spot_img
Home Blog Page 6538

ବୁର୍ଲା ମେଡିକାଲରେ ଉତ୍ତେଜନା, ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ

ବୁର୍ଲା: ବୁର୍ଲା ଭିମସାରରେ ପୁଣି ରୋଗୀ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସାରେ ଅବହେଳା ନେଇ ଡାକ୍ତର ଓ ନର୍ସଙ୍କ ସହ ରୋଗୀଙ୍କ ସଂପର୍କୀୟଙ୍କର ବଚସା ହୋଇଛି । ଭୀମସାର ଫାଣ୍ଡି ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି । ତେବେ ଏନେଇ ଭୀମସାର ଅଧିକ୍ଷକଙ୍କ ପାଖରେ ସୂଚନା ନଥିବା ଅଧିକ୍ଷକ କହିଛନ୍ତି । ସୂଚନା ଅନୁସାରେ ସମ୍ବଲପୁର ମୋଦୀପଡା ଆମ୍ବେଦକର ନଗର ଅଞ୍ଚଳର ଜନୈକ ମହିଳା ବୁର୍ଲା ମେଡିକାଲର ଫିମେଲ ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ ।

ଗତକାଲି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କ ପରିବାର ଲୋକେ ଉପସ୍ଥିତ ନର୍ସ ଓ ଜୁନିଅର ଡାକ୍ତରଙ୍କୁ ଡାକିଥିଲେ। ହେଲେ ଦୀର୍ଘସମୟ ପର୍ଯ୍ୟନ୍ତ କେହି ହେଲେ ଚିକିତ୍ସା ପାଇଁ ଆସିନଥିବା ଅଭିଯୋଗ ହୋଇଛି। ପରେ ଗୁରୁତର ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ରୋଗୀଙ୍କ ସଂପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସଂପତ୍ତି

ମୁମ୍ବାଇ: ମୁମ୍ବାଇ ନାଗପଡ଼ା ଅଞ୍ଚଳର ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ସପିଂ ମଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବା ବେଳେ, ଅଗ୍ନିଶମବାହିନୀର ୨ କର୍ମଚାରୀ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଯେଉଁ ସମୟରେ ନିଆଁ ଲାଗିଥିଲା ସେହି ସମୟରେ ସପିଂ ମଲରେ ପାଖାପାଖି ୨୦୦ରୁ ୩୦୦ ଲୋକ ଉପସ୍ଥିତ ଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହୀନି ପହଞ୍ଚି ସମସ୍ତ ଲୋକଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବାହିନୀର ୨୦ଟି ଟିମ୍ ନିଆଁକୁ ଆୟତ୍ତ କରିଛି । ଯଦିଓ ନିଆଁ ଧିରେ ଧିରେ ପୂରା ମଲରେ ବ୍ୟାପି ଯାଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ପୂରା ଧୁଆଁମୟ ହୋଇଯାଇଛି ।

ଏହାସହ ନିଆଁକୁ ଲାଭାଇବା ସମୟରେ ଦୁଇ ଦମକଳବାହୀନି ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜେଜେ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ତେବେ ଦୁଇଜଣଙ୍କ ଅବସ୍ଥା ଏବେ ସ୍ଥିର ଥିବା ସୂଚନା ମିଳିଛି । ସେହିଭଳି ସିଟି ମଲର ପାଖପାଖି କୋଠାଗୁଡ଼ିକୁ ମଧ୍ୟ ଖାଲି କରିଦିଆଯାଇଛି ।

ଆଜି ବିହାରରେ ମୋଦିଙ୍କର ୩ ନିର୍ବାଚନୀ ରାଲ୍ଲି, ଚିରାଗଙ୍କ ଉପରେ ରଖିବେ କି ମନ୍ତବ୍ୟ ?

ଭୁବନେଶ୍ୱର: ବିହାର ମହାସମରରେ ପ୍ରଚାର ପ୍ରସାର ଜୋରସୋରରେ ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିହାରରେ ଦେଖିବାକୁ ମିଳିବ । ଗୋଟିଏ ଦିନରେ ମୋଦିଙ୍କର ତିନି ତିନୋଟି ରାଲ୍ଲିର କାର୍ଯ୍ୟକ୍ରମ ରହିଛି । ସାସାରାମ, ଭାଗଲପୁର ଓ ଗୟାରେ ପ୍ରଧାନମନ୍ତ୍ରୀଙ୍କର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ତେବେ ଏବେ ଏନଡିଏ ଗଠବନ୍ଧନ ପକ୍ଷରୁ ହେଉଥିବା ଏହି ପ୍ରଚାର ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଯୋଗ ଦେବେ ।

ମଞ୍ଚରେ ପ୍ରଧାନମନ୍ତ୍ରୀ ସମେତ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ ମୋଦି ଏଲଜେପି ଉପରେ କଣ ପ୍ରତିକ୍ରିୟା ରଖିବେ ସେନେଇ ଅନେକଙ୍କ ନଜର ରହିଛି । ଚିରାଗ ପାଶୱାନ ମୋଦିଙ୍କୁ ସମର୍ଥନ ଓ ନୀତିଶଙ୍କୁ ବିରୋଧ କରି ବିହାରରେ ଏକ ନିଆରା ନିର୍ବାଚନୀ ଗୋଟିଚାଳନା କରିଛନ୍ତି । ବିନା ସହଯୋଗୀରେ ଏଥର ଏଲଜେପି ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି  । କେବଳ ନୀତିଶଙ୍କ ବିରୋଧରେ ପ୍ରାର୍ଥି ଦେବା ପାଇଁ ଘୋଷଣା କରିଥିବା ବେଳେ ବିଜେପିକୁ ସବୁ ପ୍ରକାର ସମର୍ଥନ ଦେବା କଥା କହିଛନ୍ତି । ଏପରିକି ଯେଉଁ ବିଜେପି ନେତାଙ୍କୁ ଟିକେଟ୍ ମିଳିବା ସମ୍ଭବପର ହୋଇ ପାରିଲାନାହିଁ, ଚିରାଗ ପାଶୱାନ ସେମାନଙ୍କୁ ନିଜ ଦଳରୁ ଟିକେଟ୍ ଦେଇଛନ୍ତି ।

ଏହାବ୍ୟତୀତ ଜେଡିୟୁର କିଛି ଅସନ୍ତୁଷ୍ଟ ନେତା ମଧ୍ୟ ଏଲଜେପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି । ପାଖାପାଖି ଏଭଳି ୧୫ ଜଣ ଅସନ୍ତୁଷ୍ଟ  ଜେଡିୟୁ ନେତା ଏଲଜେପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି । ଅର୍ଥାତ୍ ବିହାରରେ ନିର୍ବାଚନ ଫଳାଫଳ ଘୋଷଣା ପରେ ଚିତ୍ର ସାମାନ୍ୟ ଅଲଗା ହୋଇପାରେ । ଅନ୍ୟପକ୍ଷରେ ଚିରାଗ ନିଜକୁ ମୋଦିଙ୍କର ହନୁମାନ ବୋଲି ମଧ୍ୟ କହିଛନ୍ତି । ଏଭଳି ସ୍ଥିତିରେ ମୋଦି ନିଜ ରାଲ୍ଲିରେ ଚିରାଗଙ୍କୁ ନେଇ କଣ ପ୍ରତିକ୍ରିୟା ରଖିବେ ତାହା ଉପରେ ନଜର ରହିବ ।

ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ଦିନରେ ଘଟାଇଲେ ତିନି ତିନଟି ଅପରାଧ

ସମ୍ବଲପୁର: ବୁର୍ଲାରେ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଗୋଟିଏ ଦିନରେ ଘଟାଇଲେ ତିନି ତିନଟି ଅପରାଧ । ପୋଲିସର ନିଷ୍କ୍ରିୟତାକୁ ନେଇ ଉଠିଛି ପ୍ରଶ୍ନ । ଗତକାଲି ବୁର୍ଲା ମହତାବ ନଗର ନିକଟରେ ଜଣଙ୍କ ଘର ଆଗରେ ଭୁଜାଲି ଓ ଖଣ୍ଡାରେ ୩ଜଣଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିଲା ଏଥିରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି  ।

ଏହା ସହିତ ବିଳମ୍ବିତ ରାତିରେ ବୁର୍ଲା ସହରର ୟୁନିଭରସିଟି ବସନ୍ତ ବିହାର ଅଞ୍ଚଳରେ ଦୋକାନର ଗେଟ ଭାଙ୍ଗି ଖାଦ୍ୟ ସାମଗ୍ରୀ ସହିତ ୧୪ ହଜାର ଟଙ୍କା ଚୋରି କରାଯ଼ାଇଥିବା ବୁର୍ଲା ଥାନାରେ ଅଭିଯ଼ୋଗ ହୋଇଛି । ସେହିପରି ବସନ୍ତ ବିହାର ଅଂଚଳରେ ବାସ କରୁଥିବା ଚିତ୍ତରଞ୍ଜନ ସ୍ୱାଇଁ ଓ ଏ ସାମଲ ନାମକ ଦୁଇ ଜଣ ବ୍ୟକ୍ତିଙ୍କର ଘରର କବାଟ ଭାଙ୍ଗି ଦୁର୍ବୃତ୍ତ ଚୋରି କରିବା ଉଦ୍ୟମ ବୁର୍ଲା ଥାନାରେ ଅଭିଯୋଗ ହୋଇଛି ।

ସକାଳୁ ଉଠି ହାତ ପାପୁଲି ଦେଖିବାକୁ କାହିଁକି ଶୁଭ ବୋଲି କୁହାଯାଏ?

ବାସ୍ତୁଶାସ୍ତ୍ରରେ ବିଭିନ୍ନ କଥା ଉଲ୍ଲେଖ ରହିଛି । କେହି କେହି ଏହାକୁ ବିଶ୍ୱାସ କରନ୍ତି ତ ଆଉ କେହି ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ବାସ୍ତୁଶାସ୍ତ୍ରରେ ସମସ୍ୟା କଥା ବର୍ଣ୍ଣନା ହୋଇଥିବା ବେଳେ ସମାଧାନର ଉପାୟ ମଧ୍ୟ କୁହାଯାଇଛି । କୁହାଯାଏ ସକାଳୁ ଉଠି ହାତ ପାପୁଲି ଦେଖିବା ଶୁଭ ହୋଇଥାଏ । ତେବେ ଏହା ପଛର କାରଣ କ’ଣ ଆସନ୍ତୁ ଆଲୋଚନା କରିବା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସକାଳୁ ଉଠି ହାତ ପାପୁଲି ଦର୍ଶନ କଲେ, ନିଜ ଭାଗ୍ୟ ମଜବୁତ୍‌ ହୋଇଥାଏ। ଆପଣ ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳତା ମିଳିବା ସହିତ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ହୁଏ। ଏହା ସହ ଆପଣଙ୍କ ଶରୀରରେ ସକାରାତ୍ମକ ଶକ୍ତି ମଧ୍ୟ ସୃଷ୍ଟି ହୋଇଥାଏ।

ସକାଳୁ ଉଠି ହାତ ପାପୁଲି ଦେଖିବା ସମ୍ପର୍କରେ ଶାସ୍ତ୍ରରେ ଅନ୍ୟ କାରଣ ମଧ୍ୟ ରହିଛି। ଶାସ୍ତ୍ର ଅନୁସାରେ, ହାତ ପାପୁଲିରେ ଲକ୍ଷ୍ମୀ,ସରସ୍ୱତୀ ଓ ବ୍ରହ୍ମା ବାସ କରିଥା’ନ୍ତି। ହାତ ପାପୁଲିର ଅଗ୍ରଭାଗରେ ଲକ୍ଷ୍ମୀ, ମଝିରେ ସରସ୍ୱତୀ ଓ ଶେଷରେ ବ୍ରହ୍ମା ଅବସ୍ଥାନ କରୁଥିବା ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଏଥିପାଇଁ ସକାଳୁ ଉଠି ହାତ ପାପୁଲିର ଦର୍ଶନ କରିବା ଅର୍ଥ ଦେବୀ ଦେବତାଙ୍କ ଦର୍ଶନ କରିବା ସହିତ ସମାନ।
ସେହିପରି ହାତ ପାପୁଲି ଦର୍ଶନ କଲେ, ତୀର୍ଥ ଯାତ୍ରାର ସୁଯୋଗ ମିଳିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଶାସ୍ତ୍ର ବିଶାରଦଙ୍କ ମତ ଅନୁସାରେ, ମନୁଷ୍ୟ ହାତରେ ତୀର୍ଥ ରହିଛି। ଏହି ମତ ଅନୁସାରେ ଚାରି ଆଙ୍ଗୁଳିର ଅଗ୍ର ଭାଗରେ ଦେବତୀର୍ଥ ରହିଛି।

ତର୍ଜନୀ ଆଙ୍ଗୁଳିର ଅଗ୍ର ଭାଗରେ ‘ପିତୃ ତୀର୍ଥ’ ରହିଛି ଏବଂ କନିଷ୍ଠ ଆଙ୍ଗୁଳିର ମୂଳ ଭାଗରେ ପ୍ରଜାପତି ତୀର୍ଥ ରହିଛି।

ଏହା ବ୍ୟତୀତ ଡାହାଣ ହାତର ମଝି ଭାଗରେ ‘ଅଗ୍ନି ତୀର୍ଥ’ ଏବଂ ବାମ ହାତର ମଝିରେ ‘ସୋମ ତୀର୍ଥ’ ରହିଛି। ଏହା ସହ ଆଙ୍ଗୁଳିର କୋଣରେ ‘ଋଷି ତୀର୍ଥ’ ରହିଛି ବୋଲି ଶାସ୍ତ୍ରରେ କୁହାଯାଇଛି।

ଅଭିନେତା ଚିରଞ୍ଜୀବଙ୍କ ମୃତ୍ୟୁର ୪ମାସ ପରେ ଘରକୁ ଆସିଲା ଖୁସି ଖବର, ଭାଇରାଲ ହେଲା ଫଟୋ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତା ଚିରଞ୍ଜୀବ ସରଜାଙ୍କ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋଟିରେ ଚିରଞ୍ଜୀବଙ୍କ ସହ ରହିଛନ୍ତି ନବଜାତ ଶିଶୁ । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ କାରଣ ତାଙ୍କ ସ୍ତ୍ରୀ ଯେତେବେଳେ ଗର୍ଭବତୀ ଥିଲେ ସେତବେଳେ ଚିରଞ୍ଜୀବ ଚିରନିଦ୍ରାରେ ଚାଲିଯାଇଥିଲେ । ଏମିତିରେ ତାଙ୍କ ନବଜାତ ଶିଶୁ ଆଉ ସେ ଏକାଠୀ ହେଲେ କେମିତି । ଆପଣଙ୍କୁ କହି ରଖୁଛୁ ଯେ, ଚିରଞ୍ଜୀବଙ୍କ ପତ୍ନୀ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

https://www.instagram.com/p/CGoxmjrJGr-/?utm_source=ig_embed

ଆଉ ଏହି ଶିଶୁ ପୁତ୍ରର ଜନ୍ମ ପରେ ଚିରଞ୍ଜୀବଙ୍କ ଭାଇ ଅଭିନେତା ଧ୍ରୁବ ସରଜା ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ଦେଇଥିଲେ । ଆଉ ସେ ଲେଖିଥିଲେ ପୁଅ ହୋଇଛି ଜୟ ହନୁମାନ ! କେବଳ ସେ  ନୁହଁନ୍ତି ଧ୍ରୁବଙ୍କ ପରିବାର ଏହି ଖୁସି ସୋସିଆଲ ମିଡ଼ିଆ ମାଧ୍ୟମରେ ବ୍ୟକ୍ତ କରିଛନ୍ତି ।

https://www.instagram.com/p/CGouiY_pDRu/?utm_source=ig_embed

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ଫଟୋ ଏବେ ଜୋରସୋରରେ ଭାଇରାଲ ହୋଇଛି  । ଫଟୋଟିକୁ ଚିରଞ୍ଜୀବ ତାଙ୍କ ପୁଅଙ୍କୁ ନିଜ ହାତରେ ଧରିଛନ୍ତି ଯଦିଓ ଚିରଞ୍ଜୀବଙ୍କ ଫଟୋ ପାଖରେ ହିଁ ତାଙ୍କ ପୁଅକୁ ରଖା ଯାଇଛି । ସୂଚନା ଯୋଗ୍ୟ ଯେ, ୪ମାସ ପୂର୍ବରୁ କନ୍ନଡ଼ ସିନେମା ଜଗତର ଚର୍ଚ୍ଚିତ ଅଭିନେତା ଚିରଞ୍ଜୀବଙ୍କ ଜୁନ ମାସରେ ହୃଦଘାତରେ ମୃତ୍ୟୁ ହୋଇଥିଲା ।

ବାଲେଶ୍ୱର ସିଏସି ଅଫିସରେ ଭିଜିଲାନ୍ସ ରେଡ୍

0

ବାଲେଶ୍ବର ସିଏସଓ ଅଫିସରେ ଭିଜିଲାନ୍ସ ଚଢାଉ । ୨ ଲକ୍ଷ ୩୪ ହଜାର ୯୦୦ ଲାଞ୍ଚ ଟଙ୍କା ଜବତ । ଭିଜିଲାନ୍ସର ୬ ଜଣିଆ ଟିମ୍ ଆଜି ଚଢାଉ କରିଥିଲା । ବିଭିନ୍ନ ମିଲର ଓ ସପ୍ଲାୟରମାନଙ୍କ ଠାରୁ ଆଦାୟ କରା ଯାଇଥିଲା ଏହି ଟଙ୍କା । ଜବତ ହୋଇଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସୂଚନା ଦେଲେ ଭିଜିଲାନ୍ସ ଏସପି । ସମ୍ପ୍ରତି ରାଜ୍ୟର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରିରହିଛି । ପୂର୍ବରୁ ମଧ୍ୟ ଭୁବନେଶ୍ୱରର କୋଟିପତି ସହ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନଙ୍କ ଘର ସମେତ ଅନ୍ୟନ୍ୟା ସ୍ଥାନଗୁଡ଼ିକୁ ମିଶାଇ ୬ଟି ସ୍ଥାନରେ ରେଡ୍ କରିଥିଲା ।ପରେ ତାଙ୍କୁ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ସେଲ୍‌‌ ତାଙ୍କୁ ଗିରଫ କରିଛି ।ତାଙ୍କର ସାଢେ ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସଂପତ୍ତି ଜବତ କରିଥିଲା ଭିଜିଲାନ୍ସ ।

ଭୁବନେଶ୍ୱର ନୟାପଲ୍ଲୀରେ ଥିବା ଦୁଇ ମହଲା କୋଠା, ଅଫିସ୍‌ ତଥା ବାଲିଅନ୍ତା ଓ ବ୍ରହ୍ମପୁରରେ ଥିବା ପୈତୃକ ବାସବଭନରେ ଚଢାଉ କରିଥିଲା ଟିମ୍‌ । ନୟାପଲ୍ଲୀର ଦୁଇ ମହଲା କୋଠାରେ ଭିଜିଲାନ୍ସ ଏସପି ପହଞ୍ଚି ଛାନଭିନ କରିଥିଲେ । ରେଡ ବେଳେ ରବିନ୍ଦ୍ରନାଥ ପ୍ରଧାନଙ୍କ ପୁଅ ରସମିତ୍ ପ୍ରଧାନଙ୍କ ନାମରେ ଏକ ବିଲଡର ସଂସ୍ଥା ରହିଥିବା ଜଣାପଡ଼ିଥିଲା ।

ଗିରଫ ହେଲେ ଭୁବନେଶ୍ୱରର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନ

୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ: ୨ ଫେରାର

ଜୟପୁର: ମାଛକୁଣ୍ଡ ପୋଲିସକୁ ପୁଣି ମିଳିଛି ଏକ ସଫଳତା । କୋରାପୁଟ ଏସପି ମୁକେଶ ଭାମୋଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ପୋଲିସ ଏକଟାପୁଟ ଗାଁର ଖଡୁ କ୍ରିସାନି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ ଏବଂ ୧ କୋଟି ଟଙ୍କାର ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲେ । କୌଣସି ଏକ ସୂତ୍ରରୁ କୋରାପୁଟ ଏସପି ମୁକେଶ ଭାମୋ ସୂଚନା ପାଇଁ ନନ୍ଦପୁର  ଏସଡିପିଓ ଓ ମାଛକୁଣ୍ଡ ପୋଲିସକୁ ସୂଚନା ଦେଇଥିଲେ ।  ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରା, ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ, ଜଳାପୁଟ ଫାଣ୍ଡି ଅଧିକାରୀ ମହେଶ କ୍ରିସାନି, ଡମ୍ବରୁ ଧର ବାତ୍ରିଆ ସମେତ ଏକ ଟିମ ଏକଟାପୁଟ ଗାଁରେ ଗୁରୁବାର ଦିନ ପ୍ରାୟ ସକାଳ ୩ଘଣ୍ଟା ସମୟରେ ପହଞ୍ଚିଥିଲେ  ଏବଂ ଏକଟାପୁଟ ଗାଁର ଖଡୁ କ୍ରୀସାନି ଗୃହରୁ ଗଞ୍ଜେଇ ଜବତ କରିଥିଲେ । ଅନ୍ଧାର ସୁଯୋଗ ନେଇ ପୁଲିସ ହାତରୁ ୨ଜଣ ବ୍ୟକ୍ତି ଖସି ଯିବାରେ ସଫଳ ହୋଇଥିଲେ । ଜବତ ସମସ୍ତ ଗଞ୍ଜେଇ ଲମତପୁଟ ଥାନରେ ଆଣି  ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ୧୩ କ୍ୱିଣ୍ଟାଲ ୯କେଜି ଓଜନ କରିଥିଲେ । ଜବତ ଗଞ୍ଜେଇର ହାରାହାରି ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ନନ୍ଦପୁର ଏସ୍‌ଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହାର ଅଧିକ ତଦନ୍ତ ଜାରି ରହି ଥିବା ବେଳେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି  ନନ୍ଦପୁର ଏସ୍‌ଡିପିଓ କହିଛନ୍ତି ।

ଏଣିକି ସ୍ୱତନ୍ତ୍ର କୋର୍ଟରେ ହେବ ରାଜନେତାଙ୍କ ଅପରାଧିକ ମାମଲାର ଶୁଣାଣି

ପିଆଜ ଦର ଉପରେ ରହିବ ଜିଲ୍ଲାପାଳଙ୍କ ନଜର

0

ଭୁବନେଶ୍ୱର: ପିଆଜ ଯେପରି ଚଢ଼ା ଦରରେ ବିକ୍ରି ନ ହୁଏ ସେଥିପାଇଁ ପ୍ରଶାସନର ରହିବ ନଜର  । ସେ ନେଇ ଜିଲ୍ଲାପାଳମାନଙ୍କୁ ନଜର ରଖିବାକୁ ପତ୍ର ଲେଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ । ଯେଉଁ ରାଜ୍ୟ ଗୁଡିକ ଉପରେ ପିଆଜ ପାଇଁ ଓଡ଼ିଶା ନିର୍ଭରଶୀଳ, ସେଠାରେ କ୍ଷତି ହୋଇଛି । ଏଭଳି ଦରବୃଦ୍ଧି ସ୍ଥିତି ସାରା ଦେଶରେ ଲାଗି ରହିଥିବା ବେଳେ କିଛି ବେପାରୀ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି  । ଏଥିପାଇଁ ପିଆଜର ଯୋଗାଣ, ପାଇକରି ଓ ଖୁଚୁରା ଦର ଉପରେ ଦୈନିକ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ।

ଉପ ନିର୍ବାଚନ ପୂର୍ବରୁ ଜ୍ୟୋତିରାଦିତ୍ୟ କ୍ୟାମ୍ପର ୨ ମନ୍ତ୍ରୀଙ୍କ ଇସ୍ତଫା

ଉପ ନିର୍ବାଚନ ନେଇ ପ୍ରଚାର ଜମୁଛି , ବିଜେଡିର ଶକ୍ତି ବଢ଼ୁଛି: ମଇଦାନକୁ ଓହ୍ଲାଇଲେ ଅପରାଜିତା, ବାତିଲ ହେଲା ଧର୍ମେନ୍ଦ୍ରଙ୍କ କାର୍ଯ୍ୟକ୍ରମ

ବାଲେଶ୍ୱର:  ବାଲେଶ୍ବରରେ ଉପନିର୍ବାଚନ ପୂର୍ବରୁ ବିଜେଡିର ଶକ୍ତି ବଢୁଛି । ଗତଥର ଏଠାରେ ବିଜେପି ଜିତିଥିବା ବେଳେ ଏଥର ବିଜେପି ସହିତ କଂ‌ଗ୍ରେସ ନେତା ଓ କର୍ମୀ ବିଜେଡିରେ ମିଶୁଛନ୍ତି । କୋଭିଡ୍‌ କଟକଣା ମାନି ପ୍ରଚାର ଜମୁଛି । ତିର୍ତ୍ତୋଲରେ ବି ଜମୁଛି କ୍ୟାମ୍ପେନ୍‌ । ଆଜି ପିସିସି ପ୍ରଭାରୀ ଓ ସଭାପତି ବାଲେଶ୍ବରରେ ପ୍ରଚାର କରିଥିବା ବେଳେ କାଲି ତିର୍ତ୍ତୋଲ ଯିବେ । ବିଜେପି ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର କାର୍ଯ୍ୟକ୍ରମ ବିତାଲ ହୋଇଛି  । ଜମୁଛି ବାଲେଶ୍ବର ଉପନିର୍ବାଚନ ପ୍ରଚାର । ଏହା ମଧ୍ୟରେ ବିଜେଡିର ଶକ୍ତି ବଢୁଛି । ଗତକାଲି କଂଗ୍ରେସ ନେତା ମାନସ ଦାସପଟ୍ଟନାୟକ ବିଜେଡିରେ ମିଶିଥିବା ବେଳେ ଆଜି ମାଧବାନନ୍ଦ ମଇନି ଓ ତାଙ୍କ ଶତାଧିକ ସମର୍ଥକ ଯୋଗଦେଇଛନ୍ତି । ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନେତୃତ୍ୱରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ସେପଟେ ମଇଦାନକୁ ଓହ୍ଲାଇଛନ୍ତି ସବୁ ଦଳର ଷ୍ଟାର୍‌ ପ୍ରଚାରକ। ପିସିସି ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରା ବାହିନୀପତି, ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ପ୍ରାର୍ଥୀ ମମତା କୁଣ୍ଡୁ ରୋଡ ଶୋ’ କରିଛନ୍ତି । ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ସହ ଦଳର ନେତା, ଶ୍ରମିକ ଓ ସାଧାରଣ ମହିଳା ପ୍ରଚାର କରିଛନ୍ତି। ତିର୍ତ୍ତୋଲରେ ବର୍ଷା ସତ୍ତ୍ବେ ପ୍ରଚାର  ଚାଲିଛି । ଆସନ୍ତାକାଲି ପିସିସି ପ୍ରଭାରୀ  ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିବେ । କାଲି ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିବାର ଥିଲା । କିନ୍ତୁ ତାଙ୍କ କାର୍ଯ୍ୟକ୍ରମ ବାତିଲ ହେଇଛି । ବିଜେଡିର ଜୋରଦାର ପ୍ରଚାର ଚାଲିଛି  । ବର୍ଷା ସତ୍ତ୍ବେ ଜମୁଛି ପ୍ରଚାର  ।

https://www.facebook.com/NandighoshaTV/videos/431682311148384