ହାତରେ ଆଘାତ ଲାଗିଛି । ଖବର ଅନୁସାରେ ଅଭିଯୁକ୍ତ ମାଲବୀଙ୍କୁ ତିନି ଥର ଛୁରାମାଡ଼ କରିଛି ।

 

 

View this post on Instagram

 

Candid #malvimalhotra #beyou #loveforpink ??? PC — @sagarfilms194

A post shared by Malvi Malhotra (@malvimalhotra) on

ଉକ୍ତ ମାମଲାକୁ ଆଧାର କରି ମୁମ୍ବାଇର ବର୍ସୋବା ପୋଲିସ ଥାନାରେ ଅଭିଯୋଗ ଦାଖଲ ହୋଇଛି । କେତେକ ହିନ୍ଦି, ତେଲୁଗୁ ଫିଲ୍ମ ଏବଂ ମେଗା ଧାରାବାହିକରେ କାମ କରିଥିବା ମାଲବୀ ଏକାଧିକ ଭିଡ଼ିଓ ଆଲବମରେ ଅଭିନୟ କରି ବେଶ୍‌ଲୋକପ୍ରିୟତା ହାସଲ କରିଛନ୍ତି । ତେବେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ଉଡ଼ାନ ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । କେବଳ ସେତିକି ନୁହେଁ ମ୍ୟୁଜିକ୍‌ଭିଡ଼ିଓ ‘ତୁ ମିଲା’ରେ ତାଙ୍କ ନିଖୁଣ ଅଭିନୟକୁ ଯୁବପିଢୀ ବେଶ୍‌ପ୍ରଶଂସା କରିଥିଲେ । ସୂଚନାଯୋଗ୍ୟ ଏବେ ମାଲବୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।